অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଟି ଭିତର କର୍କଟ

ପାଟିଭିତର କର୍କଟ

ପାଟିଭିତର କର୍କଟ ଭାବି ବିପଦଜ୍ଜନକ । ଚିକିତ୍ସାରେ ନହେଲେ ମୃତ୍ୟୁର କାରଣ ହୋଇପାରେ । ଯେଉଁମାନେ ଦାନ୍ତ, ମାଢି ଏବଂ ତଣ୍ଟି ଆଦିର ଯତ୍ନ ସଠିକ ରୂପେ ନେଇପାରନ୍ତି ନାହିଁ, ସେମାନଙ୍କ ପାଟି ଭିତରେ କର୍କଟ ରୋଗ ହୋଇଥାଏ । ପୃଥିବୀରେ ଲକ୍ଷାଧିକ ଲୋକ ଏହି ରୋଗରେ ମରିଥାନ୍ତି  ।

ଲକ୍ଷଣ

ଏହି ରୋଗରେ ପାଟି ଭିତରେ, ମାଢିରେ , କଳଦାନ୍ତ ପାଖ, ତଣ୍ଟି, ତାଲୁକା ଗାଲ , ଆଦି ଯେ କୌଣସି ସ୍ଥାନରେ ଘା ହୋଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘା ଆଉ ଶୁଖେ ନାହିଁ ।  ବରଂ ଫୁଲକୋବି ଭଳି କୋଷମାନେ ଫୁଲିଯାଆନ୍ତି ।  ସେ ଫୁଲା ଉପରେ ଧଳା ଏବଂ ନାଲି ଦାଗ ଦେଖାଯାଏ । ମନକୁ ମନ ଏହି ସ୍ଥାନରୁ ରକ୍ତ ବୋହିଥାଏ ।  ହାତରେ ଚିପିଲେ ଏହା ହାତକୁ ଟାଣ ଲାଗେ । ପାଟି ଭିତରେ ଯନ୍ତ୍ରଣା ଲାଗି ରହେ। ଖାଦ୍ୟ ଢୋକି ହୁଏ ନାହିଁ । କଥା ମଧ୍ୟ ଭଲରେ କହି ହୁଏ ନାହିଁ ।  ପାଟିରେ ଦୁର୍ଗନ୍ଧ ହୋଇଥାଏ ।  ତେବେ ପ୍ରାଥମିକ ଅବସ୍ଥାରେ ରୋଗ ଜଣାପଡେ ନାହିଁ ।  କିନ୍ତୁ ରୋଗ ବଢିଗଲେ, ନାକ ବିନ୍ଧା ଆରମ୍ଭ ହୋଇଥାଏ। ନାକରୁ ପାଣି ବାହାରେ । ବେକରେଗୋଟା ଗୋଟା ହୋଇ ଲସିକା ଗ୍ରନ୍ଥି ଫୁଲିଯାଏ । ବେଳେବେଲେ ଶ୍ଵାସନଳୀ ଅବରୋଧ ହୋଇ ନିଶ୍ଵାସ ମାରିବା କଷ୍ଟକର ହୋଇଥାଏ।

ରୋଗର କାରଣ

ପାନ ଗୁଣ୍ଡି ଜର୍ଦା, ଗୁଟୁକା ଗୁଣ୍ଡି ନାସ,ବିଡି ସିଗାରେଟ, ଖଇନି ମଦ ଆଦି ପାଟି କର୍କଟର କାରଣ ହୋଇଥାଏ । ଓଡିଶାରେ ଦେଶୀମଦର ବହୁଳ ପ୍ରଚାରର ହେତୁ ଏହାକୁ ସେବନ କରୁଥିବା ଲୋକେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସେହିପରି ପାନଗୁଣ୍ଡି ପାଟଟିରେ ଜାକି ରାତିରେ ଶୋଇବା ଏବଂ ପାନଖଣ୍ଡେ ସବୁବେଳେ ପାଟିରେ ରଖିବା କର୍କଟର ମୁଖ୍ୟ କାରଣ ହୋଇଥାଏ ।  ଏବେ ହ୍ୟୁମାନ ପାପିଲୋମା ଭାଇରସ – 16 ନାମକ ଭୂତାଣୁ ପାଟି କର୍କଟର ଏକ କାରଣ ବୋଲି ଜଣାପଡିଛି । ଏହି ପ୍ରକାର ଭୂତାଣୁ ମହିଳାଙ୍କର ଗୁପ୍ତଅଙ୍ଗରେ ଜରାୟୁ ଗ୍ରୀବା କର୍କଟ କରିଥାନ୍ତି ।

ପାଟି କର୍କଟରୁ ରକ୍ଷା ପାଇବାର ଉପାୟ

ଦୈନିକ ନିହାତି କମରେଦୁଇଥର ଦାନ୍ତ ଘଷିବା ଆବଶ୍ୟକ । ଜିଭ ଛେଲିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲିସିଂ ଦ୍ଵାରା ବାହାର କରିବା ଗୁରୁତ୍ଵପୂର୍ଣ୍ଣ । ଦାନ୍ତ ସନ୍ଧିରେ ଲାଗିଥିବା ଖାଦ୍ୟର ଅଂଶ ଫ୍ଲାସ  ଦ୍ଵାରା ବାହାର କରିବା ଭଲ ।  ବ୍ରସ ନ ପହଞ୍ଚିବା ସ୍ଥାନରେ  ଫ୍ଲାସ   ସୂତା ଦ୍ଵାରା ସଫା କରାଯାଏ । କୌଣସି ଆସି ପ୍ରକାରବ ମାଦକ ଦ୍ରବ୍ୟ  ଓ ମଦ୍ୟପାନରୁ ବିରାଟ ରହିବା ଭଲ  । ଷାଠିଏ ବର୍ଷ ପରେ ଶରୀର ସହଜରେ ମଦ ହଜମ କରିପାରେ ନାହିଁ  । ଫଳ ଓ ସଜ ପନିପରିବା ଖାଦ୍ୟ ନିୟମିତ ଅଂଶ ହେବା ଦରକାର । କାକୁଡି, ପିଜୁଳି, ସେଓ,  ସିଲେରୀ, ଛେନା ଆଦି ଖାଇଲେ ଦାନ୍ତର ଏନାମେଲ ସଫା ରହେ ।  ଦାନ୍ତ ଘଷିଲା ପରେ ପାଟି ଭିତରେ ଅଙ୍ଗୁଳି ପୁରାଇ କୌଣସି ଅଂଶ ଗୋଟିକିଆ ଲାଗୁଛି କି ନାହିଁ , ନିଜେ ପରୀକ୍ଷା କରିନେବା ଆବଶ୍ୟକ । ସେହିପରି ମାଢିରୁ ଦଶଥର ଘଷିବା ଦ୍ଵାରା ବହୁତ ଉପକାର ମିଳିଥାଏ ।  ବର୍ଷକୁ ଠାରେ ଦାନ୍ତ ଚିକିତ୍ସାକକୁ  ନିଜର ଦନ୍ତ ଦେଖାଇ ନେବା  ଆବଶ୍ୟକ ।  ସକାଳୁ ସଂନ୍ଧ୍ୟାମଧ୍ୟରେ ଆଠଗ୍ଳାସ ପାଣି ପିଇବା ଦରକାର । ତେବେ ପାଟି ଭିତରର କର୍କଟ ରୋଗକୁ  ରୋକାଯାଇପାରିବ ।

ଆଧାର – ଡାକ୍ତର ନିରଞ୍ଜନ ତ୍ରିପାଠୀ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate