ଉପକ୍ରମ
ଆଜିକାଲି ପ୍ରାୟ ଅଧିକାଂଶ ମହିଳା ବାହାରେ ଚଳପ୍ରଚଳ କରିବା ସମୟରେ ହେଉ ବା ଏକୁଟିଆ ରହୁଥିଲେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେଥିପାଇଁ ଆତ୍ମରକ୍ଷା କୌଶଳ ଜାଣିବା ଜରୁରୀ।
ଆତ୍ମରକ୍ଷା କୌଶଳ
ଏଥିପାଇଁ ସେମାନେ ନିମ୍ନୋକ୍ତ ଟିପ୍ସ ଆପଣେଇ ପାରନ୍ତି ।
- ବାହାରକୁ ଯିବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରନ୍ତୁ । ଯଦି ବାଟରେ କିଛି ଅଘଟଣ ଘଟେ ତାହାର ଯେମିତି ନିଜ ସାମର୍ଥ୍ୟ ଅନୁସାରେ ମୁକାବିଲା କରିପାରିବେ ।
- ଆଜିକାଲି ଗହଣାଚୋରି, ଅସଦାଚରଣ ଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେଣୁ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତାର ସହ ଯିବା ଆସିବା କରନ୍ତୁ । ରାସ୍ତାରେ ଯିବା ସମୟରେ ନିଜର ଆଗପଛ ଏବଂ ଦୁଇ ପଟକୁ ନଜର ରଖନ୍ତୁ । ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅନୁସରଣ କରୁଛି ବୋଲି ହୃଦୟଙ୍ଗମ ହୁଏ ତେବେ ଭୟ ନ କରି ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକନ୍ତୁ । ଆଜିକାଲି ମୋବାଇଲ୍ ର ବ୍ୟବହାର ସାଧାରଣ ହୋଇଗଲାଣି। ତେଣୁ ତୁରନ୍ତ ପୋଲିସ୍ ହେଲପ ଲାଇନ ନମ୍ବର ଡାଏଲ କରି ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇ ଦିଅନ୍ତୁ ।
- ନିଜକୁ କିପରି ଶତ୍ରୁ କବଳରୁ ରକ୍ଷା କରିବେ ସେଥିପାଇଁ କେତେକ ୱେବ୍ ସାଇଟ୍ ରହିଛି । ସେ ବିଷୟରେ ଅବଗତ ହୋଇ ସେଥିରେ ଉପଲବ୍ଧ ଟିପ୍ସକୁ ଆପଣାନ୍ତୁ ।
- ଯଦି ସମୟ ମିଳୁଛି ସେଲ୍ଫ ଡ଼ିଫେନ୍ସର ଏକ କୋର୍ସ କରି ନିଅନ୍ତୁ ।
- ଯଦି ଆପଣ କୌଣସି ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ଅକସ୍ମାତ କୌଣସି ଅସୁବିଧାରେ ପଡିଛନ୍ତି ତେବେ ଫ୍ଲୋରର ବଟନ୍ ଗୁଡିକୁ ଟିପି ଦିଅନ୍ତୁ । ଯାହାଦ୍ୱାରା ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତି ଆପଣଙ୍କୁ ମୁକୁଳାଇବା ପାଇଁ ସେମାନେ ଚେଷ୍ଟା କରିବେ ।
- ହାତରେ ଏପରି ଏକ ମୁଦି ପିନ୍ଧନ୍ତୁ ଯାହା ସେଲ୍ଫ ଡ଼ିଫେନ୍ସ ପରି କାମ କରିପାରିବ ।
- ଯଦି ଆପଣଙ୍କୁ କିଏ ହଇରାଣ କରିବାକୁ ଚେଷ୍ଟା କରୁଛି ତେବେ ସେଠାରେ ସ୍ଥିର ଭାବରେ ଠିଆ ଣ ହୋଇ ପ୍ରଥମେ ସେହି ବ୍ୟକ୍ତିଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି ସେ ବ୍ୟକ୍ତି ଆପଣଙ୍କୁ ଆକ୍ରମଣ କରନ୍ତି ତେବେ ନିଜସ୍ୱ ବୁଦ୍ଧି ଖଟାଇ ପ୍ରତିଆକ୍ରମଣ କରିପାରିବେ ।
- ମୋବାଇଲ୍ ଫୋନ୍ ରେ କେତୋଟି ଆପ୍ ଡାଇନ୍ଲୋଡ୍ କରନ୍ତୁ । ଯାହାକୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିପାରିବେ । ଏପରି କିଛି ଆପ୍ସ ରହିଛି ଯାହାକୁ ଟବ୍ କରିବା ମାତ୍ରେ ତାହା ସାଇରନ୍ ପରି ବାଜିଉଠିବ । ଏହାଦ୍ଵାରା କେହି କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ।
- ଯିଏ ଆପଣଙ୍କୁ ଆକ୍ରମଣ କରୁଛି ଉପସ୍ଥିତ ବୁଦ୍ଧି ଖଟାଇ ତାହାର ଦୁର୍ବଳତାକୁ ଜାଣିନିଅନ୍ତୁ ।
- ମୋବାଇଲ୍ ରେ ଏଭଳି କିଛି ବ୍ୟକ୍ତିଙ୍କ ନମ୍ବର ରଖନ୍ତୁ ଯେଉଁମାନେ ଆପଣଙ୍କୁ ଅଘଟଣ ସମୟରେ ସାହାଯ୍ୟ କରିପାରିବେ।
ଆଧାର- ଦୈନିକ ଧରିତ୍ରୀ
Last Modified : 1/16/2020
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.