অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଏବଂ ଜୀବନରେଖା ଉଡାଣ ବିମାନ ମାର୍ଗଦର୍ଶିକା

କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକଙ୍କ ନିମନ୍ତେ ମାର୍ଗଦର୍ଶିକା

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବୟସ୍କ ଭେଷଜ ବିଭାଗ ପକ୍ଷରୁ କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ଦେଖାରଖା କରୁଥିବା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ କହିଛନ୍ତି ଯେ, 60 ବର୍ଷରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକମାନେ କୋଭିଡ-19 ସଂକ୍ରମଣରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସହ ମାର୍ଗଦର୍ଶୀକାର ପ୍ରଚାର ପ୍ରସାର କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ।

ମାର୍ଗଦର୍ଶିକାର ସବିଶେଷ ବିବରଣୀ ଲାଗି ନିମ୍ନ ପ୍ରଦତ୍ତ ଲିଙ୍କରେ ଯାଆନ୍ତୁ ।

For the details of the Advisory, Please Click here

ଜୀବନରେଖା ଉଡାଣ ବିମାନ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଲା 541 ଟନରୁ ଊର୍ଦ୍ଧ୍ଵ ଔଷଧ

କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଜୀବନରେଖା ଉଡାନ କାର୍ଯ୍ୟରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଔଷଧପତ୍ର ପହଞ୍ଚାଯାଉଛି । ଏହି କାର୍ଯ୍ୟକ୍ରମ ଅନଧିନରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥା 316ଟି ଉଡାଣ କରିଛନ୍ତି । କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 196ଟି ଉଡାଣ କରାଯାଇଛି । ଏପର୍ଯ୍ୟନ୍ତ 541.33 ଟନ ଔଷଧପତ୍ର ପହଞ୍ଚାଯାଇଥିବାବେଳେ 3,14,965 କିଲୋମିଟର ଦୂର ରାସ୍ତା ଯାତ୍ରା କରାଯାଇଛି ।

ଜମ୍ମୁ-କଶ୍ମୀର, ଲଦାଖ, କେତେକ ଦୀପାଞ୍ଚଳ ଓ ଉତ୍ତରପୂର୍ବାଞ୍ଚଳରେ ରୋଗୀ ଓ ଔଷଧପତ୍ର ନେବା ପାଇଁ ପବନ ହଂସ ହେଲିକପ୍ଟରର ମଧ୍ୟ ସହାୟତା ନିଆଯାଇଛି । 20 ତାରିଖ ପର୍ଯ୍ୟନ୍ତ ପବନ ହଂସ 1.90 ଟନ ମାଲ ପରିବହନ କରିଥିବା ବେଳେ 6,537 କିଲୋମିଟର ଯାତ୍ରା ଅତିକ୍ରମ କରିଛି ।

କ୍ଲିକ ୱେବସାଇଟରେ ଜୀବନରେଖା ଉଡାଣ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ । ରାଜ୍ୟସରକାର, ଡିଜିସିଏ, ଏଏଆଇ, ଏଏଆଇସିଏଲଏଏସ, ଏଆଇଏଏସଏଲ, ପିପିପି ଏୟାରପୋର୍ଟ, ପ୍ରାଇଭେଟ କେରିଅର ଓ ଗ୍ରାଉଣ୍ଡ ହେଣ୍ଡଲିଙ୍ଗ ସଂସ୍ଥା ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ ମିଳିଛି ।

ଆଧାର - ପିଆଇବିଭାରତ ସରକାର

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate