ଯଦି କେହି ଏଡସ୍ ଭୋଗୁଥାନ୍ତି ତେବେ ସେମାନେ ନିଜର ଶରୀରର ଉପଯୁକ୍ତ ଯତ୍ନ ନେବା ସହିତ ଶାରୀରିକ କ୍ଷମତାକୁ ବଜାୟ ରଖିବାକୁ ଚେଷ୍ଟା କରିବେ ।
ଏଥିପାଇଁ ସେମାନେ ସନ୍ତୁଳିତ ଆହାର ଯଥା – ସମସ୍ତ ପ୍ରକାର ଜୀବସାର ଓ ପୃଷ୍ଟିଯୁକ୍ତ ଆହାର ଖାଇ ଶରୀର ଆବଶ୍ୟକ କରୁଥିବା ଶକ୍ତିର ସଞ୍ଚୟ କରିବା ଆବଶ୍ୟକ ଶରୀରର ବୃଦ୍ଧି ପାଇଁ ଏବଂ ସଂକ୍ରମଣକୁ ରକ୍ଷା ପାଇଁ ସନ୍ତୁଳିତ ଆହାରର ଯଥେଷ୍ଟ ଆବଶ୍ୟକତା ରହିଛି ।
ଉପରୋକ୍ତ ଦାୟିତ୍ଵ ଓ ପରାମର୍ଶ ସହିତ ଆଉ କେତେକେ ସାବଧାନତା ଅବଲମ୍ବନ କରିବାକୁ ହେବ । ସେଗୁଡିକ ହେଲା –
ଅନ୍ୟାନ୍ୟ ସଂକ୍ରମଣ :
ଗର୍ଭାଧାନ : ଏହି ଅବସ୍ଥା ଦେଇ ଗତି କରୁଥିବା ଏଚ.ଆଇ.ଭି ଯୁକ୍ତ ମହିଳା ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କାରଣ ଭବିଷ୍ୟତର ଶିଶୁଟି ଏଚ.ଆଇ.ଭି ଯୁକ୍ତ ହୋଇ ଜନ୍ମଗ୍ରହଣ କରିପାରେ । ଗୋଟିଏ ଶିଶୁର ଯତ୍ନ ପାଇଁ ସୁସ୍ଥ ପିତାମାତାଙ୍କ ଆବଶ୍ୟକତା ଯଥେଷ୍ଟ ବେଶୀ ।
ବିନା ପରାମର୍ଶରେ ଔଷଧ ସେବନ :
କେତେକ ନିଶା ଔଷଧ ସେବନକାରୀ ବିନା ପରାମର୍ଶରେ ବିଭିନ୍ନ ପ୍ରକାର ନିଶା ଔଷଧ ସେବନ କରିଥାନ୍ତି । ଏହି ଔଷଧ ଗୁଡିକର ପାର୍ଶ୍ଵ ପ୍ରତିକ୍ରିୟା ଅନେକ । ଯାହା ରୋଗୀଠାରେ ଅନେକ ପ୍ରକାରର ଅସୁସ୍ଥତା ଆଣି ଦେଇଥାଏ । ତେଣୁ ସମ୍ପୃକ୍ତି ବ୍ୟକ୍ତି କୌଣସି ଔଷଧ ସେବନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।
ବିଚ୍ଛିନ୍ନ ତଥା ମୃତ୍ୟୁଜନିତ ଦୁଃଖ ପାଇଁ ପରାମର୍ଶ ବ୍ୟବସ୍ଥା
ଏହି ଧାରଣା ଇଂରାଜୀ ଶବ୍ଦ ବିରେଭ୍ ମେଣ୍ଟରୁ ଆସିଅଛି । ଏହା ଅର୍ଥ , କୌଣସି ବିପଦ ହେତୁ ଛାଡି ଚାଲିଯାଇଥିବା ବା ମରିଯାଇଥିବା ଆତ୍ମୀୟଙ୍କ ସକାଶେ ହେଉଥିବା ଦୁଃଖ ବା ବିଷାଦ ।
ଏହି ବିଷାଦ ପୁଣି କ ’ଣ ହୋଇପାରେ ?
ଯେକୌଣସି ବ୍ୟକ୍ତିଙ୍କର ନିଜସ୍ଵ ଅନୁଭୂତି ଓ ପ୍ରକୃତିକୁ ସାଥିକରୀ ଏହି ଦୁଃଖ ଆସିଥାଏ । ଏହା କୌଣସି ଏକ ଅସୁସ୍ଥତା ନୁହେଁ , ବରଂ ମଣିଷ ଜୀବନର ଏକ ଅବସ୍ଥା । ବିଷାଦ ବା ଦୁଃଖ ଅନୁଭୂତିକୁ ଅଙ୍ଗେ ଲିଭାଇବା ପରେ ହିଁ ଏହା ମନୋବଳ ଜନ୍ମାଇଥାଏ ।
ସାଧାରଣ ବିଷାଦର ପ୍ରକାର ଭେଦ :
ଦୁଃଖପୂର୍ଣ୍ଣତା ..........ଦୁଃଖ ......ହତାଶା
କ୍ରୋଧ .........ଏକାନ୍ତବୋଧ
ଦୋଷ.........ଅସହାୟତା
ଦୁଃଖର ପ୍ରକାର ଭେଦ :
ସାଧାରଣ ବିଷାଦ
ବିଳମ୍ବିତ ବିଷାଦ
ଆଶଙ୍କିତ ବିଷାଦ
ଦ୍ଵନ୍ଦପୂର୍ଣ୍ଣ ବିଷାଦ
ପୁରାତନ ବିଷାଦ
ବିଷାଦ ପାଇଁ ପରାମର୍ଶ ବା ଦୁଃଖ ଏଡାଇବାର ବାଟ କ ’ଣ ? ପରାମର୍ଶ କିପରି ଦେବେ ଏବଂ ତାହାର ନିୟମଗୁଡିକ କ ’ଣ ? ତିଷ୍ଠି ରହିଥିବା ବ୍ୟକ୍ତିଙ୍କୁ ମୃତ୍ୟୁର ଯଥାର୍ଥତା ବୁଝାଇବାକୁ ଚେଷ୍ଟା କରନ୍ତୁ । ସେଥିପାଇଁ ସାହାଯ୍ୟ କରନ୍ତୁ । ତେଣୁ ଏହା କିପରି କରାଯିବା ଉଚିତ , ପରାମର୍ଶଦାତାଙ୍କର ଅନୁଭୂତି କ୍ରମେ ବଞ୍ଚିଥିବା ସାଥିଙ୍କୁ ବୁଝାଇବାର ଉତ୍ତମ ଉପାୟ ହେଲା ସେମାନଙ୍କ ସହିତ ମୃତ୍ୟୁଜନିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ।
ଏଣୁ ପରାମର୍ଶଦାତା ଏ ଦିଗରେ ଆଗ୍ରହ ପ୍ରକାଶ କରି ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କରିବା ଉଚିତ ।
ଏହି ପ୍ରକାର ପ୍ରଶ୍ନସବୁ ପଚାରିଲେ ମୃତ୍ୟୁ ବିଷୟକ ଅନ୍ୟ ତଥ୍ୟ ସବୁ ମିଳିପାରିବ । ଏ କ୍ଷେତ୍ରରେ ପରାମର୍ଶଦାତା ଧୈର୍ଯ୍ୟସହ ଶୁଣିବା ଉଚିତ ଏବଂ ବଞ୍ଚିଥିବା ସାଥୀଙ୍କୁ ତାଙ୍କ ଆତ୍ମୀୟଙ୍କ ମୃତ୍ୟୁ ବିଷୟରେ ଅଧିକ କିଛି କହିବା ପାଇଁ ପ୍ରୋତ୍ସାହନ ଦେବା ଉଚିତ ।
ନିକଟରେ ପିତାଙ୍କୁ ହରାଇଥିବା ଜଣେ ପରାମର୍ଶ ଗ୍ରହିତାଙ୍କୁ ପରାମର୍ଶଦାତା ଏହିପରି ପ୍ରଶ୍ନ କରିପାରନ୍ତି ।
ଏପରି ପରିସ୍ଥିତିରେ ବଞ୍ଚିଥିବା ବ୍ୟକ୍ତିଙ୍କ ମନରେ ସାହାସ ସଞ୍ଚୟ କରିବାକୁ କୁହନ୍ତୁ । ଯେପରିକି ଅନ୍ୟ ନୂଆ ସାଥିଙ୍କ ଗହଣରେ ରହି ସାଥିଙ୍କ ମୃତ୍ୟୁ ହେତୁ ହେଉଥିବା ବିରହ ବେଦନାରୁ ମୁକ୍ତ ପାଇପାରିବେ । କେତେକ ବ୍ୟକ୍ତି ଆଉ ଜଣେ ନିଜର ସହଧର୍ମୀ ବା ଜୀବନସାଥୀ ହୋଇ ରହୁ ଏହାକୁ ପସନ୍ଦ କରନ୍ତି ନାହିଁ । ମୃତ ବ୍ୟକ୍ତିର ସ୍ଥାନକୁ ଆଉ କେହି ପୂରଣ କରିପାରିବେ ନାହିଁ ଏବଂ ଜଣେ ସାଥି ଗଲା ପରେ ଆଉ ସାଥି କରି ତାଙ୍କର ଆତ୍ମାତୃପ୍ତି ହୋଇପାରିବ ନାହିଁ । ଏଥିରେ ସମ୍ପୁର୍ଣ୍ଣ ବିଶ୍ଵାସ କରନ୍ତି । ଏହା ସତ ହୋଇପାରେ କିନ୍ତୁ ପରାମର୍ଶଦାତା ଶୋକାତୁର ବ୍ୟକ୍ତିଙ୍କୁ କିପରି ଆଉ ଜଣଙ୍କ ସହିତ ସମ୍ପର୍କ ସ୍ଥାପନ କରି ପୂର୍ବ ଦୁଃଖ ଭୁଲିଯିବେ , ସେଥିପାଇଁ ପରାମର୍ଶ ଦେବା ଉଚିତ ।
ଏବିଚ୍ଛେଦ ଯନ୍ତ୍ରଣା ଭୋଗୁଥିବା ସମସ୍ତ ବ୍ୟକ୍ତିଙ୍କର ବ୍ୟବହାର ସମାନ ନ ଥାଏ । ଉଦାହରଣ ସ୍ୱରୂପ ମାରିବା ସମସ୍ତଙ୍କ ପାଇଁ ସତ ହୋଇପାରେ କିନ୍ତୁ କିଏ କିପରି ସହିବା ତାହା କହିହେବ ନାହିଁ । କୌଣସି ପରିସ୍ଥିତିରେ ଯଦି ପରିବାର ଭିତରୁ ଜଣେ ମାତ୍ର ଏପରି ଯନ୍ତ୍ରଣାରେ ସ୍ଵାଭାବିକ ବ୍ୟବହାର ଦେଖାନ୍ତି, ତେବେ ଏହା ସାରା ରିବାରକୁ ବ୍ୟସ୍ତ କରିଦିଏ ।
ଲୋକମାନେ କିପରି ବିଚ୍ଛେଦ ଯନ୍ତ୍ରଣା ସହ୍ୟ କରନ୍ତି ଓ ଏହାକୁ ଭୁଲିଯାଆନ୍ତି ତାହା ଲକ୍ଷ୍ୟ କରିବା ଉଚିତ । ଅନେକ ସମୟରେ ଦୁଃଖ ହେତୁ ଲୋକମାନେ ନିଶା ଔଷଧ ସେବନ ତଥା ମଦ୍ୟପାନ ଇତ୍ୟାଦି କରିଥାନ୍ତି । ଏହି ପ୍ରକାରର ମନ ଭୁଲାଇବା ସୁସ୍ଥ ଚିନ୍ତାଧାରାରେ ଗଣାଯାଏନି । ଅନେକ ବ୍ୟକ୍ତି ମୃତ ସାଥିଙ୍କ ଫଟୋ ଓ ଚିତ୍ରକୁ ମଧ୍ୟ ଦେଖିବାକୁ ଇଚ୍ଛା କରନ୍ତି ନାହିଁ । ଅତଏବ ଏସବୁ ପ୍ରକାରର ଚିନ୍ତାଧାରାକୁ ଅସୁସ୍ଥ ଚିନ୍ତାବୋଲି କୁହାଯାଇଥାଏ । ତେଣୁ ପରାମର୍ଶଦାତା ଦୁଃଖ ପାସୋରି ଯିବାର ଉପଯୁକ୍ତ ଧାରା କିଛି ବତାଇ ଦେବା ଉଚିତ ।
ନିଜ ସାଥୀଙ୍କୁ ହରାଇ ବିଭିନ୍ନ ପ୍ରକାରର ଦୁଃଖରେ କାଳ କାଟୁଥିବା ଜଣେ ମହିଳାଙ୍କ ନାମ ହେଲା ଅନିତା ଜଣେ ଏଡସ୍ ରୋଗୀଙ୍କ ମୃତ୍ୟୁ ପୂର୍ବରୁ ସେ କିଭଳି ବ୍ୟବହାର ଦେଖାନ୍ତି ଓ କେଉଁ ସବୁ ସୋପାନ ଦେଇ ଗତି କରନ୍ତି ତାହାର ଏକ ନମୁନା , ଅନିତାଙ୍କ ଚରିତ୍ରରେ ପ୍ରକାଶ କରିଛନ୍ତି ପରାମର୍ଶଦାତା ସୁବ୍ରତବାବୁ ତାଙ୍କ ଅଭିଜ୍ଞତାରେ ରୋଗୀର ଆସନ ମୃତ୍ୟୁକୁ ଅପେକ୍ଷା କରି ରହିଥିବା ଯେ କୌଣସି ରୋଗୀର ପରିବାର ଗୋଟିଏ ଗୋଟିଏ ଡାକ୍ତରଠାରୁ ଅନ୍ୟ ଡାକ୍ତରଙ୍କ ପାଖକୁ ଯାଇ ବାରମ୍ବାର ରୋଗୀର ନିଦାନ କରିଚାଲନ୍ତି । ଏପରିକି ଜଣେ ଡାକ୍ତର କରିଥିବା ନିଦାନ ଓ ଦେଇଥିବା ବିବରଣୀ ଭୁଲ୍ ବୋଲି ପ୍ରମାଣ କରିବାକୁ ମଧ୍ୟ ସେମାନେ ମନ ବଳାଇଥାନ୍ତି । ଅନେକ ପରିସ୍ଥିତିରେ ରୋଗୀର ମୃତ୍ୟୁ ନିଶ୍ଚିତ ବୋଲି ପରିବାରବର୍ଗ ଜାଣିଥିଲେ ହେଁ ଏ ବିଷୟରେ କେହି କାହାକୁ ଖୋଲି କହନ୍ତି ନାହିଁ । ଏଭଳି ପରିସ୍ଥିତିରେ ଯଦି ରୋଗୀ ତା ’ର ମନୋଭାବ ଏବଂ ଯନ୍ତ୍ରଣାକୁ ପରିବାରକୁ ଜଣାଇପାରେ ତେବେ ଏହା ବିଶେଷ ସହାୟକ ହୋଇଥାଏ , କାରଣ ରୋଗୀଠାରୁ ତା ’ର ଅବସ୍ଥା ବିଷୟରେ ଭଲଭାବରେ ଜାଣିପାରିବା ଦ୍ଵାରା ପରିବାରବର୍ଗ ରୋଗୀର ଅସନ୍ନ ମୃତ୍ୟୁ ପାଇଁ ମନୋବଳ ଦୃଢ ରଖିପାରିବେ ଓ ରୋଗୀର ମୃତ୍ୟୁ ପରେ ବିଶେଷ ଅସ୍ଥିର ହେବେ ନାହିଁ ।
ଏଥର ଆସନ୍ତୁ ସ୍ଵର୍ଗତ ଅନିତାଙ୍କ ବିଷୟରେ ଜାଣିବା - ଅନିତା ହେଉଛନ୍ତି ଏଡସ୍ ରେ ଆକ୍ରାନ୍ତ ଜଣେ ମହିଳା ଯାହାଙ୍କ ପରିବାରର ସଦସ୍ୟମାନେ ହେଲେ ତିନି ଝିଅ ଓ ସ୍ଵାମୀ । ତିନୋଟି ଯାକ ଝିଅଙ୍କର ବିବାହ ସରିଯାଇଛି , ସାନ ଝିଅ ତାଙ୍କ ପାଖରେ ରହନ୍ତି । ଅବସ୍ଥାକୁ ଦେଖି ଅନିତାଙ୍କୁ ଉପରୁ ଆସ୍ଥା ତୁଟି ଯାଇଛି ତାଙ୍କ ସ୍ଵାମୀ ଓ ବଡ ଝିଅଙ୍କର । ଦ୍ଵିତୁୟ ଝିଅ ସିଲା ହେଉଛନ୍ତି ଖୁବ୍ ରାଗୀ । କୌଣସି ଭଦ୍ରବ୍ୟକ୍ତି ବା ପରାମର୍ଶଦାତା ତାଙ୍କ ମା ’ଙ୍କ ପାଖକୁ ଗଲେ ସେ ରାଗିଯାଇ କହନ୍ତି – ଯଦି ତୁମେ ମୋ ମାଆଙ୍କୁ ଭଲ କରିପାରିବ ନାହିଁ ତେବେ ଏଠାକୁ ଆସ ନାହିଁ । ସାନଝିଅ ମଧ୍ୟ ମା ’ ଙ୍କ ମୃତ୍ୟୁ ଆସନ୍ନ ବୋଲି ଜାଣିସାରିଥିଲା । ଅନିତାଙ୍କ ଘରକୁ ଯିବାର ପ୍ରଥମ ସପ୍ତାହରେ ସୁବ୍ରତ ଦେଖିପାରିଥିଲେ , ରୋଗରେ ଭୋଗୁଥିବା ମହିଳା କୌଣସି ପୂଜାର୍ଚ୍ଚନା ଦ୍ଵାରା ରୋଗମୁକ୍ତ ହେବାକୁ ଚାହୁଁଛନ୍ତି । ରକ୍ତ ନେବା ଦ୍ଵାରା ଏହି ରୋଗ ଯେ ହୋଇପାରେ ଏବଂ ସେ କାହିଁକି ଏହି ରୋଗ ଭୋଗିବେ , ଏହି ଚିନ୍ତାର ଲକ୍ଷ୍ୟ କରାଯାଉଥିଲା ଅନିତା ଓ ତାଙ୍କ ଝିଅଙ୍କଠାରୁ । ସୁବ୍ରତ ପ୍ରତ୍ୟକ ସପ୍ତାହରେ ଥରେ ଅନିତାଙ୍କ ଘରକୁ ଯାଉଥିଲେ । ସେଠାରେ ସେ ପ୍ରଥମେ ରୋଗୀ ଅନିତାଙ୍କ ସହିତ ପ୍ରାୟତଃ ୪୫ ମିନିଟ୍ ରୁ ୧ ଘଣ୍ଟା ପର୍ଯ୍ୟନ୍ତ କଥା ହେଉଥିଲେ ଏବଂ ପରେ ଘରର ଅନ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲେ । ସୁବ୍ରତଙ୍କୁ ଛାଡିଦେଲେ ଅନିତାଙ୍କ ପାଖକୁ ଡାକ୍ତର ଓ ନର୍ସ ଅନ୍ୟ ସମୟରେ ପାଖକୁ ଆସୁଥିଲେ । ତୃତୀୟ ସପ୍ତାହ ବେଳକୁ କିଛି ପରିବର୍ତ୍ତନ ଦେଖାଦେଇଥିଲା ତାଙ୍କ ବଡଝିଅ ଏବଂ ସ୍ଵାମୀ ସୁବ୍ରତଙ୍କ ସହିତ କଥା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ପଚାରିବା ଅବସରରେ ସେମାନେ ରୋଗୀ ଅନିତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କିପରି ପାରିବାରିକ ସାନ୍ତ୍ଵନା ଦେଇପାରିବେ ତାହା ଚାହିଁଥିଲେ ଠିକ୍ ଏହି ସମୟରେ ସୁବ୍ରତ ସମନ୍ଵିତ ପାରିବାରିକ ସାନ୍ତ୍ଵନା ପଦ୍ଧତି ଆରମ୍ଭ କରିଥିଲେ । ସେ ସପ୍ତାହକୁ ଥରେ ପ୍ରାୟ ୩-୪ ଘଣ୍ଟା ସମୟ ଏହି ପଦ୍ଧତିରେ ସାରା ପରିବାରକୁ ନିୟୋଜିତ କରି ରଖୁଥିଲେ । ପ୍ରଥମେ ସେ କିଛି ସମୟ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିସାରି ଗୋଟିଏ ହୁଇଲ୍ ଚେୟାରରେ ଅନିତାଙ୍କୁ ଆନୁଥିଲେ ଏବେ ତାଙ୍କ ଚାରିପାଖରେ ପରିବାରର ସମସ୍ତଙ୍କୁ ବସାଇ କଥାବାର୍ତ୍ତା କରୁଥିଲେ ।
ଏହି ଅଭ୍ୟାସ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ , ଯଥା –
କାରଣ ପାରିବାରିକ ସାନ୍ତ୍ଵନା ପଦ୍ଧତିରେ ଅନିତାଙ୍କ ଝିଅ ସବୁ କଥା ଶୁଣିଥିଲେ ଓ ମା ’ଙ୍କ ଯତ୍ନ ନେବା ଓ ମାଙ୍କୁ ବୁଝାଇବା ପାଇଁ ଅସୁବିଧାରେ ଅପଡି ନଥିଲେ । ପରବର୍ତ୍ତୀ ତିନି ସପ୍ତାହରେ ସେମାନଙ୍କ ମଧ୍ୟରେ ଅନେକ ବାର୍ତ୍ତାଳାପ ହୋଇଥିଲା ନିଜ ଘର ଭିତରେ ପରିବାରର ସମସ୍ତେ ଏକାଠି ହୋଇ ନିଜ ମନର ବେଦନାକୁ ପ୍ରକାଶ କରିପାରିବେ ଏହା ସେମାନେ ଅନୁଭବ କରିପାରିଥିଲେ । ଅନିତାଙ୍କ ଦ୍ଵିତୀୟ ଝିଅ ନିଜର ଅସୁବିଧା ଡେରିରେ ପ୍ରକାଶ କରିଥିଲେ କାରଣ ଭାରି ଲାଜକୁଳି ଥିଲେ ।
ଏପରି ଭାବରେ ପାରିବାରିକ ସାନ୍ତ୍ଵନା ପଦ୍ଧତି ୬ ମାସ ଧରି ଚାଲିଲା ଏବଂ ସାରା ପରିବାର ଦୁନିଆର ବାସ୍ତବ ସତ୍ୟକୁ ବୁଝିବା ଓ ଏହାକୁ ଗ୍ରହଣ କରିବାର ମନୋବୃତ୍ତି ସୃଷ୍ଟି ହୋଇ ଯାଇଥିଲା ।
କ୍ରମଶଃ ଦ୍ଵିତୀୟ ଝିଅ ଯେକି ବହୁତ ଚୁପ୍ ଚାପ୍ ଓ ଲାଜକୁଳି ଥିଲେ ସେ ଅନେକ କଥାକୁ ଗୁରୁତ୍ଵ ଦେଇଥିଲେ ।
ଅନିତାଙ୍କ ସ୍ଵାମୀ ଓ ବଡଝିଅ ଯେଉଁମାନେ କି ଦୂରେଇ ରହୁଥିଲେ ଆସ୍ତେ ଆସ୍ତେ ସେମାନଙ୍କର ମନୋଭାବ ପରିବର୍ତ୍ତନ କରିଥିଲେ ।
ଏ ପ୍ରକାର ପରାବର୍ତ୍ତନ ପରିବାର ଓ ସଦସ୍ୟଙ୍କ ଅନେକ ପ୍ରେରଣା ଯୋଗାଇଥିଲା ।
ଏପରିଭାବେ ପାରିବାରିକ ପରାମର୍ଶ ୬ ମାସ ଚାଲିବାପରେ ଅନିତା ଶରୀରର ତେଜ କ୍ଷୀଣ ହେବା ଆରମ୍ଭ ହୋଇଥିଲା । ଖାଦ୍ୟ ନ ଖାଇ ପାରି କେବଳ ପାନୀୟରେ ତାଙ୍କୁ ଜୀବନ ଧରିବାକୁ ହେଲା । ଓଜନ କମିଯାଇଥିଲା ଏବଂ ଆସନ୍ନ ମୃତ୍ୟୁ ବିଷୟରେ ଚିନ୍ତା ମଧ୍ୟ ବଢିଥିଲା । ସେତେବେଳକୁ ସେ ନିଜେ ଭୋଗୁଥିବା ରୋଗର ଫଳାଫଳକୁ ଜାଣିସାରିଥିଲେ । ସେସ ବେଳକୁ ନିଜର ବଡଭଉଣୀ ଜୁଲିଙ୍କ ସହିତ କଥାବାର୍ତ୍ତା ହେବେ ଓ ତାଙ୍କ ସହିତ ମିଶିବେ ବୋଲି ଅନିତା ଇଚ୍ଛା କରିଥିଲେ । ତେଣୁ ସୁବ୍ରତ ତାଙ୍କ ବଡ ଭଉଣୀ ଅନିତାଙ୍କ ପାଖରେ ରହୁ ବୋଲି ପରାମର୍ଶ ଦେଇଥିଲେ । ସେହି ଅନୁସାରେ ବଡ ଭଉଣୀ ଜୁଲିଙ୍କୁ ଅନିତାଙ୍କ ନିକଟକୁ ଅଣାଯାଇଥିଲା ।
ଏପରି ଏକ ଦିନ ରବିବାର ସକାଳେ ସୁବ୍ରତ ଅନିତାଙ୍କୁ ତାଙ୍କ ବଡଭଉଣୀ ଜୁଲିଙ୍କ ସହ ଦେଖିପାରିଥିଲେ । ସେଠାରେ ଜୁଲି ଓ ଅନିତା କଥୋପକଥନରୁ ଆନନ୍ଦାଶ୍ରୁ ବହି ଆସୁଥିଲା ଉଭୟଙ୍କ ଆଖିରୁ । ଯଦିଓ ଜୁଲି କିଛି ସମୟ ରହି ଚାଲିଯିବାକୁ ଭାବୁଥିଲେ ପରାମର୍ଶଦାତାଙ୍କ କଥାରେ ସେ ରହିଥିଲେ । ପୁଣି ଅନିତା ଆହୁରି କ୍ଷିଣାଙ୍ଗୀ ହୋଇ ଆସିଲେ ଦିନକୁ ଦିନ । ତାଙ୍କୁ ଅନେକ କିଛି ଦେଖାଗଲା ଏପରିକି ସେ ଠାରରେ କହି ପକାଇଲେ ମୋର ଜେଜେ ବାପା ଓ ମାଆ ବତୀ ଜଳାଇ ମୋ ପାଖକୁ ଆସୁଛନ୍ତି , ଏପରି ଭାବେ ସେସ ମୂହୁର୍ତ୍ତ ପର୍ଯ୍ୟନ୍ତ ଅନିତା ସବୁ ଜାଣିପାରୁଥିଲେ । ଏଣେ ପରିବାରରେ ସମସ୍ତଙ୍କଠାରେ ବ୍ୟବହାରର ପରିବର୍ତ୍ତନ ଦେଖାଦେଇଥିଲା । ଯାହାକି ସେମାନଙ୍କୁ ଏକାଠି କରିଥିଲା ଅନିତା ଶେଷ ନିଶ୍ଵାସ ତ୍ୟାଗ କଲା ବେଳକୁ । ସାରାଦିନର କୋଳାରାବକୁ ଶାନ୍ତ କରିଦେଇ ଦିଗ୍ ବଳୟର ଅସ୍ତମିତ ସୂର୍ଯ୍ୟଙ୍କ ଆଲୋକ ଲିଭିଗଲା ଭଳି ଅନିତା ଏଥର ବିଦାୟ ନେଲେ ଚର୍ତୁପାର୍ଶ୍ବରେ ଘେରି ରହିଥିବା ପରିବାର ବର୍ଗ ଓ ବନ୍ଧୁମାନଙ୍କଠାରୁ , ସମସ୍ତେ ନୀରବ ।
ଏଥର ପରାମର୍ଶଦାତାଙ୍କ ମନରେ ଟିକିଏ ଖୁସିଭାବ ଦେଖାଦେଇଥିଲା । କାନ ତାଙ୍କ ଚେଷ୍ଟିତ ପାରିବାରିକ ପରାମର୍ଶ ପଦ୍ଧତି ସଫଳ ହୋଇଥିଲା ଯାହାର ପ୍ରମାଣ ହେଉଛି ଅନ୍ତତଃ ପରିବାରବର୍ଗ ନିଜ ନିଜ ଭିତର ଅସୁବିଧାକୁ ଭୁଲିଯାଇ ଅନିତାଙ୍କୁ ଏକ ଶାନ୍ତିପୂର୍ଣ୍ଣ ବିଦାୟ ଜଣାଇଥିଲେ ।
ରୋଗ ଶଯ୍ୟାରେ ପଡି ମୃତ୍ୟୁକୁ ଅପେକ୍ଷା କରିଥିବା ଯେକୌଣସି ବ୍ୟକ୍ତି ଉପରୋକ୍ତ ଇଛା ସବୁ ପ୍ରକାଶ କରିଥାନ୍ତି । ତେଣୁ ପରାମର୍ଶ ଦାତା ଏ କ୍ଷେତ୍ରରେ ଯତ୍ନବାନ ହୋଇ ପ୍ରତିକାର ଚିନ୍ତା କରିବା ଉଚିତ ।
Last Modified : 1/26/2020