অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଶୋର ଏବଂ ପୁରୁଷମାନଙ୍କ ଯୌନାଙ୍ଗ ପରିବର୍ତ୍ତନ

ଯୌନ ସ୍ୱାସ୍ଥ୍ୟ

କୈଶୋର ବୟସରୁ (୧୦ରୁ ୧୯ ବର୍ଷ) ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରାଯାଇପାରେ । ମସ୍ତିଷ୍କରେ ସ୍ଵତନ୍ତ୍ର ଜୀବରସ କ୍ରିୟାଶୀଳ ହେବା ଫଳରେ କିଶୋର ଅବସ୍ଥା ଆସିଥାଏ ।

ପରିଲକ୍ଷୀତ ମୁଖ୍ୟ ପରିବର୍ତ୍ତନଗୁଡିକ ହେଲା :

  • ଅଣ୍ଡକୋଷ ବା ଜାଉଁଳି ବଡ ହେବା ଏବଂ ଓହଳିବାକୁ ଆରମ୍ଭ କରିବା,
  • ଯୌନାଙ୍ଗ ଏବଂ କାଖ ତଳେ କେଶ ଉଠିବା ଏବଂ ଦାଢି ନିଶ ହେବା,
  • ବୀର୍ଯ୍ୟ ସୃଷ୍ଟିହେବା,
  • କଣ୍ଠ ସ୍ଵର ମୋଟାହେବା,
  • ବ୍ରଣ ଉଠିବା,
  • ସ୍ଵପ୍ନଦୋଷ ହେବା,
  • ହସ୍ତମୈଥୁନ ବା ଯୌନ କ୍ରିୟା ପାଇଁ ମନ ବଳାଇବା,
  • ସାଙ୍ଗସାଥିଙ୍କ ଗହଣରେ ସମୟ ବିତାଇବା

ପୁରୁଷମାନଙ୍କ ଯୌନାଙ୍ଗର ଗଠନ ଓ ଏହାର କାର୍ଯ୍ୟ

ପୁରୁଷମାନଙ୍କର ପ୍ରଜନନ ଅଙ୍ଗ ନାରୀମାଙ୍କର ପ୍ରଜନନ ଅଙ୍ଗଠାରୁ ସମ୍ପୂର୍ଣ୍ଣ ଅଲଗା । ଏଗୁଡିକ ମଧ୍ୟରେ ମୁଖ୍ୟତଃ ଅଣ୍ଡକୋଷ, ବୀର୍ଯ୍ୟବାହୀ ନାଳୀ  ବା ଲିଙ୍ଗ ଅନ୍ତର୍ଭୁକ୍ତ । ସୁକ୍ରକୀଟ (ବୀର୍ଯ୍ୟ ମଧ୍ୟରେ ଥିବା) ଗୁଡିକ ଅଣ୍ଡକୋଷରେ ପ୍ରସ୍ତୁତ ହୋଇ ରେତଥଳୀରେ ଗଛିତ ହୋଇ ରୁହନ୍ତି । ସହବାସ ଦ୍ଵାରା ପରିଶ୍ରାନଳୀ ଦେଇ ଏହି ସୁକ୍ରକୀଟ ନାରୀର ଯୌନାଙ୍ଗରେ ପ୍ରବେଶ କରନ୍ତି ।

ବୀର୍ଯ୍ୟ ଓ ଶୁକ୍ର: ଅଣ୍ଡକୋଷରେ ଶୁକ୍ରକୀଟ ସୃଷ୍ଟି ହୁଏ । ଏହା ସହିତ ପ୍ରୋଷ୍ଟେଟ୍ ଓ ରେଡ ଥଳୀରେ ନିର୍ଗତ ରସ ମିଶି ବୀର୍ଯ୍ୟ ସୃଷ୍ଟି ହୁଏ । ଏହା ଦେଖିବାକୁ ନାଳୁଆ ଓ ଧଳା ରଙ୍ଗର । ବୀର୍ଯ୍ୟ ମଧ୍ୟରେ ଶୂକ୍ରାଣୁ ରହିଥାଆନ୍ତି । ବୀର୍ଯ୍ୟ ମଧ୍ୟରେ ରହିଥିବା ଶୁକ୍ରକୀଟ ବା ଶୂକ୍ରାଣୁ ସହବାସ ଦ୍ଵାରା ନାରୀର ଯୌନାଙ୍ଗ ଦେଇ ଗର୍ଭାଶୟ ଭିତରକୁ ଯାଆନ୍ତି । ସନ୍ତରଣ କଲାଭଳି ଶୁକ୍ରକୀଟଗୁଡିକ ଗର୍ଭାଶୟରେ ବୁଲନ୍ତି । ପୁରୁଷ ଗୁଣ ଥିବା ସୁକ୍ରକୀଟ ୨୪ ଘଣ୍ଟା ବା ୧ ଦିନ ଯାଏଁ ଏବଂ ସ୍ତ୍ରୀଗୁଣ ଥିବା ଶୁକ୍ରକିଟ ୭୨ ଘଣ୍ଟା ବା ୩ ଦିନ ରହିଥାଆନ୍ତି ।

ଥରେ ମାତ୍ର ସ୍ଫଳନ ହେଉଥିବା ବୀର୍ଯ୍ୟରେ ପ୍ରାୟ ୪୦, ୦୦,୦୦,୦୦୦ ସଂଖ୍ୟାର ଶୂକ୍ରାଣୁ ରହିଥାଆନ୍ତି । ଅଣ୍ଡକୋଷରେ ତିଆରି ହେଉଥିବା ଏହି ଶୂକ୍ରାଣୁ ସବୁ ସମ୍ପୂର୍ଣ୍ଣ ପରିପକ୍ଵ ହେବାକୁ ୬ଦିନ ସମୟ ଲାଗିଥାଏ  । ତେଣୁ ବୀର୍ଯ୍ୟସ୍ଥାଳନରେ ଅନେକ କ୍ଷତି ହେଉଛି ବୋଲି ଭାବି ମନ ଖରାପ କରିବା ଉଚିତ ନୁହେଁ ।

  • ବୀର୍ଯ୍ୟସ୍ଥଳନ : ହସ୍ତମୈଥୁନ, ସ୍ଵପ୍ନଦୋଷ,ସହବାସ ଏବଂ ଅତ୍ୟଧିକ କାମ ଉଦ୍ଦୀପନାରୁ ବୀର୍ଯ୍ୟସ୍ଥଳନ ହୋଇଥାଏ ।
  • ଲିଙ୍ଗ ଓ ଅଣ୍ଡକୋଷ : ବାରବର୍ଷରୁ ଷୋଳବର୍ଷ ଯାଏଁ ଲିଙ୍ଗର ଆକାର ବଢିବାକୁ ଲାଗେ । ଠିକ ସେହିପରି   ଅଣ୍ଡକୋଷ ମଧ୍ୟ । ଏ ସବୁର ଚାରିପାଖେ ଥିବା କେଶଗୁଡିକ ଏହି ସମୟକୁ କୁଞ୍ଚୁକୁଞ୍ଚୁଆ  ହୋଇ ବଢିଥାଏ । ପ୍ରାୟ ଅଠର ବର୍ଷ ପର୍ଯ୍ୟନ୍ତ ଅଣ୍ଡକୋଷର ଆକାର ବଢିଥାଏ । ଏହା ପରେ ପରେ ଲିଙ୍ଗ ଓ ଅଣ୍ଡକୋଷ ପ୍ରାୟ ବଢିନଥାଏ । ଲିଙ୍ଗର ଆକାର ନେଇ ଅନେକ ବାଳକ ବାଳିକା ଚିନ୍ତା କରିଥାଆନ୍ତି । ଲିଙ୍ଗ ଯେ ବଡ ହେଲେ ଅଧିକ ସୁଖଦାୟକ ଏହା ଭାବିବା ଉଚିତ ନୁହେଁ । ଆଉ କେତେକ କ୍ଷେତ୍ରରେ ଲିଙ୍ଗଟି ବାଁ କିମ୍ବା ଡାହାଣ ଆଡକୁ ସାମାନ୍ୟ ଢଳିଥାଏ । ଏଥି ରେ କିଛି ଅସୁବିଧା ନାହିଁ । ଯଦି ଏହା ଅଙ୍କାବଙ୍କା ନୁହେଁ ତେବେ ଆପଣଙ୍କର ଚିନ୍ତା କରିବା ଦରକାର ନାହିଁ ।
  • ଦେହର ଗନ୍ଧ : ସ୍ତ୍ରୀ ମାନଙ୍କ ଭଳି ପୁରୁଷମାନଙ୍କ ଦେହରୁ ମଧ୍ୟ ଗନ୍ଧ ବାହାରି ଥାଏ । ଯୌନାଙ୍ଗ ଏବଂ କାଖରୁ ଏହା ବିଶେଷ ଜଣାପଡେ । କାମ ଉଦ୍ଦୀପନା ରହିଥିଲେ ପୁରୁଷମାନଙ୍କ କାଖତଳୁ ବାହାରୁ ଥିବା ଗନ୍ଧ ଅଧିକ ତୀବ୍ର ହୋଇଥାଏ । ଏହି ଗନ୍ଧ ସ୍ତ୍ରୀ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ଦେହର ଗନ୍ଧ କେତେକ ଜୀବରସ ପ୍ରଭାବରୁ ହୋଇଥାଏ । ଗନ୍ଧ ବାହାରୁଥିବା ସ୍ଥାନକୁ ପରିଷ୍କାର ରଖିବା ଭଲ । ପାଉଡର୍ ବ୍ୟବହାର କଲେ ଝାଳ ବାହାରୁଥିବା ରନ୍ଧ୍ର ବନ୍ଦ ହୋଇଯାଏ ।
  • ହସ୍ତମୈଥୁନ: କାମ ଉଦ୍ଦୀପନାରୁ ଆନନ୍ଦ ପାଇବା ପାଇଁ ପୁରୁଷମାନେ ହସ୍ତମମୈଥୁନ କରିଥାଆନ୍ତି । ସାଧାରଣତଃ କିଶୋର ବୟସରେ  ଏହା ଅଧିକ ଦେଖାଯାଏ ।  ହସ୍ତମୈଥୁନ ବିଷୟରେ କେତେକ ଭ୍ରମ ଧାରଣା ରହିଛି, ଏହା ଏକ ପାପ କାର୍ଯ୍ୟ । ଏହା କଲେ ଦେହ ଦୁର୍ବଳ ହୋଇଯାଏ । ଏହାଦ୍ଵାରା ଶୂକ୍ରାଣୁ କମିଯାଆନ୍ତି ଏବଂ ଅଧିକ ବ୍ରଣ ଏହା ଯୋଗୁଁ ହୁଏ  ପ୍ରସ୍ତୁତି । କିନ୍ତୁ ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ । ଏହା ଶରୀର ଏବଂ ମନର କୌଣସି କ୍ଷତି ଘଟାଇ ନଥାଏ । ତେବେ ଅତ୍ୟଧିକ ମାତ୍ରାରେ ଏ କାର୍ଯ୍ୟ କଲେ ଅନ୍ୟ କାର୍ଯ୍ୟରୁ ମନ କମିଯାଇପାରେ ।

ଅନ୍ୟ ପକ୍ଷରେ ମହିଳା/ଝିଅ ମାନେ ମଧ୍ୟ ହସ୍ତମୈଥୁନ କରିଥାନ୍ତି । ନିଜେ ବା ଯୌନ ସାଥିଙ୍କ ସହାୟତାରେ ଏହା କରିବାକୁ ସେମାନେ ପସନ୍ଦ କରିଥାନ୍ତି ।

ବି.ଦ୍ର: ଏହି କାର୍ଯ୍ୟ ଦ୍ଵାରା ଯୋନିର କୌଣସି ଅଂଶ ଛିଡିଗଲେ ବା ଖଣ୍ଡିଆ ହୋଇଗଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହା ମଧ୍ୟ ଯୌନତ୍ଵ  ସମ୍ପର୍କିତ ଅନ୍ୟାନ୍ୟ ଜଟିଳତାର କାରଣ ହୋଇପାରେ । ଯଥା- ସଂଭୋଗ ପ୍ରତି ଇଛା ନହେବା ।

ସଂଯମ: ଅଧିକ ମାତ୍ରାରେ କାମ ଉଦ୍ଦୀପନାରୁ ନିଜକୁ ଦୂରେଇ ରଖିବା ଏବଂ ହସ୍ତମୈଥୁନ ଇତ୍ୟାଦି ନ କରିବାକୁ ଅନେକ କ୍ଷେତ୍ରରେ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଅତ୍ୟନ୍ତ କାମୁକ ନ ହୋଇ ସଂଯମ ରକ୍ଷା କରି ଅନ୍ୟାନ୍ୟ ସୁଜନସିଳ  ଚିନ୍ତା କରିବା ଭଲ ।

ସ୍ଵପ୍ନଦୋଷ: କୈଶୋର ସମୟରେ ସ୍ଵପ୍ନଦୋଷ ଆକ ଜଣାଶୁଣା କଥା । ପୁଅଝିଅ ବା ଯୁବକଟିଏର ସ୍ଵପ୍ନଦୋଷ ହେଲେ ସେ କୌଣସି ଯୌନକ୍ରିୟା ସମ୍ପର୍କିତ କିମ୍ବା ବିପରୀତ ଲିଙ୍ଗିର ସ୍ଵପ୍ନ ଦେଖିଥାଏ । ଫଳରେ ତାଙ୍କ ବୀର୍ଯ୍ୟସ୍ପଳନ ହେବା ଏବଂ ଅଶିକ୍ଷିତ ବୈଦ୍ୟ ବା ଚିକିତ୍ସକଙ୍କୁ ପଚାରିଥାଆନ୍ତି । ଏହି ସଂକ୍ରାନ୍ତୀୟ ଅନେକ ଭୁଲ ତଥ୍ୟ ଜାଣି କିଶୋର କିଶୋରୀମାନେ ବିବ୍ରତ ହୋଇଥାଆନ୍ତି । ଜାଣି ରଖିବା ଦରକାର ଯେ ଯୌନ ସଙ୍କ୍ରାନ୍ତୀୟ ଅଧିକ ଚିନ୍ତା ସ୍ଵପ୍ନଦୋଷର କାରଣ ହୋଇଥାଏ । ଶୋଇଥିବା ସମୟରେ ଏବଂ ଅବଚେତନ ଅବସ୍ଥାରେ ଘଟିଥାଏ । କେବଳ ଯେ ପୁଅ ବା କିଶୋରମାନେ ଏହି ଅଭିଞତା କରିଥାଆନ୍ତି ତା’ ନୁହେଁ, ବାଳିକା ବା କିଶୋରୀମାନେ ମଧ୍ୟ ଅହି ଅଭିଞତା ଆଣିଥାଆନ୍ତି । ଫଳରେ କାମ ଉଦ୍ଦୀପନା ଜାଗ୍ରତ ହେବା ଇତ୍ୟାଦି ଦେଖାଯାଏ । ସ୍ଵପ୍ନଦୋଷ ଯେ ଶରୀରକୁ ଦୁର୍ବଳ କରିଦିଏ ଏହା ଭାବନ୍ତୁ ନାହିଁ । ସ୍ଵଛମନ, ଏକାଗ୍ରତା ଏବଂ ସୁଜନଶୀଳ ଚିନ୍ତା ଦ୍ଵାରା ଏହାକୁ ଦୂର କରାଯାଇପାରେ ।

ଯୌନତ୍ଵ  କ’ଣ ?

ଶରୀରରେ ଯୌନ ପରିପକ୍ଵତା ଅର୍ଥାତ୍ ମୁଖ୍ୟ ଏବଂ ଗୌଣ ଯୌନ ଲକ୍ଷଣ ସମୂହର ବିକାଶ । ଯୌନକ୍ରିୟା, ଉଦ୍ଦୀପନା ଏବଂ ଯୌନ ଲକ୍ଷଣ ସମ୍ପର୍କିତ ମାନସିକ ପ୍ରକୃତି । ସାଧାରଣ ଯୌନ ଉଦ୍ଦିପନା, ଯୌନକ୍ରିୟା ଏବଂ ଯୌନ ସଙ୍କ୍ରାନ୍ତୀୟ ବିଭିନ୍ନ ଜଟିଳତା ଓ ସମସ୍ୟା ଏ ବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ଏଗୁଡିକର ପରିପ୍ରକାଶ ସମାଜ ଏବଂ ସଂସୃତିକ ନେଇ ଯୌନ ବ୍ୟବହାରର ନିୟନ୍ତ୍ରଣ କରିବା । ବିକଳାଙ୍ଗମାନକଙ୍କର ଯୌନଗତ ଇଚ୍ଛା ଏବଂ ଉଦ୍ଦୀପନା, ଯୌନ ବ୍ୟବହାରରେ ବିଭିନ୍ନ ପ୍ରକାରର (ସାମାଜିକ ଏବଂ ଅସାମାଜିକ) ବ୍ୟତିକ୍ରମ ଇତ୍ୟାଦି ଉପାଦାନଗୁଡିକୁ ଜଣେ ବ୍ୟକ୍ତିର ଯୌନତ୍ଵ ବୋଲି କୁହାଯାଇପାରେ ।

କୈଶୋର ଏବଂ ଯୌନତ୍ଵ

କୈଶୋର  ସମୟରେ ଯୌନତ୍ଵର ବିକାଶ ଏବଂ ଯୌନ ପ୍ରବୃତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଏ, ଏହା ଏକ ସାଧାରଣ କଥା । କୌଶୋର  ବୟସର ସମସ୍ତ ବାଳକ ବାଳିକା ଯୌନତ୍ଵର ସଞ୍ଜା ଏବଂ ମୂଲ୍ୟବୋଧକୁ ଜାଣିବା ଦରକାର । ସାଧାରଣ ଭାବେ ଯୌନତ୍ଵ ବୁଝିଲେ ଯୌନତ୍ଵର ବିଭିନ୍ନ ଉପାଦାନ ଗୁଡିକୁ ଭଲଭାବେ ଜାଣିବାକୁ ହେବ ।

କିଶୋରମାନଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ

ଯୌନକ୍ରିୟା: ଉଭୟ ପୁରୁଷ ଏବଂ ମହିଳାଙ୍କ ଯୌନ ସଂଭୋଗକୁ ଯୌନକ୍ରିୟା କୁହାଯାଏ । ଏହି କ୍ରିୟାରେସ୍ଵାଭାବିକ ପରିସ୍ଥିତିମାନଙ୍କରେ ଉଭୟ ପୁରୁଷ ଓ ମହିଳାଙ୍କର ଯୌନକ୍ରିୟା ପାଇଁ ମାନସିକ ଇଚ୍ଛା ଜାଗ୍ରତ ହେବା ଦରକାର । ଲିଙ୍ଗ ସ୍ପର୍ଶରେ ଯୋନି ମୁଖର ମାଂସକ ଦ୍ଵାରା ପ୍ରସାରିତ ହୋଇଥାଏ । ଯୋନି ମଧ୍ୟରେ ଲିଙ୍ଗା ପ୍ରବେଶ କରିବା ମାତ୍ରେ ପୁରୁଷର ବୀର୍ଯ୍ୟ ସ୍ପଳନ ହୋଇନଥାଏ । ଏଠାରେ ବାରମ୍ବାର ଲିଙ୍ଗର ଘର୍ଷଣ ହେତୁ ଯୌନତୃଷ୍ଣାର ଚରମ ସୁଖ ପାଇବାର ଠିକ ପୂର୍ବରୁ ପୁରୁଷ ଲିଙ୍ଗଟି କାଢିଆଣିବାକୁ ପ୍ରାୟତଃ ସମ୍ଭବ ହୋଇନଥାଏ । ଏହା ପରବର୍ତ୍ତୀ ଅବସ୍ଥାରେ ପୁରୁଷ ଶୂକ୍ରାଣୁ ବୀର୍ଯ୍ୟ ସ୍ଫଳନ ମାଧ୍ୟମରେ ବାହାରିଯାଇଥାଏ । ଯୌନକ୍ରିୟା ସାମୟରେ ସ୍ତ୍ରୀ ଯୌନାଙ୍ଗ ମଧ୍ୟ ଉତ୍ତେଜିତ ହୋଇଥାଏ । ଏବଂ  ସେ ଯୌନତୃଷ୍ଣାର ଚରମ ସୁଖ ପାଇଥାଆନ୍ତି । କେବଳ ଯୌନାଙ୍ଗଜନିତ ସୁଖ ତାହା ନୁହେଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ମଧ୍ୟ ଦୈହିକ ସୁଖ ଏବଂ ମାନସିକ ଶାନ୍ତି ପାଇଥାନ୍ତି ।

ଯୌନକ୍ରିୟାର ପୂର୍ବପ୍ରସ୍ତୁତି

ଯୌନକ୍ରିୟା/ସଂଭୋଗ ପୂର୍ବରୁ ଏଥିପାଇଁ ସଂପୂର୍ଣ୍ଣ ଭାବେ ମଜି ରହିବା ଉଦ୍ଦେଶ୍ୟରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ପ୍ରାକ ଯୌନକ୍ରିୟା କରିଥାଆନ୍ତି । ଯଥା-ଆଲିଙ୍ଗନ,ଚୁମ୍ବନ ଇତ୍ୟାଦି । କିନ୍ତୁ ଏହା ଯେ ପ୍ରତ୍ୟେକ ସାମୀରେ ଦରକାର ସେପରି ନୁହେଁ । ନିଜ ନିଜର ଆବଶ୍ୟକତା ଅନୁଯାୟୀ ଯୌନକ୍ରିୟା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର ।

ମନେରଖନ୍ତୁ: ପ୍ରତ୍ୟେକ କିଶୋର କିଶୋରୀ ଯୌନକ୍ରିୟା ସମ୍ପର୍କିତ ଦିଗଗୁଡିକୁ ବୁଝିଲା ପରେ ଯୌନକ୍ରିୟାରେ ଲିପ୍ତ ହେବେ କି ନାହିଁ ବିଚାର କରନ୍ତୁ ।

ମୁଖସମ୍ଭୋଗ: ଅନ୍ୟପ୍ରକାରେ  ଯୌନକ୍ରିୟାର ଆନନ୍ଦ ଉପଭୋଗ କରିବା ପାଇଁ କେତେକ ପୁରୁଷ ଏବଂ ମହିଳା ମୁଖ ସଂଭୋଗ କରିଥାଆନ୍ତି । ଏଥିରେ ପୁରୁଷର ଲିଙ୍ଗକୁ ମହିଳା ନିଜର ପାଟିରେ ପୁରାଇବା ବା ଚାପିବା ଏବଂ ମହିଳାଙ୍କ ଭଗୋଷ୍ଟକୁ ପୁରୁଷ ଚାଟିବା ବା ଚାପିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାଦ୍ଵାରା ସମ୍ପୂର୍ଣ୍ଣ ଯୌନ ଉଦ୍ଦୀପନା ଜାଗ୍ରତ ହୋଇଥାଏ ।

ମନେରଖନ୍ତୁ: ମୁଖସମ୍ଭୋଗ ହେତୁ ଯେପରି ଯୌନାଙ୍ଗର କୌଣସି ଅଂଶ ଖଣ୍ଡିଆ ଖାବରା ନହୁଏ ।

  • ଯୌନ ସଂଚାରିତ ରୋଗ ଥିଲେ ଏପରି କାର୍ଯ୍ୟରୁ ନିବୃତ ରହନ୍ତୁ ।
  • ବୀର୍ଯ୍ୟସ୍ତଳନ ହେବାବେଳେ ଏହାକୁ  ଚାପି ଦିଅନ୍ତୁ ନାହିଁ  ।

ମଳଦ୍ଵାର ଯୌନକ୍ରିୟା: ଏହା ମୁଖ୍ୟତଃ ଦୁଇ ପ୍ରକାରର ।

  • ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷର ମଳଦ୍ଵାରରେ ଯୌନକ୍ରିୟା କରିବା ।
  • ମହିଳାଙ୍କ ମଳଦ୍ଵାରରେ ଜଣେ ପୁରୁଷ ସଂଭୋଗ କରିବା ।

କେତେକ କ୍ଷେତ୍ରରେ ଏହି କାର୍ଯ୍ୟ ଅନେକ ବିପଦ ଯଥା – ଏଚ୍. ଆଇ. ଭି. / ଏଡସ୍ ସଂକ୍ରମଣ ଏବଂ ଅନ୍ୟାନ୍ୟ ଯୌନ ସଂଚାରିତ ରୋଗ କରାଇଥାଏ । ତେଣୁ କିଶୋରକିଶୋରୀ ମାନେ ଏଥିପ୍ରତି ସତର୍କ ରହିବା ଦରକାର ।

ସମଲିଙ୍ଗି ଯୌନକ୍ରିୟା: କିଶୋର କିଶୋରୀ ଏବଂ ବୟସ୍କ ପୁରୁଷ ଓ ନାରୀଙ୍କ ଠାରେ ଏହା ଦେଖାଯାଏ । ପ୍ରାଚୀନ କାଳରୁ ଏହି ପ୍ରକାର ଯୌନକ୍ରିୟା ପ୍ରଚଳିତ । ଏହାକୁ ଏକ ପ୍ରକାର ରୁଗଣ ମାନସିକତା ଭାବେ ନିଆଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ପ୍ରକାରର ସାଧାରଣ ଯୌନ ବ୍ୟବହାର ଭାବେ ପରିଗଣିତ ହୋଇଛି । ପ୍ରତ୍ୟେକ ପ୍ରକାରର ଲୋକ ଏହି କ୍ରିୟା କରିଥାଆନ୍ତି ତା’ ନୁହେଁ । ପୁରୁଷଟି ପୁରୁଷ ପ୍ରତି ଏବଂ ନାରୀଟି ନାରୀ ପ୍ରତି ମାନବଳାଇଥାନ୍ତି । ସମଲିଙ୍ଗି ଯୌନକ୍ରିୟାରେ ମଳଦ୍ଵାର ଛିଡିଯିବା, କିମ୍ବା କୌଣସି ପଦାର୍ଥ ଦ୍ଵାରା ଯୋନି ସଂଭୋଗ କରୁଥିଲେ ଏହାର ଭିତର ଅଂଶରେ କିଛି କ୍ଷତ ହେବାର ବା ସଂକ୍ରମଣ ହେବାର ଭୟ ଥାଏ । ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିମାନଙ୍କର  ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ଥାଏ । ଏମାନେ ସମଲିଙ୍ଗୀ ବ୍ୟତୀତ ବିପରୀତ ଲିଙ୍ଗ ମାନଙ୍କ ସହିତ ମଧ୍ୟ ଯୌନକ୍ରିୟା କରିପାରନ୍ତି । କେତେକ ସମଲିଙ୍ଗୀ ଯୌନକ୍ରିୟା କରୁଥିବା ବ୍ୟକ୍ତିଙ୍କ ପଛରେ ଅନେକ ସାମାଜିକ ଓ ମାନସିକ କାରଣ ରହିଥାଏ । ଏହାକୁ ଭଲରେ ବୁଝି ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକ ହୋଇଥାଏ ।

ଯୌନତ୍ଵର ଜଟିଳତା ସମୂହ : ଯୌନତ୍ଵର ପରିପ୍ରକାଶ ବା ଯୌନକ୍ରିୟା କିମ୍ବା ଅନ୍ୟ କୌଣସି ଯୌନ ବ୍ୟବହାରକୁ ନେଇ କେତେକ ଅସୁବିଧା ପରିଲକ୍ଷିତ ହୋଇଥାଏ । ଅସୁବିଧାଗୁଡିକର କାରଣ ଓ ପ୍ରତିକାର ବିଷୟରେ ଅଗ୍ୟ ଥିବାରୁ  ଏବଂ ଏଥିପାଇଁ ଉପଯୁକ୍ତ ପରାମର୍ଶ ପାଇ ପାରିନଥିବାରୁ ଏହି ଜଟିଳତାଗୁଡିକ ଅନେକ ଭ୍ରମ ସୃଷ୍ଟି କରିବା ସହିତ ହତାଶ  ଭାବ ମଧ୍ୟ ଦେଖାଦେଇଥାଏ ।

କର୍ତ୍ତବ୍ୟ ସ୍ୱରୂପ ଜଟିଳତା ବିଷୟକ ପ୍ରାଥମିକ ଧାରଣାଗୁଡିକୁ ଜାଣିବା ଓ  ଜଣାଇବା ସମସ୍ୟା ସମାଧାନର ଏକ ଉତ୍ତମ ମାର୍ଗ । ଏବେ ଜାଣିବା ବିଭିନ୍ନ ଜଟିଳତାଗୁଡିକ କ’ଣ?

ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା

ପୌରୁଷହାନୀ (ନଂପୁଷକତା): ଏହି ପ୍ରକାର ଅସୁବିଧାରେ ଲିଙ୍ଗର ଉତ୍ତେଜନା ଆସି ନଥାଏ ବା ଆବଶ୍ୟକୀୟ ସମୟ ପର୍ଯ୍ୟନ୍ତ ଲିଙ୍ଗ ଉତ୍ତେଜନ ରହେ ନାହିଁ । ଅସୁବିଧାଟିକୁ ଦୁଇ ପ୍ରକାରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା :

ପ୍ରାଥମିକ ଅକ୍ଷମତା (ସମସ୍ୟା): ଯୌନ ସଂଭୋଗ ପାଇଁ ପୁରୁଷର ଲିଙ୍ଗ ଉତ୍ତେଜିତ ହେବାର ବାଧା ସୃଷ୍ଟି ହୁଏ କିନ୍ତୁ ହସ୍ତମୈଥୁନ କଲେ ଲିଙ୍ଗ ଉତ୍ତେଜିତ ଥାଏ ।

ଆନୁଷଙ୍ଗିକ ଅକ୍ଷମତା (ସମସ୍ୟା): ପୂର୍ବରୁ ଯୌନ ସଂଭୋଗ ବେଳେ ଲିଙ୍ଗ ଉତ୍ତେଜିତ ରହୁଥିଲା କିନ୍ତୁ ବର୍ତ୍ତମାନ ପାଇଁ ସେ ଅକ୍ଷମ, ଏ ପ୍ରକାର ସମସ୍ୟା ସମୟେ ସମୟେ ଅଧିକାଂଶ ପୁରୁଷଙ୍କଠାରେ ଦେଖାଦେଇଥାଏ । ସାଧାରଣତଃ ଦୁର୍ବଳତା, କିମ୍ବା କୌଣସି କ୍ଷୟ କ୍ଷତି ବା ଆତ୍ମୀୟଙ୍କ ମୃତ୍ୟୁ  ଇତ୍ୟାଦି କାରଣ ରହି ଏହା ଦେଖାଯାଇଥାଏ ।

ଉକ୍ତ ସମସ୍ୟା ଦେଖା ଦେବା ମାତ୍ରେ କେହିକେହି ଭାବନ୍ତି  ଯୌନତ୍ଵ ସେମାନଙ୍କ ପାଇଁ କିଛି ନୁହେଁ ଏବଂ ଏହା କେବେ ଭଲ ହେବ ନାହିଁ ଇତ୍ୟାଦି।

ଉପଯୁକ୍ତ ସମୟ ପୂର୍ବରୁ ବୀର୍ଯ୍ୟସ୍ଥଳନ : ବୀର୍ଯ୍ୟ ସ୍ଥଳନ ପ୍ରକ୍ରିୟା ଉପରେ ପୁରୁଷର ନିୟନ୍ତ୍ରଣ ନଥାଏ । ଯୋନିରେ ଲିଙ୍ଗ ପ୍ରବେଶ ପୂର୍ବରୁ କିମ୍ବା ପ୍ରବେଶ କରିବାର ଅଳ୍ପ ସମୟ ପରେ ଏ ପ୍ରକାର ସମସ୍ୟା ଦେଖାଦେଇପାରେ । ଏହା ଦୁଇ ପ୍ରକାରର ।

ପ୍ରାଥମିକ ସମସ୍ୟା :ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ କୌଣସି ନିୟନ୍ତ୍ରଣ ନଥିଲା ।

ଆନୁସଙ୍ଗିକ ସମସ୍ୟା: ପୂର୍ବରୁ ପୁରୁଷଜଣଙ୍କର ବୀର୍ଯ୍ୟସ୍ଥଳନ ଉପରେ ନିୟନ୍ତ୍ରଣ ଥିଲା କିନ୍ତୁ ଏବେ ଏବେ ଏପରି ଅସୁବିଧା ହେଉଛି ଏବଂ ଅତି ଶୀଘ୍ର ବୀର୍ଯ୍ୟସ୍ଥଳନ ହୋଇଯାଉଛି ବୋଲି ପୁରୁଷ ବ୍ୟକ୍ତି କହିଥାଆନ୍ତି ।

ପ୍ରାଥମିକ ବୀର୍ଯ୍ୟସ୍ଥଳନ ସମସ୍ୟାର ଉଚିତ ଉପଚାର କରାନଗଲେ  ଏହା ଆନୁସଙ୍ଗିକ ସଂପୂସକତା ସୃଷ୍ଟି କରି ପାରେ ।

ବୀର୍ଯ୍ୟସ୍ଥଳନ ନ ହେବା : କେତେକ କ୍ଷେତ୍ରରେ ପୁରୁଷମାନେ ଯୋନି ସଂଭୋଗ ସମୟରେ ବୀର୍ଯ୍ୟସ୍ଥଳନ କରିପାରି ନ ଥାନ୍ତି । କିନ୍ତୁ ଅନ୍ୟ ପ୍ରକାରର ସଂଭୋଗ ଯଥା ମୁଖ ସଂଭୋଗରେ ତାଙ୍କର ସ୍ଫଳନ ହୋଇଥାଏ । ସମସ୍ୟାର ଗଭୀରତା ଅଧିକ ଥିଲେ କେବଳ ହସ୍ତମୈଥୁନରେ ହିଁ ବୀର୍ଯ୍ୟସ୍ଥଳନ ହୋଇଥାଏ ।

ଆଧାର -ଓଡିଶା ଭଲ୍ୟୁମଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

Last Modified : 10/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate