অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟିକା

ସରଳ  ତଥା  ନିଶ୍ଚିତ  ସୁରକ୍ଷା

ଟିକା  ଅନେକ  ଭୟାନକ  ରୋଗ  ନିବାରଣ  କରିଥାଏ   । ଯଦି  ସ୍ୱାସ୍ଥ୍ୟକର୍ମୀ  ଆପଣଙ୍କ  ଗାଁରେ  ଟିକା  ଦେଇ  ନାହାଁନ୍ତି  ତେବେ  ପିଲାକୁ  ଟିକା  ଦେବାପାଇଁ  ନିକଟସ୍ଥ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ନିଅନ୍ତୁ   । ଅସୁସ୍ଥ  ଥିବା  ସମୟରେ  ଟିକା  ଦେବା  ଅପେକ୍ଷା  ସୁସ୍ଥ  ଥିବା ସମୟରେ  ଟିକା  ଦେଇଦେବା  ଉତ୍ତମ   । ଟିକା  ସାଧାରଣତଃ  ମାଗଣାରେ  ଦିଆଯାଇଥାଏ   ।

ପିଲାମାନଙ୍କ  ପାଇଁ  ଅତ୍ୟାବଶ୍ୟକୀୟ  ଟିକା  ହେଲା,

  1. ଟି.ବି.  ପାଇଁ  ବି.ସି.ଜି. ଡାହାଣ  କାନ୍ଧର  ଚମଡାରେ   ମାତ୍ର  ଗୋଟିଏ  ଟିକା  ଦିଆଯାଏ   । ଜନ୍ମ  ହେବା  ପରେ  ବା  ତା’  ପରେ  ଯେ  କୌଣସି  ସମୟରେ  ଟିକା  ଦିଆଯାଇପାରେ   । ଯଦି  ପରିବାରରେ  କାହାରିକୁ  ଟି.ବି. ଥିବ  ତେବେ  ଅତି  ଶୀଘ୍ର  ଟିକା  ଦେଇଦେବା  ଉଚିତ୍  । ଟିକା  ଦେବା  ସ୍ଥାନରେ  ଘା’ ହୁଏ  ଯାହାକି  ପ୍ରାୟ  ୪ ସପ୍ତାହ  ପରେ  ଶୁଖିଯାଏ  ଓ  ସେ  ସ୍ଥାନରେ  ଗୋଟିଏ  ଚିହ୍ନ  ରହିଯାଏ   ।
  2. ଡି.ପି.ଟି.

ଡିପଥେରିଆ, ହୁପିଙ୍ଗକାଶ,  ଧନୁଷ୍ଟଙ୍କାର  ର  ସମ୍ପୂର୍ଣ୍ଣ  ପ୍ରତିରୋଧ  ପାଇଁ  ଗୋଟିଏ  ପିଲାକୁ  ୩ ଗୋଟି  ଟିକା  ଦରକାର   ।  ଏହା  ଜନ୍ମର  ୩ ମାସରୁ  ୯ ମାସ  ମଧ୍ୟରେ  ୧ ମାସ  ବ୍ୟବଧାନରେ  ଦେବା  ଉଚିତ୍  ।

  1. ପୋଲିଓ (ଶିଶୁ  ପକ୍ଷାଘାତ)

୩ମାସ  ପାଇଁ  ପ୍ରତି  ମାସରେ  ପୋଲିଓ  ଟିକାର   ଠୋପା  ଦରକାର  ହୋଇଥାଏ   । କେତେକ  ଦେଶରେ  ପିଲା  ଜନ୍ମ  ହେବା  ସଙ୍ଗେ  ସଙ୍ଗେ  ଓ  ଅନ୍ୟ  କେତେକ  ଦେଶରେ  ପିଲା  ୨ ମାସର  ହେଲେ  ପୋଲିଓ  ଟିକା  ଦିଆଯାଏ   । ଠୋପା  ଦେବାର  ୨ ଘଣ୍ଟା  ପୂର୍ବରୁ  ଓ  ପରେ  ସ୍ତନ୍ୟପାନ   କରାନ୍ତୁ   ।

ଡି.ପି.ଟି.  ପୋଲିଓର  ବୁଷ୍ଟର  ମାତ୍ରା  ଜନ୍ମର ୧୮ ମାସରୁ  ୨୪ ମାସ  ମଧ୍ୟରେ  ଦେବା  ଆବଶ୍ୟକ

  1. ଧନୁଷ୍ଟଙ୍କାର

୧୨ ବର୍ଷ  ବୟସର  ପିଲା  ଓ  ବୟସ୍କଙ୍କ  ପାଇଁ  ଧନୁଷ୍ଟଙ୍କାର  ରୋଗ  ଟିକା  ଅତ୍ୟନ୍ତ  ଗୁରୁତ୍ଵପୂର୍ଣ୍ଣ   । ପ୍ରଥମ  ୩ ମାସ  ପାଇଁ  ପ୍ରତି  ମାସରେ  ଗୋଟିଏ  ଟିକା,  ୧ ବର୍ଷ  ପରେ  ଆଉ  ଗୋଟିଏ  ଓ ତା’ ପରେ  ପ୍ରତି  ୧୦ ବର୍ଷରେ   ଗୋଟିଏ  ଲେଖାଏଁ,  ପ୍ରତ୍ୟକ  ଲୋକ  ଧନୁଷ୍ଟଙ୍କାର  ପାଇଁ  ଟୀକା ନେବା  ଉଚିତ୍  । ବିଶେଷତଃ  ଗର୍ଭବତୀ  ମହିଳାମାନେ  ଏହି  ଟିକା  ନେବା  ଉଚିତ୍  । ଯାହାଦ୍ଵାରା  ତାଙ୍କର  ଛୁଆ  ଧନୁଷ୍ଟଙ୍କାରରୁ  ରକ୍ଷା  ପାଇପାରିବ   ।

  1. ମିଳିମିଳା

ଏହା  ଜନ୍ମର  ୯ ମାସରେ  ଥରେ  ନେବାକୁ  ପଡେ   । ଗୋଟିଏ  ଇଞ୍ଜେକ୍ସନ  ଦିଅନ୍ତୁ   । ପିଲାକୁ  ରକ୍ଷା  କରିପାରିବ   ।

ବର୍ଷାଋତୁରେ  କୌଣସି  ଟିକା ଦିଅନ୍ତୁ  ନାହିଁ   । ଏହା  ପୋଲିଓ  ସଂକ୍ରମଣର  ସମୟ   । ଏ  ସମୟରେ ଗୋଟିଏ  ଟିକା  ମଧ୍ୟ  ଅଙ୍ଗ – ପ୍ରତ୍ୟଙ୍ଗର  ଏକୁଇଁଗିଆ  (ପାରାଲିସିସ୍)ର  କାରଣ  ହୋଇଯାଇପାରେ   ।

ଆପଣଙ୍କ  ପିଲାକୁ  ଠିକ୍  ସମୟରେ  ଟିକା  ଦିଅନ୍ତୁ   । ଦରକାର  ହେଉଥିବା  ସମସ୍ତ  ଟିକା  ଯେପରି  ସେମାନେ  ନିଅନ୍ତି  ସେଥିପ୍ରତି  ଧ୍ୟାନ  ରଖନ୍ତୁ   ।

ରୋଗ  ତଥା  କ୍ଷତରୁ  ରକ୍ଷାପାଇବାର  ଅନ୍ୟାନ୍ୟ  ଉପାୟ

ଏହି  ପରିଚ୍ଛେଦରେ  ଆମେ,  ସ୍ୱାସ୍ଥ୍ୟରକ୍ଷା, ସଫାଇ  ଓ  ଟିକାଦ୍ଵାରା  ଆନ୍ତ୍ରିକ  ଓ  ଅନ୍ୟାନ୍ୟ  ସଂକ୍ରମଣରୁ  ରକ୍ଷା  ପାଇବା  ବିଷୟରେ  ଆଲୋଚନା  କରିଅଛୁ   । ପୁଷ୍ଟିକର  ଖାଦ୍ୟ  ଖାଇ  ସୁସ୍ଥ  ଶରୀର  ଗଠନଠାରୁ  ଆରମ୍ଭ  କରି  ଆଧୁନିକ  ଔଷଧର  ବ୍ୟବହାର  ସମ୍ବନ୍ଧରେ  ପରାମର୍ଶ  ପାଇବେ   ।

ସ୍ୱାସ୍ଥ୍ୟ  ଉପରେ  କୁ-ପ୍ରଭାବ  ପକାଉଥିବା  ପରିସ୍ଥିତିକୁ  ବଦଳାଇବା  ପାଇଁ  ଲୋକମାନଙ୍କୁ  କିପରି  ଭାବରେ  ଏକତ୍ର  କାମ  କରିବାକୁ  ପଡିବ  ତାହା  ଏହି  ବହିର  “ଗ୍ରାମ୍ୟ  ସ୍ୱାସ୍ଥ୍ୟକର୍ମୀଙ୍କ   ପାଇ  ପଦରେ” ବର୍ଣ୍ଣନା  କରାଯାଇଛି   ।

ଅବଶିଷ୍ଟ  ପରିଚ୍ଛେଦମାନଙ୍କରେ  ସ୍ୱାସ୍ଥ୍ୟ  ସମ୍ବନ୍ଧୀୟ  କେତେକ  ନିର୍ଦ୍ଧିଷ୍ଟ  ସମସ୍ୟାର  ଆଲୋଚନା  କରାଯାଇଛି   । ଏହିସବୁ  ନିର୍ଦ୍ଦେଶାବଳୀକୁ  ଅବଲମ୍ବନ  କରି  ଆପଣଙ୍କ  ଘର  ଓ  ଗାଁକୁ  ଅଧିକ  ସ୍ୱାସ୍ଥ୍ୟପ୍ରଦ  ସ୍ଥାନ  କରିପାରିବେ   ।

ଏହା  ଧ୍ୟାନରେ  ରଖନ୍ତୁ  ଯେ,  ସାଘାଂତିକ  ରୋଗ  ତଥା  ମୃତ୍ୟୁରୁ  ରକ୍ଷା  ପାଇବାର  ସବୁଠାରୁ  ଭଲ  ଉପାୟ  ହେଉଛି  ଚଞ୍ଚଳ  ତଥା  ଉପଯୁକ୍ତ  ଚିକିତ୍ସା   ।

ଚଞ୍ଚଳ  ତଥା  ଉପଯୁକ୍ତ  ଚିକିତ୍ସା  ପ୍ରତିରୋଧମୂଳକ  ଔଷଧର  ଏକ  ମହତ୍ତ୍ଵପୂର୍ଣ୍ଣ  ଅଂଶ   ।

ଏହି  ପରିଚ୍ଛେଦ  ଶେଷ  କରିବା  ପୂର୍ବରୁ,  ନିବାରଣର  କେତେକ  ବିଷୟ  ଏଠାରେ  ବର୍ଣ୍ଣନା  କରାଯାଇଛି,  ଯାହାକି  ବହିର  ଅନ୍ୟାନ୍ୟ ଅଂଶରେ  ଅଛି   । ଏହା  ଏତେ  ଗୁରୁତ୍ଵପୂର୍ଣ୍ଣ  ଏଥିପାଇଁ  ସ୍ଵତନ୍ତ୍ର  ଧ୍ୟାନ  ଦେବା  ଦରକାର   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate