ମା’ ଶବ୍ଦକୁ ଛାଡିଦେଲେ ବୋଧହୁଏକୌଣସି ଦ୍ଵିତୀୟ ଶବ୍ଦ ନାହିଁ; ଯାହା ପ୍ରାଣରେ ଶୀତଳତା ଭରିଦେବା ସହ ଛାତିରେ ଭରସାର ଢେଉ ଖେଳାଇଥାଏ । ମାତୃତ୍ଵ ନାରୀର ସହଜାତ ପ୍ରବୃତ୍ତି ମାତୃତ୍ଵ ଜେନ ନାରୀକୁ ପୂର୍ଣ୍ଣତାପ୍ରଦାନ ସହିତ ସୌଭାଗ୍ୟବତୀ କରିଥାଏ । ଗର୍ଭଧାରଣ ପରଠାରୁ ନାରୀ ଅନ୍ତରରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୋଇଥାଏ । ମା’ ବକ୍ଷରୁ ଝରୁଥିବା ଅମୃତ ଧାରା ପାନ କରି ଶିଶୁଟି ବଡ ହୁଏ ।
ସନ୍ତାନ ପ୍ରସବର ଆନନ୍ଦ ଅନେକ ସମୟରେ ନାରୀକୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ । ସବୁ ମା’ ସମଭାବରେ ଭାଗ୍ୟବତୀ ନୁହଁନ୍ତି । ସନ୍ତାନ ପ୍ରସାବ ପୂର୍ବରୁ କିମ୍ବା ସନ୍ତାନ ପ୍ରସାବ ପରେ ଯତ୍ନ ଅଭାବରୁ ଅନେକ ମା’ ଆଖି ବୁଜିଥାନ୍ତି । ଅସମୟରେ ଆଖି ବୁଜିଦେଉଥିବା ମା’ଙ୍କ ଦୁର୍ଭାଗ୍ୟ ଯେତିକିକରୁଣ, ମା’ ଛେଉଣ୍ଡ ନବଜାତକଙ୍କ ଭବିଷ୍ୟତ ମଧ୍ୟ ସେତିକି ଅନିଶ୍ଚିତ ।
ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ଚିକିତ୍ସା ସୁବିଧା ପାଇବା ସହିତ ଗର୍ଭବତୀ ନାରୀ ସୁସ୍ଥ ରହିବା ଅର୍ଥ ହେଉଛି ନିରାପଦ ମାତୃତ୍ଵ । ମାତୃତ୍ଵ ସୁରକ୍ଷା କହିଲେ ଆମେ ସାଧାରତଃ ଉଭୟ ମା’ ଓ ଶିଶୁର ସୁରକ୍ଷାକୁ ବୁଝିଥାଉ । ନିରାପଦ ମାତୃତ୍ଵନିମନ୍ତେ ଗର୍ଭବତୀ ମହିଳା ଏବଂ ପରିବାରର ସଦସ୍ୟ ସଚେତନ ହେବା ଆବଶ୍ୟକ । ସୁସ୍ଥ, ଶିକ୍ଷିତା ଓ ସଚେତନ ମା’ ଟିଏ ହିଁ ସୁସ୍ଥ ଶିଶୁକୁ ଜନ୍ମ ଦେବା ସହ ସମାଜର କର୍ଣ୍ଣଧାର ହୋଇପାରିବ । ଭାରତରେ ପ୍ରତି ୫ ମିନିଟ୍ ରେ ଜେନ ମହିଳା ଗର୍ଭଜନିତ କାରଣରୁ ପ୍ରାଣ ହରାଇଥାନ୍ତି । ଦେଶରେ ପ୍ରତିବର୍ଷ ୧ ଲକ୍ଷ ୨୧ ହଜାର ମହିଳା ଏହି କାରଣରୁ ପ୍ରାଣ ହରାଉଛନ୍ତି । ଗର୍ଭଧାରଣ ଜନିତ କାରଣରୁ ବିକାଶଶୀଳ ଦେଶରୁ ମାତୃ ମୃତ୍ୟୁ ହାର ବିକଶିତ ଦେଶରେ ହେଉଥିବା । ମୃତ୍ୟୁ ହାର ଠାରୁ ୩୬ ଗୁଣ ଅଧିକ । ଆମ ରାଜ୍ୟରେ ମାତୃ ମୃତ୍ୟୁହାର ୧ ଲକ୍ଷରେ ୨୫୮ ରହିଛି । ମାତୃମୃତ୍ୟୁ ହରଡ଼ ଅନେକ କାରଣ ରହିଛି । ଗର୍ଭାବସ୍ଥାରେ ରକ୍ତହୀନତା ଯୋଗୁଁ ୧୯ ପ୍ରତିଶତ, ରୋଗ ଜୀବାଣୁ ସଂକ୍ରମଣ ଯୋଗୁଁ ୧୧ ପ୍ରତିଶତ, ଅସୁରକ୍ଷିତ ଗର୍ଭପାତ ଯୋଗୁଁ ୨୮ ପ୍ରତିଶତ, ମାରାତ୍ମକ ରୋଗ ଯୋଗୁଁ ୮ ପ୍ରତିଶତ, ବୟସାଧିକ ଗର୍ଭଧାରଣ ଯୋଗୁଁ ୩୪ ପ୍ରତିଶତ ମାତୃ ମୃତ୍ୟୁ ଘଟିଥାଏ । ପ୍ରସବ ସମୟରେ ୨୫ ପ୍ରତିଶତ ପ୍ରସବର ୭ ଦିନ ପରେ ୨୦ ପ୍ରତିଶତ, ପ୍ରସବର ୨ ରୁ ୬ ସପ୍ତାହ ମଧ୍ୟରେ ୫ ପ୍ରତିଶତ ମହିଳା ମୃତ୍ୟୁର ଶିକାର ହୋଇଥାନ୍ତି ।
କମ୍ ବୟସରେ ମାତୃତ୍ଵ ଓ ସନ୍ତାନ ପ୍ରସାବରେ କମ୍ ସମୟ ବ୍ୟବଧାନ ହିଁ ମାତୃମୃତ୍ୟୁର ପ୍ରମୁଖ କାରଣ । ସାଧାରଣତଃ ସନ୍ତାନ ପ୍ରସବର ବୟସ ୧୫ ରୁ ୪୫ ବର୍ଷ ହୋଇଥିଲେ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ଵ ଓ ୪୦ ବର୍ଷରୁ କମ୍ ବୟସର ମହିଳା ଗର୍ଭବତୀ ହେବା ନିରାପଦ । ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆନେଟିଙ୍କାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାଯାଏ, ବିଶ୍ଵର ମୋଟ ଲୋକସଂଖ୍ୟାର ୧୫ ପ୍ରତିଶତ ଭାରତରେ କମ୍ ବୟସରେ ବିବାହକରିଥାନ୍ତି । ତେଣୁ ୧୮ ବର୍ଷରୁ କମ୍ ବଯସର ମା’ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରିବ ନା ନିଜେ ସୁସ୍ଥ ରହିପାରିବ । ଅଳ୍ପ ବୟସରେ ଗର୍ଭଧରଣ କରୁଥିବା କିଶୋରଙ୍କ ଅସ୍ଥି ଦୁର୍ବଳ ହେବାର ଆଶଙ୍କା ବୃଦ୍ଧି କରିଥାଏ । ଏକ ତୃତୀୟାଂଶ କିଶୋରୀ ଏହି ରୋଗର ଶିକାର ହୋଇଥାନ୍ତି ।
ଗର୍ଭସ୍ଥ ଶିଶୁ ନିଜର ବିକାଶ ପାଇଁ ମା’ଠାରୁ ସମସ୍ତ ପୋଷକ ଗ୍ରହଣ କରିଥାଏ । ତେଣୁ ଗର୍ଭଧାରଣ ସମୟରେ ମା’ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଆବଶ୍ୟକ କରେ । ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁର ଅବିବୃଦ୍ଧି ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ଶ୍ଵେତସାର, ଭିଟାମିନ୍ ଓ ଧାତବଲବଣ ଆବଶ୍ୟକ ହୁଏ । ତେଣୁ ଗର୍ଭବତୀ ମହିଳା ଡାଲି ଜାତୀୟ ଖାଦ୍ୟ, କ୍ଷୀର, ଦହି ମାଛ ମାଂସ ଭାତ, ରୁଟି ଘିଅ, ଲହୁଣି, ଶାଗ ସଜନା ଛୁଇଁ, କଞ୍ଚା କଦଳୀ, ସବୁଜ ପାରିବା ଆଦି ଖାଇବା ଉଚିତ୍ । ଶରୀରରେ ଲୌହସାର ଠିକ୍ ରହିବାପାଇଁ ତଥା ଗର୍ଭାବସ୍ଥାରେ ରକ୍ତହୀନତା ନହେବାପାଇଁ ୧୦୦ ଟି ଲୌହ ବଟିକା ୩ ମାସ ପାଇଁ ଗର୍ଭବତୀ ମହିଳା ଖାଇବା ଉଚିତ୍ । ଗର୍ଭବତୀ ମହିଳାଙ୍କ ପାଇଁ ସରକାରୀ ସ୍ତରରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଔଷଧ ବଣ୍ଟନ କରାଯାଉଛି । ଏସବୁର ସଦୁପଯୋଗ ଆବଶ୍ୟକ ।
ଆଧାର - ସ୍ୱାସ୍ଥ୍ୟ ଡେକ୍ସ
ମାତୃତ୍ଵ ପ୍ରଭୁଙ୍କର ଏକ ସାର୍ଥକ ସୃଷ୍ଟି, ଏକ ସୁନ୍ଦର ସ୍ଵପ୍ନ । ସେ ସ୍ଵପ୍ନ ସାକାର ହୁଏ, ଯେତେବେଳେ ମା’ର କୋଳ ପୂର୍ଣ୍ଣ କରି ଏକ ସୁସ୍ଥ ଶିଶୁଟିଏ ଜନ୍ମ ନିଏ । ତେବେ ମାତୃତ୍ଵର ଏ ପଥ ସବୁବେଳେ ନିରାପଦ ନୁହେଁ । ଟିକିଏ ଅସାବଧାନତାରେ ଗର୍ଭ ଓ ପ୍ରସବଜନିତ ଜଟିଳତା ସହ ମା’ ଓ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ ।
ନିଜ ସନ୍ତାନକୁ ଜନ୍ମଦେବା ଏକ ନାରୀ ଜୀବନରେ ସବୁଠୁ ଖୁସିର, ମୂହୁର୍ତ୍ତ । ହେଲେ ଦୁଃଖର ବିଷୟ ଯେ, ଅନେକ ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି । କାରଣ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରତ୍ୟକ ମିନିଟ୍ ରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ନିଶ୍ଚିତ ଭାବରେ ଗୋଟିଏ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି । ସେ କୈଶୋର ବା ଆଦ୍ୟଯୌବନରେ ପାଦଦେଇଥିବା ବାଳିକା ବଧୂଟିଏ ହୋଇପାରେ ଯିଏ କି ମାନସିକ ବା ଶାରୀରିକ ସ୍ତରରେ ଶିଶୁଟିକୁ ଜନ୍ମ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ କିମ୍ବା ସେ ଗୋଟିଏ ବୟସ୍କା ମହିଳା ହୋଇଥାଇପାରେ ଯିଏ କି ଅନେକ ସନ୍ତାନ ଥିବା ଏକ ବଡ ପରିବାରକୁ ଚଳାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥାଏ ତେଣୁ ଗୋପନୀୟ ଭାବରେ ନିଜର ଅବାଞ୍ଛିତ ଗର୍ଭନଷ୍ଟ କରିଥାଏ । ମହିଳାମାନେ ଡାକ୍ତର ଓ ଚିକିତ୍ସା ତଥା ରକ୍ତ ଓ ଔଷଧ ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି । ଗୋଟିଏ ମା’ର ମୃତ୍ୟୁ ଏକ ପରିବାରର କ୍ଷତି ନୁହେଁ, ଏହା ଏକ ସାମାଜିକ କ୍ଷତି, ଏହା ସାରା ଦେଶର କ୍ଷତି ।
ପ୍ରତ୍ୟକ ମାତୃ ମୃତ୍ୟୁ ବା’ ମେଟରନାଲ୍ ମୋର୍ଟାଲିଟି ସହ ପ୍ରାୟ ୧୫ ଜଣ ମହିଳା ଦୁର୍ବଳ ଓ ରୁଗଣ ସ୍ୱାସ୍ଥ୍ୟ ସହ ବଞ୍ଚି ରହନ୍ତି ଏବଂ ଏଥିପାଇଁ ପରିବାରରୁ ବିତାଡିତ ମଧ୍ୟ ହୋଇଥାନ୍ତି । ତେଣୁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାର ଏକ ସମ୍ମିଳନୀରେ ଡ.ମାଲକମ୍ ପଟମ୍ କହିଥିଲେ ଯେ, ପୃଥିବୀରେ ମାତୃ ମୃତ୍ୟୁ ଏଭଳି ଭାବରେ ଭାବରେ ଘଟୁଛି ଯେପରି ଏକ ବିରାଟ ଜେଟ୍ ବିମାନ ପ୍ରତି ଚାରି ଘଣ୍ଟାରେ ଭୟାବହ ଦୁର୍ଘଟଣାର ଶିକାର ହେଉଛି ଏବଂ ତା’ ଭିତରେ ବସିଥିବା ପ୍ରାୟ ୨୫୦ମହିଳା ଯାତ୍ରୀ ଏକ ସଙ୍ଗରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସାରା ବିଶ୍ଵରେ ପ୍ରତିବର୍ଷ ମାତୃ ମୃତ୍ୟୁସଂଖ୍ୟା ୬ ଲକ୍ଷ । ଏହା ମଧ୍ୟରୁ ୯୯ ଭାଗ ମୃତ୍ୟୁ ପ୍ରାୟ ବିକାଶୋନ୍ମୁଖୀ ଦେଶରେ ଘଟିଥାଏ । ସାରା ବିଶ୍ଵର ଶତକଡା ୪୬ ଭାଗ ମାତୃ ମୃତ୍ୟୁ କେବଳ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ହୋଇଥାଏ ।
ଦୃତ ଗତିରେ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ୧୯୮୭ ମସିହାରେ ନାଇରୋବି କେନିଆଠାରେ ନିରାପଦ ମାତୃତ୍ଵର କେତେକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଲେ । ଏହାର ଉଦ୍ଦେଶ୍ୟ ଥିଲା ଝିଅ ଓ ମା’ ମାନଙ୍କର ଜୀବନଜାପାନ ଶୈଳୀକୁ ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ଅଭିବୃଦ୍ଧି କରିବା । ପ୍ରଗତିବାଦୀ ରାଷ୍ଟ୍ରଗୁଡିକରେ ୨୨ ଜଣ ପ୍ରତି ଏକ ଲକ୍ଷ ହେବା ବେଳେ ପ୍ରଗତିଶୀଳ ରାଷ୍ଟ୍ରଗୁଡିକରେ ଏହାର ମାତ୍ରା ୨୦ ଜଣ ଅଧିକ ଏବଂ ୨୦୨୦ ସୁଦ୍ଧା ମାତୃମୃତ୍ୟୁ ହାର ଶତକଡା ୮୦ ଭାଗ ଓ ଶିଶୁମୃତ୍ୟୁହାର ଶତକଡା ୪୦ ଭାଗ କମାଇବା ପାଇଁ ସ୍ଥିର କରଯାଇଥିଲା । ଏହି ନିରାପଦ ମାତୃତ୍ଵର ପ୍ରଥମ ଯତ୍ନ ମା’ ଗର୍ଭରେ ଥିବା କନ୍ୟା ଶିଶୁ ଠାରୁ ହିଁ ଆରମ୍ଭ ହୋଇଥାଏ ।
ଶତକଡା ୭୫ ଅବାଞ୍ଛିତ ଓ ଦୂଷିତ ଗର୍ଭପାତ, ୧୩ ପ୍ରତିଶତ ଆସ୍ଥାନିକ (ଡିମ୍ବବାହୀ ନଳୀରେ) ଗର୍ଭପାତ, ୭ ପ୍ରତିଶତ ଗର୍ଭପାତ ପୂର୍ବରୁ ଓ ପରେ ରକ୍ତସ୍ରାବ, ୨୫ ପ୍ରତିଶତ ବ୍ୟାହାତ ଗର୍ଭପାତ, ୮ ଭାଗ ଦୂଷିତ, ୧୫ ପ୍ରତିଶତ ସୂତିକାଜ୍ଵର ।
୨୫ ପ୍ରତିଶତ ରକ୍ତହୀନତା, ହୃଦବକ୍ଷରୋଗ, ମଧୁମେହ ରୋଗ, ଥାଇରଏଡ ରୋଗ, କାମଳ ରୋଗ ଓ ମ୍ୟାଲେରିଆ ।
ବୟସ-୧୫ ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ, ଅଳ୍ପ ବ୍ୟବଧାନରେ ବାରମ୍ବାର ଗର୍ଭଧାରଣ ଓ ଅଧିକ ସନ୍ତାନ ଜନ୍ମ କରିଥିବା ମା’, ଦାରିଦ୍ର୍ୟ, ଅର୍ଥ ଓ ଶିକ୍ଷା ଅଭାବ, ଗର୍ଭାବସ୍ଥାରେ ଯତ୍ନ ଓ ଗର୍ଭପାତ ପରେ ଯତ୍ନର ଅଭାବ, ଅବାଞ୍ଛିତ ଗର୍ଭପାତ । ଆବଶ୍ୟକତାଠାରୁ କମ୍ ପରିମାଣରେ ସେବା ଓ ଯେତେ ସେବା ମିଳୁଛି ସେଗୁଡିକ ଠିକ୍ ଭାବରେ ଉପଯୋଗ ନ ହେବା, ରାସ୍ତାଘାଟର ସୁବିଧା ଓ ରେଫେରାଲ୍ ସୁବିଧାର ଅଭାବ ଏବଂ ପୁଅଝିଅ ମଧ୍ୟରେ ସାମାଜିକ ପ୍ରଭେଦ । ମାତୃମୃତ୍ୟୁର ପ୍ରଥମ ଓ ପ୍ରଧାନ କାରଣ ହେଉଛି ମହିଳାମାନଙ୍କର ଶୋଚନୀୟ ସାମାଜିକ ସ୍ଥିତି । ଏହାଛଡା ଲିଙ୍ଗଭେଦ ଓ ଲିଙ୍ଗଗତ ବୈଷମ୍ୟ ମଧ୍ୟ ମାତୃମୃତ୍ୟୁର ଅନ୍ୟ ଏକ କାରଣ । ସେମାନେ ନିରକ୍ଷର ହୋଇଥିବାରୁ ଉପାର୍ଜନକ୍ଷମା ହୋଇପାରନ୍ତି ନାହିଁ ଏବଂ ସମ୍ବଳହୀନା ହୋଇଥାନ୍ତି, ସେମାନେ ପ୍ରାଥମିକ ସ୍ତରରେ ଶିକ୍ଷାଦାନରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି । ଏହାଛଡା ସେମାନେ ଘରକାମ ସହ ପ୍ରଚୁର କାମ କରି କ୍ଲାନ୍ତ ହୋଇପଡନ୍ତି । ଘରେ ସବା ଶେଷରେ ଖାଆନ୍ତି ଏବଂ ସବୁଠାରୁ କମ୍ ଖାଆନ୍ତି । କେବଳ ସେତିକି ନୁହେଁ, ପ୍ରସୂତିକାଳୀନ କୌଣସି ପରୀକ୍ଷା ବା ସାହାଯ୍ୟ ନେଇପାରନ୍ତି ନାହିଁ, ସୁଷମ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ଡାକ୍ତରଖାନାରେ ପ୍ରସବ କଥା ତ’ ଦୂରର କଥା ବିଶେଷଜ୍ଞ, ଅଭିଜ୍ଞ ଚିକିତ୍ସକ ବା ତାଲିମପ୍ରାପ୍ତ ଅଭିଜ୍ଞ ଧାଈ ବା ସେବିକାଙ୍କର ସାହାଯ୍ୟ ନେଇପାରନ୍ତି ନାହିଁ ।
ଗର୍ଭାବସ୍ଥାରେ ପ୍ରଥମ ସୋପାନରୁ ମା’ର ଯତ୍ନ ନିଆଗଲେ ମା’ ମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇପାରିବେ । ଏଥିପାଇଁ ପରିବାର ତଥା ଗାଁ ଗହଳିରେ ସଚେତନତା ସୃଷ୍ଟି ସର୍ବଦା ଜରୁରୀ । ମହିଳାମାନଙ୍କ ପାଇଁ ଖାଦ୍ୟ ଓ ଶିକ୍ଷାର ମାନ ବଢାଇବାକୁ ହେଲେ ସମାଜରେ ତାଙ୍କର ସ୍ଥିତିର ଉନ୍ନତି କରିବା ଉଚିତ । ତେଣୁ ଏକ ବିଂଶ ଶତାବ୍ଦୀରେ ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁ ପାଇଁ ପଦକ୍ଷେପ ଗୁଡିକ ହେଲା ଆମ ଦେଶରେ “ଏମର୍ଜେନ୍ସି ଅବଷ୍ଟ୍ରେଟିକ ସର୍ଭିସ୍” ତ୍ୱରାନ୍ୱିତ କରିବା । ଏହାଛଡା ନାରୀ ଶିକ୍ଷାର ଅଗ୍ରଗତି, ନାରୀମାନଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ଦେବା ଜରୁରୀ ପରିବାର ନିୟନ୍ତ୍ରଣର ବିଭିନ୍ନ ଉପାୟମାନ ରେଡିଓ, ଟେଲିଭିଜନ ଓ ଖବରକାଗଜ ଜରିଆରେ ଗ୍ରାମାଞ୍ଚଳରେ ପରିବେଷଣ କରିବା ଉଚିତ । ବିକାଶଶୀଳ ଦେଶ ଭଳି ଆମ ଭାରତ ବର୍ଷରେ ମଧ୍ୟ ଅନେକ ନାରୀ ସଫଳତାର ଶୀର୍ଷତମ ସ୍ଥାନରେ ପହଞ୍ଚିଛନ୍ତି । ତେଣୁ ଏକ ଆତ୍ମତୃପ୍ତିର ସ୍ମିତହାସ୍ୟ ସହ ମା; ଓ ସୁସ୍ଥ ଶିଶୁର ପରିକଳ୍ପନା ହିଁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବ ।
ସଂଗୃହିତ – ଡ. ସରୋଜିନୀ ଷଡଙ୍ଗୀ
ଗର୍ଭଧାରଣ ଓ ପ୍ରସବ ସମ୍ପର୍କିତ ସମସ୍ୟା ଯୋଗୁଁ ପ୍ରତିଦିନ ପ୍ରାୟ ୧୪୦୦ ମହିଳା ମୃତ୍ୟୁବରଣ କରିଥାଆନ୍ତି । ପ୍ରତି ହଜାରରେ ଦଶରୁ ଅଧିକଙ୍କ କ୍ଷେତ୍ରରେ ଗର୍ଭଧାରଣ ସମୟରେ ଜଟିଳତା ଦେଖାଯାଇଥାଏ । ଏଥିରୁ ଅଧିକାଂଶ କ୍ଷେତ୍ରରେ ମା ଓ ଶିଶୁ ଦୁହିଁଙ୍କ ଜୀବନ ପ୍ରତି ବିପଦ ରହିଥାଏ କିମ୍ବା ସେମାନେ ଅକ୍ଷମ ହୋଇଯାଆନ୍ତି ।
ଗର୍ଭବତୀ ହେବା ଆଗରୁ ମହିଳାଙ୍କର ସ୍ୱାସ୍ଥ୍ୟ ଭଲ ଥିଲେ, ସେ ଯଥେଷ୍ଟ ପୃଷ୍ଟିକର ଖାଦ୍ୟ ପାଉଥିଲେ, ପ୍ରତ୍ୟକ ଗର୍ଭଧାରଣ ସମୟରେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଅତି କମରେ ଚାରିଥର ପରୀକ୍ଷା କରି ନେଇଥିଲେ ଏବଂ ପ୍ରସବ ସମୟରେ ଜଣେ ଡାକ୍ତର, ନର୍ସ ବା ଧାଈ ଭଳି ପ୍ରଶିକ୍ଷିତ ସହାୟକର ସାହାଯ୍ୟ ନେଲେ ପ୍ରସବ କାଳରେ ଦେଖା ଯାଉଥିବା ବିଭିନ୍ନ ବିପଦ ବେଶ୍ କମିଯାଏ । ତା’ଛଡା ମହିଳା ଜଣକ ପ୍ରସବ କରିବାର ୧୨ ଘଣ୍ଟା ଯାଏଁ ଏବଂ ୬ ସପ୍ତାହ ପରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ପ୍ରସବ ପୂର୍ବ ଏବଂ ପର ସମୟରେ ସେବା ଯୋଗାଇବା, ପ୍ରସବ ସମୟରେ ସହାୟତା କରିବା ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଗର୍ଭଧାରଣ ଓ ପ୍ରସବ ସମୟରେ ଜଟିଳ ସମସ୍ୟାରେ ପଡୁଥିବା ମହିଳାଙ୍କର ସ୍ଵତନ୍ତ୍ର ଯତ୍ନ ନେବା ଓ ବିଶେଷଜ୍ଞଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ହେଉଛି ସରକାରଙ୍କର ବିଶେଷ ଦାୟିତ୍ଵ । ଗର୍ଭବତୀ ମହିଳାଙ୍କ ଆବଶ୍ୟକ ସେବା ସମେତ ସମସ୍ତ ପ୍ରକାର ମହିଳା ବିରୋଧୀ ପାତରଅନ୍ତରକୁ ଦୂର କରିଦେବା ପାଇଁ ଏକ ଆନ୍ତର୍ଜାତିକ ଚୁକ୍ତିକୁ ଅଧିକାଂଶ ସରକାର ଅନୁମୋଦନ କରିଛନ୍ତି ।
ପ୍ରତ୍ୟକ ଗର୍ଭଧାରଣ ସହ କିଛି ବିପଦ ରହିଥାଏ । ଅଧିକାଂଶ ଜଟିଳତା ବିଷୟରେ ଆଗୁଆ ଜାଣିହୁଏ । ପ୍ରଥମ ପ୍ରସବ ଉଭୟ ମାଆ ଓ ଶିଶୁ ପାଇଁ ବିପଦଜନକ । ପ୍ରତ୍ୟକ ଗର୍ଭଧାରଣ ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ଅତି କମରେ ଚାରିଥର ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଉଚିତ । ପ୍ରସବ ପାଇଁ ଉପଯୁକ୍ତ ସ୍ଥାନ ବାଛିବାରେ ଡାକ୍ତର, ନର୍ସ ବା ଧାଈ ଭଳି ଜଣେ ପ୍ରଶିକ୍ଷିତ ସହାୟକଙ୍କ ପରାମର୍ଶ ନେବା ଉଚିତ ।
ଗର୍ଭଧାରଣ ଓ ପ୍ରସବ ସମୟରେ ଏବଂ ପ୍ରସବ ପରେ କୌଣସି ପ୍ରାକସୂଚନା ନଦେଇ ମଧ୍ୟ ବିପଦଜନକ ସମସ୍ୟା ଆସିପାରେ। ତେଣୁ ସବୁ ପରିବାର ସେଥି ପ୍ରତି ସଚେତନ ରହିଥିବା ଓ ପାଖର ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ ଜାଣିଥିବା ଦରକାର । କୌଣସି ଅସୁବିଧା ପାଇଁ ଯୋଜନା ଓ ଅର୍ଥ ପ୍ରସ୍ତୁତ କରି ରଖିଥିବା ମଧ୍ୟ ଆବଶ୍ୟକ । ଫଳରେ ଯେକୌଣସି ସମୟରେ ମହିଳା ଜଣକୁ ସେମାନେ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇପାରିବେ । ଯଦି ସମ୍ଭବ ହୁଏ ତେବେ ମହିଳା ଜଣକୁ ସ୍ୱାସ୍ଥ୍ୟକେନ୍ଦ୍ର ପାଖକୁ ଅସ୍ଥାୟୀ ଭାବରେ ନେଇଯିବା ଉଚିତ ।
ପ୍ରସବଟି କଷ୍ଟକର ହେବାର ସମ୍ଭାବନା ଜଣାପଡିଲେ ଡାକ୍ତରଖାନା ବା ପ୍ରସବ କେନ୍ଦ୍ରରେ ପ୍ରସବ କରାଇବା ଉଚିତ । ସବୁ ପ୍ରସବ, ବିଶେଷ କରି ପ୍ରଥମ ପ୍ରସବ, ଡାକ୍ତରଖାନା ବା ପ୍ରସବ କେନ୍ଦ୍ରରେ ହେବା ଉଚିତ ।
ପ୍ରତ୍ୟକ ପରିବାର କାରଣ ତଥା ସମସ୍ୟାର ସତର୍କ ସୂଚନା ବିଷୟରେ ଜାଣିଥିବା ଉଚିତ । ଗର୍ଭଧାରଣ ପୂର୍ବରୁ ବିପଦର କେତେକ କାରଣ
ଗର୍ଭଧାରଣ ସମୟରେ ସତର୍କ ସୂଚନା
ଯଥାଶୀଘ୍ର ସାହାଯ୍ୟ ନେବା ପାଇଁ ସଙ୍କେତ
ପ୍ରତିଥର ଗର୍ଭଧାରଣ ବେଳେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, କାରଣ କିଛି ବଡ ସମସ୍ୟା ଆସିବାର ସମ୍ଭାବନା ସବୁବେଳେ ରହିଥାଏ । ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ବା ଗର୍ଭବତୀ ହେବା କଥା ଜାଣିବା ପରେ ଉପଯୁକ୍ତ ସ୍ୱାସ୍ଥ୍ୟ ସହାୟତା ନେଲେ ଅଧିକାଂଶ ବିପଦକୁ ଏଡାଇ ଦିଆଯାଇପାରିବ । ପ୍ରତି ଗର୍ଭଧାରଣ ସମୟ ମଧ୍ୟରେ ଅତିକମରେ ଚାରିଥର, ପ୍ରସବ ପରେ ୧୨ ଘଣ୍ଟା ଯାଏଁ ଏବଂ ପ୍ରସବର ୬ ସପ୍ତାହ ପରେ ପରୀକ୍ଷା କରାଇବା ଉଚିତ ।
ଗର୍ଭଧାରଣ ସମୟରେ ଯଦି ରକ୍ତସ୍ରାବ ବା ପେଟ ବ୍ୟଥା ହୁଏ ବା ଉପରେ ଦିଆଯାଇଥିବା କୌଣସି ସତର୍କ ସୂଚନା ଦେଖାଯାଏ, ତେବେ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀ ବା ପ୍ରଶିକ୍ଷିତ ପ୍ରସବ ସହାୟତାଙ୍କ ପରାମର୍ଶ ନେବା ଉଚିତ ।
ଜଣେ ପ୍ରଶିକ୍ଷିତ ପ୍ରସବ ସହାୟକ ପ୍ରସବ ସମୟରେ ସହାୟତା କରିବା ସହ ପ୍ରସବର ୧୨ ଘଣ୍ଟା ପର ଯାଏଁ ମା ଓ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିଲେ ମା ’ ଓ ଶିଶୁ ଅସୁସ୍ଥ ହେବା ବା ତାଙ୍କର ମୃତ୍ୟୁ ହେବାର ସମ୍ଭାବନା କମିଯିବ ।
ତଳ ଉପାୟରେ ଜଣେ କୁଶଳୀ ପ୍ରସୂତି ସହାୟକ (ଡାକ୍ତର, ନର୍ସ ବା ପ୍ରଶିକ୍ଷିତ ଧାଈ) ବିପଦମୁକ୍ତ ଗର୍ଭଧାରଣରେ ଓ ଶିଶୁକୁ ସ୍ୱାସ୍ଥ୍ୟବାନ ରଖିବାରେ ସାହାଯ୍ୟ କରିପାରିବେ :-
ପ୍ରସବ ସମୟରେ କୁଶଳୀ ସହାୟକ ଜାଣନ୍ତି
ପ୍ରସବ ପରେ ଜଣେ କୁଶଳୀ ସହାୟକ କ’ଣ କରିବା ଉଚିତ
ଜଣେ ଗର୍ଭବତୀ ମହିଳା ତା’ର ପରିବାର ଯୋଗାଇ ପାରୁଥିବା ସବୁ ଠାରୁ ଭଲ ଖାଦ୍ୟ ଖାଇବା ଉଚିତ । କ୍ଷୀର, ଫଳ, ପନିପରିବା, ମାଂସ, ମାଛ, ଅଣ୍ଡା, ଶସ୍ୟ, ମଟରଦାନା, ବିନ୍ ଆଦି ଏହିଭଳି କିଛି ଖାଦ୍ୟ । ଏହିସବୁ ଖାଦ୍ୟ ଗର୍ଭଧାରଣ ସମୟରେ ଖାଇବାରେ କିଛି ବିପଦ ନଥାଏ ।
ଗର୍ଭବତୀ ଥିବା ସମୟରେ ଲୌହ, ଜୀବସାରର ଏବଂ ଫୋଲିକ ଅମ୍ଳ ଥିବା ଖାଦ୍ୟ ଖାଇଲେ ମହିଳା ଜଣକ ସୁସ୍ଥ ସବଳ ଅନୁଭବ କରିବ । ଏହି ଉପାଦାନ ମାଂସ, ମାଛ, ଅଣ୍ଡା, ସବୁଜ ପନିପରିବା, କମଳା ଜାତୀୟ ଫଳ ଏବଂ ପରିବାରୁ ଯଥେଷ୍ଟ ପରିମାଣରେ ମିଳିଥାଏ । ରକ୍ତହୀନତାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟକର୍ମୀ ମାନେ ଲୌହ ବଟିକା ଯୋଗାଇ ପାରିବେ । ଜୀବସାର କ ଅଭାବ ଦେଖା ଯାଉଥିବା ଅଞ୍ଚଳରେ ସେମାନେ ଜୀବସାର କ ଯୋଗାଇ ସଂକ୍ରମଣ ରୋକିପାରିବେ । ଗର୍ଭବତୀ ମହିଳା ପ୍ରତିଦିନ ୧୦,୦୦୦ ଆନ୍ତର୍ଜାତିକ ଏକକ (ଏ.ୟୁ.) ବା ସପ୍ତାହକୁ ୨୫୦୦୦ ଆନ୍ତର୍ଜାତିକ ଏକକ (ଏ.ୟୁ.) ରୁ ଅଧିକ ପରିମାଣର ଜୀବସାର କ ଖାଇବା ଉଚିତ ନୁହେଁ ।
ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଉଚିତ । ଯେଉଁ ମହିଳାଙ୍କ ଖାଦ୍ୟରେ ଯଥେଷ୍ଟ ପରିମାଣର ଆୟୋଡିନ ନଥାଏ, ସେମାନଙ୍କ କ୍ଷେତ୍ରରେ ଗର୍ଭନଷ୍ଟ ହୋଇପାରେ କିମ୍ବା ମାନସିକ ବା ଶାରୀରିକ ଭାବେ ଅକ୍ଷମ ଶିଶୁ ଜନ୍ମ ହେବାର ସମ୍ଭାବନା ଥାଏ ।
ଗଳା ଫୁଲି ରହିବା ଗଳଗଣ୍ଡ ରୋଗର ଲକ୍ଷଣ ଏବଂ ମହିଳା କମ୍ ପରିମାଣର ଆୟୋଡିନ୍ ପାଉଥିବାର ଏହା ସ୍ପଷ୍ଟ ସଙ୍କେତ । ମହିଳାଙ୍କର ରକ୍ତହୀନତା, ମେଲେରିଆ ବା କୃମି ରୋଗ ଥିବାର ସମ୍ଭାବନା ଥିଲେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ଉଚିତ ।
ବିଡି, ସିଗାରେଟ ଖାଇଲେ ବା ଅନ୍ୟ କେହି ଧୂମପାନ କରୁଥିବା ଜାଗାରେ ରହିଲେ, ମଦ ପିଇଲେ ବା ନିଶା ଔଷଧ ସେବନ କଲେ ଗର୍ଭବତୀ ମହିଳା ନିଜର ସ୍ୱାସ୍ଥ୍ୟହାନୀ କରିବା ସହ ଗର୍ଭସ୍ଥ ଶିଶୁର ମଧ୍ୟ କ୍ଷତି ଘଟାଇଥାଏ । ଗର୍ଭବତୀ ଥିବା ସମୟରେ କେବଳ ନିହାତି ଜରୁରୀ ହେଲେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ହିନ କୌଣସି ଔଷଧ ଖାଇବା ଉଚିତ ।
ଗର୍ଭବତୀ ମହିଳା ଧୂମପାନ କଲେ, ଅନେକ ସମୟରେ ଜନ୍ମ ବେଳେ ତାଙ୍କ ଶିଶୁର ଓଜନ କମ୍ ହୁଏ ଏବଂ ତାକୁ ଅଧିକାଂଶ ସମୟରେ ଥଣ୍ଡା, କାଶ, ନିମୋନିଆ କିମ୍ବା ଶ୍ଵାସରୋଗ ହୁଏ ।
ଶିଶୁର ଉପଯୁକ୍ତ ଶାରୀରିକ ଓ ମାନସିକ ବୃଦ୍ଧି ପାଇଁ ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁକୁ ଧୂଆଁପତ୍ର ଓ ରୋଷେଇର ଧୂଆଁ, କୀଟନାଶକ, ତୃଣନାଶକ ଏବଂ ଅନ୍ୟ ବିଷ ତଥା ସୀସା ପରି ପ୍ରଦୂଷକ ଠାରୁ ଦୂରେଇ ରଖିବା ଆବଶ୍ୟକ । ସୀସା ମୁଖ୍ୟତଃ ସୀସାନଳୀର ବୁହା ହେଉଥିବା ପାଣିରୁ ଆସିଥାଏ ।
ଯଦି କୌଣସି ଗର୍ଭବତୀ ମହିଳା ନିର୍ଯ୍ୟାତିତା ହୁଅନ୍ତି, ତେବେ ଏହା ଉଭୟ ମହିଳା ଓ ଶିଶୁ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଗର୍ଭବତୀ ମହିଳା ଶାରୀରିକ ନିର୍ଯ୍ୟାତନା ପାଇଲେ ଭବିଷ୍ୟତରେ ଗର୍ଭବତୀ ହେବା ସମ୍ଭାବନା କମିଯାଏ । ତା’ପରିବାର ଲୋକ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ତାକୁ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତି ଠାରୁ ଦୂରେଇ ରଖିବା ଜରୁରୀ ।
ମହିଳା ଲେଖି ପଢି ଜାଣିଥିଲେ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟର ସୁରକ୍ଷା କରିପାରେ । ଝିଅ ଅତିକମ୍ ରେ ସାତବର୍ଷ ପାଠ ପଢିଥିଲେ, ବିନା ପାଠ ବା ଅଳ୍ପ ପାଠ ପଢିଥିବା ଝିଅ ତୁଳନାରେ କମ୍ ବୟସରେ ଗର୍ଭବତୀ ହେବା ଏବଂ ଶୀଘ୍ର ବାହା ହେବା ଭଳି କାମ କରିବାର ସମ୍ଭାବନା କମ୍ ।
ଶିଶୁ ଓ କିଶୋର ବୟସରେ ବିନ୍ ତଥା ଅନ୍ୟ ଡାଲି ଜାତୀୟ ଖାଦ୍ୟ, ଶସ୍ୟ, ସବୁଜ ପନିପରିବା ଏବଂ ଲାଲ / ହଳଦିଆ / କମଳା ରଙ୍ଗର ପାରିବା ଓ ଫଳ ଆଦି ପୃଷ୍ଟିକର ଖାଦ୍ୟ ଖାଇଥିଲେ ଗର୍ଭଧାରଣ ଓ ପ୍ରସବ ସମୟର ସମସ୍ୟା ଅନେକ କମ ହୋଇଥାଏ । ଏହା ସହ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡା ଏବଂ ମାଂସ ମଧ୍ୟ ଖାଇବା ଉଚିତ ।
ସାମାଜିକ ପ୍ରଥାରେ ଝିଅ ବା ମହିଳାର ଜନନାଙ୍ଗ କଟା ହେବା ଫଳରେ ତାଙ୍କ ଯୌନାଙ୍ଗ ଓ ମୂତ୍ରନଳୀରେ ଗୁରୁତର ସଂକ୍ରମଣ ସୃଷ୍ଟି ହୋଇପାରେ । ଏଥିଯୋଗୁ ବାନ୍ଧ୍ୟାତ୍ଵ ବା ମୃତ୍ୟୁ ମଧ୍ୟ ଆସିପାରେ । ଜନନାଙ୍ଗ ଏଭଳି କଟା ହୋଇଥିଲେ ତାହା ପ୍ରସବ ସମୟରେ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଝିଅ ଓ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଏହା ସମସ୍ୟା ଆଣିଥାଏ ।
ମହିଳାମାନେ ଗର୍ଭଧାରଣ ବେଳେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟଗତ ଉପଦେଶ ପାଇପାରିଲେ ଗର୍ଭଧାରଣ ଓ ପ୍ରସବ ସମ୍ପର୍କିତ ଅଧିକାଂଶ ସମସ୍ୟା ଏଡାଇ ଦେଇ ହେବ ।
ଡାକ୍ତର, ନର୍ସ ବା ଧାଈ ଭଳି ଜଣେ କୁଶଳୀ ପ୍ରସବ ସହାୟକଙ୍କର ସେବା ପାଇବାର ଏବଂ ଆବଶ୍ୟକ ସ୍ଥଳେ ଜରୁରୀ କାଳୀନ ପ୍ରସୂତି ଯତ୍ନ ପାଇବାର ଅଧିକାର ପ୍ରତ୍ୟକ ମହିଳାଙ୍କର ରହିଛି । ଉତ୍ତମ ସ୍ୱାସ୍ଥ୍ୟସେବା ମହିଳାଙ୍କୁ ସୂଚନା ଓ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନ ନିସ୍ପତି ନେବା ଦିଗରେ ସକ୍ଷମ କରାଏ । ମାତୃତ୍ଵ ସେବା ପାଇବାକୁ ଚାହୁଁଥିବା ମହିଳା ସହଜରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରିବା ଜରୁରୀ । ସ୍ଵାଷ୍ୟସେବା ପାଇବାରେ ଆର୍ଥିକ ସମସ୍ୟା ତାଙ୍କୁ ବାଧା ଦେବା ଉଚିତ ନୁହେଁ । ସ୍ୱାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କର ଏ ଦିଗରେ ଯଥେଷ୍ଟ ଦକ୍ଷତା ଥିବା ଆବଶ୍ୟକ । ମହିଳାଙ୍କୁ ସମ୍ମାନ ଦେଖାଇବା, ମହିଳାଙ୍କର ଗୋପନୀୟତାର ଅଧିକାରକୁ ଦେବା ଦିଗରେ ସେମାନଙ୍କର ତାଲିମ ଥିବା ମଧ୍ୟ ଜରୁରୀ ।
ଆଧାର - ୟୁନିସେଫ
Last Modified : 2/26/2020