ଜିନିଷ ଜବତ କରିଥିବା ଅଫିସରଙ୍କ ଠାରୁ ରିପୋର୍ଟ ପାଇଲା ପରେ ଯେଉଁ କ୍ଷେତ୍ରରେ ଅପରାଧ ପାଇଁ ରଫା ହୋଇନାହିଁ ମାଜିଷ୍ଟ୍ରେଟ୍ ସେପରି ଅପରାଧୀଙ୍କୁ ଗିରଫ କରିବା ପାଇଁ ଓ ତାଙ୍କର ବିଚାର କରିବା ପାଇଁ ଏବଂ ଜବତ କରାଯାଇଥିବାର ଜିନିଷ ସମ୍ପର୍କରେ ନିଷ୍ପତ୍ତି କରିବା ପାଇଁ ପଦକ୍ଷେପ ନେବେ ।
ଯେତେବେଳେ କୌଣସି ଜଙ୍ଗଲ ସମ୍ପର୍କୀୟ ଅପରାଧର ବିଚାର ସମାପ୍ତ ହୋଇଛି – ଯେଉଁ ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ସେପରି ଅପରାଧ ଘଟିଛି; ତାହା ଯଦି ସରକାରୀ ସମ୍ପତ୍ତି ହୋଇଥାଏ କିମ୍ବା ସେ ସବୁକୁ ବ୍ୟାଜ୍ୟାପ୍ତି କରାଯାଇଥାଏ, ତେବେ ସେ କ୍ଷେତ୍ରରେ ଡିଭିଜନାଲ ଫରେଷ୍ଟ ଅଫିସର କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସେପରି ଜଙ୍ଗଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ ନେବେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ସେପରି ଜଙ୍ଗଲ ସମ୍ପତ୍ତିର ବିନିଯୋଗ କରାଯିବ ।
ଯେଉଁଠାରେ ମାଜିଷ୍ଟ୍ରେଟ୍ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ ଅପରାଧ ଘଟାଇଥିବା ଅପରାଧୀ ସମ୍ପର୍କରେ କିଛି ଜଣାପଡ଼ିବ ନାହିଁ କିମ୍ବା ଖୋଜ୍ ଖବର ମିଳିବ ନାହିଁ, ଯେଉଁ ଜଙ୍ଗଲଜାତ ଦ୍ରବ୍ୟ ବ୍ୟାଜ୍ୟାପ୍ତି କରାଯିବା ପାଇଁ ଜବତ କରାଯାଇଥିଲା, ଯଦି କୌଣସି ବ୍ୟକ୍ତି ସେପରି ଜଙ୍ଗଲଜାତ ଦ୍ରବ୍ୟ ଫେରି ପାଇବାକୁ ଦାବି କରି ମାଜିଷ୍ଟ୍ରେଟ୍ ଙ୍କୁ ସେଥିପାଇଁ ଦସ୍ତଖାସ୍ତ କରନ୍ତି, ମାଜିଷ୍ଟ୍ରେଟ୍ ଯଦି ତାଙ୍କୁ ସେଥିପାଇଁ ଉପଯୁକ୍ତ ବିବେଚନା କରନ୍ତି ତେବେ ସେ ସେପରି ଜଙ୍ଗଲଜାତ ଦ୍ରବ୍ୟ ଉକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯିବାରୁ ଆଦେଶ ପ୍ରଦାନ କରିପାରିବେ।
ଉଲ୍ଲେଖ ଥାଉ ଯେ ସେପରି ଆଦେଶ ପ୍ରଦାନ କରିବା ପୂର୍ବରୁ ମାଜିଷ୍ଟ୍ରେଟ୍ ସେପରି ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ କରାଇବେ, କିମ୍ବା ସେ ଯେପରି ଉପଯୁକ୍ତ ବିବେଚନା କରନ୍ତି ସେହି ପ୍ରଣାଳୀରେ ସେପରି ବିଜ୍ଞପ୍ତି ପ୍ରକାଶ କରାଇବେ;
ପୁନଶ୍ଚ ଉଲ୍ଲେଖଥାଉ ଯେ ସେପରି ଜଙ୍ଗଲଜାତ ଦ୍ରବ୍ୟକୁ ଜବତ କରାଯିବା ତାରିଖ ଠାରୁ ଏକମାସ ସମୟ ସୀମା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ କିମ୍ବା ସେପରି ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଦାବୀକରୁଥିବା ବ୍ୟକ୍ତିଙ୍କୁ ଶୁଣାଣୀ ଓ ତାଙ୍କୁ ସପକ୍ଷରେ ପ୍ରମାଣ ଦେବା ପାଇଁ ସୁଯୋଗ ପ୍ରଦାନ ନ କରି ମାଜିଷ୍ଟ୍ରେଟ୍ ସେପରି କୌଣସି ଆଦେଶ ପ୍ରଦାନ କରିବେ ନାହିଁ ।
ଏଥିପୂର୍ବରୁ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଦଫା ୫୬ ଅନୁଯାୟୀ ଜବତ କରାଯାଇଥିବା ସମ୍ପତ୍ତି ଯଦି ଶୀଘ୍ର ଓ ସ୍ଵାଭାବିକ ଭାବେ ନିଷ୍ଟ ହୋଇଯିବାର ଆଶଙ୍କା ଥାଏ ତେବେ ସେପରି ସମ୍ପତ୍ତିକୁ ବିକ୍ରୟ କରିବା ପାଇଁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇପାରିବେ ଏବଂ ଉକ୍ତ ଜିନିଷ ବିକ୍ରୟ ନ ହୋଇଥିବା ଅବସ୍ଥାରେ ମାଜିଷ୍ଟ୍ରେଟ୍ ଯେପରି ପଦକ୍ଷେପ ନେଇ ଥାଆନ୍ତେ ବିକ୍ରୟ ହୋଇସାରିବା ପରେ ତହିଁର ବିନିଯୋଗ ପାଇଁ ମଧ୍ୟ ସେହି ପ୍ରକାର ପଦକ୍ଷେପ ନେବେ;
ଉଲ୍ଲେଖଥାଉ ଯେ ସେପରି ଜିନିଷକୁ ଜବତ କରିଥିବା ଅଫିସର ମାଜିଷ୍ଟ୍ରେଟ୍ ଠାରୁ ସେ ସମ୍ପର୍କରେ ସଠିକ୍ ସମୟରେ ଆଦେଶ ପାଇବା ସମ୍ଭବପର ନୁହେଁ ବୋଲି ସିଦ୍ଧାନ୍ତରେ ଯଦି ପହଞ୍ଚନ୍ତି ତେବେ ଉକ୍ତ ଅଫିସର ସେପରି ଜିନିଷକୁ ବିକ୍ରି କରିପାରିବେ ଓ ସେଥିରୁ ମିଳିଥିବା ବିକ୍ରୟଲବ୍ଧ ଅର୍ଥକୁ ନିକଟସ୍ଥ ସରକାରୀ ଟ୍ରେଜେରୀରେ ଜମାକରିବେ ଏବଂ ସେ ସମ୍ପର୍କରେ ମାଜିଷ୍ଟ୍ରେଟ୍ ଙ୍କୁ ରିପୋର୍ଟ ପ୍ରଦାନ କରିବେ ଏବଂ ତା’ପରେ ମାଜିଷ୍ଟ୍ରେଟ୍ ଅପରାଧୀଙ୍କର ବିଚାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ;
ପୁନଶ୍ଚ ଉଲ୍ଲେଖଥାଉ ଯେ ରେଞ୍ଜ ଅଫିସର ପାହ୍ୟାଠାରୁ ନିମ୍ନ ପାହ୍ୟାର ହୋଇଥିବା କୌଣସି ଅଫିସର ପୂର୍ବ ସର୍ତ୍ତ ଅନୁଯାୟୀ ଜବତ ହୋଇଥିବା ସମ୍ପତ୍ତିକୁ ହସ୍ତାନ୍ତର କରି ପାରିବେ ନାହିଁ ।
ଦଫା ୫୬ ଅନୁଯାୟୀ ଜବତ କରିଥିବା ଅଫିସର ବା ତାଙ୍କର ଉପରିସ୍ଥ ଅଫିସର କିମ୍ବା ସେହି ଜବତ କରାଯାଇଥିବା ସମ୍ପତ୍ତି ଉପରେ ଅଧିକାର ଦାବି କରୁଥିବା ବ୍ୟକ୍ତି ଦଫା ୫୯ ୬୦ କିମ୍ବା ୬୧ ଅନୁଯାୟୀ ଆଦେଶ ପ୍ରଦାନ ହେବା ତାରିଖ ଠାରୁ ଏକମାସ ମଧ୍ୟରେ ସାଧାରଣତଃ ସେହି ମାଜିଷ୍ଟ୍ରେଟ୍ ଙ୍କ ଆଦେଶ ପ୍ରଦାନ ହେବା ତାରିଖ ଠାରୁ ଏକମାସ ମଧ୍ୟରେ ସାଧାରଣତଃ ସେହି ମାଜିଷ୍ଟ୍ରେଟ୍ ଙ୍କ ଆଦେଶ ବିରୁଦ୍ଧରେ ଅପିଲ୍ କରିପାରିବେ ଏବଂ ଅପିଲ୍ ରେ ପ୍ରଦାନ ହୋଇଥିବା ଆଦେଶ ଚୁଡାନ୍ତ ବୋଲି ବିବେଚିତ ହେବ ।
ଦଫା ୫୬ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟାଜ୍ୟାପ୍ତି ଆଦେଶ ଏହି ଆଇନ୍ କିମ୍ବା ତଦନୁଯାୟୀ ପ୍ରଣୀତ ନିୟମ ଅନୁସାରେ କୌଣସି ଅପରାଧୀଙ୍କ ପ୍ରତି ଅନ୍ୟାନ୍ୟ ଦଣ୍ଡ ଲାଗୁ କରାଯିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟିକରିବନାହିଁ ।
ଏହି ଆଇନ୍ ରେ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଡିଭିଜନାଲ ଫରେଷ୍ଟ ଅଫିସର ଦଫା ୫୬ ଅନୁଯାୟୀ ଜବତ କରାଯାଇଥିବା ସମ୍ପତ୍ତିକୁ ଯେ କୌଣସି ସମୟରେ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇ ପାରିବେ ଏବଂ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩(୨/୧୮୭୪)ର ବ୍ୟବସ୍ଥାବଳୀ ଅନୁଯାୟୀ ସେହି ସମ୍ପତ୍ତି ସମ୍ପର୍କରେ ଆଗତ ହୋଇଥିବା ଅଭିଯୋଗକୁ ମଧ୍ୟ ପ୍ରତ୍ୟାହାର କରିନେଇ ପାରିବେ ।
ଉଲ୍ଲେଖଥାଉ ଯେଉଁ କ୍ଷେତ୍ରରେ ଦଫା ୫୬ ଅନୁଯାୟୀ ଜବତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ଯଦି ମାଜିଷ୍ଟ୍ରେଟ୍ ଙ୍କୁ ରିପୋର୍ଟ କରାଯାଇଥାଏ ଏବଂ ସେ ସମ୍ବନ୍ଧୀୟ ମାମଲା ଯଦି ମାଜିଷ୍ଟ୍ରେଟ୍ ଙ୍କ ଲିଖିତ ଅନୁମତି ବ୍ୟତୀତ ସେହି ପ୍ରକାର ସମ୍ପତ୍ତି ମୁକୁଳାଇ ପାରିବେ ନାହିଁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମାଜିଷ୍ଟ୍ରେଟ୍ ଙ୍କୁ ନ ଜଣାଇ ମଧ୍ୟ ସେପରି ସମ୍ପତ୍ତିକୁ ମୁକୁଳାଇ ଦେଇ ପାରିବେ ।
କୌଣସି ଜଙ୍ଗଲ ଅଧିକାରୀ କିମ୍ବା ପୋଲିସ୍ ଅଫିସର ଯେ ଖାମଖିଆଲି କିମ୍ବା ଆଧିପତ୍ୟ ମନୋଭାବ ଗ୍ରହଣ କରି କୌଣସି ସମ୍ପତ୍ତିକୁ ଜବତ କରନ୍ତି କିମ୍ବା ଖାମଖିଆଲି ଏବଂ ଆଧିପତ୍ୟ ମନୋଭାବ ଗ୍ରହଣ କରି ଦଫା ୬୮ ଅନୁଯାୟୀ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ପାଇଁ କିମ୍ବା ଦଫା ୪ ଅନୁଯାୟୀ ସୂଚୀତ କୌଣସି ଜଙ୍ଗଲରେ ନିଆଁ ଜଳାଇବେ କିମ୍ବା ନିଆଁ ଜଳାଇ ଛାଡି ଆସିଲେ କିମ୍ବା ସଂରକ୍ଷିତ ଜଙ୍ଗଲରେ ନିଆଁ ରଖିବା ବା ଜଳାଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ଗିରଫ କରନ୍ତି ତେବେ ସେ ସର୍ବାଧିକ ଏକବର୍ଷ ଜେଲ ଦଣ୍ଡରେ ଏବଂ ସର୍ବାଧିକ ଏକ ହଜାର ଟଙ୍କା ଜୋରିମାନା ଦଣ୍ଡିତ ଦଣ୍ଡିତ ହେବେ ।
ଯଦି କୌଣସି ବ୍ୟକ୍ତି ସର୍ବସାଧାରଣଙ୍କର ବା କୌଣସି ବ୍ୟକ୍ତିଙ୍କର କ୍ଷତି ଘଟାଇବା ପାଇଁ କିମ୍ବା ଭାରତୀୟ ଦଣ୍ଡବିଧି ଆଇନ୍ ରେ ବର୍ଣ୍ଣିତ ପ୍ରକାରେ ବେଆଇନ୍ ସମ୍ପତ୍ତି ଲାଭ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟମାନ କରନ୍ତି –
ତେବେ ସେହି ବ୍ୟକ୍ତି ଏକ ଅବଧି ନିମନ୍ତେ ଜେଲଦଣ୍ଡ ଯାହାତିନି ବର୍ଷରୁ କମ୍ ନୁହେଁ ମାତ୍ର ସାତବର୍ଷରୁ ଅଧିକ ହୋଇପାରେ ଏବଂ ଜୋରିମାନା ଦଣ୍ଡ ଯାହା ଦଶ ହଜାରରୁ ଅଧିକ ହୋଇପାରେ ସେଥିରେ ଦଣ୍ଡନୀୟ ହେବେ ।
ଦଫା ୬୮ ଅନୁଯାୟୀ ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ରେଞ୍ଜ ଅଫିସର ପାହ୍ୟାଠାରୁ ନିମ୍ନ ପାହ୍ୟାର ହୋଇନଥିବା ଜଙ୍ଗଲ ଅଧିକାରୀ ଜାମିନ ଅଯୋଗ୍ୟ ଅପରାଧ ବ୍ୟତୀତ, ଜାମିନଯୋଗ୍ୟ ଅପରାଧ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବଣ୍ଡ ବା ତମସୁକରେ ଭାରପ୍ରାପ୍ତ ପୋଲିସ୍ ଅଫିସରଙ୍କ ନିକଟରେ ହାଜର ହେବା ପାଇଁ ଆଦେଶ ଦେଇ ଖଲାସ କରିପାରିବେ ।
ପ୍ରତ୍ୟେକ ଜଙ୍ଗଲ ଅଧିକାରୀ କିମ୍ବା ପୋଲିସ୍ ଅଫିସର ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ରୋକିବା ପାଇଁ ଏହି ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ।
ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ପ୍ରଥମ ଶ୍ରେଣୀର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩ (୨/୧୯୭୪) ଅନୁଯାୟୀ ଏକ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ହେଉ ନ ଥିବା କିମ୍ବା ଏକ ହଜାର ଟଙ୍କାରୁ ଅଧିକ ଜୋରିମାନା ଦଣ୍ଡ ହେଉ ନଥିବା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବାକୁ ଥିବା ଜଙ୍ଗଲ ସମ୍ପର୍କିୟ ଅପରାଧ ଗୁଡ଼ିକର ସରାସରି ବିଚାର କରିପାରିବେ ।
ଉଲ୍ଲେଖଥାଉ ଯେ ପ୍ରକରଣ (ii) କିମ୍ବା ପ୍ରକରଣ (iii) ରେ ଉଲ୍ଲେଖଥିବା କୌଣସି ଜଙ୍ଗଲଜାତ ଦ୍ରବ୍ୟ ଯାହାର ବଜାର ମୂଲ୍ୟ ପାଞ୍ଚହଜାର ଟଙ୍କାରୁ ଅଧିକ ଅଟେ, ସେପରି ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ସଂଘଟିତ ଅପରାଧକୁ ରଫା କରାଯାଇ ପାରିବନାହିଁ ।
ନିର୍ଣ୍ଣୟ ସିଦ୍ଧାନ୍ତ :-
ଏହି ଦଫା ବ୍ୟବହୃତ ଶବ୍ଦ ‘ମୂଲ୍ୟ’ ବଜାର ମୂଲ୍ୟ ଅନ୍ତର୍ଭୁକ୍ତ କରିବାକୁ ସୁଦୁର ପ୍ରସାରିତ ଅଟେ – ଏ.ଆଇ.ଆର୍ ୧୯୫୭ ଏମ୍.ପି-୧୬୯ ।
ଏହି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମୟରେ ଯେତେବେଳେ କୌଣସି ଜଙ୍ଗଲଜାତ ଦ୍ରବ୍ୟ ସରକାରୀ ସମ୍ପତ୍ତି କି ନାହିଁ ଆଦି ସେ ସମ୍ପର୍କରେ ପ୍ରଶ୍ନ ସୃଷ୍ଟି ହୁଏ ତେବେ ସେ କ୍ଷେତ୍ରରେ କୌଣସି ବିପରୀତ ପ୍ରମାଣ ନ ଥିଲେ ସେପରି ଜଙ୍ଗଲଜାତ ଦ୍ରବ୍ୟକୁ ସରକାରୀ ସମ୍ପତ୍ତି ବୋଲି ଅନୁମାନ କରାଯିବ ।
ନିର୍ଣ୍ଣୟ ସିଦ୍ଧାନ୍ତ
ଦଫା ୭୩ ଅନୁଯାୟୀ ପ୍ରମାଣ କରିବାକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଦାୟିତ୍ଵ ରହିବ ଯେ ଅଭିଯୁକ୍ତଙ୍କ ଦଖଲରେ ଥିବା ଜଙ୍ଗଲଜାତ ଦ୍ରବ୍ୟ ସରକାରୀ ଜଙ୍ଗଲରୁ କଟାଯାଇଥିବା ଏବଂ ଅପସାରିତ ହୋଇଥିବା ଜଙ୍ଗଲଜାତ ଦ୍ରବ୍ୟ ଅନୁରୂପ ହେବ ଯାହା ଅଭିଯୁକ୍ତଙ୍କ ଦ୍ଵାରା ଅବୈଧ ଅପସାରଣ ବୋଲି ଦର୍ଶାଏ-ଏ.ଆଇ.ଆର୍ ୧୯୫୪ ଓଡ଼ିଶା -୧୬ ।
କୌଣସି ସଂରକ୍ଷିତ ଜଙ୍ଗଲର ପରିସୀମା ମଧ୍ୟରେ କୌଣସି ବ୍ୟକ୍ତିଙ୍କ ନିକଟରେ ଜଙ୍ଗଲଜାତ ଦ୍ରବ୍ୟ ଦେଖିବାକୁ ମିଳିଲେ ଏଥିପାଇଁ କୌଣସି ବିପରୀତ ପ୍ରମାଣ ନ ଥିଲେ ସମ୍ପୃକ୍ତ ବ୍ୟକ୍ତି କର୍ତ୍ତୃପକ୍ଷଙ୍କର ବିନାନୁମତିରେ ସଂରକ୍ଷିତ ଜଙ୍ଗଲରୁ ସେପରି ଜଙ୍ଗଲଜାତ ଦ୍ରବ୍ୟରୁ ଅପସାରିତ କିମ୍ବା ପରିବହନ କରି ଆଣିଥିବା ଦୋଷରେ ଦୋଷୀ ବୋଲି ଅନୁମାନ କରାଯିବ ।
ନିର୍ଣ୍ଣୟ ସିଦ୍ଧାନ୍ତ :-
ଓଡ଼ିଶା କାଠଗରିଣ୍ଡା ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସ୍ଥାନାନ୍ତର ନିୟମାବଳୀ -୧୯୮୦-ନିୟମ ୧୪ ଏବଂ ୨୧ –ଅତ୍ୟଧିକ ଶାଳ କାଠଗରିଣ୍ଡା ଖଣ୍ଡ ଏବଂ କେତେକ ପରିମାଣର ଶିଶୁ ଏବଂ ଚନ୍ଦନ କାଠ ଅଭିଯୁକ୍ତଙ୍କୁ ଦଖଲରେ ଥିବାର ଦେଖିବାକୁ ମିଳିଥିବା ଯେଉଁଥିପାଇଁ ସେ ପ୍ରମାଣିତ ଅପରାଧର ହିସାବ ରଖିପାରିନଥାନ୍ତି ଏବଂ ସ୍ଥିତି ସ୍ପଷ୍ଟ ହୋଇଥାଏ – (୧୯୯୮)୧୪.ଓ.ସି.ଆର୍-୧୬୨ ।
ଏହି ଆଇନ୍ ର ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଯଦି କୌଣସି ବ୍ୟକ୍ତିଙ୍କୁ ବିରୁଦ୍ଧରେ ଜଙ୍ଗଲ ସମ୍ପର୍କୀୟ ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ କିମ୍ବା ସେହି ବ୍ୟକ୍ତି କୌଣସି ଜଙ୍ଗଲ ସମ୍ପର୍କୀୟ ଅପରାଧ ପାଇଁ ଏହି ଆଇନ୍ କିମ୍ବା ଏହି ଆଇନ୍ ଅଧୀନରେ ପ୍ରଣୟନ ହୋଇଥିବା ନିୟମାବଳୀରେ ଥିବା ଦଣ୍ଡ ବ୍ୟବସ୍ଥାଠାରୁ ଅନ୍ୟ କୌଣସି ଆଇନ୍ ଅନୁଯାୟୀ ଅଧିକ ଦଣ୍ଡ ବ୍ୟବସ୍ଥାରୁ ସମ୍ମୁଖୀନ ହୁଅନ୍ତି ତେବେ ଏହି ଆଇନ୍ ର ବ୍ୟବସ୍ଥାବଳୀ ସେହି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ :
ଉଲ୍ଲେଖ ଥାଉ ଯେ କୌଣସି ବ୍ୟକ୍ତିଙ୍କୁ ସେହି ଅପରାଧ ପାଇଁ ଏକରୁ ଅଧିକ ଥର ଦଣ୍ଡିତ କରାଯିବ ନାହିଁ ।
ଆଧାର – ଦ ଲ ହାଉସ
Last Modified : 10/11/2023