অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍କଟ ରୋଗୀ ମାନେ ନିଜ ଅଞ୍ଚଳରେ ଚିକିତ୍ସିତ ହେବେ ପାଇଁ ଯୋଜନା

କର୍କଟ ରୋଗୀ ମାନେ ନିଜ ଅଞ୍ଚଳରେ ଚିକିତ୍ସିତ ହେବେ ପାଇଁ ଯୋଜନା

ଉପକ୍ରମ

ଏଣିକି ରାଜ୍ୟରେ ଥିବା କର୍କଟ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ ମୁମ୍ବାଇ ଯିବାକୁ ପଡିବ ନାହିଁ। ରାଜ୍ୟର କର୍କଟ ରୋଗୀ ମାନେ ନିଜ ନିଜ ଅଞ୍ଚଳରେ କର୍କଟ ରୋଗର ଚିକିତ୍ସା ସୁବିଧା ପାଇପାରିବେ।ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା ଡାକ୍ତରଖାନା ମାନଙ୍କରେ କ୍ୟାନ୍ସର ଚିକିତ୍ସା ସୁବିଧା କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି।

ଯୋଜନାର ପ୍ରଥମ ପର୍ଯ୍ୟାୟ

ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭ ଟି ଜିଳ୍ଲାରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ। ପରେ ଅନ୍ୟ ଜିଲ୍ଲା ଗୁଡିକୁ ସଂପ୍ରସାର ଣ କରାଯିବ। ପିପିପି ମୋଡ୍ ରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କ୍ୟାନ୍ସରରେ ପିଡୀତ ରୋଗୀ ମାନେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ଦିନ ମନ୍ତ୍ରୀ ଶ୍ରୀ ନାୟକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନିଉକ୍ଲିୟର ଏସିଡ୍ ଟେଷ୍ଟିଙ୍ଗ (ନାଟ୍ )ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷାର ଉଦ୍ ଘାଟନ କରିଥିଲେ। ରକ୍ତ ଅନ୍ତର୍ଭରଣ ଜନିତ ବିଭିନ୍ନ ମାରାତ୍ମକ ରୋଗର ନିରାକରଣ ପାଇଁ ଏହି ପଦ୍ଧତି ଅତ୍ୟନ୍ତ ଉପେଯାଗୀ ହୋଇଥିବାରୁ ଏହା ଦ୍ୱାରା ରାଜ୍ୟର ରକ୍ତ ଗ୍ରହୀତା ରୋଗୀମାନେ ସମ୍ପୂର୍ଣ୍ଣ ନିରାପଦ ରକ୍ତ ପାଇପାରିବେ।

ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇ  ଆଉ ଏକ ଅତ୍ୟାଧୁନିକ ନୂତନ ବ୍ୟବସ୍ଥା ସାମିଲ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିିଲେ। ଗତ ମଙ୍ଗଳବାର ଦିନ ବୁର୍ଲା ଭିମ୍ ସାର ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ବେଳେ ଆଜି କ୍ୟାପିଟାଲ ହସପିଟାଲ ସଂଯୁକ୍ତ ରକ୍ତଭଣ୍ଡାରରେ ଆରମ୍ଭ ହେଲା। କଟକ ଏସ୍ .ସି.ବି ମେଡିକାଲ କଲେଜ ଓ ହସପିଟାଲ ଏବଂ ବ୍ରହ୍ମପୁର ଏମ୍ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସରକାରୀ-ବେସରକାରୀ ସହଭାଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

ଏହି ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା , ସାଂସଦ ପ୍ରସନ୍ନ ପାଟଶାଣୀ , ବିଧାୟକ ପ୍ରିୟଦର୍ଶୀ ମିଶ୍ର , ବିଧାୟକ ବିଜୟକୁମାର ମହାନ୍ତି , ମେୟର ଅନନ୍ତ ନାରାୟଣ ଜେନା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଖୋର୍ଦ୍ଧା ଜିଲ୍ଲାପାଳ ନିରଂଜନ ସାହୁ , ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ସୁରଜିତ ଦାଶ , କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାଃ ବିଶ୍ୱଭୁଷଣ ପଟ୍ଟନାୟକ , ନିର୍ଦ୍ଦେଶକ ରାଜ୍ୟ ରକ୍ତସଂଚାଳନ ପରିଷଦ ଡାଃ ଜ୍ଞାନବ୍ରତ ମହାନ୍ତି , କ୍ୟାପିଟାଲ ହସପିଟାଲ ଅଧୀକ୍ଷକ ଡାଃ ବିନୋଦ ମିଶ୍ର ଏବଂ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡାଃ ଦେବାଶିଷ୍ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଆଧାର :ଓଡ଼ିଆ ପୁଅ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate