ଓଠର ଯତ୍ନ
ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି ୬୦% ଲିପିସ୍ଟିକ ବିଷାକ୍ତ, ଯାହାକି ଆପଣଙ୍କ ସ୍ମୃତିଶକ୍ତି ହ୍ରାସ କରିଥାଏ ।ତେଣୁ ଲିପିସ୍ଟିକ ବଦଳରେ ଆମେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦରକାର।
ଲାଲ ଓଠ ପାଇଁ ଘରୋଇ ଉପଚାର
ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । କିନ୍ତୁ ସବୁବେଳେ ଲିପିସ୍ଟିକ ବ୍ୟବହାର କରିବା ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏଥିରେ ବହୁତ କେମିକାଲ ରହିଥାଏ । ତେଣୁ ଲାଲ ଓଠ ପାଇଁ କିଛି ଘରୋଇ ଉପଚାର ହେଉଛି
- ଶୋଇବା ପୂର୍ବରୁ ଓଠରେ କିଛି ଗୁଆ ଘିଅ ମାଲିସ କରି ଶୁଆନ୍ତୁ ଏବଂ ସକାଳେ ଓଠକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ଓଠକୁ ନରମ ରଖିବ| ସବୁଦିନ ଗୁଆ ଘିଅ ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ରହିବ ।
- କିଛି ଲାଲ ଗୋଲାପ ଫୁଲର ପାଖୁଡାକୁ ଚିକଣ କରି ବାଟି ଦିଅନ୍ତୁ । ଏହାକୁ ମହୁ ସହ ମିଶାଇ ଓଠରେ ସବୁଦିନ ମାଲିସ କରନ୍ତୁ ।ଏହା କିଛି ଦିନ ମଧ୍ୟରେ ଆପଣଙ୍କ ଓଠକୁ ଲାଲ କରିଦେବ।
- ଗୋଟିଏ ଲେମ୍ବୁକୁ ଦୁଇ ଭାଗରେ କାଟନ୍ତୁ ଓ ସେଥିରୁ କିଛି ପରିମାଣରେ ରସ ବାହାର କରି କଟା ଲେମ୍ବୁକୁ ଓଠରେ ମାଲିସ କରନ୍ତୁ।ଏମିତି ଦିନକୁ ଦୁଇ ଥର କରିଲେ କିଛିଇ ଦିନ ଭିତରେ ଆପଣଙ୍କ ଓଠର କଳା ଦାଗ ଦୂର ହୋଇଥାଏ ।
- କାକୁଡିକୁ ଛୋଟ ଖଣ୍ଡରେ କାଟି ଓଠରେ ମାଲିସ କଲେ ଓଠ ଲାଲ ହୋଇଥାଏ ।
ଓଠ ଫଟା ପାଇଁ ଘରୋଇ ଉପଚାର
ଶୀତଦିନେ ଓଠ ଫାଟିବା ଏକ ସାଧାରଣ ଘଟଣା କିନ୍ତୁ କିଛି ଲୋକଙ୍କର ସବୁଦିନେ ଓଠ ଫଟିଥାଏ। ଓଠଫଟା ପାଇଁ କିଛି ଘରୋଇ ଉପଚାର ହେଲା :
- କିଛି ପରିମାଣରେ ଜଡ଼ା ତେଲକୁ ଭେସଲିନ ସହିତ ମିଶାଇ ଓଠରେ ମାଲିସ କରନ୍ତୁ ।ଏପରି ଦିନକୁ ୨-୩ ଥର କରିବା ଦ୍ଵାରା ଏହା ଆପଣଙ୍କର ଓଠ ଫଟା ଦୂର କରିବା ସହ ଓଠର କଳାଅଂଶ ଦୂର କରିଥଏ ।
- ଘିକୁଆଁରୀ ରସକୁ ଓଠରେ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଥାଏ ।
- କ୍ଷୀରକୁ ଗରମ କରି ହାଲକା ଗରମ କ୍ଷୀରସରକୁ ଓଠରେ ରଖନ୍ତୁ ।ତାପରେ କିଛି ତୁଳା ଖଣ୍ଡକୁ ଗରମ ପାଣିରେ ବୁଡାଇ ରଖନ୍ତୁ ।୧୦-୧୫ ମିନଟ ପରେ କ୍ଷୀର ସରକୁ ବାହାର କରି ସେହି ତୁଳା ପାଣିରୁ ବାହାର କରି ଓଠ କୁ ସଫା କରନ୍ତୁ ।
- ୧ ଚାମଚ ଚିନିକୁ କିଛି ମହୁ ସହ ମିଶାଇ ଓଠ ରେ ଲଗାନ୍ତୁ ।୧୦-୧୫ ମିନଟ ପରେ ହାଲକା ଗରମ ପାଣିରେ ଓଠକୁ ଧୋଇ ଦିଅନ୍ତୁ ।
ଆଧାର: ଆୟୁର୍ବେଦ ସେବା ସଦନ
Last Modified : 1/26/2020
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.