ସମସ୍ତ ସୁଖସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ । ଏଥିପାଇଁ ଅନେକ କ୍ଷେତ୍ରରେ ଅନ୍ଧାଦୁନିଆ ବିଚାରରେ କେବଳ ସ୍ତ୍ରୀକୁ ହିଁ ଦାୟୀ କରାଯାଏ । କିନ୍ତୁ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯାଉନାଚାର ଠିକ୍ ଥିଲେ ମଧ୍ୟ ସନ୍ତାନ ଉତ୍ପାଦନ କ୍ଷମତା ନ ଥାଏ । ପୁରୁଷ ବନ୍ଧ୍ୟାତ୍ଵ ଦୋଷରୁ ଏପରି ହୋଇପାରେ ।
ପ୍ରତ୍ୟେକ ବିବାହିତ ଦମ୍ପତିଙ୍କର ଜୀବନରେ ସନ୍ତାନଟିଏ କାମ୍ୟ । ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏ ନାହିଁ । ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭାଗ କରନ୍ତି । ସମସ୍ତ ସୁଖସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ । ଏଥିପାଇଁ ଅନେକ କ୍ଷେତ୍ରରେ ଅନ୍ଧାଦୁନିଆ ବିଚାରରେ କେବଳ ସ୍ତ୍ରୀକୁ ହିଁ ଦାୟା କରାଯାଏ । କିନ୍ତୁ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯାଉନାଚାର ଠିକ୍ ଥିଲେ ମଧ୍ୟ ସନ୍ତାନ ଉତ୍ପାଦନ କ୍ଷମତା ନ ଥାଏ । ପୁରୁଷ ବନ୍ଧ୍ୟାତ୍ଵ ଦୋଷରୁ ଏପରି ହୋଇପାରେ । କାରଣ ସନ୍ତାନ ଜନ୍ମ ପାଇଁ ପୁରୁଷର କେତେକ ମୌଳିକ କ୍ଷମତା ବିଶେଷ ଭାବରେ ଦାୟୀ । ଯଦି ଏହି ମୌଳିକ କ୍ଷମତା ପୁରୁଷର ନ ଥାଏ ତେବେ ସ୍ତ୍ରୀର ସ୍ୱାସ୍ଥ୍ୟ ସବୁଦିଗରୁ ଠିକ୍ ଥିଲେ ମଧ୍ୟ ସନ୍ତାନ ସମ୍ଭବ ହୋଇପାରେ ନାହିଁ । କିନ୍ତୁ ଆମ ପୁରୁଷପ୍ରଧାନ ସମାଜରେ ଏହି ପୁରୁଷତ୍ଵ ବିଷୟଟି ଅନୋଲୋଚିତ ଓ ଅନାବିଷ୍କୃତ ହୋଇ ରହିଥାଏ । ଶେଷରେ ସବୁ ଡ଼ିଓଏସ ବିଚାରୀ ସ୍ତ୍ରୀଟି ମୁଣ୍ଡରେ ଲଦି ଦିଆଯାଏ । ତେଣୁ ବିବାହ ପରେ ଉପୟୁକ୍ତ ସମୟରେ ସନ୍ତାନଟିଏ ନ ହେଲେ ପାରିବାରିକ ଅଶାନ୍ତି ଓ ଆନ୍ଦୋଳନ ସୃଷ୍ଟି ହୋଇଥାଏ ।
ଏଥିପାଇଁ ଆମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯଥେଷ୍ଟ ଦାୟିତ୍ଵ ରହିଥିଲେ ହେଁ ଆମ ସମାଜ ତାହାକୁ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ପରିବାର କଲ୍ୟାଣର ଉଦ୍ଦେଶ୍ୟ ହେଉଛି ପରିବାରକୁ ସୀମିତ କରିବା ବା ନିୟନ୍ତ୍ରଣ କରିବା ଏବଂ ପରିବାରକୁ ସୁସ୍ଥା ରଖିବା । ଏହାଦ୍ଵାରା ନିଃସନ୍ତାନଙ୍କୁ ସନ୍ତାନଟିଏ ଯୋଗାଇଦେବା ମଧ୍ୟ ପରିବାର କଲ୍ୟାଣର କାର୍ଯ୍ୟକ୍ରମ ଅନ୍ତର୍ଭକ୍ତ ଅଟେ ।
ଏହି ନିଃସନ୍ତାନ ଦମ୍ପତିଙ୍କୁ ପ୍ରଥମେ ଶାରୀରିକ ପରୀକ୍ଷା କରାଯାଏ, ଯଥା ପୁରୁଷ ଧାତୁରେ ଥିବା ଶୂକ୍ରାଣୁ ହିଁ ସନ୍ତାନ ଉତ୍ପାଦନ କରିଥାଏ ଏହା ବୈଜ୍ଞାନିକ ସତ୍ୟ । ଏହି ଶୁକ୍ରାଣୁର ଅଭାବ ହେଲେ ପୁରୁଷ ବନ୍ଧ୍ୟା ରୋଗରେ ପୀଡିତ ବୋଲି ଜଣାଯାଏ । ପ୍ରତ୍ୟେକ ପୂର୍ଣ୍ଣ ବୟସ ଧାତୁରେ ଅଣୁବୀକ୍ଷଣ ଯନ୍ତ୍ରର ଏକ ମିଲିମିଟର ଅନୁପାତରେ ପ୍ରାୟ ପନ୍ଦର କୋଟି ସଂଖ୍ୟାରେ ଜୀବାଣୁ ଥାଆନ୍ତି । ସ୍ତ୍ରୀ ସହବାସ ସମୟରେ ଯେତିକି ଧାତୁ ନିର୍ଗତ ହୁଏ ତହିଁରେ ପ୍ରାୟ ପଚାଶ କୋଟି ଶୂକ୍ରାଣୁ ଥାଏ । ଯଦି ଏକ ମିଲିମିଟର ଧାତୁରେ ଚଅକୋଟି ଶୂକ୍ରାଣୁ ଥିବା ଜଣାଯାଏ ତେବେ ଏହାକୁ ସ୍ୱଳ୍ପ ଶୂକ୍ରାଣୁ ରୋଗ କୁହାଯାଏ । ଏହି ପରିସ୍ଥିତିରେ ଯେତେ ସ୍ତ୍ରୀ ସହବାସ କଲେ ମଧ୍ୟ ଗର୍ଭ ସଞ୍ଚାର ହୁଏ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗର୍ଭ ସଞ୍ଚାର ପାଇଁ ଗୋଟିଏ ଶୂକ୍ରାଣୁ ହିଁ ଯଥେଷ୍ଟ, କିନ୍ତୁ ଏହାସ ସ୍ତ୍ରୀର ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟରେ ପହଞ୍ଚିଲା ପରେ ଗର୍ଭ ସଞ୍ଚାର ହୁଏ । ଯଦି ତା’ ନ ହୁଏ ତେବେ ଶୂକ୍ରାଣୁ ଗୁଡିକ ସ୍ତ୍ରୀର ଗର୍ଭାଶୟ ବାହାରେ ରହି ନଷ୍ଟ ହୋଇଥାଏ । ପୁରୁଷ ଧାତୁରେ ହାରାହାରି ସାତକୋଟିରୁ ପନ୍ଦର କୋଟି ପର୍ଯ୍ୟନ୍ତ ଶୂକ୍ରାଣୁ ଥିଲେ ସେଥିମଧ୍ୟରୁ ଗୋଟିଏ ଶୂକ୍ରାଣୁ ଯଦି ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟକୁ ଯାଏ ତେବେ ଗର୍ଭ ସଞ୍ଚାର ହୋଇଥାଏ । ଯେଉଁ ପୁରୁଷ ଧାତୁରେ ଆଦୌ ଶୂକ୍ରାଣୁ ନ ଥାଏ ସେ ପୁରୁଷକୁ ଶୂକ୍ରାଣୁ ହୀନତା ରୋଗ ହୋଇଛି ବୋଲି ଜଣାଯାଏ। ଏହା ପାଥୋଲୋଜି ବା ନିଦାନତତ୍ତ୍ଵ ଦ୍ଵାରା ଜାଣି ହୁଏ । ମୋଟ ଉପରେ ଜାଣିବା ଦରକାର ଯେ ପୁରୁଷ ଧାତୁରେ ଶୂକ୍ରାଣୁ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ଅଛି କି ନାହିଁ । ଯଦି ଯଥେଷ୍ଟ ସଂଖ୍ୟକ ଜୀବାଣୁ ମହଜୁଦ୍ ଅଛି ତେବେ ସନ୍ତାନ ଉତ୍ପାଦନ ଲକ୍ଷ୍ୟ ନିଶ୍ଚିତ ପୂରଣ ହୋଇପାରିବ ।
ଏହା ଏକ ଶୂକ୍ରାଣୁଗତ ରୋଗ । ଏହି ରୋଗରେ ପ୍ରାୟ ୭୦ ଭାଗ ପୁରୁଷ ଦାୟୀ ବୋଲି ଜଣାଯାଏ । ଏହାର ଅନେକ କାରଣ ରହିଥିଲେ ମଧ୍ୟ ମୁଖ୍ୟ କାରଣ ହେଉଛି କମ୍ ବଯସରୁ ଶୁକ୍ରକ୍ଷୟ ଦ୍ଵାରା ପୁରୁଷର ଧାତୁ ଦୁର୍ବଳ ହେବା ଏହା ବ୍ଯତୀତ ଆନୁବଂଶିକ ପ୍ରଭାବ ହେତୁ ଶୁକ୍ରଧାତୁରେ ଶୂକ୍ରାଣୁ ଆଦୌ ସୃଷ୍ଟି ନ ହେବା, ଧାତୁରେ ଅମ୍ଳଦୋଷ ବା ଏସିଡ୍ ଅଧିକ ସୃଷ୍ଟି ହେବା, ଶୂକ୍ରାଣୁ ଅଳ୍ପମାତ୍ରରେ ସୃଷ୍ଟି ହେବା ବା ସଂଖ୍ୟା କମିଯିବା, ଶୂକ୍ରାଣୁ ଦୁର୍ବଳ ହେବା, ନିସ୍ତେଜ ହେବା ବା ଗତି ଶିଥିଳ ହୋଇଯିବା କିମ୍ବା ଶୂକ୍ରାଣୁ ମରିଯିବା ଅଥବା ଅଣ୍ଡକୋଷରେ କୌଣସି ବିକୃତି ଦେଖାଯିବା ଦ୍ଵାରା ପୁରୁଷ ବନ୍ଧ୍ୟା ହୁଏ । କହିବା ବାହୁଲ୍ୟ ଯେ, ପୁରୁଷ ବନ୍ଧ୍ୟାତ୍ଵ ସହିଯ୍ୟ ମୈଥୁନ କ୍ରିୟାର ସେପରି ବିଶେଷ ସମ୍ପର୍କ ନାହିଁ । ଜଣେ ପୁରୁଷ ସ୍ତ୍ରୀ ସହ ସହବାସ କରିବାରେ ସମର୍ଥ ହୋଇପାରେ ଏବଂ ତଜ୍ଜନିତ ସଂପୂର୍ଣ୍ଣ ଆନନ୍ଦ ଲାଭ କରିପାରେ କିନ୍ତୁ ତା’ର ଶୁକ୍ରକୀଟ ଯଦି ଦୁର୍ବଳ, କ୍ଷୀଣ ବା ମୁତପ୍ରାୟ ହୋଇଥାଆନ୍ତି ତେବେ ତା’ର ସନ୍ତାନ ସମ୍ଭବ ହୁଏ ନାହିଁ । ବରଂ କୁହାଯାଇପାରେ ଜଣେ ପୁରୁଷ ମୈଥନୁ ଶକ୍ତିରେ ଦୁର୍ବଳ ହେଲେ ମଧ୍ୟା ସନ୍ତାନ ଉତ୍ପାଦନ କରିବାକୁ ସମର୍ଥ ହୁଏ ତା’ର ଶୁକ୍ରକୀଟ ପୂର୍ଣ୍ଣ ସକ୍ରିୟ ଥିଲେ ସନ୍ତାନ ସମ୍ଭବ ହୁଏ । କେତେକ ପୁରୁଷଙ୍କ ଧାତୁରେ ଆଦୌ ଶୁକ୍ରକୀଟ ନ ଥିବା ପରୀକ୍ଷାରୁ ଜଣାଯାଇଛି । ଏହା ପୁରୁଷ ବନ୍ଧ୍ୟାତ୍ଵର ମୁଖ୍ୟା କାରଣ ହୋଇଥାଏ ।
ଧାତୁ ପରୀକ୍ଷା କରି ଶୂକ୍ରାଣୁର ସ୍ଥିତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ହାସଲ କଳା ପରେ ଯଦି ପୁରୁଷ ଶୂକ୍ରାଣୁ ସଂଖ୍ୟା କମ୍, ଦୁର୍ବଳ ବା ମୃତପ୍ରାୟ କିମ୍ବା ଆଦୌ ନ ଥିବାର ଜଣାପଡେ ତେବେ ଆୟୁର୍ବେଦ ସମ୍ମତ ରସାୟନ ଓ ବାଜୀକରଣ ଔଷଧ ନିୟମିତ ସେବନ କଲେ ତେତେକ ଯୌନ ସରକତା ନିତିନିୟମ ପାଳନ କଲେ ପୁରୁଷ ବନ୍ଧ୍ୟାତ୍ଵରୁ ମୁକ୍ତ ମିଳିଥାଏ ।
ଆଧାର - ସ୍ୱାସ୍ଥ୍ୟ ଡାଏରୀ
Last Modified : 12/12/2019