অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କନ୍ୟାଭୃଣ ହତ୍ୟା

ଉପକ୍ରମ

ଭାରତରେ ପ୍ରତି ୧୦୦୦ ପୁଅରେ ୯୧୮ ଝିଅ । ଯାହାକି ହ୍ରାସ ପାଇବାରେ ଲାଗିଛି । ଲୋକମାନେ ବାଳିକାଙ୍କ ମହତ୍ଵକୁ ସ୍ଵୀକୃତି ଦେଉନାହାନ୍ତି । ସେମାନେ ଭାବିଥାନ୍ତି କି କେବଳ ପୁଅ ହିଁ ପରିବାରକୁ ଆଗକୁ ନେଇ ପାରିବ । ପୁଅ ପାଇଁ ଯୌତୁକଚିନ୍ତା ନାହିଁ ଏବଂ ସେମାନେ ବୃଦ୍ଧାବସ୍ଥାରେ ପିତାମାତାଙ୍କ ଯତ୍ନ ନେଇ ପାରିବେ । ଆଜିକାଲି ପିତାମାତାମାନେ ମଧ୍ୟସେମାନଙ୍କର କନ୍ୟା ସନ୍ତାନର ସୁରକ୍ଷା ନେଇ ଚିନ୍ତିତ । ଏଭଳି ରକ୍ଷଣଶୀଳ ଚିନ୍ତାଧାରା ଝିଅମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତକରୁଛି । ଯେପରିକି ସଠିକ ନିଷ୍ପତ୍ତି ନେବା, ସମ୍ପତ୍ତିଗତ ଅଧିକାର ଏବଂ ସ୍ଵଚ୍ଛନ୍ଦରେ ବିଚାର କରିବା ଇତ୍ୟାଦି ।

ଲିଙ୍ଗଗତ ଭେଦଭାବ ଏବଂ ଲିଙ୍ଗ ନିରୁପଣ

ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ନିରୁପଣ ଦ୍ଵାରା ବାଳିକାଙ୍କ କ୍ଷେତ୍ରରେ ଭେଦଭାବ କରାଯାଇଥାଏ । ସେଥିପାଇଁ ଅନେକଗୁଡିଏ କାରଣ ରହିଛି – ପୁରୁଷମାନଙ୍କୁ ପରିବାରରେ ଅଧିକ ପ୍ରାଧାନ୍ୟ ଦିଆଯିବା, ଛୋଟ ପରିବାର, ଅଲଟ୍ରାସାଉଣ୍ଡ ଭଳି ପଦ୍ଧତିର ଦୂରୁପଯୋଗ ଇତ୍ୟାଦି । ଯେତେବେଳେ ଆପଣ ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ନିରୁପଣକୁ ଗ୍ରହଣ କରୁଛନ୍ତି ସେତେବେଳେ ବାଳିକାମାନଙ୍କୁ ଅଗ୍ରସର ସେବାରେ ବାଧା ସୃଷ୍ଟି କରୁଛନ୍ତି ।

ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ନିରୁପଣ ମାନବାଧିକାର ଉଲ୍ଲଂଘନକରିବା ସହ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଭେଦଭାବକୁ ବିକୃତ କରୁଛି । ବାଳିକାଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଏହା ସମାଜ ଉପରେ ବହୁଳ ଭାବେ ପ୍ରଭାବ ପାକାଉଛି । ବାଳିକାଙ୍କୁ ବିକ୍ରି କରିଦିଆଯାଉଛି ଯାହାକି ଏକ ଉତ୍ପୀଡନ । ବାଳିକାଙ୍କୁ ଚାଲାଣ ଅପହରଣ, ଦୁଷ୍କର୍ମ ଏବଂ ବଳପୂର୍ବକ ବିବାହ ଯୋଗୁଁ ଉଭୟ ବାଳିକା ଓ ସମାଜ ଆଜି ଭୟଭୀତ ।

ପିଏନଡି ପ୍ରଦ୍ଧତି ବ୍ୟବହାର ଦ୍ଵାରା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରିବା ପିସିପିଏନଡିଟି ଆଇନ ଅନୁସାରେ ଏକ ଅପରାଧ ଅଟେ । ଆପଣ ଆଇନାନୁସାରେ ଗର୍ଭାପାତ କରିପାରିବେ । କେତେକ ବିଶେଷ କ୍ଷେତ୍ରରେ ଗର୍ଭଧାରଣ ଆଇନ ୧୯୭୧ ଅନୁସାରେ ଗର୍ଭପାତ କରାଯାଇପାରିବ । କିନ୍ତୁ ଜନ୍ମପୂର୍ବରୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କି ଗର୍ଭପାତ କରିବା ଆଇନ ବିରୁଦ୍ଧ ।

ଲିଙ୍ଗଗତ ଭେଦଭାବ ଏବଂ ଲିଙ୍ଗ ନିରୁପଣ କେବେ କୌଣସି ଏକ ନିର୍ଦ୍ଦିଷ୍ଟ ଜାତି, ଗୋଷ୍ଠୀ କିମ୍ବା ସମ୍ପ୍ରଦାୟ ସହ ଜଡିତ ନୁହେଁ । ସାମଗ୍ରୀକ ଦୃଷ୍ଟିରୁ ସମାଜ ମଧ୍ୟ ଦାୟୀ ନିର୍ଯାତନାକୁ ଭୟ କରି ଅନେକ ମହିଳା ଏହାକୁ ବିରୋଧ କରୁ ନାହାନ୍ତି କିନ୍ତୁ କେତେକ ମହିଳା ସାହାସିକତାର ସହ ଏହାକୁ ବିରୋଧ କରୁଛନ୍ତି ।

ଆଇନ

  • ଯୌତୁକ ନିରୋଧ ଆଇନ 1961 ଅନୁସାରେ ଯୌତୁକ ନେଣଦେଣ ଅପରାଧ ଅଟେ ।
  • ହିନ୍ଦୁ ଉତ୍ତରାଧିକାର ଆଇନ 2005 ଉଭୟ ପୁଅ ଓ ଝିଅଙ୍କୁ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରୁଛି ।
  • ଘରେଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ 2005 ରେ ମହିଳାଙ୍କ ସୁରକ୍ଷା ନେଇ ବ୍ୟବସ୍ଥା ଅଛି ।
  • ପିତାମାତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ମଙ୍ଗଳ ଆଇନ 2007 ଅନୁସାରେ ଉଭୟ ପୁଅ ଓ ଝିଅ ପିତାମାତାଙ୍କ ଯତ୍ନ ନେବା ଲାଗି ଦାୟୀ ।
  1. କନ୍ୟା ସନ୍ତାନକୁ ଗୁରୁତ୍ଵ ଦିଅନ୍ତୁ, ଝିଅମାନେ ପରିବାର ଓ ସମାଜକୁ ଅତୁଲ ଅବଦାନ କରିପାରିବେ ।
    • ଝିଅମାନଙ୍କୁ ଘରେ ଆଦର କରନ୍ତୁ ।
    • ନିଜର ଝିଅ ଏବଂ ଆଖପାଖ ପଡିଶା ଅଞ୍ଚଳରେ ରହୁଥିବା ଝିଅମାନଙ୍କୁ ଉପୟୁକ୍ତ ସୁଷମ ଆହାର ସହିତ ଶିକ୍ଷା ଏବଂ ଡାକ୍ତରୀ ଚିକିତ୍ସାର ଉପଲବ୍ଧ କରାନ୍ତୁ ।
    • ମହିଳାଙ୍କ କ୍ଷେତ୍ରରେ ହେଉଥିବା ହିଂସା ଦୁର୍ବ୍ୟବହାର ଏବଂ ଯୌନ ଉତ୍ପୀଡନକୁ ଜମା ବରଦାସ୍ତ କରନ୍ତୁ ନାହିଁ । ଏହିଭଳି କାରଣ ଦେଖାଇ ମହିଳାମାନଙ୍କୁ ସ୍ଵଚ୍ଛନ୍ଦରେ ବାହାରକୁ ବୁଲିବା ଏବଂ କାର୍ଯ୍ୟକ୍ଷେତ୍ରକୁ ଯିବାରେ ବାଧା ସୃଷ୍ଟି କରନ୍ତୁ ନାହିଁ ।
    • ଯୌତୁକ ପ୍ରାଥକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ, ଏବଂ
    • ନିଜ ଝିଅମାନଙ୍କୁ ସମ୍ପତ୍ତିରେ ସମାନ ଅଧିକାର ପ୍ରଦାନ କରନ୍ତୁ ।
  2. ଯଦି ଗୋଟିଏ ପରିବାରରେ କନ୍ୟା ସନ୍ତାନ ଜନ୍ମକୁ ଅନୁମତି ଦିଆଯାଇନଥିବାତେବେ ।
    • ସେଭଳି ପରିବାର ଅନ୍ୟ କାହାର ଝିଅକୁ ଖୁସି ଦେଇ ପାରିବେ କି ? ଏକ ପରିବାର ତୁମ ଝିଅର ପରିବାର ହୋଇ ପାରିବ ନାହିଁ ଯଦି ସେହି ପରିବାର ମହିଳାଙ୍କୁ ଉପୟୁକ୍ତ ସମ୍ମାନ ଦେଉ ନଥିବ । ତେଣୁ ସେହିଭଳି ପରିବାରରେ ଆପଣ ନିଜ ଝିଅକୁ ବିବାହ କରାନ୍ତୁ ଯେଉଁଠାରେ ଝିଅ ଜନ୍ମକୁ ସ୍ଵାଗତ କରାଯାଉଥିବା ।
  3. ଲିଙ୍ଗ ଭେଦଭାବ ଏବଂ ଲିଙ୍ଗ ନିରୁପଣ ଏକ ଆଇନଗତ ଅପରାଧ ।
    • ସେଭଳି କୌଣସି ବୈଜ୍ଞାନିକ ପଦ୍ଧତିକୁ ବ୍ୟବହାର କରନ୍ତୁ ନାହିଁ ଯାହା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରି ଆପଣଙ୍କୁ ପୁତ୍ର ପ୍ରାପ୍ତିର ଆଶ୍ଵାସନା ହେବ । ଗର୍ଭସ୍ଥ ସନ୍ତାନର ଲିଙ୍ଗ ନିରୁପଣ କରୁଥିବା ଯଦି ସେଭଳି କେହି ଲୋକ, ଡାକ୍ତର କିମ୍ବା କ୍ଲିନିକ୍ ସମ୍ଵନ୍ଧରେ ଆପଣ ଜାଣିଥାନ୍ତି ତେବେ ସେନେଇ ଦାୟିତ୍ଵରେ ଥିବା ଅଧିକାରୀ କିମ୍ବା ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଜଣାନ୍ତୁ । ଏନେଇ ଆପଣ "ପିନଡିଟି ଆକ୍ଟ" କିମ୍ବା 102 କୁ କଲ କରିପାରିବେ । ଆପଣ ଏଭଳି ଅପରାଧକୁ ବନ୍ଦ କରିପାରିବେ । ନିଜ ଘରେ, ଆଖପାଖରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ଏବଂ ଲିଙ୍ଗ ନିରୁପଣକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ।

ଆଧାର - ମହିଳା ଏବଂ ଶିଶୁ ବିକାଶ ବିଭାଗ, ଭାରତ ସରକାର

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate