অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଭିଡ଼ – 19 ଡାକ୍ତର, ମେଡିକାଲ କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ସୁରକ୍ଷା

କର୍ତ୍ତବ୍ୟ ସଂପାଦନ ବେଳେ କରୋନା ସଂକ୍ରମଣରେ ଏଭଳି କୌଣସି ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ଘଟିଲେ ତାଙ୍କ ଶେଷ କୃତ୍ୟ ସଂପାଦନରେ ବାଧା ପ୍ରଦାନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ କର୍ମୀଙ୍କକୁ ସୁରକ୍ଷା

କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଓ ଅନ୍ୟ ସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା  ବ୍ୟବସ୍ଥାକୁ ଦୃଢ ତଥାସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ  ଶାହଙ୍କ  ନିର୍ଦ୍ଦେଶ କ୍ରମେ  ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟ  ସବୁ ରାଜ୍ୟ  ସରକାର  ମାନଙ୍କୁ  ପୁଣି  ଥରେ  ନିର୍ଦ୍ଦେଶ  ଦେଇଛନ୍ତି ।

ଏସବୁ ପେସାଦାର ବ୍ୟକ୍ତି ବିଶେଷଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଓ ଆକ୍ରମଣ ହେଉଥିବାରୁ ସେମାନଙ୍କୁ  ସଂପୂର୍ଣ୍ଣ ସୁରକ୍ଷିତ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ  ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି ।ଆହୁରି ମଧ୍ୟ କର୍ତ୍ତବ୍ୟ  ସଂପାଦନ   ସମୟରେ ଏହି ଚିକିତ୍ସକ ଓ ପେସାଦାର ବ୍ୟକ୍ତି ବିଶେଷଙ୍କ  ମଧ୍ୟରୁ  କେହି ଯଦି ସଂକ୍ରମିତ ହୋଇ ପ୍ରାଣ ହରାନ୍ତି  ତେବେ ସେମାନଙ୍କ ଶେଷକୃତ୍ୟ କେହି ରୋକି ପାରିବେ ନାହିଁ । ଯିଏ ଏହାକୁ  ବିରୋଧ କରିବ ତା ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା ପୂର୍ବରୁ 24 ମାର୍ଚ୍ଚ,  4 ଓ 11  ଏପ୍ରିଲରେ ମାର୍ଗଦର୍ଶିକା ରାଜ୍ୟ ମାନଙ୍କ  ପାଇଁ  ଜାରି ହୋଇଥିଲା ।

ଏହା ସତ୍ୱେ କେତେକ ସ୍ଥାନରେ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଘଟିଛି । ଏଭଳି  ଘଟଣା ଏହି ସମୟରେ ସବୁ ଚିକିତ୍ସକ, ଚିକିତ୍ସା କର୍ମଚାରୀ  ଓ  ଆଗଧାଡିର କର୍ମୀଙ୍କ ମଧ୍ୟରେ  ଏକ ଅସୁରକ୍ଷାର ଭାବନା ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ  ରାଜ୍ୟ  ସରକାର ମାନେ  ସେମାନଙ୍କ  ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ  କରିବା ଆବଶ୍ୟକ ବୋଲି ନୂଆ ମାର୍ଗ ଦର୍ଶିକାରେ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅନୁସାରେ ସବୁ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ସରକାର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚିକିତ୍ସକ,  ଚିକିତ୍ସା କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ବା ନିୟମ ମାନୁନଥିବା  ବ୍ୟକ୍ତି  ବିଶେଷଙ୍କ ବିରୋଧରେ କଠୋର ପଦକ୍ଷେପ  ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ।

ଆହୁରି ମଧ୍ୟ ସ୍ୱାସ୍ଥ୍ୟ ସେବାର ଚିକିତ୍ସକ ଓ କର୍ମଚାରୀଙ୍କ ନିରାପତ୍ତା ଆଦି କଥା ବୁଝି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ନୋଡାଲ ଅଫିସର ତୁରନ୍ତ ନିଯୁକ୍ତି  କରି  24 ଘଣ୍ଟିଆ ସୁରକ୍ଷା ସେବା ଯୋଗାଇ ଦେବାକୁ  ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନୋଡାଲ ଅଫିସର ନିଯୁକ୍ତି, ତାଙ୍କର ଠିକଣା, ଡାକ୍ତରଙ୍କ ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଆଦି ସଂପର୍କରେ  ଯଥେଷ୍ଟ ପ୍ରଚାର ଓ ପ୍ରସାର ଦିଗରେ କାମ କରିବାକୁ ରାଜ୍ୟ ମାନଙ୍କୁ  ମଧ୍ୟ ପରାମର୍ଶ ଦିଆଯାଇଛି ।

ଆଧାର - ପିଆଇବିଭାରତ ସରକାର

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate