ଶ୍ଵାସକ୍ରିୟା ପଦ୍ଧତିର କାର୍ଯ୍ୟ ହେଲା – ଶରୀରର ବିଭିନ୍ନ ଅଙ୍ଗର ଭରଣପୋଷଣ ଏବଂ ଅଙ୍ଗର ଅଭିବୃଦ୍ଧିପାଇଁ ଅମ୍ଳଜାନ ଗ୍ୟାସ ଦେଇ ଅଙ୍ଗାରକାମ୍ଳ ଗ୍ୟାସ ନିଷ୍କାସନ କରିବା ।
ନିଶ୍ଵାସ ପ୍ରଶ୍ଵାସରେ ନେଉଥିବା ବାୟୁକୁ ନାକ ଉଷୁମ ଓ ଆର୍ଦ୍ର କରିଥାଏ । ଏହା ତାଳୁର ଅଂଶ ଓ କଣ୍ଠନଳୀ ସହିତ ସଂଯୋଗ ହୋଇଥାଏ । ଆମ୍ଭେ ଏହାକୁ କଣ୍ଠ ବୋଲି କହୁ । କଣ୍ଠନଳୀ, ଶ୍ଵାସନଳୀ ବା ବାୟୁପ୍ରଦାହନଳୀ ସହିତ ଏହା ଯୋଗ ହୋଇହାଏ । ଏହା ବାମ ଗଳଗଣ୍ଡ ଓ ଡାହାଣ ଗଳଗଣ୍ଡ ନାମକ ୨ଟି ନଳୀରେ ଭାଗ ହୋଇଅଛି । ଗଳଗଣ୍ଡ ପୁଣି ଛୋଟ ନଳୀରେ ବିଭକ୍ତ ହୋଇଅଛି ।ଏଗୁଡିକ ବାୟୁଥଳୀ ସହ ସଂଯୋଗ ହୋଇଥାଏ । ଆମ୍ଭେ ନିଶ୍ଵାସ ପ୍ରଶ୍ଵାସରେ ଯେଉଁ ବାୟୁ ନେଉ ତାହା ଆଲଭିଓଲିକୁ ଯାଏ । ଯେ କୌଣସି ପ୍ରତିରୋଧ ବାୟୁ ଏହି ବାୟୁନଳୀ ଦେଇ ପଶେ ଏବଂ ବାହାରେ, ତାହା ଶ୍ଵାସକ୍ରିୟାରେ ବାଧାର କାରଣ ହୁଏ । ଭିତର ସ୍ତରକୁ ଢାଙ୍କି ରହିଥିବା ବାୟୁପଥରୁ ଲୁକ୍କାୟିତ କଫ ବା ସିଙ୍ଘାଣି ଜୀବାଣୁ ଓ ମଇଳାକୁ ଜାବୁଡି ଧରିଥାଏ । ଯେତେବେଳେ ଏହା ସଂକ୍ରମଣ ହୁଏ, ଏହି ଲୁକ୍କାୟିତ ରାସ୍ତାରୁ ଅଧିକ କଫ ଉତ୍ପାଦନ ହୋଇଥାଏ । କଫ ଜୀବାଣୁ ଖାଦ୍ୟ, ପାଣି ବା ଅନ୍ୟ କୌଣସି ଜିନିଷ ବାୟୁପଥ ମଧ୍ୟରୁ ବାହାର କରିବାପାଇଁ ସାହାଯ୍ୟ କରେ ।
ଫୁସୁଫୁସ୍ ଦ୍ୱୟ ବାୟୁଥଳୀରେ ନିର୍ମିତ । ଉଭୟ ଫୁସୁଫୁସ୍ ଛାତି ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହିଥାଏ ଏବଂ ଏହା ବାହାରର ପଞ୍ଚରାହାଡ ଦ୍ଵାରା ରକ୍ଷାପାଇଥାଏ । ଫୁସୁଫୁସ୍ ଦ୍ୱୟ ଏକ ପତଳା ଆବରଣ ଦ୍ଵାରା ଆଚ୍ଛାଦିତ ହୋଇଥାଏ । ଏହାକୁ ଫୁସୁଫୁସ୍ ଆବରଣକାରୀ ଝିଲ୍ଲୀ କହନ୍ତି । ଏହି ଫୁସୁଫୁସ୍ ଆବରଣକାରୀ ଝିଲ୍ଲୀ ଦ୍ୱୟ ମଧ୍ୟରେ ଗୋଟିଏ ସ୍ଥାନ ଅଛି ଯେଉଁଥିରେ କି ଫୁସୁଫୁସ୍ ରେ କୌଣସି ସଂକ୍ରମଣ ବା କ୍ଷତ ହେଲେ ତରଳପଦାର୍ଥ, ପୂଜ ବା ରକ୍ତ ସଂଗୃହିତ ହୋଇପାରେ ।
ବାୟୁଥଳୀ ବା ଆଲଭିଓଲି ଗୁଡିକ ଛୋଟ ଛୋଟ ରକ୍ତ ଆଧାର ଦ୍ଵାରା ଆଚ୍ଛାଦିତ ହୋଇଅଛି । ଆମ୍ଭେ ପ୍ରଶ୍ଵାସରେ ଯେଉଁ ଅମ୍ଳଜାନ ଗ୍ରହଣ କରୁ (ଆମ୍ଭେ ବଞ୍ଚିବାପାଇଁ ଯେତିକି ବାୟୁ ଦରକାର) ତାହା ଆଲଭିଓଲିକୁ ଯାଏ ଏବଂ ତାହା ରକ୍ତ ସହିତ ମିଶି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରସାରିତ ହୋଇଥାଏ । ରକ୍ତ ଫେରିବା ସମୟରେ ଅଙ୍ଗାରକାମ୍ଳକୁ ଆଲଭିଓଲି ମଧ୍ୟକୁ ନେଇଆସେ । ଯେତେବେଳେ ଆମ୍ଭେ ନିଶ୍ଵାସ ଛାଡୁ ସେତେବେଳେ ଅଙ୍ଗାରକାମ୍ଳ (ଯେଉଁ ବାୟୁ ଶରୀର ପାଇଁ ଦରକାର ନୁହେଁ) ଶରୀର ମଧ୍ୟରୁ ବାହାରି ଆସେ । ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ ଶ୍ଵାସକ୍ରିୟା ସମୟରେ ଆଲଭିଓଲିଦ୍ଵାରା ଯିବା ଆସିବା କାର୍ଯ୍ୟ ହୋଇଥାଏ । ଶ୍ଵାସକ୍ରିୟାଦ୍ଵାରା ଛାତିର ମାଂସପେଶୀ ବା ମଧ୍ୟଛଦାର ଚଳପ୍ରଚଳ ସମ୍ଭବ ହୋଇଥାଏ ।
ଶ୍ଵାସରୋଗ
ଆଜମା ଏପରି ଏକ ଅସୁସ୍ଥତା ଯିଏ କି ବାୟୁନଳୀ ଉପରେ ପ୍ରଭାବ ପକାଇ ଥାଏ । ଆଜମା ହୋଇଥିବା ସମୟରେ ବାୟୁନଳୀ ସାରୁ ହୋଇଯାଏ ଏବଂ ତାହା ଫୁଲିଯାଇ ମୋଟା ବା ବହଳ ସିଙ୍ଘାଣି ବାହାରେ ଏହି କାରଣରୁ ବ୍ୟକ୍ତି ଜଣକ ଆଜମା ସହିତ ଶ୍ଵାସକ୍ରିୟାରେ ଅସୁବିଧା ଭୋଗ କରନ୍ତି । ଯେତେବେଳେ ସେ ପ୍ରଶ୍ଵାସ ନିଅନ୍ତି ତାଙ୍କର ଗଳାବନ୍ଧ ହାଡର ଭିତର ପାଖ ଓ ପଞ୍ଜରାହାଡ ମଧ୍ୟରେ ଥିବା ଚର୍ମ ସୋଷିନେଲାପରି କୁଞ୍ଚୁକୁଞ୍ଚିଆ ହୋଇଯାଏ । ଯେତେବେଳେ ସେ ନିଶ୍ଵାସ ଛାଡନ୍ତି ସେତେବେଳେ ସଂ ସଂ ଶବ୍ଦ ହୁଏ ।
ଯଦି ବ୍ୟକ୍ତି ଯଥେଷ୍ଟ ବାୟୁ ନେଇ ନ ପାରନ୍ତି ତାହାହେଲେ ତାଙ୍କର ନଖ ଓ ଓଷ୍ଠ ନୀଳ ରଙ୍ଗ ହୋଇଯାଏ ଏବଂ ଗଳାର ଧମନୀ ଗୁଡିକ ଫୁଲିଯାଇପାରେ । ସାଧାରଣତଃ ଏହାଦ୍ଵାରା ଜ୍ଵର ହୁଏ ନାହିଁ ଓ ଧଳା କଫ ପଡିବା ସହିତ କାଶ ହୋଇଥାଏ ।
ଆଜମା ବେଳେବେଳେ ବାଲ୍ୟାବସ୍ଥାରୁ ଆରମ୍ଭ ହୋଇଥାଏ ଓ ସାରାଜୀବନ ପାଇଁ ସମସ୍ୟା ହୋଇ ପାରେ । ଏହା ସଂକ୍ରାମକ ନୁହେଁ, କିନ୍ତୁ ଯାହାର ସମ୍ପର୍କୀୟ ଶ୍ଵାସରୋଗୀ, ସେହି ପିଲାମାନଙ୍କଠାରେ ଏହା ସାଧାରଣତଃ ଦେଖାଯାଏ । ବର୍ଷରେ କେତେକ ନିର୍ଦ୍ଧିଷ୍ଟ ମାସରେ ଏବଂ ରାତିରେ ଏହା ଅଧିକ ଖରାପ ହୁଏ । ଯେଉଁ ବ୍ୟକ୍ତିମାନଙ୍କର ବର୍ଷ ବର୍ଷ ଧରି ଶ୍ଵାସରୋଗ ଅଛି, ସେମାନଙ୍କୁ ଏମ୍ପିସିମା ହୋଇଥାଇପାରେ ।
ଯେଉଁ ଜିନିଷଗୁଡିକ ପ୍ରତି ଲୋକଟି ଏଲର୍ଜିକ ସେଗୁଡିକୁ ଖାଇବା ବା ଶୁଙ୍ଘିବାଦ୍ଵାରା ଶ୍ଵାସରୋଗ ହୋଇପାରେ । ପିଲାମାନଙ୍କ କ୍ଷେତ୍ରରେ ଶ୍ଵାସରୋଗ ପ୍ରଥମେ ଥଣ୍ଡା ଓ ଶର୍ଦ୍ଦିଜ୍ଵରରେ ଆରମ୍ଭ ହୁଏ । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଘାବରେଇଯିବା କିମ୍ବା ଉଦବେଗ ପ୍ରକାଶ କରିବା ମଧ୍ୟ ଶ୍ଵାସରୋଗ ଆଣିବାର ଏକ ଅଂଶବିଶେଷ ଭାବରେ କାମ କରେ ।
ଚିକିତ୍ସା
ନିବାରଣ
ଯେଉଁ ଜିନିଷ ଖାଇଲେ ବା ଶୁଙ୍ଘିଲେ ଶ୍ଵାସରୋଗ ଆକ୍ରମଣ କରେ, ଶ୍ଵାସରୋଗୀ ସେଭଳି ଜିନିଷ ଖାଇବା ଅନୁଚିତ । ଘର ତଥା କାର୍ଯ୍ୟସ୍ଥଳୀ ପରିଷ୍କାର ରହିବା ଉଚିତ । କୁକୁଡା ବା ଅନ୍ୟ ପଶୁଙ୍କୁ ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ । ବିଛଣାକୁ ଖରାରେ ରଖନ୍ତୁ, କେବେକେବେ ବାହାରେ ଖୋଲା ପବନରେ ଶୋଇବାଦ୍ଵାରା ଉପକାର ହୁଏ । ଶ୍ଵାସରୋଗୀଙ୍କର ଅବସ୍ଥାର ଉନ୍ନତି ହୋଇପାରେ ଯଦି ସେ ପରିଷ୍କାର ବାୟୁ ମିଳୁଥିବା ଜାଗାକୁ ଯାଆନ୍ତି ।
ଯଦି ଆପଣଙ୍କର ଶ୍ଵାସରୋଗ ଅଛି ତେବେ ଧୂମପାନ କରନ୍ତୁ ନାହିଁ, ଧୂମପାନଦ୍ଵାରା ଆପଣଙ୍କ ଫୁସୁଫୁସ୍ ର ବେଶୀ କ୍ଷତି ହୋଇଥାଏ । |
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 6/2/2019