অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା(ଟନ୍ ସିଲ୍ ପ୍ରଦାହ)

ହୋମିଓପ୍ୟାଥି ଚିକିତ୍ସା(ଟନ୍ ସିଲ୍ ପ୍ରଦାହ)

ଟନ୍ ସିଲ୍  କଣ ?

ଟନ୍ ସିଲ୍  ହେଉଛି   ଜିଭ   ମୂଳ  ପାଖକୁ  ତଣ୍ଟିର   ଦୁଇ  କଡରେ   ରହିଥିବା  ଦୁଇଟି   ଅତ୍ୟନ୍ତ   ଉପାଦେୟ   ଗ୍ରନ୍ଥି  ବା  ଗ୍ଲାଣ୍ଡ   । ଟନ୍ ସିଲ୍   ନାଁ  କିନ୍ତୁ  ଶୁଣିଲେ  ଲୋକେ  ଚମକି   ପଡନ୍ତି,  ସତେ  ଯେପରି   ଏହା  ମଣିଷର  ଏକ  ବିରାଟ  ଶତ୍ରୁ   । ଏହା  କୁଆଡେ   ରହିଲେ  ଗଣ୍ଠିବାତ   ହେବ,  ସେ  କୁଆଡେ  ପୁଣି  ହାର୍ଟକୁ  ଧରିବ   । ତାହାପରେ  ଯାହା  ଅବସ୍ଥା   ଭୟ  ଲାଗିବାର  କଥା   । ଘଟଣାଟା  କେତେକାଂଶରେ   ସତ୍ୟ  ହେଲେ  ମଧ୍ୟ  ଏତେ  ଭୟ  ପାଇବାର  କିଛି  ନାହିଁ  କି  ଆଖିବୁଜି  ମୂଳୁମାଇଲେ   ଯିବ  ସରି  ନ୍ୟାୟରେ  ଶରୀରର  ଏହି  ଉପାଦେୟ  ଗ୍ରନ୍ଥି  ଦୁଇଟିକୁ   ଦେହରୁ  ନିକାଳି   ଦେଇ  ଚିରଦିନକୁ  ଶରୀରର  ପ୍ରଥମ  ଧାଡିରେ   ଥିବା   ପ୍ରତିରକ୍ଷା   ବ୍ୟବସ୍ଥାକୁ  ଦୁର୍ବଳ  କରିଦେବାର  କିଛି  ଅର୍ଥ  ନାହିଁ   । ଯାହାର  ଟନସିଲ୍  ପାଚୁ   ନାହିଁ  ବା  ଜୀବନ  ସାରା  କାଛୁକୁଣ୍ଡିଆ    ହୋଇ  ନାହିଁ  ତାଙ୍କୁ  କ’ଣ   ଗଣ୍ଠିବାତ   ହେଉ  ନାହିଁ  ନା  ହାର୍ଟ  ବେମାରି  ହେଉନି  ? ଏଭଳି  ଚିକିତ୍ସାରେ   ଆମଧେ  କେତେ  ଲୋକଙ୍କୁ  ଯେ  ଚିରକାଳକୁ   ଅଥର୍ବ  କରିଦେଉଛୁ  ତା’ର   ହିସାବ  ରଖିଛୁ  କି ? ତେଣୁ  ଆଖିବୁଜା  କାରବାର  ନ କରି   ଅବସ୍ଥା  ଘେନି  ବ୍ୟବସ୍ଥା   ହେଉ   । ଟନସିଲ୍ ଆକ୍ରାନ୍ତ  ହେବା   ଆରମ୍ଭ  କଲେ   ଟିକେ   ହୋମିଓପାଥି  କରି  ଦେଖନ୍ତୁ   । ଦେଖିବେ  ଟନସିଲ୍  ଦୁଇଟି  ଶତ୍ରୁ  ହେବା  ପରିବର୍ତ୍ତେ   ଆପଣଙ୍କର  ବନ୍ଧୁ  ହୋଇ  ରହିବେ  ଓ  ଉପରିସ୍ଥ  ଶ୍ଵାସଯନ୍ତ୍ର   ସବୁ  (ଅପର  ରେସପିରେଟର  ଟ୍ରାକ୍ଟ) କୁ ବହୁ  ରୋଗରୁ  ଅନେକ  ସମୟରେ  ବଞ୍ଚାଇବେ  ।

ଟନସିଲ୍ ର ଚିକିତ୍ସା

ଟନସିଲ୍ କୁ   ସୁସ୍ଥ  ହେଲେ  ପ୍ରଥମେ   ଆପଣଙ୍କୁ  ଦୁଇଟି   କାର୍ଯ୍ୟ  ନିୟମିତ   ଭାବରେ  କରିବାକୁ  ହେବ   ।

  1. ପାଟି  ଓ  ତଣ୍ଟି   ଅତ୍ୟନ୍ତ  ନିର୍ମଳଭାବରେ   ପରିଷ୍କାର   କରିବେ   ଦିନକୁ  ୨ ଥର   ।  ସକାଳୁ  ଉଠିବା  ପରେ  ଓ  ରାତିରେ   ଶୋଇବା  ଆଗରୁ   ।
  2. ତଣ୍ଟିରେ   ସାମାନ୍ୟ   ବ୍ୟଥା  ଅନୁଭବ  କରିବା  ମାତ୍ରେ   ଗରମ  ଲୁଣପାଣିରେ   ଦିନକୁ ୨/୩  ଥର  ତଣ୍ଟି  ଗଡଗଡ  କରିବେ  ଓ  ଲକ୍ଷଣ  ଅନୁଯାୟୀ   ନିମ୍ନଲିଖିତ  ହୋମିଓପାଥି   ଔଷଧ   ବ୍ୟବହାର  କରିବେ   ।

ତଣ୍ଟି  ଖୁବ୍  ଦରଜ, ଛେପ  ଢୋକିବା   ମଧ୍ୟ  କାଠିକର   ପାଠ   । ଡାହାଣ  ପଟ  ଟନସିଲ୍  ଅଧିକ  ଆକ୍ରାନ୍ତ ; ବ୍ୟଥା  ସେଇପଟ  କାନଭିତର   ପର୍ଯ୍ୟନ୍ତ   ଚାଇଁ  ଚାଇଁ   କରି   ମାରିଦେଉଛି   । ଗରମ   ଲୁଣାପାଣି  କୁଳି   ଉପଶମ   ଦେବା ପରିବର୍ତ୍ତେ  କଷ୍ଟ  ବହୁତ   ବଢାଇ  ଦେଉଛି   ।  ତାହାହେଲେ  ଫାଇଟୋଲାକ୍କା – ୩୦ ରୁ  ପ୍ରତି  ୩ ଘଣ୍ଟାରେ  ପାନେକରି   କେଟେପାନ  ଖାଆନ୍ତୁ, ନିଶ୍ଚିତ  ଫଳ  ପାଇବେ   ।

ଯଦି  ସେଇ  ଡାହାଣପଟ   ଟନସିଲ୍  ବେଶି   ଆକ୍ରାନ୍ତ  ହୋଇ  ଅତିଶୟ   ଲାଲ   ଦେଖାଯାଉଥିବ  ଓ  ରହି  ରହି  ସାଘାଂତିକଭାବରେ  ଧକ୍ ଧକ୍  କରି  ବ୍ୟଥା  କରୁଥିବ  ତାହାହେଲେ  ବେଲାଡୋନା – ୬ରୁ  ପ୍ରତି  ୨/୩ ଘଣ୍ଟାରେ  ଥରେ   ଲେଖା  ୪/୫ ପାନ  ଦିଅନ୍ତୁ ଓ  ଦେଖନ୍ତୁ  କିପରି  ସୁଫଳ  ତତକ୍ଷଣାତ   ମିଳୁଛି  ।

କିନ୍ତୁ  ତଣ୍ଟିରେ  ଖୁଞ୍ଚିହେଲାଭଳି   ବ୍ୟଥା ; ସାମାନ୍ୟ  ଥଣ୍ଡାରେ  କଷ୍ଟ  ବଢିଯାଉଥିବା ଓ  ଗରମ  ପାଣିରେ  କୁଳି  କଲେ   ଆରାମ  ପାଉଥିବ, ଟନସିଲରେ   ଧଳା  ଧଳା  ପୂଜ   ଦାଗ ଥିବ,  ତାହାହେଲେ   କାଳବିଳମ୍ବ  ନ କରି  ହିପାରସଲଫ – ୩୦ ପ୍ରତି  ୩/୪ ଘଣ୍ଟାରେ  ପାନେ   ଲେଖାଏ  ଦିଅନ୍ତୁ ଓ  ତୁରନ୍ତ  ଉପଶମ  ଆଣନ୍ତୁ   ।

ଏହା ସହିତ  କିନ୍ତୁ  ପାଟିରୁ   ଅତ୍ୟଧିକ  ଲାଳ  ବୋହୁଥିବ, ଜିଭ  ମୋଟା  ଓ  ତା’ର  ଚାରିପଟରେ  ଦାନ୍ତର  ଦାଗ  ରହିଥିବ,  ପାଟି  ଭୀଷଣ   ଦୁର୍ଗନ୍ଧ  ହେଉଥିବ  ଓ  ରାତିରେ  କଷ୍ଟ  ବାଢୁଥିବ,  ତାହାହେଲେ  ମର୍କସଲ – ୩୦, ୪/୬ ଘଣ୍ଟା  ଅନ୍ତରରେ  ଦିଅନ୍ତୁ   ।

ଯେଉଁଠାରେ  ଟନସିଲ୍  ଗୁଡିକ   ଚିକ୍କଣଭାବରେ  ବଢି  ଲାଲ  ଦେଖାଯାଉଥିବ  ଓ  ସାମାନ୍ୟ   ଦରଜ  ସହିତ  ଜ୍ଵର  ଲାଗିରହିଥିବ  କିଛି  ଦିନଧରି , ପ୍ରତିଦିନ  ଗରମ  ଲୁଣପାଣି  କୁଳି  କଲେ  ମଧ୍ୟ  କିଛି   ଉପଶମ  ହେଉ  ନ ଥିବ, ତାହାହେଲେ   ଫେରମଫସ – ୨୦୦  ଦିନକୁ  ୩ ଥର   କରି  ୩/୪ ଦିନ  ଦିଆଯାଇପାରେ   ।

ଯେଉଁ  ଛୋଟ  ଶିଶୁ   ବରାବର  ଟନସିଲ୍   ପ୍ରଦାହ  ଭୋଗୁଥିବ, ଜିଭ  ଓ  ପାଟି  ଭିତରେ  ମାଟିଆ  ମାଟିଆ  ବୋଳ   ବସି   ରହୁଥିବ  ଓ ଟନସିଲ୍  ଉପରେ  ଧଳା   ଦାଗ   ଦେଖାଯାଉଥିବ,  ପାଟିରେ  ଲାଳ  ଜମୁଥିବ, ତାହାହେଲେ   ସେ  ଶିଶୁକୁ  କାଲିମ୍ୟୁର- 3X  ବଟିକାରୁ  ୧-୪  ମାତ୍ରାରେ  ଦିନକୁ  ୩ ଥର   ଗରମ  ପାଣିରେ   କିଛିଦିନ  ଦେଇ   ଦେଖନ୍ତୁନା  ଟନସିଲ୍  ଅପରେସନ   କରିବାର  ଯୋଜନା  ବନ୍ଦ  ହେଉଛି  କି  ନାହିଁ  ।

ଯେଉଁ  ଲାଜକୁଳିଆ   ଗଧିଆପିଲା  ସାମାନ୍ୟ  ଥଣ୍ଡା   ଲାଗିଲେ   ଟନସିଲ୍   ପ୍ରଦାହ  ଭୋଗୁଥିବ, ତାକୁ  ବାରାଇଟାକାର୍ବ – ୨୦୦ ବା  ୧୦୦୦ରୁ  ସମୟାନୁସାରେ   ପାନେକରି   ଦେଇ  ଦେଖନ୍ତୁ  ଟନସିଲ୍   ଅପରେସନର   ଆବଶ୍ୟକତା  ପଡୁଛି  କି  ନାହିଁ  ।

କାଲକାରିଆକାର୍ବ  ମଧ୍ୟ  ଏହିଭଳି  ଏକ  ଧାତୁଗତ   ଔଷଧ, ବାରମ୍ବାର  ଟନସିଲ୍  ଭୋଗୁଥିବା   ପିଲାଙ୍କ  ପାଇଁ   ଦରକାର   । ପିଲାଟି  କିନ୍ତୁ  ବାରାଇଟାକାର୍ବ  ପିଲାଭଳି  ଲାଜକୁଳିଆ   ଓ  ଗଧିଆ  ନୁହେଁ   । ଉଭୟ  ପିଲା  ଅବଶ୍ୟ   ବହୁତ  ଝାଳୁଆ  । ବାରାଇଟାର  ପାଦରୁ   ବେଶି  ଓ   କାଲକାରିଆର  ମୁଣ୍ଡରୁ  ବେଶି  ଓ  ଏହା  ସହିତ  ବାରାଇଟା  ପିଲାର  ପାଟିରୁ  ମଧ୍ୟ   ବହୁତ  ଲାଳ   ବୁହେ   । ବାରାଇଟ   ପିଲାର   ଝାଳ   ଦୁର୍ଗନ୍ଧଯୁକ୍ତ  କାଲକାରିଆ   ଝାଳ  ଦୁର୍ଗନ୍ଧ  ନୁହେଁ – ବେଳେବେଳେ  ଆମ୍ବୁଟିଆ   ବାସେ  ।

ପୁରୁଣା  ଟନସିଲ୍   ରୋଗୀ  କ୍ଷେତ୍ରରେ   ମଝିରେ  ମଝିରେ  ୨/୩ ମାସରେ   ଥରେ   ଟ୍ୟୁବରକୁଲିନମ  ବୋଭିନମ୍ – ୧୦୦୦  ଶକ୍ତିରୁ   ଦେଲେ   ରୋଗୀର  ସର୍ବାଙ୍ଗୀନ  ଉନ୍ନତି  ଘଟିଥାଏ   ।

ସର୍ବଶେଷରେ   ପୁନରାୟ  ସୁଚାଇ   ଦେବା  ଉଚିତ  ମନେ  କରୁଛି  ଯେ  ଟନସିଲ୍   ଭଗବାନଙ୍କ  ସୃଷ୍ଟ   ମନୁଷ୍ୟ   ପାଇଁ   ଏକ  ହିତକାରୀ  ଗ୍ରନ୍ଥି  । ଏହାର  ସୁରକ୍ଷା  ନ କରି  ଆଖିବୁଜା  ଅପରେସନ,  ହିତେ   ବିପରୀତ  କାର୍ଯ୍ୟ   କରିଥାଏ  । ଅବଶ୍ୟ  ଦୀର୍ଘଦିନ  ଧରି   ଅବହେଳିତ   ଚିକିତ୍ସାରୁ   ଯେଉଁଠି   ଟନସିଲ୍  ପାଚି   ତାହା  ଭିତରେ   କ୍ଷତ  ହୋଇଯାଇଥିବ  ସେ  କ୍ଷେତ୍ରରେ  ଏହାକୁ  ଅପରେସନ  କରି  ବାହାର  କରିଦେବା   ବିଧେୟ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate