ୱାସ୍ଥ୍ୟ କ’ଣ
ଜଣେ ବ୍ୟକ୍ତିର “ସମ୍ପୂର୍ଣ ଶାରୀରିକ,ମାନସିକ ଏବଂ ସାମାଜିକ ସମୃଦ୍ଧି ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ ।ଏହା କେବଳ ରୋଗର ଅନୁପସ୍ଥିତି ଏବଂ ଦୁର୍ବଳତାଶୂନ୍ୟ ଅବସ୍ଥାକୁ ବୁଝାଏ ନାହିଁ । ଆଧ୍ୟାତ୍ମିକ ସ୍ଵଛନ୍ଦତା ମଧ୍ୟ ସ୍ୱାସ୍ଥ୍ୟର ଏକ ମୌଳିକ ଉପାଦାନ। ଉତ୍ତମ ସ୍ୱାସ୍ଥ୍ୟ ରହିଥିଲେ ଜଣେ ବ୍ୟକ୍ତି ଉପାର୍ଜନକ୍ଷମ ହୋଇ ଉତ୍ତମ ସାମାଜିକ ଜୀବନ ବିତାଇ ପାରିବ ।
ପ୍ରାଥମିକ ସ୍ଵାସ୍ଥ୍ୟସେବା କ’ଣ
ଏହା ଏକ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯାହାକି ସାର୍ବଜନୀନ ଭାବେ ଗୋଷ୍ଠୀର ସମସ୍ତ ବ୍ୟକ୍ତି ଓ ପରିବାରଙ୍କ ପାଇଁ ଉପଲବ୍ଧ ଥିବ ,ଗୋଷ୍ଠୀର ସମ୍ପୂର୍ଣ ସହଭାଗିତାରେ କରାଯାଉଥିବ ଏବଂ ପ୍ରତ୍ୟେକ ସ୍ତରରେ ଏଗୁଡ଼ିକର ଉନ୍ନତି ନିମନ୍ତେ ପଦ୍ଧପରିକର ହୋଇ ଗୋଷ୍ଠୀ ଏବଂ ଦେଶ ଏଥିପାଇଁ ବିନିଯୋଗ କରିପାରୁଥିବେ ।
ପ୍ରାଥମିକ ସ୍ୱାସ୍ଥ୍ୟସେବାର କେଉଁ ସବୁ ସୁବିଧା ରହିଥିବା ଦରକାର:
- ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବଂ ସେଗୁଡିକର ପ୍ରତିରୋଧ ବିଷୟରେ ଶିକ୍ଷାଦେବା ଓ ନିୟନ୍ତ୍ରଣ କରିବାର ଉପାୟ ବତାଇବା।
- ଖାଦ୍ୟ ଓ ପୁଷ୍ଟି ଯୋଗାଣରେ ଉନ୍ନତି ଆଣିବା
- ବିଶୁଦ୍ଧ ଜଳଯୋଗାଣ ଏବଂ ମୌଳିକ ପରିମଳ ବ୍ୟବସ୍ଥା
- ସଂକ୍ରାମକ ରୋଗ ନିମନ୍ତେ ଟୀକାକରଣ
- ସ୍ଥାନୀୟ ଅଞ୍ଚଳରେ ହେଉଥିବା ରୋଗଗୁଡିକର ପ୍ରତିଷେଧକ ଓ ପ୍ରତିରୋଧ ବ୍ୟବସ୍ଥା
- ସାଧାରଣ ରୋଗ ଏବଂ କ୍ଷତର ଉପଯୁକ୍ତ ଚିକିସ୍ସା ଏବଂ
ଅତ୍ୟାବଶୀକୀୟ ଔଷଧ ଯୋଗାଣ ବ୍ୟବସ୍ଥା
ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା
- ଉପକେନ୍ଦ୍ର
- ସ୍ୱାସ୍ଥ୍ୟକର୍ମୀ(ପୁରୁଷ)
- ସ୍ୱାସ୍ଥ୍ୟକର୍ମୀ(ମହିଳା)
- ଗ୍ରାମ୍ୟ ସ୍ତରରେ ହେଉଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟର ଦେଖାଶୁଣା କରନ୍ତି ।
- ଏମାନଙ୍କ କାମ
- ମ୍ୟାଲେରିଆ ରୋଗୀ ଚିହ୍ନଟ କରିବା,ଚିକିସ୍ଛା କରିବା ଏବଂ ଲୋକଙ୍କୁ ପରାମର୍ଶ ଦେବା
- ଘର ଘର ବୁଲି ଡିଆଁ ରୋଗ ଚିହ୍ନଟ କରିବା ଓ ଏହି ସୂଚନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେବା
- ପାଣିରେ କ୍ଳୋରିନ ପକାଇବା, ଲୋକେ ପାଇଖାନା ବ୍ୟବହାର କରିବା ଓ ରୋଷେଇ ବଗିଚା କରିବାରେ ସାହାଯ୍ୟ କରନ୍ତି ।
- ପତି ପତ୍ନିକୁ ଗର୍ବନିରୋଧକ ବଟିକା ଦେବା
- ମା ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ଗର୍ଭ ନଷ୍ଟ କରିବା ପାଇଁ ଲୋକଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ(ମହିଳା)ପାଖକୁ ପଠାଇବା
- ସ୍କୁଲ ପିଲାଙ୍କର କୁପୋଷଣ ଯାଞ୍ଚ କରିବା ଓ ଏହାର ପରାବର୍ତ୍ତି ପଦକ୍ଷେପ ନେବା
- ଗର୍ଭବତୀ ମହିଳାଙ୍କୁ ଲୌହ ଓ ଫଲିକ ଏସିଡ ଏବଂ ପିଲାମାନଙ୍କୁ ଭିଟାମିନ “ଏ” ଦବା
- ଜନ୍ମ ମୃତ୍ୟୁର ପଞ୍ଜୀକରଣ କରିବା
- ସମସ୍ତ ଦରକାରୀ କାଗଜ ପାତ୍ର ରଖିବା
- ଲୋକମାନଙ୍କୁ ପରାମର୍ଶ ଦେବା ଇତ୍ୟାଦି
- ମା’ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାୟିତ୍ଵ
- ଗର୍ଭବତୀ ମହିଳାଙ୍କୁ ଚିହ୍ନଟକରି ପଞ୍ଜୀକରଣ କରିବା
- ବିପଦପୂର୍ଣ୍ଣ ସଭାବ୍ୟ ବିପଦ ସଙ୍କୁଳ ପ୍ରସବକୁ ଡାକ୍ତରଖାନା ପଠାଇବା
- ପିଲା ଜନ୍ମ ସମୟରେ ଧାଈଙ୍କୁ ସାହାଯ୍ୟ କରିବା
- ପିଲାଜନ୍ମ ପରେ ଉଭୟ ମା’ ଓ ଶିଶୁଙ୍କ ଯତ୍ନ ନେବା
- ପରିବାର କଲ୍ୟାଣ ସମ୍ବନ୍ଧୀୟ ଦାୟିତ୍ଵ
- ଏ ବାବଦରେ ଏମାନଙ୍କର କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ କାମ ସହିତ ସମାନ ।
- ଏଥି ସହିତ ନେତା ସ୍ତରୀୟ ମହିଳାମାନଙ୍କୁ ଚିହ୍ନଟ କରି ଏମାନଙ୍କୁ ପ୍ରଶିକ୍ଷଣ ଦେବା ଏମାନଙ୍କ କାର୍ଯ୍ୟ ଅଟେ ।
- ଗର୍ଭ ନଷ୍ଟ କରୁଥିବା ମହିଳାଙ୍କୁ ଏମ.ଟି.ପି. ଡାକ୍ତରଖାନା ପଠାଇବା ।
ଟିକାକାରଣ:
- ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟାକର ଟିକା ଦେବା
- ପିଲାମାନଙ୍କୁ ଟିକା ଦେବା
- ଧାଈମାନଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦେବା
- ଅନ୍ୟାନ୍ୟ କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ସମାନ
- ସ୍ୱାସ୍ଥ୍ୟ ଉପଦେଷ୍ଟା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମିଶି କାମ କରନ୍ତି ।
- ଏମାନଙ୍କ କାର୍ଯ୍ୟ :
- ଡିଆଁ ରୋଗ ଚିହ୍ନଟ କରିବା
- ପରିବେଶ ନିର୍ମଳ ରଖିବା
- ଟିକା କରଣ
- ପରିବାର କଲ୍ୟାଣ
- ମା ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ
- ସ୍ୱାସ୍ଥ୍ୟ ଉପଦେଷ୍ଟା ଙ୍କ ଦାୟିତ୍ଵ
- ଜରୁରୀ ପରିସ୍ଥିତିରେ ପ୍ରାଥମିକ ଚିକସ୍ଛା
- ସ୍ୱାସ୍ଥ୍ୟ ଉପଦେଷ୍ଟା ମାନସିକ ରୋଗୀ ଙ୍କୁ ଚିହ୍ନଟ କରି ରୋଗୀକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ପଠାଇ ଦିଅନ୍ତୁ ।
- ଗର୍ଭବତୀ ମହିଳାଙ୍କ ଚିହ୍ନଟକରଣ
- ଗର୍ଭ ସମୟରେ ଯତ୍ନ
- ନିରାପଦ ପିଲା ଜନ୍ମରେ ସାହାଯ୍ୟ
- (ପ୍ରତ୍ୟେକ ଧାଈଙ୍କୁ ପ୍ରଶିକ୍ଷଣ ଦିଆଯାଉଛି )
ଏମାନେ ଆଇ.ସି.ଡି.ଏସ ଯୋଜନାର ଏକ ଅଙ୍ଗ ।ଏମାନେ ମୁଖ୍ୟତଃ ୬ ବର୍ଷ ସଯସରୁ କମ ବୟସ ପିଲାମାନଙ୍କ ପାଇଁ କାମ କରିଥାନ୍ତି ।ଏଥି ସହିତ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ଙ୍କର ମଧ୍ୟ ଯତ୍ନ ନେଇଥାନ୍ତି ।
- ପରିପୂରକ ଖାଦ୍ୟ
- ଟିକକରଣ
- ସ୍ୱାସ୍ଥ୍ୟ ପରାମର୍ଶ
- ସ୍ୱାସ୍ଥ୍ୟ ଯାଞ୍ଚ
- ପ୍ରାକ-ବିଦ୍ୟାଳୟ ଶିକ୍ଷା
ଗାଁରେ ଚିକିସ୍ଛା କରିବା ପାଇଁ ଏବେ ବି ପୁରୁଣା ଚିକିସ୍ଛା ପଦ୍ଧତିରେ ଓ ବୈଦ୍ୟମାନେ ସାହାଯ୍ୟ ନେଇଥାନ୍ତି । ଆମ ଦଶରେ ଆୟୁର୍ବେଦ,ସିଦ୍ଧ ,ଉନାନି,ହୋମିଓପାଥି,ଯୋଗ ପ୍ରକୃତିକ ଚିକିସ୍ଛା ଆଦି ବହୁଳ ଭାବରେ ବ୍ୟବହାର ହେଉଅଛି । ଗତ କିଛି ବର୍ଷ ଧରି ଭାରତ ସରକାର ,ଏହି ପଦ୍ଧତି ଯେତିକି ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ ସେଥିପାଇଁ ଚେଷ୍ଟା ଚଳାଇ ଆସୁଛନ୍ତି ।
ପଞ୍ଚାଯତ ପଦକ୍ଷେପ କ’ଣ ହେବା ଉଚିତ
ଆପଣଙ୍କ ଅଞ୍ଚଳରେ ସମସ୍ତ ଧାଈ ପ୍ରଶିକ୍ଷଣ ପାଇବା ଉଚିତ । ଯଦି କିଏ ପ୍ରଶିକ୍ଷଣ ପାଇ ନଥାନ୍ତି ତେବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇପରିବ ।
ଦେଖନ୍ତୁ ,ସ୍ୱାସ୍ଥ୍ୟ ଉପଦେଷ୍ଟା ଠିକ ଭାବରେ କାମ କରୁଛନ୍ତି କି ନାହିଁ ।
ଗ୍ରାମର କର୍ଜୟକର୍ତ୍ତା ମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ଆୟୋଜନ ।
ସ୍ୱାସ୍ଥ୍ୟ ସହାୟିକା ମନେରଖନ୍ତୁ :
ଉପରୋକ୍ତ ସମସ୍ତ ସ୍ୱାସ୍ଥ୍ୟସେବା ବ୍ୟତୀତ ବ୍ଲକ ସବଡିଭିଜନ ଏବଂ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାମାନ ରହିଛି । ଜଣେ ସ୍ବେଛାସେବୀ ଭାବେ ନିକଟରେ ଉପଲବ୍ଧ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଜାଣି ଆବଶ୍ୟକମତେ ପଦକ୍ଷେପ ନେବା ଦରକାର । ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖି ନିଜ ଅଞ୍ଚଳର ଲୋକମାନଙ୍କୁ ଉପଲବ୍ଧ ସ୍ବାସ୍ଥ୍ୟସେବାର ଉପଯୋଗ କରିବାକୁ ପ୍ରସ୍ଚୋହନ ଦିଅନ୍ତୁ ।
ଆଧାର :ୟୁନାଇଟେଡ଼ ନେଶନସ ୱାର୍ଲ୍ଡଡ ଫୁଡ ପ୍ରୋଗ୍ରାମ