ରକ୍ତଶିରାକୁ ଆକ୍ରାନ୍ତ କରିବା ଏହାର ମୁଖ୍ୟ କାର୍ଯ୍ୟ । ଶିରାରୁ ରକ୍ତ ବୋହିବା, ଶିରାର ସଙ୍କୋଚନ ଓ ସ୍ଫୀତି, ଅର୍ଶବଳି ସୃଷ୍ଟି କରିବାର ଶକ୍ତି ଏହାର ଥିବାରୁ, ଏ ସବୁଥିରେ ଏହାର ବ୍ୟବହାର ଖୁବ୍ ବେଶି । ଏ ସବୁକ୍ଷେତ୍ରରେ ଆକ୍ରାନ୍ତ ଅଂଶ ଖୁବ୍ ଦରଜ ହୋଇଥାଏ ଓ ପୀଡା ସବୁସମୟରେ ଲାଗି ରହିଥାଏ । ଏହା ଶିରା ଉପରେ କାର୍ଯ୍ୟ କରୁଥିବାରୁ ଏହାର ରକ୍ତ କଳା ଓ ସ୍ରାବ ଧୀର ଓ ମନ୍ଥର । ଯେ କୌଣସି ଅଙ୍ଗରୁ ରକ୍ତସ୍ରାବ ହେଉଥିଲେ ଏହାକୁ ପ୍ରଥମେ ଚିନ୍ତା କରାଯାଇଥାଏ । ଆଘାତଜନିତ ହୋଇଥିଲେ ଆର୍ଣ୍ଣିକା ପଛକୁ ଏହାର ବ୍ୟବହାର ହୁଏ ।
ଶର୍ଦ୍ଦିପ୍ରବଣ, ଶୀତକାତର ଓ ସ୍ପର୍ଶକାତର ଲୋକମାନଙ୍କର ଅତ୍ୟନ୍ତ ବ୍ୟଥାଯୁକ୍ତ ଉଦ୍ଭେଦ (କାଛୁଠାରୁ ଆରମ୍ଭକରି ବଥ ପର୍ଯ୍ୟନ୍ତ) ଓ କାଶ କଫ ପାଇଁ ଏହା ବିଶେଷଭାବରେ ବ୍ୟବହୃତ ହୋଇଥାଏ । ସାମାନ୍ୟ ଥଣ୍ଡା ପବନ ବାଜିଲେ କାଶ ବଢିବା, ଗଳା ବ୍ୟଥା କରିବା, ସବୁବେଳେ ଗରମ ପରିବେଶ ଚାହିଁବା ଓ ଗରମରେ ସବୁକଷ୍ଟର ଉପଶମ ହେବା, ସାମାନ୍ୟ ଖଣ୍ଡିଆରେ ପୂଜା ହୋଇ ଯନ୍ତ୍ରଣାଦେବା ଏହି ଔଷଧର ଗୁଣ । ଦେହରୁ ଆମବିଲା ଗନ୍ଧର ଝାଳ ବୋହିବା, ହଳଦିଆ ବା ଧଳା ରଙ୍ଗର ଆମ୍ବିଳି ଗନ୍ଧରା ଝାଡା, ଉପଯୁକ୍ତ ଧାତୁଗତ ଲକ୍ଷଣବିଶିଷ୍ଟ ରୋଗୀଙ୍କର ଉଦରାମୟରେ ରିଉମ ଠାରୁ ଏହା ବେଶି ଭଲ କାମ କରେ ।
ଅତ୍ୟନ୍ତ ଭାବପ୍ରବଣତା ଓ ଦାରୁଣ ଶୋକରୁ ମୂର୍ଚ୍ଛା ହୋଇ ଯାଉଥିଲେ ଏହା ଖୁବ୍ ଉପକାର ଦିଏ । ଏହାର ରୋଗ, ଶୋକ ଓ ଦୁଃଖରୁ ଜାତ ଏବଂ ରୋଗୀ ସର୍ବଦା ଦୁଃଖ ଓ ବିମର୍ଷତାକୁ ସାଥି କରି କଷ୍ଟ ଭୋଗ କରିଥାଏ । ଏହାର ମୁଖ୍ୟ ପରିଚାୟକ ଲକ୍ଷଣ ହେଲା, ମନେମନେ କାନ୍ଦିବା ଓ ମଝିରେ ମଝିରେ ଦୀର୍ଘାନିଃଶ୍ଵାସ ଛାଡିବା । ଏହାର ଚରିତ୍ର ହେଉଛି ନାନା ପ୍ରକାରର ବିରୋଧାତ୍ମକ ଲକ୍ଷଣ ସୃଷ୍ଟି କରିବା । ଯଥା : ହସିବା ସ୍ଥାନରେ କାନ୍ଦିବା, କାନ୍ଦିବା ଯାଗାରେ ହସିବା, ଖରାରେ ବା ଯେତେ ଉତ୍ତାପରେ ବସିଲେ ମଧ୍ୟ ଶୀତ ବା କମ୍ପ ପ୍ରଶମିତ ନ ହେବା, ଯେତେ ଖାଇଲେ ମଧ୍ୟ ପେଟ ଖାଲି ଖାଲି ଲାଗିବା, ଯେତେ କାଶିଲେ ମଧ୍ୟ କାଶ କମିବା ପରିବର୍ତ୍ତେ ବଢି ଚାଲେ, ମାତ୍ର ଇଚ୍ଛାକରି ଦମନ କଲେ ବନ୍ଦ ହୋଇଯାଏ ; ଜ୍ଵରାବସ୍ଥାରେ ଶୋଷ ନ ହୋଇ କମ୍ପବେଳେ ଖୁବ୍ ଥଣ୍ଡାପାଣି ପିଇବାକୁ ଚାହିଁବା, ଇତ୍ୟାଦି । ତେଣୁ ଯେଉଁଠାରେ ଏପରି ବିରୋଧାଭାସ ସେଠି ଇଗ୍ନେସିୟାର ପ୍ରୟୋଗ କ୍ଷେତ୍ର ବୋଲି ଜାଣିବେ ।
ଲଗାତାର ଅଇ ବା ବାନ୍ତିଭାବ ଲାଗି ରହିବା ବା ଯେ କୌଣସି କଷ୍ଟ ସହିତ ଦେହ ବୁଲାଇହୋଇ ବାନ୍ତିବାନ୍ତି ଲାଗିବା ଏହାର ପରିଚାୟକ ଲକ୍ଷଣ । ଏହା ସହିତ ତୃଷାହୀନତା ପିଲାଙ୍କର ସବୁଜ ନାଳ ଝାଡା ପାଇଁ,ଓ ଗାଢ ଲାଲ ବର୍ଣ୍ଣର ରକ୍ତସ୍ରାବ ପାଇଁ ବିଶେଷଭାବରେ ହୁଏ । ଅବଶ୍ୟ ଏ ସବୁ କ୍ଷେତ୍ରରେ ଏହାର ଉପଯୁକ୍ତ ନିର୍ଦ୍ଦେଶାତ୍ମକ ଲକ୍ଷଣମାନ ରହିଥିବା ଆବଶ୍ୟକ । ଶ୍ଵାସଯନ୍ତ୍ରର ପୀଡାରେ ଖୁବ୍ ଜ୍ଵର ସହିତ ତୃଷାହୀନତା ସାଙ୍ଗକୁ ପରିଷ୍କାର ଜିଭ ଯେ ନିଶ୍ଚିତଭାବରେ ରହିବ, ଏ କଥା ଯେପରି ସତ୍ୟ, ସେହିପରି ବୁକୁ ଭିତରେ ଶ୍ଲେଷ୍ମା ଭର୍ତ୍ତି ହୋଇ , ଯେତେ କାଶିରେ ମଧ୍ୟ କଫ ନ ବାହାରିବା ଠିକ ସେହିପରି ଏକ ନିଶ୍ଚିତ ଲକ୍ଷଣ । ପ୍ରସବ ବେଦନାରେ ଶୂଳ ଆଡବାଗିଆ ହୋଇ ଆସୁଥିଲେ ବା ବିଳମ୍ବିତ ବେଦନାରେ ଯଦି ପ୍ରତ୍ୟକ ଶୂଳ ସହିତ ପ୍ରସବିନୀଙ୍କ ସାଘାଂତିକ ଅଇ ଆସୁଥିବ, ତାହାହେଲେ ଏହା ହିଁ ଠିକଣା ଔଷଧ ।
ଘଣ୍ଟିକା, ଟନସିଲ୍ ବିବୃଦ୍ଧି, ଉଚ୍ଚ ରକ୍ତଚାପ, ଡିପଥେରିଆ, ପକ୍ଷାଘାତ, ହୃଦରୋଗ ରଜନିବୃତ୍ତି ସମୟର ନାନା ଉପସର୍ଗ ଓ ବହୁ ମାନସିକ ରୋଗର ଏହା ଏକ ପ୍ରସିଦ୍ଧ ଔଷଧ । ଅତ୍ୟନ୍ତ ସ୍ପର୍ଶକାତର, ଗରମକାତର, ବାଚାଳ ଲୋକଙ୍କ ପକ୍ଷରେ ଏହା ଅମୃତଭଳି କାର୍ଯ୍ୟ କରେ । ଏହାର ରୋଗୀ ଗଳା ବା ବାମ ଅଙ୍ଗରେ ରୋଗର ଉତ୍ପତ୍ତି ; ନିଦ୍ରା ସମୟରେ ବା ନିଦ୍ରାନ୍ତେ ରୋଗର ବୃଦ୍ଧି, ଆକ୍ରାନ୍ତ ଅଙ୍ଗରେ ଅତିଶୟ ସ୍ପର୍ଶକାତରତା, ବାଚାଳତା, ଯେ କୌଣସି ସ୍ରାବ ପରେ ରୋଗୀର ଉପଶମ ଅନୁଭବ କରିବା, ଦେହର ବିଭିନ୍ନ ଅଂଶରେ ହୁତାଶ ବାହାରିବା ଏହାର ନିର୍ଣ୍ଣାୟକ ଲକ୍ଷଣ । ଗଳାର ପୀଡାରେ ଶାକ୍ତ ବା ଟାଣ ଜିନିଷ ଖାଇବାରେ ଅସୁବିଧା ନ ହେଉଥିଲେ ବି ତରଳ ଖାଦ୍ୟ ଖାଇଲାବେଳେ ଗଳରୋଧ ହୋଇଯିବା ଏକ ମୁଖ୍ୟ ପରିଚାୟକ ଲକ୍ଷଣ ଏହାର ପ୍ରୟୋଗ ପାଇଁ । ସାପଭଳି ଜିଭ ବାହାର କରିବା ଏହାର ଏକ ପରିଚାୟକ ଲକ୍ଷଣ ।
କୌଣସି ତୀକ୍ଷ୍ନ, ମୁନିଆ ଯନ୍ତ୍ରଦ୍ଵାରା କ୍ଷତ ହେବା ପରେ ଏହାର ବ୍ୟବହାର ଧନୁଷ୍ଟଙ୍କାର ବାତ ହେବାର ସମ୍ଭାବନାକୁ ଦୂର କରିଦିଏ । ଏହାର କ୍ଷତସ୍ଥାନ ହାତକୁ ଥଣ୍ଡାଲାଗେ ଅଥଚ ସେକରେ ଉପଶମ ନ ହୋଇ ଥଣ୍ଡାପାଣି, ଏପରିକି ବରଫା ଘଷିଲେ ଆରାମ ମିଳେ । ଏହି ଲକ୍ଷଣରେ ଏହା ଗଣ୍ଠିବାତ, ଗାଉଟି ଇତ୍ୟାଦି ବାତରୋଗରେ ଅମୋଘ ଔଷଧଭଳି କାର୍ଯ୍ୟ କରେ । ଆଖିରେ ମାଡହୋଇ କଳା ପଡିଯାଇଥିଲେ ଆର୍ଣ୍ଣିକା ପରେ ଏହା ଭଲ କାମ କରେ । ଏହାପରେ ଯଦି ଦରଜ କିଛି ପରିମାଣରେ ରହିଥାଏ ତାହାହେଲେ ରୁଟା ବ୍ୟବହାର କରାଯାଇପାରେ ।
ଯକୃତସମ୍ପର୍କିତ ଯାବତୀୟ ପୀଡାରେ ଏହା ବିଶେଷ ପ୍ରୟୋଜନ । ଅମ୍ଳଦୋଷ ଥାଇ, ଅଜୀର୍ଣ୍ଣ ଓ ବାୟୁ ରୋଗରେ ଏହା ବିଶେଷ ଉପକାରୀ । ଖୁବ୍ ବୁଦ୍ଧିମାନ ଅଥଚ ଭୟାଳୁ ଓ ଶୀର୍ଣ୍ଣ ଅବୟବର ଲୋକେ, ପୁରାତନ ପେଟରୋଗ ଭୋଗୁଥିଲେ ଏହାର କଥା ଆଗ ଚିନ୍ତା କରିବେ । ଏହାର ରୋଗୀ ଗରମ ଖାଦ୍ୟ, ପାନୀୟ ଓ ମିଠା ଖାଇବାକୁ ବିଶେଷ ଆଗ୍ରହୀ । ଲାକେସିସ୍ ର ଯେପରି ବାମପଟରେ ରୋଗର ଉତ୍ପତ୍ତି ବା ଆଧିକ୍ୟ ଦେଖାଯାଏ, ସେହିଭଳି ଯଦି ଡାହାଣ ପଟରେ ହେଉଥାଏ ତାହାହେଲେ ଲାଇକୋପୋଡିୟାମ ଲାଗିବ । ଏହି ବାୟୁକାରକ ଔଷଧର ବାୟୁ ତଳପେଟରେ ବେସୀ ସଞ୍ଚୟ ହୁଏ ତାହାର ଅଧଃ ନିଃସରଣରେ ସାମାନ୍ଯ ଉପଶମ ହୁଏ, ଅଥଚ ହାକୁଟିରେ ତାହା ହୁଏ ନାହିଁ । ଏହାର ପରିସ୍ରାରେ ଲାଲ ଇଟାଗୁଣ୍ଡଭଳି ଗୁଣ୍ଡ ବସିଯାଏ । ଅପରାହ୍ନ ଚାରିଟାରୁ ରାତ୍ର ଆଠଟା ପର୍ଯ୍ୟନ୍ତ ଲକ୍ଷଣମାନଙ୍କର ବୃଦ୍ଧିଘଟିବା ଲାଇକୋର ପରିଚାୟକ । ଲାଇକୋର ମଧ୍ୟ ନିଦ୍ରାନ୍ତେ ବୃଦ୍ଧି ରହିଛି । ବିଶେଷଭାବରେ ନିଦରୁ ଉଠିବାରେ ଖୁବ୍ ବିରକ୍ତ ହେବା ବା ଚିଡିଚିଡି ହେବା ଏହି ଔଷଧର ଲକ୍ଷଣ । ପିଲା ନିଦରୁ ଉଠିବାବେଳେ ଯାହାକୁ ପାଖରେ ପାଇବ ବିଧା ଗୋଇଠା ମାରି ନୟାନ୍ତ କରିପକାଇବ । ଛୋଟ ଛୁଆ ଯଦି ଦିନସାରା କାନ୍ଦୁଥିବ ଅଥଚ ରାତି ହେଲେ ଚୁପଚାପ୍ ଶୋଇଯାଉଥିବ ତାହାହେଲେ ଏହା ଅମୋଘ । (ଏହାର ବିପରୀତ ଜଲାପା ଓ ସୋରିନାମ) ।
ଏହା ସର୍ବପ୍ରକାରର ବ୍ୟଥା ବେଦନା ପାଇଁ ଏକ ପ୍ରଥମ ଶ୍ରେଣୀୟ ଔଷଧ ହେଲେ ମଧ୍ୟ ଆକ୍ଷେପଯୁକ୍ତ ବ୍ୟଥାରେ ହିଁ ଏହା ସୁଫଳ ଦେଇଥାଏ । ଅଳ୍ପକ୍ଷଣ ସ୍ଥାୟୀ ବେଦନା ହଠାତ୍ ଆସି ହଠାତ୍ ଚାଲି ଯାଉଥିଲେ ଓ ଆକରାଟ ସ୍ଥାନ ଖୁବ୍ ଦରଜ ଥିଲେ, ସାମାନ୍ୟ ଚାପ ଓ ଉତ୍ତାପ ପ୍ରୟୋଗରେ ଉପଶମ ଅନୁଭବ କରୁଥିଲେ ଏହାର ପ୍ରୟୋଗ ନିର୍ଦ୍ଧିଷ୍ଟ ହୋଇଥାଏ ।
ଏହା ପ୍ରମେହ ଦୋଷଦୁଷ୍ଟ ହେତୁ ବା ତତଜନିତ ବଂଶୀୟ ଦୋଷରୁ ଜାତ ନାନା ଉପସର୍ଗ, ବିଶେଷକରି ଶ୍ଵାସ ଓ ବାତରେ ବ୍ୟବହାର ହୋଇଥାଏ । ଏହାର ସମସ୍ତ କଷ୍ଟ “ସୂର୍ଯ୍ୟଦୋୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ” ବୃଦ୍ଧି ଘଟିଥାଏ । ତଥାପି ରାତିରେ ଗୋଡବିନ୍ଧା ହେବା ଏହାର ଏକ ପ୍ରମୁଖ ଲକ୍ଷଣ । ଯେ କୌଣସି ରୋଗରେ ହାମୁଡାଇ ଶୋଇବାର ଲକ୍ଷଣ ବିଶେଷ ପ୍ରଣିଧାନର ଯୋଗ୍ୟ ।
ଏହା ବିଶେଷକରି ନାଳରକ୍ତ ଝାଡା ଓ ବିଭିନ୍ନ ଘା’ଘଉଡରେ ବ୍ୟବହାର ହୋଇଥାଏ । ଉପଦଂଶ ଦୋଷଦୁଷ୍ଟ ରୋଗ ତଥା ଉପସର୍ଗମାନଙ୍କରେ ଏହାର ବ୍ୟବହାର ମୁଖ୍ୟତଃ ଦୋଷଘ୍ନଭାବରେ । ବଥ ପଚାଇ ଶୁଖାଇ ଦେବାରେ ଏହାର ଅସୀମ କ୍ଷମତା । ଯେଉଁ ବଥ ପାଚ୍ୟ ଲାଲ୍ ହୋଇଯାଇଥିବ, ତା ଭିତରେ ସିରିସିରି କରୁଥିବ ଓ ତାହାଉପରେ ବାରମ୍ବାର ସାଉଁଳିବାକୁ ଇଚ୍ଛା କରୁଥିବ ସେ କ୍ଷେତ୍ରରେ ଏହାର ବ୍ୟବହାର ବଥକୁ ଫଟାଇ ଶୁଖାଇ ଦିଏ । କାଛୁ କୁଣ୍ଡିଆରେ ରାତିରେ ଦେହ ବେଶି କୁଣ୍ଡାଇ ହେଉଥିଲେ ଓ ବିନ୍ଧାବିନ୍ଧି କରୁଥିଲେ ଏହା ବ୍ୟବହାର କରିବାର କଥା । ଆମାଶୟ ରୋଗରେ ନାଳରକ୍ତ ସହିତ ଅତ୍ୟଧିକ ଶୂଳ ବା କୁନ୍ଥା ଥାଇ ରୋଗୀ ପାଇଖାନାରୁ ଉଠିବାକୁ ଇଚ୍ଛା କରେ ନାହିଁ । ରାତିରେ ଏହାର ପ୍ରକୋପ ବେଶି । ଏହାର ଜିଭ ମୋଟା ଓ ଧାରରେ ଦାନ୍ତର ଗଭୀର ଦାଗ ରହିଥାଏ । ଶୋଇବା ସମୟରେ ପାଟିରୁ ଲାଳ ଗଡିବା ଓ ଅତ୍ୟଧିକ ତୃଷା ଏହାର ଗୁଣଗତ ଲକ୍ଷଣ । ଜ୍ଵର ସମୟରେ ଯଦି ଅତ୍ୟଧିକ ଝାଳ ସହିତ ଜ୍ଵରର କୌଣସି ଉପଶମ ହେଉ ନ ଥିବ, ତାହାହେଲେ ମର୍କସଲରେ ହିଁ ସେ ଜ୍ଵର ଭଲ ହେବ । ରାତିରେ ରୋଗ ଲକ୍ଷଣ ବୃଦ୍ଧି ଏହାର ଏକ ପରିଚାୟକ ଲକ୍ଷଣ ।
ଏହା ମଧ୍ୟ କାଛୁ କୁଣ୍ଡିଆ, ବିଇଞ୍ଚି, ବଡା ଓ ଅନ୍ୟାନ୍ୟ ଚର୍ମରୋଗ ପାଇଁ ଏକ କାମିକା ଔଷଧ । ଚର୍ମରୋଗରେ ଘା’ସବୁ ଏକାଠି ଲାଗିଯାଇ ମୋଟା ଖୋଲାପି ବାନ୍ଧିଯାଉଥିଲେ ଓ ତା’ ତଳେ ବହଳିଆ ପୂଜା ଜମୁଥିଲେ ଏହା ଉପଯୋଗୀ । ହର୍ପିସ ରୋଗ ପରେ ସ୍ନାୟୁ ବ୍ୟଥା ଲାଗି ରହିଲେ ତାହା ଭଲ କରିବା ପାଇଁ ମେଜେରିୟମ ଏକ ଶକ୍ତିଶାଳୀ ଔଷଧ । ପୋକଖିଆ ଦାନ୍ତ, ଦାନ୍ତ ଓପଡାରେ ଦାନ୍ତ ଓ ମୁହଁର ସ୍ନାୟୁ ବ୍ୟଥାପାଇଁ ଏହା ଖୁବ୍ ଫଳପ୍ରଦ, ଯଦି ମାଢିର ସାମାନ୍ୟ ହଲଚଲ୍ ରେ ଏହା ବଢୁଥିବ ଏବଂ ଉତ୍ତାପ ପ୍ରୟୋଗଦ୍ଵାରା ଏହା ଉପଶମ ହେଉଥିବ । ନଳିଗୋଡ ହାଡର ପ୍ରଦାହ ଓ ବ୍ୟଥା ପାଇଁ ମଧ୍ୟ ଏହା ଉପକାରୀ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 12/27/2019