ବନ୍ଧ୍ୟାଦୋଷ ଆଉ ମହିଳାଙ୍କ ପାଇଁ ଆଗ ଭଳି ବଡ ସମସ୍ୟା ହୋଇ ରହି ନାହିଁ । ଆଜିର ଅତ୍ୟାଧୁନିକ ଚିକିତ୍ସାବିଦ୍ୟାରେ ଏ ସବୁର ସରଳ ସମାଧାନ ହୋଇପାରୁଛି । ଯଦି ସ୍ଵାଭାବିକ ପ୍ରକ୍ରିୟାରେ ମହିଳା ଜଣକ ଗର୍ଭଧରଣ ନ କରି ପାରନ୍ତି, ତେବେ ଟେଷ୍ଟଟ୍ୟୁବ୍ ବେବି ତାହାର ସମାଧାନ ବାଟ ହୋଇପାରିଛି । ଚିକିତ୍ସା ବିଦ୍ୟାର ଉପଯୋଗ କରାଯାଇ ଗର୍ଭଧାରଣ କରାଯାଇ ପାରୁଛି । ଏହି ଟେଷ୍ଟଟ୍ୟୁବ୍ ବେବି କ’ଣ ଓ ଏହା କିପରି ହୁଏ, ଏହା ଜାଣିବା ପାଇଁ ଆଇଏମ୍ଏସ୍ ଏବଂ ସମ୍ ହସ୍ପିଟାଲର ବନ୍ଧ୍ୟାକୋଷ ନିରୂପଣ ଓ ଆଇଭିଏଫ୍ ସେଣ୍ଟର ବିଭାଗ ମୁଖ୍ୟ ପ୍ରଫେସର କବିତା ପଣ୍ଡାଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର ।
ସାଧାରଣତଃ ସ୍ଵାଭାବିକ ପ୍ରକ୍ରିୟାରେ ପୁରୁଷ ଶରୀରରୁ ଶୂକ୍ରାଣୁ ଆସି ସ୍ତ୍ରୀ ଶରୀରର ଡିମ୍ବାଣୁ ସହ ମିଶ୍ରଣ ଫଳରେ ଭ୍ରୁଣ ସୃଷ୍ଟି ହୋଇଥାଏ । ଏହି ଭ୍ରୁଣ ମା’ ଗର୍ଭାଶୟରେ ଧୀରେ ଧୀରେ ବିକଶିତ ହୋଇ ଶିଶୁରେ ପରିଣତ ହୋଇଥାଏ । କିନ୍ତୁ କୌଣସି କାରଣରୁ ଯଦି ଏହି ପ୍ରକ୍ରିୟା ମା’ ଶରୀର ବାହାରେ ଲାବୋରଟାରିରେ ଏହି ପ୍ରକ୍ରିୟା ଦ୍ଵାରା ଭ୍ରୁଣ ସୃଷ୍ଟି କରନ୍ତି ଓ ଏହି ଭ୍ରୁଣକୁ ମା’ ଗର୍ଭାଶୟକୁ ସ୍ଥାନାନ୍ତର କରିଥାନ୍ତି । ଏହି ପ୍ରକ୍ରିୟା କୌଣସି ଟେଷ୍ଟଟ୍ୟୁବ୍ ରେ ହୋଇ ନ ଥାଏ । ମା’ ଶରୀର ଭିତରେ ଏହି ପ୍ରକ୍ରିୟା ଫେଲୋଫିଆନ ଟ୍ୟୁବ୍ ମଧ୍ୟରେ ହୋଇଥିବାରୁ ଲାବୋରଟାରିରେ ହେଉଥିବା ଏହି ପ୍ରକ୍ରିୟାକୁ ବା ଏହି ପ୍ରକ୍ରିୟାରେ ଜନ୍ମିତ ଶିଶୁକୁ ଟେଷ୍ଟଟ୍ୟୁବ୍ ବେବି ବୋଲି ନାମକରଣ କରାଯାଇଛି । ଡାକ୍ତରୀ ଭାଷାରେ ଏହାକୁ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ମଧ୍ୟ କୁହାଯାଇଥାଏ ।
ଫାଲୋଫିଆନ ଟ୍ୟୁବ୍ ନଷ୍ଟ ବା କୌଣସି କାରଣରୁ ବ୍ଲକେଜ ହୋଇଯାଇଥିଲେ, ପୁରୁଷ ଶରୀରରେ ଶୁକ୍ରାଣୁର ପରିମାଣ ବହୁତ କମ୍ ଟେଷ୍ଟଟ୍ୟୁବ୍ ବେବି କରାଯାଇଥାଏ । ପୁଣି ପିସିଓଡି ଓ ଏଣ୍ଡ୍ରୋମେଟ୍ରିଓସିସ୍ ରୋଗୀମାନଙ୍କ କେସ୍ ରେ ବି ଏହା କରାଯାଇଥାଏ । ବେଳେବେଳେ ପୁରୁଷ ଓ ମହିଳା ଶରୀରରେ ସବୁ କିଛି ଠିକ୍ ଥିଲେ ମଧ୍ୟ ଭ୍ରୁଣ ତିଆରି ହୋଇପାରି ନଥାଏ । ସେଭଳି ପରିସ୍ଥିତିରେ ମଧ୍ୟ ଡାକ୍ତରମାନେ ଟେଷ୍ଟଟ୍ୟୁବ୍ ବେବି ପାଇଁ ପରାମର୍ଶ ଦେଇଥା’ନ୍ତି ।
ପ୍ରକ୍ରିୟା
ଟେଷ୍ଟଟ୍ୟୁବ୍ ବେବି କରିବା ପୂର୍ବରୁ ଡାକ୍ତରମାନେ ପୁରୁଷ ଓ ମହିଳା ଉଭୟଙ୍କର ରକ୍ତ ଓ ହରମୋନ ପରୀକ୍ଷା କରିଥାନ୍ତି । ମହିଳାମାନକର ଗୋଟିଏ ରୃତୁଚକ୍ରରେ ଗୋଟିଏ ହିଁ ଡିମ୍ବାଣୁ ତିଆରି ହୋଇଥାଏ । ତେଣୁ ଏହି ପ୍ରକ୍ରିୟା ଆରମ୍ଭରେ ମହିଳାଙ୍କ ରୃତୁସ୍ରାବର ଦ୍ଵିତୀୟ ଦିନରୁ ତାଙ୍କୁ ହରମୋନ୍ ଇଞ୍ଜେକ୍ସନ ଦିଆଯାଇଥାଏ । ଏହା ପରେ ମା’ ଶରୀରରେ ଏକାଧିକ ଡିମ୍ବାଣୁ ତିଆରି ହେବାକୁ ଲାଗେ । ଡାକ୍ତର ସେହି ସମୟରେ ଡିମ୍ବାଣୁର ବୃଦ୍ଧି ହାର ମାପିଥା’ନ୍ତି ଏବଂ ଭଲ ଓ ପରିପକ୍ଵ ଡିମ୍ବାଣୁ ହେବାପରେ ସେଗୁଡିକୁ ମା’ ଶରୀରରୁ କାଢି ଦିଆଯାଏ । ସେହିପରି ପୁରୁଷଙ୍କ ଶରୀରରୁ ମଧ୍ୟ ଶୂକ୍ରାଣୁ ସଂଗ୍ରହ କରାଯାଇଥାଏ । ସଂଗୃହିତ ଡିମ୍ବାଣୁ ଓ ଶୂକ୍ରାଣୁ ଲାବୋରଟାରିରେ ମାକ୍ରୋସ୍କୋପ ଜରିଆରେ ଫର୍ଟିଲାଇଜେସନ୍ ପାଇଁ ଛାଡି ଦିଆଯାଏ । ୧୬ ରୁ ୧୮ ଘଣ୍ଟା ପରେ କେତୋଟି ଭ୍ରୁଣ ସୃଷ୍ଟି ହୋଇଛି ଓ ତା’ ର ଆକାର ଦେଖି ସେଗୁଡିକର ବିକାଶ ପାଇଁ ନୂଆ କଲ୍ଚର ମିଡିଆକୁ ଛଡ଼ାଯାଏ । ୩/୪ ଦିନ ପରେ ସେଗୁଡିକ ଭଲଭାବେ ବିକଶିତ ହେବ ପରେ ମା’ ଗର୍ଭାଶୟ ମଧ୍ୟକୁ ଭ୍ରୁଣମାନଙ୍କୁ ଛଡ଼ାଯାଇଥାଏ । କାଳେ ଗୋଟିଏ ଭ୍ରୁଣ ନଷ୍ଟ ହୋଇଯିବ ସେହି ଆଶଙ୍କାରେ ସାଧାରଣତଃ ଦୁଇଟି ଭ୍ରୁଣ ମା’ ଗର୍ଭାଶୟ ଭିତରକୁ ଛଡାଯାଇଥାଏ ।
ନା ସେମିତି କିଛି ନାହିଁ । ସାଧାରଣତଃ ଲୋକମାନଙ୍କ ଧାରଣା ଯେ, ଟେଷ୍ଟଟ୍ୟୁବ୍ ବେବି ମାନକ ଆୟୁଷ କମ ଥାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ଲ୍ୟାବରେ କେବଳ ରକ୍ତ ଶିଶୁର ଭ୍ରୁଣ ସୃଷ୍ଟି କରାଯାଇଥାଏ । ପରେ ସେ ମା’ ଗର୍ଭାଶୟକୁ ସ୍ଥାନାନ୍ତର ହେବାପରେ ମା’ ଶରୀରରେ ଖାଦ୍ୟ, ପାନୀୟ ଓ ରକ୍ତ ଦ୍ଵାରା ହିଁ ତା’ର ସମସ୍ତ ବିକାଶ ହୋଇଥାଏ । ତେଣୁ ଟେଷ୍ଟଟ୍ୟୁବ୍ ବେବି ଠାରେ ସେମିତି କିଛି ଅସ୍ଵାଭାବିକତା ଦେଖାଯାଇ ନଥାଏ । ଏହି ପ୍ରକ୍ରିୟା ସମୟରେ ବେଳେ ବେଳେ ତଳିପେଟ ଦରଜ, ମୁଣ୍ଡ ବୁଲାଇ ଦେବା ଓ ବାନ୍ତି ହେବା ଆଦି ସମସ୍ୟା ମା’ ଠାରେ ଦେଖାଯାଇପାରେ । ତେଣୁ ଏହି ସବୁ ହରମୋନ୍ ଡାକ୍ତରଙ୍କ ତତ୍ଵା ବଧାନରେ ନେବା ଉଚିତ । ସେହି ସମୟରେ ପ୍ରଚୁର ଜଳୀୟ ପଦାର୍ଥ ଖାଇବା ସହ ପାଣି ପିଇବା ଭଲ ।
ମା’ ର ବୟସ ୩୫ -୪୦ ବର୍ଷ ଭିତରେ ହୋଇଥିଲେ, ଡିମ୍ବାଣୁ ଓ ଶୁକ୍ରାଣୁର ଗୁଣାବତ୍ତା ଭଲ ଥିଲେ ଟେଷ୍ଟଟ୍ୟୁବ୍ ବେବିର ସଫଳତା ୪୫-୫୦% ପର୍ଯ୍ୟନ୍ତ ରହିଛି । ସାଧାରଣତଃ ଲୋକମାନେ ସନ୍ତାନ ହୋଇ ନ ଥିଲେ ସବୁ ପ୍ରକାର ଚେଷ୍ଟା କରିସାରିବା ପରେ ଅଧିକ ବୟସରେ ଟେଷ୍ଟଟ୍ୟୁବ୍ ବେବି ପାଇଁ ଆସିଥା’ନ୍ତି । ଏହି ଭଳି କ୍ଷେତ୍ରରେ ମା’ ଗର୍ଭାଶୟକୁ ଭ୍ରୁଣ ସ୍ଥାନାନ୍ତର ପରେ ଏହା ନଷ୍ଟ ହୋଇ ଯିବାର ବହୁ ଆଶଙ୍କା ରହିଛି ।
ଆଧାର - ସ୍ୱାସ୍ଥ୍ୟ ଡାଏରୀ
Last Modified : 1/28/2020