ଯୋଜନାର ଉଦ୍ଦେଶ୍ୟ
ସମେସ୍ତ ଆଦିବାସୀ ହରିଜନ ହରିଜନ ବର୍ଗର ଦରିଦ୍ର ଓ ନିଃସ୍ଵ ଛାତ୍ରଛାତ୍ରୀମାନଙ୍କୁ ପାଇଁ ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ ୧୮୯ ଟି ବାଳିକା ଛାତ୍ରୀବାସ / କନ୍ୟାଶ୍ରମ ଓ ୬୭ ଟି ବାଳକ ଛତ୍ରାବାସ /ବାଳକ ଆଶ୍ରମ ଖୋଲିଛନ୍ତି । ଏଥିରେ ଉଚ୍ଛ ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ରହି ଅଧ୍ୟୟନ କରିପାରିବେ ।
ହିତାଧିକାରୀ ଙ୍କ ଯୋଗ୍ୟତା
ଯେଉଁ ପରିବାରର ବାର୍ଷିକ ରୋଜଗାର ଅନ୍ୟୁନ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହିଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠରୁ ଦଶମ ଶ୍ରେଣୀର ସମସ୍ତ ପୁଅଝିଅଙ୍କ ପାଇଁ ଉଦ୍ଦିଷ୍ଟ ।
ଆବେଦନ ପ୍ରଣାଳୀ
ଶିକ୍ଷାନୁଷ୍ଠାନ ମାଧ୍ୟମରେ ।
ଚିହ୍ନଟ ପ୍ରକ୍ରିୟା
ବାର୍ଷିକ ଆୟର ପ୍ରମାଣପତ୍ର ।
ସାହାଯ୍ୟର ପରିମାଣ
ତା ୦୧. ୦୮. ୨୦୦୫ ରୁ କାର୍ଯ୍ୟକାରୀ ହେଉଥିବା ମାସିକ ଛାତ୍ର ବୃତ୍ତି ଟଙ୍କା ଆକାରରେ :
ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରମାନଙ୍କୁ ୬୦୦ ଟଙ୍କା ହିସାବରେ ଛାତ୍ରୀମାନଙ୍କୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ।
ସାହାଯ୍ୟକାରୀ ଅଧିକାର
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।
ଅଭିଯୋଗ ଦାଖଲ
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।
ଯୋଜନାଟି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପରିଷଦ ମାଧ୍ୟମରେ ପ୍ରଣଯନ ହୋଇଥାଏ ।
ଯୋଜନାର ଉଦ୍ଦେଶ୍ୟ: ଅନୁସୂଚୀତ ଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଅର୍ଥନୌତିକ ଦକ୍ଷତ ବୃଦ୍ଧି କରିବା ତଥା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ।
ହିତାଧିକାରୀ ଙ୍କ ଯୋଗ୍ୟତା
ହିତାଧିକାରୀ ନିଶ୍ଚିନ୍ତ ରୂପେ ଅନୁସୂଚୀତ ଜାତିର ହୋଇଥିବା ଓ ନିର୍ମ୍ନଲିଖିତ ପରୀକ୍ଷା ନିମନ୍ତେ ଯୋଗ୍ୟ ହୋଇଥିବେ ।
ସାହାଯ୍ୟର ବ୍ୟବସ୍ଥା :
ରାଜ୍ୟ ସରକାରଙ୍କର ଦ୍ଵାରା ସୁପରିଚିତ ଘରୋଇ ତାଲିମ ଅନୁଷ୍ଠାନ ସାହାଯ୍ୟରେ ନିର୍ମାଲିଖିତ ପରୀକ୍ଷା ନିମନ୍ତେ ଘରୋଇ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବବ୍ୟବସ୍ଥା ।
ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ
Last Modified : 1/26/2020