ଉପକ୍ରମ
ସୁସ୍ଥ ସବଳ ବାଳିକା ଏବଂ ମହିଳା ରାଜ୍ୟର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଲିଙ୍ଗ, ସ୍ୱାସ୍ଥ୍ୟ, ପୋଷଣ କ୍ଷେତ୍ରରେ ବୈଷମତା ଦୃଷ୍ଟିରୁ ଆଜି ମହିଳାଙ୍କ ସ୍ଥାନ ଅନେକ କ୍ଷେତ୍ରରେ ପଛରେ ରହିଯାଇଛି । ଅଶିକ୍ଷା , ଅନ୍ଧବିଶ୍ଵାସ, ପାଇଁ କନ୍ୟା ସନ୍ତାନଟି ସବୁବେଳେ ଅବହେଳିତ ଅବସ୍ଥାରେ ରହିଥାଏ। କନ୍ୟା ଶିଶୁର ଭ୍ରୁଣକୁ ହତ୍ୟା ନକରି ତାକୁ ଜନ୍ମ ଦେବା ପାଇଁ ଆଇନ ଠାରୁ ଆରମ୍ଭ କରି ସଚେତନା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯାଉଛି । କନ୍ୟା ଶିଶୁର ଜନ୍ମ ପରେ ତାର ବୃଦ୍ଧିକୁ ଗୁରୁତ୍ଵ ଦିଆଯାଏ ନାହିଁ । ଶିଶୁ କନ୍ୟାଟିକୁ ସମସ୍ତ ପ୍ରକାର ଅବହେଳା, ଅଣହେଳାର ସାମନା କରିବାକୁ ପଡେ । ଲିଙ୍ଗଭେଦ ଜନିତ ପ୍ରଭାବ ହେତୁ ତାକୁ ଭଲ ଖାଦ୍ୟ ଓ ପୃଷ୍ଟି ମିଳେ ନାହିଁ ।
ତେଣୁ ତା ଶରୀର ବୃଦ୍ଧି ପାଇଁ ଯେତିକି ଖାଦ୍ୟ ଓ ପୃଷ୍ଟି ଆବଶ୍ୟକ ତାହା ତାକୁ ମିଳେ ନାହିଁ । ଯାହା ଫଳରେ ସେ ପୃଷ୍ଟିହୀନତା ର ଶିକାର ହୁଏ । କନ୍ୟା ସନ୍ତାନଟିକୁ ବୋଝ ଭାବି ବୟସ ପୂର୍ବରୁ ବିବାହ କରିଦିଆଯାଏ । ୧୮ ବର୍ଷ ପୂର୍ବରୁ ବିବାହ ହେବା ଦ୍ଵାରା ତାର ମାତୃତ୍ଵ ପ୍ରତି ବିପଦ ଦେଖାଯାଏ । ୧୮ ବର୍ଷ ପୂର୍ବରୁ ଗର୍ଭଧାରଣ କଲେ ଉଭୟ ମା ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି ହୁଏ । ପୁତ୍ରଙ୍କ ତୁଳନାରେ କନ୍ୟା ସନ୍ତାନ କମିଯିବା କେବଳ ସାମାଜିକ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ଦେଶର ବିକାଶରେ ବି ବାଧା ସୃଷ୍ଟି କରେ ।
ବୃଦ୍ଧି ପାଉଥିବା ମାତୃ ମୃତ୍ୟହାର ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯୋଗାଯୋଗ, ଖାଦ୍ୟ, ଡାକ୍ତରଖାନାରେ ପ୍ରସବ, ଆଶା, ଅଙ୍ଗନୱାଡିକର୍ମୀଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଇତ୍ୟାଦି । ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚକରିବାକୁ ‘ମମତା’ ଯୋଜନା ଦ୍ଵାରା ଗର୍ଭବତୀ ମା'କୁ ଖର୍ଚ୍ଚ ପ୍ରଦାନ କରାଯାଉଛି ।
ବିଭିନ୍ନ ପ୍ରକାର ସାମାଜିକ ବାସନ୍ଦ, ଲଜ୍ୟାର ଶିକରାହୋଇ ବଢୁଥିବା ମହିଳା ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି ।
ସ୍ୱାସ୍ଥ୍ୟ ପାଇଁ ଯୋଜନା
- ଭ୍ରୂଣର ଲିଙ୍ଗ ନିରୂପଣ ନ କରିବା ପାଇଁ ଆଇନକୁ କଡାକଡି ପାଳନ କରାଯିବ ।
- ଲିଙ୍ଗଗତ ଅସମାନତା, ନବଜାତ, ୫ ବର୍ଷ ତଳକୁ ଶିଶୁ ମୃତ୍ୟୁକୁ ରୋକିବା ସହ ପାଞ୍ଚବର୍ଷ ତଳକୁ ଝିଅର ମୃତ୍ୟୁ ହେଲେ ବାଧ୍ୟତାମୂଳକ ଭାବେ ଅନୁସନ୍ଧାନ କରାଯିବ ।
- ମହିଳାକୁ ଉତ୍ତମ ଗୁଣବତ୍ତା , ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇଦିଆଯିବା, ଯେପରି ସେମାନେ କୁପୋଷଣର ଶିକାର ନ ହେବେ । ରକ୍ତହୀନତା ଦୂରକରିବା ଯୋଜନାକୁ ବ୍ୟାପକ କରାଯିବ । ମହିଳାମାନେ କିପରି ଉପଯୁକ୍ତ ପୋଷଣ ପାଇପାରିବେ ସେ ସମ୍ବନ୍ଧରେ ସଚେତନା କାର୍ଯ୍ୟକ୍ରମ କରିବା ।
- କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ । ଶୀଘ୍ର ବିବାହା ନ କରି ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ।
- ମମତା ଯୋଜନା ଦ୍ଵାରା ଗର୍ଭବତୀ ମା ମାନଙ୍କୁ ୨ଟି ଶିଶୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା । ଆଦିବାସୀ ମହିଳାଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ।
- ସୁରକ୍ଷିତ ପ୍ରସବ ଦ୍ଵାରା ମାତୃ ମୃତ୍ୟୁହାରକୁ ରୋକିବା, ଦୁର୍ଗମ ଅଞ୍ଚଳରେ ମାତୃ ମୃତ୍ୟୁର ବାଧ୍ୟତାମୂଳକ ଅନୁସନ୍ଧାନ ।
- ସୁରକ୍ଷିତ ଗର୍ଭପାତ ଏବଂ ପରିବାର ନିୟୋଜନ ବ୍ୟବସ୍ଥା ।
- ଏଡ଼ସ ଦ୍ଵାରା ଆକ୍ରାନ୍ତ ମହିଳାଙ୍କୁ ସାମାଜିକ ଅପବାଦରୁ ରକ୍ଷା କରିବା ସହ ଚିକିତ୍ସା ସୁବିଧା ଯୋଗାଇଦେବା।
- ଭ୍ରୂଣର ଲିଙ୍ଗ ନିରୂପଣ ପାଇଁ ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା, ଅନଭିଜ୍ଞ ଚିକିତ୍ସକଙ୍କ ଦ୍ଵାରା ଗର୍ଭପାତ କରାଇବାକୁ ରୋକିବା ।
- ପଞ୍ଚାୟତ ସ୍ତରରେ ଗର୍ଭାଶୟ ଓ ସ୍ତନ କର୍କଟ ରୋଗ ସମ୍ପର୍କରେ ସଚେତନା ସହ ପ୍ରଚାର ପ୍ରସାର କରାଇବା ।
- ବୟସ୍କ ମହିଳାଙ୍କ ସ୍ଵାସ୍ଥ୍ୟର ଯତ୍ନ ।
- ମହିଳାଙ୍କୁ ବିଶୁଦ୍ଧ ପାନୀୟଜଳ, ଅଲଗା ଶୌଚାଳୟ ଯୋଗାଇବା ସହ ନିରାପଦ, ସୁରକ୍ଷିତ ବାତାବରଣ ଯୋଗାଇବା ।
- ଗ୍ରାମାଞ୍ଚଳରେ ହେଉକି ସହରାଞ୍ଚଳରେ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ପାଣି ଓ ସ୍ଵଚ୍ଛତା ଯୋଗାଇଦେବା ।
ଶିକ୍ଷା
ମହିଳା ଓ ବାଳିକାକୁ ଉତ୍ତମ ଶିକ୍ଷା ମିଳିଲେ ରାଜ୍ୟର ଉନ୍ନତି ହୋଇପାରିବ । ପ୍ରାଥମିକ ଶିକ୍ଷା ସ୍ତରରେ ବାଳିକାଙ୍କ ଉପସ୍ଥାନ ଆଶାଜନକ ଥିଲେ ମଧ୍ୟ ହାଇସ୍କୁଲରେ ଏହା କମିଯାଉଛି । ପସନ୍ଦ ମୁତାବକ ଶିକ୍ଷା ମିଳୁନଥିବାରୁ ହାଇସ୍କୁଲ ଏବଂ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବାଳିକାଙ୍କ ଉପସ୍ଥାନ ବହୁତ କମ । ଉଚ୍ଚଶ୍ରେଣୀରେ ବାଳିକା ଉପସ୍ଥାନ କମିବାର ଅନ୍ୟାନ୍ୟ କାରଣ ମଧ୍ୟରେ ସାମାଜିକ, ସାଂସ୍କୃତିକ ବିଭେଦତା ଆଦିର ଅସୁବିଧା ସୁରକ୍ଷା ଇତ୍ୟାଦି । ଝିଅ ମାନଙ୍କର ସୁରକ୍ଷାକୁ ନେଇ ଅଭିଭାବକ ମାନଙ୍କ ଚିନ୍ତା ବି ଝିଅଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବାର ଅନ୍ୟ ଏକ କାରଣ ।
ଓଡିଶାରେ ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୩-୬ ବର୍ଷ ଶିଶୁଙ୍କ ପାଇଁ ଅଙ୍ଗନବାଡି ମାନଙ୍କରେ ନୂଆ ଅରୁଣିମା ଆରମ୍ଭ କରାଯାଇଛି । ଝିଅ ମାନଙ୍କ ପାଇଁ ଅଲଗା ସ୍କୁଲ କରାଯିବା ସହ ଯିବା ଆସିବା ପାଇଁ ସାଇକେଲ, ମାଟ୍ରିକ ପୂର୍ବରୁ ଓ ପରେ ସ୍କଲାର୍ଶିପ ଦିଆଯାଉଛି । ଆଦିବାସୀ ଝିଅ ମାନଙ୍କ ପାଇଁ ଆବାସିକ ବିଦ୍ୟାଳୟର ବ୍ୟବସ୍ଥା କରାଯାଇଛି ।
ନୀତି ନିର୍ଦ୍ଦେଶ
- ପ୍ରତ୍ୟେକ ବାଳିକା ଓ ମହିଳାଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ।
- ବାଳିକାମାନେ ହାଇସ୍କୁଲ ସ୍ତରରେ କିପରି ଶିକ୍ଷା ପାଇପାରିବେ ସେଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।
ନୀତି କୌଶଳ
- ଆଦୀ ଶୈଶବ ଶିକ୍ଷାକୁ ଶିଶୁ ବିକାଶ ଯୋଜନା ଓ ପ୍ରାଥମିକ ଶିକ୍ଷା ସହ ସମନ୍ଵିତ କରିବା ।
- ଅଧିକ କସ୍ତୁରବା ବାଳିକା ବିଦ୍ୟାଳୟ ଖୋଲିବା ଏବଂ ପୂର୍ବରୁ ରହିଥିବା ବିଦ୍ୟାଳୟରେ ହାଇସ୍କୁଲ ପାଠ୍ୟକ୍ରମ ଖୋଲିବା
- ମାଗଣା ପୋଷାକ, ବହି, ନିରାପଦ ଯିବା ଆସିବା ବ୍ୟବସ୍ଥା ସହ ସ୍କୁଲ ଦରମା ଛାଡ଼ ।
- ହାଇସ୍କୁଲ ସ୍ତରରେ ଶିକ୍ଷା ଗ୍ରହଣ ପାଇଁ ଭଲ ପଢୁଥିବା ବାଳିକାଙ୍କୁ ସ୍କଲାର୍ଶିପ ପ୍ରଦାନ ।
- ଅଧାରୁ ପାଠ ଛାଡିଦେଇଥିବା ବାଳିକାଙ୍କୁ ଡ୍ରପ ଇନ ସେଣ୍ଟର , ରିମେଡିଆଲ କୋଚିଙ୍ଗ ସେଣ୍ଟରରେ ପାଠ ପଢାଇବା ବ୍ୟବସ୍ଥା ।
- ବାଳିକା, ମହିଳାଙ୍କୁ ଶିକ୍ଷା ଦେବା ପାଇଁ ମୁକ୍ତ ସ୍କୁଲ ର ବ୍ୟବସ୍ଥା ।
- କର୍ମନିଯୁକ୍ତ ପାଇଁ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା।
- କିପରି ଶିକ୍ଷା ଗ୍ରହଣ କାଲେ ଭବିଷ୍ୟତରେ ସେମାନଙ୍କର କାର୍ଯ୍ୟରେ ଆସିବ ସେଥିପାଇଁ ପରାମର୍ଶ ।
- ଜୁନିୟର କଲେଜ, ଡିଗ୍ରୀ କଲେଜ ଏବଂ ବିଶ୍ଵୟାଳୟରେ ବାଳିକାଙ୍କ ପାଇଁ ହଷ୍ଟେଲ ସୁବିଧା ।
- ମହିଳାଙ୍କ ପାଇଁଥିବା ଆଇନ ସମ୍ଵନ୍ଧରେ ବାଳିକାଙ୍କୁ ଶିକ୍ଷା ।
- ବୃତ୍ତିଗତ ଶିକ୍ଷକ ପେଶା ଗ୍ରହଣ କରିବା ପାଇଁ ଟ୍ରେନିଂ ବ୍ୟବସ୍ଥା ।
- ଅଧିକା ବାଳିକା ପଢୁଥିବା ବିଦ୍ୟାଳୟ କିମ୍ବା ବାଳିକା ବିଦ୍ୟାଳୟ ଗୁଡିକରେ ବାଳିକାଙ୍କ ସୁରକ୍ଷା ପାଇଁ ମହିଳା ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀ ମୃତୟନ । ଯାହାଦ୍ୱାରା ସେମାନେ ସୁରକ୍ଷିତ ରହିବା ସହ ଶୋଷଣରୁ ରକ୍ଷା ପାଇବେ ।
- ଯେଉଁ ଜିଲ୍ଲାରେ ମହିଳା ଶିକ୍ଷା ହାର କମ ସେଠାରେ ବାଳିକା ଶିକ୍ଷାକୁ ଗୁରୁତ୍ଵ ।
ଜୀବିକା
ମହିଳାଙ୍କୁ ସଶକ୍ତ କରିବା ପାଇଁ ଜୀବିକା ମୁଖ୍ୟ ଭୂମିକା ଗ୍ରହଣ କରେ । ଜମି, ଜଳ ଓ ଖଣିଜପଦାର୍ଥ ଉପରେ ଜୀବିକା ନିର୍ବାହ କରି ମହିଳା ମାନେ ନିଜ ପାଇଁ ଖାଦ୍ୟ ସୁରକ୍ଷା କରିଥାନ୍ତି । ଏଥିପାଇଁ ସେମାନଙ୍କୁ ଦରକାର ପଡ଼େ ଶିକ୍ଷା, ତାଲିମ ଓ ଋଣ ।
ଜୀବୀକା ନିର୍ବାହ କ୍ଷେତ୍ରରେ ମୁଖ୍ୟତଃ ମହିଳାକୁ ମଜୁରୀ ଅସମାନତା, କାର୍ଯ୍ୟକୁ ଅଣଦେଖା, ସୁରକ୍ଷା ଇତ୍ୟାଦି ଅସୁବିଧାକୁ ସାମ୍ନା କରିବାକୁ ପଡେ । ଏହାଛଡା ଶିକ୍ଷା, ତାଲିମ, ଋଣ, ବିବାହ ଏବଂ ମାଲିକାନା ଇତ୍ୟାଦି ବାଧା ଦେଖାଦିଏ ।
ମହିଳାଙ୍କ ମଧ୍ୟରେ ଯେଉଁ ମାନେ ଭିନ୍ନକ୍ଷମ, ଧର୍ଷିତା, ଚାଲାଣରୁ ଉଦ୍ଧାର ପାଇଥିବା, ଯୌନ କର୍ମୀ , ଏଡସ ରେ ଆକ୍ରାନ୍ତ ମହିଳା ମାନେ କାର୍ଯ୍ୟକ୍ଷେତ୍ରରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ।
ଓଡିଶାରେ ଅନୁଷ୍ଠାନିକ କ୍ଷେତ୍ରରେ ୧୬.୮ % ମହିଳା କାର୍ଯ୍ୟ କରନ୍ତି । ଅନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମହିଳାଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବ ଦରକାର । ବର୍ତ୍ତମାନ ଓଡିଶା ରାଜ୍ୟ ନିଯୁକ୍ତି ମିଶନ ଦ୍ଵାରା ଉଭୟ ପୁରୁଷ ଓ ମହିଳାଙ୍କୁ ଧନ୍ଦାମୂଳକ ଶିକ୍ଷାରେ ଦକ୍ଷତା ବୃଦ୍ଧି କରାଇ ଜୀବିକା ନିର୍ବାହ ପାଇଁ ସୁଯୋଗ ଦିଆଯାଉଛି । ଏହି ମିଶନରେ ରାଜ୍ୟର ଅନ୍ୟାନ୍ୟ ବିଭାଗ ଯେପରି ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନିଯୁକ୍ତି, ଅନୁସୂଚିତ ଜାତି / ଜନଜାତି ବିଭାଗ , ସହରବିକାଶ, ହସ୍ତତନ୍ତ, ବିଭାଗ କାର୍ଯ୍ୟ କରୁଛନ୍ତି ।
ଯୋଜନା
ନିର୍ଦ୍ଦେଶାବଳୀ
- ମହିଳା, ବାଳିକା ନିଜର ଯୋଗ୍ୟତା ଅନୁଯାୟୀ ଦକ୍ଷତା ବୃଦ୍ଧି କରାଇ ଅନୁଷ୍ଠାନିକ କ୍ଷେତ୍ରରେ ଜୀବିକା ନିର୍ବାହ ପନ୍ଥା ଗ୍ରହଣ କରିପାରିବେ ।
- ନିଯୁକ୍ତ ପାଇଁ ବାତାବରଣ ସୃଷ୍ଟି ।
ନୀତି କୌଶଳ
- ଓଡିଶା ରାଜ୍ୟ ନିଯୁକ୍ତି ମିଶନରେ ମହିଳାଙ୍କୁ କିପରି ଅଧିକ ତାଲିମ ଦିଆଯିବ ସହ କାର୍ଯ୍ୟରେ ନିଯୁକ୍ତି କରାଯାଇପାରିବ ସେଥିପାଇଁ ଉଦ୍ୟମ ।
- ଦୁର୍ଗମ,ଗ୍ରାମାଞ୍ଚଳରେ ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତରାଜ ବିଭାଗ, କ୍ଲବ ଇତ୍ୟାଦି ଦ୍ଵାରା ଅଧିକ ରୁ ଅଧିକ ମହିଳା, ବାଳିକାଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ।
- ରାଜ୍ୟ ନିଯୁକ୍ତ ମିଶନ ଦ୍ଵାରା ସ୍କୁଲ ଛାଡି ଦେଇଥିବା ବାଳିକାଙ୍କୁ ତାଲିମ ।
- ବର୍ତ୍ତମାନର ବଜାର ଚାହିଦା ଅନୁଯାୟୀ ଇନଫର୍ମେଶନ ଓ କମୁନିକେସୋନ ଜ୍ଞାନକୌଶଳକୁ ବ୍ୟବହାର କରି ବ୍ୟାଙ୍କ, ଟୁରିଜିମ, ସ୍ୱାସ୍ଥ୍ୟସେବା, ଗ୍ରାହକସେବା ଇତ୍ୟାଦିରେ ନିଯୁକ୍ତି ସୃଷ୍ଟି ।
- କର୍ମଜୀବୀ ମହିଳା ହଷ୍ଟେଲର ସୁବିଧା କରାଗଲେ ମହିଳା ମାନେ ଅନୁଷ୍ଠାନିକ କ୍ଷେତ୍ରରେ ଘର ଠାରୁ ଦୂରକୁ ଯାଇ କାର୍ଯ୍ୟ କରିବା ପାଇଁ ନିରାପଦ ମଣିବେ ।
- ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନରୁ ଋଣ ଯୋଗାଇ ଲଘୁ ଉଦ୍ୟୋଗ କରିବା ପାଇଁ ମହିଳାଙ୍କୁ ଉତ୍ସାହିତ କରିବା ।
- ସୁବିଧା ସହ କାର୍ଯ୍ୟ କରିବା ପାଇଁ ଶିଶୁ ଯତ୍ନ ପାଇଁ ସହାୟତା, ଅଲଗା ଶୌଚଳୟ, ଇତ୍ୟାଦିର ବ୍ୟବସ୍ଥା ।
ଅନାନୁଷ୍ଠାନିକ କ୍ଷେତ୍ର
ଜୀବିକା ପାଇଁ ଅନାନୁଷ୍ଠାନିକ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରିତା ଅଧିକ ଥାଏ । ଏହା ତାଙ୍କର ଆର୍ଥିକ ଅବସ୍ଥାକୁ ସୁଧରୁଥିଲେବି ଏହି କାର୍ଯ୍ୟର କୌଣସି ପରିଚୟ ନଥାଏ । ଅଣଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଦ୍ଵାରା ଏସ.ଏଚ.ଜି ଗଠନ କରି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରାଯାଇଛି ।
ନୀତି ନିର୍ଦ୍ଦେଶ
- ଅଣଆନୁଷ୍ଠାନିକ କ୍ଷେତ୍ରରେ ମହିଳାଙ୍କ ଜୀବିକକୁ ଉତ୍ସାହିତ କରିବା ।
- ମହିଳା ଗ୍ରୁପ କୁ ଉଦ୍ୟୋଗ ଆରମ୍ଭ କରିବାକୁ ଉତ୍ସାହ ଦେବ ।
- ମହିଳାଙ୍କୁ ସମ୍ମାନର ସହ କାର୍ଯ୍ୟ କରିବା ପାଇଁ ସୁବିଧା ସୃଷ୍ଟି କରିବା ।
ନୀତି କୌଶଳ
ଜୀବିକା ପାଇଁ ବୈଷୟିକ ଜ୍ଞାନ, ଅର୍ଥ, ଦକ୍ଷତା ବୃଦ୍ଧି ସୃଷ୍ଟି କରାଯିବା ।
- ମହିଳାମାନେ କିପରି ଆର୍ଥିକ ଲେଣ ଦେଣ ସୁବିଧାରେ ବୁଝିପାରିବେ ସେଥିପାଇଁ ବ୍ୟବସ୍ଥା କରିବା ।
- ମହିଳା ଏସ.ଏଚ.ଜି ଫେଡରେଶନ କୁ ସଶକ୍ତ କରି ବ୍ୟବସାୟ କରିବା ତଥା ସମବାୟ ସମିତି ସୃଷ୍ଟି କରିବା ।
- ଏସ.ଏଚ.ଜି ମାନଙ୍କୁ ନୂତନ ଜ୍ଞାନ କୌଶଳ ଶିକ୍ଷା ଦେଇ ଦକ୍ଷତା ବୃଦ୍ଧି କରିବା ।
- ମହିଳା କୃଷକଙ୍କୁ ଉତ୍ସାହିତ କରିବା ।
- ମହିଳାଙ୍କୁ କୃଷି ପାଇଁ କିପରି ସୁବିଧାରେ ବିହନ, ସାର ଓ ଅନ୍ୟାନ୍ୟ କୃଷି ସରଞ୍ଜାମ ମିଳିପାରିବ ସେଥି ପାଇଁ ଗୋଟିଏ ଜାଗାରେ ସମସ୍ତ ବ୍ୟବସ୍ଥା କରିବା ।
- ମହିଳାଙ୍କ ସ୍ଥାନାନ୍ତରକୁ ରୋକିବା ।
ଆଧାର -ସ୍ୱାସ୍ଥ୍ୟ ବିଭାଗ,ଓଡିଶା ସରକାର