ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ
କାହିଁକି ବଢ଼େ ମହିଳାଙ୍କ ଓଜନ
ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ବିବାହର ୫ ବର୍ଷ ମଧ୍ୟରେ ୮୨% ଦମ୍ପତିଙ୍କର ଓଜନ ୫ ରୁ ୧୦ କିଲୋ ବୃଦ୍ଧି ପାଇଥାଏ। ଏଥିରେ ମହିଳାଙ୍କ ଓଜନ ବହୁତ ଶୀଘ୍ର ବଢ଼ୁଥିବା ଲକ୍ଷ୍ୟ କରାଯାଇଥାଏ । ତେବେ ଏହା କେବଳ ହରମୋନ୍ରେ ପରିବର୍ତ୍ତନ କାରଣରୁ ହୋଇନଥାଏ । ବିଶେଷ କରି ଭାରତୀୟ ମହିଳା ମାନଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ଏକ ସମସ୍ୟା ଜଟିଳ ଭାବେ ଦେଖା ଦେଇଥାଏ ।
କାରଣ ସ୍ୱରୂପ
- ନିଦ ପୁରା ନହେବା: ବିବାହ ପରେ ଅନେକ ମହିଳାଙ୍କ କ୍ଷେତ୍ରରେ ଶୋଇବା ଏବଂ କାର୍ୟ୍ୟକରିବାର ସମୟସୀମା ବଦଳି ଯାଇଥାଏ । ଫଳରେ ବହୁତ ଥର ନୀଦ ପୁରା ହୋଇନଥାଏ । ଦିନରେ ଅତି କମ୍ରେ ୭ ଘଣ୍ଟା ନଶୋଇବା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ ।
- ହରମୋନ୍ ବଦଳିବା: ବିବାହ ପରେ ବଦଳିଥିବା ଜୀବନଚର୍ୟ୍ୟା ଯୋଗୁଁ ମହିଳାମାନଙ୍କର ଶରୀରରେ ବିଗିନ୍ନ ପ୍ରକାରର ହରମୋନ୍ରେ ପରିବର୍ତ୍ତନ ଦେଖା ଦେଇଥାଏ । ଯାହାକି ଓଜନ ବୃଦ୍ଧିର କାରଣ ହୋଇଥାଏ ।
- ବୟସ ଜନିତ ପ୍ରଭାବ: ଅନୁସନ୍ଧାନ ଅନୁସାରେ ବିବାହ ପରେ ବଢ଼ୁଥିବା ବୟସ ସହ ମହିଳା ମାନଙ୍କର ଖାଦ୍ୟ ପାଚନ ପ୍ରକ୍ରୀୟା ଧିର ହୋଇଯାଇଥାଏ । ଯାହାଦ୍ୱାରା ଶରୀରର ମୋଟାପଣ ହ୍ରାସ ପାଇନଥାଏ । ଫଳରେ ଓଜନ ବୃଦ୍ଧି ହୋଇଥାଏ ।
- ଓଜନ କମ୍କୁ ନେଇ ଚାପ କମ୍ ହେବା: ବିବାହ ପୂର୍ବରୁ ଭଲ ଦେଖାଯିବା ଏବଂ ଓଜନ କମ୍ କରିବାକୁ ସଂମ୍ପର୍କୀୟମାନେ ତାଗିଦ୍ କରିଥାନ୍ତି । ମାତ୍ର ବିବାହ ପରେ ଏହି ପ୍ରେସର କମି ଯାଇଥାଏ । ଯାହା ଫଳରେ ମହିଳା ମାନେ ନିଜର ଫିଟ୍ନେସ୍ର ଧ୍ୟାନ ରଖନ୍ତି ନାହିଁ ।
- ବେଶି ଟିଭି ଦେଖିବା: ବିବାହ ପରେ ନୂଆ ପରିବାର ସହ ମିଶି ବସି କଥା ହେବା ଅଥବା ଟିଭି ଦେଖିବା ସାଧାରଣ ପ୍ରକ୍ରୀୟା । ଏହା ଦ୍ୱାରା ମେଦବୃଦ୍ଧି ଭଳି ବହୁ ସମସ୍ୟା ଦେଖା ଦେଇଥାଏ ।
- ଚିନ୍ତା ବଢ଼ିବା: ବିବାହ ପରେ ମହିଳାମାନଙ୍କ ପାଇଁ ନୂଆ ମାହୋଲରେ ଢ଼ଳିବା କଷ୍ଟକର ହୋଇପଡ଼େ । ଏହାଦ୍ୱାରା ଚିନ୍ତା ବଢ଼ିଥାଏ । ଯାହା ଫଳରେ ଓଜନ ବୃଦ୍ଧି ପାଇଥାଏ ।
- ମା’ ହେବା: ବହୁତ ଦମ୍ପତି ବିବାହର ୧ ଅଥବା ୨ ବର୍ଷ ଭିତରେ ପରିବାର ସଂପ୍ରସାରଣ ନେଇ ସ୍ଥିର କରିଥାନ୍ତି । ତେବେ ମା’ ହେବା ପରେ ହରମୋନ୍ରେ ପରିବର୍ତ୍ତନ ଏବଂ ଖାଦ୍ୟରେ ପରିବର୍ତ୍ତନ ଯୋଗୁଁ ଓଜନ ବୃଦ୍ଧି ପାଇଥାଏ ।
- ଖାମ୍ଖିଆଲୀ ଭାବ: ବିବାହ ପରେ ମହିଳାମାନେ ନିଜର ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତି ନାହିଁ । ମାତ୍ର ବିବାହ ପରେ ବ୍ୟସ୍ତ ଜୀବନଚର୍ୟ୍ୟା ଯୋଗୁଁ ମହିଳାମାନେ ନିଜ ପ୍ରତି ଦିଅନ୍ତି ନାହିଁ । ଫଳରେ ଏହ ଓଜନ ବୃଦ୍ଧିର କାରଣ ହୋଇଥାଏ ।
- ଖାଦ୍ୟରେ ପରିବର୍ତ୍ତନ: ଯଦି ସ୍ୱାମୀଙ୍କ ଘରର ଲୋକେ ଅତ୍ୟଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଉଥାନ୍ତି ତେବେ ମହିଳାମାନଙ୍କ ମଧ୍ୟ ସେହିପରି ଖାଦ୍ୟ ଖାଇବାକୁ ପଡ଼ିଥାଏ । ଫଳରେ ଓଜନ ବୃଦ୍ଧି ହୋଇଥାଏ ।
ଆଧାର - ସ୍ୱାସ୍ଥ୍ୟ ଡାଏରୀ
Last Modified : 6/10/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.