ଗ୍ରନ୍ଥି ଆକ୍ରାନ୍ତକାରୀ ଓ ପକ୍ଷାଘାତ ସୃଷ୍ଟିକାରୀ ଔଷଧମାନଙ୍କ ମଧ୍ୟରେ ଏହା ଏକ ପ୍ରମୁଖ ଔଷଧ । ଆଘାତର ଫଳସ୍ୱରୂପ ଯେ କୌଣସି ଗ୍ରନ୍ଥି ଫୁଲି ଟାଣ ହୋଇଯାଇଥିଲେ ଏହା ଖୁବ୍ ଫଳପ୍ରଦ । ପ୍ରତ୍ୟକ ମାସିକ ଋତୁ ପୂର୍ବରୁ ଓ ସମୟରେ ସ୍ତନଦ୍ୱୟ ଫୁଲି ଟାଣ ହୋଇ ଦରଜ ହୋଇଯାଉଥିଲେ ଏବଂ ତାହା ମଧ୍ୟରେ ଗୁଲିଭଳି ଟାଣ ଫୁଲା ଥିଲେ ଏହା ସ୍ତ୍ରୀଲୋକମାନଙ୍କର ପ୍ରତ୍ୟକ ପ୍ରକାରର ରୋଗ ଭଲ କରିଥାଏ ।
ମୁଣ୍ଡଭ୍ରମ ହେବା ଏହାର ଅନ୍ୟ ଏକ ପରିଚାୟକ ଲକ୍ଷଣ । ବିଶେଷ କରି ଶୋଇଥିବା ଅବସ୍ଥାରେ କଡଲେଉଟାଇବା ସମୟରେ ଭ୍ରମ ବା ମୁଣ୍ଡ ଘୂରେଇବା ଏହାର କ୍ରିୟା ।
ପକ୍ଷାଘାତ, ବିଶେଷକରି ‘ମୋଟର - ନ୍ୟୁରନ’ ରୋଗରେ, ପକ୍ଷାଘାତ ନିମ୍ନାଙ୍ଗରୁ ଆରମ୍ଭହୋଇ ଉପର ଦିଗକୁ ଗତି କରୁଥିଲେ, ଏହାଦ୍ଵାରା ସୁଫଳ ମିଳିବାର ଯଥେଷ୍ଟ ସମ୍ଭାବନା ।
ଆକ୍ଷେପଯୁକ୍ତ ଯେ କୌଣସି ରୋଗରେ ଏହା କାର୍ଯ୍ୟକାରୀ । ଏହାର ଆକ୍ଷେପ ହାତ ବା ଗୋଡର ବୁଢାଆଙ୍ଗୁଳିରୁ ଉଠି ସମସ୍ତ ଶରୀରକୁ ପ୍ରସାରିତ ହୋଇଥାଏ । ହାତମୁଠା ପଡିଯାଏ, ମୁହଁ ନୀଳ ପଡିଯାଇ ରୋଗୀର ଆଖି ଉପରକୁ ଖୋସି ହୋଇଯାଏ, “ଶିବନେତ୍ର” ଭଳି । କାଶ, ମୃଗୀ, ଉଦରାମୟ ଯାହାବା ହେଉ, ଉପଯୁକ୍ତ ଲକ୍ଷଣସବୁ ଥିଲେ ଏହାକୁ ଭୁଲିବାର ନୁହେଁ ।
ଏହା ଶୂଳ ରୋଗର ଅନ୍ୟତମ ପ୍ରଧାନ ଔଷଧ । ପେଟର ନିର୍ଦ୍ଧିଷ୍ଟ କୌଣସି ଅଂଶରୁ ବ୍ୟଥା ସୃଷ୍ଟିହୋଇ ସମସ୍ତ ପେଟରେ ସଂଚରିତ ହୋଇଥାଏ । ଏଅଗି କେବଳ ଭିଡିମୋଡି ହୋଇ ପଛଆଡକୁ ବାଙ୍କି ଯାଉଥିବେ ଏବଂ କେବଳ ଏହି ଅବସ୍ଥାରେ ହିଁ ସେ ଉପଶମ ପାଉଥିବେ । ପେଟ ଭିତରେ ଯେ କୌଣସି ଯନ୍ତ୍ରବିଶେଷର ଏତାଦୃଶ୍ୟ ଯନ୍ତ୍ରଣା ପାଇଁ ଏହା ତୁରନ୍ତ ଉପଶମଦାୟୀ ଔଷଧ । ଅଧାଆଙ୍ଗୁଳି ହେଉହେଉ ଏହା ପ୍ରୟୋଗ କଲେ ରୋଗ ମୂଳରୁ ହିଁ ଭଲ ହୋଇ ଯାଇଥାଏ । ଏହା ଖୁବ୍ ପରୀକ୍ଷିତ ।
ପ୍ରକୃତ ହୁପିଂ କାଶ ପାଇଁ ଏହା ଅବ୍ୟର୍ଥ ବୋଲି କୁହାଯାଇଥାଏ । ହୁପିଂ କାଶ ପରେ ଯଦି ରୋଗୀ ବାରମ୍ବାର ଅସୁସ୍ଥ ହେଉଥାଏ, ଶ୍ଵାସନଳୀର ପ୍ରଦାହ ଜନିତ ପୀଡାରେ, ତାହାହେଲେ ଅନ୍ୟ ଯେ କୌଣସି ଔଷଧ ଅପେକ୍ଷା ଏହା ପ୍ରଥମେ ବିଚାର୍ଯ୍ୟ ହୁଏ ।
ହଠାତ୍ ପାଗ ପରିବର୍ତ୍ତନ, ବିଶେଷକରି ଉତ୍ତାପର ପରିବର୍ତ୍ତନରେ ଯେଉଁସବୁ ରୋଗ ଦେଖାଦିଏ ସେ ସବୁପାଇଁ ଏହା ପ୍ରଥମ ଶ୍ରେଣୀର ଔଷଧ । ଶରୀରର ଯେ କୌଣସି ଯନ୍ତ୍ରବିଶେଷର ଶୈଷ୍ମିକ ଝିଲ୍ଲିର ପ୍ରଦାହ ଉପଯୁକ୍ତ ପରିସ୍ଥିତିରେ ହୋଇଥିଲେ ଏହା ଅବ୍ୟର୍ଥ । ସାଧାରଣ ଶର୍ଦ୍ଦିରୁ ଆରମ୍ଭକରି, କାଶ, ଶ୍ଵାସ, ନାଳଝାଡା, ମୂତ୍ରକୃଚ୍ଛତା, ଯାହାବା ହେଉନା କାହିଁକି ଏହା ନିଶ୍ଚିତ ଉପକାର କରେ । ସ୍ତ୍ରୀଲୋକମାନଙ୍କ ଋତୁକାଳ ପୂର୍ବରୁ ମୁହଁରେ ବ୍ରଣ ଅବା ସେଭଳି କିଛି ଉଦ୍ଭେଦ ସୃଷ୍ଟି କରିବା ଏହାର ଏକ ପ୍ରମୁଖ ଲକ୍ଷଣ ।
ସବିରାମ, ଅବିରାମ, ଭାଇରାଲ, ଇନଫ୍ଲୁଏଞ୍ଜା, ଯେ କୌଣସି ଜ୍ଵରରେ ଏହାର ଲକ୍ଷଣଗୁଡିକ ଏତେ ପରିଷ୍କାର ଯେ, ଏହାର ପ୍ରୟୋଗରେ ନିଶ୍ଚିତ ଆରୋଗ୍ୟ ହୋଇଥାଏ । ହାଡଭିତରେ ଶୂଳେଇ ହୋଇ ବ୍ୟଥା କରୁଥିଲେ ଓ ସାଂଘାତିକ ଛେଚିକୁଟି ହେଉଥିଲେ ଏହାକୁ ସ୍ଵାଭାବିକଭାବରେ ମନେପକାଇବେ ।
ଜ୍ଵର ସହିତ ପିତ୍ତବାନ୍ତି, ସବିରାମ ଜ୍ଵରରେ ଏହାପାଇଁ ଏକ ନିର୍ଣ୍ଣାୟକ ଲକ୍ଷଣ ଯଦି ଉପଯୁକ୍ତ ବ୍ୟଥା ରହିଥାଏ ।
ଚକ୍ଷୁରୋଗ ଓ ତରୁଣ ଶର୍ଦ୍ଦିରେ ଏହା ଯେପରି ଏକ ନିଶ୍ଚିତ ଆରୋଗ୍ୟକାରୀ ଔଷଧ । ଏହାର ଲକ୍ଷଣ ହେଲା, ଆଖିରୁ ଅନବରତ ପାଣିଗଡି ଆଖି ଲାଲ ପଡିଯାଉଥିବ ଓ ପୋଡୁଥିବ । ମନେ ରଖିବାର କଥା ଏଲିୟାମସିପାରେ ନାକପୋଡି ପାଣି ଗଡୁଥିବ ଓ ଏଥିରେ ଆଖିପୋଡି ପାଣି ବୋହୁଥିବ । ଛିଙ୍କ ଉଭୟରେ ଥିଲେ ମଧ୍ୟ ଏଲିୟମସିପାରେ ମାତ୍ରା ଅଧିକ ।
ରକ୍ତହୀନତା ତଥା ରକ୍ତସ୍ରାବର ଏହା ଏକ ମୁଖ୍ୟ ଔଷଧ ହୋଇଥିଲେ ମଧ୍ୟ ସଚରାଚର ପ୍ରଦାହଜନିତ ଜ୍ଵରରେ ସଦାସର୍ବଦା ବ୍ୟବହୃତ ହୁଏ । କୌଣସି ମନ୍ଥର ଗତିର ପ୍ରଦାହଯୁକ୍ତ ରୋଗ, ବିଶେଷକରି ଶ୍ଵାସଯନ୍ତ୍ରର ହୋଇଥିଲେ ଓ ତତସହିତ ଅତି ମୃଦୁ ବା ମାଧ୍ୟମ ଧରଣର ଜ୍ଵର ରହିଥିଲେ ହିଁ ଏହା ସୁଫଳ ଦେଇଥାଏ । ରକ୍ତସ୍ରାବରେ, କ୍ଷତ ସ୍ଥାନରେ 3X ଶକ୍ତିର ବିଚୂର୍ଣ୍ଣକୁ ମଡାଇ ପଟ୍ଟି ବାନ୍ଧିଦେଲେ ରକ୍ତସ୍ରାବ ତୁରନ୍ତ ବନ୍ଦ ହୋଇଥାଏ ।
ଜ୍ଵର ଓ ସ୍ନାୟୁଗତ ଦୁର୍ବଳତାଜନିତ ଯାବତୀୟ ରୋଗରେ ଏହା ପ୍ରୟୋଜନ ହୁଏ । ଅବସନ୍ନତା, ନିଦ୍ରାଳୁତା, ଆଖିପତାର ଭାରୀବୋଧ, ଭ୍ରମ, ଶରୀରର କମ୍ପନ (ଜିଭ ଦେଖିବାକୁ ଚାହିଁଲେ ରୋଗୀ ତାହା ବାହାର କରି ପାରେନା ଠାରିବା ହେତୁ), ଦିହ ମୁଣ୍ଡ ଭାରୀ ଭାରୀ ଲାଗିବା, ତୃଷ୍ଣା ହୀନତା ଓ ଶୀତକାତରତା ଏହାର ପ୍ରମୁଖ ଲକ୍ଷଣ । ଏସବୁ ରହିବ ହିଁ ରହିବ, ଯାହା କିଛିବି ରୋଗ ହେଉନା କାହିଁକି । ବିଳମ୍ବିତ ପ୍ରସବ ଏହି ଅବସନ୍ନତା ପାଇଁ ହେଉଥିଲେ ମଧ୍ୟ ଜେଲସେମିୟମ ବ୍ୟବହାର କରାଯାଇପାରେ । ପ୍ରତ୍ୟକ ଶୂଳ ସହିତ ଅବସନ୍ନତା ଓ ନିଦ୍ରାଭାବ ଏହାର ପରିଚାୟକ ଲକ୍ଷଣ । ମୁଣ୍ଡବ୍ୟଥା ହେବା ଆଗରୁ ଆଖିକୁ ଦେଖା ନ ଯିବା ଓ ଖୋଲା ପରିସ୍ରାରେ ମୁଣ୍ଡବ୍ୟଥା କମିଯିବା, ଏହାକୁ ନିର୍ଦ୍ଧିଷ୍ଟଭାବରେ ପ୍ରୟୋଗ କରିବାପାଇଁ ନିର୍ଦ୍ଦେଶ ଦେଇଥାଏ ।
ଆର୍କାଘାତ ଓ ଉଚ୍ଚ ରକ୍ତଚାପଜନିତ ଉପସର୍ଗ ପାଇଁ ଏହାର ବ୍ୟବହାର ସର୍ବାଧିକ । ଅସହ୍ୟ ମୁଣ୍ଡବ୍ୟଥା ଏହାର ମୁଖ୍ୟଲକ୍ଷଣ । ବେକଷଣ୍ଢାରୁ ବ୍ୟଥା ବାହାରି ମୁଣ୍ଡଉପରକୁ ଉଠି ଖୁବ୍ ଜୋରରେ ଧକଧକ୍ କରିବା ହେଉଛି ଏହାର ଲକ୍ଷଣ । ରୋଗୀ ମନେକରେ ମୁଣ୍ଡର ଖପୁରୀ ସେତେଯେପରି ଫାଟି ଉଡିଯିବ । ସାମାନ୍ୟତମ ହଲଚଲ ମଧ୍ୟ ସେ ସହିପାରେନା ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 12/9/2019