অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖାଦ୍ୟ ଓ ପୋଷଣ

ଖାଦ୍ୟର କାର୍ଯ୍ୟ

ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ ।

ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା –

ଶକ୍ତି ଯୋଗାଇବା

ଶରୀର ବିଭିନ୍ନ କାର୍ଯ୍ୟ ଯଥା ଚାଲିବା, ବୁଲିବା, ଘରକାର୍ଯ୍ୟ କରିବା ପ୍ରଭୃତି ବାହ୍ୟ କାର୍ଯ୍ୟ ଏବଂ ଶ୍ଵାସକ୍ରିୟା ସଂଚାଳନ ପ୍ରକ୍ରିୟା, ଏଭଳି ଅନେକ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଶକ୍ତିର ଆବଶ୍ୟକତା ରହିଛି । କେତେକ ଖାଦ୍ୟ ମାଧ୍ୟମରେ ଶରୀର ଏହି ଆବଶ୍ୟକୀୟ ଶକ୍ତିର ଭରଣା କରିଥାଏ । ସେହି ଖାଦ୍ୟ ଗୁଡିକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଶ୍ଵେତସାର ଏବଂ ଚର୍ବିଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି ମିଳିଥାଏ ।

ଶରୀର ଗଠନରେ ସାହାଯ୍ୟ କରିବା

ଶରୀର ଗଠନ ସାଧାରଣତଃ ଦୁଇଟି ପ୍ରକ୍ରିୟାକୁ ବୁଝାଇଥାଏ । ପ୍ରଥମଟି ହେଲା ଶରୀର ବୃଦ୍ଧି ହେବା ଏବଂ ଦ୍ଵିତୀୟଟି ହେଲା ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟିହେବା । ଆମ ଶରୀରରେ ଥିବା ଅସଂଖ୍ୟ ଜୀବକୋଷର ସୃଷ୍ଟି ଏବଂ ବିଲୟ ଚାଲିଛି । ଯେଉଁ ଜୀବକୋଷ ଗୁଡିକୁ ନେଇ ଆମର ସମ୍ପୂର୍ଣ୍ଣ ଶରୀର ଗଠନ ହୋଇଛି ଏବଂ ସମୟାନୁକ୍ରମେ ସେହି ଜୀବକୋଷ ଗୁଡିକରୁ କେତେକ ମରିଯାଆନ୍ତି/ ନଷ୍ଟ ହୋଇଯାଆନ୍ତି/ନଷ୍ଟ ହୋଇଯାଉଥିବା / ମରିଯାଇଥିବା ଜୀବକୋଷ ଗୁଡିକ ସ୍ଥାନରେ ନୂଆ ଜୀବକୋଷ ଗୁଡିକର ସୃଷ୍ଟି ହୋଇଥାଏ । ଯଦ୍ୱାରା ଶରୀରର କ୍ଷୟଭରଣା ହୁଏ ଏବଂ ଏହାର ବିକାଶ ହୁଏ ।

ସଂକ୍ରମଣରୁ ରକ୍ଷା କରିବା

ଶରୀରର ଉପଯୁକ୍ତ ପରିଚାଳନା ପାଇଁ ଏହାକୁ ସଂକ୍ରମଣରୁ ରକ୍ଷା କରିବା ଦରକାର । ପ୍ରତି ମୁହୁର୍ତ୍ତ୍ଵରେ ଶରୀରକୁ ବାହ୍ୟ ସଂକ୍ରମଣର ଆଶଙ୍କା ରହିଛି । ଶରୀରରେ ଥିବା ପ୍ରତିରୋଧକ କ୍ଷମତା ଏହି ସଂକ୍ରମଣରୁ ରକ୍ଷା କରିଥାଏ ଫଳରେ ଶରୀର ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ । ଯଦି ଜଣଙ୍କ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଦିଏ ତେବେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟତା ହୁଏ । ଉପଯୁକ୍ତ ଖାଦ୍ୟସାର ପାଉନଥିବା ବ୍ୟକ୍ତିର ଅସୁସ୍ଥତା ଦୂର ହେବାପାଇଁ ବହୁତ ସମୟ ଲାଗିଥାଏ ।

ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା

ଖାଦ୍ୟରୁ ମିଳୁଥିବା ବିଭିନ୍ନ ଉପାଦାନ ଶରୀରର ବିଭିନ୍ନ ପ୍ରକ୍ରିୟାରେ ସହାୟକ ହୁଏ । ଉଦାହରଣ ସ୍ୱରୂପ: ଉତ୍ତାପ ରକ୍ଷା, ହୃଦସ୍ପନ୍ଦନ, ସଞ୍ଚାଳନ ଏବଂ ଅନେକ ରାସାୟନିକ ପ୍ରକ୍ରିୟା ଇତ୍ୟାଦି ଖାଦ୍ୟରୁ ମିଳୁଥିବା ପୋଷଣ ଯୋଗୁଁ ସମ୍ଭବ ହୋଇଥାଏ । ସାମୁଦାୟିକ ଭାବେ ଶରୀର ଖାଦ୍ୟ ଉପରେ ନିର୍ଭରଶୀଳ ।

ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି ।

ଶକ୍ତି ପ୍ରଦାନକାରୀ ଖାଦ୍ୟ

ଶରୀର ଗଠନକାରୀ ଖାଦ୍ୟ

ଶରୀର ସୁରକ୍ଷାକାରୀ ଖାଦ୍ୟ

  • ଶସ୍ୟ ଜାତୀୟ ଖାଦ୍ୟ : ଚାଉଳ, ଗହମ, ମାଣ୍ଡିଆ, ମକା, ଶାଗୁ ।
  • ଅଧିକ ଶ୍ଵେତସାରଯୁକ୍ତ ପରିବା : କଞ୍ଚା କଦଳୀ, କନ୍ଦମୂଳ, ଆଳୁ, ପଣସ ଇତ୍ୟାଦି ।
  • ତେଲ ଓ ଚର୍ବି ଜାତୀୟ ଖାଦ୍ୟ।
  • ଚିନି ଓ ଗୁଡ ।
  • ଦୁଗ୍ଧଜାତୀୟ ଖାଦ୍ୟ ।
  • ଡାଲିଜାତୀୟ ଯଥା : ଶୁଖିଲା ମଟର, ବୁଟ, ବିନ୍ , ଶିମ୍ବ ଓ ସବୁପ୍ରକାର ଡାଲି ।
  • ମାଛ, ମାଂସ ଓ ଅଣ୍ଡା ଏବଂ ଛତୁ।
  • ଫଳ, ଅମୃତଭଣ୍ଡା, ପାଚିଲା କଦଳୀ,ସପେଟା, ଆମ୍ବ , କଦଳୀ, ଲେମ୍ବୁ, ଅଁଳା ଇତ୍ୟାଦି।
  • ଶାଗ ଓ ସବୁଜ ପନିପରିବା ସଜନା ଶାଗ, ଲେଉଟିଆ ଶାଗ, ପାଳଙ୍ଗ ଶାଗ, ପିଆଜ ଶାଗ, ମୂଳା ଶାଗ, ପୋଇଶାଗ ଇତ୍ୟାଦି ।
  • ଅନ୍ୟାନ୍ୟ ପନିପରିବା : ସଜନା ଛୁଇଁ, ବାଇଗଣ, କଖାରୁ, ଝୁଡଙ୍ଗ, ଭେଣ୍ଡି, କଲରା, ଗାଜର, ବିଲାତି ବାଇଗଣ ଇତ୍ୟାଦି ।

ସୁଷମ ଖାଦ୍ୟ

ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ସୁଷମ ଖାଦ୍ୟ କୁହାଯାଏ । ତେବେ କେଉଁ ଖାଦ୍ୟକୁ କେତେ ଅନୁପାତରେ ଖାଇବ, ଏବଂ କେତେ ଥରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ । ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥିବା ଆବଶ୍ୟକ ।

ସୁଷମ ଖାଦ୍ୟର ଏକ ନମୁନା

ଖାଦ୍ୟ ପ୍ରସ୍ତୁତିର କେତେକ ନିୟମ :

  • କାଟିବା ପୂର୍ବରୁ ଧୋଇବା ।
  • ମାଟି / ଲୁହା ପାତ୍ରରେ ରୋଷେଇ କରିବା ଇତ୍ୟାଦି ।
  • ଖାଦ୍ୟ ପଦାର୍ଥକୁ ଆବଶ୍ୟକଠାରୁ ଅଧିକ ନ ସିଝାଇବା ।
  • ଅଳ୍ପ ପାଣିରେ ରାନ୍ଧିବା ଓ ରାନ୍ଧିବା ସମୟରେ ଖାଦ୍ୟ ପଦାର୍ଥକୁ ଘୋଡାଇବା ।
  • ରାନ୍ଧିବା ସମୟରେ ବଳକା ରହୁଥିବା ପାଣିକୁ ଫିଙ୍ଗି ନଦେଇ ବଗିଚାରେ ଇତ୍ୟାଦି ପାଇଁ ବ୍ୟବହାର କରିବା ।

ଖାଦ୍ୟ ପଦାର୍ଥ

ପରିମାଣ

ଚାଉଳ / ଗହମ

ଡାଲି

ପନିପରିବା

ସବୁଜ ପତ୍ର ପନିପରିବା

କ୍ଷୀର

ତେଲ/ ଘିଅ

ଚିନି /ଗୁଡ

୪୬୦ ଗ୍ରାମ୍

୪୦ ଗ୍ରାମ୍

୬୦ ଗ୍ରାମ୍

୫୦ ଗ୍ରାମ୍

୧୫୦ ଗ୍ରାମ୍

୪୦ ଗ୍ରାମ୍

୩୦ଗ୍ରାମ୍

ଖାଦ୍ୟ ହଜମ ପ୍ରକ୍ରିୟା

  • ପାଟି ବାଟେ ଖାଦ୍ୟ ଯିବା
  • ଚୋବାଇବା ଦ୍ଵାରା ଲାଳ ସହିତ ମିଶି ଖଣ୍ଡ ଖଣ୍ଡ ହୋଇଯିବା
  • ଖାଦ୍ୟ ନଳୀ ଦେଇ ପାକସ୍ଥଳୀକୁ ଯିବା
  • ପାକସ୍ଥଳୀରେ କେତେକ ଅମ୍ଳରସରେ ମିଶିବା ଏବଂ ଏଠାରେ ପୃଷ୍ଟିସାରର କିଛି ଅଂଶ ପେନ୍ସିନ୍ (ଏକ ପ୍ରକାର ପାଚକ ରସ ) ଦ୍ଵାରା ମିଳାଇଯିବା
  • ଖାଦ୍ୟ ପଦାର୍ଥ କ୍ଷୁଦ୍ରାନ୍ତ୍ରକୁ ଆସିବା :

v କ୍ଷୁଦ୍ରାନ୍ତ୍ରରେ ଥିବା ଅଗ୍ନାଶୟ, ବାଇଲ୍, ଅନ୍ୟାନ୍ୟ ରସ ସଂସ୍ପର୍ଶରେ ଆସିବା

v ଖାଦ୍ୟରୁ ମିଳୁଥିବା ଶକ୍ତି କ୍ଷୁଦ୍ରାନ୍ତ୍ରରୁ ଶରୀରକୁ ଯିବା

 

  • ହଜମ ହୋଇ ନଥିବା ଏବଂ ଅଦରକାରୀ ପଦାର୍ଥ ବୃହଦନ୍ତ୍ରକୁ ଆସିବା । ଏଠାରେ ଆବଶ୍ୟକୀୟ ଜଳୀୟ ଅଂଶ ରହିବା ଏବଂ ଶେଷରେ
  • ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲି ଆସିବା ।

ଖାଦ୍ୟର କେତେକ ମୁଖ୍ୟ ଉପାଦାନ ବିଷୟରେ ଧାରଣା

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ଶ୍ଵେତସାର

ଆଖୁ, ଚିନି ଗୁଡ, ମହୁ, ଗହମ, ଚାଉଳ (ଏଗୁଡ଼ିକର ଉପର ଚୋପା ) ମୂଳରେ ଫୁଲଥିବା ଯଥା : ଆଳୁ, କନ୍ଦମୂଳ, ଫଳ : କଦଳୀ, ପାଚିଲା ଆମ୍ବ ।

ଏହାଛଡା ମାଣ୍ଡିଆ, ବାଜରା ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟରେ ଶ୍ଵେତସାର ଥାଏ । ଡାଲିଜାତୀୟ ଖାଦ୍ୟରେ କିଛି ପରିମାଣରେ ଶ୍ଵେତସାର ଥାଏ। ଅଧିକ ପତ୍ରଥିବା ପରିବା, ପଦ୍ମନାଡ, ଭେଣ୍ଡି, ଛୁଇଁ, ବାଇଗଣ, ପିଜୁଳି ଇତ୍ୟାଦି ।

  • ଶକ୍ତି ଯୋଗାଏ (ଏକଗ୍ରାମ୍ ଶ୍ଵେତସାରରୁ ୪ କିଲୋ କ୍ୟାଲୋରୀ ଶକ୍ତିମିଳେ)
  • ଶ୍ଵେତସାରର ପରିମାଣ କମ୍ ଥିଲେ ଏହାର ଶରୀରରେ ଥିବା ପୃଷ୍ଟିସାରରୁ ଶକ୍ତିସଂଗ୍ରହ କରିଥାଏ।
  • ଶରୀରରେ ଚର୍ବିଜାତୀୟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟକରେ।
    • କ୍ଷୁଧା ନିବାରଣ କରେ।
    • ନିଷ୍କାସନ ପ୍ରକ୍ରିୟାରେ ସହାୟକ ହୁଏ ।
    • ଖାଦ୍ୟ ହଜମ ଏବଂ ଶରୀରରେ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସହାୟକ ହୁଏ ।
      • କାର୍ଯ୍ୟକ୍ଷମତା କମିଯାଏ
      • ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ଜଳ

  • ଶରୀରର ବିଭିନ୍ନ ଜୀବକୋଷରେ ଥାଏ । ଜଣେ ବୟସ୍କ ବ୍ୟକ୍ତିଙ୍କର ଓଜନର ୬୦ % ହେଉଛି ଜଳ । ଜଣେ ଶିଶୁର ଓଜନର ୭୫% ହେଉଛି ଜଳ ।
  • ଖାଦ୍ୟ ମାଧ୍ୟରେ ଶରୀରକୁ ଜଳଯାଏ ।
  • ଜଳପାନ ମାଧ୍ୟମରେ ଯାଏ ।
  • ଶରୀରରେ କେତେକ ରାସାୟନିକ ପ୍ରକ୍ରିୟାକୁ ଜଳ ଉପଲବ୍ଧ ହୁଏ।
    • ଶରୀରର ବିଭିନ୍ନ କାର୍ଯ୍ୟରେ ଏକ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରେ ।
    • ଏକ ମୁଖ୍ୟ ମାଧ୍ୟମରେ ଭାବେ ଶରୀର ବିଭିନ୍ନ ନିର୍ଗତ ପଦାର୍ଥ ମୂତ୍ର , ଝାଡା, ଝାଳ, ଏବଂ ଅନ୍ୟ ଜଳୀୟ ପଦାର୍ଥ ଯଥା : ରକ୍ତ ଏବଂ ଲାଳ ଇତ୍ୟାଦିରେ ରହିଥାଏ ।
    • ଶରୀରର ଉତ୍ତାପରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ ।
    • ଖାଦ୍ୟ ହଜମ କରି ଏହାକୁ ଶରୀରର ବିଭିନ୍ନ ଅଂଶକୁ ନେବାରେ ସହାୟକ ଭଳି କାର୍ଯ୍ୟକରେ ।
    • ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ ।
    • ପ୍ରତ୍ୟେକ ଜୀବକୋଷକୁ ଆର୍ଦ୍ର ରଖେ ।
      • ସଞ୍ଚାଳନ, ନିଷ୍କାସନ ଏବଂ ପାକକ୍ରିୟାରେ ବ୍ୟାଘାତ ଘଟେ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ସ୍ନେହସାର

(ଚର୍ବି ଏବଂ ତୈଳ ଜାତୀୟ ଖାଦ୍ୟ )

  • ପ୍ରତ୍ୟେକ ପ୍ରକାରର ତେଲ, ଘିଅ, କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟ ଖାଦ୍ୟ ପଦାର୍ଥ।
  • ତୈଳଜୀବ, ଅଣ୍ଡା, ମାଂସ ।
  • ଶରୀରକୁ ଶକ୍ତି ଯୋଗାଏ। ପ୍ରତି ଏକ ଗ୍ରାମ ଚର୍ବିରେ ୯ କିଲୋ କ୍ୟାଲୋରୀ ଶକ୍ତି ରହିଛି ।
  • ତନ୍ତୁ ଜାତୀୟ (ଶ୍ଵେତସାର) ଖାଦ୍ୟ ଭଳି ଏହା ମଧ୍ୟ କ୍ଷୁଧା ନିବାରଣ କରିଥାଏ । ତୈଳଜାତୀୟ ଖାଦ୍ୟ ଖାଇଥିଲେ ଅନେକ ସମୟଧରି ଭୋକ ହୋଇନଥାଏ ।
  • ଶରୀର ଉତ୍ତାପ ରକ୍ଷାକରିବା ଏବଂ କେତେକ ମୁଖ୍ୟ ଅଂଶ ଯଥା ବୃକକ୍ ଏବଂ ହୃତ୍ପିଣ୍ଡକୁ କ୍ଷତି ହେବାକୁ ସୁରକ୍ଷା ଯୋଗାଏ ।
  • ଚର୍ବି ଆମ ଶରୀରର ଫ୍ୟାଟି ଏସିଡ୍ (Essential Fatty Acide) ମୁଖ୍ୟ ଉତ୍ସ ଭାବେ କାର୍ଯ୍ୟକରେ ।
    • ଖାଦ୍ୟସାର ଶରୀରକୁ ଯିବାରେ ସହାୟକ ହୁଏ ।
      • ଅତ୍ୟଧିକ ଶାରୀରିକ ଦୁର୍ବଳତା ଦେଖାଦିଏ।
      • ଖାଦ୍ୟ ଅଭାବ ସମୟରେ ଶରୀର କ୍ରିୟା ସମ୍ପାଦନ ପାଇଁ ଶକ୍ତିର ଭରଣା ହୋଇପାରେ ନାହିଁ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

 

ପୃଷ୍ଟିସାର

  • ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଯଥା ଦହି, ଖୁଆ, ପନିର୍
    • ମାଂସ, ମାଛ, କୁକୁଡା ମାଂସ, ଅଣ୍ଡା।
    • କୋଳି ଏବଂ ତୈଳବୀଜ (ବାଦାମ ଓ କାଜୁ ଇତ୍ୟାଦି)
    • ଡାଲିଜାତୀୟ ଖାଦ୍ୟ ( ବୁଟଡାଲି , ରାଜମା, ସୋୟାବିନ୍ ଏବଂ ଅନ୍ୟାନ୍ୟ ଡାଲି )
      • ଶରୀର ଗଠନରେ ସହାୟକ ହୋଇ ନଷ୍ଟ ହୋଇଥିବା ତନ୍ତୁ ବଦଳରେ ନୂଆ ନୂଆ ତନ୍ତୁ ସୃଷ୍ଟିକରେ ।
      • ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
      • ପାଚକ ରସରେ ମୁଖ୍ୟ ଭୂମିକା ଗ୍ରହଣ କରେ ।
      • କେତେକ ହରମୋନ୍ ରେ ରହି ପ୍ରତିଷେଧକ ଭଳି କାର୍ଯ୍ୟରେ ଯଥା : ଇନ୍ସୁଲିନ୍
      • ଶରୀର ଭିତରର ଶକ୍ତି ପରିବହନ କାର୍ଯ୍ୟକରେ । ଯଥା : ଏହା ହିମୋଗ୍ଲୋବିନ୍ ରେ ରହି ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୋଇଥାଏ ।
      • ଶକ୍ତି ଯୋଗାଇବାରେ ସହାୟକ ହୁଏ । ( ଖାଦ୍ୟର ପରିମାଣ କମ୍ ଥିବାବେଳେ )
      • ଶରୀର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହୁଏ ।
      • ରୋଗ ପ୍ରତିଷେଧକ ଶକ୍ତି କମିଯାଏ ।
        • ରକ୍ତହୀନତା ଦେଖାଦିଏ ।

ଜୀବସାର ବା ଭିଟାମିନ୍

ଏଗୁଡିକ ସାଧାରଣତଃ କମ୍ ପରିମାଣରେ ଆବଶ୍ୟକ । ବିଭିନ୍ନ ପ୍ରକାରର ଭିଟାମିନ୍ର ଉତ୍ସ ରହିଛି । ଏହାର ତାଲିକା ନିମ୍ନରେ ଦିଆଗଲା ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ଭିଟାମିନ୍ ‘ଇ’

  • ବନସ୍ପତି, ଚଣାଜାତୀୟ ଖାଦ୍ୟ, ଘନ ସବୁଜ ପତ୍ର ଥିବା ପନିପରିବା, ଡାଲିଜାତୀୟ ଖାଦ୍ୟ ଏବଂ ତୈଳବୀଜ (ବାଦାମ, ସୋୟାବିନ୍, କପାମଞ୍ଜି)
  • ପ୍ରାଣୀଜ ଖାଦ୍ୟରେ କମ୍ ପରିମାଣର ଭିଟାମିନ୍ –‘ଇ’ ରହିଥାଏ । ତେବେ ଅଣ୍ଡାକେଶର, ଲହୁଣୀ ଏବଂ କଲିଜାରେ କିଛି ପରିମାଣରେ ଭିଟାମିନ୍ – ଇ ଥାଏ।
  • ଶରୀରରେ କେତେକ ଏସିଡ୍, ଭିଟାମିନ୍ ‘ଏ’ ଏବଂ ‘ସି’ କୁ ନଷ୍ଟ ହେବାକୁ ରକ୍ଷାକରେ।
    • ଶରୀରରୁ ଭିଟାମିନ୍ ‘ଏ’ ଏବଂ ‘ସି’ ନଷ୍ଟ ହୋଇଯାଏ।

 

ଭିଟାମିନ୍ ‘କେ’

  • ଘନ ସବୁଜ ପତ୍ରଥିବା ପନିପରିବା, ଅଣ୍ଡାକେଶର, ପତ୍ରକୋବି । ବ୍ୟାକ୍ଟେରିଆରୁ ପ୍ରସ୍ତୁତ କେତେକ ପଦାର୍ଥରେ ଥାଏ ।
  • ରକ୍ତକ୍ଷରଣ ବନ୍ଦ କରେ ।
  • ରକ୍ତକ୍ଷରଣ ବନ୍ଦ ହୁଏନାହିଁ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

 

ଭିଟାମିନ୍ ‘ଏ’

  • ପ୍ରାଣୀଜ ଖାଦ୍ୟ ଯଥା : କଲିଜା, ଅଣ୍ଡା କେଶର ଲହୁଣୀ, ଘିଅ କ୍ଷୀର ।
  • ଉଦ୍ଭିଦଜ ଖାଦ୍ୟ ଯଥା : ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ପରିବା, ସବୁଜ ପତ୍ର ବିଶିଷ୍ଟ ପନିପରିବା ।
  • ଶରୀରର ଏକ ତନ୍ତୁ (ଏପିଥାଳିଆଲ୍ଟିସୁ )କୁ ଆର୍ଦ୍ର ରଖିବା ଦ୍ଵାରା ଚର୍ମ ମସୃଣ ରହେ ଏବଂ କେତେକ ସାଧାରଣ ରୋଗ ଯଥା ତରଳ ଝାଡା, ଚକ୍ଷୁ ସଂକ୍ରମଣ ଇତ୍ୟାଦିରୁ ରକ୍ଷା ମିଳେ ।
  • କମ୍ ଆଲୁଅରେ ଦେଖିବା ସମ୍ଭବ ହୁଏ ।
    • କଙ୍କାଳ ଏବଂ ତନ୍ତୁର ବୃଦ୍ଧିରେ ସହାୟକ ହୁଏ ।
      • ବିଭିନ୍ନ ପ୍ରକାରର ଚକ୍ଷୁରୋଗ, ଯଥା : ଅନ୍ଧାରକଣା, ଅନ୍ଧତ୍ଵ ଦେଖାଯାଏ ।
      • ଶରୀର ବୃଦ୍ଧିରେ ବାଧା ପଡେ ।
        • ତରଳଝାଡା, ଚକ୍ଷୁ ସଂକ୍ରମଣ, ପାକ ନଳୀରେ ଫାଟ ସୃଷ୍ଟିହେବା, ଚର୍ମ ଫାଟିବା ଇତ୍ୟାଦି ହୋଇପାରେ ।

 

ଭିଟାମିନ୍ ‘ଡି’

  • ସୂର୍ଯ୍ୟକିରଣ, ଅଣ୍ଡା, କଲିଜା, ଲହୁଣୀରୁ ମିଳେ।
  • କୌଣସି ପ୍ରକାର ଉଦ୍ଭିଦ ଜାତୀୟ ଖାଦ୍ୟରୁ ପ୍ରାୟତଃ ଏହି ଭିଟାମିନ୍ ଉପଲବ୍ଧ ନଥାଏ ।
  • ହାଡ ଶକ୍ତ କରିବା ।
    • ହାଡକୁ କ୍ୟାଲସିଅମ୍ ଏବଂ ଫସ୍ଫରସ୍ ଯୋଗାଇବା ।
      • ରିକେଟ୍ ରୋଗ (ଗୋଡର ହାଡ ବଙ୍କା ହୋଇଯିବା )
      • ଅଷ୍ଟି ଓ ମାଲାସିଆ (ଅଣ୍ଟା, ଗୋଡ, ପିଚା ଇତ୍ୟାଦିରେ ଯନ୍ତ୍ରଣା ହେବା ) ସହିତ ମାଂସପେଶୀରେ ଯନ୍ତ୍ରଣା ଏବଂ ଦୁର୍ବଳ ଅନୁଭୂତ ହେବା ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

 

ଭିଟାମିନ୍ ବି ୧

(ଥାୟାମିନ୍)

  • ଚୋପାଥିବା ଶସ୍ୟ ଡାଲି, କୋଳି, ଅଣ୍ଡକେଶର
  • ଆମେ ଖାଉଥିବା ଶ୍ଵେତସାର ଶରୀରରେ ଉପଯୋଗ ହେବା ପାଇଁ ସହାୟକ ହୁଏ ।
    • ବେରି ବେରି ରୋଗ ହୁଏ । ଏହି ରୋଗହେଲେ କ୍ଷୁଧାହନୀ, ଦୁର୍ବଳତା ଏବଂ ଗୋଡ ଭାରି ଲାଗିବା ସହିତ ଅଳ୍ପକେ ହାଳିଆ ଲାଗେ ।

 

ଭିଟାମିନ୍ ‘ବି’

(ରିବୋଫ୍ଲାବିନ୍)

 

  • ଘନ ସବୁଜ ପତ୍ର ବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା ମାଂସ (ବିଭିନ୍ନ ମୁଖ୍ୟ ଅଂଶର ମାଂସ ), ମାଛ, ଡାଲିରେ ଅଳ୍ପ ପରିମାଣରେ ଥାଏ । ଗଜାମୁଗ ଓ ଗଜାବୁଟରେ ଏହାର ପରିମାଣ ବଢିଥାଏ।
  • ଶ୍ଵେତସାର ଏବଂ ପୃଷ୍ଟିସାରକୁ ହଜମ କରି ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ ।
  • ପାଟି ଧରିବା, ପାଟିର ଦୁଇ କଡରେ ଘା’ ହେବା, ଓଠ ଫାଟିବା।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ନିଆସିନ୍

  • ଶସ୍ୟଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, କୋଳି, ତୈଳବୀଜ, ମାଂସ, ମାଛ ।
  • ଶ୍ଵେତସାର ଏବଂ ଚର୍ବିକୁ ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ ।
  • ପାଟି ଧରିବା, ପାଟିର ଦୁଇ କଡରେ ଘା’ହେବା, ଓଠ ଫାଟିବା

 

ଫୋଲିକ୍ ଏସିଡ

  • ଚୋପାଲଗା ଶସ୍ୟ, ପତ୍ରବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା, ମାଂସ (କଲିଜା, ବୃକକ୍)
  • ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ।
    • ରକ୍ତହୀନତା ।

 

ଭିଟାମିନ୍ ବି-୧୨

  • କ୍ଷୀର, ଅଣ୍ଡା, ମାଂସ
  • ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ଏବଂ ସ୍ନାୟୁକ୍ରିୟା ଉତ୍ତମ କାର୍ଯ୍ୟ କରିବାରେ ସହାୟକ ହୁଏ ।
  • ପେଲାଗ୍ରା ରୋଗ ହୁଏ । ଏଥିରେ ଚର୍ମର ରଙ୍ଗ ବଦଳି ଶେତା ହୋଇଯାଏ । ଶରୀରର ଯେଉଁ ଅଂଶ ବେଶି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବ, ସେହି ଅଂଶର ଚର୍ମଶେତା ପଡିଯାଇ ରଙ୍ଗ ବଦଳେ । ଏହି ରୋଗୀଙ୍କର ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ ।

ଖାଦ୍ୟର ଉପାଦାନ

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ଭିଟାମିନ୍ ‘ସି’

 

  • ଖଟା ଫଳ, ଅଁଳା, ପିଜୁଳି, ସିମ୍ଲା ଲଙ୍କା (କ୍ୟାପ୍ସିକମ୍) ସବୁଜ ପତ୍ରଥିବା ପନିପରିବା, କଞ୍ଚା ଲଙ୍କା । (ଏ ସମସ୍ତ ଖାଦ୍ୟ ପଦାର୍ଥ ତଟକା ଥିବା ଅବସ୍ଥାରେ ଅଧିକ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ ।
    • ଘା’ ଶୁଖାଇବାରେ ସହାୟକ ହୁଏ ।
    • କେତେକ ହରମୋନ୍ ସୃଷ୍ଟିକରି ମାନସିକ ବିଷାଦ କମାଇଥାଏ ଏବଂ କ୍ଷତ ଭଲ କରିଥାଏ।
    • ଶରୀରକୁ ଯାଉଥିବା ଲୌହ ଅଂଶ ବିଶିଷ୍ଟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟ କରେ ।
    • ଭିଟାମିନ୍ ‘ଏ’ ଏବଂ କେତେକ ଫ୍ୟାଟି ଏସିଡ୍କୁ ନଷ୍ଟ ହେବାକୁ ରକ୍ଷାକରେ।
    • ସ୍କର୍ଭି ରୋଗ ହୁଏ । ଏହି ରୋଗହେଲେ ଶରୀରର କେତେକ ସ୍ଥାନରୁ ରକ୍ତବୁହେ । ବିଶେଷକରି ଦାନ୍ତ ମାଢିରୁ । ଚର୍ମରେ ଛୋଟ ଛୋଟ ଦାଗ ହୁଏ । ରକ୍ତହୀନତା ମଧ୍ୟ ହୋଇପାରେ ।

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

କ୍ୟାଲସିୟମ୍

ଶରୀରର ସମୁଦାୟ ଧାତୁସାର ମଧ୍ୟରୁ ୭୫% ହେଉଛି କ୍ୟାଲସିୟମ୍ । ଜଣେ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦୦ ଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ହାଡ, ଦନ୍ତ ଏବଂ କୋମଳ ତନ୍ତୁରେ କ୍ୟାଲସିୟମ୍ ଥାଏ।

  • ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ।
    • ମାଛ, କଙ୍କଡା ଓ ଚିଙ୍ଗୁଡି ।
    • ମାଣ୍ଡିଆ, ବୁଟ, ଚଣା, ରାଜ୍ମା, ସୋୟାବିନ୍ ।
      • ସୋରିଷ ଶାଗ, ତୈଳବୀଜ, ରାଶି ।
      • ନଡିଆ,ପେସ୍ତୋବାଦାମ ।
      • ମାଂସପେଶୀର ସଂକୋଚନ ଏବଂ ପ୍ରସାରଣ, ବିଶେଷକରି ହୃତ୍ପିଣ୍ଡର ମାଂସପେଶୀ
      • ଜୀବକୋଷକୁ ଖାଦ୍ୟପ୍ରେରଣ ଏବଂ ସେଥିରୁ ଅଦରକାରୀ ପଦାର୍ଥ ନିଷ୍କାସନର ପଥକୁ ନିୟମିତ ଚାଲୁରଖିବା ।
      • ଗୋଟିଏ ସ୍ନାୟୁକୋଷ (ନିଉରନ୍)ରୁ ଆଉଗୋଟିଏ ସ୍ନାୟୁକୋଷକୁ ଖବର ସରବରାହ କରିବା ।
      • ରକ୍ତ ଜମାଟ ବାନ୍ଧିବା।
      • ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶ କରେ।
      • ଦାନ୍ତରୋଗ (ଦାନ୍ତର ଚିକ୍କଣ ଅଂଶ ନଷ୍ଟ ହୋଇଯିବା )
      • ଅସ୍ଥିଗତ ବିକାଶରେ ବାଧା
      • ଦେହହାତ ଘୋଳାବିନ୍ଧା।

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ଫସ୍ଫରସ୍

ଜଣେ ସାଧାରଣ ବ୍ୟକ୍ତିର ଶରୀରରେ ୪୦ -୭୦୦ଗ୍ରାମ୍ ଫସ୍ଫରସ୍ ଥାଏ । କ୍ୟାଲସିୟମ୍ ଭଳି ଅଧିକାଂଶ ଫସ୍ଫରସ୍ ହାଡ ଓ ଦାନ୍ତରେ ଥାଏ । କେତେକ ପରିମାଣର ଫସ୍ଫରସ୍ କୋମଳ ତନ୍ତୁରେ ଥାଏ ।

  • କ୍ୟାଲ୍ସିୟମ୍ ଏବଂ ପୃଷ୍ଟିସାର ଥିବା ସମସ୍ତ ଖାଦ୍ୟ ପଦାର୍ଥରୁ ଫସ୍ଫରସ୍ ମିଳିଥାଏ ।
  • ଅଣ୍ଡା, କ୍ଷୀର, କୁକୁଡା ମାଂସ,,ମାଛ ଏବଂ ଡାଲିରେ ଫସ୍ଫରସ୍ ଥାଏ ।
  • ରକ୍ତରେ ଚର୍ବି ପରିବହନ ବ୍ୟବସ୍ଥାରେ ସହାୟକ ହୁଏ ।
  • କେତେକ ପାଚକ ରସକୁ ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ ।
  • କେତେକ ଅନୁବଂଶୀୟ ଅଣୁ (ଜିନ୍) ସୃଷ୍ଟି କରିବାରେ ସହାୟକ ହୁଏ ।
  • ଶରୀରର କେତେକ ତନ୍ତୁରେ ଉଚ୍ଚଶକ୍ତି ଗଚ୍ଛିତ ଥାଏ। ଯଥା ମାଂସପେଶୀରେ ତନ୍ତୁ।
  • କ୍ୟାଲସିୟମ୍ ସହିତ ମିଶି ଶରୀରର ହାଡର ବିକାଶରେ ସହାୟକ ହୁଏ । ଦାନ୍ତର ବୃଦ୍ଧି ଓ ବିକାଶରେ କାର୍ଯ୍ୟକରେ ।
  • ହାଡ ଏବଂ ଦାନ୍ତର ବୃଦ୍ଧିରେ ବାଧାସୃଷ୍ଟି ହୁଏ ।
  • ମାଂସପେଶୀର ଉଚିତ ବୃଦ୍ଧି ହୁଏନାହିଁ ।
  • ଜୀବକୋଷ କାର୍ଯ୍ୟରେ ବାଧା ସୃଷ୍ଟିହୁଏ ।

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ସୋଡିୟମ୍

ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦ ଗ୍ରାମ୍ ସୋଡିୟମ୍ ରହିଥାଏ ।

  • ଖାଇବା ଲୁଣ (ଗୋଟିଏ ଚାମଚ ଲୁଣରେ ୨୦୦୦ ମିଲିଗ୍ରାମ୍ ର ସୋଡିୟମ୍ ଥାଏ।) ବ୍ୟତୀତ .କ୍ଷୀର, ଅଣ୍ଡାର ଧଳାଅଂଶ, ମାଂସ,କୁକଡା ମାଂସ, ମାଛ,ପାଳଙ୍ଗ ଶାଗ ଏବଂ ଡାଲିଜାତୀୟ ଖାଦ୍ୟରେ ସୋଡିୟମ୍ ଥାଏ।
  • ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ ।
  • ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷକରେ ।
    • ଗୋଟିଏ ସ୍ନାୟୁକୋଷରୁ ଖବର ସରବରାହ ପ୍ରକ୍ରିୟାରେ ସହାୟକ ଭାବେ କାର୍ଯ୍ୟକରେ।
    • ମାଂସପେଶୀ ସଂକୋଚନରେ ସହାୟକ ହୁଏ।
    • ଜୀବକୋଷରୁ ବାହାରକୁ ଏବଂ ବାହାରୁ ଜୀବକୋଷକୁ ଆବଶ୍ୟକୀୟ ଯୋଗାଯୋଗର ସାହାଯ୍ୟ କରେ ।
    • ଶରୀରରେ ଅମ୍ଳଗୁଣ ସ୍ଥିରତା ନଥାଏ ।
    • ସ୍ନାୟୁବିକ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

ଧାତୁସାର

କେଉଁଠୁ ମିଳେ

କେଉଁ କାର୍ଯ୍ୟ କରେ

ଏହାର ଅଭାବରେ କଣ ହୁଏ?

ପୋଟାସିୟମ୍

ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୫୦ ଗ୍ରାମ

ପୋଟାସିୟମ୍

ଥାଏ ।

ଆଧାର :

  • ମାଂସ, କୁକୁଡା ମାଂସ, ମାଛରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାଛଡା ଡାଲି, ଫଳ, ପନିପରିବା ପୋଟାସିୟମ୍

ଉତ୍ତମ ଉତ୍ସ । ପଇଡ ପାଣିରେ ଅଧିକ ପରିମାଣରେ ପୋଟାସିୟମ୍ ରହିଛି । କଦଳୀ, ଆଳୁ, ଗାଜର, ଟମାଟୋ, ଲେମ୍ବୁ, ଏବଂ ଚୋପାଲଗା ଶସ୍ୟରେ ମଧ୍ୟ କିଛି ପରିମାଣରେ ପୋଟାସିୟମ୍ ଥାଏ ।

  • ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକାରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ ।
  • ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷାକରେ ।
  • ମାଂସପେଶୀୟ କାର୍ଯ୍ୟରେ ସହାୟକ ହୁଏ ।
  • ଜୀବକୋଷର କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।
  • ଶରୀରରେ ଅମ୍ଳଗୁଣର ସ୍ଥିରତା ନଥାଏ ।
  • ମାଂସପେଶୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

 

ଆଧାର : ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate