অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଭର ସିରୋସିସ୍

ଲିଭର ସିରୋସିସ୍

ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ୍ ପରିଚିତ । ଏହା ହେଉଛି ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନଥିବା ରୋଗ । ହେଲେ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ । ସବୁଠାରୁ ଉଦବେଗଜନକ ପ୍ରସଙ୍ଗ ହେଉଛି, ଏଥିରେ ରୋଗୀର ଯକୃତ ଅନ୍ୟୁନ ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଯନ୍ତ୍ରଣା ଜଣାପଡ଼ିଥାଏ ।

ଲକ୍ଷଣ

ବାଦାରୁ ଏହି ରୋଗ ବିଷୟରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ । ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯିବା ଦ୍ଵାରା ଭୋକ କମ୍ ଲାଗିବା, ଦୁର୍ବଳ ଲାଗିବା, ଶରୀର କୂଣ୍ଡେଇ ହେବା ସହ ବିଭିନ୍ନ ଅସ୍ଵସ୍ତିକର ଯନ୍ତ୍ରଣା ଅନୁଭବ ହେବା । କିଛି କ୍ଷେତ୍ରରେ ରୋଗୀର ଯକୃତ ସାମୂହିକ ଭାବେ କିଛି ସମସ୍ୟା ଦେଖାଦେଇଥାଏ । ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ  ଶ୍ଵାସପ୍ରଶ୍ଵାସ ନେବା ମଧ୍ୟରେ ଯନ୍ତଣା ଦେଖିବାକୁ ମିଳିଥାଏ ।ଏଣ୍ଡୋସ୍କୋପି, ଅଲଟ୍ରାସୋନୋଗ୍ରାଫି ଓ ଫାଇବ୍ରୋସ୍କାନ ଆଦି ମାଧ୍ୟମରେ ସିରୋସିସ୍ କେତେଦୂର ଶରୀର ଭିତରକୁ ଯାଇଛି ତାହା ଜଣାପଡ଼ିଥାଏ । ତେବେ ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଓ ସି ଭୂତାଣୁ ସଂକ୍ରମଣ , ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଧୂମପାନ ଓ ଇମ୍ୟୁନ, ହେପାଟାଇଟିସ୍ । ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି ଓ ଡାଇବେଟିସ୍ କାରଣରୁ ମଧ୍ୟ ସିରୋସିସ୍ ହୋଇପାରେ ।

କାରଣ

ନିଶାଦ୍ରବ୍ୟ ସେବନ, ମାଦକ ସେବନ ସହିତ ସଂପ୍ରତି ଜଳବାୟୁର ଅସ୍ଵାସ୍ଥ୍ୟକର ପରିବେଶ ସହ ବଜାରର ତଥାକଥିତ ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକ ଖାଦ୍ୟ ଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା । ଏହି ଧରଣର ରୋଗୀଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର, ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ । କାରଣ ଏହି ରୋଗୀଙ୍କୁ ସାଧାରଣତଃ ଭୋକ କମିଯାଉଥିବାରୁ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ରମଣ କରିବାର ସୁଯୋଗ ପାଳୁଥାଏ । ଏହି ରୋଗରେ ସ୍ଵାଭାବିକ ଭାବେ ଖାଇବାକୁ ଦିଆଯାଏନାହିଁ; ଯାହାକ ବିଜ୍ଞାନ ସମ୍ମତ କାରଣ ନୁହେଁ ବୋଲି ବିଭିନ୍ନ ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ ପାଇଛି । ସିରୋସିସ୍ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କୁ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଦେବା ଜରୁରୀ । କମ ଲୁଣ, ରାଗ ମସଲା, ପ୍ରଚୁର ମିଠା ଆଦି ଠାରୁ ରୋଗୀଙ୍କୁ ଯଥାସମ୍ଭବ ଦୂରେଇ ରଖିବା  ଜରୁରୀ । ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ପଇଡ଼ ପାଣି, ଫଳ, ଶାଗକୁ ଗୁରୁତ୍ଵ ଦିଅନ୍ତୁ । ସବୁଜ ପନିପରିବା ଓ ତଟକା ଫଳରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଆଦି ପ୍ରଚୁର ପରିମାଣରେ ରହିଥିବାରୁ ଏହା ଯକୃତର ସେଲର କାର୍ଯ୍ୟକୁ ତ୍ଵରାନ୍ୱିତ କରିଥାଏ । ଯାହାଦ୍ଵାରା ରୋଗୀ ସ୍ଵାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ । ଏହି ରୋଗୀଙ୍କୁ ଭାରୀ କାମ ଠାରୁ ଯଥା ସମ୍ଭବ ଦୂରେଇ ରଖିବା ଭଲ । ରୋଗୀକୁ ସମସ୍ତ ପ୍ରକାର ମାନସିକ ଚାପରୁ ଦୂରେଇ ରଖନ୍ତୁ । ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କ ରୁହନ୍ତୁ । ରୋଗୀର ଖାଦ୍ୟ ଓ ପାଣିରେ ଯେପରି ସଂକ୍ରମଣ ନରହେ । ସେଥିପ୍ରତି ଗୁରୁତ୍ଵ ଦିଅନ୍ତୁ । କେତେକ କ୍ଷେତ୍ରରେ ରୋଗୀର ପେଟ ନିୟମିତ ଭାବେ ପରିଷ୍କାର ରହିବା ପାଇଁ ଲ୍ୟାକଟୁଲୋଜ୍ ସିରପ୍ ଦିଆଯାଇଥାଏ । ଶରୀରରେ ରକ୍ତ ଜମାଟ ବାନ୍ଧିବାର ଉପାଦାନ ଯଦି ଯକୃତ ତିଆରି କରିପାରେ ନାହିଁ ତେବେ ରୋଗୀକୁ ଭିଟାମିନ କେ ଇଞ୍ଜେକସନ ଦିଆଯାଇଥାଏ । ଯଦି ରୋଗୀର ଖାଦ୍ୟନଳୀ ଏବଂ ପାକସ୍ଥଳୀରେ ଭ୍ୟାରିକସ ଫାଟି ରକ୍ତପାତ ହେଉଥାଏ ତେବେ ଭ୍ୟାରିକାସ ଭଞ୍ଜେରିକସ, ଦିଆଯାଇଥାଏ । ଲିଭର ଯଦି ଆଦୌ କାମ କରୁ ନଥାଏ ତେବେ ବୃକକ ଡାୟାଲିସିସ୍ ଭଳି ଲିଭର ଡାୟାଲିସିସ୍ ମଧ୍ୟ କରାଯାଏ । ତେବେ ଯକୃତ ଯନ୍ତ୍ରଣାର ସବୁ କାରଣ ଲିଭର ସିରୋସିସ ହୋଇ ନଥାଏ ।

ଚିକିତ୍ସା

ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସର ଲକ୍ଷଣକୁ ଦେଖି ଚିକିତ୍ସା ତ୍ୱରାନ୍ୱିତ କଲେ ରୋଗୀଟି ଉପଶମ ପାଇଥାଏ | ଆମ ଦେଶରେ ଲିଭର ସିରୋସିସ୍ ଚିକିତ୍ସାକୁ ବେଶ ଖର୍ଚ୍ଚ ସାପେକ୍ଷ ବୋଲି କେହି କେହି କହୁଥାନ୍ତି । ଆଉ କେହି କେହି ଭାବିଥାନ୍ତି ଯେ ସିରୋସିସମାନେ ମୃତ୍ୟୁ ନିଶ୍ଚିତ । ଏହା କିନ୍ତୁ ଭାବିବା ଜୁଲ । ଲିଭର ପ୍ରତିରୋପଣ ହେଉଛି ସିରୋସିସର ଶେଷ ଓ ସଫଳ ଚିକିସା । ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ରାଜ୍ୟର ବଡ଼ମେଡ଼ିକାଳରେ ଏହି ଚିକିତ୍ସା ସେବାକୁ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଲ୍ୟାଣାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲିଭର ସିରୋସିସ୍  ଯନ୍ତ୍ରଣା  କ୍ଷେତ୍ରରେ କୌଣସି ପ୍ରକାର ତୁଟୁକା ତୁଟୁଳି ଓ କାନକୁହା କଥା ଶୁଣି ମେଡ଼ିକାଲ ଚିକିସାରୁ ଦୂରେଇ ରୁହନ୍ତୁ ନାହିଁ । ସର୍ବପ୍ରଥମେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଭଲ ଜୀବନଟି ବିତାଇବା ପାଇଁ ଆଧ୍ୟାତ୍ମିକ ଦୈନନ୍ଦିନ ଗୁଟିନଟି ତିଆରି କରି ଚିକିସକଙ୍କ ପରାମର୍ଶ ଅନୁଯାୟୀ ଚିକିସାରେ ରହିଲେ ଦେଖିବେ ଲିଭର ସିରୋସିସ୍, ଆପଣଙ୍କ ପାଇଁ ଯନ୍ତ୍ରଣାଦାୟକ ହେବନାହିଁ ।

ସଂଗୃହିତ: ଡାକ୍ତର ଉମେଶଚନ୍ଦ୍ର ପାତ୍ର,ଏସସିବି ମେଡିକାଲ କଲେଜ, କଟକ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate