অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ଅପରାଧ ଅଟକ ଏବଂ ନିବାରଣ)

ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ (ଅପରାଧ ଅଟକ ଏବଂ ନିବାରଣ)

ପ୍ରବେଶ, ତଲାସି, ଗିରଫ ଏବଂ ଅଟକ କ୍ଷମତା

  1. ସେହି ସମୟରେ ବଳବତ୍ତର ଅନ୍ୟ କୌଣସି ଆଇନରେ ଅନ୍ତବିର୍ଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସର କିମ୍ବା ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରର କିମ୍ବା କୌଣସି ଜଙ୍ଗଲର ଅଫିସର କିମ୍ବା ସବ- ଇନିସପେକ୍ଟର ପାହ୍ୟା ତଳକୁ ହୋଇ ନଥିବା କୌଣସି ପୋଲିସ ଅଫିସର,  ଯଦି ତାଙ୍କ ନିକଟରରେ ଯଥୋଚିତ କାରଣ ବିଶ୍ଵାସ କରିବା ପାଇଁ ଥାଏ    ।
  2. ଯେ ଏହି ଆଇନ ବିପକ୍ଷରେ କୌଣସି ବ୍ୟକ୍ତି  ଅପରାଧ ସଂଘଟିତ କରିଥାନ୍ତି  -

    • ଏହି ଆଇନର ବ୍ୟବସ୍ଥାନୁଯାୟୀ କୌଣସି ବ୍ୟକ୍ତିଙ୍କ ନିକଟରେ ରଖାଯାଇଥିବା ଆବଶ୍ୟକୀୟ କିମ୍ବା ତାଙ୍କୁ ମଞ୍ଜୁର ହୋଇଥିବା କୌଣସି ଲାଇଆସେନସ ,  ପରାମିଡ କିମ୍ବା ଅନ୍ୟାନ୍ୟ ଦସ୍ତାବିଜ କିମ୍ବା ତାଙ୍କ ନିୟନ୍ତ୍ରଣ,  ଅଭିରକ୍ଷା କିମ୍ବା ଦାଖଲରେ ଥିବା କୌଣସି ବନ୍ଦୀ ପ୍ରାଣୀ , ବନ୍ୟ ପଶୁ, ପଶୁ ଦ୍ରବ୍ୟ, ମାଂସ ଅଣକ୍ୟୁଓର୍ଡ ଟ୍ରଫି,  ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାହାର ବ୍ୟୁତ୍ପନ୍ନ ବା ଅଂଶ ]  ନିରୀକ୍ଷକ ପାଇଁ ଉପସ୍ଥାପିତ କରିଆକୁ ସେହି ବ୍ୟକ୍ତିଙ୍କୁ ଆବଶ୍ୟକ କରିବା   ।
    • କୌଣସି ବନ୍ଦୀ ପଶୁ ,  ବନ୍ୟ ପଶୁ ,  ପଶୁଦ୍ରବ୍ୟ, ମାଂସ ଟ୍ରଫି କିମ୍ବା   ଅନକ୍ୟୁଓର୍ଡ ଟ୍ରଫି କିମ୍ବା କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାର ବ୍ୟୁତ୍ପନ୍ନ ବା ଅଂଶ ଜବତ କରିବା ଯାହା ସମ୍ବନ୍ଧରେ ଏହି ଆଇନ ବିପକ୍ଷରେ ଅପରାଧ ସଂଘଟିତ ହୋଇଛି ବୋଲି ପ୍ରତୀୟମାନ  ହୁଏ , ସେହି ଅପରାଧ ସଂଘଟିତ କରିବା ପାଇଁ ବ୍ୟବହୃତ କୌଣସି ଫାନ୍ଦ , ହତିଆର ,ଯାନ ବାହିକା ଏବଂ ଅସ୍ତ୍ରଶସ୍ତ୍ର ଦାଖଲରେ ଥିବା କୌଣସି ବ୍ୟକ୍ତିଙ୍କୁ ଯଦି ସେ ସନ୍ତୁଷ୍ଟ ହୋଇ ନ ଥାନ୍ତି ଯେ ତାଙ୍କ ବିପକ୍ଷରେ ଆଗତ କୌଣସି ଅଭିଯୋଗର ଉତ୍ତର ହାଜର ହୋଇ ଦେଇ ନ ଥାନ୍ତି ସେହି ବ୍ୟକ୍ତିଙ୍କୁ ବିନା ୱାରେଣ୍ଟରେ ଗିରଫ କରିବେ ଏବଂ ତାଙ୍କୁ ଅଟକ ରଖିବେ   ।
  3. ଉଲ୍ଲେଖଥାଉ ଯେ ଯେଉଁ କ୍ଷେତ୍ରରେ ଅଭୟାରଣ୍ୟ କିମ୍ବା କୌଣସି ଜାତୀୟ ପାର୍କର ଦଣ୍ଡ କିଲୋମିଟର ମଧ୍ୟରେ ବସ କରୁଥିବା କୌଣସି କେଉଟ ବା ମାଛଧରାଳି,  ଅନିଚ୍ଛାକୃତଭାବେ ଏକ ଡଙ୍ଗାରେ ପ୍ରବେଶ କରନ୍ତି ଯାହା ବାଣିଜିକ ମାଛଧରା ପାଇଁ ବ୍ୟବହୃତ ହୋଇ ନ ଥାଏ,  ସେଭି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କରେ ରାଜ୍ୟକ୍ଷେତ୍ରୀୟ ଜଳଭାଗରେ, ଏକ ମାଛଧରା ଜନ୍ତ୍ର କିମ୍ବା ସେହି ଡଙ୍ଗା ଉପରେ ଥିବା ଜାଲ ଜବତ ହେବ ନାହିଁ   ]
  4. କୌଣସି ବ୍ୟକ୍ତିଙ୍କୁ ବନ୍ଦ କରିବା ଏବଂ ଅଟକାଇବାକୁ ଉପ-ଦଫା (1) ରେ ସୂଚିତ କୌଣସି ଅଫିସରଙ୍କ ପାଇଁ ଏହା ଆଇନସମ୍ମତ ହେବ, ଯାହାଙ୍କୁ ସେ କୌଣସି କାର୍ଯ୍ୟ କରିବାର ଦେଖନ୍ତି ଯେଉଁଥି ପାଇଁ ଏହି ଆଇନର ବ୍ୟବସ୍ଥାନୁଯାୟୀ ଏକ ଲାଇସେନସ ବା ପରାମିଟ ଆବଶ୍ୟକ କରନ୍ତି ସେହି ଉଦ୍ଦେଶ୍ୟରେ ଲାଇସେନସ ବା ପରମିଟ ଉପସ୍ଥାପନ କରିବାକୁ ସେପରି ବ୍ୟକ୍ତିଙ୍କୁ ଆବଶ୍ୟକ କରନ୍ତି ଏବଂ ଯଦି ସେହି ବ୍ୟକ୍ତି ଲାଇସେନସ କିମ୍ବା ଯଥାସ୍ଥିତି ପରାମିତ ଉପସ୍ଥାପନ କରିବାରେ ବିଫଳ ହୁଅନ୍ତି ତେବେ ସେ ବିନା ୱାରେଣ୍ଟରେ ଗିରଫ ହୋଇପାରିବେ, ଯଦି ସେ ତାଙ୍କର ନାମ ଏବଂ ଠିକଣା ପ୍ରଦାନ ନ କରିଥାନ୍ତି ଏବଂ ଅନ୍ୟଥା ତାଙ୍କୁ ଗିରଫ କରିଥିବା ଅଫିସରଙ୍କ ଉପରେ ସନ୍ତୁଷ୍ଟ ନ ହୋଇଥାନ୍ତି ଯେ ସେ କୌଣସି ସମାନ କିମ୍ବା ଅନ୍ୟାନ୍ୟ କାର୍ଯ୍ୟବିଧିର ଯଥାର୍ଥ ଉତ୍ତର ଦେଇଥାନ୍ତି ଯାହା ତାଙ୍କ ବିପକ୍ଷରେ ଗ୍ରହଣୀୟ ହୋଇଥିବ   ।
    • ବନ୍ୟଜୀବନ ସଂରକ୍ଷଣର ଜଣେ  ସରକାରୀ ନିର୍ଦ୍ଦେଶକଙ୍କ ନିମ୍ନସ୍ଥ ପାହ୍ୟା ହୋଇ ନ ଥିବା କୌଣସି ଅଫିସରର କିମ୍ବା [ଜଙ୍ଗଲର ଜଣେ ସରକାରୀ ସଂରକ୍ଷକ  ] ଯେ କିମ୍ବା ଯାହାର ଅଧ୍ୟସ୍ତନ ଉପ-ଦଫା (1) ର ପ୍ରକରଣ (ଗ) ଅନୁଯାୟୀ କୌଣସି ବନ୍ଦୀ ପଶୁ ବା ବନ୍ୟ ପଶୁଙ୍କୁ ଜବତ କରିଥାନ୍ତି  , ଯେଉଁଥି ପାଇଁ ଜବତ କରାଯାଇଥାଏ  ସେହି ଅପରାଧୀ ବିଚାର କରିବାକୁ କ୍ଷେତ୍ରାଧିକର ଥିବା ମାଜିଷ୍ଟ୍ରେଟଙ୍କ ସମକ୍ଷରେ ଯଦି ଏବଂ ଯେତେବେଳେ ସେହି ପଶୁମାନଙ୍କର ଉପସ୍ଥାପନ ପାଇଁ ଏହା ବଣ୍ଡର କୌଣସି ବ୍ୟକ୍ତିଙ୍କ ଦ୍ଵାରା ନିଷ୍ପାଦନ ଉପରେ ଅଭିରକ୍ଷା ପାଇଁ ତାହା ପ୍ରଦାନ କରିପାରିବେ।
  5. ଅଟକ ରହିଥିବା କୌଣସି ବ୍ୟକ୍ତି କିମ୍ବା ପୂର୍ବଗାମୀ କ୍ଷମତା ଅନୁଯାୟୀ ଜବତ ହୋଇଥିବା ଜିନିଷ  [ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଅଫିସର ଏ ବିଷୟରେ ଜ୍ଞାପନ ଅନୁଯାୟୀ   ] ଆଇନାନୁସାରେ କାର୍ଯ୍ୟ କରୁଥିବା ଜଣେ ମାଜିଷ୍ଟ୍ରେଟ ସମକ୍ଷରେ ତତକ୍ଷଣାତ ଗ୍ରହଣୀୟ  ହେବ  ।
  6. କୌଣସି ବ୍ୟକ୍ତି ଯେ କି ଯଥୋଚିତ କାରଣ ବିନା କୌଣସି ଜିନିଷ ଉପସ୍ଥାପନ କରିଆରେ ବିଫଳ ହୁଅନ୍ତି ଯାହା ସେ ଏହି ଦଫାନୁଯାୟୀ ଉପସ୍ଥାପନ କରିବାକୁ ଆବଶ୍ୟକ ଅଟେ,  ଏହି ଆଇନ ବିପକ୍ଷରେ ଅପରାଧରେ ସେ ଦୋଷୀ ସାବ୍ୟସ୍ତ ହେବେ।
  7. ଯେଉଁ କ୍ଷେତ୍ରରେ କୌଣସି ମାଂସ, ଅନକ୍ୟୁଓର୍ଡ ଟ୍ରଫି, ନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାହାର ଅଂଶ ବା ବ୍ୟୁତ୍ପନ୍ନ ଏହି ଦଫାରେ ବ୍ୟବସ୍ଥାନୁଯାୟୀଜବତ ହୋଇଥାଏ ସେହି କ୍ଷେତ୍ରରେ ବନ୍ୟ ଜୀବନ ଆରକ୍ଷଣର ସରକାରୀ ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟିତ ଗେଜେଟରେ ପାହ୍ୟାର ଅନ୍ୟ କୌଣସି ଅଫିସର କିମ୍ବା ପ୍ରାଧିକୃତ ଅଫିସର ନିର୍ଦ୍ଧାରିତ  ପ୍ରକାରେ ସେହି  ପ୍ରଣାଳୀରେ ତାହାର ନିକାସ ପାଇଁ ବ୍ୟବସ୍ଥା କରିପାରିବେ   ।
  8. ଉପ-ଦଫା (1) ର ପ୍ରକରଣ (ଗ) ଅନୁଯାୟୀ ଜବତ ପାଇଁ କିମ୍ବା ଏହି ଆଇନ ର ଉଲ୍ଲଂଘନ ଦୋଷାରୋପରେ ବ୍ୟକ୍ତିଙ୍କୁ ଆଶଙ୍କାରେ କିମ୍ବା ଏହି ଆଇନ ବିପକ୍ଷରେ କୌଣସି ଅପରାଧର ସନ୍ଧାନ ବା ନିବାରଣରେ ସହାୟତା ପାଇଁ ଉପ-ଦଫା (1) ରେ ସୂଚିତ କୌଣସି ଅଫିସରଙ୍କ ନିକଟକୁ ଯେତେବେଳେ କୌଣସି ବ୍ୟକ୍ତି ଯାଇଥାଏ, ସେତେବେଳେ ସେହି ସହାୟତାରେ ପ୍ରଦାନ କରିବାକୁ ସେହି ବ୍ୟକ୍ତି ବା ବ୍ୟକ୍ତିମାନଙ୍କର ଏହା କର୍ତ୍ତବ୍ୟ   ହେବ   ।
  9. ସେହି ସମୟରେ ବଳବତ୍ତରର ଥିବା ଅନ୍ୟ କୌଣସି ଆଇନରେ ଅନ୍ତବିର୍ଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ବନ୍ୟ ଜୀବନ ଆରକ୍ଷଣର ସରକାରୀ ନିର୍ଦ୍ଦେଶକଙ୍କ ପାହ୍ୟାରୁ କମ ହୋଇନଥିବା କୌଣସି ଅଫିସର ର କିମ୍ବା   [ ରାଜ୍ୟ  ସରକାରଙ୍କ ଦ୍ଵାରା କ୍ଷମତାୟିତ ସହକାରୀ ସଂରକ୍ଷକ ପାହ୍ୟାରୁ କମ ହୋଇନଥିବା କୌଣସି ଅଫିସର   ] ଏହି ଆଇନର କୌଣସି ବ୍ୟବସ୍ଥା ବିପକ୍ଷରେ କୌଣସି ଅପରାଧ ତଦନ୍ତ କରିବାକୁ କ୍ଷମତା ରହିବ   ।
    • ଏକ ତଲାସି ପରବାନା ନିର୍ଗମନ କରିବାକୁ
    • ସାକ୍ଷ୍ୟମାନଙ୍କର ହାଜିରା ବଳବତ୍ତର କରିବାକୁ
    • ଦସ୍ତାବିଜ ଏବଂ ବାସ୍ତବ ପଦାର୍ଥର ଆବିଷ୍କାର ଏବଂ ଉପସ୍ଥାପନ ବାଧ୍ୟ କରିବାକୁ ଏବଂ
    • ସାକ୍ଷ୍ୟ ଲିପିବଦ୍ଧ ଏବଂ ଗ୍ରହଣ କରିବାକୁ
  10. ଉପ-ଦଫା (8) ର ପ୍ରକରଣ (ଘ) ଅନୁଯାୟୀ ଲିପିବଦ୍ଧ ହୋଇଥିବା କୌଣସି ସାକ୍ଷ୍ୟ ଜଣେ ମାଜିଷ୍ଟ୍ରେଟଙ୍କ ସମକ୍ଷରେ କୌଣସି ପରବର୍ତ୍ତୀ ବିଚାରରେ ବିଚାରଯୋଗ୍ୟ ହେବ,  ଉଲ୍ଲେଖଥାଉ ଯେ ଏହା ଅଭିଯୁକ୍ତ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଗ୍ରହଣୀୟ ହେବ   ।

ଅଭିଯୁକ୍ତଙ୍କ ଦ୍ଵାରା ଏକ ବଣ୍ଡର ନିଷ୍ପାଦନରେ ଜବତ ହୋଇଥିବା ବନ୍ଦୀ କିମ୍ବା ବନ୍ୟ ପଶୁ ପ୍ରଦାନ କରିବା ପାଇଁ ବନ୍ୟ ଜୀବନ ରକ୍ଷକଙ୍କ ପରିବର୍ତ୍ତେ ଜଙ୍ଗଲର ସହକାରୀ ସଂରକ୍ଷକଙ୍କୁ କ୍ଷମତାୟିତ କରିବା ସମ୍ବନ୍ଧରେ ଆଇନର ଦଫା 50 ସଂଶୋଧିତ କରିବାକୁ ଏହି ପ୍ରକରଣ ଆବଶ୍ୟକ । ଜବତ ହୋଇଥିବା ବନ୍ୟଜୀବନ ଦ୍ରବ୍ୟର ବିକ୍ରୟ ବନ୍ଦ କରିବା ପାଇଁ ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦଣ୍ଡ

  1. କୌଣସି ବ୍ୟକ୍ତି ଯେ କୌଣସି ନିୟମ କିମ୍ବା ତଦନୁଯାୟୀ ପ୍ରସ୍ତୁତ ଆଦେଶ କିମ୍ବା  [ ଦଫା 38- ଞଏବଂ ଅଧ୍ୟାୟ 5 – କ ବ୍ୟତୀତ )] [ ଏହି ଆଇନର କୌଣସି ବ୍ୟବସ୍ଥା ଉଲ୍ଲଂଘନ କରନ୍ତି କିମ୍ବା ଏହି ଆଇନନୁଯାୟୀ ମଞ୍ଜୁର ହୋଇଥିବା କୌଣସି ଲାଇସେନସ ବା ପରମିଟ କୌଣସି ସର୍ତ୍ତର ଭଙ୍ଗ କରିଥାନ୍ତି ସେ ଏହି ଆଇନ ବିପକ୍ଷରେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ଏବଂ ଦୋଷସିଦ୍ଧି ଉପରେ ନିର୍ଦ୍ଧିଷ୍ଟ ଅବଧି ପାଇଁ ଦଣ୍ଡନୀୟ ହେବେ ଯାହା [ ତିନି ବର୍ଷ ] କୁ ବର୍ଦ୍ଧିତ ହୋଇପାରେ କିମ୍ବା ଜୋରିମାନା ଯାହା 25 [ ପଚିଶି ହଜାର ଟଙ୍କା ] କୁ ବର୍ଦ୍ଧିତ ହୋଇପାରେ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ   ।
  2. [ ଉଲ୍ଲେଖଥାଉ ଯେ ଯେଉଁ କ୍ଷେତ୍ରରେ ଅନୁସୂଚି -1 କିମ୍ବା ଅନୁସୂଚି -2 ର ଭାଗ 2 ରେ ବିନିର୍ଦ୍ଧିଷ୍ଟ କୌଣସି ପଶୁ କିମ୍ବା ସେପରି ପଶୁଙ୍କର ମାଂସ କିମ୍ବା ସେହି ପଶୁମାନଙ୍କ ଠାରୁ ବାହାର କରାଯାଇଥିବା ପଶୁ ଦ୍ରବ୍ୟ, ଟ୍ରଫି ବା ଅନକ୍ୟୁଓର୍ଡ ଟ୍ରଫି ସମ୍ବନ୍ଧରେ ଅପରାଧ ସଂଘଟିତ ହୋଇଥାଏ କିମ୍ବା ଯେଉଁ କ୍ଷେତ୍ରରେ କୌଣସି ଅଭୟାରଣ୍ୟ ବା କୌଣସି ଜାତୀୟ ପାର୍କରେ ଶିକାର କରିବା କିମ୍ବା ତାହାର ସୀମା ପରିବର୍ତ୍ତନ କରିବା ସମ୍ବନ୍ଧରେ ଅପରାଧ ସଂଘଟିତ ହୋଇଥାଏ ସେହି କ୍ଷେତ୍ରରେ ସେପରି ଅପରାଧ ଏକ ଅବଧି ନିମନ୍ତେ କାରାଦଣ୍ଡ ସହ (ଯାହା ତିନି ବର୍ଷରୁ କମ ହୋଇ ନଥିବ ମାତ୍ର ସାତ ବର୍ଷରୁ ଅଧିକ ହୋଇପାରେ  ) ଏବଂ ଜୋରିମାନା ସହ ମଧ୍ୟ ( ଯାହା ଦଶ ହଜାର ଟଙ୍କାରୁ କମ ହୋଇ ନଥିବ   ) ଦଣ୍ଡିତ ହେବେ   ।

    ପୁନଶ୍ଚ ଉଲ୍ଲେଖଥାଉ ଯେ ଏହି ଉପ-ଦଫାରେ ଉଲ୍ଲିଖିତ ପ୍ରକୃତିର ଦ୍ଵିତୀୟ ବା ପରବର୍ତ୍ତୀ ଅପରାଧ କ୍ଷେତ୍ରରେ କାରାଦଣ୍ଡ ଅବଧି ତିନି ବର୍ଷରୁ କମ ହେବ ନାହିଁ ମାତ୍ର ସାତବର୍ଷରୁ ଅଧିକ ହୋଇପାରେ ଏବଂ ଜୋରିମାନା ସହ ଦଣ୍ଡିତ ହେବେ ଯାହା ପଚିଶି ଯାହାର ଟଙ୍କାରୁ କମ ହେବ ନାହିଁ   ।

    • ଯେଉଁ ବ୍ୟକ୍ତି ଅଧ୍ୟାୟ -୫ –କ –ର କୌଣସି ବ୍ୟବସ୍ଥା ଉଲ୍ଲଂଘନ କରନ୍ତି ସେହି  ବ୍ୟକ୍ତି  [ ତିନି ବର୍ଷ ] ରୁ କମ ହୋଇ ନଥିବା ମାତ୍ର ସାତବର୍ଷରୁ ଅଧିକ ହୋଇଥିବା ସମୟ ପାଇଁ କାରାଦଣ୍ଡରେ ଏବଂ ଜୋରିମାନା ସହ ମଧ୍ୟ ଯାହା [ ଦଶ ହଜାର ଟଙ୍କା   ] ରୁ କମ ହୋଇ ନଥିବ , ଦଣ୍ଡିତ ହେବେ   ।
    • ଯେଉଁ ବ୍ୟକ୍ତି ଦଫା ୩୮ – ଞର ବ୍ୟବସ୍ଥା ଉଲ୍ଲଂଘନ କରନ୍ତି ସେହି ବ୍ୟକ୍ତି ଛଅ ମାସରୁ ଅଧିକ ସମୟ ପାଇଁ କାରାଦଣ୍ଡ କିମ୍ବା ଦୁଇ ଯାହାର ଟଙ୍କାରୁ ଅଧିକ ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ   ।

    ଉଲ୍ଲେଖଥାଉ ଯେ ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଅପରାଧ କ୍ଷେତ୍ରରେ କାରାଦଣ୍ଡ ସମୟ ଏକ ବର୍ଷରୁ ବର୍ଦ୍ଧିତ ହୋଇପାରେ କିମ୍ବା ଜୋରିମାନା ଯାହା ପାଞ୍ଚ ହଜାର ଟଙ୍କାରୁ ବୃଦ୍ଧି ହୋଇପାରେ   ।

    • ଯେଉଁ ବ୍ୟକ୍ତି କୌଣସି ବ୍ୟଘ୍ର ଆରକ୍ଷଣର ମଝି ଅଞ୍ଚଳ ସମ୍ବନ୍ଧରେ କୌଣସି ଅପରାଧ ସଂଘଟିତ କରନ୍ତି କିମ୍ବା ଯେଉଁ କ୍ଷେତ୍ରରେ ବ୍ୟାଘ୍ର ଆରକ୍ଷଣରେ ଶିକାର କରିବା ସମ୍ବନ୍ଧିତ ଅପରାଧ କରିଥାନ୍ତି କିମ୍ବା ତାହାର ସୀମା ପରିବର୍ତ୍ତନ ସମ୍ବନ୍ଧୀୟ ଅପରାଧ କରିଥାନ୍ତି ,  ସେହି କ୍ଷେତ୍ରରେ ସେହି ଅପରାଧ ପାଇଁ ପ୍ରଥମ ଦୋଷସିଦ୍ଧି ଲୁପରେ ତିନି ବର୍ଷରୁ କମ ହୋଇନଥିବା ସମୟ ପାଇଁ ମାତ୍ର ସାତ ବର୍ଷରୁ ଅଧିକ ହୋଇଥିବା ସମସ୍ତ ପାଇଁ କାରାଦଣ୍ଡରେ ଏବଂ ଜୋରିମାନା ସହ ଦଣ୍ଡନୀୟ ହେବେ ଯାହା ପଚାଶ ଯାହାର ଟଙ୍କାରୁ କମ ହୋଇନ ଥିବ ମାତ୍ର ଦୁଇ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ   ,  ଏବଂ ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଦୋଷସିଦ୍ଧି ଉପରେ କାରାଦଣ୍ଡର ସମୟ ସାତବର୍ଷରୁ କମ ହୋଇ ନଥିବ ଏବଂ ଜୋରିମାନା ସହ ମଧ୍ୟ ଦଣ୍ଡନୀୟ ହେବେ ଯାହା ପାଞ୍ଚ ଲକ୍ଷ ଟଙ୍କାରୁ କମ ହୋଇ ନ ଥିବ ମାତ୍ର ପଚାଶ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ   ।
    • ଯେଉଁ ବ୍ୟକ୍ତି ଉପ-ଦଫା ୧-ଗ ଅନୁଯାୟୀ ଦଣ୍ଡନୀୟ କୌଣସି ଅପରାଧ କୁପ୍ରରୋଚନା ଦିଅନ୍ତି,  ଯଦି କୁପ୍ରରୋଚନାର ପରିମାଣର ପରିମାଣରେ କୁପ୍ରରୋଚିତ କାର୍ଯ୍ୟ ସଂଘଟିତ ହୋଇଥାଏ ତେବେ ସେହି ଅପରାଧ ପାଇଁ ପ୍ରଦାନ କରାଯାଇଥିବା ଦଣ୍ଡରେ ଦଣ୍ଡନୀୟ ହେବେ   ।
  3. ଯେତେବେଳେ କୌଣସି ବ୍ୟକ୍ତି ଏହି ଆଇନ ବିପକ୍ଷରେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଅଦାଲତ ଅପରାଧ ବିଚାର କରି ଆଦେଶ ଦେଇ ପାରନ୍ତି ଯେ କୌଣସି ବନ୍ଦୀ ପଶୁ ,  ବନ୍ୟ ପଶୁ , ପଶୁ ଦ୍ରବ୍ୟ , ଟ୍ରଫି [ଅନକ୍ୟୁଓର୍ଡ ଟ୍ରଫି ,  ମାଂସ ଭାରତକୁ ଆମଡାନୀ ହାତୀଦାନ୍ତ କିମ୍ବା ସେହି ହାତୀଦାନ୍ତରୁ ତିଆରି କୌଣସି ଦ୍ରବ୍ୟ , କୌଣସି ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାହାର ବ୍ୟୁତ୍ପାକ ] ଯାହା ସମ୍ବନ୍ଧରେ ଅପରାଧ ସଂଘଟିତ ହୋଇଥାଏ ଏବଂ ଉକ ଅପରାଧ ସଙ୍ଘଟନରେ ବ୍ୟବହୃତ କୌଣସି ଫାନ୍ଦ , ଯାନ, ହଟିଆର , ବାହିକା କିମ୍ବା ଅସ୍ତ୍ରଶସ୍ତ୍ର ରାଜ୍ୟ ସରକାରଙ୍କ ନିକଟରେ ବ୍ୟାଜ୍ୟାପ୍ତ ହେବ ଏବଂ ସେହି ଧାରଣ କରିଥିବା ଲାଇସେନସ ବା ପରମିଟ ଏହି ଆଇନ ବ୍ୟବସ୍ଥାନୁଯାୟୀ ରଦ୍ଦ ହେବ   ।
  4. ଲାଇସେନସ ବା ପରମିଟ କିମ୍ବା ସେପରି ବ୍ୟାଜ୍ୟାପ୍ତିର ରଦ୍ଦକରଣ ଅନ୍ୟ କୌଣସି ଦଣ୍ଡ ସହ ହେବ ଯାହା ସେପରି ଅପରାଧ ପାଇଁ ପ୍ରଦାନ ହେବ  ।
  5. ଯେଉଁ କ୍ଷେତ୍ରରେ ଏହି ଆଇନ ବିପକ୍ଷରେ କୌଣସି ଅପରାଧରେ କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ସେହି କ୍ଷେତ୍ରରେ ଅଦାଲତ ନିର୍ଦ୍ଦେଶ ଦେବେ ଯେ ଅସ୍ତ୍ରଶସ୍ତ୍ର ଆଇନ ୧୯୫୯ (୫୪/୧୯୧୫୯) ଅନୁଯାୟୀ ସେହି ବ୍ୟକ୍ତିଙ୍କୁ ଯଦି କୌଣସି ଲାଇସେନସ  ମଞ୍ଜୁର ହୋଇଥାଏ, କୌଣସି ଅସ୍ତ୍ରଶସ୍ତ୍ର ଦାଖଲ ପାଇଁ ଏହି ଆଇନ ବିପକ୍ଷରେ କୌଣସି ଅପରାଧ ସଂଘଟିତ ହୋଇଥାଏ  ତେବେ ତାହା ରଦ୍ଦ ହେବ ଏବଂ ସେହି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ତାରିଖରୁ ପାଞ୍ଚବର୍ଷ ସମୟ ପାଇଁ ଅସ୍ତ୍ରଶସ୍ତ୍ର ଆଇନ, ୧୯୫୯ (୫୪/୧୯୫୯) ଅନୁଯାୟୀ ଏକ ଲାଇସେନସ ପାଇଁ ଯୋଗ୍ୟ ହେବେ ନାହିଁ।
  6. ଆପରାଧିକ କାର୍ଯ୍ୟବିଧି ସଂହିତା ୧୯୭୩ (୨/୧୯୭୪) ର ଦଫା ୩୬୦ ରେ କିମ୍ବା ପ୍ରୋବେସନ ଅଫ ଅଫେଣ୍ଡରସ ଆକ୍ଟ ,  ୧୯୫୮ (୨୦/୧୯୫୮) ରେ ଅନ୍ତର୍ବିଷ୍ଟ କୌଣସି ବିଷୟ ଅଧ୍ୟାୟ -୫—କର କୌଣସି ବ୍ୟବସ୍ଥା ବିପକ୍ଷରେ ଏକ ଅପରାଧରେ କିମ୍ବା ଏକ ଅଭ୍ୟୟାରଣ୍ୟ ବା ଏକ ଜାତୀୟ ପାର୍କରେ ଶିକାର କରିବା ସମ୍ବନ୍ଧରେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପ୍ରତି ପ୍ରଯୁଜ୍ୟ ହେବ ନାହିଁ ଯଦି ସେହି ବ୍ୟକ୍ତିଙ୍କ ବୟସ ୧୮ ବର୍ଷ ତଳକୁ ହୋଇ ନ ଥିବ   ।

କୌଣସି ଅଭୟାରଣ୍ୟ କିମ୍ବା ଜାତୀୟ ପାର୍କର ସୀମା ପରିବର୍ତ୍ତନ ପାଇଁ କିମ୍ବା ଅନୁସୂଚି – ୧ ବା ଅନୁସୂଚି -୨ ର ଭାଗ ରେ ବିନିର୍ଦ୍ଧିଷ୍ଟ କୌଣସି ପଶୁଙ୍କର ଶିକାର କରିବା ସମ୍ବନ୍ଧରେ ଅପରାଧ ବିପକ୍ଷରେ ଦଣ୍ଡ ବଢାଇବା ସମ୍ବନ୍ଧରେ ଆଇନର ଦଫା ୫୧ ସଂଶୋଧନ କରିବାକୁ ଏହି ପ୍ରକରଣ ଆବଶ୍ୟକ   ।

ଜାମିନ ମଞ୍ଜୁର ସମୟରେ ପ୍ରଯୁଜ୍ୟ ନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ( ଦଫା ୫୧ (କ))

ଯେତେବେଳେ କୌଣସି ଅଭିଯୁକ୍ତ ବ୍ୟକ୍ତି ଅନୁସୂଚୀ -୧ କିମ୍ବା ଅନୁସୂଚୀ -୨ ର ଭାଗ – ୨ ସମ୍ବନ୍ଧୀୟ କୌଣସି ଅପରାଧ ସଙ୍ଘଟନ ଜାତୀୟ ପାର୍କ ବା ବନ୍ୟ ଜୀବନ ଅଭୟାରଣ୍ୟର ସୀମା ମଧ୍ୟରେ ଶିକାର ସମ୍ବନ୍ଧୀୟ ଅପରାଧ କିମ୍ବା ସେହି ପାର୍କ ବା ଅଭୟାରଣ୍ୟର ସୀମା ପରିବର୍ତ୍ତନ ସମ୍ବନ୍ଧୀୟ ଅପରାଧ ସଂଘଟନ କରିଥାନ୍ତି ସେତେବେଳେ ଆଇନର ବ୍ୟବସ୍ଥାନୁଯାୟୀ ଗିରଫ ହେବେ,  ତାପରେ ଆପରାଧିକ କାର୍ଯ୍ୟବିଧି ସଂହିତା ୧୯୭୩ (୨/୧୯୭୪) ରେ ଅନ୍ତର୍ବିଷ୍ଟ ଯେ କୌଣସି ବିଷୟ ସତ୍ତ୍ୱେ ସେପରି କୌଣସି ବ୍ୟକ୍ତି କି ଏହି ଆଇନନୁଯାୟୀ ପୂର୍ବରୁ ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ନଥାନ୍ତି ସେ ଜାମିନରେ ଖଲାସ ହୋଇଥିବେ ଯଦି  -

  • ଜାମିନରେ ଖଲାସ ହେବା ବିରୋଧ କରିବା ପ୍ଲବିକ ପ୍ରୋସିକ୍ୟୁଟର ସୁଯୋଗ ପ୍ରଦାନ କରିନଥାତି ଏବଂ
  • ଯେଉଁ କ୍ଷେତ୍ରରେ ପବ୍ଲିକ ପ୍ରୋସିକ୍ୟୁଟର ଦରଖାସ୍ତ ବିରୋଧ କରନ୍ତି ଅଦାତଳ ସନ୍ତୁଷ୍ଟ ହେବେ ଯେ ବିଶ୍ଵାସ କରିବାର ଯଥୋଚିତ କାରଣ ଅଛି ଯେ ସେ ସେହି ଅପରାଧରେ ଦୋଷୀ ନୁହନ୍ତି ଏବଂ ଜାମିନ ସମୟରେ ସେ ସମ୍ଭବତଃ କୌଣସି ଅପରାଧ ସଂଘଠିତ କରି ନଥାନ୍ତି  ।

ଏହି ପ୍ରକରଣ ନୂତନ ଦଫା ୫୧- କ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ଯାହା ପ୍ରଦାନ କରିଥାଏ ଯେ ଏହି ଆଇନାନୁଯାୟୀ କୌଣସି ଅପରାଧ ସଂଘଟିତ କରିବାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି , ଅନୁସୂଚୀ -୨ ର ଭାଗ ୨ ରେ ଅନ୍ତର୍ଭୁକ୍ତ କୌଣସି ପଶୁ ସମ୍ବନ୍ଧୀୟ ଅପରାଧ ସଂଘଟିତ କରିବାରେ କିମ୍ବା ଜାତୀୟ ପାର୍କ ବା ଅଭୟାରଣ୍ୟରେ ଶିକାର କରିବା ପାଇଁ କିମ୍ବା ସେହି ଜାତୀୟ ପାର୍କ ବା ଅଭୟାରଣ୍ୟର ସୀମା ପରିବର୍ତ୍ତନ କରିବା ପାଇଁ ଅପରାଧରେ ସରକାରୀ ଓକିଲଙ୍କୁ ଶୁଣାଣୀ ବିନା ଜାମିନ ମଞ୍ଜୁର ହେବ ନାହିଁ   ।

ପ୍ରଯତ୍ନ ଏବଂ କୁପ୍ରରୋଚନା

ଯେଉଁ ବ୍ୟକ୍ତି ଏହି ଆଇନର କୌଣସି ବ୍ୟବସ୍ଥା କିମ୍ବା ନିୟମ ବା ତଦନୁଯାୟୀ ପ୍ରସ୍ତୁତ ଆଦେଶର ଉଲ୍ଲଂଘନ ପ୍ରରୋଚନା ଦିଅନ୍ତି କିମ୍ବା ଉଲ୍ଲଂଘନ କରିବାର ପ୍ରଯତ୍ନ କରନ୍ତି ସେହି ବ୍ୟକ୍ତି ସେହି ବ୍ୟବସ୍ଥା କିମ୍ବା ନିୟମ କିମ୍ବା ଯଥାସ୍ଥିତି ଆଦେଶ ଉଲ୍ଲଂଘନ କରିଛନ୍ତି ବୋଲି ବିବେଚନା ହେବେ   ।

ଦୋଷାବହ ଅଭିଗ୍ରହଣ ପାଇଁ ଦଣ୍ଡ

ଯଦି କୌଣସି ବ୍ୟକ୍ତି ଏହି ଆଇନାନୁଯାୟୀ କ୍ଷମତା ପ୍ରୟୋଗ କରିବା ପାଇଁ ବିରକ୍ତିକର ଭାବେ ଏବଂ ଅନାବଶ୍ୟକଭାବେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ଅଭିଗ୍ରହଣ କରନ୍ତି କିମ୍ବା ଦଫା 50 ରେ ଉଲ୍ଲିଖିତ କାରଣଗୁଡିକ ପାଇଁ ଏହା ଅଭିଗ୍ରହଣ କରିଆର ବାହନା କରନ୍ତି ତେବେ ସେହି ବ୍ୟକ୍ତି ଦେଷସିଦ୍ଧିରେ ଛଅମାସ ରୁ ଅଧିକ ସମୟ କାରାଦଣ୍ଡରେ ଏବଂ ପାଞ୍ଚଶହ ଟଙ୍କାରୁ ଅଧିକ ଜୋରିମାନା ଶହ କିମ୍ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ   ।

ଅପରାଧ ରଫା କରିବା କ୍ଷମତା

  1. ଏହି ଆଇନ ବିପକ୍ଷରେ କୌଣସି ଅପରାଧ ସଂଘଠିତ କରିଥିବାର ଯେଉଁ ବ୍ୟକ୍ତିଙ୍କୁ ଯଥୋଚିତ ସନ୍ଦେହ କରାଯାଇଥାଏ ସେହି ବ୍ୟକ୍ତିଙ୍କ ଠାରୁ ଅପରାଧ ରଫା ସ୍ୱରୂପ ଅର୍ଥ ରାସୀ ଗ୍ରହଣ କରିବାକୁ କେନ୍ଦ୍ର ସରକାର ବିଜ୍ଞପ୍ତି ଦ୍ଵାରା ବନ୍ୟ ଜୀବନ ଆରକ୍ଷଣର ନିର୍ଦ୍ଦେଶକ ବା ବନ୍ୟ ଜୀବନ ଆରକ୍ଷଣର ସହକାରୀ ନିର୍ଦ୍ଦେଶକ ପାହ୍ୟାରୁ କମ ହୋଇ ନଥିବା କୌଣସି ଅଫିସରଙ୍କୁ କ୍ଷମତାୟିତ କରିଆବେ ଏବଂ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ସେହି ପଦ୍ଧତିରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ଜଙ୍ଗଲର ଉପ-ସଂରକ୍ଷକ ପାହ୍ୟାରୁ କମ ହୋଇ ନଥିବା କୌଣସି ଅଫିସଙ୍କୁ କ୍ଷମତାୟିତ କରିବେ   ।
  2. ସେହି ଅଫିସରଙ୍କୁ ଅର୍ଥରାଶି ପ୍ରଦାନରେ , ସନ୍ଦେହ କରଯାଇଥିବା ବ୍ୟକ୍ତି ଯଦି ହାଜତରେ ଥାଆନ୍ତି ତେବେ ଖଲାସ ହେବେ ଏବଂ ଅପରାଧ ସମ୍ବନ୍ଧରେ ପୁନଶ୍ଚ ସେପରି କାର୍ଯ୍ୟବିଧି ସେହି ବ୍ୟକ୍ତିଙ୍କ ବିପକ୍ଷରେ ଗ୍ରହଣୀଯ ହେବ ନାହିଁ   ।
  3. କୌଣସି ଅପରାଧ ରଫା କରୁଥିବା ଅଫିସରର ଅପରାଧୀଙ୍କୁ ଏହି ଆଇନାନୁଯାୟୀ ମଞ୍ଜୁର ହୋଇଥିବା କୌଣସି ଲାଇସେନସ ବା ପରମିଟ ରଦ୍ଦକରଣ ଆଦେଶ ଦେଇପାରିବେ କିମ୍ବା ସେପରି କରିବାକୁ ଯଦି ସେ କ୍ଷମତାୟିତ ନ ହୋଇଥାନ୍ତି ତେବେ ସେପରି କ୍ଷମତାୟିତ ଅଫିସରଙ୍କ ନିକଟକୁ ସେହି ଲାଇସେନସ ବା ପରମିଟ ରଦ୍ଦକରଣ ପାଇଁ ଯାଇପାରିବ   ।
  4. ଉପ-ଦଫା (1) ଅନୁଯାୟୀ ରଫା ରୂପେ ଗୃହିତ କିମ୍ବା ଗୃହିତ ବୋଲି ସହମତି ହୋଇଥିବା ଅର୍ଥରାଶି କୌଣସି କ୍ଷେତ୍ରରେ ପଚାଶ ହଜାର ଟଙ୍କାରୁ ଅଧିକ ହେବ ନାହିଁ ।

ଉଲ୍ଲେଖଥାଉ ଯେ କୌଣସି ଅପରାଧ ଯାହା ପାଇଁ କାରାଦଣ୍ଡର ସର୍ବନିମ୍ନ ସମୟସୀମା ଦଫା 51 ରେ ନିର୍ଦ୍ଧାରିତ ହୋଇଥାଏ ତାହା ରଫା ହେବ ନାହିଁ   ।  ଅପରାଧ ରଫା ପାଇଁ ଧାର୍ଯ୍ୟ ପରିମାଣ ବୃଦ୍ଧି କରିବା ପାଇଁ ଆଇନର ଦଫା ୫୪ ପ୍ରତିସ୍ଥାପିତ କରିବାକୁ ଏହି ପ୍ରକରଣ ଆବଶ୍ୟକ   ।

ଅପରାଧର ସଂଜ୍ଞାନ

କୌଣସି ଅଦାଲତ ନିମ୍ନଲିଖିତ ବିଷୟ ବ୍ୟତିରେକ କୌଣସି ବ୍ୟକ୍ତିଙ୍କର ଅଭିଯୋଗ ବ୍ୟତୀତ ଏହି ଆଇନ ବିପକ୍ଷରେ କୌଣସି ଅପରାଧର ସଂଜ୍ଞାନ ଗ୍ରହଣ କରିବେ ନାହିଁ  -

  1. ବନ୍ୟ ଜୀବନ ଆରକ୍ଷର ନିର୍ଦ୍ଦେଶକ, କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା କ୍ଷମତାୟିତ ଅନ୍ୟ କୌଣସି ଅଫିସର; କିମ୍ବା
    • ସଭ୍ୟ –ସଚିବ, ଅଧ୍ୟାୟ -୪-୪ କ ର ବ୍ୟବସ୍ଥା ଉଲ୍ଲଂଘନ ସମ୍ବନ୍ଧୀୟ ଘଟଣାରେ କେନ୍ଦ୍ରୀୟ ଚିଡିଆଖଣା ପ୍ରାଧିକାରୀ; କିମ୍ବା
    • ସଭ୍ୟ –ସଚିବ, ବ୍ୟାଘ୍ର ସଂରକ୍ଷଣ ପ୍ରାଧିକାରୀ ;କିମ୍ବା
    • ସମ୍ପୃକ୍ତ ବ୍ୟାଘ୍ର ଆରକ୍ଷନର ନିର୍ଦ୍ଦେଶକ ;କିମ୍ବା
  2. ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା [ ରାଜ୍ୟ ସରକାରଙ୍କ ଦ୍ଵାରା ବିନିର୍ଦ୍ଧିଷ୍ଟ ସର୍ତ୍ତାବଳୀ ସାପେକ୍ଷରେ] ସେହି ସରକାରଙ୍କ ଦ୍ଵାରା ପ୍ରାଧିକୃତ ଅନ୍ୟ କୌଣସି ଅଫିସର, କିମ୍ବା
    • ଦଫା ୩୮ –ଞ ର ବ୍ୟବସ୍ଥା ଉଲ୍ଲଂଘନ ସମ୍ବନ୍ଧରେ ଚିଡିଆଖଣାର ଭାରପ୍ରାପ୍ତ ଅଫିସର;କିମ୍ବା
  3. କୌଣସି ବ୍ୟକ୍ତି ଯେ କି ଆପେପିତ ଅପରାଧର ନିର୍ଦ୍ଧାରିତ ପ୍ରଣାଳୀରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନୋଟିସ ପ୍ରଦାନ କରିଥାନ୍ତି ଯାହା ଷାଠିଏ ଦିନରୁ କମ ହୋଇନଥିବ ଏବଂ ଉପରୋକ୍ତ ରୂପେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା କ୍ଷମତାୟିତ ଅଫିସରଙ୍କୁ ତାଙ୍କର ଅଭିପ୍ରାୟର ଏକ ଅଭିଯୋଗ ପ୍ରଦାନ କରିଥିବେ   ।

ଚିଡିଆଖଣା ସ୍ଥାପନା, ସ୍ଵୀକୃତି ଏବଂ ପରିଚାଳନା ସମ୍ବନ୍ଧରେ ଆଇନର ଅଧ୍ୟାୟ ୪- କରେ ଅନ୍ତବିର୍ଷ୍ଟ ବ୍ୟବସ୍ଥାର ଉଲ୍ଲଂଘନ ସମ୍ବନ୍ଧୀୟ  ଘଟଣାରେ ଅଭିଯୋଗ ଦାଏର କରିବାକୁ ଚିଡିଆଖାନାର ଭାରପ୍ରାପ୍ତ ଅଫିସର ଏବଂ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ସଭ୍ୟ – ସଚିବଙ୍କୁ କ୍ଷମତାୟିତ କରିବା ପାଇଁ ଆଇନର ଦଫା ୫୫ ସଂଶୋଧିତ କରିବାକୁ ଏହି ପ୍ରକରଣ ଆବଶ୍ୟକ   ।

ଅନ୍ୟାନ୍ୟ ଆଇନର କାର୍ଯ୍ୟକାରିତା ବାଦ ନ ହେବା

କୌଣସି କୃତାକୃତ କାର୍ଯ୍ୟ ପାଇଁ ସେହି ସମୟରେ ବଳବତ୍ତର ଅନ୍ୟ କୌଣସି ଆଇନାନୁଯାୟୀ ମୋକଦ୍ଦମା ଚଳାଇବାରୁ କୌଣସି ବ୍ୟକ୍ତିଙ୍କୁ ନିବାରଣ କରିବାକୁ ଏହି ଆଇନରେ କୌଣସି ବିଷୟ ବିବେଚିତ ହେବ ନାହିଁ ଯାହା ଏହି ଆଇନ ବିପକ୍ଷରେ ଏକ ଅପରାଧ ସୃଷ୍ଟି କରିଥାଏ କିମ୍ବା ଯାହା ଏହି ଆଇନରେ ବ୍ୟବସ୍ଥା କରାଯାଇ ତା ବ୍ୟତୀତ ଉଚ୍ଚତର ଶାସ୍ତି ବା ଦଣ୍ଡ ନିମନ୍ତେ ଏହି ଆଇନାନୁଯାୟୀ ଦାୟୀ ହେବେ   ।

ନିର୍ଦ୍ଧିଷ୍ଟ କ୍ଷେତ୍ରରେ ହୋଇଥିବା ପ୍ରାକଧାରଣା

ଯେଉଁ କ୍ଷେତ୍ରରେ ଏହି ଆଇନ ବିପକ୍ଷରେ କୌଣସି ଅପରାଧ ପାଇଁ କୌଣସି ଅଭିଯୋଜନାରେ ଏହା ପ୍ରତିପାଦିତ ହୋଇଥାଏ ଯେ କୌଣସି ବ୍ୟକ୍ତି କୌଣସି ବନ୍ଦୀ ପଶୁ , ପଶୁ ଦ୍ରବ୍ୟ, ମାଂସ [ଟ୍ରଫି, ଅନକ୍ୟୁଓର୍ଡ ଟ୍ରଫି, ବିନିର୍ଦ୍ଧିଷ୍ଟ ଉଦ୍ଭିଦ କିମ୍ବା ତାର ଅଂଶ ବ୍ୟୁତ୍ପାଦକ  ] ର ଦାଖଲ, ଅଭିରକ୍ଷା ବା ନିୟନ୍ତ୍ରଣରେ ଥାଆନ୍ତି ।

କମ୍ପାନୀମାନଙ୍କ ଦ୍ଵାରା ଅପରାଧ

  1. ଯେଉଁ କ୍ଷେତ୍ରରେ ଏହି ଆଇନ ବିପକ୍ଷରେ ରେ ଏକ କମ୍ପାନୀ ଦ୍ଵାରା ଅପରାଧ ସଂଘଠିତ ହୋଇଥାଏ,  ପ୍ରତ୍ୟେକ ବ୍ୟକ୍ତି ଯେ କି ଅପରାଧ ସଂଘଟିତ ସମୟରେ କମ୍ପାନୀର ବ୍ୟବସାୟ କାର୍ଯ୍ୟ ପରିଚାଳନା ପାଇଁ ଦାୟିତ୍ଵରେ ଥିଲେ ଏବଂ କମ୍ପାନୀ ନିକଟରେ ଦାୟୀ ଥିଲେ ସେହି ବ୍ୟକ୍ତି ଅପରାଧରେ ଦୋଷୀ ସାବ୍ୟସ୍ତ ବୋଲି ବିବେଚିତ ହେବେ ଏବଂ ତଦନୁଯାୟୀ ଦଣ୍ଡିତ ହେବେ   ।
  2. ଉଲ୍ଲେଖ ଯେ ଏହି ଉପ-ଦଫାରେ ଅନ୍ତର୍ଭୁକ୍ତ କୌଣସି ବିଷୟ କୌଣସି ଦଣ୍ଡ ପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ ହେବ ନାହିଁ ଯଦି ସେ ପ୍ରମାଣ କରନ୍ତି ଯେ ତାଙ୍କର ଅଜ୍ଞାତସାରରେ ଅପରାଧ ସଂଘଠିତ ହୋଇଥିଲା କିମ୍ବା ଅପରାଧ ସଂଘଟିତ ନିବାରଣ କରିବାକୁ ସମସ୍ତ ଯଥୋଚିତ ତତ୍ପରତା ପ୍ରୟୋଗ କରିଥିଲେ   ।

  3. ଉପ-ଦଫା (୧) ରେ ଅନ୍ତର୍ଭୁକ୍ତ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଯେଉଁ କ୍ଷେତ୍ରରେ ଏକ କମ୍ପାନୀ ଦ୍ଵାରା କୌଣସି ଅପରାଧ ସଂଘଟିତ ହୋଇଥାଏ ଏବଂ ଏହା ପ୍ରମାଣିତ ହୋଇଥାଏ ଯେ କମ୍ପାନୀର କୌଣସି ଡାଇରେକ୍ଟର , ମ୍ୟାନେଜର, ସେକ୍ରେଟାରୀ କିମ୍ବା ଅନ୍ୟାନ୍ୟ ଅଫିସରଙ୍କ ସମ୍ମତି ବା ଭିତିରି ସହଯୋଗରେ କିମ୍ବା ଆରୋପଣୀୟ  ଅବହେଳା ପାଇଁ ଅପରାଧ ସଂଘଟିତ ହୋଇଥାଏ ତେବେ ସେମାନେ ସେହି ଅପରାଧରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ତଦନୁଯାୟୀ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡିତ କରାଯିବ   ।

ସ୍ପଷ୍ଟୀକରଣ   :- ଏହି ଦଫା ଉଦ୍ଦେଶ୍ୟରେ  -

  • “କମ୍ପାନୀ“ ଅର୍ଥ କୌଣସି ନିଗମ ନିକାୟ ଏବଂ କୌଣସି ଫାର୍ମ କିମ୍ବା ବ୍ୟକ୍ତିବିଶେଷଙ୍କ ସଂଘ ଅନ୍ତର୍ଭୁକ୍ତ, ଏବଂ
  • “ଡାଇରେକ୍ଟର“ ଫାର୍ମ ସମ୍ବନ୍ଧରେ ଅର୍ଥ ଫାର୍ମରେ ଥିବା ଅଂଶୀଦାର

ଆଧାର - ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate