অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନର ସମସ୍ୟା

ଖରାଦିନେ ମହିଳାଙ୍କ ସନ୍ ପଏଜନିଂ

ସନପଏଜନିଂ କହିଲେ ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତିକରଣ ହୋଇନଥାଏ, ସୂର୍ଯ୍ୟକିରଣ ଦ୍ଵାରା ଆମ ଚର୍ମରେ ହେଉଥିବା ଅତ୍ୟଧିକ କ୍ଷତି ( ସନ୍ ବର୍ଣ୍ଣ) କୁ  ସନ୍ ପଏଜନିଂ କୁହାଯାଇଥାଏ ।

ଅଲ୍ଟ୍ରାଭାୟୋଲେଟ ରେଡିଏସନ୍ ଯୋଗୁଁ ଏହି ସନ୍ ପଏଜନିଂ ହୋଇଥାଏ ଯାହାଦ୍ୱାରା ଆମର ଚର୍ମ ଭୀକ୍ଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।

ସନ୍ ପଏଜନିଂର ଲକ୍ଷଣ

ଖରା ଦିନେ ଅତିବେଶୀରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ବୁର୍ଣ୍ଣ ହୋଇବା ସମ୍ଭାବନା ରହିଥାଏ କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣାପଡିଯାଉଥିବା ବେଳେ ଆଉ କେତେକ ସ୍ଥଳେ ଏହା ଡେରିରେ ଜଣାପଡିଥାଏ ।

ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ ତେବେ ଅଧିକ ସମୟ ଖରାରେ ରହିବା ଦ୍ଵାରା ସନବର୍ଣ୍ଣର ଶିକାର ହୋଇପାରନ୍ତି ।

ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ନିମ୍ନଲିଖିତ ଲକ୍ଷଣ ମାନ ପ୍ରକାଶ ପାଇଥାଏ । ଚର୍ମ ନାଲି ପଡିଯିବା ଏବଂ ଚର୍ମ ଜ୍ଵଳନ ହେବା । ଯନ୍ତ୍ରଣା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା । ଚର୍ମ ଫୁଲିଯିବା । ଜ୍ଵର ଏବଂ ଥଣ୍ଡା ହେବ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ ।

କିପରି କରିବେ ଚିକିତ୍ସା

ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ନିମ୍ନଲିଖିତ ଭାବରେ ଉପଚାର କରାଯାଇପାରେ ।

ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ । ଥଣ୍ଡା ପାଣିରେ ଗାଧାନ୍ତୁ ।

ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଆନ୍ତୁ । ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ।

ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବୁର୍ଣ୍ଣ ହୋଇଛି ତାହାକୁ ସମ୍ପୁର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ ।

ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

ସନ ପଏଜନିଂ ହେବା ଦ୍ଵାରା ଚର୍ମ କଟୁ ହେବା ସହିତ ଏହା ଶରୀରର ବ୍ୟାପକ ଅଞ୍ଚଳରେ ବ୍ୟାପିଯାଇଥାଏ ଏବଂ ଯନ୍ତ୍ରଣା ଦେଇଥାଏ, ଏହା ବ୍ୟତୀତ ମୁହଁ ଫୁଲିଯିବା, ଜ୍ଵର ଏବଂ ଥଣ୍ଡା ହେବା, ପେଟ ଯନ୍ତ୍ରଣା ହେବା, ମୁଣ୍ଡ, ଶରୀର ନିସ୍ତେଜ ହେବ । ଏବଂ ଶରୀର ଶୁଷ୍କତା ଆଦି ଦେଖାଦେଇଥାଏ ।

କିପରି ପ୍ରତିହତ କରିବେ?

ଖରାରେ ବାହାରକୁ ଯିବା ପୂର୍ବରୁ ଏକ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।

ଆପଣସନସ୍କ୍ରିନ୍ ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ । ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ । ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି ।

ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ପାଣି, ବରଫ ଏବଂ ବାଲି ସୂର୍ଯ୍ୟଙ୍କର କ୍ଷତିକାରକ ରଶ୍ମୀର ପ୍ରଭାବକୁ ବଢାଇ ଦେଇଥାଏ । ବାହାରକୁ ଯିବା ସମୟରେ ସନବୁର୍ଣ୍ଣ କିମ୍ବା ସନ ପଏଜନିଂରୁ ରକ୍ଷା ପାଇବା ପାଇଁ ସନ୍ ଗ୍ଲାସ, ଟୋପି ଏବଂ ଉପଯୁକ୍ତା ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ ।

ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର ହୋଇଥାଏ ତେବେ ପୂର୍ବରୁ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରନ୍ତୁ । କାରଣ କେତେକ ଔଷଧ ରହିଛି ଯାହା ଚର୍ମର ସ୍ପର୍ଶକାତରତାକୁ ବଢାଇ ଦେଇଥାଏ । ଏହି ଔଷଧ ଗୁଡିକ ମଧ୍ୟରେ ଆଣ୍ଟିବୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ, ଡ୍ୟୁରେଟିକ୍, ହାର୍ଟ ଡ୍ରଗ୍ସ, ବାର୍ଥ କଣ୍ଟ୍ରୋଲ ପିଲ ଆଦି ଔଷଧ ଚର୍ମକୁ ସ୍ପର୍ଶକାତର କରିଥାଏ ।

ଖରାଦିନେ ମହିଳାଙ୍କ କର୍ମବ୍ୟସ୍ତତା ପାଇଁ ପ୍ରାୟତଃ ସେମାନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ହେଲା କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣ ବିଶେଷକରି ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଖରାଦିନଟି ସତର୍କତାର ସମୟ । ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ । ଅତ୍ୟଧିକ ଖରାକୁ ସେପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଯାଆନ୍ତୁ ନାହିଁ । ପ୍ରତ୍ୟୁଷରୁ ଉଠିବା ଖୁବ୍ ଭଲ ଅଭ୍ୟାସ । କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ନିଶାଦ୍ରବ୍ୟ ସେବନ ସର୍ବାଦୌ ବର୍ଜନୀୟ । ତୁଟୁକା ତୁଟୁକି କିମ୍ବା ଚେରମୂଳୀ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ମୁହଁରେ ଲଗାନ୍ତୁନାହିଁ । ଶରୀରର ବିଶେଷ କରି ତ୍ଵଚା କୁଣ୍ଡାଇ ହେଲେ ରଗଡା ରଗଡି କରନ୍ତୁ ନାହିଁ ବା କୁଣ୍ଡାନ୍ତୁ ନାହିଁ ।  ସ୍ୱାସ୍ଥ୍ୟ ଅନୁକୂଳ ପାଉଡର ବ୍ୟବହାର କରନ୍ତୁ । ତୀବ୍ରଗନ୍ଧଯୁକ୍ତ ଅତର ବ୍ୟବହାର କରନ୍ତୁ ନାହିଁ । ଖୋଲା ସ୍ଥାନରେ ରାତିରେ ଶୋଇବା ଅଭ୍ୟାସ ଚର୍ମଗତ କାରଣ ପାଇଁ ଭଲ ନୁହେଁ । ସନବୁର୍ଣ୍ଣ ବା ପଏଜନିଂ ସମସ୍ୟା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଜ୍ଞ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ସଂଗୃହିତ - ଡାକ୍ତର ବିନୋଦିନୀ ବେହେରା

Last Modified : 11/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate