ଅନେକ ଭାବନ୍ତି ହୃଦରୋଗରେ କେବଳ ପୁରୁଷମାନେ ଆକ୍ରାନ୍ତ ହୁଅନ୍ତି ଏବଂ ମହିଳାମାନେ ଏହାର ଶିକାରହୋଇ ଥାନ୍ତି । ସେମାନେ ବି ହୃଦରୋଗରେ ମୃତ୍ୟୁବରଣ କରିଥାନ୍ତି । ତେବେ ପୁରୁଷ ଓ ମହିଳାଙ୍କ ହୃଦଘାତ ଭିତରେ କାରଣ, ଚିହ୍ନଟ ଓ ଲକ୍ଷଣକୁ ନେଇ ପାର୍ଥକ୍ୟ ରହିଛି । ଏ ବିଷୟରେ ଏଠାରେ ଏକ ବିଶେଷ ଆଲେଖ୍ୟ ।
ଅନେକେ ହୃଦଘଟକୁ ପୁରୁଷମାନଙ୍କର ରୋଗ ବୋଲି ଭବିଠନ୍ତି ଏବଂ ଅନେକଙ୍କର ଧାରଣା ଅତ୍ୟଧିକ ମାନସିକ ଓ ଶାରୀରିକ ଚାପ ଯୋଗୁଁ ପୁରୁଷମାନେ ଏହା ଭୋଗିଥାନ୍ତି । ତେବେ ଆଜିକାଲି ମହିଳାମାନେ ମଧ୍ୟ ହୃଦ୍ ଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା କାରୋନାରୀ ଧମନୀ ଜନିତ ହୃଦରୋଗ ବା ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ମଧ୍ୟ ଅନେକ ମହିଳା ହୃଦରୋଗରେ ମୃତ୍ୟୁବରଣ କରୁଛନ୍ତି । ଏହି ମୃତ୍ୟୁହାର କର୍କଟ ରୋଗଠାରୁ ମଧ୍ୟ ଅଧିକ ।
ଯଦିଓ କେତେକାଂଶରେ ପୁରୁଷ ଓ ମହିଳାଙ୍କର ହୃଦଘାତ ସମାନ ହୋଇଥାଏ । ତେବେ ଅହିକାଂଶ କ୍ଷେତ୍ରରେ ମହିଳା ଓ ପୁରୁଷ ଉଭୟଙ୍କର ହୃଦଘାତର କାରଣ, ଲକ୍ଷଣ ଓ ଚିହ୍ନଟରେ ଅନେକଗୁଡିଏ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଆସନ୍ତୁ ଜାଣିବା, ଏହି ପାର୍ଥକ୍ୟଗୁଡିକ କ’ଣ ଏବଂ କିପରି ତାକୁ ଚିହ୍ନଟ ଓ ଚିକିତ୍ସା କରିବା ।
୪୫ ବର୍ଷ ପୂର୍ବରୁପୁରୁଷମାନେ ବେଶୀ ପରିମାଣରେ ହୃଦଘାତର ଶିକାର ହେଉଥିବା ବେଳେ ମାସିକ ଋତୁସ୍ରାବର ବିରତି ପରେ ମହିଳା ମାନେ ସମାନ ପରିମାଣରେ ହୃଦରୋଗର ଶିକାର ହୋଇଥାନ୍ତି । ମହିଳାମାନଙ୍କୁ ଥରେ ହୃଦଘାତ ହେଲେ ସେମାନେ ପ୍ରାୟ ମୃତ୍ୟୁମୁଖରେ ପଡିଥାନ୍ତି ୧୫ ରୁ ୪୫ ବର୍ଷ ଭିତରେ ଏହି ସ୍ତ୍ରୀ ହରମୋନ ଇଷ୍ଟ୍ରାଜେନ୍ ମହିଳାମାନଙ୍କ ଶରୀରରେ ହାଇ ଡେନସିଟି ଲାଇପୋ ପ୍ରୋଟିନ ( ଏଚ. ଡି.ଏଲ) ବା ଭଲ କୋଲେଷ୍ଟେରୋଲର ପରିମାଣ ବଢାଇଦିଏ । ଇଷ୍ଟ୍ରୋଜେନ୍ ଧମନୀ ଭିତରେ ଥିବା ପ୍ଳେଟଲେଟ ଓ ଫୋମସେଲ ( ମାକ୍ରୋଫେଜେସ୍ ) କୁ ଏକତ୍ରିମ ହେବାକୁ ଦିଏ ନାହିଁ । ଏହା ଧମନୀ ବିତରେ ଥିବା ଶୈଷ୍ମିକ ଝିଲ୍ଲୀରୁ ନାଇଟ୍ରିକ୍ ଅକସାଇଡ୍ ଓ ପ୍ରୋଷ୍ଟାସାଇକ୍ଲିନ୍ ଝରାଇବାରେ ସାହାଯ୍ୟ କରିଥାଏ ଏବଂ ତଦ୍ଵାରା ଅଣଓସାରିଆ ଧମନୀ ପ୍ରସାରିତ ହୋଇଥାଏ ।ଏହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରି ଧମନୀ ଭିତରେ ଚର୍ବି ଜମିବାକୁ ଦିଏ ନାହିଁ ।
ମହିଳାମାନଙ୍କର ଶରୀରରେ ଝୁରିଥିବା ହରମୋନ ଇଷ୍ଟ୍ରୋଜେନ୍ ‘ ରକ୍ଷା କବଚ ହିସାବରେ କାମ କରିଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ହୃଦଘାତରେ ଟିପିକାଳ ଛାତିବ୍ୟଥା ହୃତପିଣ୍ଡ ସ୍ଥାନରେ ହୋଇଥାଏ । ପରିଶ୍ରମ କରେ । ଏହା ବେଶୀ ହୋଇଥାଏ ଓ ବିଶ୍ରାମ ନେଲେ କମିଯାଇଥାଏ, କିନ୍ତୁ ମହିଳାମାନଙ୍କର ଛାତିବ୍ୟଥା ବିଶ୍ରାମ ସମୟରେ, ଶୋଇବା ସମୟରେ କିମନା ମାନସିକ ଚିନ୍ତା ସମୟରେ ବେଶୀ ମାନରେ ହୋଇଥାଏ । କେତେକ ମହିଳା ମାନଙ୍କର ହୃଦଘାତ ସମୟରେ ଉପର ପେଟବ୍ୟଥା, କାନ୍ଧବ୍ୟଥା, ବାନ୍ତି କ୍ଳାନ୍ତ ଲାଗିବା ତଥା ଅଣନିଃଶ୍ଵାସୀ ଲାଗିବା ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ । ଅନେକଙ୍କର ଏସିଡିଟି ହେବା ଭଳି ଲକ୍ଷଣ ଦେଖାଯାଏ ।
ହୃଦଘାତ ପାଇଁ ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ :
ମହିଳାମାନଙ୍କର ହୃଦଘାତ ରୋକିବା ପାଇଁ ପ୍ରଥମ ପଦେକ୍ଷପ ହେଉଛି ରୋଗର ଅବ୍ୟର୍ଥ ଚିହ୍ନଟ । ତେଣୁ ମହିଳାମାନଙ୍କର ଇଲେକ୍ଟୋ କାର୍ଡଓଗ୍ରାଫ ( ଇସିଜି), ଏକ୍ସରସାଇଜ୍ ( ଇ.ସି.ଜି) ରେ ଯେତିକି ରୋଗ ଦେଖା ଦେଇଥାଏ ତା’ ଠାରୁ ଲକ୍ଷଣଗୁଡିକ କମ୍ ସେନ୍ସିଟିଭ ଓ ସ୍ପେସିଫିକ ଯାନାପଡିଥାଏ । ତେବେ ଇ.ସି.ଜି ସହ କାଳର ଉପଲର ଇକୋକାର୍ଡିଓଗ୍ରାଫି ଓ ଷ୍ଟ୍ରେସ୍ ଇକୋକାର୍ଡିଓଗ୍ରାଫି ଦ୍ଵାରା ମହିଳାମାନଙ୍କର ହୃଦଘାତକୁ ଚିହ୍ନଟ କରିହୁଏ । ମହିଳାମାନଙ୍କର ଲକ୍ଷଣ ଅପେକ୍ଷା ରୋଗ ଅଧିକ ପରିମାଣରେ ହୋଇଥାଏ ।
ମହିଳାମାନଙ୍କ ପାଇଁ ବିପଦ ( ରିସ୍କ ଫେକ୍ଟର)
ଧୂମପାନ ହୃଦଘାତର ଏକ ମୁଖ୍ୟ କାରଣ । ଅବଶ୍ୟ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ବେଶୀ ଧୂମପାନ କରନ୍ତୁ । କିନ୍ତୁ ଆଜିକାଲି ଅଳ୍ପ ବୟସର ମହିଳାମାନେ ବେଶୀ ଧୂମପାନ କରୁଛନ୍ତି । ମାସିକ ରୁତୁସ୍ରାବ ବିରତି ପୂର୍ବରୁ ଯଥା ୪୪ ବର୍ଷ ମଧ୍ୟରେ ଧୂମପାନ କରୁଥିବା ମହିଳାମାନେ ବେଶୀ ହୃଦଘାତର ଶିକାର ହୋଇଥାନ୍ତି । ୧-୪ ଟି ସିଗାରେଟ ପାନ କରୁଥିବା ମହିମାନେ ପ୍ରାୟ ୨ ଗୁଣ ବେଶୀ ହୃଦଘାତର ଶିକାର ହୋଇଥାନ୍ତି । ଧୂମପାନ ବନ୍ଦକରିବାର ୨ ବର୍ଷ ହୃଦଘାତର ବିପଦ ମଧ୍ୟ କାମିଯାଇଥାଏ ।
କୋଲେଷ୍ଟେରୋଲ୍ ବା ରକ୍ତରେ ଚର୍ବି ଅଂଶ
ବୟସ ଅନୁପାତରେ ପୁରୁଷ ଓ ମହିଳାଙ୍କର ରକ୍ତରେ ଚର୍ବିଅଂଶ ବିଭିନ୍ନ ଅନୁପାତରେ ଥାଏ । ୨୦ ବର୍ଷ ଭିତରେ ମହିଳା ଓ ପୁରୁଷଙ୍କ ରକ୍ତରେ ଚର୍ବି ଅଂଶ ସମାନ ଥାଏ କିନ୍ତୁ ୨୦ ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କ ଠାରୁ ପୁରୁଷମାନଙ୍କ ରକ୍ତରେ୪ କୋଲେଷ୍ଟେରୋଲ ଅଂଶ ବେଶୀ ଥାଏ । ୫୫ ବର୍ଷ ପୂର୍ବରୁ ମହିଳାମାନଙ୍କ ରକ୍ତରେ ଭଲ ଚର୍ବି ବା ହାଇଡେନସିଟି ଲାଇପୋପ୍ରୋଟିନ୍ ବେଶୀ ଥାଏ ଏବଂ ପରେ ପୁରୁଷ ଓ ମହିଳାଙ୍କର ହାଇଡେନସିଟି ଲାଇପୋପ୍ରୋଟିନ୍ ଲେଭେଲ୍ ସମାନ ଥାଏ । ରକ୍ତରେ କୋଲେଷ୍ଟରୋଲ୍ ପରିମାଣ ମହିଳାମାନଙ୍କର ଅନ୍ତଃସ୍ରାବୀରସ ଇଷ୍ଟ୍ରୋଜେନ୍ ଉପରେ ନିର୍ଭରକରିଥାଏ ଏବଂ ଏହି ହରମୋନ ମହିଳାମାନଙ୍କ ରକ୍ତରେ ଚର୍ବି ଅଂଶ କମାଇବାରେ ସାହାଯ୍ୟ କରିଥାଏ ।
ଉଚ୍ଚ ରକ୍ତଚାପ : ୨୦ ରୁ ୪୫ ବର୍ଷମଧ୍ୟରେ ପୁରୁଷମାନେ ବେଶୀ ଉଚ୍ଚ ରକ୍ତଚାପ ଶିକାର ହେବାବଏଲେ ମାସିକ ଋତୁସ୍ରାବର ବିରତି ପରେ ମହିଳାମାନେ ବେଶୀ ପରିମାନରେ ଉଚ୍ଚ ରକ୍ତଚାପ ଭୋଗିଥାନ୍ତି । ୨୫ବର୍ଷରୁ ଉର୍ଦ୍ଧ୍ଵ ବୟସର ଶତକଡା ୮୦ ଭାଗ ମହିଳା ଉଚ୍ଚ ରକ୍ତଚାପ ଭୋଗିଥାନ୍ତି । ସମସ୍ତେ ଜାଣନ୍ତି ଯେ ଉଚ୍ଚ ରକ୍ତଚାପ ମସ୍ତିଷ୍କ ଘାତ ବା ବ୍ରେନ୍ ଷ୍ଟ୍ରୋକର ମୁଖ୍ୟ କାରଣ କିନ୍ତୁ ଏହା ମଧ୍ୟ ହୃଦଘାତ ଓ ହାର୍ଟ ଫେଲିଓରର୍ ଅନ୍ୟତମ ମୁଖ୍ୟ କାରଣ । ଫ୍ରେମିଙ୍ଗ ହାର୍ଟ ଷ୍ଟଡି' ଅନୁଯାୟୀ ମହିଳାମାନଙ୍କ ପାଇଁ ଉଚ୍ଚ ରକ୍ତଚାପ, ଭବିଷ୍ୟତରେ ହାର୍ଟ ଫେଲିଓର ପାଇଁ ମୁଖ୍ୟତଃ ଦାୟୀ ହୋଇଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ହୃଦଘାତ କରିଥାଏ । ମହିଳାମାନଙ୍କର ଉଚ୍ଚ ରକ୍ତଚାପ ଏତେ ଶୀଘ୍ର ନିୟନ୍ତ୍ରିତ ହୋଇପାରେ ନାହିଁ । ଯେଉଁ ମହିଳାମାନେ ଗର୍ଭନିରୋଧକ ବଟିକା ଖାଉଥାନ୍ତି, ସେମାନଙ୍କର ଉଚ୍ଚ ରକ୍ତଚାପ ବେଶୀ ପରିମାଣରେ ହୋଇଥାଏ।
ମଧୁମେହ ରୋଗ
ମହିଳା ମଧୁମେହ ରୋଗୀମାନେ ପୁରୁଷ ମଧୁମେହ ରୋଗୀଙ୍କଠାରୁ ବେଶୀ ପରିମାଣରେ ହୃଦଘାତରର ଆକ୍ରାନ୍ତ ହୁଅନ୍ତି । ପୁରୁଷ ମଧୁମେହ ରୋଗୀମାନଙ୍କର ହୃଦଘାତ ଭୋବିବାର ବିପଦ ଅଢେଇ ଗୁଣ ବେଶୀ ଥିବାବେଳେ ମହିଳା ମହୁମେହ ରୋଗୀମାନଙ୍କର ସାଢେ ପାଞ୍ଚଗୁଣ ଅଧିକ ହୃଦଘାତ ଭୋଗିବାର ବିପଦ ଥାଏ । ଅନ୍ୟ ଗୋଟିଏ ଅନୁସନ୍ଧାନରୁ ଜଣାଯାଇଛି ଯେ ମଧୁମେହ ମହିଳା ରୋଗୀମାନଙ୍କର ହୃଦଘାତର ବିପଦ ସାଢେ ଛଅ ଗୁଣ ବଢିଯାଏ ବର୍ତ୍ତମାନ ଭାରତରେ ସବୁଠାରୁ ବେଶୀ ମଧୁମେହ ରୋଗୀ ଅଛନ୍ତି । ସାରା ପୃଥିବୀରେ ଏବେ ମଧ୍ୟ କର୍କଟ ଓ ଏଡସ ରୋଗ ଭଳି ହୃଦଘାତ ସବୁଠୁ ବଡ ସଂହାରକାରୀ ରୋଗୀ ରୂପରେ ପରିଗଣିତ ହେଉଛି ଏବଂ ହୃଦରୋଗର ସବୁଠାରୁ ବଡ ରିସ୍କ ଫେକ୍ଟର ହେଉଛି ମଧୁମେହ ରୋଗ ।
ମେଟାବୋଲିକ୍ ସିଣ୍ଡ୍ରୋମ୍ : ନେସନାଲ କୋଲେଷ୍ଟେରୋଲ ଏଜୁକେସନ ପ୍ରୋଗ୍ରାମ ଅନୁଯାୟୀ ଯେଉଁ ମହିଳାମାନଙ୍କର ନିମ୍ନଲିଖିତ ୫ଟି ଜିନିଷ ମଧ୍ୟରୁ ଅନ୍ତତଃ ୩ ଟି ଅସୁବିଧା ଥାଏ । ତା'ର ହୃଦଘାତ ହୁଏ ।
ଆଳସ୍ୟ ଓ ଅତିରିକ୍ତ ଓଜନ ବୃଦ୍ଧି ମେଟାବଳିକ୍ ସିଣ୍ଟ୍ରୋମର ମୂଳ କାରଣ । ତେଣୁ ଉପଯୁକ୍ତ ବ୍ୟାୟାମ କରି ଓଜନ କମାଇଦେଲେ, ହୃଦଘାତର ବିପଦ କମିଯାଏ ।
ବଂଶଗତ ଇତିହାସ ଯେଉଁ ବଂଶରେ ଅଳ୍ପ ବୟସରେ ହୃଦଘାତ ଓ କାରୋନାରୀ ଧମନୀଜନିତ ରୋଗ ଓ ମୃତ୍ୟୁର ଇତିହାସ ଥାଏ । ସେଠାରେ ମହିଳାମାନଙ୍କର ଅଳ୍ପ ବୟସରେ ହୃଦଘାତ ବିପଦ ଶତକଡା ୯୭ ଭାଗ ବଢିଯାଏ ।
ମେଦବୃଦ୍ଧି : ଫ୍ରିମିଙ୍ଗହାମ୍ ହାର୍ଟ ଷ୍ଟଡି ଅନୁଯାୟୀ ମୋଟା ମହିଳାମାନଙ୍କର ହୃଦଘାତର ବିପଦ ଦୁଇଗୁଣ ହୋଇଥାଏ । ବିଶେଷ କରି ଯେଉଁ ମହିଳାମଙ୍କର ଅଣ୍ଟା ଚାରିପଟେ ବେଶୀ ମେଦ ବହୁଳତା ଓ ଚର୍ବି ଥାଏ, ସେମାନେ ବେଶୀ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି ।
ଅନ୍ତଃସ୍ରାବ ରସର ପ୍ରଭାବ ବା ହରମୋନ ରିପ୍ଲେସ୍ ମେଣ୍ଟ ଥେରପି
୧୫ ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କର ହରମୋନ୍ ଇଷ୍ଟ୍ରୋଜେନ୍ ହୃତପିଣ୍ଡକୁ ରକୟା କରିଥାଏ । କିନ୍ତୁ ମାସିକ ଋତୁସ୍ରାବ ବିରତି ପରେ ଇଷ୍ଟ୍ରୋଜେନ୍ ଆଉ ଝରେନାହିଁ । ଫଳରେ ଏହା ଆଉ ରକ୍ଷା କବଚ ଭଳି କାମ କରେନାହିଁ । ସେଥିପାଇଁ ପାଶ୍ଚାତ୍ୟ ଦେଶରେ ବହୁଦିନ ଧରି ନିଜର ଯୌବନ ଅତୁଟ ରଖିବାକୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟରୋନ୍ ଥିବା ବଟିକା ଖାଆନ୍ତି ଓ ମଲମ ଲଗାଇଥାନ୍ତି । ଏହାକୁ ହରମୋନ ରିପ୍ଲେସ୍ ମେଣ୍ଟ ଥେରାପି କୁହାଯାଏ । ଏହା ହୃଦଘାତରୁ ରକ୍ଷା କରିଥାଏ । କିନ୍ତୁ ବେଳେବେଳେ ଏହି ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଜରାୟକର୍କଟ ରୋଗ କରିଥାଏ । ତେଣୁ ଆଜିକାଲି ସୋୟାବିନ୍ ଥିବା ଖାଦ୍ୟ ବା ଫାଇଟୋ ଇଷ୍ଟ୍ରୋଜେନ୍ ଉପରେ ଗୁରୁତ୍ଵ ଦିଆଯାଇଛି ।
ମହିଳାମାନଙ୍କ ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ । କାରଣ ପରିବାରରେ ମହିଳାମାନେ ରୋଜଗାରକ୍ଷମ ହୋଇଥିବାରୁ ସମସ୍ତେ ତାଙ୍କୁହେଲା କରିଥାନ୍ତି । ଏହାଛଡା ମହିଳାମାନେ ନିଜର ଛାତିବ୍ୟଥା ହେଲେ କାହାକୁ କହି ନ ଥାନ୍ତି । ଫଳରେ ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ । ଏହାଛଡାଅଧିକାଂଶ ମହିଳା ହୃଦରୋଗର ବିପଦ ଉପରେ ଗୁରୁତ୍ଵ ଦେଇ ନ ଥାନ୍ତି । ତେଣୁ ରୋଗ ଚିହ୍ନଟ ହେବାରେ ବିଳମ୍ବ ହୋଇଯାଏ ।
ହୃଦରୋଗର ନିରାକରଣ ଆମେରିକାନହାର୍ଟ ଆସୋସିଏସନ ପ୍ରାଥମିକ ପ୍ରତିଷେଧକ ପାଇଁ କେତେଗୁଡିକ ନିୟମ ପ୍ରଣୟନ କରିଛନ୍ତି ।
ହାଇରିସ୍କ ମହିଳା
ଯେଉଁମାନଙ୍କର ହୃଦଘାତ ହେବାର ବିପଦ ଶତକଡା ୨୦ ଭାଗଠାରୁ ବେଶୀ ଥାଏ ।
ଇରମିଡିଏଟି ରିସ୍କ ମହିଳା
ହୃଦରୋଗ କର୍କଟ ରୋଗଠାରୁ ମଧ୍ୟ ଭୟଙ୍କର ଏବଂ ଆମେରିକା ଯୁକ୍ତରାଷ୍ଟ୍ର ଭଳି ବିକଶିତ ଓ ଭାରତ ଭଳି ଏକ ବିକାଶୋନ୍ମୁ ଦେଶରେ ଏହା ଏକ ମୁଖ୍ୟ ସଂହାରକାରୀ ରୋଗପୂପେ ପରିଗଣିତ ହେଉଛି । ହୃଦବକ୍ଷ ଶଲ୍ୟ ଚିକିତ୍ସା ଏବଂ ହୃଦରୋଗର ଭେଷଜ ଚିକିତ୍ସା କ୍ଷେତ୍ରରେ ବହୁ ଉନ୍ନତି ହେଲାଣି । ତେଣୁଏହି ରୋଗର ପ୍ରାଥମିକପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କଲେ ହୃଦଘାତକୁ ନିଶ୍ଚିତ ଭାବରେ ଏଡାଇଦିଆଯାଇପାରିବ । ଏହାଛଡା ହୃଦଘାତର ଲକ୍ଷଣ ଚିହ୍ନଟଓ ଚିକିତ୍ସା ଶୀଘ୍ର ହୋଇପାରିଲେ, ହୃଦରୋଗ ଭଳି ମାରାତ୍ମକ ରୋଗରୁ ଯେ ଜଣେ ରକ୍ଷା ପାଇ ଯାଇପାରିବ ଏଥିରେ ସନ୍ଦେହ ନାହିଁ ।
ଆଧାର - ପ୍ରଫେସର ଡା. ରମାରମଣ ଷଡଙ୍ଗୀ, ପ୍ରେଫେସର ଡା. ସରୋଜିନୀ ଷଡଙ୍ଗୀ
Last Modified : 6/10/2020