କୌଣସି ସ୍ଥାନ ହଠାତ୍ ଆଘାତ ପାଇଲେ, କଟିଗଲେ କିମ୍ବା କେଉଁଠାରେ ଫୁଲାପଡିଲେ, ବାଗି କି ବଥ ଆଦି ହେଲେ କିମ୍ବା ଜ୍ଵର ଅଧିକ ମାତ୍ରାରେ ଥିଲେ ଏହି ଜଳପଟିର ପ୍ରୟୋଗ ହୋଇଥାଏ । ଆକ୍ରାନ୍ତ ଅଙ୍ଗକୁ ଶୀତଳ କରି ସେଠାରେ ଶୀତଳ ଭାବର ସୃଷ୍ଟି କରିବା ପାଇଁ ଜଳ ପଟିର ପ୍ରୟୋଗ ହୋଇଥାଏ ।
ସକାଳେ ଓ ସଂଧ୍ୟାରେ ଗରମ ଥଣ୍ଡା ଦେବା ପରେ ଜଳପଟି ଦେଲେ କଟାସ୍ଥାନ ଅତିଶୀଘ୍ର ଶୁଖିଯାଏ । ଜଳପଟି ଏପରି ମୋଟା ଭାବରେ ଦେବାର କଥା, ଯେପରି ତାହା ସବୁବେଳେ ଓଦା ରହିଥାଏ । କେତେବେଳେ ଯଦି ଦୈବାତ ଶୁଖିଯାଏ, ତେବେ ମଝିରେ ମଝିରେ ରକ୍ତ ପଟି ଉପରେ ଥଣ୍ଡାପାଣି ଦିଆହୋଇଥାଏ । ଏଣୁ କୌଣସି ସ୍ଥାନ ବଡ ଧରଣର କଟିଗଲେ ଚିନି, ମାଛ, ମାଂସ ଓ ଥଣ୍ଡା ଆଦି ପରିତ୍ୟାଗ କରି ଲୁଣ ପରିମାଣକୁ କମାଇ ଅଧିକ ମାତ୍ରାରେ ଫଳକଞ୍ଚା ପନିପରିବା ସାଲାଡ, ଦୁବରସମହୁ ଧନିଆ ଓ ପୋଦିନା ଆଦି ଖାଦ୍ୟୋପଯୋଗୀ ପତ୍ର ଯାହା କଞ୍ଚାରେ ଖାଇହେବ ସେପରି କ୍ଷାରଧର୍ମୀ ଖାଦ୍ୟ ଅଧିକ ମାତ୍ରାରେ ଖାଇଲେ, ରକ୍ତର ଅମ୍ଳତ୍ଵ କମେ ଓ କ୍ଷାରତ୍ଵର ବୃଦ୍ଧି ହୋଇଥାଏ, ପରିଣାମରେ ଘା ମଧ୍ୟ ସଅଳ ଶୁଖିଯାଏ । ପୋଡା ଘା’ ଫୋଟକା, ଫୁଲା, ଦରଜ ଉଦରାମୟ ( ପେଟଗରମ) ଗର୍ଭାଶୟ ତଥା ଅନ୍ତ୍ରର ପ୍ରଦାହ, ଆଖିରେ ଯନ୍ତ୍ରଣା ଏବଂ ଜ୍ଵର ଆଦିରେ ଜଳପଟି ଆରୋଗ୍ୟଦାୟକ ହୋଇଥାଏ ।
ଶରୀର ମଧ୍ୟରେ ଉତ୍ତାପର ଅସମାନ ବଣ୍ଟନ ହେତୁ ତରୁଣ ରୋଗ ହୋଇଥାଏ । କୌଣସି ସ୍ଥାନରେ ପ୍ରଦାହ ହେଲେ, ସେହି ସ୍ଥାନରେ ଉତ୍ତାପର ଆଧିକ୍ୟ ହୁଏ । ଆକ୍ରାନ୍ତ ଅଂଗରେ ଓଦାକନା ପଟି ଦେବା ଫଳରେ, ପ୍ରଦାହ ସ୍ଥାନରୁ ଉତ୍ତାପର ଆଧିକ୍ୟ ଦୂର ହୋଇଥାଏ ତଥା ଚର୍ମ ବାଟରେ ଆବର୍ଜନା ଦୂରହୋଇ ରୋଗୀ ଆରୋଗ୍ୟ ଲାଭ କରିଥାଏ ।
ଚିନ୍ତାଶୂନ୍ୟ ମନ ଓ ସନ୍ତୁଳିତ ମସ୍ତିଷ୍କ ଉଭୟ ମାନସିକ ଓ ଶାରୀରିକ ସୁସ୍ଥାତା ଲାଗି ଆବଶ୍ୟକ । ଚିନ୍ତା ଓ ଚାପରୁ ମୁକ୍ତି ଲାଗି ଆମକୁ ଆମର ମନକୁ ନିୟନ୍ତ୍ରିତ କରିବାକୁ ପଡିବ । ଏହି ନିୟନ୍ତ୍ରଣ ଧ୍ୟାନ ପ୍ରାର୍ଥନା ଓ ଯୋଗ ମାଧ୍ୟାରେ କରାଯାଇ ପାରିବ । ଯୋଗ ଦୁଇ ଭାଗରେ ବିଭକ୍ତ, ଯଥା ଶାରୀରିକ ଯୋଗ ଓ ଆଧ୍ୟାତ୍ମିକ ଯୋଗ । ଶାରୀରିକ ଯୋଗାଭ୍ୟସ ଦ୍ଵାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ବ୍ୟାୟମ ହୋଇଥାଏ । ଏଣୁ ଏହାଦ୍ଵାରା ଶରୀର ସୁଢଳ ଓ ସୁଠାମ ରହିବା ସହ ରୋଗମୁକ ରହେ । ଆଧ୍ୟାତ୍ମିକ ଯୋଗ ଜଣକୁ ଆତ୍ମ ସାମୀକ୍ଷ କରିବାରେ ସାହାଯ୍ୟ କରିଥାଏ ଓ ତଦ୍ଵାରା ତାଙ୍କର ଅସ୍ତିତ୍ଵର ସରଳିକରଣ କରାଇଥାଏ । ଏହା ଫଳରେ ମନୁଷ୍ୟମନରୁ ନକାରାତ୍ମକ ଚିନ୍ତା ଦୂର ହୁଏ । ଧ୍ୟାନ ମାନସିକ ଆଶାନ୍ତି ଦୂର କରାଇ ସ୍ନାୟୁତନ୍ତ୍ରୀ ଗୁଡିକ ଶୃଙ୍ଖଳିତ କରାଏ ଓ ସ୍ଥିରତା ଆଣେ । ଦିନକୁ ପନ୍ଦରରୁ କୋଡିଏ ମିନିଟ୍ଟ ନୀରବ ନିଶ୍ଚଳ ଭାବେ ଧ୍ୟାନକଲେ, ମାନସିକ ସ୍ୱାସ୍ଥ୍ୟ ଠିକ୍ ରହେ ଓ ଆମ ଭିତରେ ଥିବା ପ୍ରାଣ ଶକ୍ତି ଊନ୍ମୋଚିତ ହୁଏ ।
ଆଧାର
Last Modified : 12/21/2019