অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଜରରେ ଭରି ରହିଛି ଔଷଧୀୟ ଗୁଣ

ଗାଜରରେ ଭରି ରହିଛି ଔଷଧୀୟ ଗୁଣ

ଗାଜର

ଭାରତରେ ଅଧିକାଂଶ ଲୋକ ଗାଜର ଖାଇବାକୁ ପସନ୍ଦ କରିଥାନ୍ତି । ଗାଜର ଏମିତି ଏକ ପରିବା ଯାହାକୁପ୍ରତି ଖାଦ୍ୟରେ ସାମିଲ କରାଯାଇପାରିବ । ଏହାକୁ ତରକାରୀ ସହ ସାଲାଡ, ଜୁସ ଓ ସୁପରେ ମଧ୍ୟ ବ୍ୟବହାର କରାଯାଏ । ଏଥିପାଇଁ ଗାଜର ଅଧିକାଂଶ ଭାରତୀୟଙ୍କ ପ୍ରଥମ ପସନ୍ଦ । କେବଳ ଗାଜର ଖାଇବାକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଭିତରେ ଭରି ରହିଛିି ବିଭିନ୍ନ ଔଷଧୀୟ ଗୁଣ । ଆୟୁବେଦ ଚିକିତ୍ସାରେ ଗାଜରକୁ ବିଭିନ୍ନ ରୋଗର ଔଷଧ ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରବଳ ମାତ୍ରାରେ ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ଇ ଭଳି ପୋଷକ ତତ୍ତ୍ୱ ପ୍ରବଳ ମାତ୍ରାରେ ଭରି ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ତେବେ ଗାଜରରେ ଥିବା କିଛି ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା ।

ଔଷଧୀୟ ଗୁଣ

କ୍ୟାନସରରୁ ରକ୍ଷା କରିଥାଏ :

ଆଧୁନିକ ଜୀବନଶୈଳୀ ଭିତରେ ଅଧିକାଂଶ ଲୋକ ଏବେ କ୍ୟାନସର ରୋଗରେ ପୀଡିତ । ତେବେ ଗାଜର ଏମିତି ଏକ ପରିବା ଯାହା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ । ଏହା ଶରୀର ପକ୍ଷେ ବେଶ ସ୍ୱାସ୍ଥ୍ୟୃକର । ଗାଜର ଖାଇବା ଦ୍ୱାରା କର୍କଟ ରୋଗର କୋଷ ଗୁଡିକ ବିକଶିତ ହୋଇପାରନ୍ତି ନାହିଁ । ଗାଜରରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗ ସହ ଲଢିବାକୁ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ବିଟା କିରୋଟିନ ପୋଷକ ତତ୍ତ୍ୱ ସ୍ତନ କକର୍ଟରୁ ରକ୍ଷା କରିଥାଏ ।

ହାର୍ଟକୁ ରଖିଥାଏ ସୁସ୍ଥ :

 

ଜର ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଗାଜରରେ ଭରପୂର ମାତ୍ରରେ ବୀଟା-କେରୋଟିନ, ଆଲଫା କେରୋଟିନ ଭଳି ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଯାହା କୋଲେଷ୍ଟ୍ରେଲକୁ ବଢିବାକୁ ଦେଇ ନଥାଏ । ଏହାଛଡା ହୃଦଘାତ ଭଳି ଆଶଙ୍କାକୁ ମଧ୍ୟ କମ କରିଥାଏ । ହୃତସ୍ୱନ୍ଦନ ବଢିବା ଓ ହାର୍ଟର ରୋଗ ପାଇଁ ଗାଜରକୁ ସିଝାଇ ଖାଇବା ଆବଶ୍ୟକ ।

ରକ୍ତଚାପ ନିୟନ୍ତ୍ରଣ :

ଗାଜର କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଗାଜରରେ ରହିଥିବା ପୋଟାସିୟମ ପୋଷକ ତତ୍ତ୍ୱ ଶରୀରର ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

ବିଭିନ୍ନ ରୋଗର ଔଷଧ :

ଗାଜର ଅନେକ ରୋଗର ଔଷଧ ଭଳି କାମ କରିଥାଏ । ଜଣ୍ଡିସ ଓ ବଦହଜମି ଭଳି ସମସ୍ୟାରୁ ଗାଜର ରକ୍ଷା କରିଥାଏ । ଏହାଛଡା ଶରୀରର ଅସ୍ଥିକୁ ମଧ୍ୟ ଶକ୍ତିଶାଳୀ କରାଇଥାଏ । ଗାଜର ଖାଇବା ଦ୍ୱାରା ଗ୍ୟାସ ଓ ପେଟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ । ଗାଜରରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଶରୀରର ରକ୍ତ ବଢାଇଥାଏ :

ଗାଜରରେ ଭରପୁର ମାତ୍ରାରେ ଆଇରନ ଅଂଶ ରହିଥାଏ । ଏହାଛଡା ଏଥିରେ ଥିବା ଭିଟାମିନ-ଇ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏନିମିଆ ରୋଗରେ ପୀଡିତ ରୋଗୀଙ୍କୁ ଗାଜର ଖାଇବାକୁ ପରାମର୍ଶ ଦିଆ ଯାଇଥାଏ । ଏହାଛଡା ମହିଳା ମାନେ ଋତୁତ୍ସାବ ସମୟରେ ଗାଜର ଖାଇବା ଆବଶ୍ୟକ । ଗାଜର ପେଟ ସଫା ରଖିବା ସହ ରକ୍ତକୁ ମଧ୍ୟ ପରିଷ୍କାର ରଖିଥାଏ । ଏହାର ପ୍ରଭାବରେ ଚର୍ମ ଉଜ୍ଜଳ ଦେଖାଯାଏ ।

ଆଖି ସମସ୍ୟା ଦୁର କରିଥାଏ :

ଗାଜରରେ ପ୍ରବଳ ମାତ୍ରାରେ ଭିଟାମିନ-ଏ ମିଳିଥାଏ । ସୁସ୍ଥ ଆଖି ପାଇଁ ଭିଟାମିନ-ଏ ଅତ୍ୟନ୍ତ ଜରୁରୀ । ଗାଜରରେ ଥିବା ବିଟା କେରୋଟିନ ପୋଷକ ତତ୍ତ୍ୱ ମୋତିଆବିନ୍ଦୁରୁ ରକ୍ଷା କରିଥାଏ । ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହିଥାଏ ତାଙ୍କୁ ନିୟମିତ ଭାବେ ଗାଜର ଖାଇବା ଆବଶ୍ୟକ ।

ଗାଜର ଏକ ସୁପର ଫୁଡ଼ ଭାବେ ଘରେ ଘରେ ପରିଚିତ । ତେବେ ଖାସ କରି ଶୀତ ଋତୁରେ ଗାଜର ଖାଇବାକୁ ଡାକ୍ତର ଓ ସ୍ୱାସ୍ଥବିଦ୍ ମାନେ  ମଧ୍ୟ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ଗାଜର ଖାଉ ନାହନ୍ତି ତେବେ ଏବେ ଠାରୁ ନିଜ ଡାଏଟରେ ଗାଜର ସାମିଲ କର ନିଅନ୍ତୁ ।  ଆପଣ ଜାଣିଛନ୍ତି କି ଗାଜର ଖାଇବା ଦ୍ୱାରା କଣ ଉପକାରିତା ହେଇଥାଏ ?  ନିୟମିତ ରୂପେ କଞ୍ଚା ଗାଜର କିମ୍ବା ଜୁସ କରି ପିଏଇଲେ ଆମ ଶରୀର ପାଁଇ ଏହା ବହୁତ ଉପକାରୀ ହେଇଥାଏ ଓ ଗଜରାରେ ପ୍ରଚୁର ପରିମାଣରେ ଔଷଧ୍ୟ ଗୁଣ ରହିଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

  1. ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତ ନିୟମିତ ସକାଳୁ ଖାଲି ପେଟରେ ଗାଜର ଜୁସ କରି ସେଥିରେ କିଛି କଳା ଲୁଣ ଓ ପାଳଙ୍ଗ ରସ ମିଶାଇ ପିଅନ୍ତୁ । ଦେଖିବେ ଥକାପଣ ଜନିତ ସମସ୍ୟା ରୁ ଉପଶମ ମିଳିବ ।
  2. ଶୀତ ସମୟରେ ଗାଜର ଜୁସ ପେଇବାଦ୍ୱାରା ଆପଣ ଙ୍କ ଶରୀର ଗରମ ରୁହେ ଏବଂ ଯଦି ଏହି ଋତୁରେ ଆପଣ ଥଣ୍ଡା ଜର ଅନୁଭବ କରୁଛନ୍ତି ତ ଗାଜର ଜୁସ କରି ସେଥିରେ ଅଳ୍ପ କଲା ଲୁଣ ପକାଇ ପିଅନ୍ତୁ । ଏପରି କରିବା ଦ୍ୱାରା ଥଣ୍ଡା ଜର କିମ୍ବା ଥଣ୍ଡା ଜନିତ ସମସ୍ୟା ଦୂର ହେଇଯିବ ।
  3. ପେଟ ପାଁଇ ମଧ୍ୟ ଗାଜର ବହୁତ ଉପକାରୀ, ଯଦି ଆପଣ ଙ୍କ ପେଟ ଜନିତ କିଛି ସମସ୍ୟା ରୁହେ ତ ନିୟମିତ ଗାଜର ଜୁସ କରି ସେଥିରେ କିଛି ଲେମ୍ବୁ ଓ ପାଳଙ୍ଗ ଶାଗର ରସ ମିଶାଇ ପିଅନ୍ତୁ ଦେଖିବେ ଶୀଘ୍ର ଆରମ ମିଳିବ ।
  4. ଗାଜର ରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଭିଟାମିନ ଏ, ବି, ସି ରହିଥାଏ ଏବଂ ହୃଦଘାତ ଜନିତ ସମସ୍ୟା ରୁ ମଧ୍ୟ ଦୂର କରେ ।
  5. ଆଧାର : କନକ ନ୍ୟୁଜ

Last Modified : 7/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate