ଖାଦ୍ୟାଭ୍ୟାସରେ ଗୁଣାତ୍ମକ ପରିବର୍ତ୍ତନ ଆସିବା, ଯଥା ଜନ୍ମରୁ ୬ମାସ ଯାଏଁ କେବଳ ସ୍ତନ୍ୟପାନଦ୍ଵାରା ଶିଶୁର ସ୍ଵାସ୍ଥ୍ୟ ଓ ପୁଷ୍ଠିଗତ ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆଣି ପାରିବ । ଠିକ ସେହିପରି ଶିଶୁମାନଙ୍କୁ ତରଳ ଝାଡା ଭଳି ରୋଗଗୁଡିକରୁ ସୁରକ୍ଷିତ ରଖିବାକୁ ହେଲେ ପରିବାରରେ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସର ଗୁଣାତ୍ମକ ପରିବର୍ତ୍ତନ ଆବଶ୍ୟକ । ଜଳ ପରିମଳ କ୍ଷେତ୍ରରେ ଉନ୍ନତି ଆଣି ଏହାର ସୁପ୍ରଭାବ ନିମନ୍ତେ ଉନ୍ନତି ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ଜରୁରୀ । ଉକ୍ତ ପରିବର୍ତ୍ତନଗୁଡିକ ଆଣିବାକୁ ହେଲେ ଏକ ଉତ୍ତମ ରଣନୀତିଥିବା ଯୋଗାଯୋଗ ଉପାୟର ଆବଶ୍ୟକତା ରହିଛି ଯାହା ଦ୍ଵାରା ମା', ଯତ୍ନକାରୀ, ପରିବାର ଓ ଗୋଷ୍ଠୀକୁ ଶିକ୍ଷାଦେଇ ଶିଶୁ ଖାଦ୍ୟପେୟ ଓ ଯତ୍ନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିହେବ । ଏହି ପରିପ୍ରେକ୍ଷୀରେ ସାମାଜିକ ଓ ଆଚରଣଗତ ପରିବର୍ଭନ କାର୍ଯ୍ୟକ୍ରମ ଦ୍ଵାରା ମା’ ଓ ଶିଶୁ ତଥା ବଢ଼ନ୍ତା ଶିଶୁଙ୍କର ପୁଷ୍ଟଗତ ସ୍ଥିତିରେ ଉନ୍ନତି ଆଣିହେବ । ତେଣୁ ପରିବାର, ଗୋଷ୍ଠୀ ତଥା ମୂଳ ସେବା ବା ଯତ୍ନକାରୀଙ୍କ କ୍ଷେତ୍ରରେ ସ୍ଥାୟୀ ପରିବର୍ତ୍ତନ ଆଣିବା ହେଉଛି ମୁଖ୍ୟ ତଥା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଗୋଷ୍ଠୀଭିତ୍ତିକ ପଦକ୍ଷେପର ବିଭିନ୍ନ ଉପାୟଗୁଡିକୁ ଆଦରି ପ୍ରତ୍ୟେକସ୍ତରରେ ଥିବା ଲୋକମାନଙ୍କୁ ସଠିକ ବାର୍ତ୍ତା ନିୟମିତିଭାବେ ଲଗାତାର ଦେଇ ଚାଲିବା ଏବଂ ଏଥିରେ ଜୋର ଦେବାଦ୍ଵାରା ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ । ଯେକୌଣସି ପ୍ରକାର ଯୋଗାଯୋଗର ପଦକ୍ଷେପ ହେଉନା କାହିଁକି ଏହାର ମୂଳରେ ରହିଛି ଗୋଷ୍ଠୀ ସଦସ୍ୟ, ଯତ୍ନକାରୀ ଏବଂ ମା'ମାନଙ୍କର ସକ୍ରିୟ ଅଂଶଗ୍ରହଣ । ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଉପଯୋଗକରି ସମାନ ପ୍ରକାର ବାର୍ତ୍ତା ସମସ୍ତ ସ୍ତରରେ ବାରମ୍ବାର ପହଁଞ୍ଚାଇବା ଦ୍ଵାରା ଏହା ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ; ଯଦ୍ଵାରା ଲୋକେ ନିଜେ ଶିଖି ଅନ୍ୟକୁ ତାହା କହିଥାନ୍ତି, ଫଳତଃ ଗୋଷ୍ଠୀ ନୂଆ ପ୍ରକାର ବ୍ୟବହାର ଅଭ୍ୟାସ କରିଥାଏ ।
ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (IEC), ଏବଂ ସାମାଜିକ ଓ ଆଚରଣଗତ ପରିବର୍ତ୍ତନ ପାଇଁ ଯୋଗାଯୋଗ (SBCC) ମଧ୍ୟରେ ପ୍ରଭେଦକୁ ବୁଝିବା ।
‘ସାମାଜିକ ଓ ଆଚରଣଗତ ପରିବର୍ତ୍ତନ ପାଇଁ ଯୋଗାଯୋଗ" ଏକ ବହୁବିଭାଗୀୟ ସଂପର୍କିତ କାର୍ଯ୍ୟକ୍ରମ, ଯେଉଁଥିରେ କି ବିଭିନ୍ନ ଯୋଗାଯୋଗ ପଦ୍ଧତି, ମାଧ୍ୟମ ଓ ସାଧନର ଉପଯୋଗ କରାଯାଇ ସାମାଜିକ ଓ ଆଚରଣଗତ ପରିବର୍ତ୍ତନରେ ଉନ୍ନତି ଅଣାଯାଇଥାଏ । ଏସ୍. ବି. ସି. ସି. ରେ ବିଭିନ୍ନ ଉପାୟରେ କାର୍ଯ୍ୟସାଧନ କରାଯାଇଥାଏ; ବାର୍ତ୍ତା ବଣ୍ଟନ ବା ଏହା ଜଣାଇବା ଓ ସମସ୍ୟା ଜନିତ କଥାବସ୍ତୁକୁ ନେଇ ଆଲୋଚନା ଇତ୍ୟାଦି ଦ୍ଵାରା ଜ୍ଞାନର ଅଭାବ ପୂରଣ, ଅଂଶୀଦାର ମାନଙ୍କୁ ପରିବର୍ତ୍ତନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସେମାନଙ୍କୁ ସକ୍ଷମ କରାଇବା ଏବଂ ଏହାକୁ ସୁଗମ କରାଇବା ଇତ୍ୟାଦି ।
ଏସ. ବି. ସି. ସି. ର ଆର ଏକ କାର୍ଯ୍ୟ ପଦ୍ଧତି ହେଲା। ଏହା ସମାଜର ତଳସ୍ତରରେ ଏବଂ ଅଧିକ ବିପଦ ସଂକୁଳ ତଥା ବିଭିନ୍ନ କ୍ଷେତ୍ରରୁ ବଞ୍ଚିତ ହୋଇ ରହିଥିବା ଗାଷ୍ଠୀକୁ ସଶକ୍ତ କରାଇବା ଏବଂ ସମାଜର ଅନ୍ୟମାନଙ୍କ ସହିତ ଚାଲିବା ପାଇଁ ଉକ୍ତ ଗୋଷ୍ଠୀକୁ ପରିବର୍ତ୍ତନ ପ୍ରକ୍ରିୟାରେ ସାମିଲ କରିବା ।
ଜାଣି ରଖିବାର ଅଛିକି, ଏସ୍.ବି.ସି.ସି. ଯୋଗାଯୋଗ ପଦ୍ଧତିକୁ ଉପଯୁକ୍ତ ପରିପ୍ରେକ୍ଷୀରେ ଉପଯୋଗ ନ କଲେ, ଏହା ସୁଫଳ ଦେଇ ନଥାଏ । ଉଦାହରଣ ସ୍ଵରୂପ ସମସ୍ୟାଟି କ'ଣ, କେଉଁ ପରିସ୍ଥିତି ରହିଛି, ସେହି ପରିସ୍ଥିତିରେ ଥିବା ଲୋକମାନଙ୍କୁ କିପରି ସୂଚନା ଦେଇ ହେବ ବା ଯୋଗାଯୋଗ କରିହେବ, ଏଗୁଡିକୁନ ଜାଣି ଯଦି ଜଣେ କେବଳ ବାର୍ତ୍ତା ବା ସୂଚନା ଉପରେ ଜୋର ଦେଇ ଜଣାଇବାକୁ ଚେଷ୍ଟା କରନ୍ତି ତେବେ ଏ କ୍ଷେତ୍ରରେ ଏସ୍. ବି.ସି.ରୁ ଆଶା କରାଯାଇଥିବା ଫଳ ମିଳି ନଥାଏ । ଆହୁରି ମଧ୍ୟ କେତେକ କ୍ଷେତ୍ରରେ କିଛି ସମସ୍ୟା ଥାଏ ଯାହା ବିକାଶ ପାଇଁ ଯୋଗାଯୋଗ (CAD) ଦ୍ଵାରା ହେବାରେ ଅସୁବିଧା ଥାଏ । ଏଗୁଡିକୁ ଜାଣିବା ଦରକାର । ତେଣୁ ଏସ.ବି.ସି. କୁ ସମସ୍ତ ସମସ୍ୟାର ଗୋଟିଏ ଉପାୟ ଭାବିବା ଉଚିତ ନୁହେଁ ।
ଠିକ ଏହିପରି ଆଚରଣଗତ ପରିବର୍ତ୍ତନ (BCC) ପଦ୍ଧତିରେ କେଉଁ ପ୍ରକାର ବ୍ୟବହାର ବା ଆଚରଣ ଗୁଡ଼ିକରେ ପରିବର୍ତ୍ତନ ଆସିବା ଦରକାର ବା କୌଣସି ଆଚରଣ ଆଉଟିକିଏ ଉନ୍ନତ ହେବା ଦରକାର ତାହା ସ୍ଥିର କରାଯାଇଥାଏ ।
କୌଣସି ବ୍ୟକ୍ତି ବିଶେଷ ବା ସମସ୍ୟାକୁ ନେଇ ବି.ସି.ସି. ପଦ୍ଧତିରେ କେତେକ ସୋପାନ ମାଧ୍ୟମରେ ଆବଶ୍ୟକୀୟ ପରିବର୍ତ୍ତନକୁ ଆପଣେଇବାର ପ୍ରଚେଷ୍ଟା କରାଯାଇଥାଏ ?
ଆଇ. ଇ.ସି (IEC), କହିଲେ ଏହା ସୂଚନା ଶିକ୍ଷା ଓ ଯୋଗାଯୋଗକୁ ବୁଝାଇଥାଏ । କେତେକ କ୍ଷେତ୍ରରେ ଏହାକୁ ସୂଚନା ଶିକ୍ଷା ଓ ସଂଚାର ମଧ୍ୟ କୁହାଯାଇଥାଏ । ନିଦ୍ଧିଷ୍ଟ ସମସ୍ୟାକୁ ନେଇ ଶିକ୍ଷା ସୂଚନା ଉପକରଣ ପ୍ରସ୍ତୁତ କରି ଏହାକୁ ଉର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ନେଇ ପହଞ୍ଚାଇବା ଯଦ୍ଵାରା ସେମାନେ ଏହାକୁ ନିଜର ଭଲ ପାଇଁ ଉପଯୋଗ କରିବେ, ଏହାହିଁ ଆଇ. ଇ.ସି.ର ମୁଖ୍ୟଲକ୍ଷ୍ୟ ।
ଶୈଖିକ ଉଦ୍ଦେଶ୍ୟ (କାହିଁକି ଏ ବିଷୟରେ ଜାଣିବା)
କୌଣସି ଏକ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଭିତ୍ତିକରି ସେ ସଂପର୍କିତ ଯୋଗାଯୋଗ କରାଯାଇଥାଏ । ଏ କ୍ଷେତ୍ରରେ ଯୋଗାଯୋଗ ଏକ ଯୋଜନାବଦ୍ଧ, ପ୍ରମାଣିତ ତଥ୍ୟ ଭିତ୍ତିକ, ସ୍ଵତନ୍ତ୍ର ରଣନୀତି ଓ ପ୍ରକ୍ରିୟାଯୁକ୍ତ ହୋଇଥାଏ । ଯୋଗାଯୋଗର ଗୁଣାବଳୀ ଗୁଡ଼ିକ ହେଲା : -
ସାମାଜିକ ଏବଂ ଆଚରଣଗତ ପରିବର୍ଭନ ପାଇଁ ଯୋଗାଯୋଗ ନିମନ୍ତେ ବ୍ୟବହୃତ କେତୋଟି ମୁଖ୍ୟ ଉପାୟ ବା କାର୍ଯ୍ୟପନ୍ଥା ହେଲା
ଆଚରଣ ପରିବର୍ତ୍ତନ ଆଣିବା ପାଇଁ କିପରି ଗୋଷ୍ଠୀ ସ୍ତରରେ ଏକ ଅନୁକୂଳ ବାତାବରଣ ସୃଷ୍ଟିକରି ହେବ ତାହା ଗୋଷ୍ଠୀ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ । ଗୋଷ୍ଠୀଦକ୍ଷତା ବୃଦ୍ଧି ଏକ ଅଂଶଗ୍ରହଣଯୁକ୍ତ ପ୍ରକ୍ରିୟା, ଯାହା ମାଧ୍ୟମରେ ଗୋଷ୍ଠୀଲୋକଙ୍କ ଦକ୍ଷତା ବୃଦ୍ଧି କରି ଗୋଷ୍ଠୀରେ ରହିଥିବା ମା ଓ ଶିଶୁ ସ୍ଵାସ୍ଥ୍ୟ, ପୁଷ୍ଟି ଏବଂ ବିଭିନ୍ନ ରୋଗଜନିତ ସମସ୍ୟା ଏବଂ ଏଗୁଡ଼ିକର ସ୍ଥିତି ଜାଣିବା ସହଜ ହୋଇଥାଏ ।
ଏହି ପ୍ରକ୍ରିୟାରେ ଗୋଷ୍ଠୀସହିତ ବିଭିନ୍ନ ଆଲୋଚନା ଏବଂ ବୈଠକମାନ କରି ସେମାନଙ୍କର ସାଂସ୍କୃତିକ ଚେତନା, ମୂଲ୍ୟବୋଧ, ନୀତିନିୟମ ଏବଂ ପରମ୍ପରା ଇତ୍ୟାଦିକୁ ବିଚାରକୁ ନେଇ ଗୋଷ୍ଠୀର କେଉଁ ପ୍ରରକାରର ଅଭାବ ରହିଛି, ତାହା ଚିହ୍ନଟ କରିବା ଏହି ଅଭାବ ଓ ଅସୁବିଧାର ଗଭୀରତା, ଗୁରୁତ୍ଵ, ଦୃଷ୍ଟାନ୍ତ ପରିସୀମା ଇତ୍ୟାଦିକୁ ବିଚାରକୁ ନେଇ ଏହାର ପ୍ରାଥମିକତା ଓ ଗୁରୁତ୍ଵ ସ୍ଥିର କରିବା ।
ଏହି ସୋପାନରେ ପୂର୍ବୋକ୍ତ ପ୍ରକ୍ରିୟା ଅନୁସାରେ ଜଣାପଡ଼ିଥିବା ଉଦବେଗ ବା ଆବଶ୍ୟକତାକୁ ଭିତ୍ତିକରି କାର୍ଯ୍ୟ ଯୋଜନା ନିମନ୍ତେ ନିଷ୍ପତ୍ତି ନିଆଯାଇଥାଏ ।
ସାମାଜିକ ସଂଚାଳନ କରଣ (social Mobilisation)
ଏହି ପ୍ରକ୍ରିୟାରେ ଜାତୀୟ ସ୍ତରରୁ ଆରମ୍ଭକରି ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ବହୁବିଧା ଅଂଶୀଦାର ଏବଂ ସହଯୋଗୀ ମାନଙ୍କୁ ପ୍ରୋତ୍ସାହିତ କରି ବିଭିନ୍ନ କ୍ଷେତ୍ରରେ ସାମିଲ କରିବାର ପ୍ରଚେଷ୍ଟା କରାଯାଇଥାଏ । ଏହି ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ପରସ୍ପର ଆଲୋଚନା ମାଧ୍ୟମରେ କୌଣସି ଏକ ବିକାଶ ମୂଳକ ଲକ୍ଷ୍ୟ ପୂରଣ ନିମନ୍ତେ ଲୋକମାନଙ୍କୁ ବୁଝାଇବା ଯଦ୍ଦ୍ଵାରା ସେମାନେ ଏଥିପାଇଁ ଦାବୀ ଉପସ୍ଥାପନ କରିପାରିବେ । ଏହାକୁ ସାକାର କରିବା ପାଇଁ ସମାଜରେ ଥିବା ଅନେକ ପ୍ରକାରର ଅନୁଷ୍ଠାନ ଯଥା- ବିଭିନ୍ନ ସଂଘ ଓ ପ୍ରତିଷ୍ଠାନ, ଗୋଷ୍ଠୀ ସମ୍ପର୍କରେ ଗଢିଉଠିଥିବା ସଂଘ, ସାମାଜିକ ଅନୁଷ୍ଠାନ, ଧର୍ମାନୁଷ୍ଠାନ ଭିତ୍ତିକ ସଂଘ ଗୁଡ଼ିକ ସହିତ ସଂଯୋଜନା କରି କାର୍ଯ୍ୟ କରିବାକୁ ହେବ । ଏହାଦ୍ଵାରା କୌଣସି ଯୋଜନାବଦ୍ଧ ବାର୍ତ୍ତା ସମାଜର ପ୍ରତ୍ୟେକ ବର୍ଗ ଓ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ପାରିଥାଏ ।
ସାମାଜିକ ସଂଚାଳନ କାର୍ଯ୍ୟ ଉତ୍ତମ ଯୋଜନାଯୁକ୍ତ ହୋଇଥିଲେ। ଏହା ଗୋଷ୍ଠୀକୁ ସଶକ୍ତ କରାଇ ନିଜ ସମସ୍ୟା ବା ପରିସ୍ଥିତିକୁ ସମ୍ଭାଳିବାରେ ବା ଏହାକୁ ମୁକାବିଲା କରିବାରେ ସମର୍ଥ କରାଇଥାଏ । ସାମାଜିକ ସଂଚାଳନ ମାଧ୍ୟମରେ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଥିବା ବହୁବିଧ ଅଂଶୀଦାରଙ୍କ ମାଧ୍ୟମରେ ବିଭିନ୍ନ ସ୍ତରରେ ସାମାଜିକ ପରିବର୍ତ୍ତନ ଅଣାଯାଇ ପାରିବ ।
ଅନୁଧ୍ୟାନ କରାଇ ସମସ୍ୟାର ପ୍ରକୃତିକୁ ଜାଣିବା । ଏହି ସମସ୍ୟାରେ କିଏ ପ୍ରଭାବିତ, କେଉଁଠି, କ’ଣ ଇତ୍ୟାଦି ଲୋକମାନେ ଜାଣିପାରୁଛନ୍ତି କି ନାହିଁ । ସମସ୍ୟା ବିଷୟରେ ସେମାନଙ୍କର ଧାରଣା, କ’ଣ ଇତ୍ୟାଦି -
ସାମାଜିକ ସଂଚାଳନ ଉପାୟରେ ଅନେକ ପ୍ରକାର ଯୋଗାଯୋଗ ମାଧ୍ୟମର ଉପଯୋଗ କରାଯାଇଥାଏ । ଏଡୁଡିକ ମଧ୍ୟରେ ଗଣମାଧ୍ୟମ ( ଛପା, ରେଡିଓ, ଟେଲିଭିଜନ), ବ୍ୟକ୍ତି ବ୍ୟକ୍ତି ଯୋଗାଯୋଗ ଯଥା ବ୍ୟକ୍ତିଙ୍କୁ ପରାମର୍ଶଦାନ ଦଳ ଓ ଗୋଷ୍ଠୀକୁ ପରାମର୍ଶଦାନ, ଜାତୀୟ ଏବଂ ସ୍ଥାନୀୟ ସ୍ତରର ଲୋକପ୍ରିୟ ମହାନବ୍ୟକ୍ତିମାନଙ୍କୁ ନେଇ ସୂଚନା ବା ପ୍ରଚାର କରିବା ଇତ୍ୟାଦି ।
ଆମୋଦ ପ୍ରମୋଦ ଶିକ୍ଷା ପଦ୍ଧତି (entertainment eduation) ଏକ ପ୍ରକାର ଅନୁଧ୍ୟାନସିଦ୍ଧ ଶିକ୍ଷାଦାନ ପଦ୍ଧତି । ଲୋକମାନଙ୍କୁ ଶିକ୍ଷାଦେବାର ଏହା ଏକ ଦୃତମାଧ୍ୟମ । ଏହାଦ୍ଵାରା ସମସ୍ୟାକୁ ନେଇ ଲୋକମାନଙ୍କର ଜ୍ଞାନ ବଢ଼ାଇବା, ସମସ୍ୟା ସମାଧାନ ପାଇଁ ଲୋକଙ୍କ ସହଯୋଗ ମୂଳକ ମନୋଭାବ ଲୋଡ଼ିବା, ସାମାଜିକ କଡ଼ା ନିୟମକୁ ବଦଳଇବା ଏବଂ ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ଏହି ମାଧ୍ୟମର ଉପଯୋଗ କରାଯାଇଥାଏ । ତେବେ ଆମୋଦ ପ୍ରମୋଦ ଶିକ୍ଷା ହେଉଛି
ଉଦାହରଣ - ଛୋଟଝିଅ ମୀନାର ଆନିମେସନ୍ କାହାଣୀ ଖୁବ ପରିଚିତ । ତେଣୁ ଏହି ଆନିମେସନ ଏପରି ଏକ ସ୍ଵତନ୍ତ ଢଙ୍ଗର ସୃଜନକଳା ଯାହାର ଶକ୍ତ ପ୍ରଭାବଶାଳୀ ଯୋଗାଯୋଗ ଛାପ ଅନେକ ଦେଶର ବିଭିନ୍ନ ସ୍ତରର ବ୍ୟକ୍ତି ବିଶେଷକରି ପିଲା ଏବଂ ଯୁବତୀଙ୍କ ଉପରେ ପଡ଼ିପାରିବ ।
ଆମୋଦ ପ୍ରମୋଦ ଶିକ୍ଷା (EE) ଏକସାର୍ବଜନୀନ ଯୋଗାଯୋଗ କାର୍ଯ୍ୟକ୍ରମ । ଏହା ପ୍ରତ୍ୟେକ ସଂସ୍କୃତିରେ ରହିଛି । ଆବଶ୍ୟକତା ମୁତାବକ ସ୍ଥାନୀୟ କଳା, କୌଶଳ, ବିଷୟ ଓ ଭିତ୍ତିଭୂମି ଏବଂ ଆବଶ୍ୟକତାକୁ ଆଧାର କରି ଏହାକୁ ପ୍ରସ୍ତୁତ କରିହେବ । ଏହି ଅମୋଦପ୍ରମୋଦ ଶିକ୍ଷା ଗଣମାଧ୍ୟମ ଯଥା ଟି.ଭି, ରେଡ଼ିଓ ଇତ୍ୟାଦିରେ ସୀମିତ ହେବା ଉଚିତ ନୁହେଁ । ବରଂ ଏହାକୁ ଲୋକକଳା ଓ ସ୍ଥାନୀୟଲୋକମାଧ୍ୟମରେ ପରିବେଷଣ କରିବା ଉଚିତ ।
ଏକ ଫଳପ୍ରଦ ନିଷ୍ପତି ନେଇ ପଦକ୍ଷେପ ନେବା । ଏହି ପ୍ରକାର ଯୋଗର ମୁଖ୍ୟ ଉଦ୍ଦେଶ୍ୟ । କୌଣସି ସମସ୍ୟାର ସମାଧାନ ବାଟ ଖୋଜିବା ଏବଂ ପଦକ୍ଷେପ ନେବାରେ ଗୋଷ୍ଠୀ ମୁଖ୍ୟ ଅଂଶଗ୍ରହଣକାରୀ ହୋଇ ରହିଥାଏ । ଏହା ପରିବର୍ତ୍ତନ ଆଣିବାରେ, ସହାୟକ ହୁଏ । ଏଥିରେ ଗୋଷ୍ଠୀର ଜ୍ଞାନ ଓ କୌଶଳ ବୃଦ୍ଧି ହେବା ସାଙ୍ଗକୁ ଗୋଷ୍ଠୀ ସଶକ୍ତିକରଣ ହୋଇଥାଏ । ଏଥିପାଇଁ ଗୋଷ୍ଠୀ ମିଳିତ ପଦକ୍ଷେପ ନେଇପାରିଥାଏ ।
ଉତ୍ତମ ଯୋଗାଯୋଗ କୌଶଳ ଜଣାଥିବା ଏକ ବିକାଶ କର୍ମୀଙ୍କ ଫଳପ୍ରଦ, ସୁଗମ କରାଇବା ଢଙ୍ଗ ଉପରେ ଏହା ନିର୍ଭରଶୀଳ ଥାଏ । ଅଧିକରୁ ଅଧିକଙ୍କୁ ସାମିଲ କରି ପ୍ରକ୍ରିୟାରେ ଅଂଶଗ୍ରହଣ କରାଇବା ପାଇଁ ଏବଂ ଆଲୋଚନାକୁ ଆହୁରି ଦୃଢ କରିବା ପାଇଁ ଏଥିରେ ଅନେକ ଯୋଗାଯୋଗ ସାଧନ ଓ ମାଧ୍ୟମର ଉପଯୋଗ ହୋଇଥାଏ ।
ଅଂଶଗ୍ରହଣ ମୂଳକ ଯୋଗାଯୋଗ ପଦ୍ଧତି ଏବଂ ମାଧ୍ୟମଗୁଡ଼ିକ ମଧ୍ୟରେ ଏଗୁଡ଼ିକ ଅନ୍ତର୍ଭୁକ୍ତ ।
ଉକ୍ତ ଶ୍ରେତା ଏବଂ ଅଭିନେତା ମାନଙ୍କ ମଧ୍ୟରେ କୌଣସି ବିଷୟ ଆଲୋଚନା ଓ ପ୍ରଶ୍ନ ଉତ୍ତର ଇତ୍ୟାଦି) ହୋଇଥାଏ । ଏହା ଲୋକଙ୍କ ଅଂଶଗ୍ରହଣ ବଢ଼ାଇଥାଏ । ଏହାକୁ ଫଳପ୍ରଦ କରିବା ପାଇଁ ଅଧିକ ପ୍ରଶିକ୍ଷଣ ଓ କୌଶଳ ଶିଖାଇବାର ରହିଛି । ଏହାଦ୍ଵାରା ମାଧ୍ୟମର ସ୍ଥଳବିଶେଷ ଉପଯୋଗ ହୋଇପାରିବ ।
ବ୍ୟକ୍ତି, ଗୋଷ୍ଠୀ ଏବଂ ସମାଜ ସହିତ କାର୍ଯ୍ୟ କରି ଏକ ଯୋଗାଯୋଗ ରଣନୀତି ପ୍ରସ୍ତୁତ କରିବାର ପ୍ରକ୍ରିୟା ହେଉଛି ଆଇ. ଇ.ସି.ଏହି ରଣନୀତିଗୁଡ଼ିକ ହେଲା।
ଗୋଷ୍ଠୀସ୍ତରରେ ସୂଚନା କିମ୍ବା ବାର୍ତ୍ତା ପହଞ୍ଚାଇବା ପାଇଁ ଅନେକ ପ୍ରକାରର ମାଧମ ଏବଂ ପ୍ରାଯୁକ୍ତିକ ଉପଯୋଗ ହୋଇଥାଏ । ଆଇ.ଇ.ସି. କାର୍ଯ୍ୟକ୍ରମ କରିବାରେ ସମସ୍ୟାର ପ୍ରକୃତି, ସ୍ଥାନ, ଗୋଷ୍ଠୀ, ଧାର୍ଯ୍ୟଜନସମୂହ, ପରିବେଶ ଓ ପରିବେଷ୍ଠନିକୁ ବିଚାର କରି ନିମ୍ନଲିଖିତ ଉପାୟରେ ଆଇ. ଇ.ସି. କରାଯାଇଥାଏ ।
ସାମାଜିକ ଏବଂ ଆଚରଣଗତ ପରିବର୍ତ୍ତନ ପାଇଁ ଯୋଗାଯୋଗ (ଏସ.ବି.ସି.ସି.)ରେ ଜନ ଓକିଲାତି (Advocate) ର ଭୂମିକା ଅନେକ । ଏହା କରିବା ପାଇଁ କିଛି ଫଳପ୍ରଦ ପ୍ରଚେଷ୍ଟା ପ୍ରାମାଣିକ ତଥ୍ୟର ପ୍ରତ୍ୟକ୍ଷ ବା ପରୋକ୍ଷ ଉପସ୍ଥାପନା କରି ନିଷ୍ପଭି ଗ୍ରହଣକାରୀ, ଜନମତ ଇତ୍ୟାଦିକୁ ଏକ ସ୍ଵତନ୍ତ ନୀତି ସପକ୍ଷରେ ପ୍ରଭାବିତ କରିବା ପାଇଁ କାର୍ଯ୍ୟମାନ କରାଯାଇ ଥାଏ । ଏହା କରିବା ପାଇଁ ଉଭୟ ଏକ ପାକ୍ଷିକ ଏବଂ ଦ୍ଵିପାକ୍ଷିକ ପ୍ରକ୍ରିୟାର ଉପଯୋଗ କରାଯାଇପାରେ । |
ଉଦାହରଣ ସ୍ଵରୂପ ଟୀକାକରଣ ନିମନ୍ତେ ଗୋଷ୍ଠୀରେ ଧର୍ମଗୁରୁମାନଙ୍କୁ ପ୍ରବର୍ତ୍ତାଇବା, କିମ୍ବା ମହିଳା ଏବଂ ଶିଶୁ ଅଧିକାର ବାର୍ତ୍ତାକୁ ଧର୍ମଗଣମାଧ୍ୟମରେ ଉପସ୍ଥାପନା କରିବା ଇତ୍ୟାଦି ।
କେବଳ ଗର୍ଭବତୀମାନଙ୍କୁ ନୁହେଁ, ସମାଜରେ ଶିଶୁଖାଦ୍ୟପେୟ (IYCN) ଓ ପୁଷ୍ଟି ଜନିତ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଖୁବ୍ ଦରକାର ଯାହାକି ସର୍ବୋତ୍ତଭାବେ ପରିବାର ଏବଂ ଗୋଷ୍ଠୀରେ ଶିଶୁଖାଦ୍ୟପ୍ରେୟ ଜନିତ ସୁଅଭ୍ୟାସକୁଆପଣେଇ ପାରିବ । ଏ ଦିଗରେ ଅନ୍ୟ ଅଂଶୀଦାରମାନେ ହେଲେ କିଶୋରୀବାଳିକା, ଜେଜେବାପା, ଜେଜେ ମା' ଆଇ., ଅଜ୍ଜା, କର୍ମଜୀବି ମା', ରାଜନେତା ଇତ୍ୟାଦି । ଗୋଷ୍ଠୀସ୍ତରରେ ଏବଂ ଅଙ୍ଗନୱାଡ଼ି ଇଲାକା ମଧ୍ୟରେ ଶିଶୁ ଖାଦ୍ୟପେୟ ଏବଂ ପୋଷଣ, ଶୈଶବ ଅସୁସ୍ଥତା ଏବଂ ଜଳ, ପରିମଳ ଓ ସ୍ଵାସ୍ଥ୍ୟରକ୍ଷା ଜନିତ ଅଭ୍ୟାସରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଅଙ୍ଗନୱାଡ଼ି କର୍ମୀ ଉକ୍ତ ପ୍ରକାର ଜନ ଓକିଲାତି ମାଧ୍ୟମରେ ଉପରୋକ୍ତ ଅଂଶୀଦାର ଏବଂ ଗୋଷ୍ଠୀଜନତାଙ୍କୁ ଜଣାଇ ପରିବର୍ତ୍ତନ ଆଣିବା ଦରକାର ।
ଅଙ୍ଗନୱାଡ଼ି କର୍ମୀ ଜନ ଓକିଲାତି କରିବା ପାଇଁ ଅତିକମରେ କେଉଁସବୁ ଦରକାରୀ ବିଷୟବସ୍ତୁକୁ ଧ୍ୟାନ ଦେବେ I
ଦ୍ରଷ୍ଟବ୍ୟ- ଉପରୋକ୍ତ ଭ୍ରାନ୍ତ ଧାରଣା ଗୁଡ଼ିକୁ ବିଷୟରେ ଜଣାଇ ସଠିକ ଅଭ୍ୟାସଟି କ’ଣ ତାହା ବୁଝାଇବେ ।
ଦ୍ରଷ୍ଟବ୍ୟ - ଉପରୋକ୍ତ ଭ୍ରାନ୍ତଧାରଣାଗୁଡ଼ିକୁ ଦୂରକରି, ଉଚିତ ଅଭ୍ୟାସଟି କ’ଣ ବୁଝାଇ କୁହନ୍ତୁ ।
ସ୍ଵାସ୍ଥ୍ୟସେବା ଅନୁଷ୍ଠାନ ତରଫରୁ ଗୃହପରିଦର୍ଶନ ଏବଂ ପରାମର୍ଶଦାନରେ ସ୍ଵାସ୍ଥ୍ୟକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ଏକ ସୁଯୋଗ ଥାଏ । ଏହି ପରିପ୍ରେକ୍ଷୀରେ ସେମାନେ ନୂଆ ଅଭ୍ୟାସ ଆପଣେଇବା ପାଇଁ ମା’ କୁ କହିପାରିବେ । ତେଣୁ ପରାମର୍ଶ, ସ୍ଵାସ୍ଥ୍ୟଜନିତ ଭାଷଣ ଓ ଆଲୋଚନା ଏବଂ ସ୍ଵାସ୍ଥ୍ୟଶିକ୍ଷା ସମ୍ପର୍କିତ ନାଟକଗୁଡ଼ିକୁ ଆୟୋଜନ କରି ଏଗୁଡ଼ିକୁ ଚାଲୁରଖନ୍ତୁ । ଯାହା ମା’ ଏବଂ ଯତ୍ନକାରୀମାନଙ୍କୁ ନୂଆ ବ୍ୟବହାର ଆପଣେଇବାର ଉର୍ଦ୍ଦିପନା ସୃଷ୍ଟି କରିବା ଏବଂ ସେମାନେ ଏହା କରିବାକୁ ଚେଷ୍ଟା କରିବେ । ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକ ବ୍ୟତୀତ ଅଙ୍ଗନୱାଡ଼ି କର୍ମୀ। ଶିଶୁର ଉତ୍ତମ ଖାଦ୍ୟପେୟ ଅଭ୍ୟାସ ବାବଦରେ, ଶୈଶବ ଅସୁସ୍ଥାତା, ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସଗୁଡ଼ିକୁ ମା'ମାନଙ୍କ ସହିତ ଅଣଅନୁଷ୍ଠାନିକ ଭାବେ ଆଲୋଚନା କରିବା ଦରକାର । ଏହା ସେମାନଙ୍କର ନୂତନ ସ୍ଵାସ୍ଥ୍ୟଭ୍ୟାସ ଆପଣେଇବାରେ ସହାୟକ ହେବ । ମାତୃପୁଷ୍ଟିକୁ ଜୋରଦେଇ ଗର୍ଭବତୀ ଏବଂ ସ୍ତନ୍ୟଦାତ୍ରୀ ମା’ଙ୍କୁ ପରାମର୍ଶ ଦିଅନ୍ତୁ ଏବଂ ଆବଶ୍ୟକୀୟ ଅନୁପୂରକ ପୁଷ୍ଟି ସାଧନ ଖାଦ୍ୟ ଓ ଔଷଧର ସଦୁପଯୋଗ ପାଇଁ ବୁଝାନ୍ତୁ ।
ବିଭିନ୍ନ ସମସ୍ୟା ଓ ପରିସ୍ଥିତିକୁ ନେଇ ଅଙ୍ଗନୱାଡ଼ି କର୍ମୀ ପରାମର୍ଶ ଦେବାପାଇଁ ବା ଯୋଗାଯୋଗ କରିବା ପାଇଁ ମା' ଏବଂ ପରିବାର ସଦସ୍ୟଙ୍କୁ ଭେଟିଥାନ୍ତି । ସେ ମଧ୍ୟ ମାତୃ କମିଟିର ସହାୟକ ମହିଳାଙ୍କୁ ଭେଟିଥାନ୍ତି । ଏହି ମହିଳାମାନେ କୌଣସି ନୂଆ ସ୍ଵାସ୍ଥ୍ୟ ଆଚରଣ ଆପଣେଇବାରେ ସହାୟକ ହୋଇଥାନ୍ତି । ତେଣୁ ଏ କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ପରାମର୍ଶ ଦେବା, ଅଣଆନୁଷ୍ଠାନିକ ଭାବେ କଥାବାର୍ତ୍ତା ହେବା, ପାରମ୍ପରିକ ନାଟକ ଇତ୍ୟାଦି କରି, ଗଳ୍ପ ଓ ଗୀତ ମାଧ୍ୟମରେ, ଶିଶୁ ଏବଂ ବଢନ୍ତା ଶିଶୁର ଉତ୍ତମ ଖାଦ୍ୟାଭ୍ୟସ, ଉତ୍ତମ ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ବାବଦରେ ଗୋଷ୍ଠୀରେ ମା’ ଏବଂ ଅନ୍ୟ ମୌଳିକ ସଦସ୍ୟଙ୍କୁ ବୁଝାଇ ପାରିବେ । ଏହା ଉନ୍ନତ ପୁଷ୍ଟି ଏବଂ ସ୍ଵାସ୍ଥ୍ୟ ଅଭ୍ୟାସ ନିମନ୍ତେ ସହାୟକ ହେବ ।
ଗୋଷ୍ଠୀର ମୌଳିକ ତଥା ମୁଖିଆ ସଦସ୍ୟମାନଙ୍କ ମଧ୍ୟରେ ଧର୍ମଗୁରୁ । ସ୍ଥାନୀୟ ନେତା ପ୍ରଶାସକ, ଶିକ୍ଷକ, ନର୍ସ, ସଂପ୍ରସାରଣ କର୍ମଚାରୀ, ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ଏବଂ ମହିଳା ସଂଘ ମୁଖିଆ, ସ୍ଵାସ୍ଥ୍ୟ କମିଟି ମୁଖିଆ, ଧାଈ ମା' ଏବଂ ଗୋଷ୍ଠୀର ଦାୟିତ୍ଵରେ ଥିବା ଅନ୍ୟ ମୁଖିଆମାନେ ଅନ୍ତର୍ଭୁକ୍ତ ।
ଶିଶୁ ଏବଂ ବଢନ୍ତା ଶିଶୁଙ୍କ ଖାଦ୍ୟପେୟ ଅଭ୍ୟାସ ଏବଂ ଉନ୍ନତ ସ୍ଵାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମ ନିମନ୍ତେ ବିଶେଷ ଭାବେ ମହିଳା ଏବଂ ମହିଳା ନେତୃତ୍ଵ ସଂଗଠନ ଗୁଡ଼ିକୁ ଗୁରୁତ୍ଵ ଦେବା ଦରକାର । କାର୍ଯ୍ୟକ୍ରମକୁ ନିଜର କରି ସଫଳ କରାଇବା ଏବଂ ଏହାକୁ ଆଗେଇ ନେଇ ବହୁ ଭାସାରି କରାଇବାରେ ଏମାନଙ୍କର ଅଂଶଗ୍ରହଣ ଖୁବ ସହାୟକ ହୋଇପାରିବ ।
ଫଳପ୍ରଦ ବାର୍ତ୍ତାର ଗୁଣାବଳୀ : -
କୌଣସି ବାର୍ତ୍ତା ପ୍ରସ୍ତୁତ କରିବାକୁ ଯାଉଥିଲେ, ଗୋଷ୍ଠୀରେ ପ୍ରଭାବ ଥିବା ଗୋଷ୍ଠୀନେତା ଏବଂ ଗୋଷ୍ଠୀ ଜନତାଙ୍କୁ ନେଇ ଏହା କରାଯିବା ଦରକାର । ନୂଆ ପ୍ରକାର ଗୁଣାତ୍ଵକ ବ୍ୟବହାରକୁ ସେବା ପ୍ରଦାନକାରୀମାନେ ପ୍ରଥମେ ଗ୍ରହଣ କରି ଏହାକୁ ଉପଯୋଗ କରି ପାରିବେ, ଏହାପରେ ମଧ୍ୟ ସେମାନେ ପରିବାର ଓ ଗୋଷ୍ଠୀ ସ୍ତରରେ ଏଥିପାଇଁ ପ୍ରବର୍ତ୍ତାଇ ପାରିବେ ।
ଯେକୌସି ଅଭିଯାନ ବା କ୍ୟାମ୍ପେନ କେବଳ ସମୟସୀମାରେ ଥାଏ ତା ନୁହେଁ ଏହା ଖୁବ୍ ହୃଦୟସ୍ପର୍ଶୀ ତଥା ଲଗାତାର କାର୍ଯ୍ୟକାରୀ ହୋଇଥାଏ । ଅଭିଯାନଗୁଡ଼ିକରେ ସାଧାରଣତଃ କେତେ ପ୍ରକାରର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ କରାଯାଇଥାଏ । ଅଭିଯାନକୁ ଯଥାର୍ଥ କରି କାର୍ଯ୍ୟକାରୀ କଲେ ଏହା ଧାର୍ଯ୍ୟ ଗୋଷ୍ଠୀର ମନକୁ ଛୁଇଁ ପାରିବ ଏବଂ ଏକ ଧାରଣା ସୃଷ୍ଟି କରିପାରିବ । ଯେକୌଣସି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀ ଏହାକୁ ଗ୍ରହଣ କରୁଥିବ, ନୂଆ ସୃଷ୍ଟି କରିପାରୁ ଥିବ ଏବଂ ଅଭିଯାନ ଶେଷ ହୋଇଗଲେ ବି ଅଭିଯାନର ଛାପ ନେଇ ଗୋଷ୍ଠୀ ନିଜକୁ ନିଜେ ସେହି କାର୍ଯ୍ୟରେ ଆଗେଇ ଯାଇପାରୁଥିବେ । ସମସ୍ତ ଅଭିଯାନର ଦାୟିତ୍ଵ ଏବଂ ସମୟ ମାପକାଠି ରହିଥାଏ । ପ୍ରତ୍ୟେକ ଅଭିଯାନରେ ପୂର୍ବ ପ୍ରସ୍ତୁତି, କ୍ଷେତ୍ରକାର୍ଯ୍ୟ ଏବଂ ଅଭିଯାନ ପରବର୍ତ୍ତୀ ପର୍ଯ୍ୟାୟ ରହିଥାଏ ।
ସାଧାରଣତଃ ମୁହାଁମୁହିଁ ହୋଇ କଥା ହେବାକୁ ବ୍ୟକ୍ତ ବ୍ୟକ୍ତି ମଧ୍ୟରେ ଯୋଗାଯୋଗ ବା ଆନ୍ତ ବ୍ୟକ୍ତିଗତ ଯୋଗାଯୋଗ କୁହାଯାଏ । ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ ଯୋଗାଯୋଗରେ ଜଣେ ଜଣଙ୍କୁ ବା ଜଣେ ଗୋଟିଏ ଛୋଟ ଦଳକୁ ଯୋଗାଯୋଗ କରିଥାନ୍ତି । (ଯଥା- ସ୍ଵାସ୍ଥ୍ୟକର୍ମୀ ହିତାଧିକାରୀମାନଙ୍କୁ ସ୍ଵାସ୍ଥ୍ୟ ଶିକ୍ଷା ଦେବା)
ଉଦ୍ଦେଶ୍ୟ ସମୁହ
କୌଣସି ସନ୍ଦେହ ବା ପ୍ରଶ୍ନର ଉତ୍ତର ଦେବା ।
ଆନ୍ତଃ ବ୍ୟକ୍ତିଗତ ଯୋଗାଯୋଗରେ ଶୁଣିବା କୌଶଳକୁ ଜୋର ଦିଆଯାଇଥାଏ । ସହଯୋଗୀ ଏବଂ ସମାନୁଭୂତି ଦକ୍ଷତାର ମଧ୍ୟ ଦରକାର ହୋଇଥାଏ । ଯାହା ବ୍ୟବହାରିକ ବା ଆଚରଣଗତ ପରବର୍ତ୍ତନ ଆଣିବାରେସହାୟକ ହୁଏ ।
ଏହି ପ୍ରକାର ଯୋଗାଯୋଗ ଭଲନ ଥିଲେ। ଏହା ଦଳ ଯୋଗାଯୋଗ ଏବଂ ଜନ ସମୂହ ଯୋଗାଯୋଗ (Mass Communication) ପାଇଁ ପଥ ସୁଗମ କରିଥାଏ । କୌଣସି ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ଭାବେ ବୁଝାଇବାର ସୁଯୋଗ ସୃଷ୍ଟି କରିଥାଏ । ସମୂହ ଦୃଷ୍ଟିରୁ ଏହା ସ୍ୱଳ୍ପ ବ୍ୟୟରେ ଗାଁ ଏବଂ ଆଦିବାସୀ ଇଲାକାଗୁଡ଼ିକ ପାଇଁ ଖୁବ ଫଳପ୍ରଦ ହୋଇଥାଏ ।
ଏଥିରେ କୌଣସି ଏକ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଲୋକେ ପରସ୍ପରକୁ କିପରି କୁହନ୍ତି ଓ ବୁଝାନ୍ତି; ଠିକ୍ ସେହିଭଳି କୁହାଯାଇଥାଏ, ପରିବାରଗୁଡ଼ିକୁ ବିଭିନ୍ନ ସୂଚନାର ଆବଶ୍ୟକତା ଥାଏ । କିନ୍ତୁ । ଆଚରଣଗତ ପରିବର୍ତ୍ତନ ଏକ ପ୍ରକ୍ରିୟା ଯେଉଁଥିରେ କି ପ୍ରୋତ୍ସାହନ ଦେବା, ପ୍ରବର୍ତ୍ତାଇବା, ଏକ ଉପାଦେୟତା ପାଇଁ ସାମର୍ଥ୍ୟକୁ ଦୃଢ଼ କରିବା ଏବଂ ନିଷ୍ପତ୍ତି ନେବା ପାଇଁ କହିବା, କୌଣସି କୌଶଳକୁ ଆପଣେଇବା, କୌଣସି ସାଂସ୍କୃତିକ ପ୍ରତିବନ୍ଧକକୁ ସାମନା କରିବା ପାଇଁ କିଛି ସୁବିଧା ସୁଯୋଗର ଆଶ୍ରୟ ନେବା ଏବଂ ପଦକ୍ଷେପ ନେବାର କୌଶଳ ଶିଖାଇବା ଇତ୍ୟାଦି ଅନ୍ତର୍ଭୁକ୍ତ ।
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯୋଗାଯୋଗ ଉଭୟ ବାଚନିକ ଏବଂ ଅଣବାଚନିକ କୌଶଳ ଦ୍ଵାରା ସୂଚନା ଏବଂ ପ୍ରବର୍ତ୍ତାଇବା କାର୍ଯ୍ୟ ସାଧନ ହୋଇଥାଏ । ଭାବ, ଭଙ୍ଗୀ, ଠାଣି, ଚାହାଣି ଇତ୍ୟାଦିକୁ ନେଇ ଏ ପ୍ରକାର ଯୋଗାଯୋଗ ମଧ୍ୟ କରାଯାଇଥାଏ । ଅତଏବ ଏହା କେତେକ ପ୍ରକାର ପଦ୍ଧତିର ମିଶ୍ରଣରେ ହୋଇଥାଏ । ତେବେ ଏ ପ୍ରକାର ଯୋଗାଯୋଗରେ ଲୋକଟି କିପରି କହୁଛି ଓ ବୁଝାଇ ପାରୁଛି ତାହା ମୁଖ୍ୟ । ଅଙ୍ଗନୱାଡ଼ଇ କର୍ମୀମାନେ ଏ ପ୍ରକାର ଯୋଗାଯୋଗ ଏବଂ ଏଥିପାଇଁ ଆବଶ୍ୟକ କୌଶଳ ବାବଦରେ ଜାଣି ରଖିବା ଦରକାର । ଏବେ ଆମେ ପରାମର୍ଶ କୌଶଳ ଏବଂ ଏହାର ମୌଳିକତା ବାବଦରେ ଜାଣିବା ।
ପରାମର୍ଶଦାନ
ପରାମର୍ଶ ଦାନ ହେଉଛି ଲୋକମାନଙ୍କୁ ନେଇ ହେଉଥିବା ଏକ କାର୍ଯ୍ୟ ଯେଉଁଥିରେକି ସେମାନଙ୍କୁ ନେଇ ସେମାନେ କିପରି ନିଜର କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ତାହା କରାଯାଇଥାଏ । ଏହାଦ୍ଵାରା ଲୋକ ବା ନିର୍ଦ୍ଦିଷ୍ଟ ବ୍ୟକ୍ତି କିଛି ପସନ୍ଦକୁ ବାଛିବା ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟ ବିଷୟରେ ତାଙ୍କୁ ବୁଝାଇବା ଦ୍ଵାରା ସେ ନୂଆ ପ୍ରକାର ଆଚରଣକୁ କରିବାରେ ସକ୍ଷମ ହୋଇଥାନ୍ତି । ଯଦିଓ ଅଙ୍ଗନୱାଡି କର୍ମୀମାନେ ସାଧାରଣତଃ ମା'ମାନଙ୍କୁ ବୁଝାଇଥା’ନ୍ତି;
କିନ୍ତୁ ଶିଶୁ ଖାଦ୍ୟାଭ୍ୟସ ବାବଦରେ ଅନ୍ୟ ଯତ୍ନକାରୀ ଯଥା- ବାପା ଏବଂ ଜେଜେ ମା' ଇତ୍ୟାଦିଙ୍କୁ ବୁଝାଇବା ବା ପରାମର୍ଶ ଦେବା ଦରକାର ।
କେତେକ କ୍ଷେତ୍ରରେ ମହିଳାମାନେ ବିଶେଷ କରି ସ୍ତନ୍ୟପାନ କରାଉଥିବା ମା'ମାନେ ନିଜ ସମସ୍ୟା କହିବାରେ ଲାଜ କରିଥାନ୍ତି । ଏ କ୍ଷେତ୍ରରେ ଯଦି ଶିଖାଉଥିବା ବ୍ୟକ୍ତି ଉତ୍ତମ ଯୋଗାଯୋଗ କରିପାରିବେ ଏବଂ ସେ ମହିଳାମାନଙ୍କର ଶୁଣିବାକୁ ଆଲୋଚନା କରିବାକୁ ଇଛୁକ ଅଛନ୍ତି ବୋଲି ଯଦି ମହିଳାମାନେ ଅନୁଭବ କରିପାରିଲେ; ତେବେ ସେମାନେ ଅନେକ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ଏହା ଫଳରେ ଯୋଗାଯୋଗ ଦୃଢ଼ ହୁଏ । ପଚାରିବା ଓ ଶିଖିବାର ଢଙ୍ଗରୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଯାହାକି ଲାଜକୁ ଦୂରେଇ ସମସ୍ୟା ସମାଧାନର ବାଟ ଫଟାଇଥାଏ ।
ଶୁଣିବା ଓ ଶିଖିବା କୌଶଳ ଗୁଡ଼ିକ କ'ଣ ?
ଚାରି ପ୍ରକାରର ଅଣବାଚନିକ ଯୋଗାଯୋଗ ରହିଛି ସେଗୁଡ଼ିକ ହେଲା : -
ଅନେକ ସମୟରେ ମୁକ୍ତ ପ୍ରଶ୍ନ ପଚାରିବା ଖୁବ ସହାୟକ ହୋଇଥାଏ । ଏହାଦ୍ଵାରା ନିଶ୍ଚିତ ଭାବେ କିଛି ସୂଚନା ମିଳିଥାଏ ।
ସାଧାରଣତଃ ମୁକ୍ତ ପ୍ରଶ୍ନଗୁଡ଼ିକ କିପରି ? କ’ଣ ? କେତେବେଳେ ? କେଉଁଠି ? କାହିଁକି ? ଇତ୍ୟାଦିରୁ ଆରମ୍ଭ ହୋଇଥାଏ । ଉଦାହରଣ ସ୍ଵରୂପ ଆପଣ କିପରି ସ୍ତନ୍ୟପାନ କରାଉଛନ୍ତି ? ରୁଦ୍ଧ ପ୍ରଶ୍ନ (Close questions) ଗୁଡ଼ିକ ଏତେଟା ସହାୟକ ହୋଇନଥାନ୍ତି । ବେଳେବେଳେ ଆପଣ ଆଶା କରୁଥିବା ଉତ୍ତର ମା' ଦେଇଥାନ୍ତି । କାରଣ ଏହା “ହଁ', “ନାହିଁ ଦୁଇଟିରେ ସୀମିତ ଥାଏ ।
ରୁଦ୍ଧ ପ୍ରଶ୍ନ ଗୁଡ଼ିକ ସାଧାରଣତଃ ଆପଣ କି?ସେ କହିଥିଲେ କି ? ତାଙ୍କର ଅଛି କି ? ଇତ୍ୟାଦି ।
କୌଣସି ବ୍ୟକ୍ତି ଆପଣଙ୍କୁ କହିଚାଲନ୍ତୁ । ଆପଣଙ୍କ ସହିତ କଥା ହୁଅନ୍ତୁ ବୋଲି ଯଦି ଆପଣ ଚାହୁଁଥାନ୍ତି ତେବେ ଆପଣ ତାଙ୍କ କଥା ଶୁଣିବାକୁ ଆଗ୍ରହୀ ଅଛନ୍ତି ବୋଲି ଭାବ ଭଙ୍ଗୀ ପ୍ରକାଶ କରନ୍ତୁ ।
ଆପଣ ତାଙ୍କ କଥାକୁ ଶୁଣୁଛନ୍ତି ଏବଂ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରିବାର କେତେକ ଉପାୟ ହେଲା : -
ଯୋଗାଯୋଗକାରୀ ବ୍ୟକ୍ତି ନିଜେ ପଚାରୁ ଥିବା ପ୍ରଶ୍ନର ଉତ୍ତର ପାଇବା ପାଇଁ ଏହା ଏକ କୌଶଳ । ଅନେକ ସମୟରେ ମା'ମାନଙ୍କୁ କିଛି ପଚାରିବାରୁ ସେ ଉତ୍ତରଟି ଅଳ୍ପକେ ଦେଇଥାନ୍ତି । ଯାହା ପ୍ରକୃତ ଘଟଣା ବୁଝାଇ ନଥାଏ । ତେଣୁ ଏ କ୍ଷେତ୍ରରେ ମା’ଙ୍କୁ ପ୍ରଶ୍ନଟିକୁ ପୁଣି ଥରେ ବୁଝେଇ ସରଳ ଭାବେ ପଚରା ଯାଇଥାଏ । ଉଦାହରଣ ସ୍ଵରୂପ : ଯଦି ମା' କହନ୍ତି ଯେ ମୋ ଛୁଆ କାଲି ରାତିରେ ବହୁତ କାନ୍ଦିଛି, କିନ୍ତୁ ଯୋଗାଯୋଗକାରୀ ଏହି ଉତ୍ତରଠାରୁ ଅଧିକ ଜାଣିବାକୁ ଚାହୁଁଥିବେ। ଯଥା- ସେ କେତେଥର କାନ୍ଦିଛି, କେତେଥର ରାତିରେ ଉଠିଛି ଇତ୍ୟାଦି ଆପଣ ପଚାରିବାକୁ ଚାହୁଁଥିବେ । ତେଣୁ ମା’ ଦେଉଥିବା ଉତ୍ତର ଯଥେଷ୍ଟ ହୋଇ ନଥାଏ ।
ତେଣୁ ପ୍ରଶ୍ନଟିକୁ ପୁଣି ଥରେ ଦୋହରାଇ ପଚାରିଲେ; ମା' ତାଙ୍କ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଉତ୍ତରଟିକୁ ଦେଇଥାନ୍ତି । ତେଣୁ ମା’ ଦେଉଥିବା ଉତ୍ତରଟିକୁ ଟିକେ ଅଲଗା ଢଙ୍ଗରେ ବୁଝାଇ ପଚାରିଲେ ମା' କଥାଟିକୁ ବୁଝି ପାରନ୍ତି ଏବଂ ଆଉ କିଛି ଅଧିକ ଦରକାରୀ କଥା କହିଥାନ୍ତି । ଯାହାର ଗୁରୁତ୍ଵ ଅଧିକ ଥାଏ । ତେବେ ଯଦି ମା' କହିଳା ଯେ ମୋ ଛୁଆ କାଲି ରାତିରେ ବହୁତ କାନ୍ଦିଛି । ସେ କ୍ଷେତ୍ରରେ ଯୋଗାଯୋଗକାରୀ ପଚାରିବେ; ହେଲେ କହିଲନିତ କ'ଣ ସବୁଦିନ ରାତିରେ ତୁମ ତୁଆ କାନ୍ଦି ତୁମକୁ ଅନିଦ୍ରା ରହିଥିଲା ଏହିପରି ।
ବେଳେବେଳେ ମା'ମାନେ ନିଜ କଥା ମାଧ୍ୟମରେ ଭାବ ପ୍ରକାଶ କରିଥାନ୍ତି । ତେଣୁ ମା'ମାନେ ଏପରି ଭାବଗର୍ଭକ ହୋଇ କହିଲାବେଳେ ଆପଣ ସେଥିରୁ ଅର୍ଥ ବାହାର କରି ମୂଳ କଥାଟିକୁ ବୁଝିବାକୁ ଚେଷ୍ଟା କରିବା ଦରକାର
ମା' ମାନଙ୍କ କଥାକୁ ଏହିପରି ଭାବରେ ବୁଝିପାରିଲେ ଆପଣ ତାଙ୍କର ବିଶ୍ଵାସର ପାତ୍ର ହୋଇପାରିବେ । ମା'ମାନଙ୍କର ଭଲ ପାଇବା ପାଇଁ ସମାନୁଭୂତିମୂଳକ କଥାବାର୍ତ୍ତା ଖୁବ ଫଳପ୍ରଦ ।
ସମାନୁଭୂତି ସହାନୁଭୂତି ଠାରୁ ଭିନ୍ନ । ଯେତେବେଳେ ଆପଣ ଜଣେ ବ୍ୟକ୍ତିଙ୍କୁ ସହା ନୁଭୂତି ଦେଖାଉଛନ୍ତି ତେବେ ତାଙ୍କୁ ଦୟା କରୁଛନ୍ତି ଏବଂ ଆପଣ ନିଜସ୍ଵ ଭାବନାରୁ ତାଙ୍କୁ ଦେଖୁଛନ୍ତି ଓ ନିଜ ସ୍ତରରେ ତାଙ୍କୁ ଚିନ୍ତା କରୁଛନ୍ତି । ଆପଣ ତାଙ୍କ ଅବସ୍ଥାକୁ ଠିକରେ ଜାଣିପାରୁଛନ୍ତି ବୋଲି ମା’ଙ୍କର ହୃଦବୋଧ ହୋଇ ନଥାଏ ।
ଉଦାହରଣ : - ମା' କ’ଣ କହନ୍ତି :- ମୋ ସ୍ତନ ଭ୍ରଣ୍ଡି ଖୁବ । କଟୁଛି; ତେଣ ମୋ ଛୁଆକୁ ବୋତଲରେ ଖୁଆଇବି ।
କୌଣସି ପ୍ରକାର ରାୟ ଦେବା ଭଳି ଶବ୍ଦ ଯଥା ଠିକ, ଭୂଲ, ଭଲ, ଖରାପ, ବହୁତ ସମ୍ପଭି ଇତ୍ୟାଦି ଶବ୍ଦ କୁହନ୍ତି ନାହିଁ । ଠିକରେ ଉତ୍ତର ଦେବାର ଉଦାହରଣ ନିମ୍ନରେ ଦିଆଯାଇଛି । ରାୟ ଦେବା ଭଳି ସାଧାରଣ ଅକ୍ଷର ଏବଂ ସରଳଭାବେ ଦିଆଯାଇଛି ।
ଭୁଲ୍ |
ଠିକ୍ |
ଆପଣଙ୍କ ଶିଶୁ ସ୍ଵାଭାବିକ ଭାବେ ସ୍ତନ୍ୟପାନ କରୁଛିକି ? |
ଆପଣଙ୍କ ଶିଶୁ କିପରି ସ୍ତନ୍ୟପାନ କରୁଛି? |
ତୁମ ସ୍ତନରୁ ପର୍ଯ୍ୟାପ୍ତ ପରିମାଣର କ୍ଷୀର ବାହାରୁଛି କି ? |
ଆଉ ସ୍ତନ୍ୟପାନ କିପରି ଚାଲିଛି? |
ତା'ର ଓଜନ ଭଲରେ ବଢୁଛି ତ ? |
ଆଉ ତା'ର ଓଜନ କେମିତି ଅଛି ? |
ସ୍ତନ୍ୟପାନରେ ସଫଳତା ପାଇଁ ମା’ ର ଆତ୍ମବିଶ୍ଵାସ ବଢ଼ାଇବା ଦରକାର । ଅନ୍ୟ ଲୋକମାନଙ୍କର ଭୂଲ ସୂଚନାକୁ ଦୂରେଇବା ପାଇଁ ମଧ୍ୟ ଏହି ଆତ୍ମବିଶ୍ଵାସ ଦରକାର । ଅନେକ ଛୋଟ ତଥା ହାଲକା କାରଣରୁ ମା' ମାନେ
ଆତ୍ମବିଶ୍ଵାସ ହରାଇ ଦେଇପାରନ୍ତି । ଏହି ସମୟଗୁଡ଼ିକରେ ଆତ୍ମବିଶ୍ଵାସ ଜାଗ୍ରତ କରିବା ଏବଂ ସହଯୋଗ କରିବା ହେଉଛି ଗୁରୁତ୍ଵପୂର୍ଣ୍ଣ ।
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯୋଗାଯୋଗ ବା ଆନ୍ତ ଯୋଗାଯୋଗର ଛଅଟି ସୋପାନ – ଗ୍ୟାଦର (GATHER)
ଆପଣ ଗୋଷ୍ଠୀରେ ନିଜର ପରିଚୟ ଦେଇଦେବା ପରେ, ବାପା ମା'ମାନେ ଆପଣଙ୍କ ସହିତ କଥା ହେବା ପାଇଁ ଦିଅନ୍ତୁ । ସଙ୍ଗେ ତାଙ୍କ ଶିଶୁର ସ୍ଵାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିଷୟ ପଚାରନ୍ତୁ ନାହିଁ । କାରଣ ଏହି ସମୟରେ ସଙ୍ଗେ ସଙ୍ଗେ ସେମାନେ ଏଭଳି ସବୁ କଥାବାର୍ତ୍ତା ଓ ଉତ୍ତର ଦେବା ପାଇଁ ପ୍ରସ୍ତୁତ ନ ଥାଇ ପାରନ୍ତି । ସେମାନଙ୍କ ସହିତ ଆଳାପ ଆଲୋଚନା ଜମିଲା। ପରେ ଆପଣ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଷୟ ପଚାରିଲେ ସେମାନେ ଖୋଲାଖୋଲି ଉତ୍ତର ଦେଇଥାନ୍ତି । ସେମାନଙ୍କ ଶିଶୁ ସ୍କୁଲକୁ ଯିବା କଥା କହିଥାନ୍ତି ଇତ୍ୟାଦି । ଶିଶୁମାନଙ୍କର ସାଧାରଣ ସ୍ଵାସ୍ଥ୍ୟ, ବୟସ, ଟୀକାକରଣ ସ୍ଥିତି, ୫ ବର୍ଷରୁ କମ ବୟସର ପିଲାମାନଙ୍କ ସଂଖ୍ୟା ଇତ୍ୟାଦି ଜାଣିବା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ।
(ଟେଲ) ଆପଣ କାହିଁକି ଆସିଛନ୍ତି ଏବଂ କ’ଣ କରିପାରିବେ ତାହା ଲୋକମାନଙ୍କୁ ବୁଝାଇ କୁହନ୍ତୁ । :- ଗୋଷ୍ଠୀକୁ ଯିବା ପୂର୍ବରୁ ନିଜର ପ୍ରସ୍ତୁତି ଭଲଭାବେ କରନ୍ତୁ । କିଛି ଉପଯୁକ୍ତ ତଥା ଗୁରୁତ୍ଵ ଥିବା ପ୍ରଶ୍ନ ପଚାରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଆପଣ ଗୋଷ୍ଠୀରେ ଆଲୋଚନା କରୁଥିବା ବିଷୟ ବା ପ୍ରଶ୍ନକୁ ନେଇ ଅବା ଭ୍ରାନ୍ତାଧାରଣା ଓ ଭୟ ସବୁ କ'ଣ ଅଛି ତାହାର ସୁପରିଚାଳନା କରନ୍ତୁ । ଆନ୍ତ ଯୋଗାଯୋଗ ନିମନ୍ତେ ଆପଣ ନେଉଥିବା ଉପକରଣଗୁଡ଼ିକ ଠିକ ଅଛି କି ନାହିଁ ଦେଖନ୍ତୁ ।
ନିମ୍ନଲିଖିତ ପରିପ୍ରେକ୍ଷୀକୁ ଦୃଷ୍ଟି ଦେଇ ଉତ୍ତର ଥୟ କରନ୍ତୁ ।
ଲୋକେ କୌଣସି ବିଷୟକୁ ନେଇ ନିଷ୍ପଭି ନେବାକୁ ଯାଉଥିଲେ ଆପଣ କହୁଥିବା କିମ୍ବା ବତାଉଥିବା କଥାକୁ ଗ୍ରହଣ କରି ନ ପାରିନ୍ତି ।
ଯଦି ଏହି ପ୍ରକ୍ରିୟାରେ କିଛି ଉପାୟ ରହିଛି ଯାହାକି ସେମାନେ ନିଜେ ବାଛି ପାରିବେ ସେହି ବାଟ ବାତନ୍ତୁ, ଫଳରେ ସେମାନେ ନିଷ୍ପଭି ନେଇ ପାରିବେ । ଲୋକେ ଯେଉଁ ପରିବେଶ ଓ ପରିବେଷ୍ଟନକୁ ନେଇ ଚଳୁଛନ୍ତି ଯଥା । ସେସମାନଙ୍କ ସଙ୍ଗ ସାଥି , ବନ୍ଧୁ, ପରିବାର, ଗୋଷ୍ଠୀ ଓ ସମାଜର ପ୍ରୋତ୍ସାହନ ସହିତ ଆବଶ୍ୟକୀୟ ସୂଚନା ପାଇ ପାରିଲେ ସେମାନେ ନିଜର ମନୋଭାବ ଓ ଆଚରଣରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବେ । ଯାହା ତାଙ୍କୁ ସମସ୍ୟା ସମାଧାନରେ ସହାୟକ ହେବ ଏବଂ ସେମାନେ ବ୍ୟକ୍ତିଗତ ଭୟ ଓ ବିଶ୍ୱାସକୁ ବୁଝି ନୂଆ ଆଚରଣକୁ ଆପଣେଇ ପାରିବେ ।
ଉଦାହରଣ : ଅନେକ ପିତାମାତା ସାମାଜିକ କୁସଂସ୍କାର ପାଇଁ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ପଠାଇ ନଥାନ୍ତି । କିନ୍ତୁ ପ୍ରକୃତ ପକ୍ଷେ ସେଠାରେ ଶିକ୍ଷକ ନଥାନ୍ତି ଏବଂ ପାଇଖାନା ନଥାଏ ।
ଏଥିରୁ ଶିଖିଲେ : ଧର୍ମଗୁରୁ, ସ୍ଥାନୀୟ ନେତା, ଡାକ୍ତର ଏବଂ ଗୋଷ୍ଠୀ ମଧ୍ୟରେ ଥିବା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ଗୋଷ୍ଠୀ ଏବଂ ପରିବାରରେ ଆଚରଣଗତ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା ଦରକାର ।
ଏକସପ୍ଲେନ୍ (ସେମାନେ ନେଉଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ ଭଲରେ ବୁଝାନ୍ତୁ) ଶିକ୍ଷା ସୂଚନା ଉପକରଣର ଉପଯୋଗ କରନ୍ତୁ । ବର୍ତ୍ତମାନର ସମସ୍ୟା ଏବଂ ପରିପ୍ରେକ୍ଷୀକୁ ଦୃଷ୍ଟି ଦେଇ ଶିକ୍ଷାସୂଚନା ଉପକରଣ ସ୍ଥିର କରନ୍ତୁ ।
ରିଟର୍ନି (ଗୋଷ୍ଠୀକୁ ପୁଣି ଥରେ ଯାଆନ୍ତୁ)
କୌଣସି କାର୍ଯ୍ୟ ବା ଅଭ୍ୟାସ ଗୋଷ୍ଠୀ କରିଛି କିମ୍ବା ନାହିଁ, ବାରମ୍ବାର ଯାଇ ଦେଖିବା ଦରକାର । ଏଥିରେ କିଛି ସମସ୍ୟା, ଅସୁବିଧା ଥିଲେ, ବା କି ସହଯୋଗ ଦରକାର ହେଉଥିଲେ। ସେ ଅନୁଯାୟୀ କାର୍ଯ୍ୟ କରନ୍ତୁ । ବାରମ୍ବାର ଗୋଷ୍ଠୀକୁ ଯାଇ ଦେଖନ୍ତୁ ।
ଯେକୌଣସି ଅଙ୍ଗନୱାଡି କର୍ମୀ, କ୍ଷେତ୍ର କର୍ମୀ ଯେତେବେଳେ ଗୋଷ୍ଠୀ ବା ଅନ୍ୟମାନଙ୍କ ସହିତ କଥା ହେଉଛନ୍ତି, ସେ ନିମ୍ନଲିଖିତ ପଦକ୍ଷେପକୁ ଦୃଷ୍ଟି ଦେବା ଦରକାର ।
ସଫଳ ଯୋଗାଯୋଗ ଆପୀନ ଆବଶ୍ୟକୀୟ ଯୋଗାଯୋଗ ଦକ୍ଷତା
ଯୋଗାଯୋଗରେ ପ୍ରତିବନ୍ଧନ
ଯୋଗାଯୋଗରେ ଦେଖାଯାଉଥିବା ନିମ୍ନଲିଖିତ ପ୍ରତିବନ୍ଧକଗୁଡିକ ହେଲା
ଉଦାହରଣ : ପାଇଖାନା ଥାଇ ବି ଅନେକଠାରେ ଲୋକେ ପାଇଖାନା ବ୍ୟବହାର କରି ନଥାନ୍ତି । ପ୍ରକ୍ଡତ କାରଣ ଖୋଜି ବାହାର କରନ୍ତୁ । କେତେକ ସ୍ଥାନ ଭୁଲ ଢଙ୍ଗରେ ତିଆରି ହୋଇଥବା ହେତୁ ପାଇଖାନା ଗନ୍ଧାଇଥାଏ । କେତେକ ସ୍ଥାନରେ ପାଣି ନଥିବା ହେତୁ ପାଇକାନାର ବ୍ୟବହାର ହୋଇପାରି ନ ଥାଏ ଯାହା ଏକ କଷ୍ଟକର ବ୍ୟାପାର । ପାଇକାନା ଢଙ୍ଗକୁ ବଦଳାଇ ଯେଉଁ ଢଙ୍ଗରେ ଲୋକେ ସନ୍ତୁଷ୍ଟ ସେହି ଢଙ୍ଗରେ କରିବାକୁ କହି ହେବ । ଯାହା ଜୋଲାକଙ୍କ ପାଇଖାନା ବ୍ୟବହାର ବଢ଼ାଇବ ।
କ'ଣ ଶିଖିଲେ
ମା'ମାନେ କିପରି ସେମାନଙ୍କ ପିଲାମାନଙ୍କୁ ପାଇଖାନାରେ ଝାଡ଼ା । ଫେରିବାର ଅଭ୍ୟାସ କରାଇବେ । ସେଥି ପାଇଁ ମା’ ମାନଙ୍କୁ ଏହି ଅଭ୍ୟାସରେ ବ୍ରତୀ କରାଇବା । କାହିଁକି ନା ପିଲାମାନଙ୍କର ଝାଡ଼ାରେ ବଡ଼ ଲୋକଙ୍କ ଝାଡ଼ା ଭଳି ଜୀବାଣୁ ଥାଆନ୍ତି ଏବଂ ସେମାନେ ସମାନ ଭାବେ କ୍ଷତିକାରକ ।
ଆଧାର - ୟୁନିସେଫ
Last Modified : 1/26/2020