অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜିଏସଟି ସମ୍ବନ୍ଧିତ ପ୍ରଶ୍ନ

ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଜିଏସଟି ସମ୍ବନ୍ଧିତ ପ୍ରଶ୍ନକୁ ସମୀକ୍ଷା କରାଯାଇଛି

ଏବଂ ଏହାର ପ୍ରଶ୍ନ ଓ ଉତ୍ତରକୁ ସଂକ୍ଷିପ୍ତରେ ବିକଶିତ କରାଯାଇଛି   ।

ପ୍ରଥମ ଭାଗରେ ୫୦ ଗୋଟି ପ୍ରଶ୍ନ ଓ ସେଗୁଡିକର ଉତ୍ତର ରହିଛି, ଯାହାକୁ ନିମ୍ନରେ ଦିଆଯାଇଛି   ।

କ୍ର. ନଂ

ପ୍ରଶ୍ନ

ଉତ୍ତର

ପଞ୍ଜିକରଣ

ରିଭର୍ସ ଚାର୍ଜ ଭିତ୍ତିରେ (ଆରସିଏମ)ଅଧୀନରେ ପୈଠ କରାଯାଇଥିବା କର ଉପରେ ଅନ୍ତମୁର୍ଖୀ ଯୋଗାଣର ମୂଲ୍ୟ ସମୁଦାୟ କାରବାର ସହିତ ଅନ୍ତର୍ଭୁକ୍ତ ଅଛିକି   ?

ସିଜିଏସଟି ଅଧିନିୟମ ଧାରା ୨(୬)ରେ ସମନ୍ଵିତ କାରବାର ରିଭର୍ସ ଚାର୍ଜ ବେସୀସ ଉପରେ ଯେଉଁ ଟିକସ ପୈଠ କରାଯାଇଛି ଏଥିରେ ଅନ୍ତମୁର୍ଖୀ ଯୋଗାଣର

ଯଦି ଜଣେ ଡିଲର ତାଙ୍କର ଭୁଲ ପ୍ୟାନ ସହିତ ଫାର୍ମର ସ୍ଥିତିକୁ ମାଲିକାନାରୁ ଅଂଶୀଦାରିକୁ ପରିବର୍ତ୍ତନ କରିଥାନ୍ତି ସେ କ୍ଷେତ୍ରରେ କଣ କରାଯିବ   ।

ଅଂଶିଦାରି ଫାର୍ମ ଭାବେ ନୂଆ ପଞ୍ଜିକରଣ କରିବାକୁ ପଡିବ ଏବଂ ନୂଆ ପ୍ୟାନ କରିବାକୁ ପଡିବ   ।

ଅନେକ ରାଜ୍ୟରେ ଜଣେ କର ଯୋଗ୍ୟ ବ୍ୟକ୍ତିଙ୍କର ବ୍ୟବସାୟ ରହିଛି   । ସମସ୍ତ ଯୋଗାଣକାରୀ ୧୦ ଲକ୍ଷ ତଳେ ରହିଛନ୍ତି   । ସେ ଗୋଟିଏ ରାଜ୍ୟରୁ ଆନ୍ତଃରାଜ୍ୟ ମଧ୍ୟରେ ଯୋଗାଣ କରୁଛନ୍ତି   । ସେ ପଞ୍ଜିକରଣ କରିବା ଆବଶ୍ୟକ କି

ସେ ପଞ୍ଜିକରଣ କରିଆବା ଆବଶ୍ୟକ ଯଦି ତାଙ୍କର ସମୁଦାୟ ଟର୍ଣ୍ଣ ଓଭର(ସର୍ବ ଭାରତୀୟ ସ୍ତରରେ) ୨୦ ଲକ୍ଷରୁ ଅଧିକ ହୋଇଥିବ । (୧୦ ଲକ୍ଷ ସ୍ଵତନ୍ତ୍ର ଶ୍ରେଣୀର ରାଜ୍ୟଗୁଡିକ ପାଇଁ) କିମ୍ବା ଯଦି ସେ ଆନ୍ତଃରାଜ୍ୟ ଯୋଗାଣକାରୀଭାବେ ନିୟୋଜିତ ହୋଇଥିବେ    ।

ଆମେ ଅସ୍ଥାୟୀ ଜିଏସଟିନ ବ୍ୟବହାର କରିପାରିବା କି କିମ୍ବା ଆମେ ନୂଆ ଜିଏସଟିନ ପାଇପାରିବା କି ? ଆମେ ଏକ ନୂଆ ଜିଏସଟିନ ଜାରି ହେବା ପୂର୍ବରୁ ଅସ୍ଥାୟୀ ଜିଏସଟିକୁ ବ୍ୟବହାର କରିପାରିବା  କି

ଅସ୍ଥାୟୀ ଜିଏସଟିନ (ପିଆଇଡି) ଚୁଡାନ୍ତ ଜିଏସଟିନ କୁ ୯୦ ଦିନ ମଧ୍ୟରେ ରୂପାନ୍ତରିତ ହେବ   । ହଁ , ଅସ୍ଥାୟୀ ଜିଏସତିନକୁ ଚୁଡାନ୍ତ ଜିଏସତିନ ଜାରି ହେବା ପର୍ଯ୍ୟନ୍ତ ବ୍ୟବହାର କରିପାରିବା   ।  ପିଆଇଡି ଓ ଚୁଡାନ୍ତ ଜିଏସତିନ ସମାନ ହେବା ଉଚିତ   ।

ଯଦିଓ ମଦ ଜିଏସଟି  ଆଇନ ବାହାର ରହିଛି ତେବେ ଦେଶୀ ମଦ ବ୍ୟବସାୟୀଙ୍କୁ ଭାଟରୁ ଜିଏସଟି କୁ ପରିବର୍ତ୍ତିତ ହେବା ଆବଶ୍ୟକ ଅଛି କି

ଜଣେ ବ୍ୟକ୍ତି ୧୦୦ ପ୍ରତିଶତ ବସ୍ତୁର ଯୋଗାଣ ପାଇଁ ନିୟୋଜିତ ଅଛନ୍ତି   । ଯାହା ଜିଏସଟି ପାଇଁ ଯୋଗ୍ୟ ନୁହେଁ । ତେବେ ପଞ୍ଜିକରଣର ଆବଶ୍ୟକତା ନାହିଁ   ।

ସିଜିଏସଟିର ଧାରା  ୨୩ ଅଧିନରେ କର ଯୋଗ୍ୟ ନୁହେଁ ବୋଲି ବର୍ଣ୍ଣିତ ରହିଛି ଏହାର ଅର୍ଥ ଶୂନ୍ୟ ଯୋଗାଣ କିମ୍ବା ଯୋଗାଣର ମୂଲ୍ୟ ହ୍ରାସ କରିବା

କର ଯୋଗ୍ୟ ନୁହେଁ ଅର୍ଥାତ ଯାହା ସିଜିଏସଟି/ଏସଜିଏସଟି /  ଆଇଜିଏସଟି ଅଧିନିୟମ ଅଧିନରେ ଯୋଗାଣ ହେବ ନାହିଁ   ।  ଦୟାକରି ସିଜିଏସଟି ଅଧିନିୟମର ଧାରା ୨(୭୮) ଦେଖନ୍ତୁ

ଯଦି ସିଭିଲ କଣ୍ଟ୍ରାକ୍ଟର ବିଭିନ୍ନ ରାଜ୍ୟରେ ପ୍ରକଳ୍ପ କରୁଛନ୍ତି ତେବେ ତାଙ୍କୁ କଣ ସବୁ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ପଞ୍ଜିକରଣ କରିବାକୁ ପଡିବ ନା ରାଜ୍ୟର ମୁଖ୍ୟ କାର୍ଯ୍ୟାଳୟରେ ଗୋଟିଏ ପଞ୍ଜିକରଣ ଏଥିପାଇଁ ଯଥେଷ୍ଟ

ଜଣେ ସେବା ଯୋଗାଣକରି ଯେଉଁଠାରୁ ସେବା ଯୋଗାଣ କରୁଛନ୍ତି ସେଠାରେ ତାଙ୍କୁ ପଞ୍ଜିକରଣ କରିବାକୁ ହେବ   ।

ଯଦି ସମନ୍ଵିତ ଟର୍ଣ୍ଣ ଓଭର ରିଭର୍ସ ଚାର୍ଜ ଅଧିନରେ ଗ୍ରହଣକାରୀଙ୍କ ଦ୍ଵାରା କରି ପୈଠ ଉପରେ ଯୋଗାଣର ଟ୍ରାନ୍ନ ଓଭର ସହିତ ସମ୍ପୃକ୍ତି ହୋଇଥାଏ ତେବେ କଣ କରାଯିବ

ଯୋଗାଣକାରୀଙ୍କ ସମନ୍ଵିତ ଟର୍ଣ୍ଣ ଓଭର ସହ ସମ୍ପୃକ୍ତି ଗ୍ରହଣକାରୀଙ୍କ ଦ୍ଵାରା ରିଭର୍ସ ବେସୀସ ଉପରେ ଯେଉଁ ଟିକସ ପ୍ରଦାନ କରାଯାଇଥିବା ତାହା ଉପରେ ଆଉଟୱାର୍ଡ ଯୋଗାଣକୁ ସାମିଲ କରାଯିବ   ।

ଯଦି ଗୋଟିଏ ରାଜ୍ୟରେ ଦୁଇଟି ଏସଇଜେଡ ୟୁନିଟ ରହିଥାଏ ତେବେ ଦୁଇଟି ପଞ୍ଜିକରଣର ଆବଶ୍ୟକତା ରହିଛି କି

ଗୋଟିଏ ରାଜ୍ୟରେ ସମାନ ପ୍ୟାନ ଅଧିନରେ ଥିବା ଏସଇଜେଡ ପାଇଁ ଗୋଟିଏ ପଞ୍ଜିକରଣ ଆବଶ୍ୟକ  ।  ସିଜିଏସଟି ନିୟମର ନିୟମ ୮(୧) କୁ ଦେଖନ୍ତୁ

୧୦

ଯଦି ଜଣେ ଆଡଭୋକେଟ ଆନ୍ତଃରାଜ୍ୟ ଯୋଗାଣ ପ୍ରଦାନ କରୁଥାନ୍ତି ତେବେ ତାହା ରିଭର୍ସ ଚାର୍ଜ ଅନ୍ତର୍ଗତ ପ୍ରଦେୟ ହେବକି

ସେହି ସବୁ ସ୍ୱଳ୍ପ ଯୋଗାଣକାରୀଙ୍କୁ ଯୋଗାଣ କ୍ଷେତ୍ରରେ ଛାଡ ପ୍ରଦାନ କରାଯାଇଛି   , ଯେଉଁମାନେ କେବଳ ସେହି ସବୁ ଯୋଗାଣକୁ ପ୍ରସ୍ତୁତ କରୁଛନ୍ତି ଯାହାକୁ ବ୍ୟବହାର କରି ଗ୍ରହିତା ଆଋଏସିଏମ ଅନ୍ତର୍ଗତ ଜିଏସଟି ପ୍ରଦାନ କରିବା ପାଇଁ ଦାୟୀ ରହିବେ   ।

୧୧

କେତେବେଳେ ଅନ୍ୟ ରାଜ୍ୟଗୁଡିକ ପାଇଁ ପଞ୍ଜିକରଣ ଆବଶ୍ୟକ ଯେତେବେଳେ ଆପଣ ନାସିକଠାରୁ ଅନ୍ୟ ରାଜ୍ୟଗୁଡିକୁ ସେବା ପ୍ରଦାନ କରୁଛନ୍ତି ସେ ସମୟରେ ଅନ୍ୟ ରାଜ୍ୟଗୁଡିକରେ ପଞ୍ଜିକରଣ ଆବଶ୍ୟକ ଅଛି କି

ଯଦି ଆପଣ ନାସିକରୁ ସେବା ପ୍ରଦାନ କରୁଛନ୍ତି ତେବେ ଆପଣଙ୍କୁ କେବଳ ମହରାଷ୍ଟ୍ର ରେ ପଞ୍ଜିକରଣ କରିବା ଆବଶ୍ୟକ ଏବଂ ଆନ୍ତଃରାଜ୍ୟ ଯୋଗାଣ ଉପରେ ଆଜିଏସଟି ପ୍ରଦାନ  କରିବାକୁ ହେବ

୧୨

ମୁଁ ଜିଏସଟି ଅଧିନରେ ପରିବର୍ତ୍ତିତ ହୋଇଛି କିନ୍ତୁ ଆଇସିଏଡି ଭାବେ ପଞ୍ଜିକୃତ ହେବାକୁ ଚାହୁଁଛି   । ମୁଁ କେଉଁଠାରେ ଆବେଦନ କରିବି ଏବଂ ଏହାର ପ୍ରକ୍ରିୟାଗୁଡିକ କଣ

ଆଇସିଏସଡି ପାଇଁ ଏକ ପୃଥକ ଏବଂ ନୂତନ ପଞ୍ଜିକରଣ ଆବଶ୍ୟକତା ରହିଛି   ।

 

୧୩

ମୁଁ ଜିଏସଟିରେ ନାମାଙ୍କିତ କରିଛି ମୁଁ ଏସଏସି କୋର୍ଡ ଦେବାକୁ ଭୁଲି ଯାଇଛି   ।  ଏ କ୍ଷେତ୍ରରେ ମେତେ କଣ କରିବାକୁ ହେବ   ।  ଏହି ସ୍ଥିତି ଟି ପରିବର୍ତ୍ତିତ

ଅସ୍ଥାୟୀ ଆଇନରୁ ଚୁଡାନ୍ତ ପଞ୍ଜିକରଣ ରୂପନ୍ତିଋତ କରିବା ପାଇଁ ଯେତେବେଳେ ଫର୍ମ ଆରଇଜ୍ୟ -୨୬ ପୂରଣ କରୁଛନ୍ତି ସେହି ସମୟରେ ଏହାକୁ ପୂରଣ କରିବେ   ।

୧୪

ମୋର ବ୍ୟକ୍ତିଗତ ନାମରେ ଏସଟି ନମ୍ବର ରହିଛି ଏବଂ ଏହା ଜିଏସଟିକୁ ପରିବର୍ତ୍ତିତ ହୋଇଛି   । ମୁଁ ଏହାକୁ ମୋର ମାଲିକାନା ଫାର୍ମ ଉପରେ ବଦଳ କରିବାକୁ ଇଚ୍ଛା କରୁଛି   ।

ଅସ୍ଥାୟୀ ଆଇଡିରୁ ଚୁଡାନ୍ତ ପଞ୍ଜିକରଣକୁ ରୂପାନ୍ତରିତ କରିବା ଯେତେବେଳେ ଫାର୍ମ ଆରଇଜି -୨୬ ପୂରଣ କରୁଛନ୍ତି ସେହି ସମୟରେ ଏହାକୁ କରିବା ଉଚିତ   ।

୧୫

ଦୟାକରି କୁହନ୍ତୁ ଯଦି ଭଡା ଦ୍ଵାରା ଆସୁଥିବା ଆଯ ୨୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ଏଥିପାଇଁ ଜିଏସଟି କିମ୍ବା ଅନ୍ୟ କୌଣସି ଚାର୍ଜ ଦେବାକୁ ପଡିବକି

ଯଦି ସମୁଦାୟ କାରବାର ୨୦ ଲକ୍ଷରୁ ଅଧିକ ହୋଇଥାଏ (୧୦ ଲକ୍ଷ ୧୧ଟି ସ୍ଵତନ୍ତ୍ର ଶ୍ରେଣୀ ରାଜ୍ୟ ପାଇଁ) ଜିଏସଟି ଛାଡ କରାଯିବ   ।  ଏହାର ହିସାବ ପାଇଁ ଆପଣଙ୍କ ଦ୍ଵାରା ପ୍ରସ୍ତୁତ ସମସ୍ତ ଯୋଗାଣର ସମନ୍ଵିତ ଯୋଗାଣକୁ ସଂଯୁକ୍ତ କରାଯିବ   ।

୧୬

ଯଦି ଜଣେ କେବଳ ୦ ପ୍ରତିଶତ ସାମଗ୍ରୀ ବିକ୍ରୟ କରୁଥାନ୍ତି (ଖାଦ୍ୟ ଶସ୍ୟ ଡାଲି ଜାତୀୟ ଶସ୍ୟ  ) ତେବେ ଜିଏସଟି ପାଇଁ ପଞ୍ଜିକରଣ କରିବା ଆବଶ୍ୟକ   କି, ଯଦି ଏହାର କାରବାର ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ

ଯଦି ଜଣେ ବ୍ୟକ୍ତି ୧୦୦ ପ୍ରତିସତ ଛାଡ ଯୋଗ୍ୟ ଦ୍ରବ୍ୟ ବ୍ୟବସାୟ କରୁଥାନ୍ତି ତେବେ ସଂପୃକ୍ତ କାରବାର ପାଇଁ ପଞ୍ଜିକରଣର ଆବଶ୍ୟକତା ନାହିଁ ।

 

୧୭

ଯଦି ଜଣେ ବ୍ୟକ୍ତି କେବଳ ଜିଏସଟି ଛାଡ ଯୋଗ୍ୟ ସାମଗ୍ରୀ/ସେବା ପ୍ରଦାନ କରୁଥାନ୍ତି ଓ ତାଙ୍କର କାରବାର >୨୦/୧୦ ଲକ୍ଷ ହୋଇଥାଏ ତେବେ ତାଙ୍କୁ ପଞ୍ଜିକରଣ କରିବାକୁ ହେବ କି   ?

ଯଦି ସେହି ବ୍ୟକ୍ତି ୧୦୦ ପ୍ରତିଶତ ଚାଦ୍ଦ ଯୋଗ୍ୟ ଦ୍ରବ୍ୟ ବ୍ୟବସାୟ କରିଥାନ୍ତି ତେବେ ସମ୍ପୃକ୍ତ କରିବାର ପାଇଁ ପଞ୍ଜିକରଣ ଆବଶ୍ୟକତା ନାହିଁ   ।

୧୮

ଯଦିଓ ମୋର କାରବାର ୨୦ ଲକ୍ଷରୁ କମ ଏବଂ ମୁଁ ସ୍ଵେଚ୍ଛାକୃତ ଭାବେ ପଞ୍ଜିକୃତ ହେବାକୁ ଚାହୁଁଛି , ମୁଁ ପ୍ରଥମ ଯୋଗାଣ ପରେ ପଞ୍ଜିକରଣ କରୁଛି ତେବେ ମୋତେ କର ପୈଠ କରିବାକୁ ପଡିବକି  ।

ହଁ, ଆପଣ ଜଣେ ସାଧାରଣ କରଯୋଗ୍ୟ ବ୍ୟକ୍ତିଗତ ଭାବେ ବିବେଚିତ ହେବେ   ।

୧୯

ଟିଡିଏସ କାଟ ପାଇଁ ଜଣେ ପଞ୍ଜିକୃତ ବ୍ୟକ୍ତିଙ୍କୁ ଗୋଟିଏ ପୃଥକ ଜିଏସତିନ ଆଲର୍ଟ କରାଯିବ କି  (ତାଙ୍କର ପ୍ୟାନ ଏବଂ ଟ୍ୟାନ ରହିଥାଏ )

କରକାଟ କରିବା ପାଇଁ ଏକ ପୃଥକ ପଞ୍ଜିକରଣ ଆବଶ୍ୟକତା ରହିଛି   ।

୨୦

ଗୋଟିଏ ରାଜ୍ୟରେ ସମାନ ପରିମାଣର ବ୍ୟବସାୟୀ  ଏବଂ ନିର୍ମାଣ ପାଇଁ ପୃଥକ ପଞ୍ଜିକରଣ ଆବଶ୍ୟକତା ଅଛି କି

ସମସ୍ତ କାର୍ଯ୍ୟକଳାପ ପାଇଁ ପ୍ରତି ରାଜ୍ୟ ନିମନ୍ତେ କେବଳ ଗୋଟିଏ ପଞ୍ଜିକରଣ କରାଯିବ   ।

୨୧

ମୁଁ ତାମିଲନାଡୁରେ ପଞ୍ଜିକୃତ ହୋଇଛି ଏବଂ ଆନ୍ଧ୍ର ପ୍ରଦେଶର ଜଣେ ଅପଞ୍ଜିକୃତ ଡିଲର ଭାବେ ସେବା ପ୍ରଦାନ କରୁଛି , ତେବେ ଆରସିଏସ ଅଧିନରେ ଜିଏସଟି ଡିସଚାର୍ଜ ପାଇଁ ଆନ୍ଧ୍ରପ୍ରଦେଶରେ ମତେ ପଞ୍ଜିକରଣ କରିବାକୁ ହେବ କି

ଯେକୌଣସି ବ୍ୟକ୍ତି ଯିଏକି ଆନ୍ତଃ ରାଜ୍ୟ କରଯୋଗ୍ୟ ଯୋଗାଣକାରୀ ଅଟନ୍ତି ସେମାନେ ପଞ୍ଜିକରଣ କରିବା ଆବଶ୍ୟକ   । ତେଣୁକରି ଏହା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଡିଲରଙ୍କୁ ପଞ୍ଜିକରିବାକୁହେବ   ଏବଂ କର ପ୍ରଦାନ କରିବେ   ।

୨୨

ଜିଏସଟି ଅଧିନରେ ଆଞ୍ଚଲ ଭିତ୍ତିକ ଛାଡର କୌଣସି ବ୍ୟବସ୍ଥା ରହିଛି କି

ଜିଏସଟି କୌଣସି ଆଞ୍ଚଲ ଭିତ୍ତିକ ଛାଡର ବ୍ୟବସ୍ଥା ନାହିଁ   ।

୨୩

ଯଦି ମହରାଷ୍ଟ୍ରର ଗୋଟିଏ କମ୍ଫାନୀ ଦିଲ୍ଲୀରେ ଏକମାତ୍ର କାର୍ଯ୍ୟକ୍ରମ କରେ, ତାଙ୍କୁ ଦିଲ୍ଲୀରେ ପଞ୍ଜିକୃତ କରିବାକୁ ପଡିବ କି   ? ତାଙ୍କୁ ସେ ମହରାଷ୍ଟ୍ରରେ ଦେଇଥିବା ଜିଏସଟି ଏଥିପାଇଁ ପର୍ଯ୍ୟାପ୍ତ କି

ଯଦି ଆପଣ ଦିଲ୍ଲୀଠାରେ ଯୋଗାଣ କରୁଛନ୍ତି ତେବେ ଆପଣଙ୍କୁ ଦିଲ୍ଲୀରେ ପଞ୍ଜିକୃତ କରିବାକୁ ହେବ   ।  ନଚେତ , ମୁମ୍ବାଇଠାରେ ପଞ୍ଜିକରଣ ସେଥିପାଇଁ ପର୍ଯ୍ୟାପ୍ତ (ଏବଂ ମୁମ୍ବାଇଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯୋଗାଣ ଉପରେ ଆଇଜିଏସଟି ପ୍ରଦାନ)

୨୪

ଜିଏସଟି ରେ ପଞ୍ଜିକରଣ କରିବାକୁ ମୋତେ କେତେ ସମୟ ଅପେକ୍ଷା କରିବାକୁ ପଡିବ

ଜଣେ ଅପଞ୍ଜିକୃତ ବ୍ୟକ୍ତିଙ୍କୁ ପଞ୍ଜିକରଣର ପ୍ରକ୍ରିୟା ଗୁଡିକୁ ସଂପୂର୍ଣ୍ଣ କରିବା ଲାବିଲିଟିଠାରୁ ପାଇଁ ୩୦ ଦିନ ଆବଶ୍ୟକ   ।

୨୫

ଯଦି ମୁଁ ଜିଏସଟି ଅଧିନରେ ପଞ୍ଜିକୃତ ହୋଇନାହିଁ କିନ୍ତୁ ସେବା ଟିକସ ଅଧିନରେ ପଞ୍ଜିକୃତ ହୋଇଛି ତେବେ ମୁଁ କଣ କରିବି

ଆପଣ ଅସ୍ଥାୟୀ ଆଇଡିର ବାତିଲି ପାଇଁ ୩୧ ଜୁଲାଇ ୨୦୧୭ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ   ।

୨୬

କେତେବେଳେ ପଞ୍ଜିକରଣ ପାଇଁ ଏଜେଷ୍ଟଙ୍କ କାରବାରକୁ ମୂଳଧନ ସହିତ ଯୋଗ କରାଯିବ

ନାଁ

୨୭

ଯଦି ମୁଁ ଜଣେ ବିଦ୍ୟମାନ କର ଦାତା ହୋଇନଥାଏ ଏବଂ ନୂତନ ଭାବେ ଜିଏସଟି ଅଧିନରେ ପଞ୍ଜିକୃତ ହେବାକୁ ଚାହୁଁଛି , ତେବେ ଏହାକୁ ମୁଁ କେବେବେଳେ କରିବି

ଆପଣ ନୂଆ ପଞ୍ଜିକରଣ ପାଇଁ ଜିଏସଟି ପୋର୍ଟାଲ gst.gov.in ରେ ୨୫ ଜୁନ ୨୦୧୭ ର ୦୮୦୦ ଘ ଠାରୁ ଆବେଦନ କରିପାରିବେ

କ୍ର. ନଂ

ପ୍ରଶ୍ନ

ଉତ୍ତର

ଇନପୁଟ ଟ୍ୟାକ୍ସ କ୍ରେଡିଟ

୨୮

ଯୋଗାଣକାରୀଙ୍କ ଦ୍ଵାରା ରାଜସ୍ଥାନରୁ କ୍ରୟ କରିବା କ୍ଷେତ୍ରରେ ରାଜସ୍ଥାନର ଏସଜିଏସଟିକୁ  ମଧ୍ୟପ୍ରଦେଶର ଏସଜିଏସଟି ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ କି

ଗୋଟିଏ ରାଜ୍ୟର ଏସଜିଏସଟିକୁ ଅନ୍ୟ ଏକ ରାଜ୍ୟର ଟିକସ ଦେୟତା ନିମନ୍ତେ ବିନିଯୋଗ କରାଯାଇପାରିବ ନାହିଁ   ।

୨୯

ଅନ୍ୟ ଏକ ରାଜ୍ୟରେ ଆଇଜିଏସଟିର ପଇଠ ନିମନ୍ତେ ଜଣେ କିପରି ଏସଜିଏସଟି କ୍ରେଡିଟର ବ୍ୟବହାର କରିବେ

ଜିଏସଟିଆଇଏନ ଅନ୍ତର୍ଗତ ଏସଜିଏସଟି କ୍ରେଡିଟ ଆଇଜିଏସଟି ଦେୟତାର ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ   ।

୩୦

ଗୋଟିଏ ରାଜ୍ୟର ସିଜିଏସଟି କୁ ଅନ୍ୟ ଏକ ରାଜ୍ୟରେ ସିଜିଏସଟିର ପଇଠ ନିମନ୍ତେ ବ୍ୟବହାର କରାଯାଇପାରିବ କି

ଗୋଟିଏ ରାଜ୍ୟର ସିଜିଏସଟି ଓ ଏସଜିଏସଟି କ୍ରେଡିଟକୁ ସେହି ରାଜ୍ୟର ସିଜିଏସଟି /ଏସଜିଏସଟି ଦେୟତା ପଇଠ ନିମନ୍ତେ ବ୍ୟବହାର କାରାଯାଇପାରିବ ଯାହା କେବଳ ସେହି ରାଜ୍ୟରେ ସମାନ ଜିଏସଟିଆଇଏନ ପାଇଁ ପ୍ରଯୁଜ୍ୟ ହେବ   ।

୩୧

ଯଦି ସେବା ଯୋଗାଣ କ୍ଷେତ୍ରରେ ଏହାର କ୍ରେଡିଟକୁ ଏହି ସେବାଟି ବିଲ ହୋଇଥିବା ରାଜ୍ୟରେ ପ୍ରଦାନ କରାଯିବ କିମ୍ବା ଏହା ଯେଉଁ ରାଜ୍ୟରେ ପ୍ରଦାନ କରାଯାଉଛି ସେଠାରେ ଅନ୍ତର୍ଭୁକ୍ତ କରାଯିବ   ।

ଯେଉଁ ରାଜ୍ୟରୁ ଯୋଗାଣ କରାଯାଉଛି ସେହି ରାଜ୍ୟରୁ ଟିକସ ସଂଗ୍ରହ କରାଯିବ   । ଯୋଗାଣକାରୀ ଆଇଜିଏସଟି ସଂଗ୍ରହ କରିବେ ଏବଂ ଗ୍ରହିତ ଆଇଜିଏସଟି କ୍ରେଡିଟ ଗ୍ରହଣ କରିବେ

୩୨

କମ୍ପାନୀ ସିମେଣ୍ଟ ଓ ଶକ୍ତି ନିର୍ମାଣ କ୍ଷେତ୍ରରେ ନିୟୋଜିତ ଅଛନ୍ତି । କ୍ରେଡିଟର ରିଭସାର୍ଲ ନିମନ୍ତେ ଶକ୍ତି ବ୍ୟବସାୟ ସମ୍ପର୍କିତ କେଉଁ ନିୟମଟି ପ୍ରଯୁଜ୍ୟ ହେବ   ।

ଯେତେବେଳେ ଯୋଗାଣକାରୀ ଛାଡପ୍ରାପ୍ତ ଓ ଅଣଛାଡପ୍ରାପ୍ତ ଯୋଗାଣକୁ ଆଇଟିସି ନିୟମ ଅନୁସାରେ ପ୍ରଦାନ କରୁଛତି ସେତେବେଳେ ଆଇସିଟିର ସବିଶେଷ ରିଭର୍ସାଲ ନିୟମ ପ୍ରଯୁଜ୍ୟ ହେବ   ।

୩୩

ଅଣପଞ୍ଜିକୃତ ଯୋଗରଣକାରୀଙ୍କ ଠାରୁ କ୍ରେଡିଟ /ଡେବିଟ ନୋଟକୁ ଦାବି କରାଯାଇଥିବା ଜିଏସଟିଏନ ଓ ଆଇଟିସିକୁ କିପରି ରିପୋର୍ଟ କରାଯିବ ।

ଇନଭଏସ ପରି କ୍ରେଡିଟ /ଡେବିଟ ନୋଟ ଯାହାକି ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ପକ୍ଷରୁ ଜାରି କରାଯାଇଛି ତାହାକୁ କେବଳ ପଞ୍ଜିକୃତ ବ୍ୟକ୍ତିଙ୍କ ଦ୍ଵାରା ଜାରି କରାଯିବ   ।  ଏହା ପରେ ଜିଏସଟିଆର ୨ ଗ୍ରହିତାଙ୍କ ଦ୍ଵାରା ଏହାର ରିପୋର୍ଟିଂ ବିଷୟ ପ୍ରଦାନ କରୁଅଛି   ।

ଇନଭଏସ

୩୪

ଜଣେ ଦୋକାନୀ ଟିକସ ଯୋଗ୍ୟ ଓ ଛାତ ଉତ୍ପାଦକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରୟ କରୁଛନ୍ତି , ଏଠାରେ ଟିକସ ଇନଭଏସ ଓ ଯୋଗାଣର ବିଲକୁ ପୃଥକ ଭାବରେ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି କି   ?

ଏପରି କ୍ଷେତ୍ରରେ ବ୍ୟକ୍ତି ଜଣକ ଟିକସ ଯୋଗ୍ୟ ଯୋଗାଣ ପାଇଁ ଟିକସ ଇନଭଏସ ପ୍ରଦାନ କରିବେ ଏବଂ ଛାତ କରାଯାଇଥିବା ଯୋଗାଣ ସେହି ଇନଭଏସ ରେ ଉଲ୍ଲେଖ କରିବେ   ।

୩୫

ଅଣ ପଞ୍ଜିକୃତ ଡିଲରଙ୍କୁ ପଞ୍ଜିକୃତ ଡିଲରମାନେ ସାମଗ୍ରୀ ବିକ୍ରୟ କରୁଥିବା ସମୟରେ ଆଧାର/ପ୍ୟାନ ରେକର୍ଡ କରିବାର ଆବଶ୍ୟକତା ରହିଛି କି

ଜିଏସଟି ଅଧିନିୟମ ଅନୁଯାୟୀ ଗ୍ରାହକଙ୍କର ଆଧାର ଓ ପ୍ୟାନ ସବିଶେଷ ନେବାର କୌଣସି ଆବଶ୍ୟକତା ନାହିଁ   ।

୩୬

ସମସ୍ତ ଖର୍ଚ୍ଚ ଯଥା ଫ୍ରେଟ/ପରିବହନ /ପ୍ୟାକିଂ ଯାହାକୁ ସେଲସ ଇନଭଏସରେ ଚାର୍ଜ କରଯାଇଥାଏ ତାହା ଜିଏସଟିରେ ଟିକସ ଯୋଗ୍ୟ ? ବିଲକୁ କିପ୍ରାୟ ପ୍ରସ୍ତୁତ କରାଯିବ

ସମସ୍ତ ଖର୍ଚ୍ଚ ଗୁଡିକୁ ମୂଲ୍ୟରେ ସଂଯୋଗ କରାଯିବା ଆବଶ୍ୟକତା ଏବଂ ସେହି ଅନୁସାରେ ଇନଭଏସ କରାଯିବା ଉଚିତ   । ଦୟାକରି ସିଜିଏସଟି ଆକଟ ଓ ଇନଭଏସ ରୁଲର ସେକସାନ ୧୫ କୁ ଦେଖନ୍ତୁ ।

୩୭

ଆମେ ଡେଲିଭରି ଚାଲାଣ ମାଧ୍ୟମରେ ବିଲଡରଙ୍କୁ ନିର୍ମାଣ ସାମଗ୍ରୀ ପ୍ରଦାନ କରି ଏବଂ କାର୍ଯ୍ୟର ସମାପ୍ତି ପରେ ଟିକସ ଇନଭଏସ ଜାରି କରିପାରିବୁ   କି

ଯଦି ସାମଗ୍ରୀ ଗୁଡିକୁ ନିର୍ମାଣ ସମୟରେ ଯୋଗାଣ କରିବାର ଆବଶ୍ୟକତା ଥାଏ ସେତେବେଳେ ଇନଭଏସ ଆବଶ୍ୟକ ହୋଇଥାଏ   । ଯଦି ସାମଗ୍ରୀ ଗୁଡିକ ନିର୍ମାଣ ପାଇଁ କରାଯିବାକୁ ଥାଏ ତେବେ ଡେଲିଭରି ଚାଲାଣ ଜାରି କରାଯିବା ଆବଶ୍ୟକ   ।

୩୮

ଜିଏସଟିରେ ନିମ୍ନଲିଖିତ ଟ୍ରାଞ୍ଜାକସନ କୁ କିପରି କରାଯିବା ଆବଶ୍ୟକ   ।

  • ଟ୍ରାଞ୍ଜିଟରେ ଦେଖାଯାଉଥିବା ଡେଲିଭରି ସପ୍ଲାଏ ସଟେଜ
  • ଗ୍ରାହକ କମ ପରିମାଣ ପାଆନ୍ତି ଓ କମ ପ୍ରଦାନ କରନ୍ତି

ଏପରି କ୍ଷେତ୍ରରେ ଯୋଗାଣକାରୀ ଗ୍ରାହକଙ୍କୁ କ୍ରେଡିଟ ନୋଟ ଜାରି କରିପାରିବେ     ।

୩୯

ଆରସିଏମରେ ଜିଏସଟି ଲାଇବିଲିଟି ପାଇଁ ଆମେ ସେଲଫ ଇନଭଏସ  ଜାରି ପରିପାରିବୁ କି   ।କିମ୍ବା ଜିଏସଟିକୁ ବୁକିଂ ଭାଉଚର ଖର୍ଚ୍ଚ ଜରିଆରେ କରାଯାଇପାରିବ କି   ?

ଆରସିଏମ ଲାଇବିଲିଟି କ୍ଷେତ୍ରରେ ତାକସ ଇନଭଏସକୁ ନିଜ ପାଇଁ ଜାରି କରିଯିବା ଆବଶ୍ୟକ   ।

କଂପୋଜିସନ ସ୍କିମ

୪୦

ଧରାଯାଉ ଜିଏସଟିରେ ମୁଁ କଂପୋଜିସନ ସ୍କିମ ରେ ରହିଛି   । ଯଦି ମୁଁ ଜଣେ ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ ସାମଗ୍ରୀ କ୍ରୟ କରେ ତେବେ ମୋ ଦ୍ଵାରା ସରକାରଙ୍କୁ ଜିଏସଟି ପ୍ରଦାନ କରାଯିବ ନାହିଁ   ।

ହଁ ଆପଣଙ୍କୁ ଅଣ ପଞ୍ଜିକୃତ ବ୍ୟକ୍ତିଙ୍କ ଠାରୁ ଯୋଗାଣ ଗ୍ରହଣ ନିମନ୍ତେ ରିଭର୍ସ ଚାର୍ଜ ଭିତ୍ତିରେ ଟିକସ ପ୍ରଦାନ କରିବାକୁ ହେବ   ।

କଷ୍ଟମସ

୪୧

ସାମଗ୍ରୀ ଆମଦାନୀ କ୍ଷେତ୍ରରେ କେଉଁ ପ୍ରକାର କର ଲାଗୁ ହେବ

କଷ୍ଟମ ଡ୍ୟୁଟି ଓ ସେସ ଯାହା ପ୍ରଯୁଜ୍ୟ *ଆଇଜିଏସଟି *ଜିଏସଟି କ୍ଷତିପୂରଣ ସେସ ।  ସମସ୍ତ କଷ୍ଟମ ଡ୍ୟୁଟିକୁ ମିଶାଇ ଏବଂ ଆମଦାନୀର ମୂଲ୍ୟ ଉପରେ କଷ୍ଟମ ସେଲସକୁ ଯୋଗ କରି ଆଇଜିଏସଟି ଓ ଜିଏସଟି କ୍ଷତିପୂରଣ ପ୍ରଦାନ କରାଯିବ   ।

ରପ୍ତାନୀ

୪୨

ବର୍ତ୍ତମାନ ପ୍ରଣାଳୀରେ ନେପାଲ ପାଇଁ ସର୍ଭିସ ଟ୍ୟାକ୍ସ ରହିଛି କିନ୍ତୁ ସାମଗ୍ରୀ ଟ୍ୟାକ୍ସ ନାହିଁ   ,  କିନ୍ତୁ ଜିଏସଟି କ୍ଷେତ୍ରରେ କେଉଁ ଟିକସ ଲାଗୁ ହେବ

ଅନ୍ୟ ଦେଶମାନଙ୍କ ପାଇଁ ଥିବା ରପ୍ତାନି ପ୍ରଣାଳୀ ସହିତ ନେପାଳ ପାଇଁ ରପ୍ତାନି ପ୍ରଣାଳୀ ମଧ୍ୟ ସମାନ ଅଟେ  ।

୪୩

ଏସଇଜେଡ ପାଇଁ ଛାଡ ରହିଛି କି ? ଜିଏସଟି ପରିସରରେ କିପରି ଏକ ଏସଇଜେଡ ଟ୍ରାଞ୍ଜାକସନ ହୋଇଥାଏ

ଏସଇଜେଡକୁ କରାଯାଉଥିବା ଯୋଗାଣ ଆଇଜିଏସଟି ଆକତାର ସେକସନ ୧୬ ରେ ପ୍ରଦାନ କରାଯାଇଥିବା ପ୍ରକାରେ ଜିରୋ ରେତେଡ ସପ୍ଲାଏ ଅଟେ   ।

୪୪

ଏସଇଜେଡରୁ ଓ ଏଠାକୁ କରାଯାଉଥିବା କ୍ରୟ ବିକ୍ରୟକୁ କିପରି ବିଚାର କରାଯିବ   ? ଏହା ରପ୍ତାନି/ଆମଦାନୀ ହେବ କି

ଏସଇଜେଡକୁ କରାଯାଉଥିବା ଯୋଗାଣ ହେଉଛି ଶୂନ୍ୟ ରେଡେଡ ସପ୍ଲାଏ ଓ ଏସଇଜେଟରୁ ଡିଟିଏସକୁ କରାଯାଉଥିବା ଯୋଗାଣ ହେଉଛି ଆମଦାନୀ  ।

୪୫

ଜିଏସଟି ଅଧିନରେ ଆନ୍ତର୍ଜାତିକ ରପ୍ତାନି ଭଡାର ସ୍ଥିତି ବିଷୟରେ ଦୟାକରି ବୁଝାଇ ଦିଅନ୍ତୁ କରଣ ଏହା ପିଓପିଏସ ନିୟମ ଅନୁଯାୟୀ ଛାଡ ଥିଲା  । ଅଧିକାଂଶ ଦେଶରେ ଏହା ଜିରୋ ରେଡଡ ଅଟେ   ।

ଆଇଜିଏସଟି ଆକଟ ୨୦୧୭ ର ସେକସନ ୧୨(୮) ବା ସେକସନ ୧୩(୮) ଅନୁଯାୟୀ ସାମଗ୍ରୀର ପରିବହନ ପାଇଁ ପିଓଏସ ନିର୍ଦ୍ଧାରଣଯୋଗ୍ୟ ଯାହାକି ସେବା ପ୍ରଦାନକାରୀ ସ୍ଥାନ /ସେବା ଗ୍ରହିତାଙ୍କ ସ୍ଥାନ ଉପରେ ନିର୍ଭର କରିଥାଏ   ।  ରପ୍ତାନିକୁ ଜିରୋ ରେଡେଟ ଯୋଗାଣ ରୂପେ ବିଚାର କରାଯାଇଥାଏ   ।

୪୬

ଯେତେବେଳେ ସାମଗ୍ରୀ ଗୁଡିକୁ ଏସଇଜେଡରୁ ଆମଦାନୀ କରାଯାଉଥାଏ   ।  ସେତେବେଳେ କିଏ ଆଇଜିଏସଟି ପଇଠ କରିବେ

ଏହି ପ୍ରକାରର ଯୋଗାଣକୁ ଆମଦାନୀ ରୂପେ ବିବେଚନା କରାଯିବ  । ଯେଉଁଠାରେ କି ସିଭିଡି ସ୍ଥାନରେ ଆଇଜିଏସଟି ପ୍ରଯୁଜ୍ୟ ହେବ  ।

୪୭

ଯେତେବେଳେ ସାମଗ୍ରୀ ଗୁଡିକୁ ଏସଇଜେଡରୁ ଗ୍ରହଣ କରାଯିବ ସେତେବେଳେ କିଏ ଆଇଜିଏସଟି ପ୍ରଦାନ କରିବେ   ।  ବର୍ତ୍ତମାନ ଆମଦାନୀକାରୀ ଉଭୟ ବିସିଡି ଓ ସିଭିଡି ପ୍ରଦାନ କରୁଛନ୍ତି

ଏହି ପ୍ରକାର ଯୋଗାଣକୁ ଆମଦାନୀ ରୂପେ ବିବେଚନା କରାଯିବ ଏବଂ ବର୍ତ୍ତମାନର ପ୍ରଣାଳୀର ଅନୁପାଳନ କରାଯିବ ଯେଉଁଠାରେ କି ସିଭିଡି ସ୍ଥାନରେ ଆଇଜିଏସଟି ପ୍ରଯୁଜ୍ୟ ହେବ  ।

ଫେରସ୍ତ

୪୮

ମୋର ସେବା କର ଏକ ବକେୟା ରପ୍ତାନି ଫେରସ୍ତ ରହିଛି   । ତେବେ କଣ ହେବ

ପ୍ରଯୁଜ୍ୟ ଆଇନ ଅନୁଯାୟୀ ଫେରସ୍ତକୁ ପୂର୍ବ ଆଇନ ଅନୁସାରେ ପ୍ରଦାନ କରାଯିବ   ।

୪୯

ଜଣେ ରପ୍ତାନିକାରୀ ଭାବରେ ମୁଁ ଏହା କିପରି ସୁନିଶ୍ଚିତ କରିବି ଯେ ମୋର କାର୍ଯ୍ୟକ୍ଷମ ପୁଞ୍ଜି ଫେରସ୍ତ ଭାବରେ ବ୍ଲକ ହେବ ନାହିଁ   ।

ଆଇନରେ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କରାଯାଇ ଫେରସ୍ତ ଫାଇଲିଂ କରିବାର ୭ ଦିନ ମଧ୍ୟରେ ପ୍ରୋଭିଜନାଲ ଭିତ୍ତିରେ ୯୦ ପ୍ରତିଶତ ଫେରସ୍ତ ପ୍ରଦାନ କରାଯାଉଛି   ।

୫୦

କୋଇଲା ଉପରେ ଜିଏସଟିର ପ୍ରଭାବ କଣ ହେବ  । କୋଇଲା ଉପରେ ଥିବା ସ୍ଵଚ୍ଛ ଶକ୍ତି ସେସ ଉଠିଯିବ କିମ୍ବା ଏହା ଜାରି ରହିବ   ।

କୋଇଲା ଉପରେ ଥିବା ସ୍ୱଳ୍ପ ପରିବେଶ କର ସ୍ଥାନରେ ଜିଏସଟି କ୍ଷତିପୂରଣ ସେସ ଲାଗୁ ହେବ   ।

 

ପ୍ରତ୍ୟାଖାନ : ଉପରେ ଦିଆଯାଇଥିବା ଉତ୍ତର କେବଳ ଶୈକ୍ଷିକ ଏବଂ ମାର୍ଗଦର୍ଶନ ଉଦ୍ଦେଶ୍ୟ ପାଇଁ ଅଟେ ଏବଂ ଏହାର କୌଣସି ଆଇନଗତ ବୈଧତା ନାହିଁ   ।

ଆଧାର :କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁକ୍ଳ ପରିଷଦ ଏବଂ ରାଜ୍ୟ /କେନ୍ଦ୍ରଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

Last Modified : 1/18/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate