অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁସୂଚୀତ ଜାତିଙ୍କ ପାଇଁ ଶିକ୍ଷାଗତ ଯୋଜନା

ପ୍ରାକ୍ –ମାଟ୍ରିକ ଛାତ୍ରବୃତ୍ତି ଯୋଜନା

ଯୋଜନାର ଉଦ୍ଦେଶ୍ୟ

ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ଉପଲବ୍ଧ କରାଇବା ନିମନ୍ତେ ଆର୍ଥିକ ସହାୟତ ପ୍ରଦାନ କରିବା।  ଅନୁସୂଚୀତ ଜାତି ଓ ଜନଜାତିର ଅଭିଭାବକମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଉତ୍ସାହିତ କରିବା ।

ହିତାଧିକାରୀଙ୍କ ଯୋଗ୍ୟତା

ଯେଉଁ ପରିବାର ଆୟକରଦାତା ପରିବାରର ଅନ୍ତଭୁକ୍ତି ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠାରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।

ଆବେଦନ ପ୍ରଣାଳୀ

ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।

ଚିହ୍ନଟ ପ୍ରକ୍ରିୟା

ବାର୍ଷିକ ଆୟର ପ୍ରମାଣପତ୍ର ।

ସାହାଯ୍ୟର ପରିମାଣ

ଷଷ୍ଠରୁ ଦଶମ ଶ୍ରେଣୀ ଅନ୍ତେବାସୀ ଛାତ୍ରମାନଙ୍କୁ ମାସକୁ ୬୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ମାସକୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ । ଅଷ୍ଟମରୁ ଦଶମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ବାର୍ଷିକ ୧୫୦ ଟଙ୍କା ଓ  ଛାତ୍ରୀମନାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯାଏ ।  ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ୨୦୦ ଟଙ୍କା ଓ  ଛାତ୍ରୀମନାଙ୍କୁ ୨୫୦ ପ୍ରଦାନ କରାଯାଇଥାଏ ।

ସାହାଯ୍ୟକାରୀ ଅଧିକାର

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।

ଅଭିଯୋଗ ଦାଖଲ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।

ପ୍ରେରଣା (ମାଟ୍ରିକ୍ – ପରି ଛାତ୍ରବୃତ୍ତି ଯୋଜନା )

ଯୋଜନାର ଉଦ୍ଦେଶ୍ୟ

ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ଉପଲବ୍ଧ କରାଇବା ।

ହିତାଧିକାରୀ ଙ୍କ ଯୋଗ୍ୟତା

ଯେଉଁ ଅନୁସୂଚୀତ ଜାତି ପରିବାରର ବାର୍ଷିକ ରୋଜଗାର ଅନୁନ୍ୟ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ ।

ଆବେଦନ ପ୍ରଣାଳୀ

ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ।

ଚିହ୍ନଟ ପ୍ରକ୍ରିୟା

ବାର୍ଷିକ ଆୟର ପ୍ରମାଣପତ୍ର ।

ସାହାଯ୍ୟର ପରିମାଣ

  • ସ୍ମାତକ  ଏବଂ ସ୍ମାତକୋତ୍ତର (ଏସ୍ ଫି ଲ୍/ ପି ଏ  ଚ୍ ଡି /ମେଡିକାଲ /ଏଞ୍ଜିନିୟରଂ/ବୈଷୟିକ /କୃଷି ଓ ଅନ୍ୟାନ୍ୟ କୋର୍ସ) ର ହଷ୍ଟେଲ   ଛାତ୍ରଛାତ୍ରୀଙ୍କୁ ୫୫୦ ଟଙ୍କା ପ୍ରଦାନ କରାଯାଏ ।
  • ଅନ୍ୟାନ୍ୟ ଯାନ୍ତ୍ରିକ ଓ ବୃତ୍ତିଗତ କୋର୍ସ (ସ୍ମାତକ ଓ ସ୍ନାତକୋତ୍ତର  ଯେଉଁଗୁଡିକ ଉପରଲେଖିତରେ ଯାଇନାହିଁ ଯଥା: ସି.ଏ. /ଆଇସିଡବ୍ଲୁଏ/ ସି. ଏସ. ଇତ୍ୟାଦି ସମସ୍ତ  ସ୍ନାତକ ଓ ସ୍ନାତକୋତ୍ତର ଡିପ୍ଲୋମା ସାଟିଫିକେଟ କୋର୍ସ ) ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୮୨୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୫୩୦ ଟଙ୍କା  ପ୍ରଦାନ କରାଯାଏ ।
  • ଅନ୍ୟାନ୍ୟ ସ୍ନାତକ ବା ତଦୁପରିସ୍ଥ ଡିଗ୍ରୀ ଯାହା ଉପର ଦୁଇ ଗ୍ରେଡ଼୍ ରେ ପାଇନାହିଁ, ସେହି ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ୫୭୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା  ପ୍ରଦାନ କରାଯିବା ।
  • ଏକାଦଶ ଓ ଦ୍ଵାଦଶ (୧୦+୨) ଆଇ.ଟି.ଆଇ./ ଧନ୍ଦାମୂଳକ ଶିକ୍ଷା (ନିମ୍ନତମ ଯୋଗ୍ୟତା ମାଟ୍ରିକ ) ର ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୩୮୦ ଟଙ୍କା ଓ ଦିବାଧ୍ୟାୟୀ  ଛାତ୍ରଛାତ୍ରୀଙ୍କୁ ୨୩୦ ଟଙ୍କା  ପ୍ରଦାନ କରାଯାଏ ।

ସାହାଯ୍ୟକାରୀ ଅଧିକାର

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା ।

ଅଭିଯୋଗ ଦାଖଲ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ ।

ଆଧାର - ନ୍ୟାସନାଲ  ଫ୍ରେଡ୍ରେସନ ଫର ଦଳିତ ଓମେନ

Last Modified : 12/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate