অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବନରକ୍ଷାକାରୀ ପ୍ରଣାଳୀ

ଜୀବନରକ୍ଷାକାରୀ ପ୍ରଣାଳୀ

ଉପକ୍ରମ

ଦୁର୍ଘଟଣାରେ ଆହତ କିମ୍ବା ହଠାତ୍ ଅସୁସ୍ଥା ହୋଇ ପଡିଥିବା ବ୍ୟକ୍ତିଙ୍କର ଅବସ୍ଥା ଅତ୍ୟନ୍ତ ସଙ୍ଗଟାପନ୍ନ ହୋଇଥିଲେ, ପ୍ରଥମେ ତାଙ୍କର ଜୀବନରକ୍ଷା ଜରୁରୀ ହୋଇଥାଏ । ସେଥିପାଇଁ ଜରୁରୀକାଳୀନ ବ୍ୟବସ୍ଥାରେ ଏକ ସ୍ଵତନ୍ତ୍ର ପର୍ଯ୍ୟାୟକ୍ରମରେ ସହାୟତା କାର୍ଯ୍ୟ କରିବାକୁ ହୁଏ । ଏହି  ପର୍ଯ୍ୟାୟକ୍ରମକୁ ସରଳରେ ମନେରଖିବା ନିମିତ୍ତ ଇଂରାଜୀରେ ଏକ ସୂତ୍ର ପ୍ରଚଳିତା ହୋଇଥାଏ । ଏଥିରେ ପର୍ଯ୍ୟାୟକ୍ରମରେ ଇଂରାଜୀ ଶବ୍ଦର ପ୍ରଥମ ଅକ୍ଷରକୁ ନେଇ ତାହା DRABC ହୋଇଥାଏ ।

ଏହାକୁ ‘ଡକ୍ଟର ଏବିସି’ କୁହାଯାଏ । ଏହି ପର୍ଯ୍ୟାୟକ୍ରମ ନିମ୍ନରେ ପ୍ରଦାନ କରାଗଲା ।

D: Danger – ବିପଦ

  1. ଆହତ କିମ୍ବା ଅସୁସ୍ଥ ବ୍ୟକ୍ତିଙ୍କ ନିକଟକୁ ଯିବା ପୂର୍ବରୁ ପରିସ୍ଥିତିକୁ ଅନୁଧ୍ୟା କରି ପ୍ରଥମେ ନିଜର ସୁରକ୍ଷା ପ୍ରତି ସତର୍କତା ଗ୍ରହଣ କର । ଏହା ଦ୍ଵାରା ସହାୟତା ପ୍ରଦାନ ସମୟରେ ନିଜେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିବ  ନାହିଁ ।
  2. ଆହତ ବ୍ୟକ୍ତିଙ୍କ ନିକଟରେ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ବସ୍ତୁଗୁଡିକୁ ଦୂରେଇ ଦିଅ କିମ୍ବା ଆହତ ବ୍ୟକ୍ତିଙ୍କୁ ଉକ୍ତ ସ୍ଥାନରୁ ନିରାପଦ ବା ସୁରକ୍ଷିତ ସ୍ଥାନକୁ ନେଇଯାଅ ।

R: Response – ପ୍ରତିକ୍ରିୟା

ଏହା ଦ୍ଵାରା ଆହତ ବ୍ୟକ୍ତିଙ୍କର ମସ୍ତିଷ୍କର ଅବସ୍ଥା ଅନୁଧ୍ୟାନ କରିହୁଏ ଅର୍ଥାତ୍ ସେ ସଚେତ କିମ୍ବା ଅଚେତ ଅବସ୍ଥାରେ ରହିଅଛନ୍ତି ?

  1. ଆହତ ବ୍ୟକ୍ତିଙ୍କୁ କେତେକ ସରଳ କାର୍ଯ୍ୟ କରିବା ନିମିତ୍ତ ନିର୍ଦ୍ଦେଶ ଦିଅ । ସେ ତାହା କରିବାକୁ  ସକ୍ଷମ ହେଉଥିଲେ ସଚେତ ଥିବାର ଜଣାଯାଏ । ସେ ସଚେତ ଥିଲେ ତାଙ୍କଠାରୁ ଦୁର୍ଘଟଣା ଏବଂ ତାଙ୍କ ଅବସ୍ଥା ସମ୍ଭାନ୍ଧୀୟ ବିବରଣୀ ଗ୍ରହଣ କର ଏବଂ ତାଙ୍କର ଅବସ୍ଥା ନିରୂପଣ କରି ଉପଯୁକ୍ତ ହେଉଥିବା ପ୍ରାଥମିକ ସହାୟତା ପ୍ରଦାନ କର ।
  2. ପୁର୍ବରେ କୁହାଯାଇଥିବା ନିର୍ଦ୍ଦେଶ ପ୍ରତି ଆହତ ବ୍ୟକ୍ତି ପ୍ରତିକ୍ରିୟା ପ୍ରଦାନ ନକଲେ ତାଙ୍କୁ ବଡ ପାଟିରେ ଡାକ । ଏହା ଦ୍ଵାରା ସେ ପ୍ରତିକ୍ରିୟା ପ୍ରଦାନ କଲେ ଅବସ୍ଥା ଅନୁଯାୟୀ ସହାୟତା ପ୍ରଦାନ କର ।
  3. ଆହତ ବ୍ୟକ୍ତି ଡାକକୁ ପ୍ରତିକ୍ରିୟା ପ୍ରଦାନ ନକଲେ ତାଙ୍କ କାନ୍ଧକୂ ଧୀରେ ଧୀରେ ଥାପୁଡାଇ ଦିଅ । ଏହା ଫଳପ୍ରଦ ହେଲେ ବକ୍ଷାସ୍ଥିକୁ ତଳୁ ଉପର ଆଡକୁ ନିଜର ବୁଢା ଆଙ୍ଗୁଳିରେ ସାମାନ୍ୟ ଜୋରରେ ଘଷିଦିଆ । ଏହା କୌଣସି କ୍ଷତି ନକରି ସାମାନ୍ୟ କଷ୍ଟପ୍ରଦାନ କରିଥାଏ । ଏଥିରେ ଆହତ ବ୍ୟକ୍ତି ପ୍ରତିକ୍ରିୟା ପ୍ରଦାନ କଲେ ଅବସ୍ଥା ଅନୁଯାୟୀ ସହାୟତା ପ୍ରଦାନ କର ।
  4. ଉପରୋକ୍ତ ଚେଷ୍ଟା ସତ୍ତ୍ୱେ ବ୍ୟକ୍ତିଙ୍କର ଚେତା ନଫେରିଲେ ସେ ଅଚେତ ଅବସ୍ଥାରେ ରହିଥିବା ଜଣାଯାଏ ଏବଂ ତାଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟ କରିବାକୁ ହୁଏ ।

A: Airway – ଶ୍ଵାସପଥ

ଅଚେତ ଅବସ୍ଥାରେ ବ୍ୟକ୍ତି ଚିତ୍ ହୋଇ ରହିଲେ ଜିଭ ପଛକୁ ଖସିଯାଇ ଶ୍ଵାସପଥକୁ ଅବରୁଦ୍ଧ କରିଦେଇଥାଏ । ଫଳରେ ଶ୍ଵାସପଥ ମଧ୍ୟ ଦେଇ ବାହ୍ୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ଯାତାୟତ କରିପାରେ ନାହିଁ । ବାୟୁ ପଥକୁ ଖୋଲା ରହିବା  ରଖିବା ନିମିତ୍ତ ନିମ୍ନ ପ୍ରଣାଳୀରେ  କାର୍ଯ୍ୟକର ।

  1. ଆହତ ବ୍ୟକ୍ତିର ପାଟିର ଦୁଇପଟୁ ଆଙ୍ଗୁଳିଚାପ ଦେଇ ପାଟିକୁ ଖୋଲାକାରୀ ପାଟି ମଧ୍ୟରେ କୌଣସି ବାହ୍ୟବସ୍ତୁ ରହିଅଛି କି ନାହିଁ ଦେଖ ।
  2. ପାଟିରେ କୌଣସି ବାହ୍ୟ ବସ୍ତୁ ରହିଥିଲେ ନିଜ ଆଙ୍ଗୁଳିରେ ସଫା କନା ଗୁଡାଇ ତାହା ଦ୍ଵାରା ଉକ୍ତ କାଢି ପରିଷ୍କାର କରିଦିଅ ।
  3. ପାଟି ପରିଷ୍କାର ହୋଇଯିବା ପରେ ଶ୍ଵାସନଳୀକୁ ସିଧାକରି ଖୋଲା ରଖିବା ନିମିତ୍ତ ଅଚେତ୍ ବ୍ୟକ୍ତିଙ୍କ ମୁଣ୍ଡପଛକୁ ଝୁଙ୍କାଇ ଦେଇ ଚିବୁକକୁ ଉପରକୁ ଟେକି ରଖ । ଏହା ଦ୍ଵାରା ଶ୍ଵାସନଳୀ ସିଧା ହୋଇ ଖୋଲା ରୁହେ ଏବଂ ସ୍ଵାଭାବିକ ଶ୍ଵାସକ୍ରିୟା ସହଜରେ ହୋଇଥାଏ ।

B: Breathing – ଶ୍ଵାସକ୍ରିୟା

ଶ୍ଵାସପଥ ଖୋଲା ରହିବା ପରେ ଶ୍ଵାସକାର୍ଯ୍ୟ ହେଉଅଛି କି ନାହିଁ ଦେଖ । ଏଥିପାଇଁ ଦେଖ, ଶୁଣ ଏବଂ ଅନୁଭବ କର ପ୍ରଣାଳୀ ବ୍ୟବହାର କର ଛାତିର ଉତ୍ ଥାନ ଏବଂ ପତନକୁ ଦେଖ । ଅଚେତ ବ୍ୟକ୍ତର ନାକ ପାଖରେ କାନରଖି ଶ୍ଵାସକ୍ରିୟାର ଶବ୍ଦ ଶୁଣିବାକୁ ଚେଷ୍ଟା କର ଏବଂ ନିଜ ଗାଳକୁ ଆହତ ବ୍ୟକ୍ତିର ନାକ ପାଖରେ ରଖି ନାକରୁ ବାହାରୁଥିବା ପବନକୁ ନିଜ ଗାଳରେ ଅନୁଭବ କର । ଜନ୍ମଠାରୁ ୧୨ ମାସ ଶିଶୁଙ୍କର ପାଦତଳକୁ ଆଙ୍ଗୁଠିରେ ସଲ୍ ସଲ୍ କରିବେ ବା ଆଙ୍ଗୁଠି ଟିପରେ ପାଦକୁ ବାଡେଇବା ଓ ଶିଶୁଙ୍କୁ ଡାକିବେ କିନ୍ତୁ ହଲାଇବେ ନାହିଁ ।

ଶ୍ଵାସକାର୍ଯ୍ୟ ଚାଲୁଥିବା କ୍ଷେତ୍ରରେ ଜିଭଦ୍ଵାରା ଶ୍ଵାସନଳୀ ଅବରୁଦ୍ଧ ନହେବା ନିମିତ୍ତ ଆହତ ବ୍ୟକ୍ତିର ଯଥାଶୀଘ୍ର ଆରୋଗ୍ୟ ଦାୟ  କ ଅବସ୍ଥାନ ରେ ଶୁଆଇ ରଖ ଏବଂ ସେହିଭଳି ଅବସ୍ଥାନରେ ଡାକ୍ତରଖାନାକୁ ପ୍ରେରଣ କର ।

ଅଚେତ ବ୍ୟକ୍ତିକୁ ଆରୋଗ୍ୟଦାୟକ ଅବସ୍ଥାନରେ ରଖିବା ନିମିତ୍ତ ନିମ୍ନଲିଖିତ କ୍ରମିକ ପର୍ଯ୍ୟାୟ ଗ୍ରହଣ କର ।

  1. ଆହତ ବ୍ୟକ୍ତିର କ୍ଷତ ନଥିବା ପାଖ କିମ୍ବା ଅଣେଇ ରଖିବା ପାଖରେ ନିଜ ଆଣ୍ଠୁମାଡି ବସ ।
  2. ଆହତ ବ୍ୟକ୍ତିଙ୍କ ଆଖିରୁ ଚଷମା ଖୋଲିଦିଆ । ପାଖରେ ଥିବା ମୋବାଇଲ୍ ଫୋନ୍ ଚାବିପେନ୍ଥା ଇତ୍ୟାଦି ପ୍ୟାଣ୍ଟ ପକେଟରୁ ବାହାର କରିଦିଅ । ଗୋଡ ଦୁଇଟିକୁ ସିଧାକରି ରଖ । ଗୋଡକୁ ଜୋତା ଚପଲ ଇତ୍ୟାଦି ବାହାର କରିଦିଅ ।
  3. ନିଜ ପାଖରେ ଥିବା ଆହତ ବ୍ୟକ୍ତିଙ୍କର ବାହୁକୁ ତାଙ୍କ ଶରୀର ସହିତ ଏବଂ ବାହୁକୁ କୁହାଣୀଠାରେ ସମକୋଣକରି ଭାଙ୍ଗି ରଖ । ହାତର ପାପୁଲି ସମ୍ମୁଖକୁ ଖୋଲା ରଖି ମୁହଁ ନିକଟରେ ସିଗ୍ ନାଲ ଦେବାଭଳି ଅବସ୍ଥାରେ ରହିବ ।
  4. ବିପରୀତ ପାର୍ଶ୍ଵରହହତ ପାପୁଲିର ପଛପାଖକୁ ନିଜ ଆଡ଼କୁ ଆଣି ଆହତ ବ୍ୟକ୍ତିଙ୍କର ସେହିପାଖ ଗାଲ ଉପରେ ଲଗାଇ ରଖିଦିଅ ।
  5. ବିପରୀତ ପାର୍ଶ୍ଵର ଗୋଡକୁ ଆଣ୍ଠୁଠାରେ ଭାଙ୍ଗି, ସେହି ପାଡରା ଆଙ୍ଗୁଳିକୁ ଅନ୍ୟ ଗୋଡର ଆଣ୍ଠୁ ତଳକୁ ରଖିଦିଅ ।
  6. ଆହତ ବ୍ୟକ୍ତିଙ୍କର ଗାଲରେ ଥିବା ହାତକୁ ସେହିଭଳି ଅବସ୍ଥାରେ ଚାପିଧରି ବିପରୀତ ଗୋଡକୁ ଆଣ୍ଠୁଠାରେ ଧରି ନିଜଆଡ଼କୁ ଟାଣିଆଣ । ଏହାଦ୍ଵାରା ଆହତ ବ୍ୟକ୍ତି ତୁମ ଆଡ଼କୁ ଅଣେଇ ହୋଇ ଆସିବ ।
  7. ଆହତ ବ୍ୟକ୍ତିଙ୍କର ଉପରେ ପାଖ ଗୋଡକୁ ପିଚାଠାରୁ ଏବଂ ଆଣ୍ଠୁ ଠାରୁ ଭାଙ୍ଗି ସମକୋଣ କରି ରଖିଦିଅ ।
  8. ଆହତ ବ୍ୟକ୍ତିଙ୍କର ମୁଣ୍ଡକୁ ସାମାନ୍ୟ ପଛକୁ ଟାଣିକରି ରଖିଦିଅ ଯେପରି ଶ୍ଵାସନଳୀ ନିଶ୍ଚିତ ଭାବେ ଖୋଲା ହୋଇ ରହିବ ।
  9. ଗାଲ ତଳେ ଥିବା ହାତ ପାପୁଲିକୁ ଏଭଳି ଭାବେ ରଖ ଯେପରି ଆହତ ବ୍ୟକ୍ତିଙ୍କ ମୁଣ୍ଡ ଉପରଭାଗ ସାମାନ୍ୟ ନିମ୍ନକୁ ଅଣେଇ ହୋଇ ରହିବ ।
  10. ଆମ୍ଭୁଲାନ୍ସ ଡକା ହୋଇନଥିଲେ ଆମ୍ଭୁଲାନ୍ସକୁ ଫୋନ୍ କରି ଡାକ କିମ୍ବା ସୁବିଧା ଥିଲେ ନିଜେ ଆହତ ବ୍ୟକ୍ତି ପାଖରେ ଜଗିରହି ଅନ୍ୟକାହାକୁ ଫୋନ୍ କରିବା ନିମିତ୍ତ ପଠାଅ ।
  11. ଆହତ ବ୍ୟକ୍ତିଙ୍କ ନାଡୀ ଏବଂ ଶ୍ଵାସକ୍ରିୟାକୁ ପ୍ରତ୍ୟେକ ୧୦ ମିନିଟ୍ ଅନ୍ତରରେ ଅନୁଧ୍ୟାନ କର ।
  12. ଶ୍ଵାସକ୍ରିୟା ବନ୍ଦ ହୋଇଥିବା କ୍ଷେତ୍ରରେ କୃତ୍ରିମ ପ୍ରଣାଳୀରେ ଶ୍ଵାସକ୍ରିୟା ପ୍ରଦାନ କରିବାକୁ ହୋଇଥାଏ । ଏଥିପାଇଁ ପାଟିରୁ ପାଟି କିମ୍ବା ପାଟିରୁ ନାକ ସଂଯୋଗ ବ୍ୟବସ୍ଥା ବ୍ୟାବହାର କରାଯାଏ ।

ସାଧାରଣ ପରିବେଶରେ ବାୟରେ ଅମ୍ଳଜାନ ପରିମାଣ ପ୍ରାୟ ୨୧% ରହିଥାଏ । ମନୁଷ୍ୟର ଶ୍ଵାସକ୍ରିୟା ତନ୍ମଧ୍ୟରୁ କେବଳ ୫% ଅଂଶ ବ୍ୟବହାର କରିଥାଏ । ତେଣୁ ନିଃଶ୍ଵାସ ବାଯୁରେ ଅବଶିଷ୍ଟ ୧୬ % ଅମ୍ଳଜାନ ବାହାରି ଯାଇଥାଏ । ଶ୍ଵାସକ୍ରିୟା ବନ୍ଦ ହୋଇଥିବା ବ୍ୟକ୍ତିଙ୍କ ପାଟିରେ ପାଟି ଲଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କାଲେ ପ୍ରାଥମିକ ସହାୟକ ନିଃଶ୍ଵାସରେ ରହିଥିବା ୧୬% ଅମ୍ଳଜାନ ଆହତ ବ୍ୟକ୍ତିଙ୍କ ଶରୀରକୁ ଆବଶ୍ୟକ ପରିମାଣର ଅମ୍ଳଜାନ ଯୋଗାଇପାରେ ।

  1. କୃତିମା ଶ୍ଵାସକ୍ରିୟା ପ୍ରଦାନ ନିମିତ୍ତ ଆହତ ବ୍ୟକ୍ତିଙ୍କର ପାଟିକୁ ଖୋଲାକରି ରଖ । ନିଜର ଗୋଟିଏ ହାତରେ ଆହତ ବ୍ୟକ୍ତିଙ୍କର ତଳପାଟିକୁ ଧରି ତାହାକୁ ସାମାନ୍ୟ ତଳକୁ ତାନିରଖ ଏବଂ ଅନ୍ୟହାତର ଦୁଇ ଆଙ୍ଗୁଳି ଦ୍ଵାରା ମୁହଁର ଦୁଇ ପାର୍ଶ୍ଵକୁ ଚାପିଧରି ପାଟିକୁ ଖୋଲ
  2. ନିଜର ବିଶି ଆଙ୍ଗୁଳିକୁ ଆଗ୍ରଭାଗରେ ସଫାକନାଗୁଡାଇ ଆହତ ବ୍ୟକ୍ତିଙ୍କର ପାଟି ଭିତର ଚାରିପାଖ ସଫାକରି ବାହ୍ୟ ପଦାର୍ଥକୁ ବାହାର କରିଦିଅ ।
  3. ନିଜର ଗୋଟିଏ ହାତ ଆହତ ବ୍ୟକ୍ତିଙ୍କ କପାଳରେ ରଖି ଅନ୍ୟ ହାତର ଦୁଇ ଆଙ୍ଗୁଳି ଦ୍ଵାରା ଆହତ ବ୍ୟକ୍ତି ଚିବୁକର ଅଗ୍ରଭାଗକୁ ଟେକିଦେଇ ମୁଣ୍ଡକୁ ପଛକୁ ଅଣାଇ ରଖ ଏବଂ ଶ୍ଵାସପଠା ଖୋଲାହୋଇ  ରହୁଥିବା ପ୍ରତି ନିଶ୍ଚିତ ହୁଅ ।
  4. ଆହତ ବ୍ୟକ୍ତିଙ୍କ ନାଡୀର ନରମ ଅଂଶକୁ ନିଜ ହାତ ବୁଢା ଏବଂ ବିଶି ଆଙ୍ଗୁଳି ଦ୍ଵାରା ଧୀରେ କରି ଛାପି ଧର ଏବଂ ନିଶ୍ଚିତ ହୁଅ ଯେ ନାସାରନ୍ଧ୍ର ସମ୍ପୁର୍ଣ୍ଣ ବନ୍ଦ ହୋଇ ରହିଅଛି ।
  5. ନିଜ ଛାତି ଫୁଲାଇ ଦୀର୍ଘ ପ୍ରଶ୍ଵାସ ନିଅ ଏବଂ ସଂଗେ ସଂଗେ ଆହତ ବ୍ୟକ୍ତିର ଦୁଇ ଓଠ ଉପରେ ନିଜର ଓଠକୁ ଲଗାଇ ରଖି ଚାରିପାଖକୁ ନିବୁଜ କରିଦିଅ । ତତ୍ ପରେ ଆହତ ବ୍ୟକ୍ତିଙ୍କ ପାଟି ଭିତରକୁ ଉକ୍ତ ବାୟୁକୁ ଫୁଙ୍କି ପୁରାଅ ଜେଭଳି ତାଙ୍କର ଛାତି ଫୁଲିଉଠିବ । ଫୁଙ୍କିବା ନିମିତ୍ତ ପ୍ରାୟ ଦୁଇ ସେକେଣ୍ଡ ଆବଶ୍ୟକ ହୋଇଥାଏ । ଫୁଙ୍କା ସାରିବା ପରେ ଆହତ ବ୍ୟକ୍ତିଙ୍କ ପାଟିରୁ ନିଜ ପାଟି କାଢିଆଣ ଏବଂ ନାକକୁ ଛାଡିଦିଅ । ଆହତ ବ୍ୟକ୍ତିଙ୍କ ଫୁସ୍ ଫୁସ୍ ରେ ପ୍ରବେଶ କରିବା ବାୟୁ ସ୍ଵତଃ ବାହାରି ଜୀବ । ଏଠିପାଇଁ ପ୍ରାୟ ୪ ସେକେଣ୍ଡ ଆବଶ୍ୟକ ହୋଇଥାଏ ।

ପାଟିକୁ ପାଟି ଲାଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ସମୟରେ ଆହତ ବ୍ୟକ୍ତିର ମୁଣ୍ଡ ଯେପରି ପଛକୁ ଢଳି ରହି ଶ୍ଵାସ ପଥକୁ ଖୋଲାକରି ରଖୁଛି ଏବଂ ଛାତିର ଉଠିବା ଏବଂ ପଡିବା ଦ୍ଵାରା ଫୁସ୍ ଫୁସ୍  ମଧ୍ୟକୁ ଯେପରି ବାୟୁ ପ୍ରବେଶ କରିପାରୁଛି ସେଥିପ୍ରତି ଲକ୍ଷ୍ୟ ରଖ ।

ଶିଶୁଙ୍କ କୃତ୍ରିମ ଶ୍ଵାସକ୍ରିୟା ନିମିତ୍ତ ସାଧାରଣତଃ ତାଙ୍କର ପାଟି ଏବଂ ନାକ ଉଭୟଙ୍କୁ ନିଜର ପାଟି ଦ୍ଵାରା ଆବୃତ କରି ରଖିବାକୁ ହୁଏ। ଫୁଙ୍କିବା ନିମିତ୍ତ ୧ ସେକେଣ୍ଡ ଏବଂ ବାୟୁ ବାରିବା ନିମିତ୍ତ ୨ ସେକେଣ୍ଡ ଆପେକ୍ଷା କରିବାକୁ ହୁଏ । ଯଥାଶୀଘ୍ର କୃତ୍ରିମ ଶ୍ଵାସକ୍ରିୟା ଆରମ୍ଭ କରନ୍ତୁ । ଏହା ବୟସ୍କ ବ୍ୟକ୍ତିଙ୍କ ପାଇଁ ୨ ଥର (୨ ସେକେଣ୍ଡ ପବନ ଦେବା ଓ ବାହାରିବା ପାଇଁ ୪ ସେକେଣ୍ଡ ସମୟ ଛାଡିବା ) ଏବଂ ଶିଶୁମାନଙ୍କର ପାଇଁ ୫ ଥର କୃତ୍ରିମ ଶ୍ଵାସକ୍ରିୟା କରାଇବା (୧ ସେକେଣ୍ଡ ପବନ ଦେବା ଏବଂ ତାହା ବାହାରିବା ପାଇଁ ୨ ସେକେଣ୍ଡ ପବନ ଛାଡିବା ) ଏହାପରେ ରକ୍ତ ସଞ୍ଚାଳନ ଓ ହୁତପିଣ୍ଡ କ୍ରିୟା ଜାଣିବା ପାଇଁ ନାଡୀ ପରୀକ୍ଷା କର ।

C: Circulation – ରକ୍ତ ସଞ୍ଚାଳନ ହୋଇଥାଏ

ହୃତପିଣ୍ଡ ଦ୍ଵାରା ରକ୍ତ ସଞ୍ଚାଳନକୁ ଜାଣିବା ନିମିତ୍ତ ନାଡୀକୁ ଦେଖିବାକୁ ହୁଏ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କର ବେକରେ କାରୋଟିଡ ଧମନୀର ନାଡି ଏବଂ ୧ ବର୍ଷ ଶିଶୁଙ୍କରବାହୁରେ ବ୍ରକିଆଲ ଧମନୀର ନାଡିକୁ ଦେଖାଯାଏ । ନାଡି ଚାଲୁ ନଥିଲେ ସମୟ ବିଳମ୍ବ ନ କରି ଯଥାଶୀର୍ଘ CPR/ କାର୍ଡିଓ – ପଲମୋନାରି – ରିସସଟେସନ / ହୃତପିଣ୍ଡ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚାଳନ ବ୍ୟବସ୍ଥା ଗ୍ରହଣ କରିବାକୁ ହୁଏ । ସାଧାରଣତଃ, ମସ୍ତିଷ୍କ ତିନି ମିନିଟ ଠାରୁ ଅଧିକ ସମୟ ଅମ୍ଳଜାନ ଅଭାବ ଜନିତ ଅବସ୍ଥାରେ ରହିଲେ ସେଥିରେ ଅଣପ୍ରତ୍ୟାବର୍ତ୍ତନଶୀଳ ପରିବର୍ତ୍ତନମାନ ସୃଷ୍ଟି ହୋଇ ମସ୍ତିଷ୍କର କାର୍ଯ୍ୟ କ୍ଷମତାରେ କ୍ଷତି ଆଣିଥାଏ । ତେଣୁ ଆହତ ବ୍ୟକ୍ତିଙ୍କ ମସ୍ତିଷ୍କ ଖ୍ୟାତିହେବା ପୂର୍ବରୁ CPR ପ୍ରଦାନ କରାଗଲା ତାଙ୍କର ଜୀବନ ରକ୍ଷା ହୋଇଥାଏ ।

କାର୍ଡିଓ- ପଲମୋନାରି – ରିସସଟେସନ୍ ବା ହୃତ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚଳନ

ଶ୍ଵାସକାର୍ଯ୍ୟ ଏବଂ ହୁତପିଣ୍ଡ କାର୍ଯ୍ୟ ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା ସହିତ ହୃତପିଣ୍ଡ କୃତ୍ରିମ ଭାବେ ବାହ୍ୟ ଚାପ ଦ୍ଵାରା ପରିଚାଳିତ କରାଯାଏ । ଏହା ଦ୍ଵାରା ବାଷ୍ପ ବିନିମୟ ନିମିତ୍ତ ଫୁସ୍ ଫୁସ୍ ବାହ୍ୟ ମିଳିଥାଏ ଏବଂ ସେଥିରୁ ରକ୍ତ ଗ୍ରହଣ କରିଥିବା ଅମ୍ଳଜାନ ହୁତପିଣ୍ଡ କାର୍ଯ୍ୟ ଦ୍ଵାରା ରକ୍ତ ନଳୀରେ ସଞ୍ଚାରିତ ହୋଇ ଶରୀରର ଜୀବକୋଷମାନଙ୍କୁ ମିଳିଥାଏ  ।

CPR ପ୍ରଦାନ ପ୍ରଣାଳୀ

  1. ଆହତ ବ୍ୟକ୍ତିଙ୍କୁ ଦୃଢ ସମତଳ ପୃଷ୍ଠ ଉପରେ ଚିତ୍ କରି ଶୁଆଇ ଦିଅ ।
  2. ଆହତ ବ୍ୟକ୍ତିଙ୍କର ଗୋଟିଏ କଡ଼ରେ ଆଣ୍ଠୁ ମାଡି ବସିରୁହ । ଆହତ ବ୍ୟକ୍ତିଙ୍କର ବକ୍ଷାସ୍ଥିର ନିମ୍ନରୁ ଦୁଇ ଆଙ୍ଗୁଳି ଛାଡି ଉପରକୁ ଏବଂ ବକ୍ଷର ମଧ୍ୟ ଅଂଶରେ ବାମ ହାତ ପାପୁଲିର ନେଡିକୁ ରଖି । ବାମ ପାପୁଲି ଉପରେ ଦକ୍ଷିଣ ହାତର ପାପୁଳିକା ରଖି ନିଜ ହାତର ଆଙ୍ଗୁଳି ସନ୍ଧାରେ ଉପରେ ହାତର ଅଙ୍ଗୁଳି ପୁରାଇ ଯୋଗକରି ବସି ଧର ।
  3. ନିଜର କହୁଣୀକୁ ସିଦ୍ଧାଭାବେ ରଖି ଶରୀରର ଓଜନ ସାହାଯ୍ୟରେ ଆହତ ବ୍ୟକ୍ତିଙ୍କର ଛାତିରେ ଚାପଦିଅ । ଏହା ଚାପଦ୍ଵାର ଆହତ ବ୍ୟକ୍ତିଙ୍କ ଛାତି ପ୍ରାୟ ଏକ ତୃତୀୟ ଭାଗ ନିମ୍ନକୁ ଦବୁଥିବା । ଛାତିରେ ଏହିଭଳି ଚାପ ଏକ ମିନିଟ୍ ରେ ୧୦୦ ଥର ଗତିରେ ୩୦ ଥର ବାହ୍ୟ ହୃଦଚାପ ସହିତ ୨ ଥର କୃତ୍ରିମ ଶ୍ଵାସକ୍ରିୟା କରାଇବା ଉଚିତ ।
  4. ଏହାପରେ ଆହତ ବ୍ୟକ୍ତିଙ୍କ ଶ୍ଵାସନଳୀକୁ ସିଧାକରି ରଖି ଦୁଇଥର କୃତ୍ରିମ ଶ୍ଵାସକ୍ରିୟା

ବି.ଦ୍ର: ସାଧାରଣତଃ ସିପିଆର ନିମିତ୍ତ ୩୦ ଥର ବାହ୍ୟ ହୃତ ଚାପ ସହିତ ୨ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରାଯାଇଥାଏ ।

ଦୁଇ ଜଣ ପ୍ରାଥମିକ ସହାୟକ ରହିଥିଲେ ଜଣେ ୫ ଥର ବାହ୍ୟ ହୃଦ୍ ଚାପ ପ୍ରଦାନ କରିବା ପରେ ସହଯୋଗୀ ୧ ଥର  କୃତ୍ରିମ ଶ୍ଵାସକ୍ରିୟା ପାଦାନ କରିଥାଏ ।

୧ ରୁ ୭ ବର୍ଷ ବୟସ୍କ ଶିଶୁମାନଙ୍କ ନିମିତ୍ତ ଗୋଟିଏ ହାତର ନେଡ଼ି ବ୍ୟବହାର କର । ୧ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ନିମିତ୍ତ ବକ୍ଷାସ୍ଥିର ଠିକ୍ ମଧ୍ୟରେ ଭାଷାଗରେ ୨ ଟି ଆଙ୍ଗୁଳି କିମ୍ବା ବୁଢା ଆଙ୍ଗୁଳି ଦ୍ଵାରା ଛାପ ପ୍ରଦାନ କର । ସମସ୍ତ କ୍ଷେତ୍ରରେ ଛାତି ତାହାର ଉଚ୍ଚତାର ଏକ ତୃତୀୟ ଭାଗ ନିମ୍ନ ଚାପି ହେଉଥିବା ଏବଂ ଚାପର ଗତି ୧ ମିନିଟ୍ ରେ ୧୦୦ ଥର ହେଉଥିବ ।

ପ୍ରତ୍ୟେକ ତିନି ମିନିଟ୍ ରେ ନାଡୀ ପରିକ୍ଷାକର, ନାଡୀ ସ୍ଵତଃ ଚାଲିବା ପର୍ଯ୍ୟନ୍ତ ଏହି ପ୍ରଣାଳୀ ପ୍ରଦାନ ଚାଲୁରଖ । ଶ୍ଵାସକ୍ରିୟା ଆବଶ୍ୟକ କ୍ଷେତ୍ରରେ କେବଳ କୃତ୍ରିମ ଶ୍ଵାସକ୍ରିୟାପ୍ରଦାନ କାତର ଏବଂ ଆହତ ବ୍ୟକ୍ତିଙ୍କ ଶ୍ଵାସକ୍ରିୟା ସ୍ଵଭାବିକତାକୁ ଫେରିଲେ ତାହା ବନ୍ଦକର । ଆହତ ବ୍ୟକ୍ତିଙ୍କ ହୁତ୍ କ୍ରିୟା ଏବଂ ଶ୍ଵାସକ୍ରିୟା ଚାଲିବା ପରେ ତାଙ୍କୁ ଆରୋଗ୍ୟଦାୟକ ଅବୁସ୍ଥାରେ ଶୁଆଇ ଦିଅ ।

ଏକୁଟିଆ ଥିଲେ, ୧ ମିନିଟ୍ ପ୍ରାଥମିକ ସହାୟତା ପ୍ରଦାନ ପରେ ଅନ୍ୟ ବ୍ୟକ୍ତିଙ୍କର ସାହାଯ୍ୟ ପାଇବା ନିମିତ୍ତ ଚେଷ୍ଟା କର ।

ଜରୁରୀକାଳୀନ ଜୀବନ ରକ୍ଷା ପ୍ରଣାଳୀ ପ୍ରୟାଗର ସାରାଂଶ

ବିପଦ                ଚେତା ନାହିଁ                      ଚେତା ଅଛି                       ଆବଶ୍ୟକ ଅନୁସାରେ ସହାୟତା ପ୍ରଦାନ କର

  1. ଶ୍ଵାସକ୍ରିୟା ହେଉଛି   
    • ଆରୋଗ୍ୟଦାୟକ ଅବସ୍ଥାନରେ ଶୁଆଇଦିଅ
    • ଶ୍ଵାସକ୍ରିୟା ହେଉନାହିଁ ( ପାଖରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇବା ପାଇଁ ପଠାଅ)
  2. ୨ ଥର କୃତ୍ରିମ ଶ୍ଵାସକ୍ରିୟା ଦିଅ
    • କାରୋଟିଡ ଧମନୀରେ ନାଡୀ ଦେଖ
  3. କରୋଟିଡ ନାଡି ଚାଲୁଛି କିନ୍ତୁ ଶ୍ଵାସକ୍ରିୟା ହେଉନାହିଁ
    • କୃତ୍ରିମ ଶ୍ଵାସକ୍ରିୟା ୧୦ ଥର ଦିଅ ପ୍ରତ୍ୟେକ ୧୦ ଥର ଫୁଙ୍କିବା ପରେ କାରୋଟିଡ ଧମନୀର ନାଡୀ ଦେଖ ।
    • ସି.ପି ଆର୍ କୁ ଚାଲୁରଖା । ଜୀବନ ସଞ୍ଚାର ଚିହ୍ନ ଦେଖାଗଲେ କାରୋଟିଡ ନାଡୀର ସ୍ଵାଭାବିକତାକୁ ପରୀକ୍ଷା କର ।
    • ଶ୍ଵାସକ୍ରିୟା ସ୍ଵାଭାବିକ ହେଲେ ଆରୋଗ୍ୟଦାୟକ ଅବସ୍ଥାସନରେ ଶୁଆଇ ଦିଅ ଏବଂ ପ୍ରତ୍ୟେକ ୧୦ ମିନିଟ୍ ରେ ଚେତନା ଶ୍ଵାସକ୍ରିୟା ଏବଂ ନାଡିର ସ୍ପନ୍ଦନ ପରୀକ୍ଷା କର ।
  4. କାରୋଟିଡ ନାଡୀ ଚାଲୁ ନାହିଁ
    • ସି.ପି.ଆର୍. କୁ ଆରମ୍ଭ କର ୧୫ ଥର ଛାତି ଦାବି ଏବଂ ୨ ଥର ଶ୍ଵାସକ୍ରିୟା ଦିଅ (ଏହା ସି.ପି. ଆରର ଏକ ଚିତ୍ର ହେଇଥାଏ )
    • ସି.ପି.ଆର୍ କୁ ଚାଲୁରଖା । ଜୀବନ ସଞ୍ଚାର ଚିହ୍ନ ଦେଖାଗଲେ କାରୋଟିଡ ନାଡୀର ସ୍ଵାଭାବିକତାକୁ ପରୀକ୍ଷା କର ।
    • ନାଡୀର ସ୍ପନ୍ଦନ ସ୍ଵାଭାବିକ ହେଲେ ଆହତ ବ୍ୟକ୍ତିଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଶୁଆଇଦିଅ ଏବଂ ପ୍ରତ୍ୟେକ ୧୦ ମିନିଟ୍ ଅନ୍ତରରେ ଚେତନା, ଶ୍ଵାସକ୍ରିୟା ଏବଂ କାରୋଟିଡ ନାଡିର ସ୍ପନ୍ଦନ ପରୀକ୍ଷା କର ।

ବି.ଦ୍ର : ଏକୁଟିଆ ଥିଲେ ପ୍ରାଥମିକ ଉପଚାର ୧ ମିନିଟ୍ ଦେଲାପରେ ଅନ୍ୟ ବ୍ୟକ୍ତିଙ୍କୁ ସାହାଜ୍ଯ ପାଇବା ପାଇଁ ଚେଷ୍ଟା କରିବ ।

ଜୀବନ ସଞ୍ଚାର ଚିହ୍ନ

ଚର୍ମ ଓ ଓଠର ରଙ୍ଗ କ୍ରମଶଃ ନୀଳରୁ ଗୋଲାପୀ ହେବାକୁ ଲାଗିବ, ଶରୀର ଉଷ୍କ ହେବାକୁ ଲାଗିବା, ଆଖିପତା ହଲିବା, ଗୋଡ଼ ହାତ ହଲିବା ଏବଂ କ୍ୟାରୋଟିଡ ଧମନୀରେ ସ୍ପନ୍ଦନ ସୃଷ୍ଟି ହେବା ଇତ୍ୟାଦି ଦ୍ଵାରା ହୃତ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚଳନ ପ୍ରକ୍ରିୟା ଫଳପ୍ରଦ ହେଉଥିବା ଜଣାଯାଏ ।

ଶ୍ଵାସପଥରେ ବାହ୍ୟବସ୍ତୁ ଅଟକି ଯାଇଥିଲେ

କେତେକ ସମୟରେ ଶ୍ଵାସ ଖାଦ୍ୟ ପଦାର୍ଥ କିମ୍ବା ଅନ୍ୟ ବାହ୍ୟ ବସ୍ତୁ ପଶିଯାଇ ଶ୍ଵାସରୁଦ୍ଧ କରିଥାଏ । ତାହାକୁ ତତ୍ କ୍ଷଣାତ ବାହାର କରାନଗଲେ ଅମ୍ଳଜାନ ଅଭାବରେ ଶରୀର କ୍ରମଶଃ ନୀଳ ପଡିଯାଏ ଏବଂ ଅବସ୍ଥା ଖରାପ ହେବାକୁ ଲାଗେ । ଶେଷରେ ମୃତ୍ୟୁ ହୋଇଥାଏ ।

ଲକ୍ଷଣ

  1. ଶ୍ଵାସକାର୍ଯ୍ୟ କରିହୁଏ ନାହିଁ କିମ୍ବା ସେଥିରେ କଷ୍ଟ ଅନୁଭୂତ ହୁଏ ।
  2. କଥାବାର୍ତ୍ତା କରିବା କଷ୍ଟକର ହୁଏ ।
  3. ପ୍ରବଳ କାଶ ହୁଏ ।
  4. ବେକ ଲାଲ ପଡିଯାଏ ।
  5. ବେକ ପାଖରେ ନାଡୀ ଫୁଲିଯାଏ ।
  6. ଓଠ ଏବଂ ଶରୀର ନାଳ ବର୍ଣ୍ଣ ଦେଖାଯାଏ ।

ସହାୟତା

  1. ଆହତ ବ୍ୟକ୍ତିଙ୍କୁ ଆଶ୍ଵାସନା ପ୍ରଦାନ କର ।
  2. ମୁଣ୍ଡକୁ ଛାତିଠାରୁ ତଳକୁ ନୂଆଁଇ ରଖି କାଶିବାକୁ ହୁଏ । ଏହାଦ୍ଵାରା ଅବରୁଦ୍ଧ ବସ୍ତୁ ବାହାରି ନପାରିଲେ ।
  3. ପିଠିରେ ଦୁଇ ଅଂଶ ଫଳକ ମଝିରେ ୫ ଥର ଜୋରରେ ଥାପୁଡାଇବା ଭଳି ଧକ୍କା ଦିଅ ଏବଂ ଅଟକି ଯାଇଥିବା ବସ୍ତୁ ବାହାରିଲା କି ନାହିଁ ଦେଖ । ତଥାପି, ଯଦି ଉକ୍ତ ବସ୍ତୁ ବାହାରି ଆସିନଥାଏ ।
  4. ଆହତ ବ୍ୟକ୍ତିର ପଛ ପାଖେ ଠିଆ ହୋଇ ତାଙ୍କର ଦୁଇପାଖ ଦେଇ ନିଜର ଦୁଇ ହାତକୁ ତାଙ୍କର ପେଟ ସମ୍ମିଖକୁ ଆଣି, ଦୁଇ ହାତ ପାପୁଲିକୁ ପରସ୍ପର ସହିତ ଯୋଗକରି ଛନ୍ଦି ଧରି ପଞ୍ଜରା ହାଡ ତଲେ ଏବଂ ନାଭି ଉପର ପାଖରେ ତାଙ୍କର ପେଟକୁ ଦବାଇବା ଭଳି ଧକ୍କା ଦିଅ । ଏହିପରି ୫ ଥର କରିବା ଦ୍ଵାରା ବାହ୍ୟ ପଦାର୍ଥ ସାଧାରଣତଃ ବାହାରି ଆସିଥାଏ । ତଥାପି ଯଦି ବାହାରି ନଆସେ, ପୂର୍ବଭଳି ଅଂଶ ଫଳକ ମଧ୍ୟରେ ୫ ଥର ଜୋରରେ ଧକ୍କାଦିଅ ଏବଂ ୫ ଥର ପେଟକୁ ଧକ୍କାଦିଅ । ବାହ୍ୟବସ୍ତୁ ବାହାରି ଯିବା ପର୍ଯ୍ୟନ୍ତ କ୍ରମାଗତା ଭାବେ ଏହି ପ୍ରକ୍ରିୟା ଚାଲୁରଖ ।
  5. ଶ୍ଵାସପଥ ବାହ୍ୟବସ୍ତୁ ବାହାରି ଯିବାପରେ ଯଦି ଆହତ ବ୍ୟକ୍ତି ଆଚେତ ହୋଇରହିଥାଏ ଏବଂ ଶ୍ଵାସକ୍ରିୟା ଚାଲୁନଥାଏ ତେବେ ସଂଗେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ସହିତ ତାଙ୍କୁ ଡାକ୍ତରଖାନାକୁ ନେବାକୁ ବ୍ୟବସ୍ଥା କର ।
  6. ଧୂଆଁ ଦ୍ଵାରା ଶ୍ଵାସରୁଦ୍ଧ ଅବସ୍ଥା

    ନିଜ ମୁହଁକୁ ଓଦାକାନାରେ ଘୋଡାଇରଖି ଆହତ ବ୍ୟକ୍ତିଙ୍କୁ ଧୂଆଁ ପୂର୍ଣ୍ଣ ହୋଇଥିବା ସ୍ଥାନରୁ ଉଦ୍ଧାର କରି ଖୋଲା ନିରାପଦ ସ୍ଥାନକୁ ନେଇ ଆସ । ଆବଶ୍ୟକ ହେଲେ ଆହତ ବ୍ୟକ୍ତିଙ୍କୁ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ।

    ବିଷାକ୍ତ ବାଷ୍ପ ଦ୍ଵାରା ଶ୍ଵାସରୁଦ୍ଧ ଅବସ୍ଥା ।

    ବିଷାକ୍ତ ବାଷ୍ପ ବାୟଠାରୁ ହାଲୁକା ହୋଇଥିବାକୁ ଏହା ଉର୍ଦ୍ଧ୍ଵରେ ରୁହେ । ସେଥିପାଇଁ ଶ୍ଵାସକ୍ରିୟା ବନ୍ଦରଖି ଗୁରୁଣ୍ଡି ଗୁରୁଣ୍ଡି ବାଷ୍ପ ପୂର୍ଣ୍ଣ କୋଠରୀ ମଧ୍ୟରେ ପ୍ରବେଶ କର ଏବଂ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଯଥାଶ୍ରୀଘ୍ର ଖୋଲା ନିରାପଦ ସ୍ଥାନକୁ ଫେରିଆସ  । ଆବଶ୍ୟକ ହେଲେ ଆହତ ବ୍ୟକ୍ତିଙ୍କୁ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର । ଏହିଭଳି ସ୍ଥାନରେ ସହାୟତା ପ୍ରଦାନ ସମୟରେ ବିଶେଷଭାବେ ନିର୍ମିତ ଧୂମ୍ର ନିରୋଧନ ମୁଖ୍ୟ ବ୍ୟବହାର କରିବା ଉଚିତ୍ ।

    ପାଣିରେ ବୁଡିଯାଇ ଶ୍ଵାସରୁଦ୍ଧ ହୋଇଥିଲେ ।

    ପାଣିରେ ବୁଡିଯାଇଥିବା ବ୍ୟକ୍ତିଙ୍କୁ ପାଣିରୁ ଯଥାଶୀଘ୍ର ଉଦ୍ଧାର କରି କୁଳକୁ ନେଇଆସ । ତାଙ୍କୁ ଏକ ଶୁଖିଲା ସ୍ଥାନରେ ଶୁଆଇ ରାଖୀ ପାଟି ଭିତରେ ପଶିଯାଇଥିବା ବାହ୍ୟ ପଦାର୍ଥଗୁଡିକୁ ଆଙ୍ଗୁଳିରେ କାଢି ଶ୍ଵାସପଥ ପରିଷ୍କାର କରିଦିଅ । ଶ୍ଵାସକ୍ରିୟା ହେଉନଥିଲେ ୫ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ହୃଦକାର୍ଯ୍ୟ ଚାଲୁ ନଥିଲେ ଛାତିରେ ୧୫ ଥର ବାହ୍ୟ ହୃଦ୍ ଚାପ ସହିତ ଦୁଇ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ ଆନୁପାତରେସିପିଆର ଚାଲୁକର । ଶ୍ଵାସକ୍ରିୟା ଏବଂ ହୃଦ୍ କାର୍ଯ୍ୟ ଠିକ୍ ଭାବେ ହେଉଥିଲେ ଆହତ ବ୍ୟକ୍ତିଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଶୁଆଇ ଦିଅ । ଶରୀରରୁ ଓଦାଲୁଗା ବାହାର କରି ଶୁଖିଲା ଲୁଗାରେ ଘୋଡାଇ ରଖ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କର ।

    ପାଟିରେ ପାଟି ଲଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ ସମୟରେ ଯଦି ଛାତି ଭିତରକୁ ପବନ ଯାଉନଥାଏ ଏବଂ ପେଟ ମଧ୍ୟରେ ପାଣି ରହି ପେଟରେ ଫୁଲାଇ ରଖିଥାଏ ସେହି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଡାହାଣ କଡମାଡି ଶୁଆଇ ଦେଇ ଅତି ଯତ୍ନର ସହିତ ପେଟରେ ଚାପ ପ୍ରୟୋଗା କଲେ ପାଣି ଡାହାରକୁ ବୋହି ଆସିବା, ତାପରେ ପାଟିକୁ ପରିଷ୍କାର କରି କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ।

    ପାଣିରେ ବୁଡିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ସହାୟତା ପ୍ରଦାନ କରିବା ପରେ ଡାକ୍ତରରଙ୍କ ପାଖରେ ପାଠାଇବାକୁ ବ୍ୟବସ୍ଥା କର ।

    ବି.ଦ୍ର : ପାଣିରେ ମଧ୍ୟରେ ରହିଥିଲେ ଏବଂ କୁଳକୁ ଆସିବା ନିମିତ୍ତ ସମୟ ସାପେକ୍ଷ ହେଉଥିଲେ କୂଳ ନିକଟରେ ପହଞ୍ଚିବା ମଧ୍ୟରେ ବୁଡିଯାଇଥିବା ବ୍ୟକ୍ତିର ମୁହଁକୁ ପାଣି ସ୍ତର ଉପରକୁ ଟେକିଧରି ମଝିରେ ମଝିରେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ।

    ଆଧାର

    Odisha state centre Bhubaneswar

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate