অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଶିଶୁମାନଙ୍କ ପାଇଁ ହୋମିଓପ୍ୟାଥି ଚିକିତ୍ସା

ମିଳିମିଳା

ଶିଶୁମାନଙ୍କର  ରୋଗ  ବିଷୟରେ  ଚିନ୍ତାକଲେ,  ଆମ୍ଭମାନଙ୍କ   ଆଗରେ,  ବିଶେଷ  ଭାବରେ ମିଳିମିଳାର  ଚିତ୍ର  ଦେଖା  ଯାଇଥାଏ   । କାରଣ  ହେଉଛି   ଏହା  ଅତିମାତ୍ରାରେ  ସଂକ୍ରାମକ  ଓ  ଏହାର   ଉପସର୍ଗମାନ  ଅତି  ଭୟଙ୍କର   ।

ହୋମିଓପାଥିରେ  ରୋଗ  ଚିକିତ୍ସା  ନ କରି  ରୋଗୀର  ଚିକିତ୍ସା  କରାଯାଏ,  ଏହା  ସର୍ବଜନ  ବିଦିତ  । ମିଳିମିଳା  ଯଦିଓ   ଏକ ଭୂତାଣୁ   ଜନିତ  ଅତ୍ୟନ୍ତ  ସଂକ୍ରାମକ  ରୋଗ  ଓ  ଅତି  ସ୍ୱଳ୍ପକାଳ  ମଧ୍ୟରେ  ବ୍ୟାପକଭାବରେ, ବହୁଲୋକଙ୍କୁ,  ବିଶେଷ  ଭାବରେ  ଶିଶୁମାନଙ୍କୁ  ଆକ୍ରାନ୍ତ   କରିଥାଏ  ଏବଂ  ମୂଳତଃ  ଜ୍ଵର  ସହିତ  ଶ୍ଵାସଯନ୍ତ୍ର  ସକଳ  ଏବଂ  ଚର୍ମ   ଉପରେ  ଏହାର  ଲକ୍ଷଣ  ପ୍ରକାଶ  କରିଥାଏ, ତଥାପି  ବିଭିନ୍ନ  ରୋଗୀକ୍ଷେତ୍ରରେ  ଭିନ୍ନ   ଭିନ୍ନ  ପ୍ରକାରର  ଅତ୍ୟନ୍ତ  ସ୍ପଷ୍ଟ  ସହଚର  ଲକ୍ଷଣସବୁ  ଦେଖିବାକୁ  ମିଳେ   । ଯଥା : କାହାର  ଏ  ସମୟରେ  ଉଦରାମୟ  ବା  ନାଳରକ୍ତ   ଝାଡା  ହେଉଥିଲେ  (ପଲସେଟିଲା, ମର୍କସଲ); କିଏ  ହୁଏତ  କୋଷ୍ଠକାଠିନ୍ୟ   ଭୋଗ  କରୁଥାଏ (ବ୍ରାୟୋନିଆ) ; କେହି  ଅତ୍ୟନ୍ତ  ତୃଷାତୁର   ହୋଇଥିଲେ  (ବ୍ରାୟୋନିଆ, ରସଟକ୍ସ); ଅନ୍ୟ  କେହି  ହୁଏତ  ବାଧ୍ୟବାଧକତାରେ  ଢୋକେ  ପାଣି  ମଧ୍ୟ  ପିଇବାକୁ   ଚାହୁଁ ନ ଥିବେ  (ଜେଲସେମିୟାମ, ପଲସେଟିଲା) ; କେହି  ଯଦି  ଅତ୍ୟନ୍ତ  ବ୍ୟସ୍ତ  ହୋଇ  ଛଟପଟ  କରୁଥିବେ  (କ୍ୟାମୋମିଲା, ରସଟକ୍ସ); କେହି  କେହି  ଅବସାଦଗ୍ରସ୍ତ  ଭଳି  ଚୁପଚାପ୍ ପଡିରହିଥିବେ  (ବ୍ରାୟୋନିଆ, ଜେଲସେମିୟାମ) ; କେହି  କେହି  ଶୀତପାଇଁ  ଘୋଡିଘାଡି  ହୋଇ ରହିବାବେଳେ  (ଜେଲସେମିୟାମ, ରସଟକ୍ସ) ; କେହି  ହୁଏତ  ପଙ୍ଖା  ଦରକାର  କରୁଥିବେ  (ପଲସେଟିଲା); ଅର୍ଥାତ୍ ଏ  ସମସ୍ତ  ରୋଗୀଙ୍କୁ  ମିଳିମିଳା  ହୋଇଥିଲେ  ମଧ୍ୟ  ସେମାନଙ୍କ  ଉପରେ  ପ୍ରକାଶିତ  ଲକ୍ଷଣ   ଭିନ୍ନ  ଭିନ୍ନ  ହୋଇପାରେ   ।ସୁତରାଂ   ଏହିସବୁ  ବ୍ୟକ୍ତିଗତ  ବୈଶିଷ୍ଟ୍ୟ ପ୍ରତିପାଦିତ   କରୁଥିବା  ରୋଗୀମାନଙ୍କୁ  ତାଙ୍କଠାରେ  ପ୍ରକାଶିତ   ଲକ୍ଷଣସବୁକୁ  ମେଳକରି   ଔଷଧ   ନିର୍ବାଚନ   କରାହୋଇଥାଏ  ହୋମିଓ  ମତରେ   ।

ତାହାବୋଲି  ଯେ  ମିଳିମିଳା   ଚିକିତ୍ସା  ପାଇଁ   ହୋମିଓପାଥିରେ  ଏକ  ନିର୍ଦ୍ଧିଷ୍ଟ  ଔଷଧ  ଠିକଣା  ହୋଇପାରିବ  ନାହିଁ  ଏ କଥାଟା   ମଢ  ସର୍ବଦା  ଠିକ୍  ନୁହେଁ  । ଯେତେବେଳେ  କୌଣସି  ଏକ  ସମୟରେ  ଏ  ରୋଗ  ବ୍ୟାପକଭାବରେ  ଏକ  ଅଞ୍ଚଳରେ ଦେଖାଦେବ, ଆପଣ  ଦେଖିବେ, ଅଧିକାଂଶ  ସମୟରେ  ରୋଗୀଙ୍କ   କ୍ଷେତ୍ରରେ  ଏକାଭଳି  ସହଚର  ଲକ୍ଷଣ  ସବୁ ପ୍ରକାଶ  ପାଇବ,  ସତେ  ଯେପରି  ସେ  ସମୟରେ   ଦେଖା  ଦେଇଥିବା  ମିଳିମିଳାର   ଏକ  ବିଶେଷ  ଚିତ୍ର  ସବୁ  ରୋଗୀଙ୍କ  ନିକଟରେ   ସମାନ  ପ୍ରକାରରେ  ମିଳୁଛି  ଓ ତାହା  କୌଣସି  ଏକ  ହୋମିଓପାଥି  ଔଷଧ, ଯଥା : ବେଲାଡୋନା, ବ୍ରାୟୋନିଆ, ଜେଲସେମିୟମ, ପଲସେଟିଲା ବା ରସଟକ୍ସ ଇତ୍ୟାଦିର  ଚିତ୍ର  ସହିତ  ମେଳ  ଖାଉଛି  ବା  ସାଦୃଶ୍ୟ  ରହିଛି   । ଏବଂ, ଏହି  ମେଳ  ଖାଉଥିବା   ଔଷଧଟି  ହିଁ  ସେହି  ନିର୍ଦ୍ଧିଷ୍ଟ  ସମୟର  ମିଳିମିଳା  ପାଇଁ  ଆରୋଗ୍ୟକାରୀ  ଔଷଧ  ତଥା  ଯେଉଁମାନେ   ଆକ୍ରାନ୍ତ  ହୋଇ  ନାହାନ୍ତି  ତାଙ୍କପାଇଁ  ପ୍ରତିଷେଧକ  ଭାବରେ  ମଧ୍ୟ  ଉପଯୋଗୀ   । ସେହି  ଔଷଧକୁ  ୨୦୦ ଶକ୍ତିରେ  ଦିନକୁ  ୨ ବା ୩ଥର  କରି  ଅନ୍ତତଃପକ୍ଷେ  ୫ ରୁ  ୭ ଦିନ  ବ୍ୟବହାର  କରିବେ   । ବ୍ୟବହାର   ସମୟରେ  ସାମାନ୍ୟ  ପ୍ରତିକ୍ରିୟା,  ଜ୍ଵର ବା  ଜ୍ଵରଭାବ  ଦେଖାଦେଲେ   ଔଷଧ  ବନ୍ଦ  କରିଦେବେ   ।

ଏଥିରୁ  ବୁଝାଯାଏ   କୌଣସି  ବହୁ  ବ୍ୟାପକ  ରୋଗ  ଦେଖାଦେବା  ପରେ  ହିଁ,  ରୋଗର   ପ୍ରତିଷେଧକ   ଔଷଧ  ବାହାର  କରାଯାଇଥାଏ   ହୋମିଓପାଥି  ମତରେ   । କାରଣ  ହୋମିଓପାଥି  କହିଲେ  ରୋଗ  ଚିକିତ୍ସାର  ଏକ  ପଦ୍ଧତି, ତେଣୁ  ରୋଗର   ବର୍ତ୍ତମାନତାରେ   ହିଁ  ଏହାର  ଉପଯୋଗ   । ହେଲେ  ମଧ୍ୟ,  ହୋମିଓପାଥି  ଔଷଧର  ଉଦଗମ  ବା  source  କୁ  ଧରି  ଏଥିପାଇଁ  ବ୍ୟବସ୍ଥା  କରିହେବ  ଯଦି  ଏହା  ହ୍ୟାନିମାନଙ୍କ  କଥିତ  ‘ସ୍ଥାୟୀ  କଳ୍ମଷ’  ବା  ‘fixed  miasm’  ଜନିତ  ରୋଗ  ହୋଇଥାଏ   । ମିଳିମିଳା  ଏକ  ଏହି  ଧରଣର  ରୋଗ  ହୋଇଥିବାରୁ, ମିଳିମିଳାର  ଭୌତିକ  କାରଣ  ଭୂତାଣୁରୁ  ‘ମରବିଲିନାମ’  ବୋଲି  ଯେଉଁ  ଔଷଧ  ତିଆରି  ହୋଇଛି, ତାହାର  ବ୍ୟବହାରରେ  ଦେଖାଯାଇଛି, ତାହା  କେବଳ   ବହୁକ୍ଷେତ୍ରରେ  ପ୍ରତିଷେଧକର  କାର୍ଯ୍ୟ  କରିନାହିଁ , ମିଳିମିଳା   ଭୋଗକାଳରେ  ଅନେକ  ଜଟିଳ  ଅବସ୍ଥା  ଓ  ପରବର୍ତ୍ତୀ   ଦୈହିକ  ହାନି  ରେ ମଧ୍ୟ  ଫଳପ୍ରଦ   କାର୍ଯ୍ୟ  କରିଥାଏ    ।

ମିଳିମିଳାର   ଜଟିଳ  ଅବସ୍ଥା  ଭିତରେ   ଶ୍ଵାସଯନ୍ତ୍ରରେ  ପ୍ରଦାହ  ବ୍ରୋଙ୍କୋନିମୋନିଆ, ନାଳଶୂଳାଝାଡା,  ଉଦରାମୟ,  ଆଖିଧରା, ତୁଣ୍ଡ ଘା’, କାନପଚା  ଓ  କେତେକ  ସମୟରେ  ଗଣ୍ଠିବାତ  ଓ  ଗାଲୁଆ  ମଧ୍ୟ  ଦେଖାଯାଇଥାଏ   ।

ରୋଗ  ଯାହା  ବା  ହେଉ,  ରୋଗୀ  କ୍ଷେତ୍ରରେ  କେଉଁସବୁ   ବିଶିଷ୍ଟ  ଲକ୍ଷଣ  ରୋଗୀର   ଏକକତ୍ଵର  ପରିଚାୟକଭାବରେ   ଦେଖାଯାଉଛି , ତାହା   ଉପରେ  ନିର୍ଭର  କରି  ଔଷଧ  ନିର୍ବାଚନ  କରନ୍ତୁ, ବିନା  କିଛି  ପ୍ରତିକ୍ରିୟାରେ  ରୋଗର   ଆଶୁ  ନିରାମୟ  ହେବ   । ତଥାପି   ସାଧାରଣ  କେତେକ  ପରୀକ୍ଷିତ  ଔଷଧ  କଥା  କହି  ରଖୁଛି   :

ବ୍ରୋଙ୍କାଇଟସ

ବ୍ରୋଙ୍କୋନିମୋନିଆ

ଇପିକାକ, ଏଣ୍ଟିମଟାର୍ଟ, ପଲସେଟିଲା, କାର୍ବୋଭେଜ, ସ୍ଫୁଇଲା, ଟ୍ୟୁବରକୁଲିନାମ  ।

ନାଳଶୂଳା  ଝାଡା

ସ୍ଫୁଇଲା, ପଲସେଟିଲା, କାର୍ବୋଭେଜ, ଏଲୋ ଓ ମର୍କସେଲ  ନିର୍ଭରଯୋଗ୍ୟ  ।

ଆଖିଧରା

ପଲସେଟିଲା  ଅମୋଘ  ।

ତୁଣ୍ଡ ଘା’

ମର୍କସଲର  ସମକକ୍ଷ   କେହି  ନାହିଁ  ।

କାନପଚା

ପଲସେଟିଲା  ପ୍ରଥମେ  ଚିନ୍ତା  କରିବେ  ଓ  ତା’ପରେ  କେଲିସଲଫ  କଥା  ଦେଖିବେ   ।

ଗଣ୍ଠିବାତ

ରସଟକ୍ସ  ଏକ  ଜଣାଶୁଣା  ଔଷଧ, ଯଦିଓ  ପଲସେଟିଲା  ଏ  କ୍ଷେତ୍ରରେ  ବେଶି  ଉପଯୋଗୀ   ।

ଗାଲୁଆ

ପଲସେଟିଲା

ସର୍ବୋପରି, ରୋଗୀକୁ   ଫୁଟାପାଣି,  ତରଳ  ଖାଦ୍ୟ  ଦେବା  ସହିତ  ଥଣ୍ଡା  ପବନରୁ   ଦୂରରେ  ରଖିବେ  ଏବଂ  ର୍ହାର ପ୍ରବଳ  ସଂକ୍ରାମକ  ଗୁଣରୁ   ଅନ୍ୟମାନଙ୍କ  ସହିତ  ମିଳାମିଶା   ନ କରାଇ  ଅଲଗା ରଖିବାର  ବ୍ୟବସ୍ଥା  କରିବେ  ।

ଗାଲୁଆ

ଏହା  ଏକ  ଅତିକଷ୍ଦାୟୀ  ଭୂତାଣୁଜନିତ  ରୋଗ,  ବୟସ   ନିର୍ବିଶେଷରେ  ସମସ୍ତଙ୍କୁ  ହେଉଥିଲେ  ମଧ୍ୟ  ଶିଶୁମାନଙ୍କୁ   ଅଧିକପରିମାଣରେ  ଆକ୍ରାନ୍ତ  କରେ   । ଏହା ଏକ  ସାଂଘାତିକଭାବର  ଭଡା   ରୋଗ   । ଜ୍ଵର  ସହିତ  ଗାଲର  କାନମୂଳକୁ   ଲାଗିଥିବା  ପରୋଟିଡ  ଗ୍ଲାଣ୍ଡର  ପ୍ରଦାହରୁ  ରୋଗୀ  ପାଟି  ଖୋଲିପାରେ   ନାହିଁ, ଖାଇବା  ପିଇବାରେ   ବହୁତ  କଷ୍ଟ   ଅନୁଭବ   କରେ,  କଥା  କହିପାରେନା  ଏବଂ  ଅଚିକିତ୍ସା  ଓ  କୁଚିକିତ୍ସା   ଫଳରୁ   ଅନେକ  ସମୟରେ  ଏହା  ପାଚିଥାଏ   । ତାହା  ପରର  ଅବସ୍ଥା  ସାଧାରଣଭାବରେ   ଅନୁମାନ  କରାଯାଇପାରେ   । ପ୍ରଥମରୁ   ଏହାର  ଚିକିତ୍ସା  ହୋମିଓପାଥିରେ  କଲେ  ୩/୪ ଦିନ  ଭିତରେ   ସମ୍ପୂର୍ଣ୍ଣ   ଆରୋଗ୍ୟ   ଲାଭ  କରାଯାଇଥାଏ  ।

କିଛି  ନାହିଁ  ହଠାତ୍  ପ୍ରବଳ  ଜ୍ଵର  ସହିତ  ଅସ୍ଥିରତା  ଓ ଘାନା  ଘାନା  ପାଣି  ପିଇବାର  ଇଚ୍ଛା  ଥିଲେ  ଏକୋନାଇଟ – ୨୦୦ ତିନି  ଚାରି  ଘଣ୍ଟାରେ  ଥରେ  ଲେଖାଏଁ  ଦିଅନ୍ତୁ ;  ନଚେତ୍  ପ୍ରବଳ  ଜ୍ଵର  ସାଙ୍ଗକୁ  ଯଦି  କାନମୂଳ  ଲାଲ୍  ହୋଇ  ଧପଧପ୍  କରୁଥାଏ  ଓ  ସାଂଘାତିକ  ମୁଣ୍ଡବ୍ୟଥା  ହୁଏ  ବେଲାଡୋନା   ଦିଅନ୍ତୁ  । ଯଦି  ଡାହାଣପଟ   ଆକ୍ରାନ୍ତ   ହୋଇଥାଏ  ତାହାହେଲେ  ତ  କଥା  ନାହିଁ   । ଜ୍ଵର  ସହିତ  ଶର୍ଦ୍ଦି, ଦେହହାତ  ଘୋଳାବିନ୍ଧା   ସହିତ  ବ୍ୟସ୍ତତା  ଥିବ, ବାମପଟ  ଗାଲ  ଆକ୍ରାନ୍ତ   ହୋଇଥିବ,  ତାହାହେଲେ  ରସଟକ୍ସ  ଦେବା  ଭଲ    । ଏଥିରେ  ଜ୍ଵର, ପୂର୍ବ  ଦୁଇଟି  ଘଟନା  ଭଳି  ହଠାତ୍  ଆସେ  ନାହିଁ  ବା  ଏତେ  ସାଂଘାତିକ  ଭାବରେ  ଆକ୍ରମଣ  କରେ  ନାହିଁ   । ଧୀରେ  ଧୀରେ  ରୋଗର  ବୃଦ୍ଧି  ଘଟିଥାଏ   ।

ଯଦି  ମିଳିମିଳା   ପରେ  ଏହା  ଆରମ୍ଭ  ହୋଇଥାଏ  ତାହାହେଲେ  ପଲସେଟିଲା  ବିଶେଷ  କାର୍ଯ୍ୟକାରୀ   ।ଏହାର ସ୍ଵାଭାବିକ  ଲକ୍ଷଣ  ହେଲା,  ବ୍ୟଥା  ସହିତ  ଶୀତ  ଶୀତ  ଭାବ   ଅଥଚ  ଖୋଲା  ପବନର   ଆବଶ୍ୟକତା ; ଜ୍ଵର  ଓ  ବ୍ୟଥା  ପାଇଁ   ପାଟି  ଶୁଖି  ଅଠା   ଅଠା  ହୋଇଯାଉଥିଲେ  ମଧ୍ୟ  ଜଳତୃଷ୍ଣା   ଜମାରୁ  ନ ଥାଏ   ।

ସମ୍ପୂର୍ଣ୍ଣ  ଏକ  ବିପରୀତ  ଅବସ୍ଥା   ମଧ୍ୟ  ଦେଖାଯାଏ   । ପାଟିରୁ   ବହୁତ  ଲାଳ  ବାହାରୁଥିବ   ଅଥଚ  ଘନଘନ   ପାଣି   ପିଇବାକୁ   ଇଚ୍ଛା   କରୁଥିବ ; ଅବିରତ   ଝାଳ   ବୋହୁଥିଲେ  ମଧ୍ୟ  ଜ୍ଵରର  ଉପଶମ ହେଉ ନ ଥିବ,  ପାଟିରୁ  ରକ୍ତମିଶା   ଲାଳ  ବୋହୁଥିବ, ବ୍ୟଥା  ଓ  ଜ୍ଵର  କଷ୍ଟ  ସବୁ  ରାତିରେ  ବଢୁଥିବ,  ତାହାହେଲେ   ମର୍କୁରିୟାସ  ସଲ୍ୟୁବିଲିସ  ଦେବା  ଦରକାର  ।

ଏହି  ମର୍କରି   ପରିବାରର   ଆଉ  ଗୋଟିଏ  ଦୁଇଟି   ଔଷଧ  ରହିଛି, ମର୍କପ୍ରୋଟୋ  ଆୟୋଡ  ଓ  ମର୍କବିନ୍  ଆୟୋଡ  । ଏ  ଦୁଇଟି   ଔଷଧର   ବ୍ୟବହାର   ଗତାନୁଗତିକ  ଚିକିତ୍ସାପରେ   ଯେତେବେଳେ   ଦେଖାଯାଏ   ଯେ  ଗାଲୁଆର  ସମସ୍ତ  ଲକ୍ଷଣ,   ଉପସର୍ଗ  କମିଯାଇଥିଲେ  ମଧ୍ୟ  ଫୁଲା  ସେଇଭଳି   ଥାଏ,  ସେହି  କ୍ଷେତ୍ରରେ   ହିଁ ଖୁବ୍  ସୁଫଳ  ଦେଇଥାଏ  ଫୁଲା  କମାଇବା  ପାଇଁ   । ଡାହାଣପଟ  ଗାଲର  ଫୁଲା  ପାଇଁ  ମର୍କପ୍ରୋଟୋ  ଆୟୋଡ  ଦେବେ  ଓ  ବାମପଟ  ପାଇଁ  ମର୍କବିନ୍ ଆୟୋଡ   ବ୍ୟବହାର  କରିବେ   ।

କ୍ଷେତ୍ରବିଶେଷରେ  ଦେଖିବେ  ଏଭଳି  ପାରମ୍ପରିକ  ଚିକିତ୍ସାପରେ  ଜ୍ଵର,  ବ୍ୟଥା  ଇତ୍ୟାଦି  କମିଗଲେ   ମଧ୍ୟ  ଉଭୟପଟ   ଗାଲର   କାନମୂଳ   ଫୁଲି   ରହିଛି,  ପାତିରୁ  ଛେପ   ବେଶି  ବାହାରିବା   ସହିତ  ସମସ୍ତ  ଶରୀରରୁ   ଅତିଶୟ   ଝାଳ   ମଧ୍ୟ  ବାହାରୁଛି,  ତାହାହେଲେ   ପାଇଲୋ  କାର୍ପସ – ୬ ଦୋନକୁ  ୩ ଥର  ହିସାବରେ  ଖାଇବାକୁ  ଦେଲେ  ଫୁଲା  ଆଦି  କମିଯାଇ  ରୋଗୀ  ସ୍ବାଭାବୟକ  ସ୍ୱାସ୍ଥ୍ୟ  ଫେରି   ପାଆନ୍ତି   ।

ଦେଖିବେ, କୌଣସି  ଅବସ୍ଥାରେ  ଯଦି  ଉପସର୍ଗ   ସବୁ  ନ କମି  ଧୀରେ  ଧୀରେ   ରୋଗୀର   ଅବସ୍ଥା  ଖରାପ  ଆଡକୁ   ଯାଉଛି  ସମସ୍ତ  ସ୍ଵାଭାବିକ  ଉପଯୋଗୀ  ଔଷଧର  ବ୍ୟବହାର  ପରେ  ମଧ୍ୟ,  ପାରୋଟିଡିନମ୍ – ୨୦୦  ମଝିରେ ମଝିରେ   ପାନେ  ଲେଖାଏଁ   ଦେଇ  ସ୍ଵାଭାବିକ  ନିର୍ଦ୍ଧିଷ୍ଟ  ଔଷଧକୁ  ଚାଲୁ  ରଖିବେ   । ତାହାହେଲେ  ଅଚିରେ  କମ୍ପଲିକେସନ   ସବୁ  ଦୂର  ହୋଇ  ରୋଗୀ  ସୁସ୍ଥ  ହୋଇ  ଉଠିବେ   ।

ଏହି  ପାରୋଟିଡିୟମ  ଔଷଧକୁ  ବହୁ  ବ୍ୟାପକ   ଗାଲୁଆ  ରୋଗରେ  ପ୍ରତିଷେଧକ   ଭାବରେ   ମଧ୍ୟ  ବ୍ୟବହାର   କରାଯାଇପାରେ   । ଏଭଳି  ବ୍ୟବହାରର  ଧାରା  ପାଇଁ  ମିଳିମିଳା, ହାଡଫୁଟି  ଅଧ୍ୟାୟ  ଦ୍ରଷ୍ଟବ୍ୟ  ।

ଗାଲୁଆପାଇଁ   ଫାଇଟୋଲାକା  ମଧ୍ୟ  ଏକ  ଫଳପ୍ରଦ   ଔଷଧ   । ମନେରଖିବେ, ଫାଇଟୋଲାକା  ଯଦି  ଲାଗିବ   ତାହାହେଲେ   ରୋଗୀ  ଗାଲରେ   ସେକ  ସହିପାରିବ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate