ଜୀବାଣୁ, ଭୂତାଣୁ, ଆଲେର୍ଜି ବା ଅନ୍ୟ ଯେକୌଣସି କଟୁ ପଦାର୍ଥ ଆଖିରେ ପଡି ବା ଅନ୍ୟକିଛି ଆଘାତରୁ ଆଖି ଲାଲ ପଡୁ ବା ଧରୁ, ତାହାକୁ ଭିତ୍ତିକରି ହୋମିଓପାଥିରେ ଔଷଧ ବ୍ୟବସ୍ଥା କରିବା ସୁବିଧା ଜନକ ନୁହେଁ । ଯେପରି, ଧରାଯାଉ ଆଘାତଲାଗିଛି ; ଏକୋନାଇଟ, ଆର୍ଣ୍ଣିକା ବା ଯୁଫ୍ରେସିଆ ଏହି ତିନୋଟିଯାକ ଔଷଧ ବ୍ୟବହାର କରାଯାଇ ପାରେ, ଏପରି କି ରୁଟା ମଧ୍ୟ, କିନ୍ତୁ କେଉଁ କ୍ଷେତ୍ରରେ ?
ପ୍ରଥମାବସ୍ଥାରେ ଆଖି ଲାଲ ପଡିଗଲା, ଗରମ ହୁଳା ବାହାରିଲା, ଖୁବ୍ ଜୋରରେ ଖୁଞ୍ଚି ଖୁଞ୍ଚି ହେଲା, ତାହା ହେଲେ ଏକୋନାଇଟ ଲାଗିବ । କିନ୍ତୁ, ଦେଖିଲେ କଳାଶୀରା ପଡି ଯାଇଛି, ଦରଜ ଯେ ନାହିଁ ନ ଥିବା, ତେବେ ଆର୍ଣ୍ଣିକା ଲାଗିବ । ମାତ୍ର ଏ ସବୁ କିଛି ନାହିଁ ଖାଲି ଆଖି ପୋଡୁଛି । ଆଖିରୁ ତତଲା ଲୁହ ବୋହୁଛି ଏବଂ କଲା ଡୋଳାରେ ଧଳା ଦାଗ ଦେଖାଯାଉଛି । ତାହାହେଲେ ଯୁଫ୍ରେସିଆ ଛଡା ଆଉ କିଛି ନୁହେଁ । ଆଖିରେ ମାଡହୋଇ ଆଖି ଚାରିପଟେ ଦରଜ, ଜମାରୁ ଚାହିଁ ହେଉନି, ଚାହିଁଲେ ଆଖିରେ କଷ୍ଟ ବଢୁଛି, ତେବେ ରୁଟା ।
ଧରନ୍ତୁ ଆଖିରେ ପୋକ ପଡିଗଲା କି ଧୂଳିକଣା କିଛି ପଡିଗଲା, ଆଖିରେ ଯେତେ ପାଣି ଛାଟିଲେ ମଧ୍ୟ ଗଲା ନାହିଁ , ଉପରପତା ଓ ଆଖିଡୋଳା ମଝିରେ ରହି ଗଲାଭଳି ଲାଗୁଛି । ତାହାହେଲେ କୋକ୍କସକାକଟି ଖାଇ ଦେଖନ୍ତୁନା । କଥାରେ ଅଛି ଖାଲି ଆଖିରେ ମଟର ସାଇକେଲ ଚଢି ଯଦି ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଯାଉଛ, ତେବେ ପକେଟରେ ଏହି ଔଷଧରୁ ଗୋଟିଏ ଶିଶି ପକାଇଥାଅ କର୍ମରେ ଆସିବ ।
ସେହିପରି ଭୂତାଣୁ ଜନିତ ହେଉ ଅବା ଜୀବାଣୁ ହେତୁ ହେଉ, ଆଖିଫୁଲି ଗେଣ୍ଡାପରି ହୋଇଯାଇଛି, ଆଖିରୁ ଲୁହ ବୋହୁଛି, ଆକ୍ଷିପତା ଫୁଲିଯାଇ ଥଳିଭଳି ଓହଳି ପଡିଛି । ଏପିସମେଲ ତୁରନ୍ତ ଉପଶମ ଦେବ । ନାହିଁତ ଯଦି ବଡ ଜୋରରେ ଲାଲପଡି ଲେଞ୍ଜରା ବୋହି ଆଖି ଯୋଡି ହୋଇ ଯାଉଛି, ଆର୍ଜେଣ୍ଟମ ନାଇଟ୍ରିକମ କଥା ଚିନ୍ତା କରିବେ । ଏଥିରେ ଏ ରୋଗୀ ଯେତେବେଳେ ଶୁଅନ୍ତୁନା କାହିଁକି ଉଠିଲା ବେଳକୁ ଆଖିପତା ଖାଲି ଚଟଚଟ ଲାଗୁଛି, ସତେ ଯେପରି ଆଖି ଲେଞ୍ଜରାରେ ଭର୍ତ୍ତିହୋଇ ରହିଛି ତେବେ, ରେଡିୟାମବ୍ରୋମ ବେଶ୍ କାର୍ଯ୍ୟକାରୀ ହେବ । ପଲସେଟିଲା ତ ଏକ ସାଧାରଣ ଔଷଧ ଆଖି ଧରାକୁ, ଏଥିରେ ମଧ୍ୟ ଆଖିରେ ଲେଞ୍ଜରା ମେଞ୍ଚା ମେଞ୍ଚା ହୋଇ ବୋହିବ, ଶୋଷ ନ ଥିବ, ଯଦିଓ ପାଟି ଅଠା ଅଠା ହୋଇ ଯାଉଥିବ । ନାକରୁ ପାଚିଲା ସିଙ୍ଘାଣି ବୋହୁଥିବ । ଥଣ୍ଡା ଶର୍ଦ୍ଦିଧରି ଜରଜରୁଆ ଲାଗିବା ସହିତ ; ଦେହ ଘୋଳି ବିନ୍ଧି ହୋଇ ଆଖି ଧରିଥିଲେ ରସଟକ୍ସ ବ୍ୟବହାର କରନ୍ତୁ । ଏହା ଛଡା ପଦ୍ମାମଧୁ ବା ଗୋଲାପଜଳ ଆଖିରେ ପକାଇବା ଅପେକ୍ଷା ଯୁଫ୍ରେସିଆ ଦଶବୁନ୍ଦା ଏକ କପ୍ ସିଝା ଥଣ୍ଡା ପାଣିରେ ପକାଇ ଆଖି ଧୋଇଲେ ବା ଆଖିରେ ପକାଇଲେ ବେଶି ଭଲ ଫଳ ଦେବ ।ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 2/19/2020