অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କନ୍ୟା ପାଇଁ ଦେଶ କାହିଁ?

ଲିଙ୍ଗ ନିରୂପଣ ସମ୍ପର୍କରେ ଆଇନ କଣ କହେ?

ସହଯୋଗୀଙ୍କ ଟିପଣୀ

  • ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସବ ନିଦାନ କୌଶଳ ଅଧିନିୟମ (PCPNDT Act) ଗର୍ଭଧାରଣ ର ପୂର୍ବ ଏବଂ ପରବର୍ତ୍ତୀ ଗର୍ଭ ନିରୂପଣ କୁ ନିୟନ୍ତ୍ରଣ କରେ । ଏହି ଆଇନ ଟି ପ୍ରଥମଥର ପାଇଁ ୧୯୯୪ ରେ ପ୍ରଣିତ ହୋଇଥିଲା ଏବଂ ୨୦୦୩ ମସିହାରେ ସଂଶୋଧନ କରାଯାଇଥିଲା । ଅତ୍ୟାଧୁନିକ କୌଶଳର ଅପବ୍ୟବହାର ଯଥା :ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ଦ୍ଵାରା ଲିଙ୍ଗ ନିରୂପଣ ଆଦି କୁ ନିଷେଧ କରିବା ଏହି ଆଇନ ର ଉଦ୍ଦେଶ୍ୟ ଅଟେ । ପୁତ୍ର ସନ୍ତାନ କୁ ଅଗ୍ରାଧିକାର ଦେବା ପାଇଁ ଚିକିସ୍ସା କୌଶଳର ଅପବ୍ୟବହାର PCPNDT ଅଧିନିୟମରେ ସ୍ପଷ୍ଟ ଅବମାନନା ଅଟେ ।
  • କୌଣସି ବ୍ୟକ୍ତି ଏହି ଅଧିନିୟମରେ ଥିବା ବ୍ୟବସ୍ଥା ଗୁଡିକୁ ଉଲଂଘନ କଲେ, ଜେଲ ଦଣ୍ଡ ଭୋଗିପାରନ୍ତି ଯାହାର ମିଆଦ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ୧୦,୦୦୦ (ଦାଶହଜର) ଟଙ୍କାର ଜୋରିମାନା ବୃଦ୍ଧି କରାଯାଇପାରେ । ସହଯୋଗୀମାନେ ଆଲୋଚନା କରିବା ପୂର୍ବରୁ ମୁଖ୍ୟ ସୂଚକ ଗୁଡିକୁ ପଢି ଭଲଭାବେ ବୁଝିବା ପାଇଁ ପ୍ରୋତ୍ସାହିତ କରିବା ଦରକାର ।
  • ଲିଙ୍ଗ ନିରୂପଣ କୁ ରୋକିବା ପାଇଁ ଥିବା ବିଧିଗୁଡିକର କଡାକଡି ପ୍ରଣଯନ ହେବା ଆବଶ୍ୟକ ,ଏଠି ସହ ବାଳିକାମାନଙ୍କ ପ୍ରତି ପକ୍ଷପାତିତା ମନୋଭାବକୁ ପରିବର୍ତ୍ତନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ର ସୂତ୍ରପାତ କରିବା ଦରକାର ।

ତୁମ ନଜରକୁ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ଘଟଣା ଆସିଲେ ତୁମେ ତା ବିରୁଦ୍ଧରେ ଅଭିଯୋଗ କରିବାକୁ ଉଚିତ ମନେ କରୁଛ କି? ଯଦି ହଁ ତେବେ କାହାକୁ ?

ସହଯୋଗୀ ଟିପଣୀ

  • ତୁମେ ଯଦି ବେଆଇନ ଲିଙ୍ଗ ନିରୂପଣ ଘଟଣା ବିଷୟରେ ଜାଣିବାକୁ ପାଅ ତେବେ ,ତା ବିରୁଦ୍ଧରେ ଅଭିଯୋଗ କରିବାର ନିଶ୍ଚିତ ଅଧିକାର ତୁମର ଅଛି,ଅଭିପ୍ରାୟକରି ହିସାବରେ ତୁମେ ନିଜ ଜିଲ୍ଲା କିମ୍ବା ରାଜ୍ୟ ର ସମୁଚିତ ଅଧିକାରୀଙ୍କୁ ଅଭିଯୋଗ କରି ପାରିବ ? ରାଜ୍ୟ ସ୍ତର ର ସମୁଚିତ ଅଧିକାରୀ ହେଉଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଜିଲ୍ଲା ସ୍ତରରେ ତୁମେ ସେହି ଜିଲ୍ଲା ର ସମୁଚିତ ଅଧିକାରୀ ଯଥା ଜିଲ୍ଲାପାଳଙ୍କୁ ଅଭିଯୋଗ କରିପାରିବ ।
  • ପ୍ରଥମ ଥର ପାଇଁ ଏହି ଅଧିନିୟମ ରେ ଥିବା ବ୍ୟବସ୍ଥା ଗୁଡିକର ଅବମାନନା କଲେ ୧୦,୦୦୦ ଟଙ୍କା ଜୋରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମିଳେ । ବାରମ୍ବାର ଏହି ଅପରାଧ କରୁଥିବା ବ୍ୟକ୍ତି ଙ୍କୁ ଅଧିକ ପରିମାଣ ର ଜୋରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମିଳେ । ବାରମ୍ବାର ଏହି ଅପରାଧ କରୁଥିବା ବ୍ୟକ୍ତି ଙ୍କୁ ଅଧିକ ପରିମାଣ ର ଜୋରିମାନା ସହ ଦୀର୍ଘ କାଳ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ । ଗର୍ଭସ୍ଥ ଭ୍ରୁଣ ର ଲିଙ୍ଗ ଜାଣିବା ପାଇଁ ମୌଖିକ ହେଉ ଅଥବା ଅନ୍ୟ ଉପାଯରେ ସୁଚାଇବାକୁ ଚେଷ୍ଟା କରିବା ,ତଥା ଲିଙ୍ଗ ନିରୂପଣ ପାଇଁ ବିଜ୍ଞାପନ ଦେବା କିମ୍ବା ପୁତ୍ର ସନ୍ତାନ ଲାଭ ର ଅଶ୍ଵାସନା ଦେବା ମଧ୍ୟ ବେଆଇନ ଅଟେ । ଯେଉଁ ଚିକିତ୍ସାକ ମାନେ ଲିଙ୍ଗ ନିରୂପଣ କାର୍ଯ୍ୟରେ ଜଡିତ ଥାଆନ୍ତି ସେମାନଙ୍କ ପ୍ରତି କେନ୍ଦ୍ର କିମ୍ବା ରାଜ୍ୟ ଡାକ୍ତରୀ ପରିଷଦ କୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସମୁଚିତ ଅଧିକାରୀ ଆଦେଶ ଦିଅନ୍ତି ,ଏପରିକି ଏହି ଅଧିନିୟମ ର ବ୍ୟବସ୍ଥା ଗୁଡିକୁ ଉଲଂଘନ କଲେ,ଡାକ୍ତରୀ ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଥାଏ ।

କେତେବେଳେ ଗର୍ଭପାତ ଆଇନ ସମ୍ମତ ଅଟେ ?

ସହଯୋଗୀଙ୍କ ଟିପ୍ପଣୀ :-

o ଭାରତର ଚିକିତ୍ସାଗତ ଗର୍ଭପାତ ଅଧିନିୟମ(MTP) ଦ୍ଵାରା ନିର୍ଦ୍ଧାରିତ ପରିସ୍ଥିତି ଅଧୀନରେ ଗର୍ଭପାତ ଆଇନ ସମ୍ମତ । ଏହି ପରିସ୍ଥିତି ଗୁଡିକ ହେଲା ,ମା’ର ଜୀବନ ପ୍ରତି ବିପଦ,ଭ୍ରୁଣର ଅଶ୍ଵାଭବିକତା ,ବଳାତ୍କାର ଓ ଗର୍ଭନିରୋଧ ଉପାୟ ବିଫଳତା । କିନ୍ତୁ ଏହି ଆଇନ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ର କାରଣ ଗୁଡିକୁ ଅନୁମତି ଦିଏ ନାହିଁ । ଏହି ସତ୍ୟତା କୁ ଉପଲବ୍ଧି କରିବା ଅପରିହାର୍ଜ୍ୟ ଏବଂ ଗର୍ଭପାତକୁ ଆପେ ଆପେ ବେଆଇନ ବୋଲି ବିଚାର କରିବା ଅନୁଚିତ ।MTP ଅଧିନିୟମ ଅନୁସାରେ ଜଣେ ମହିଳା ଆବଶ୍ୟକ ସ୍ଥଳରେ ନିରାପଦ ଓ ଆଇନ ସମ୍ମତ ଗର୍ଭପାତ ସେବା ଗୁଡିକର ଉପଯୋଗ କରିପାରିବେ ।

o ଲିଙ୍ଗ ସମାନଅଟା ଦିଗରୁ ବିଚାର କଲେ ,ଲିଙ୍ଗ ନିରୂପଣ ବାଳିକା ଓ ମହିଳା ମାନଙ୍କ ପ୍ରତି ସଙ୍ଘବଦ୍ଧ ଭାବେ ହେଉଥିବା ଭେଦଭାବ ଓ ଅବିଚାରର ପ୍ରତିଫଳନ ମାତ୍ର । ଏହା ମନେରଖିବା ଉଚିତ ଯେ ଆଇନ ସମ୍ମତ ଗର୍ଭପାତ ସେବାରୁ ମହିଳାମାନଙ୍କୁ ବଞ୍ଚିତ କରିବା ମଧ୍ୟ ସେମାନଙ୍କ ପ୍ରତି ସେହି ଅନୁପାତରେ ଅବିଚାର ମାତୃ ମୃତ୍ୟୁହାର କୁ ରୋକିବା ପାଇଁ ସେମାନଙ୍କୁ ନିରାପଦ ଓ ଆଇନ ସମ୍ମତ ଗର୍ଭପାତ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ । ମା’ ମାନଙ୍କର ସେମାନଙ୍କର ଭାବୀ ସନ୍ତାନର ଲିଙ୍ଗ ନିରୂପଣ ର ଅଧିକାର ଅଛି କି?

ସହଯୋଗୀଙ୍କ ଟିପପଣି :

o ହିଂସା ଓ ପଳାୟନର ଭୟ ଏବଂ ପରିବାରରେ ନିଜର ସ୍ଥିତି,ମୂଲ୍ୟବୋଧ କୁ ସୁଦୃଢ କରିବା ପାଇଁ ବେଳେ ବେଳେ ମହିଳା ମାନେ ପୁତ୍ର ସନ୍ତାନ ଲାଭ କରିବାର ଚାପ ଅନୁଭବ କରନ୍ତି ଓ ସେଥିପାଇଁ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ପନ୍ଥାଟିକୁ ବାଛିଥ।ନ୍ତି । ଏହାକୁ ମାଆ ମାନଙ୍କର ପସନ୍ଦ ବୋଲି ଆଜି ବିଚାର କରାଯାଇପାରିବ ନାହିଁ । ପ୍ରକୃତରେ ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ପଳାୟନ,ପରିତ୍ୟକ୍ତା କିମ୍ବା ପାରିବାରିକ ହିଂସା ର ଭୟ ଥାଇ ମଦ୍ୟ ଲିଙ୍ଗ ନିରୂପଣ କରିବା ପାଇଁ ମନା କରିଛନ୍ତି ।

o ୨୦୦୫ ମସିହାରେ ଏକ ଦମ୍ପତ୍ତି ଲିଙ୍ଗ ନିରୂପଣ କୁ ସମ୍ବିଧାନ ପ୍ରଦତ୍ତ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ବୋଲି ବିଚାର କରି ସମ୍ମତି ପାଇବା ପାଇଁ ମୁମ୍ବାଇ ଉଚ୍ଚ ନ୍ୟାୟଳୟ ରେ ଆବେଦନ କରିଥିଲେ ।ପସନ୍ଦ ଅନୁସାରେ ଲିଙ୍ଗ ନିରୂପଣ କରି ଭବିଷ୍ୟତରେ ଜୀବନ ଧାରଣ କରିପାରିବାର ଅଧିକାର କୌଣସି ମତେ ଏକ ଅଧିକାର ରୂପେ ପରିଣତ ହୋଇ ପାରିବ ନାହିଁ ବୋଲି ମାନ୍ୟବାର ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଥିଲେ । ସମାଜରେ ଭେଦଭାବ ବୃଦ୍ଧି ପାଉଥିବାରୁ ଲିଙ୍ଗ ନିରୂପଣ କୁ ଏକ ଅଧିକାର ଏବଂ ଇଚ୍ଛା ବୋଲି ବିଚାର କରାଯାଇପାରିବ ନାହିଁ ବୋଲି ଦର୍ଶାଇ ମାନ୍ୟବର ନ୍ୟାୟଳୟ ଏହି ମାମଲା କୁ ଖାରଜ କରିଥିଲେ । କୋର୍ଟ ଏହା ମଧ୍ୟ ଦର୍ଶାଇଥିଲା ଯେ,ଲିଙ୍ଗ ନିରୂପଣ କରି ଏକ ଜୀବସତ୍ତା କୁ ଭବିଷ୍ୟତରେ ଜନ୍ମ ଦେବା/ବଞ୍ଚିବାର ଅଧିକାର ଦେବା ଭଳି ବ୍ୟକ୍ତିଗତ ସ୍ଵାଧୀନତା ଦିଆ ଯାଇ ପାରିବ ନାହିଁ ।

ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା ପାଇଁ କାର୍ଯ୍ୟ କରନ୍ତୁ ।

ବ୍ୟକ୍ତିଗତ ସ୍ତରରେ –

o ତୁମ ପରିବାର ଏବଂ ସ୍ଥାନୀୟ ଲୋକମାନଙ୍କ ସହ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ସମସ୍ୟା ସମ୍ପର୍କରେ କଥା ହୁଅନ୍ତୁ । o ନିଜର ସାମାଜିକ ଦାୟିତ୍ଵବୋଧ ଗ୍ରହଣ କରନ୍ତୁ,ଅନ୍ୟମାନଙ୍କୁ ଲିଙ୍ଗ ନିରୂପଣ ପ୍ରକ୍ରିୟାରେ ଆଇନ୍ଗତ ଦିଗ ସମ୍ପର୍କରେ ଅବଗତ କରାନ୍ତୁ ଏବଂ ଏହି ପ୍ରଥାର ପ୍ରଭାବ ବିଷୟରେ ବୁଝାନ୍ତୁ । o ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ବିରୁଦ୍ଧରେ ଲଢିବା ପାଇଁ ବଦ୍ଧ ପରିକର ହୁଅନ୍ତୁ ଏବଂ ଗୋଷ୍ଠୀର ଅନ୍ୟ ସଭ୍ୟମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରନ୍ତୁ । o ଡାକ୍ତରୀ କୌଶଳର ଅପବ୍ୟବହାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତୁ । o ଏହା ଯୌତୁକ ହେଉ ବା ଘରୋଇ ହିଂସା ଅଥବା କୌଣସି ସମାଜରେ ଓ ପରିବେଶରେ ସମାନ ଅଧିକାର ହେଉ,ଏ ସମସ୍ତ କ୍ଷେତ୍ରରେ ମହିଳା ଓ ବାଳିକା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଭେଦଭାବକୁ ବନ୍ଦ କରିବାକୁ ସଂଗ୍ରାମ କରନ୍ତୁ । o ମହିଳା ଓ ବାଳିକା ମାନଙ୍କ ର ସ୍ଥିତି ଓ ସମ୍ମାନ ବୃଦ୍ଧି ପାଇଁ ଏକ ଉପଯୋଗୀ ଓ ସହାୟକ ପରିବେଶ ସୃଷ୍ଟି କରନ୍ତୁ । ଗୋଷ୍ଠୀ ସ୍ତରରେ – o ତୁମ ସମାଜ/ଗୋଷ୍ଠୀରେ ବାଳିକାମାନଙ୍କର ପରିସ୍ଥିତି ସମ୍ପର୍କରେ ଏକ ପରିସଂଖ୍ୟାନ କରନ୍ତୁ ଏବଂ ଗୋଷ୍ଠୀ ସଭ୍ୟମାନେ ସ୍ଥିତି ସୁଧାରିବା ପାଇଁ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରନ୍ତୁ । o କୌଣସି ଜଣେ ବିଶେଷଜ୍ଞ କିମ୍ବା ସମାଜସେବୀ ଙ୍କୁ ଏହି ସମସ୍ୟା ଉପରେ ଅଭିଭାଷଣ ଦେବାକୁ ନିଜ ସମାଜ/ଅଞ୍ଚଳକୁ ଡକାନ୍ତୁ । o ଯୌତୁକ ବିରୁଦ୍ଧରେ ଏକ “ସଚେତନତା କାର୍ଯ୍ୟକ୍ରମ “ଚଲାନ୍ତୁ ଏବଂ PCPNDT ଅଧିନିୟମ ର କଡା ପ୍ରଣଯନ ଓ କାର୍ଯ୍ୟକାରିତା ଉପରେ ନିଶ୍ଚିତ ହୁଅନ୍ତୁ ।ପୋଷ୍ଟର,ଇଣ୍ଟର୍ନେଟ,ଗୋଷ୍ଠୀ,ରେଡିଓ,ବିଜ୍ଞାପନ,ଚଳଚିତ୍ର,ସ୍ଥାନୀୟ ପତ୍ରିକା ,ଖବରକାଗଜ ଏବଂ କେବୁଲ ଟେଲିଭିଜନ ଆଦିରେ ଏହି ସମସ୍ୟା ସମ୍ପର୍କରେ ବାର୍ତ୍ତା ଦିଅନ୍ତୁ । o ସଠିକ ବାର୍ତ୍ତା ପ୍ରେରଣ ଦିଗରେ ଯତ୍ନବାନ ହୁଅନ୍ତୁ ଏବଂ ଅବହେଳା ବଶତଃ ଗର୍ଭପାତ ର ବୈଧତା ବିଷୟରେ ଦୃଶ୍ୟପଟ୍ଟ କିମ୍ବା ଲିଖିତ ବାର୍ତ୍ତା ମାଧ୍ୟମରେ ଭୁଲ ଯୋଗାଯୋଗ କରନ୍ତୁ ନାହିଁ । ସୁସଙ୍ଗଠିତ ଭାବେ,ଲିଙ୍ଗ ନିରୂପଣ(କିନ୍ତୁ) ଲିଙ୍ଗଗତ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ର ପରିଭାଷା କୁ ବ୍ୟବହାର କରନ୍ତୁ ଏବଂ ଏହି ପ୍ରଥା ଦ୍ଵାରା ସୃଷ୍ଟି ହେଉଥିବା ଭେଦଭାବକୁ ଗୁରୁତ୍ଵ ଦିଅନ୍ତୁ । କନ୍ୟା-ଭ୍ରୁଣହତ୍ୟା,ଏବଂ ଏହି ପ୍ରକାର ଶବ୍ଦ ଗୁଡିକ ଯାହାଦ୍ୱାରା ଗର୍ଭପାତ ଏବଂ ତା’ର ବୈଧତା ବିଷୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ ,ସେହି ଶବ୍ଦକୁ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । o ତୁମ ସମୟରେ/ଗୋଷ୍ଠୀରେ /ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣକୁ ପ୍ରାୟତ୍ସାହିତ କରୁଥିବା ଅଥବା ସେଥିରେ ଲିପ୍ତଥିବା କୌଣସି ଚିକିସ୍ଚ୍ଚକ ଯେପରି ଣ ଥାନ୍ତି,ସେ ବିଷୟରେ ସୁନିଶ୍ଚିତ ହୁଅନ୍ତୁ । o ଏହି ସମସ୍ୟା ସହ ଜଡିତ ତଥ୍ୟ ସବୁ ,କ୍ଷୁଦ୍ର ପୁସ୍ତିକା ଓ ସୂଚନା ପାତ୍ର ମାଧ୍ୟମରେ ବାଣ୍ଟନ୍ତୁ। o ମହିଳାମାନଙ୍କ ଅଧିକାର ବିଷୟବସ୍ତୁ ରେ ସଫଳତା ପାଇଥିବା ଜଣେ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ପ୍ରଦାନ କରନ୍ତୁ । o ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ଣ କରିବା ଏବଂ ଯୌତୁକ ନ ଦେବା ପାଇଁ ସାମୁହିକ ଭାବେ ଅଙ୍ଗୀକାର ବଦ୍ଧ ହୁଅନ୍ତୁ । o କନ୍ୟା ସନ୍ତାନ ଜନ୍ମ ସମୟରେ ଉତ୍ସବ/ସମାରୋହର ଆୟୋଜନ କରନ୍ତୁ,ଜନ୍ମ ପଞ୍ଜୀକରଣ ପାଇଁ ପଞ୍ଚାୟତଗୁଡିକୁ ପ୍ରୋତ୍ସାହିତ କରନ୍ତୁ,ପୁଅ ଓ ଝିଅ ମାନଙ୍କ ର ସଂଖ୍ୟାଟମକ ତଥ୍ୟ ପ୍ରଦର୍ଶନ କରନ୍ତୁ ଏବଂ ଅଧିକ ସଂଖ୍ୟକ ବାଳିକା ମାନଙ୍କ ବିଦ୍ୟାଳୟରେ ନାମ ଲେଖା ଏବଂ ପାଠପଢା ଉପରେ ଗୁରୁତ୍ଵ ଦିଅନ୍ତୁ । o ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ସମ୍ବୋଧନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରନ୍ତୁ ।ମହିଳା ଏବଂ ବାଳିକା ମାନଙ୍କ ର ନିରାପତ୍ତା ଓ ସୁରକ୍ଷା ସମାଜର ସବୁ ସଦସ୍ୟ ମାନଙ୍କ ର ମିଳିତ ଦାୟିତ୍ଵ ବୋଲି ଗୁରୁତ୍ଵାରୋପ କରନ୍ତୁ । o ଶେଷ କ୍ରିୟା କର୍ମ କରିବା,ଝିଅମାନଙ୍କୁ “ପରଧନ”ଭାବିବା,ବୃଦ୍ଧାବସ୍ତାରେ ସହଯୋଗ /ଦାୟିତ୍ଵ ନେବା,ତଥା ଦାୟାଦରୁପେ ତଥା ସମ୍ପତ୍ତି ଅଧିକାରରେ ମହିଳା ଓ ବାଳିକା ମାନେ ସମାନ ଅଧିକାର ପାଇବା ଆଦି ପ୍ରଥା ଗୁଡିକ ଉପରେ ଗୋଷ୍ଠୀ ମଧ୍ୟରେ ତର୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତୁ । ସଂଗଠନ ସ୍ତରରେ : o ଗୋଷ୍ଠୀ ଓ ସମାଜ ମଧ୍ୟରେ ଯୋଗସୂତ୍ର ରକ୍ଷାକାରୀ ହୁଅନ୍ତୁ । ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ପରିକଳ୍ପନା ଏବଂ ଏହାଦ୍ବାରା କିପରି ଲାଭବାନ ହୋଇପାରିବେ,ସେ ସମ୍ପର୍କିତ ତଥ୍ୟ ବାଣ୍ଟନ୍ତୁ । o ଜନ୍ମ ସମୟରେ ଶିଶୁ ଲିଙ୍ଗ ଅନୁପାତ ସମ୍ବନ୍ଧରେ ବୁଝାମଣା ସୃଷ୍ଟି କରନ୍ତୁ ଏବଂ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ପ୍ରଥାର ଧାରାକୁ ଅନୁସରଣ କରିବା ପାଇଁ ଜନ୍ମ ତଥ୍ୟାବଳିକୁ ବ୍ୟବହାର କରନ୍ତୁ । o ଏହି ସମସ୍ୟା ବିଷୟରେ ଓକିଲାତି କରୁଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା ସ୍ତରରେ ମିଳୁଥିବା ବୈଧାନିକ ପଞ୍ଜୀକରଣ ପଦ୍ଧତି ରୁ ଜନ୍ମ ପଞ୍ଜୀକରଣ ତଥ୍ୟ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରନ୍ତୁ । o ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ସମସ୍ୟା ର ତୀବ୍ରତା ଏବଂ ଗୁରୁତ୍ଵ ଆଦିକୁ ଗଣମାଧ୍ୟମ ଦ୍ଵାରା ଆଲୋକପାତ କରାନ୍ତୁ । ଏହା ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ଗଣମାଧ୍ୟମ କୁ ସଂବେଦନଶୀଳ କରାନ୍ତୁ ଏବଂ ସମସ୍ୟା ସହ ଜଡିତ ସଂଜ୍ଞା ଗୁଡିକୁ ସଠିକ ଭାବେ ଉପଯୋଗ କରିବାକୁ ବୁଝାନ୍ତୁ । o ତୁମ ଅଞ୍ଚଳର ଚିକିଶଚକ ମାନଙ୍କ ପାଇଁ ଏକ ଆଚାର ସଂହିତା ପ୍ରଣଯନ ପାଇଁ ଓକିଲାତି ଚେଷ୍ଟା କରନ୍ତୁ ପ୍ରାକ ସ୍ନାତକ ଡାକ୍ତରୀ ଛାତ୍ରଙ୍କୁ ଅଭିମୁଖୀକାରଣ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କାରନ୍ତୁ । o ଯଦି ସମ୍ଭବ ତେବେ ଏହି PCPNDT ଅଧିନିୟମ ର ସଫଳ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲା ଉପଦେଷ୍ଟା କମିଟି ଏବଂ ସମୁଚିତ ଅଧିକାରୀ ଙ୍କ କାର୍ଯ୍ୟକୁ ପର୍ଯାଲୋଚନ। କରନ୍ତୁ ।ଉଦାହରଣ ସ୍ୱରୂପ ଯେ କୌଣସି ପ୍ରକାର ର ବିଜ୍ଞାପନ ତଥା ଏହି ଅଧିନିଯମରେ ଥିବା ବ୍ୟବସ୍ଥା ଗୁଡିକର କୌଣସି ପ୍ରକାର ର ଉଲଂଘନ କରୁଥିବା ଓ ସୁବିଧା ଯୋଗଉଥିବା ପଞ୍ଜୀକୃତ ସେବାକେନ୍ଦ୍ର ଉପରେ ଏବଂ ଫର୍ମ-ଏଫ ଉପସ୍ଥାପନ କରିବା ଆଦି କାର୍ଯ୍ୟକଳାପ ଉପରେ ତୀକ୍ଷଣ ଦ୍ରୁଷ୍ଟି ରଖନ୍ତୁ । o ଏହି ସମସ୍ୟା ଦିଗରେ କାମ କରିବା ପାଇଁ ଗୋଷ୍ଠୀ ମାନଙ୍କ ଦ୍ଵାରା ଚାପ ପ୍ରୟୋଗ କରି ରାଜନୈତିକ ଇଚ୍ଛା ସୃଷ୍ଟି କରନ୍ତୁ । o ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ସମସ୍ୟା ଉପରେ ଆୟୋଜିତ ଜନମଙ୍ଗଳକାରୀ କାର୍ଯ୍ୟ କ୍ରମ ଗୁଡିକରେ ସ୍ଥାନୀୟ ସାଂସଦ/ବିଧାନସଭା ର ସଭ୍ୟ ପଞ୍ଚାୟତ ସଭ୍ୟମାନଙ୍କୁ ସାମିଲ କରନ୍ତୁ । o ସମ୍ମିଳନୀ,ଖେଳ ଷ୍ଟଲ ,ଜନସାଧାରଣଙ୍କ ଦ୍ଵାରା କଳାକୃତି,ଚଳଚିତ୍ର ପ୍ରସାରଣ,ସମାରୋହ,ଭୋଜି ,ଜନ ସାଧାରଣ ଙ୍କ ପାଇଁ ସଭା ଆଦି ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିରର ଆୟୋଜନ କରନ୍ତୁ । o ବସଷ୍ଟାଣ୍ଡ ,ରେଳଷ୍ଟେସନ ,ମେଟ୍ରୋ ଷ୍ଟେସନ ଏବଂ ବଜାରର ବିଭିନ୍ନ ସ୍ଥାନରେ ଲିଙ୍ଗ ଓ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ସମସ୍ୟା ଉପରେ ଜନସାଧାରଣ ଙ୍କ ପାଇଁ ବାର୍ତ୍ତା ପ୍ରଚାର କରନ୍ତୁ । o ଧ୍ୟାନ ରଖିବାକୁ ହେବ ଯେ ଲିଙ୍ଗ ଚୟନକୁ ନେଇ ତିଆରି କରାଯାଇଥିବା ଲେଖା ଓ ବାର୍ତ୍ତା ସବୁରେ ଯେମିତି ଚିକିଶ୍ଚିୟ ଗର୍ଭପାତ କୁ ବେନିୟମ କୁହାଣ ଯାଏ । ହତ୍ୟା,ପାପ,ଇତ୍ୟାଦି ନ।କାରାତ୍ମକ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ। o MTP ଓ PCPNDT ଅଧିନିୟମ ର ଜଟିଳ ଉଦ୍ଦେଶ୍ୟ ଓ ପ୍ରତିଫଳନ କୁ ବହୁଳଭାବେ ଚିକିଶ୍ଚାବଳି ଓ ଗୋଷ୍ଠୀ ସଦସ୍ୟ ଙ୍କ ମଧ୍ୟରେ ଆଲୋଚନା କରାନ୍ତୁ । o ଅନୁଷ୍ଠାନ ର ପ୍ରାଥମିକ କାର୍ଯ୍ୟଗୁଡିକ ମଧ୍ୟରେ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ କୁ ସମ୍ବୋଧନ କରିବାରେ ଓ ସମନ୍ଵୟ ରକ୍ଷା କରିବାରେ ଦାୟିତ୍ଵ ନିଅନ୍ତୁ । ଲିଙ୍ଗଗତ ଓ ନାରୀ ସଶକ୍ତି କରଣ କାର୍ଯ୍ୟ କୁ ଅନୁଷ୍ଠାନ ର ମୁଖ୍ୟସ୍ରୋତ କୁ ଆଣନ୍ତୁ । o ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ମଧ୍ୟରେ ନୈତିକ ଆଚାର ସଂହିତାକୁ ଦୃଢ ଭାବେ ଅଙ୍କନ କରନ୍ତୁ ଯାହାଦ୍ୱାରା ସେମାନେ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ ଭଳି ଅପରାଧ ରୁ ନିଜକୁ ଦୂରେଇ ରଖିପାରିବେ । ପଞ୍ଚାୟତ ସ୍ତରରେ o ତୁମ ଅଞ୍ଚଳର ମହିଳା ଓ ବାଳିକାମାନଙ୍କର ମର୍ଯ୍ୟାଦାର ସୂଚକ ଗୁଡିକ ଯଥା – ଲିଙ୍ଗ ଜନ୍ମ ସମ୍ବନ୍ଧୀୟ ତଥ୍ୟ,ସାକ୍ଷରତା,ମହିଳା ମୃତ୍ୟୁହାର ଇତ୍ଯାଦିର ନିୟମିତ ଭାବେ ମୂଲ୍ୟାୟନ କରନ୍ତୁ ।ଏହି ତଥ୍ୟ ଗୁଡିକୁ ପଞ୍ଚାୟତ ଅଫିସ ସାମ୍ନାରେ ଦେଖନ୍ତୁ ଓ ନିୟମିତ ଭାବରେ ଠିକ ତଥ୍ୟ ରଖନ୍ତୁ । o ମହିଳା ଗ୍ରାମସଭା ଏବଂ ଗ୍ରାମସଭାର ବୈଠକ ଆଦିରେ ଲିଙ୍ଗ,ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ କୁ ପ୍ରୋତ୍ସାହିତ କରୁଥିବା ଭେଦ ଭାବ ପୂର୍ଣ୍ଣ ଅଭ୍ୟାସ ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ ପରିଚାଳନା କରନ୍ତୁ । o ତୁମ ଅଞ୍ଚଳରେ କନ୍ୟା ସନ୍ତାନ ଜନ୍ମ ଅବସରରେ ଗୋଶତି ସମାରୋହ ଉତ୍ସବ ଆୟୋଜନ କରନ୍ତୁ । o ଗ୍ରାମ ର ପ୍ରବେଶ ପଥ ରେ ଏବଂ ପଞ୍ଚାୟତ କର୍ଜୟାଳୟର ବାହାରେ ଲିଙ୍ଗ ବୈଷମ୍ୟ ଜନିତ ଲିଙ୍ଗ ନିରୂପଣ କୁ ବନ୍ଦ କରିବା ପାଇଁ ଏକ ଫଳକରେ ଲେଖି ଟାଙ୍ଗନ୍ତୁ । o ବାଳିକା ମାନଙ୍କର ମଙ୍ଗଳ ଓ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାଗୁଡିକ ର ବାସ୍ତବିକ କାର୍ଯ୍ୟାନୁଷ୍ଠାନ କୁ ପ୍ରତ୍ଶୋହିତ କରନ୍ତୁ ,ତତ ସହିତ ସେମାନଙ୍କର ଶିକ୍ଷା ଏବଂ ଗୋଷ୍ଠୀ/ସମାଜ ସହ ଯୋଗାଯୋଗ ସହଜଗମ୍ୟ କରାନ୍ତୁ । o ଯେଉଁ ମହିଳା ଓ ବାଳିକା ମାନେ ସେମାନେ ଙ୍କ ଜୀବନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ଏବଂ ଧାରାବନ୍ଧା ଲିଙ୍ଗ ବୈଷମ୍ୟ କୁ ଆହ୍ଵାନ ଦେଉଛନ୍ତି,ସେମାନଙ୍କୁ ସମ୍ମାନିତ କରିବା ଓ ଅଭିନନ୍ଦନ ଜଣାଇବା ପାଇଁ ପଞ୍ଚାୟତ ପାନଥିର କିଛି ଅଂଶ ଉତ୍ସର୍ଗ କରନ୍ତୁ ।ସେହି ସମ୍ବଳ କୁ ଗରିବ ପରିବାର ଝିଅମାନଙ୍କୁ ସ୍କୁଲ ଯିବାରେ ବିନିଯୋଗ କରିବା ପାଇଁ ଉତ୍ସାହିତ କରନ୍ତୁ । o ମହିଳା ଓ ବାଳିକା ମାନଙ୍କୁ ଏକ ସୁରକ୍ଷିତ ଏବଂ ହିଂସାରହିତ ପରିବେଶ ସହିତ ବିଦ୍ୟାଳୟରେ ସୁରକ୍ଷିତ ପରିବେଶ ର ବ୍ୟବସ୍ଥା କରନ୍ତୁ ଯାହା ସେମାନଙ୍କର ମୂଲ୍ୟବୋଧ ବୃଦ୍ଧି କରିବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଭେଦଭାବ କୁ ସମ୍ବୋଧନ କରିବାରେ ସାହାଯ୍ୟ କରନ୍ତୁ । o ମହିଳାମାନଙ୍କର ଉଦ୍ବେଗକୁ ଦୂର କରିବାକୁ ଉଦ୍ୟମ କରନ୍ତୁ ଏବଂ ପଞ୍ଚାୟତ ର ଅନ୍ୟ ଉନ୍ନତି ମୂଳକ ବ୍ୟାପାରରେ ସେମାନଙ୍କୁ କେନ୍ଦ୍ର ହିସାବରେ ସମ୍ବୋଧନ କରନ୍ତୁ । ପଞ୍ଚାୟତ ରେ କାର୍ଯ୍ୟକ୍ରମରେ ଏହି ବିଷୟଗୁଡିକୁ ରଖନ୍ତୁ କିମ୍ବା ପଞ୍ଚୟତ ର ବୈଠକ ରେ ଏହାକୁ ତାଲିକାଭୁକ୍ତ କରନ୍ତୁ । o ଏକ ନ୍ୟାୟୋଚିତ ନିରପେକ୍ଷ ଏବଂ ସମାନଅଟା ଆଦି ନୀତିଗୁଡିକ ଦ୍ଵାରା ପରିଚାଳିତ ଏକ ମହିଳାବତ୍ସଳ ପଞ୍ଚାୟତ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ । o ପ୍ରତ୍ୟେକ ଜନ୍ମ ଏବଂ ବିବାହାର ପଞ୍ଜୀକରଣ ନେଇ ଯତ୍ନବାନ ହୁଅନ୍ତୁ (ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଏବଂ ସୁବିଧାଜନକ ) o ନିଜ ଅଞ୍ଚଳରେ ଥିବା ବେଆଇନ ଅଲ୍ଟ୍ରାସାଉଣ୍ଡ ସେବା ସହିତ ଛୋଟ ଓ ବହନୀୟ ଯନ୍ତ୍ର ଗୁଡିକର ଅପବ୍ୟବହାର ଉପରେ ସତର୍କ ଦ୍ରୁଷ୍ଟି ରଖନ୍ତୁ । o ଯଦି ତୁମେ ନିଜ ଅଞ୍ଚଳରେ PCPNDT ଅଧିନିୟମ ର ବ୍ୟତିକ୍ରମ ଚିହ୍ନଟ କର,ତେବେ ପ୍ରମାଣ ସହିତ ନିଜ ଜିଲ୍ଲା ର ସମୁଚିତ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରନ୍ତୁ । ସମୁଚିତ ଅଧିକାରୀଙ୍କ ସହାୟତାରେ ଅଭିଯୋଗ ଦାଖଲ କରନ୍ତୁ o ଯଦି କୌଣସି ଡାକ୍ତର,ରଞ୍ଜନରଶ୍ମି ଚିକିଶ୍ଚାକ(ରେଡିଓଲୋଜିଷ୍ଟ ),ଲବରୋଟୋରୀ,ସେବାସଦନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଲିଙ୍ଗ ନିରୂପଣ ସେବା ପ୍ରଦାନ କରିବାରେ ଡାକ୍ତରୀ କୌଶଳର ଅପବ୍ୟବହାର କରୁଥାନ୍ତି ଅଥବା ଯଦି PCPNDT ଅଧିନିୟମ ଅଧୀନରେ ଥିବା କୌଣସି ବ୍ୟବସ୍ଥା ର ଲଙ୍ଘନ କରୁଥାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ସମୁଚିତ ଅଧିକାରୀଙ୍କ ନିକଟରେ ଆବଶ୍ୟକୀୟ ପ୍ରମାଣ ସହ ଅଭିଯୋଗ ଜାଣନ୍ତୁ । o ମିଳିତ ଜାତିସଂଘ ର ଜନସଂଖ୍ୟା ପାଣ୍ଠି (UNFPA),କିଛି ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ମିଳିତ ଆନୁକୁଲ୍ୟ ରେ PCPNDT ଅଧିନିୟମ ର ଉଲଂଘନ ସମ୍ପର୍କିତ ତଥ୍ୟ ଅନଲାଇନ ଜଣାଇବା ପାଇଁ ଏବଂ ୱେବ ସାଇଟ ପ୍ରସ୍ତୁତ ଏବଂ ପରିକଳ୍ପନା କରିଛନ୍ତି । ଥରେ ଅଭିଯୋଗ କଲେ ଏକ ସ୍ଵତନ୍ତ୍ର ପଞ୍ଜୀକରଣ ସଂଖ୍ୟା ବଣ୍ଟନ କରାଯାଏ ,ତତ ସହିତ ସମୁଚିତ ଜିଲ୍ଲା ଅଧିକାରୀଙ୍କ ନିକଟକୁ ଏକ ଇ-ମେଲ ସ୍ଵତଃ କୃତ ଭାବେ ସଫ୍ଟୱେର ଦ୍ଵାରା ପ୍ରେରିତ ହୋଇଥାଏ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ କୁ ତଦାରଖ ରେ ସାହାଯ୍ୟ ପାଇଁ ରିପୋର୍ଟ ତିଆରି ହୋଇଥାଏ ।ଅଭିଯୋଗକାରୀ ସ୍ଵତଃ ସୃଷ୍ଟି ହୋଇଥିବା ସଂଖ୍ୟାକୁ ବ୍ୟବହାର କରି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯାଞ୍ଚ କରିପାରିବେ ଯେଉଁ ରାଜ୍ୟଗୁଡିକରେ ରିପୋର୍ଟିଂ ୱେବସାଇଟ ଗୁଡିକ ସକ୍ରିୟ ଅଛି ସେଗୁଡିକ ହେଲା: ରାଜସ୍ଥାନ : http://www.hamaribeti.nic.in/ ପଞ୍ଜାବ: http://www.sadibeti.org/ ମହାରାଷ୍ଟ୍ର: http://www.amchimugh.in/ ମଧ୍ୟପ୍ରଦେଶ :http://www.hamaribitiya.nic.in/ ଗୁଜୁରାଟ:http://www.pcpndtfariyad.com/ ଓଡିଶା: http://www.pndtorissa.gov.in/ ଏହି ଅଧିନିୟମରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ବୁଝିବା ପାଇଁ ଏକ ସ୍ଵୟଂ ଶିକ୍ଷଣୀୟ ପାଠ୍ୟକ୍ରମ ନିମ୍ନଲିଖିତ ୱେବସାଇଟ ରେ ମିଳିପାରିବ । http://www.pcpndtactlearning.in ଦୟାକରି ନିମ୍ନଲିଖିତ କଥାଗୁଡିକୁ ମନେ ରଖନ୍ତୁ ।: 1. ଯେ କୌଣସି ସ୍ଥାନରେ ଅଲ୍ଟ୍ରାସୋନୋଗ୍ରାଫି କରାଯାଉଛି ସେଠାରେ ନିମ୍ନଲିଖିତ ଉକ୍ତିକୁ ସ୍ପଷ୍ଟ ଭାବରେ ଇଂରାଜୀ କିମ୍ବା ଏକ ସ୍ଥାନୀୟ ଭାଷାରେ ଲେଖି ପ୍ରଦର୍ଶନ କରିବା ଉଚିତ । “ଗର୍ଭସ୍ଥ ଶିଶୁ ଲିଙ୍ଗ ନିରୂପଣ ଆଇନ ଦ୍ଵାରା ନିଷିଦ୍ଧ ।“ 2. ପଞ୍ଜୀକୃତ ସେବାସଦନ /କେନ୍ଦ୍ର /ଲାବୋରୋଟୋରି ଗୁଡିକ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର ସହିତ ଏକ ଲିଙ୍ଗ ନିରୂପଣ ବେଆଇନ ବୋଲି ଏକ ବାର୍ତ୍ତା ପ୍ରଦର୍ଶନ କରିବେ । ଥରେ ପଞ୍ଜୀକରଣ କଲେ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୈଧ ଏବଂ ଏହାକୁ ନବୀକରଣ କରିବା ବାଧ୍ୟତାମୂଳକ । କ୍ଲିନିକ ଓ କେନ୍ଦ୍ର ଗୁଡିକ ଉପଲବ୍ଧ PCPNDT ଅଧିନିୟମର ମିଳୁଥିବା ନକଲ ନିଜ ପାଖରେ ରଖିବେ । 3. ଗର୍ଭବତୀ ମହିଳା ଙ୍କ ଅଣ ଅନ୍ତଃ ପ୍ରବେଶ କୌଶଳ ଯଥା- ଅଲ୍ଟ୍ରାସଉଣ୍ଡ ପ୍ରୟୋଗ ସମୟରେ ଏକ ଫର୍ମ ରେ ନିଜର ସ୍ଵାକ୍ଷର ସହ ଘୋଷଣା କରିବେ ଯେ ସେ ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ପାଇଁ ଆଗ୍ରହୀ ନୁହନ୍ତି ।ଚିକିଶ୍ଚାକ ଙ୍କୁ ମଧ୍ୟ ଏକା ପ୍ରକାରର ଘୋଷଣା ନାମାରେ ସ୍ଵାକ୍ଷର କରିବାକୁ ପଡିବ । 4. ସେବାକେନ୍ଦ୍ର କୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କର ସଂପୂର୍ଣ୍ଣ ବିବରଣୀ ସହ,ଫର୍ମ ଏଫ ,ଅନ୍ତଃ ପ୍ରବେଶକୌଶଳ ପ୍ରୟୋଗର ଅନୁମତି ଫର୍ମ ଲାବୋରୋଟାରୀ ପରିମାଣ ଏବଂ ସୋନୋଗ୍ରାଫି ପ୍ଳେଟ ,ପରୀକ୍ଷାକାଚ ,ରୋଗୀଙ୍କ ରେଜିଷ୍ଟର ଏବଂ ପଠାଇଥିବା ଡାକ୍ତର ଙ୍କ ସୁପାରିସ ଓ ଚିଠି ସବୁର ରେକର୍ଡ ରଖିବାକୁ ପଡିବ । 5. ଉପରେ ଲିଖିତ ତଥ୍ୟ ଗୁଡିକ ମଧ୍ୟରୁ କୌଣସି ଗୋଟିଏ ବି ନ ଥିଲେ ,ଏହା PCPNDT ଅଧିନିୟମ ର ଉଲଂଘନ ଅଟେ । ଶିକ୍ଷା ଅଭିଯାନ,ଗୋଷ୍ଠୀକୁ ପ୍ରବର୍ତ୍ତାଇବା,ଦୃଢ ନୀତି ଏବଂ ଆଇନ ର ସଠିକ ପ୍ରଣଯନ ଦ୍ଵାରା ଲିଙ୍ଗବୈଷମ୍ୟ ଜନିତ ଲିଙ୍ଗ ନିରୂପଣ କୁ ପ୍ରୋତ୍ସାହିତ କରୁଥିବା ଦୃଢ ବୈଷମ୍ୟ ଗତ ମନୋଭାବ ଓ ଅଭ୍ୟାସ ଗୁଡିକୁ ପରିବର୍ତ୍ତନ କରାଯାଇପାରିବ ।

ଆଧାର - ମହିଳା ଓ ଶିଶୁ ବିକାଶ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate