অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନ୍ୟୁଟ୍ରିସନ୍ ମିଶନ

ଉପକ୍ରମ

କୌଣସି ଦେଶର ବିକାଶର ମାନଦଣ୍ଡ ଭାବେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପରିମାପକ । ପୁଣି ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର । ଏହି ମୃତ୍ୟୁ ସଂଖ୍ୟା ଯେତେ କମ୍, ସେ ଦେଶ ସେତେ ବିକାଶଶୀଳ ବୋଲି ସାଧାରଣ ଭାବେ ବୁଝିବାକୁ ପଡିବ । ସୁସ୍ଥ ମା ଓ ସୁସ୍ଥ ଶିଶୁ ହିଁ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ ।

ଓଡିଶାର ସ୍ଥିତି

ଓଡିଶାରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ଲାଗି ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ସଫଳତା ମଧ୍ୟ ମିଳିଛି । ତେବେ ଏହା ଜାତୀୟ ହାର ସହ ସମାନ ହୋଇ ପାରିନାହିଁ | ତେଣୁ ଏହାକୁ ସଂପୂର୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟରେ ଷ୍ଟେଟ୍ ନ୍ୟୁଟ୍ରିସନ୍ ମିଶନ(ରାଜ୍ୟ ପୌଷ୍ଟିକତା ମିଶନ) ଗଠନ କରାଯିବ । ୟୁନିସେଫ୍ ଏଥିରେ ସବୁ ପ୍ରକାର ସହଯୋଗ ଯୋଗାଇଦେବ ।

ସରକାରୀ ଯୋଜନା

ରାଜ୍ୟ ସରକାର ଓ ୟୁନିସେଫ୍ ସହଯୋଗିତାରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବହୁତ ଫଳପ୍ରଦ ହୋଇଥିବାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହାକୁ ବଜାୟ ରଖିବା ପାଇଁ ନିଷ୍ପତି ହୋଇଛି ।

ଏଥିପାଇଁ କାର୍ଯ୍ୟ ଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଓଡିଶାରେ ଜୀବନଧାରାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଓ ୟୁନିସେଫର ମିଳିତ ଉଦ୍ୟମ ଆରମ୍ଭ ହୋଇଛି ।

ଗତ ବର୍ଷ ବିଭିନ୍ନ କ୍ଷେତ୍ରରେ ଏହି ସହଯୋଗିତା ଉତ୍ସାହଜନକ ଭାବେ ସଫଳ ରୂପାୟନ ହୋଇପାରିଛି । ଆଗାମୀ ଦିନରେ ମଧ୍ୟ ଏହା ଆହୁରି ସଫଳ ହେବ ।

 

UNICEFର କାର୍ଯ୍ୟ

୨୦୧୫-୧୬ ଆର୍ଥିକ ବର୍ଷରେ ୟୁନିସେଫ୍ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨୨ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା  ୨୦୧୬-୧୭ ବର୍ଷ ପାଇଁ ମଧ୍ୟ ସମପରିମାଣର ଅର୍ଥ ଖର୍ଚ୍ଚ କରାଯିବ । ଏହି ବର୍ଷ ରାଜ୍ୟ ସରକାର ଓ ୟୁନିସେଫ୍ ।

ସହଭାଗିତାରେ ପାନୀୟ ଜଳ, ପରିମଳ, ବିଦ୍ୟାଳୟରେ ହାତଧୁଆ, ଖୋଲାରେ ମଳତ୍ୟାଗ ବର୍ଜନ, ମା ଓ ଶିଶୁ ପୌଷ୍ଟିକତା, ନବଜାତକଙ୍କ ଜନ୍ମ, ଟିକାକରଣ, ଶିଶୁ ସରୁକ୍ଷା, ପ୍ରଜନନ, ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ, ଦକ୍ଷତା ଅଭିବୃଦ୍ଧି, ସେବା ସଂପ୍ରସାରଣ, ସଚେତନତା ଅଭିବୃଦ୍ଧି, ସୂଚନା ସଂପ୍ରସାରଣ ସହ ଜନ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ କରାଯିବ । ସେହିପରି ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ମହିଳା-ପୁରୁଷ ଅନୁପାତରେ ଉନ୍ନତି ଆଣିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଶେଷକଥା

ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।  ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କେହି ଯେମିତି ଅପପୁଷ୍ଟିର ଶିକାର ନ ହେବେ ସେଥିପାଇଁ ରାଜ୍ୟରେ ଏକ ନ୍ୟୁଟ୍ରିସନ୍ ମିଶନ ପ୍ରତିଷ୍ଠା ପାଇଁ ସରକାର ବିଚାର କରୁଛନ୍ତି ।  ସେହିପରି ମହିଳା-ପୁରୁଷ ଅନୁପାତ ସମାନ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି  ।

ଆଧାର - ଅଖଣ୍ଡ,ଜର୍ନାଲିଷ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate