ଉପକ୍ରମ
ଶିଶୁର ସମସ୍ତ ଅଧିକାରକୁ ପଞ୍ଜିକୃତ କରି ତାହା କିପରି ସଠିକ ଭାବେ ପାଳିତ ହୋଇ ପାରିବ ତାକୁ ନିଶ୍ଚୟ କରିବା । କିଶୋର ନ୍ୟାୟ ଆଇନ ୨୦୦୦ ଓ ୨୦୦୬ କୁ କଡା କଡି ଭାବେ ପାଳନ କରାଯାଇଥିବା ଯୋଜନା ମାନଙ୍କର ସଠିକ ପରିଚାଳନା ଓ ପ୍ରଚଳନ କରିବା । ଏହି ସମନ୍ଵିତ ଯୋଜନାରେ ରାଜ୍ୟ ସ୍ତରୀୟ , ଜିଲ୍ଲା ସ୍ତରୀୟ,ବ୍ଲକ ଓ ପଞ୍ଚାୟତ ସ୍ତରକୁ ନିଯୋଜିତ କରା ଯାଇଛି ।ପ୍ରମୁଖ ଉଦ୍ଦେଶ୍ୟ ହେଲା କେନ୍ଦ୍ର, ରାଜ୍ୟ ଓ ସାଧାରଣ ଜନତାଙ୍କ ଭାଗୀଦାରୀ ମାଧ୍ୟମରେ ଶିଶୁ ଅଧିକାରକୁ ନିଶ୍ଚିତ କରାଇବା । ଫଳ ସ୍ୱରୂପ ରାଜ୍ୟରେ ସମସ୍ତ ଶିଶୁ ସୁରକ୍ଷିତ, ସୁସ୍ଥ ଓ ଶିକ୍ଷିତ ହୋଇ ପାରିବେ ଓ ଭବିଷ୍ୟତ ରେ ଜଣେ ଜଣେ ସୁନାଗରିକ ଭାବେ ପରିଗଣିତ ହେବେ । ଦେଶ ତଥା ରାଜ୍ୟର ସମସ୍ତ ଅବହେଳିତ, ବଞ୍ଚିତ, ଅବାଞ୍ଛିତ, ଲାଞ୍ଛିତ ଓ ଉପେକ୍ଷିତ ଶିଶୁମାନଙ୍କୁ ସେମାନଙ୍କର ନାର୍ଯ୍ୟ ଅଧିକାର ପ୍ରଦାନ କରିବା ।
ଏହି ଯୋଜନାଟି ସେହି ସମସ୍ତ ଶିଶୁ ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ
- କୌଣସି ବିପଦ ସଙ୍କୁଳ ପରିସ୍ଥିତିର ସମ୍ମୁଖୀନ ହୋଇଛି
- କୌଣସି କାରଣରୁ ନିର୍ଯାତିତ
- ଶୋଷଣର ଶିକାର
- ଶିକ୍ଷାରୁ ବଞ୍ଚିତ
- ଶିଶୁ ଚାଲାଣର ଶିକାର
- ଶିଶୁ ଶ୍ରମିକ ଭାବେ ନିଯୋଜିତ
- ଯୌନ ନିର୍ଯ୍ୟାତନାର ଶିକାର
- କୌଣସି ଘଟଣାଚକ୍ରରେ ପଡି ଆଇନ ଦୃଷ୍ଟିରେ ଅପରାଧ କୁହାଯାଉଥିବା କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ
- କୌଣସି ଶାରୀରିକ ବା ମାନସିକ ଆଘାତର ଶିକାର ଇତ୍ୟାଦି
- ସମସ୍ତ ପ୍ରାଥମିକ ସେବା ବ୍ୟବସ୍ଥା କୁ ସୁଦୃଢ କରିବା
- କାର୍ଯନିର୍ବାହୀ ସଦସ୍ୟ ମାନଙ୍କର ଦକ୍ଷତା ବୃଦ୍ଧି କରିବା
- ସମସ୍ତ ପ୍ରକାରର ସୁବିଧା ସୁଯୋଗ ଓ ସେବା ଗ୍ରହୀତାଙ୍କର ଏକ ଡାଟାବେସ ପ୍ରସ୍ତୁତ କରିବା
- ପରିବାର ଓ ଗୋଷ୍ଠୀ ଭିତ୍ତିକ ଶିଶୁ ସୁରକ୍ଷା କୁ ପ୍ରୋତ୍ସାହିତ କରିବା
- ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ମାନଙ୍କ ସହିତ ସମନ୍ଵୟ ରକ୍ଷା କରିବା
- ଶିଶୁ ଅଧିକାର ସୁରକ୍ଷା ବିଷୟରେ ଗଣ ସଚେତନା ସୃଷ୍ଟି କରିବା ଇତ୍ୟାଦି
ଯୋଜନା ଅନ୍ତର୍ଗତ କେନ୍ଦ୍ରସ୍ତରୀୟ / ରାଜ୍ୟସ୍ତରୀୟ ବ୍ୟବସ୍ଥା
- କେନ୍ଦ୍ରୀୟ ଶିଶୁ ସୁରକ୍ଷା ୟୁନିଟ
- ଜାତୀୟ ଶିଶୁ ବିକାଶ ଓ ଜନସହଯୋଗ ସଂସ୍ଥାନ
- ଚାଇଲ୍ଡ ଲାଇନ ଇଣ୍ଡିଆ ଫାଉନ୍ଡେଶନ
- କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର
- ରାଜ୍ୟ ଶିଶୁ ସୁରକ୍ଷା ସମିତି
- ରାଜ୍ୟ ଶିଶୁ ସୁରକ୍ଷା କମିଟି
- ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର
- ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ
ରାଜ୍ୟ ଶିଶୁ ସୁରକ୍ଷା ସମିତି
- ରାଜ୍ୟ ଶିଶୁ ସୁରକ୍ଷା ସମିତି ରାଜ୍ୟସ୍ତରରେ “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା"କୁ ଉପଯୁକ୍ତ ତଥା ଫଳପ୍ରଦ କ୍ରିୟାଶିଳ କରିବା ପାଇଁ ଦାୟିତ୍ଵ ସଂପର୍ଣ୍ଣ ।
- ଏହି ସମିତି ର ମୁଖ୍ୟ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ସଚିବ, ଏବଂ ଏହା ଏକ ପଦଧିକାରୀ ଦଳଙ୍କ ସହାୟତାରେ ପରିଚାଳିତ ।
- କେନ୍ଦ୍ରରୁ ଆସୁଥିବା ଯୋଜନା ଅନ୍ତର୍ଭୁକ୍ତ ଅର୍ଥ ରାଜ୍ୟକୁ ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ଉପଲବ୍ଧ ହେବ ।
- ଏହା ବିଶ୍ଵବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାକେନ୍ଦ୍ର ସହ ଯୋଗାଯୋଗ ସ୍ଥାପନ କରି “ଶିଶୁ ଅଧିକାର ଓ ସୁରକ୍ଷା” ଉପରେ ନୂତନ ଶିକ୍ଷାପ୍ରଣାଳୀ ପ୍ରସ୍ତୁତ କରି ଶିଶୁ ସମସ୍ୟା ଗୁଡିକ ସମାଧାନ କରିବ ।
- ଶିଶୁ ଅଧିକାର ଉପରେ ପ୍ରଶିକ୍ଷଣ ବା ତାଲିମ ବିଷୟବସ୍ତୁ ପ୍ରସ୍ତୁତ କରି ସମସ୍ତ ଭାଗୀଦାରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ପ୍ରଶିକ୍ଷକ ପ୍ରସ୍ତୁତ କରିବ ।
ରାଜ୍ୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର
- ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ର ମୁଖ୍ୟ ଉଦ୍ଦେଶ୍ୟ ଦେଶ ଭିତର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ତଥା ଦେଶ ବାହାର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ କରିବା ।
- ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ପର୍ଯାଲୋଚନା, ସମାନ୍ଵୟ ଏବଂ ବିକାଶ କରିବା ସହିତ ରାଜ୍ୟ ପୋଷ୍ୟ ସନ୍ତାନ ଉପଦେଷ୍ଟା କମିଟି କୁ ସଚିବାଳୟ ସ୍ତରୀୟ ପ୍ରଶାସନିକ ସହାୟତା ଦେବା ।
- ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସଚିବଙ୍କ ଦ୍ଵାରା ପରିଚାଳିତ ହେବ ଏବଂ ୪ ରୁ ୫ ଜଣିଆ ଏକ ଦଳ କାର୍ଯ୍ୟ କରିବାରେ ସହାୟତା କରିବେ ।
ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ
- ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ୍ ରାଜ୍ୟରେ “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ଅନ୍ତର୍ଗତ ଯୋଜନା ର ସୁନିଶ୍ଚିତ କ୍ରିଯାଶୀଳ କାର୍ଯ୍ୟନ୍ଵୟନ କରିବା ତଥା ସିଧାସଳଖ କେନ୍ଦ୍ର ପ୍ରକଳ୍ପ ସମର୍ଥନ ୟୁନିଟ କୁ ବିବ୍ରୁତି ଦେବା
- ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ରାଜ୍ୟରେ ଯୋଜନାର ପ୍ରାକ୍ କାର୍ଯ୍ୟନ୍ଵୟନ ସମୟରେ କାର୍ଯ୍ୟ କରିବା ।
- ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ସମ୍ପୃକ୍ତ ରାଜ୍ୟ ସରକାର ସଚିବଙ୍କ ଦ୍ଵାରା ପରିଚାଳିତ ହେବ ଏବଂ ୭ ଜଣିଆ ଏକ ଦଳ କାର୍ଯ୍ୟ କରିବାରେ ସହାୟତା କରିବେ ।
- “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ଅନ୍ତର୍ଗତ ରାଜ୍ୟରେ ଦରକାରୀ ସଂସ୍ଥାପନ ପ୍ରସ୍ତୁତ କରିବାରେ ସୁବିଧା କରିବା ।
- ପ୍ରଶିକ୍ଷଣ ଓ ତାଲିମ ଦେବା ତଥା କ୍ଷମତାର ବିକାଶ କରିବା ।
- “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ର କାର୍ଯ୍ୟନ୍ଵୟନ, ପର୍ଯ୍ୟାଲୋଚନା ଓ ମୂଲ୍ୟାୟନ କରିବା ।
ଯୋଜନା ଅନ୍ତର୍ଭୁକ୍ତ ବ୍ୟବସ୍ଥା ସମୂହ
- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍
- ପ୍ରତି ଜିଲ୍ଲା ସ୍ତରରେ ଶିଶୁ ମଙ୍ଗଳ କମିଟି
- ପ୍ରତି ଜିଲ୍ଲା ସ୍ତରରେ କିଶୋର ନ୍ୟାୟ ବୋର୍ଡ
- ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍
- ପ୍ରାୟୋଜକ ଓ ଅଣ ଅନୁଷ୍ଠାନିକ ଆଶ୍ରୟ ବ୍ୟବସ୍ଥା
- ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି
ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି
- ପଞ୍ଚାୟତ ସମିତି ଅଧ୍ୟକ୍ଷ –ସଭାପତି
- ଗୋଷ୍ଠୀ ଉନ୍ନୟନ ଅଧିକାରୀ-ସଦସ୍ୟ ସଚିବ
- ଜିଲ୍ଲା ଶିଶୁ ସୁରକ୍ଷା କମିଟି ର ସଦସ୍ୟ –ସଦସ୍ୟ
- ସମନ୍ଵିତ ଶିଶୁ ବିକାଶ ଯୋଜନାର ପ୍ରତିନିଧି-ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ-ସଦସ୍ୟ
- ଶିକ୍ଷା ବିଭାଗ ପ୍ରତିନିଧି-ସଦସ୍ୟ
- ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି-ସ୍ୱାସ୍ଥ୍ୟ ଅଧିକାରୀ –ସଦସ୍ୟା
- ପଞ୍ଚାୟତ ସ୍ତରୀୟ ଶିଶୁ ବିକାଶ କମିଟି ଗୁଡିକର ଅଧ୍ୟକ୍ଷ ସମୂହ-ସଦସ୍ୟ
- ସାମାଜିକ ମାନ୍ୟତା ପ୍ରାପ୍ତ ଗୋଷ୍ଠୀର ସଦସ୍ୟ
- ନାଗରିକ ସମାଜର ପ୍ରତିନିଧି
- ସରପଞ୍ଚ –ସଭାପତି
- ଜିଲ୍ଲା ଶିଶୁ ସୁରକ୍ଷା କମିଟି ପ୍ରତିନିଧି
- ଅଙ୍ଗନୱାଡି କର୍ମୀ –ସଦସ୍ୟ
- ବିଦ୍ୟାଳୟ ଶିକ୍ଷକ –ସଦସ୍ୟ
- ମହିଳା ସ୍ୱାସ୍ଥ୍ୟକର୍ମୀ
- ସମ୍ମାନନୀୟ ବ୍ୟକ୍ତି –ସଦସ୍ୟ (୨ଜଣ )
- ଶିଶୁ ପ୍ରତିନିଧି-ସଦସ୍ୟ (୨ ଜଣ)
- ନାଗରିକ ସମାଜର ପ୍ରତିନିଧି-ସଦସ୍ୟ (୨ ଜଣ )
ଶିଶୁ ଉପସ୍ଥାପନା କରିବା ପଦ୍ଧତି
ଉଦ୍ଧାର କରାଯାଇଥିବା ଶିଶୁ ବା ପାଇଥିବା ଶିଶୁ ପୋଲିସ /ଚାଇଲ୍ଡ ଲାଇନ /ସମାଜସେବକ / ଶିଶୁ ଯତ୍ନ ସଂସ୍ଥା /ତୃଣମୂଳ କର୍ମୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଥଇଥାନ ବ୍ୟାବସ୍ଥା ପିତାମାତା / ନିକଟ ସମ୍ପର୍କୀୟ / ଶିଶୁ ଯତ୍ନ ଅନୁଷ୍ଠାନ ।ଆଇନ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଶିଶୁ ପୋଲିସ / ସାମାଜିକ କର୍ମୀ / ତୃଣମୂଳ କର୍ମୀ ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ଥଇଥାନ ବ୍ୟବସ୍ଥା/ ଜାମିନ୍/ପର୍ଯବେକ୍ଷକ ଆବାସ । ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ ତଥା ସେମାନଙ୍କୁ ଶୋଷଣ, ନିର୍ଯ୍ୟାତନା ଓ ଅବହେଳାରୁ ଦୂରେଇ ରଖିବା ପାଇଁ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ।
ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ କମ ବୟସର ଶିଶୁ ମାନଙ୍କର ସୁରକ୍ଷା ନିମନ୍ତେ ଏହି ଯୋଜନାଟି କାର୍ଯ୍ୟକାରୀ ହେଉଛି ।
ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥା
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ, ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ, ଆଇନ ସହ ସମ୍ପର୍କରେ ଥିବା ଶିଶୁ ତଥା ଅସୁରକ୍ଷିତ ବା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ପାଇଁ ଯତ୍ନ ଏବଂ ସୁରକ୍ଷା ବ୍ୟବସ୍ଥା : -
- ଆନୁଷ୍ଠାନିକ ଯତ୍ନ ଇଓ ପ୍ରତିପାଳନ ବ୍ୟବସ୍ଥା
- ପାରିବାରିକ ଭିତିକ ଅଣ-ଆନୁଷ୍ଠାନିକ ଯତ୍ନ କୁ ପ୍ରୋତ୍ସାହନ
- ନିରାପଦ ମୁକ୍ତ-ଆଶ୍ରୟ ସ୍ଥଳୀ
- ଆବଶ୍ୟକ ସ୍ଥଳେ ଶିଶୁମାନଙ୍କୁ ପୃଷ୍ଟପୋଷକତା/ ଆର୍ଥିକ ସହାୟତା ବ୍ୟବସ୍ଥା
- ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାର ସୁପରିଚାଳନା
- ଚାଇଲ୍ଡ ଲାଇନ ଦ୍ଵାରା ଜରୁରୀକାଳିନ ସେବା ବ୍ୟବସ୍ଥା
ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ
- ବାସସ୍ଥାନ କିମ୍ବା କୌଣସି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବା ଏବଂ ବଞ୍ଚିବା ପାଇଁ କୌଣସି ପନ୍ଥା ନ ଥିବା ଶିଶୁ
- ଭିକ୍ଷାବୃତିରେ କିମ୍ବା ଶିଶୁଶ୍ରମରେ ଲିପ୍ତ ଥିବା ଶିଶୁ
- ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ସହ ବାସ କରୁଥିବା ଶିଶୁ
- କୌଣସି ସେବା ଓ ଯତ୍ନ ପାଉ ନ ଥିବା ଶାରୀରିକ ବା ମାନସିକ ଭିନ୍ନକ୍ଷମ ଶିଶୁ
- କୌଣସି ସେବା ଓ ଯତ୍ନ ପାଉ ନ ଥିବା ଅସୁସ୍ଥ, ଦୂରାରୋଗ୍ୟ ବ୍ୟାଧି ବା କୌଣସି ମାରାତ୍ମକ ରୋଗରେ ପୀଡିତ ଥିବା ଶିଶୁ
- ଭରଣ ପୋଷଣ କିମ୍ବା ଯତ୍ନ ନେବାରେ ଅସମର୍ଥ ଥିବା ଜନ୍ମଦାତା କିମ୍ବା ଅଭିଭାବକ ସହ ରହୁଥିବା ଶିଶୁ
- ପିତାମାତାଙ୍କ ଦ୍ଵାରା ପରିତ୍ୟକ୍ତ ଏବଂ ନିରୁଦିଷ୍ଟ ଶିଶୁ
- ଯୌନ ଶୋଷଣ ବା ଉତ୍ପୀଡନ ର ଶିକାର ହେଉଥିବା କିମ୍ବା ଅପବ୍ୟବହୃତ ହେବାର ସମ୍ଭାବନା ଥିବା ଶିଶୁ
- ବେନିୟମ ମୁନଫା କାରବାରରେ ଅପବ୍ୟବହୃତ ଶିଶୁ କିମ୍ବା ଅପବ୍ୟବହୃତ ହେବାର ସମ୍ଭାବନା ଥିବା ଶିଶୁ
- ସଶସ୍ତ୍ର ସଂଘର୍ଷ, ଜଣ ଉତ୍ତେଜନା ବା ପ୍ରକୃତିକ ବିପର୍ଯ୍ୟୟର ଶିକାର ଶିଶୁ
ଏହି ଭଳି ଶିଶୁଟିଏ ଆପଣଙ୍କ ସମ୍ପର୍କରେ ଆସିଲେ ତୁରନ୍ତ ନିମ୍ନ ଅନୁଷ୍ଠାନ ମାନଙ୍କ ସହ ଯୋଗାଯୋଗ କରନ୍ତୁ-
- ଜିଲ୍ଲା ଶିଶୁ ମଙ୍ଗଳ କମିଟି
- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍
- ନିକଟସ୍ଥ ଥାନା
ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ (କିଶୋର/କିଶୋରୀ):
୧୮ ବର୍ଷରୁ କମ୍ ଶିଶୁଟିଏ ଯେ ଏଭଳି କାର୍ଯ୍ୟରେ ଲିପ୍ତ, ଯାହା ଆଇନ ଦୃଷ୍ଟି ଅପରାଧ କିମ୍ବା ଆଇନ ବିରୋଧୀ ଏହିଭଳି ଶିଶୁଟିଏ ଆପଣଙ୍କ ସମ୍ପର୍କରେ ଆସିଲେ ତୁରନ୍ତ ନିମ୍ନ ଅନୁଷ୍ଠାନ ମାନଙ୍କ ସହ ଯୋଗାଯୋଗ କରନ୍ତୁ ।
- ଜିଲ୍ଲା କିଶୋର ନ୍ୟାୟ ବୋର୍ଡ
- ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍
- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍
- ନିକଟସ୍ଥ ଥାନା
ଅଧାର -
- ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର