ବଦହଜମି ଏକ ସାଧାରଣ ସମସ୍ୟା । ପୃଥିବୀର ଶତକଡ଼ା କୋଡ଼ିଏ ଭାଗ ଲୋକ ସବୁ ସମୟରେ ଏହି ରୋଗରେ ପୀଡ଼ିତ ଥାଆନ୍ତି । ଏହି ରୋଗରେ ଉପର ପେଟରେ ଯନ୍ତ୍ରଣା ହୁଏ । ଏହା ଏକମାସରୁ ଊର୍ଦ୍ଧ୍ଵ ଲାଗି ରହିଲେ, ବଦହଜମି ପାଇଁ ପରୀକ୍ଷା କରାଇନେବା ଉଚିତ । ଯନ୍ତ୍ରଣା ସହିତ ଛାତି ପେଡ଼ିବା, ପେଟଫୁଲିବା, ଆମ୍ବିଳା ହାକୁଟି ମାରିବା ଭଳି ମଧ୍ୟ ଲକ୍ଷଣ ପ୍ରକାଶ ପାଇପାରେ । ଏଭଳି ହେଲେ ସାଧାରଣତଃ ପାକସ୍ଥଳୀ। ଏଣେଣ୍ଡାସ୍କୋପି ପରୀକ୍ଷା କରି ଖାଦ୍ୟନଳୀ, ପାକସ୍ଥଳୀ ଓ ଗ୍ରହଣୀରେ ଘା’, କ୍ୟାନସର ପ୍ରଭୃତି ହୋଇଛି କି ନାହିଁ ବୋଲି ଦେଖିନେବା ଭଲ । ସେହି ସମୟରେ ପାକସ୍ଥଳୀ କାନ୍ଥକୁ ଧୋଇ ସେହି ପାଣିରେ ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ ଅଛି କି ନାହିଁ ମଧ୍ୟ ପରୀକ୍ଷା କରାଯାଏ । ଏହି ଜୀବାଣୁ ଆବିଷ୍କାର କରି ଅଷ୍ଟ୍ରେଲିଆର ଦୁଇଜଣ । ବୈଜ୍ଞାନିକ ଡା, ବାରି ମାର୍ସାଲ ଏବଂ ଡା. ରବିନ ୱାରେନ୍ ୧୯୦୫ ମସିହାରେ ମେଡିସିନ୍ରେ ନୋବେଲ ପୁରସ୍କାର ପାଇଥିଲେ ।
ଆଗରୁ କୁହାଯାଉଥିଲା । ପାକସ୍ଥଳୀର ଘା (ପେୟିକ ଅଲସର) । ‘ହରି ଓରି କରି ଯୋଗୁଁ ହୋଇଥାଏ । ଏହାର ଅର୍ଥବ୍ୟସ୍ତବହୁଳ ଜୀବନରେ ଖାଇବା । ପିଇବା ଠିକ୍ ନହେଲେ ଅଧିକ ଚିନ୍ତାଗ୍ରସ୍ତ ହୋଇ କନ୍ଦାକଟା କରି ଅବସାଦରେ ରହିଲେ କିମ୍ବା ବେଶୀ ମସଲା ତରକାରି ଖାଇଲେ ' ପାକସ୍ଥଳୀରେ ଘା ଓ ବଦହଜମି ହୁଏ । ଏବେ କିନ୍ତୁ ଏହି ଜୀବାଣୁ ଏଚ୍. ପାଇଲୋରି ଏହାର ନିର୍ଦ୍ଦିଷ୍ଟ କାରଣ ବୋଲି କୁହାଯାଉଛି ଏବଂ ସ୍ଵତନ୍ତ୍ର ଆଣ୍ଟିବାୟୋଟିକ୍ ଚିକିତ୍ସା ଦ୍ଵାରା ଏହା ଭଲ ହେଉଛି । ଫଳରେ ପାକସ୍ଥଳୀର ଘା' ଆଉ ଅପରେସନ୍ ହେବା ଆବଶ୍ୟକ ହେଉନାହିଁ ।
୨୦୧୭ ମସିହା ମାଇଁ ମାସରେ ବଦହଜମି ରୋଗ ଚିକିତ୍ସା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାର ପେଟରୋଗ ବିଶେଷଜ୍ଞ ଦଳ ମିଳିତ ଭାବେ ଏକ ଚିକିତ୍ସା ସାରଣୀ ପ୍ରସ୍ତୁତ କରିଛନ୍ତି । ଏହା ଆମେରିକାନ୍ ଜର୍ଣ୍ଣାଲ ଅଫ ଗାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା –
ଷାଠିଏ ବର୍ଷରୁ ଊର୍ଦ୍ଧ୍ଵ ସବୁ ବଦହଜମି ରୋଗୀ ପେଟର ଏଣ୍ଡୋସ୍କୋପି କରି ପାକସ୍ଥଳୀରେ କନ୍ୟାନସର ଅଛିକି ନାହିଁ ଦେଖିନେବା ଦରକାର ।
ପାକସ୍ଥଳୀ ଭିତରେ ରୋଗ ନଥିବା ବଦହଜମିକୁ ଫଙ୍କସନାଲ ଡିସପେପସିଆରୀ କୁହାଯାଏ । ସେଥିପାଇଁ ମନ ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ । ଏଥିରେ ନିରୋଳା ଆତ୍ମଚିନ୍ତନ ଉପକାର ଦେଇଥାଏ । ବେଳେବେଳେ ଅନ୍ତନଳୀର କାର୍ଯ୍ୟରେ ବାଧା (ଗାଷ୍ଟ୍ରେପରେ ସିସ୍) ଜଟିଳ ଡାଇବେଟିସ୍ ରୋଗ ଯୋଗୁଁ ହୋଇଥାଏ । ସେସବୁ କ୍ଷେତ୍ରରେ ଡାଇବେଟିସର ସଘନ ଚିକିତ୍ସା କରିବା ଆବଶ୍ୟକ ।
ତୁଟୁକା ଚିକିତ୍ସାରେ ଅଦା, ଶୁଣ୍ଠି ଲେପୁରସ, ଲବଙ୍ଗ, ପାନମହୁରି ମଧ୍ୟ ଏକକ ଭାବରେ ବଦହଜମି ପାଇଁ ବ୍ୟବହାର କରାଯାଏ । ଜୀବନଶୈଳୀରେ ପରିବର୍ତ୍ତନ, ସିଗାରେଟ, ବିଡ଼ି, ପାନ, ଗୁଣ୍ଡି, ଗୁଡ଼ାଖୁ ଗୁଟଖା, ମଦପାନରୁ ବିରତି ଏହି ରୋଗରୁ ସୁରକ୍ଷା ଦେଇଥାଏ ।
ଆଧାର : ଡାକ୍ତର ନିରଞ୍ଜନ ତ୍ରିପାଠୀ ଜୀବନ ବିକାଶ, ନିମସାହି, କଟକ
Last Modified : 3/17/2020