ନାକରୁ ରକ୍ତ ପଡିବା ଏକ ଅତି ସାଧାରଣ କଥା, ଏବଂ ଲୋକେ ସାଧାରଣତଃ ଏହା ଉପରେ ଗୁରୁତ୍ଵ ଦିଅନ୍ତି ନାହିଁ । ମାତ୍ର ନାକ ଓ ତାଳୁରେ ମାଡ ବାଜିବାଠାରୁ ଆରମ୍ଭକରି ଶର୍ଦ୍ଦି, ଅତ୍ୟଧିକ ଗରମ, ନାକ ଭିତର ଉହା, ବହୁପଦ ଭଳି ସାମାନ୍ୟ କଥା ସବୁକୁ ବାଦ୍ ଦେଲେ ମଧ୍ୟ, ଉଚ୍ଚ ରକ୍ତଚାପ, ହିମୋଫିଲିଆ, କ୍ୟାନସର, ହୃଦରୋଗ ଭଳି ସାଘାଂତିକ ରୋଗମାନଙ୍କରେ ମଧ୍ୟ ଏହା ଏକ ଲକ୍ଷଣ । ତଥାପି, କେତେବେଳେ ଟିକିଏ ନାକରୁ ରକ୍ତ ପଡିଲେ ଏତେ ବ୍ୟସ୍ତ ହୋଇପଡିବା ଉଚିତ ନୁହେଁ ଯଦି ଏହା କ୍ରମାଗତ ଭାବରେ ବାରମ୍ବାର ଓ ଅତିମାତ୍ରାରେ ନ ହେଉଥାଏ । ଏ ଭଳି କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତର ମାନଙ୍କର ପରାମର୍ଶ ନେବା ଆବଶ୍ୟକ । ଲକ୍ଷଣ ମେଳକ ହେଲେ ଅତ୍ୟନ୍ତ ସାଘାଂତିକ କାରଣରୁ ରକ୍ତ ପଡୁଥିଲେ ମଧ୍ୟ ହୋମିଓପାଥି ଔଷଧରେ ଭଲ ହୋଇ ରୋଗୀର ଆରୋଗ୍ୟ ପଥ ସୁଗମ କରିଥାଏ ।
ନାକରୁ ରକ୍ତ ପଡିବା ପାଇଁ ଆର୍ଣ୍ଣିକା ଏକ ପ୍ରଧାନ ଔଷଧ । ଆଘାତ ଜନିତ ରକ୍ତସ୍ରାବ ପାଇଁ ତ ଏହା ନିଶ୍ଚିତ ଭାବରେ ଅମୋଘ, ଆଘାତ କାରଣ ନଥିବା ରକ୍ତସ୍ରାବ ରେ ମଧ୍ୟ ଏହା ଖୁବ୍ ଉପକାରୀ । ଏ ସବୁରେ ଏହି ଔଷଧର ଉଚ୍ଚଶକ୍ତି, ଅର୍ଥାତ୍ ୨୦୦,୧୦୦୦ ବା ତଦୁର୍ଦ୍ଧ୍ଵ ବିନାଦ୍ଵିଧାରେ ବ୍ୟବହାର କରାଯାଇ ପାରେ । କେତେକ ଡାକ୍ତର ଆର୍ଣ୍ଣିକା ଉଚ୍ଚଶକ୍ତି ପ୍ରୟୋଗ କରି ବାଇଓକେମିକର ଫେରସଫସ 6X ୩-୪ ଟି କରି ବଟିକା ଗରମ ପାଣିରେ ଦିନକୁ ୩/୪ ଥର ଦେଇ ସୁଫଳ ପାଉଥିବାର ଅଭିଜ୍ଞତା କଥା କୁହନ୍ତି ।
ପ୍ରବଳ ଥଣ୍ଡା ବା ପ୍ରଖର ସୂର୍ଯ୍ୟତାପରେ ବୁଲିଲା ପରେ ନାକରୁ ରକ୍ତପଡି ଅତ୍ୟନ୍ତ ଭୟାତୁର ହୋଇପଡିଥିଲେ ଏକୋନାଇଟ – ୨୦୦ ଅପରିହାର୍ଯ୍ୟ ।
ପ୍ରତିଦିନ ସନ୍ଧ୍ୟାରେ ପଡୁଥିଲେ ପଲସେଟିଲା , ସକାଳେ ପଡୁଥିଲେ ଏମୋନକାର୍ବ, ପ୍ରବଳ ମୁଣ୍ଡବ୍ୟଥା ସହିତ ହେଉଥିଲେ ବେଲାଡୋନା, ମୁଣ୍ଡବ୍ୟଥାପରେ ପଡୁଥିଲେ ମେଲିଲୋଟସ । ଏଥିରେ ନାକରୁ ରକ୍ତ ପଡିବା ପରେ ମୁଣ୍ଡବ୍ୟଥା କମିଯାଏ । ଋତୁସ୍ରାବ ନ ହୋଇ ନାକରୁ ରକ୍ତ ପଡୁଥିଲେ ବ୍ରାୟୋନିଆ । ଖୁବ୍ ପତଳା ଶୀର୍ଣ୍ଣକାୟା, ଡେଙ୍ଗା ସ୍ତ୍ରୀ ଲୋକମାନଙ୍କର ଏ ଧରଣର ଅସୁବିଧାରେ ଫସଫରସ ସାଧାରଣତଃ ସୁଫଳ ପ୍ରଦାନ କରିଥାଏ । ଶର୍ଦ୍ଦିଶ୍ଵାସ ହୋଇ ଛାତି ଭାରି ଲାଗୁଥିବ ଓ ଗାଢ ଲାଲ ରଙ୍ଗର ରକ୍ତ ନାଗରୁ ପଡୁଥିଲେ ଇପିକାକ୍ ଖୁବ୍ ଭଲ କାମ କରେ । ଖରାରେ ବୁଲିଲା ପରେ ଖୁବ୍ । ମୁଣ୍ଡବିନ୍ଧା ଫାଟିଗଲା ଭଳିଲାଗି ନାକରୁ ରକ୍ତପଡିଲେ ଗ୍ଲୋନୟନ ଲାଗିବ, କିନ୍ତୁ ଭୟାତୁର ଅସ୍ଥିରତା ଥିଲେ ଏକୋନାଇଟ ଛଡା ଆଉ କିଛି ହେବ ନାହିଁ । ମୁହଁଲାଲ ପଡି, ଡାହାଣପଟ ମୁଣ୍ଡଟା ଧକ୍ ଧକ୍ କରୁଥଲେ ଗ୍ଲୋନୟନ ଅପେକ୍ଷା ବେଲାଡୋନ ବେଶି ଉପକାର କରିବ । ପତଳା ଶୀର୍ଣ୍ଣ ଲୋକଙ୍କର ନାକରୁ ପତଳା ରକ୍ତ ନିଗିଡି ପଡୁଥିବ, ଜମା ଜମାଟ ବାନ୍ଧୁନଥିବ ତାହାହେଲେ ଫସଫରସ୍ ଓ ସିକେଲିକର କଥା ଚିନ୍ତା କରିବା ଦରକାର । ରକ୍ତ ପଡିବା ସହିତ ଦେହଟା ଗରମ ହୋଇ ଉଚ୍ଛାଟିଆ ଲାଗୁଥିଲେ ସିକେଲିକର, ଶୀତ ଶୀତ ଭାବ ସହିତ ଖୁବ୍ ଥଣ୍ଡାପାଣି ପିଇବାକୁ ଆଗ୍ରହ ପ୍ରକାଶ କରୁଥିଲେ ଫସଫର ଲାଗିବ । ରକ୍ତ କଳାରଙ୍ଗର, ନିଗିଡି ଆସୁଥିବ, ନାକ ଦଣ୍ଡାଟା ଖୁବ୍ ଭାଲି ଲାଗୁଥିବ, ତାହାହେଲେ ହାମାମେଲିସ ହିଁ ଦରକାର । ସକାଳୁ ଉଠିଲା ବେଳକୁ ମୁହଁ ଫଣଫଣିଆ ଦେଖାଯାଇ, ମୁହଁ ଧୋଇଲା ବେଳକୁ ନାକରୁ ରକ୍ତ ପଡିଲେ କେଲିକାର୍ବ ଯେପରି ଉପକାରୀ, ଉଠୁଉଠୁ ପ୍ରବଳ ଛିଙ୍କ ହୋଇ , ମୁହଁ ଧୋଇଲାବେଳେ ରକ୍ତ ପଡିଲେ ଏମନକାର୍ବ ସେହିଭଳି ଉପକାରୀ । ମାସିକ ଋତୁ ବନ୍ଦ ହୋଇ ପଡିଲେ ଯେପରି ବ୍ରାୟୋନିଆ, ପଲସେଟିଲା ଓ ଫସଫରସ ଲାଗିବ ସେପରି ସେହି ସମୟରେ ହେଲେ ସିପିଆ କାମଦେବ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/21/2020