অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ଓ ଶିଶୁ କଲ୍ୟାଣ 

ପରିଚୟ

ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ଅଧୀନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୧୯୮୫ ମସିହାରେ ସ୍ଥାପନା କରାଯ଼ାଇଥିଲା ।  ମହିଳା ଓ ଶିଶୁ ମାନଙ୍କର ସାମଗ୍ରିକ ବିକାଶ କରିବାକୁ ଆବଶ୍ୟକୀୟ ଗତି ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ ଜାନୁଆରୀ ୩୦, ୨୦୦୬ରୁ ଏହି ବିଭାଗକୁ ମନ୍ତ୍ରଣାଳୟ ମାନ୍ୟତା ପ୍ରଦାନ କରାଯ଼ାଇଛି ।

ଲକ୍ଷ୍ୟ

ମନ୍ତ୍ରଣାଳୟ ବିସ୍ତୃତ ଲକ୍ଷ୍ୟ ହେଲା –

  • ମହିଳା ଓ ଶିଶୁ ମାନଙ୍କର ସାମଗ୍ରିକ ବିକାଶ ।
  • ମହିଳା ଓ ଶିଶୁ ମାନଙ୍କର ପ୍ରଗତି ପାଇଁ ନୋଡାଲ ।
  • ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କାମ କରୁଥିବା ସମସ୍ତ ସରକାରୀ ଓ ଅଣ ସରକାରୀ ସଙ୍ଗଠନ ମାନଙ୍କ ପାଇଁ ମନ୍ତ୍ରଣାଳୟ ଯ଼ୋଜନା ଓ ନୀତି ପ୍ରସ୍ତୁତ କରିବା ସହ ଆଇନ ସଂଶୋଧନ କରିବା ତଥା ସେମାନଙ୍କୁ ମାର୍ଗଦର୍ଶନ ଦେବା ଓ ସମନ୍ଵୟ ରକ୍ଷା କରିବା ଆଦି କାମ କରିଥାଏ ।
  • ନୋଡାଲ ଭୂମିକା ବ୍ୟତୀତ ମନ୍ତ୍ରଣାଳୟ ମହିଳା ଓ ଶିଶୁ ମାନଙ୍କ ପାଇଁ  କିଛି ସୁଜନତାତ୍ମକ କାର୍ଯ୍ୟକ୍ରମ କରାଯାଇଥାଏ ।
  • ଏହି କାର୍ଯ୍ୟ କ୍ରମରେ କଲ୍ୟାଣ,ସହାୟତା ସେବା, ନିଯ଼ୁକ୍ତି ନିମନ୍ତେ ପ୍ରଶିକ୍ଷଣ ଏବଂ ଆୟ ତିଆରି କରିବା,ସଚେତନତା ସୃଷ୍ଟି କରିବା ଏବଂ ଲିଙ୍ଗଗତ ସଚେତନତା ଆଦି ସାମିଲ ରହିଥାଏ ।
  • ସ୍ଵାସ୍ଥ୍ୟ, ଶିକ୍ଷା,  ଗ୍ରାମୀଣ ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟକାରୀ କରାଯ଼ାଉଥିବା ସାଧାରଣ ବିକାଶ କାର୍ଯ୍ୟକ୍ରମରେ ଉକ୍ତ କାର୍ଯ୍ୟକ୍ରମ ଗୁଡିକ ପୂରକ ଭୂମିକା ନିର୍ବାହ କରିଥାନ୍ତି ।
  • ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଉପରୋକ୍ତ ପ୍ରୟାସ କରାଯ଼ାଇଥାଏ, ଯ଼ାହା ଫଳରେ ସେମାନେ ରାଷ୍ଟ୍ରର ବିକାଶରେ ପୁରୁଷ ମାନଙ୍କ ସହିତ ସମାନ ଭାଗିଦାରୀରେ କାମ କରିପାରିବେ ।

ନୀତି ପ୍ରଣୟନ

ପିଲା ମାନଙ୍କର ସାମଗ୍ରିକ ବିକାଶ ପାଇଁ ମନ୍ତ୍ରଣାଳୟ ବିଶ୍ଵର ସବୁଠାରୁ ଅନନ୍ୟ କାର୍ଯ୍ୟକ୍ରମ ଇଣ୍ଟିଗ୍ରେଟେଡ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ (ଆଇସିଡିଏସ) କାର୍ଯ୍ୟକ୍ରମର କ୍ରିୟାନ୍ଵୟନ କରୁଛି ଯ଼େଉଁଥିରେ ପରିପୂରକ ପୋଷଣ, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ପ୍ରେରଣ ସେବା, ପ୍ରାକ୍ ବିଦ୍ୟାଳୟ  ଏବଂ ଅଣ ଅନୁଷ୍ଠାନିକ ଶିକ୍ଷା ଉପଲବ୍ଧ କରାଯ଼ାଇଥାଏ।  ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବୀ ସମନ୍ଵୟ. ଓ ତଦାରଖ ହୋଇଥାଏ । ମନ୍ତ୍ରଣାଳୟର ଅଧିକାଂଶ କାର୍ଯ୍ୟକ୍ରମ ଅଣ ସରକାରୀ ସଙ୍ଗଠନ ଗୁଡିକ ଦ୍ଵାରା କରାଯ଼ାଇଥାଏ।  ଏନଜିଓ ମାନଙ୍କର ପ୍ରଭାବୀ ସଂଶ୍ଲିଷ୍ଟତା ପାଇଁ ପ୍ରୟlସ କରାଯ଼ାଉଛି ।  ବିଗତ ଦିନରେ ମନ୍ତ୍ରଣାଳୟ ପକ୍ଷରୁ ନିଆଯ଼ାଇଥିବା ଗୁରୁତ୍ଵପୂର୍ଣ୍ଣ ନୀତି ପ୍ରଣୟନ ମଧ୍ୟରେ ଆଇସିଡିଏସର ସାର୍ବଜନୀନିକରଣ ଓ କିଶୋରୀ ମାନଙ୍କ ପୋଷଣ ପାଇଁ କିଶୋରୀ ଶକ୍ତି ଯ଼ୋଜନା, ଶିଶୁମାନଙ୍କର ସୁରକ୍ଷା ପାଇଁ କମିଶନ ଗଠନ ଏବଂ ମହିଳା ମାନଙ୍କ ସୁରକ୍ଷା ପାଇଁ ଘରୋଇ ହିଂସା ଆଇନ ଆଦି ଅନ୍ୟତମ ।

ସଙ୍ଗଠନ

ମନ୍ତ୍ରଣାଳୟ ୬ଟି ସ୍ଵାୟତ୍ତ ସଙ୍ଗଠନ ରହିଛି ଏଗୁଡିକ ହେଲା -

  1. .ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ କୋ ଅପରେସନ ଏଣ୍ଡ ଚାଇଲ୍ଡ ଡେଭଲପପମେଣ୍ଟ (ଏନଆଇପିସିସିଡି)
  2. ନ୍ୟାସନାଲ କମିଶନ ଫର ଓମେନ (ଏନସିଡବଲୁ)
  3. ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)
  4. ସେଣ୍ଟ୍ରାଲ ଆ଼ଡପସନ ରିସୋର୍ସ ଏଜେନ୍ସୀ (ସିଏଆରଏ)
  5. ସେଣ୍ଟ୍ରାଲ ସୋସିଆଲ ୱେଲଫେୟାର ବୋର୍ଡ
  6. ରାଷ୍ଟ୍ରୀୟ ମହିଳା କୋଷ (ଆରଏମକେ)

ଏହାର ମାର୍ଗଦର୍ଶନରେ କାମ କରୁଥିବା ଏନଆଇପିସିସିଡି ଏବଂ ଆରଏମକେ ହେଉଛନ୍ତି ସୋସାଇଟି ପଂଜୀକରଣ ଆଇନ 1860 ଅନୁସାରେ ପଂଜୀକୃତ ସୋସାଇଟି . ସିଏସଡବଲୁବି ହେଉଛି ଏକ ଦାତବ୍ୟ କମ୍ପାନୀ ଯ଼ାହା ଭାରତୀୟ କମ୍ପାନୀ ଆକ୍ଟ 1956 ର ଧାରା ଅନୁସାରେ ପଂଜୀକୃତ ହୋଇଛି ଉପରୋକ୍ତ ସଙ୍ଗଠନ ଗୁଡିକ ଭାରତ ସରକାରଙ୍କର ପୂର୍ଣ ଅନୁଦାନରେ କାମ କରନ୍ତି ତଥା ସରକାରଙ୍କର କିଛି ଯ଼ୋଜନା ଓ କାର୍ଯ୍ୟକ୍ରମକୁ ଏମାନେ କାର୍ଯ଼କାରୀ କରନ୍ତି . ମହିଳା ମାନଙ୍କର ଅଧିକାର ସଂରକ୍ଷଣ ଦେବା ଓ ସୁରକ୍ଷା ଦେବା ପାଇଁ 1992 ମସିହାରେ ଏକ ଷ୍ଟାଚ୍ୟୁଟାରୀ ବଡି ଭାବରେ ରାଷ୍ଟ୍ରୀୟ ମହିଳା ଆଯୋଗର ଗଠନ ହୋଇଥିଲା . ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ହେଉଛି ରାଷ୍ଟ୍ରୀୟ ସ୍ତରର ଏକ ସର୍ବୋଚ୍ଚ ସଂସ୍ଥା ଯ଼ାହାର ଗଠନ ମାର୍ଚ୍ଚ 2007 ରେ ପିଲା ମାନଙ୍କର ସଂରକ୍ଷାଣ ତଥା ଅଧିକାରର ସୁରକ୍ଷା ପାଇଁ ହୋଇଥିଲା ।

ମନ୍ତ୍ରଣାଳୟକୁ ଆବଣ୍ଟନ କରା ଯ଼ାଇଥିବା ବିଷୟ

  • ପରିବାରର କଲ୍ୟାଣ ।
  • ମହିଳା ଏବଂ ଶିଶୁ କଲ୍ୟାଣ ଏବଂ ଏହି ବିଷୟ ସହ ସମ୍ପର୍କିତ ବିଷଯରେ ଅନ୍ୟ ମନ୍ତ୍ରଣାଳୟ ଓ ସଙ୍ଗଠନ ଗୁଡିକ ସହ ସମନ୍ଵୟ ।
  • ମହିଳା ଓ ଶିଶୁ ଚାଲାଣ ସମ୍ପର୍କରେ ମିଳିତ ଜାତି ସଂଘ ଠାରୁ ପରିଚୟ ।
  • ପ୍ରାକ ବିଦ୍ୟାଳୟ ପିଲାଙ୍କ ଦେଖାଶୁଣା ।
  • ରାଷ୍ଟ୍ରୀୟ ପୋଷଣ ନୀତି, ପୋଷଣ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟଯ଼ୋଜନା ଏବଂ ରାଷ୍ଟ୍ରୀୟ ପୋଷଣ ମିଶନ ।

କାର୍ଯ୍ୟକାରିତା

  • ଇମୋରାଲ ଟ୍ରାଫିକ ଇନ ଓମେନ ଏଣ୍ଡ ଗାର୍ଲ ଆକ୍ଟ 1956 ( 1986 ପର୍ଯ୍ୟନ୍ତ ସଂଶୋଧିତ) ।
  • ଇଣ୍ଡିସେଣ୍ଟ ରିପ୍ରେଜେଣ୍ଚେସନ ଅଫ ଓମେନ ( ପ୍ରିଭେନସନ ଆକ୍ଚ ) 1986 (1986ରୁ 60) ।
  • ଡାଉରୀ ପ୍ରହିବିସନ ଆକ୍ଟ 1961(1961ରୁ 28) ।
  • ଦି କମିଶନ ଫର ସତୀ ( ପ୍ରିଭେନସନ) ଆକ୍ଟ 1987 ( 1988ରୁ 3) ଏହି ଆଇନ ଅଧୀନରେ ଥିବା ଅପରାଧ ପାଇଁ କ୍ରିମିନାଲ ଜଷ୍ଟିସର ପ୍ରଶାସନ ବ୍ୟତୀତ।
  • ଇନଫାଣ୍ଟ ମିଲ୍କ ସବ୍ସଷ୍ଟିଚ୍ଯୁଟ, ଫିଡିଂ ବଟଲ ଏଣ୍ଡ ଇନଫାଣ୍ଟ ଫୁଡ ( ଉତ୍ପାଦନ,ଯୋଗାଣ ଓ ବିତରଣର ନିୟମ)ଆଇନ 1992 (1992ରୁ 41) ।
  • କୋ ଅପରେଟିଭ ଅଫ ଆସିଷ୍ଟାନ୍ସ ଏଣ୍ଡ ରିଲିଫ ।
  • ମହିଳା ଓ ଶିଶୁ ମାନଙ୍କର କଲ୍ୟାଣ ଓ ବିକାଶ ପାଇଁ ଯ଼ୋଜନା, ଅନୁସନ୍ଧାନ, ମୂଲ୍ୟାଙ୍କନ, ତଦାରଖ, ପରିସଂଖ୍ୟାନ ଏବଂ ପ୍ରଶିକ୍ଷଣ ଆଦି କରିବା ଏହା ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳ ଡାଟାବେସ ତିଆରି କରିବା ସାମିଲ ରହିଛି ।
  • ୟୁନିସେଫ ।
  • କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡ (ସିଏସଡବଲୁବି ନ୍ୟାସନାଲଇ ନଷ୍ଟିଚ୍ୟୁଟ ଅଫ ପବ୍ଲିକ କୋ ଅପରେସନ ଏଣ୍ଡ ଚାଇଲ୍ଡ ଡେଭଲପପମେଣ୍ଟ (ଏନଆଇପିସିସିଡି) ।
  • ଫୁଡ ଏଣ୍ଡ ନ୍ୟୁଟ୍ରିସନ ବୋର୍ଡ (ଏଫଏନବି) ।

ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା

  • ରାଷ୍ଟ୍ରୀୟ ମହିଳା କମିଶନ ।
  • ରାଷ୍ଟ୍ରୀୟ ମହିଳା କୋଷ ।
  • ଜୁଭେନାଇଲ ଜଷ୍ଟିସ (କେଆର ଏଣ୍ଡ ପ୍ରୋଟେକ୍ସନ ଅଫ ଚିଲ୍ଡ୍ରେନ) ଆକ୍ଟ 2000 (2000ରୁ 56) ।
  • ପ୍ରୋବେସନ ଅଫ ଜୁଭେନାଇଲ ଅଫେଣ୍ଡର ।
  • ଆଡପସନ, ସେଣ୍ଟ୍ରାଲ ଆଡପସନ ରିସୋର୍ସ ଏଜେନ୍ସୀ ଏବଂ ଚାଇଲ୍ଡ ହେଲ୍ପଲାଇନ ସମ୍ପର୍କିତ ପ୍ରସଙ୍ଗ ।
  • ଦି ଚିଲ୍ଡ୍ରେନ ଆକ୍ଟ 1960 ( 1960ରୁ 60) ।
  • ଦି ଚାଇଲ୍ଡ ମ୍ୟାରେଜ ରେଜିଷ୍ଟ୍ରେସନ ଆକ୍ଟ (1929ରୁ 29) ।

ସ୍ରୋତ : ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate