ଏହା ଏକ ଅତିକଷ୍ଦାୟୀ ଭୂତାଣୁଜନିତ ରୋଗ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହେଉଥିଲେ ମଧ୍ୟ ଶିଶୁମାନଙ୍କୁ ଅଧିକପରିମାଣରେ ଆକ୍ରାନ୍ତ କରେ । ଏହା ଏକ ସାଂଘାତିକଭାବର ଭଡା ରୋଗ । ଜ୍ଵର ସହିତ ଗାଲର କାନମୂଳକୁ ଲାଗିଥିବା ପରୋଟିଡ ଗ୍ଲାଣ୍ଡର ପ୍ରଦାହରୁ ରୋଗୀ ପାଟି ଖୋଲିପାରେ ନାହିଁ, ଖାଇବା ପିଇବାରେ ବହୁତ କଷ୍ଟ ଅନୁଭବ କରେ, କଥା କହିପାରେନା ଏବଂ ଅଚିକିତ୍ସା ଓ କୁଚିକିତ୍ସା ଫଳରୁ ଅନେକ ସମୟରେ ଏହା ପାଚିଥାଏ । ତାହା ପରର ଅବସ୍ଥା ସାଧାରଣଭାବରେ ଅନୁମାନ କରାଯାଇପାରେ । ପ୍ରଥମରୁ ଏହାର ଚିକିତ୍ସା ହୋମିଓପାଥିରେ କଲେ ୩/୪ ଦିନ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରାଯାଇଥାଏ ।
କିଛି ନାହିଁ ହଠାତ୍ ପ୍ରବଳ ଜ୍ଵର ସହିତ ଅସ୍ଥିରତା ଓ ଘାନା ଘାନା ପାଣି ପିଇବାର ଇଚ୍ଛା ଥିଲେ ଏକୋନାଇଟ – ୨୦୦ ତିନି ଚାରି ଘଣ୍ଟାରେ ଥରେ ଲେଖାଏଁ ଦିଅନ୍ତୁ ; ନଚେତ୍ ପ୍ରବଳ ଜ୍ଵର ସାଙ୍ଗକୁ ଯଦି କାନମୂଳ ଲାଲ୍ ହୋଇ ଧପଧପ୍ କରୁଥାଏ ଓ ସାଂଘାତିକ ମୁଣ୍ଡବ୍ୟଥା ହୁଏ ବେଲାଡୋନା ଦିଅନ୍ତୁ । ଯଦି ଡାହାଣପଟ ଆକ୍ରାନ୍ତ ହୋଇଥାଏ ତାହାହେଲେ ତ କଥା ନାହିଁ । ଜ୍ଵର ସହିତ ଶର୍ଦ୍ଦି, ଦେହହାତ ଘୋଳାବିନ୍ଧା ସହିତ ବ୍ୟସ୍ତତା ଥିବ, ବାମପଟ ଗାଲ ଆକ୍ରାନ୍ତ ହୋଇଥିବ, ତାହାହେଲେ ରସଟକ୍ସ ଦେବା ଭଲ । ଏଥିରେ ଜ୍ଵର, ପୂର୍ବ ଦୁଇଟି ଘଟନା ଭଳି ହଠାତ୍ ଆସେ ନାହିଁ ବା ଏତେ ସାଂଘାତିକ ଭାବରେ ଆକ୍ରମଣ କରେ ନାହିଁ । ଧୀରେ ଧୀରେ ରୋଗର ବୃଦ୍ଧି ଘଟିଥାଏ ।
ଯଦି ମିଳିମିଳା ପରେ ଏହା ଆରମ୍ଭ ହୋଇଥାଏ ତାହାହେଲେ ପଲସେଟିଲା ବିଶେଷ କାର୍ଯ୍ୟକାରୀ ।ଏହାର ସ୍ଵାଭାବିକ ଲକ୍ଷଣ ହେଲା, ବ୍ୟଥା ସହିତ ଶୀତ ଶୀତ ଭାବ ଅଥଚ ଖୋଲା ପବନର ଆବଶ୍ୟକତା ; ଜ୍ଵର ଓ ବ୍ୟଥା ପାଇଁ ପାଟି ଶୁଖି ଅଠା ଅଠା ହୋଇଯାଉଥିଲେ ମଧ୍ୟ ଜଳତୃଷ୍ଣା ଜମାରୁ ନ ଥାଏ ।
ସମ୍ପୂର୍ଣ୍ଣ ଏକ ବିପରୀତ ଅବସ୍ଥା ମଧ୍ୟ ଦେଖାଯାଏ । ପାଟିରୁ ବହୁତ ଲାଳ ବାହାରୁଥିବ ଅଥଚ ଘନଘନ ପାଣି ପିଇବାକୁ ଇଚ୍ଛା କରୁଥିବ ; ଅବିରତ ଝାଳ ବୋହୁଥିଲେ ମଧ୍ୟ ଜ୍ଵରର ଉପଶମ ହେଉ ନ ଥିବ, ପାଟିରୁ ରକ୍ତମିଶା ଲାଳ ବୋହୁଥିବ, ବ୍ୟଥା ଓ ଜ୍ଵର କଷ୍ଟ ସବୁ ରାତିରେ ବଢୁଥିବ, ତାହାହେଲେ ମର୍କୁରିୟାସ ସଲ୍ୟୁବିଲିସ ଦେବା ଦରକାର ।
ଏହି ମର୍କରି ପରିବାରର ଆଉ ଗୋଟିଏ ଦୁଇଟି ଔଷଧ ରହିଛି, ମର୍କପ୍ରୋଟୋ ଆୟୋଡ ଓ ମର୍କବିନ୍ ଆୟୋଡ । ଏ ଦୁଇଟି ଔଷଧର ବ୍ୟବହାର ଗତାନୁଗତିକ ଚିକିତ୍ସାପରେ ଯେତେବେଳେ ଦେଖାଯାଏ ଯେ ଗାଲୁଆର ସମସ୍ତ ଲକ୍ଷଣ, ଉପସର୍ଗ କମିଯାଇଥିଲେ ମଧ୍ୟ ଫୁଲା ସେଇଭଳି ଥାଏ, ସେହି କ୍ଷେତ୍ରରେ ହିଁ ଖୁବ୍ ସୁଫଳ ଦେଇଥାଏ ଫୁଲା କମାଇବା ପାଇଁ । ଡାହାଣପଟ ଗାଲର ଫୁଲା ପାଇଁ ମର୍କପ୍ରୋଟୋ ଆୟୋଡ ଦେବେ ଓ ବାମପଟ ପାଇଁ ମର୍କବିନ୍ ଆୟୋଡ ବ୍ୟବହାର କରିବେ ।
କ୍ଷେତ୍ରବିଶେଷରେ ଦେଖିବେ ଏଭଳି ପାରମ୍ପରିକ ଚିକିତ୍ସାପରେ ଜ୍ଵର, ବ୍ୟଥା ଇତ୍ୟାଦି କମିଗଲେ ମଧ୍ୟ ଉଭୟପଟ ଗାଲର କାନମୂଳ ଫୁଲି ରହିଛି, ପାତିରୁ ଛେପ ବେଶି ବାହାରିବା ସହିତ ସମସ୍ତ ଶରୀରରୁ ଅତିଶୟ ଝାଳ ମଧ୍ୟ ବାହାରୁଛି, ତାହାହେଲେ ପାଇଲୋ କାର୍ପସ – ୬ ଦୋନକୁ ୩ ଥର ହିସାବରେ ଖାଇବାକୁ ଦେଲେ ଫୁଲା ଆଦି କମିଯାଇ ରୋଗୀ ସ୍ବାଭାବୟକ ସ୍ୱାସ୍ଥ୍ୟ ଫେରି ପାଆନ୍ତି ।
ଦେଖିବେ, କୌଣସି ଅବସ୍ଥାରେ ଯଦି ଉପସର୍ଗ ସବୁ ନ କମି ଧୀରେ ଧୀରେ ରୋଗୀର ଅବସ୍ଥା ଖରାପ ଆଡକୁ ଯାଉଛି ସମସ୍ତ ସ୍ଵାଭାବିକ ଉପଯୋଗୀ ଔଷଧର ବ୍ୟବହାର ପରେ ମଧ୍ୟ, ପାରୋଟିଡିନମ୍ – ୨୦୦ ମଝିରେ ମଝିରେ ପାନେ ଲେଖାଏଁ ଦେଇ ସ୍ଵାଭାବିକ ନିର୍ଦ୍ଧିଷ୍ଟ ଔଷଧକୁ ଚାଲୁ ରଖିବେ । ତାହାହେଲେ ଅଚିରେ କମ୍ପଲିକେସନ ସବୁ ଦୂର ହୋଇ ରୋଗୀ ସୁସ୍ଥ ହୋଇ ଉଠିବେ ।
ଏହି ପାରୋଟିଡିୟମ ଔଷଧକୁ ବହୁ ବ୍ୟାପକ ଗାଲୁଆ ରୋଗରେ ପ୍ରତିଷେଧକ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ । ଏଭଳି ବ୍ୟବହାରର ଧାରା ପାଇଁ ମିଳିମିଳା, ହାଡଫୁଟି ଅଧ୍ୟାୟ ଦ୍ରଷ୍ଟବ୍ୟ ।
ଗାଲୁଆପାଇଁ ଫାଇଟୋଲାକା ମଧ୍ୟ ଏକ ଫଳପ୍ରଦ ଔଷଧ । ମନେରଖିବେ, ଫାଇଟୋଲାକା ଯଦି ଲାଗିବ ତାହାହେଲେ ରୋଗୀ ଗାଲରେ ସେକ ସହିପାରିବ ।ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 3/2/2020