অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା)ଆଇନ,୧୯୭୨ (ବନ୍ୟ ପଶୁମାନଙ୍କ ଶିକାର )

ବନ୍ୟ ଜୀବନ (ସୁରକ୍ଷା)ଆଇନ,୧୯୭୨ (ବନ୍ୟ ପଶୁମାନଙ୍କ ଶିକାର )

ବନ୍ୟ ପଶୁ ଶିକାର ଆଇନ

ଦଫା ୧୧ ଏବଂ ୧୨ ଅନୁଯାୟୀ ବ୍ୟବସ୍ଥା ହୋଇଥିବା ବ୍ୟତିରେକ ଅନୁସୂଚୀ ୧,୨,୩, ଏବଂ ୪ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ୟପଶୁ କୌଣସି ବ୍ୟକ୍ତି ଶିକାର କରିବେ ନାହିଁ  ।

ବଧ କରାଯାଇଥିବା କିମ୍ବା ଧରାଯାଇଥିବା ବନ୍ୟ ପଶୁମାନଙ୍କ ରେକର୍ଡ ର ରକ୍ଷଣାବେକ୍ଷଣା :- ବନ୍ୟ ଜୀବନ (ସୁରକ୍ଷା ) ସଂଶୋଧନ ଆଇନ ୧୯୯୧(୪୧/୧୯୯୧ ) ଦ୍ଵାରା ବିଲୁପ୍ତ   ।

ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଅନୁମତି ପାଇଥିବା ବନ୍ୟ ପଶୁମାନଙ୍କର ଶୀକାର

  1. ସେହି ସମୟରେ ବଳବତ୍ତର ଅନ୍ୟ କୌଣସି ଆଇନରେ ଅନ୍ତବିଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଏବଂ ସୁରକ୍ଷିତ ଅଞ୍ଚଳ ଅଭୟାରଣ୍ୟର ବ୍ୟବସ୍ଥାବଳୀ ସାପେକ୍ଷରେ  -
    • ମୁଖ୍ୟ ବନ୍ୟଜୀବନ ରକ୍ଷକ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ଅନୁସୂଚୀ ୧ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ୟପଶୁ ମନୁଷ୍ୟ ଜୀବ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ   କିମ୍ବା ସେପରି ଅସମର୍ଥ ବା ଅସୁସ୍ଥ ଯାହା ସ୍ୱାସ୍ଥ୍ୟଲାଭ ବାହାରେ ହୋଇଥାଏ, ତେବେ ଲିଖିତ ଆଦେଶ ଦ୍ଵାରା ଏବଂ ସେଥିପାଇଁ କାରଣ ଦର୍ଶାଇ ସେପରି ପଶୁ ଶୀକାର କରିବାକୁ କୌଣସି ବ୍ୟକ୍ତିଙ୍କୁ ଅନୁମତି ପ୍ରଦାନ କରିପାରନ୍ତି   ।

    ଉଲ୍ଲେଖ ଥାଉ ଯେ କୌଣସି ବନ୍ୟ ପଶୁକୁ ବଧ କରିବାକୁ ଆଦେଶ ପ୍ରଦାନ ହେବ ନାହିଁ ଯଦି ମୁଖ୍ୟ ବନ୍ୟ ଜୀବନ ରକ୍ଷକ ସନ୍ତୁଷ୍ଟ ହୁଅନ୍ତି ଯେ ସେପରି ପଶୁ ଧରାଯାଇ ପାରିବ ନାହିଁ କିମ୍ବା ଔଷଧ ଦେଇ ସାନ୍ତ କରାଯାଇପାରିବ ନାହିଁ;

    ପୁନଶ୍ଚ ଉଲ୍ଲେଖଥାଉ ଯେ ସେପରି ଧରାଯାଇଥିବା କୌଣସି ପଶୁକୁ ବନ୍ଦୀ ଅବସ୍ଥାରେ ରଖାଯିବ ନାହିଁ  ଯଦି ମୁଖ୍ୟ ବନ ଜୀବନ ରକ୍ଷକ ସନ୍ତୁଷ୍ଟ ହୁଅନ୍ତି ଯେ ସେପରି ପଶୁକୁ ବନରେ ଥଇଥାନ କରାଯାଇପାରିବ ନାହିଁ ଏବଂ ସେଥିପାଇଁ କାରଣଗୁଡିକ ଲିଖିତାକାରରେ ଲିପିବଦ୍ଧ ହେବ   ।

    ସ୍ପଷ୍ଟୀକାରଣ  :- ପ୍ରକରଣ (କ) ଉଦ୍ଦେଶ୍ୟରେ ସେପରି ପଶୁକୁ ଧରିବା କିମ୍ବା ଯଥାସ୍ଥିତି ଔଷଧ ଦେଇ ଶାନ୍ତ କରିବା ପ୍ରକ୍ରିୟା ଏପରି ପ୍ରଣାଳୀରେ ହେବ  ଯେପରି ସେହି ପଶୁ ପ୍ରତି କମ ପରିମାଣର ଶାରୀରିକ ଆଘାତ ହୋଇଥିବ   ।

    • ମୁଖ୍ୟ ବନ୍ୟଜୀବନ ରକ୍ଷକ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ଅନୁସୂଚୀ ୨, ଅନୁସୂଚୀ ୩ କିମ୍ବା ଅନୁସୂଚୀ ୪ ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ୟ ପଶୁ ମନୁଷ୍ୟ ଜୀବ କିମ୍ବା ସମ୍ପତ୍ତି (କୌଣସି ଜମା ଉପରେ ଠିଆ ଫସଲ  ) ପ୍ରତି ବିପଦପୂର୍ଣ୍ଣ ହୋଇଥାଏ   କିମ୍ବା ସେପରି ଅସମର୍ଥ ବା ଅସୁସ୍ଥ ଯାହା ସ୍ୱାସ୍ଥ୍ୟଲାଭ ବାହାରେ ହୋଇଥାଏ, ତେବେ ଲିଖିତ ଆଦେଶ ଦ୍ଵାରା ଏବଂ ସେଥିପାଇଁ  କାରଣ ଦର୍ଶାଇ [ ଏକ ବିନିର୍ଦ୍ଧିଷ୍ଟ ଅଞ୍ଚଳରେ ସେପରି ପଶୁ କିମ୍ବା ପଶୁସମୂହଙ୍କ ଶୀକାର କରିବା କୌଣସି ବ୍ୟକ୍ତିଙ୍କୁ ଅନୁମତି ପ୍ରଦାନ କରିପାରନ୍ତି  ]
  2. କୌଣସି ବ୍ୟକ୍ତି ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ପ୍ରତିରକ୍ଷା କୌଣସି ବନ୍ୟପଶୁର ସଦ ବିଶଯାସରେ ବଦ୍ଧ କରିବା କିମ୍ବା ଆହକରିବାତ ଏକ ଅପରାଧ ହେବ ନାହିଁ  ।
  3. ଉଲ୍ଲେଖଥାଉ ଯେ କୌଣସି ବ୍ୟକ୍ତି ଯେତେବେଳେ ସେପରି ପ୍ରତିରକ୍ଷା ଆବଶ୍ୟକ କରି ଏହି ଆଇନ କିମ୍ବା କୌଣସି ନିୟମ କିମ୍ବା ତଦନୁଯାୟୀ ହୋଇଥିବା ଆଦେଶର କୌଣସି ବ୍ୟବସ୍ଥା ଉଲ୍ଲଂଘନରେ କୌଣସି କାର୍ଯ୍ୟ ସଂଘଠିତ କରିଥାନ୍ତି ସେତେବେଳେ ଏହି ଉପ ଦଫାର କୌଣସି ବିଷୟ ସେହି ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବ ନାହିଁ   ।

  4. କୌଣସି ବ୍ୟକ୍ତିଙ୍କର ପ୍ରତିରକ୍ଷାରେ କୌଣସି ବନ୍ୟ ପଶୁକୁ ବଧ କିମ୍ବା ଆଘାତ କରିବା ସରକାରୀ ସଂପତ୍ତି ହେବ ନାହିଁ ।
  5. ଯଦି ପଶୁମାନଙ୍କୁ ଧରିବା କିମ୍ବା ଔଷଧ ଦେଇ ଶାନ୍ତ କରିବାର ସମସ୍ତ ସମ୍ଭବ ଇଚ୍ଛାଧୀନ ପୂରାମାତ୍ରାରେ ଶେଷ ହୋଇନଥାଏ  ତେବେ କୌଣସି ବନ୍ୟ ପଶୁ ବଧ ହେବେ ନାହିଁ   ଏହି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଇନର ଦଫା ୧୧ ସଂଶୋଧନ କରିବାକୁ ଏହି ପ୍ରକରଣ ଆବଶ୍ୟକ   ।

    ଏହା ମଧ୍ୟ ସର୍ତ୍ତ ରଖିଥାଏ  ଯେ ଧାରାଯାଇଥିବା ବନ୍ୟ ପଶୁମାନେ ଯଥାଶୀଘ୍ର ସମ୍ଭବ ବନରେ ଥାଇଥାନ ହେବେ ଏବଂ ଯଦି ଆବଶ୍ୟକ ତେବେ ଔଷଧ ଦ୍ଵାରା ଶାନ୍ତ କରିବା ପାଇଁ ଧରାଯାଇଥିବା ପଶୁମାନଙ୍କୁ ଅଳ୍ପ ଶାରୀରିକ ଆଘାତ ଦିଆ ଯାଇଥାଏ   । କେବଳ ସେପରି ପଶୁ ବଧ କରିବା ପାଇଁ ବ୍ୟବସ୍ଥା ପ୍ରଦାନ କରାଯାଇ ଥାଏ ଯାହା ମନୁଷ୍ୟ ଜୀବନ ଏବଂ ସମ୍ପତ୍ତି ପ୍ରତି ବିପଦପୂର୍ଣ୍ଣ ହୋଇ ଥାଏ କିମ୍ବା ବିନିର୍ଦ୍ଧିଷ୍ଟ ଅଞ୍ଚଳରେ ଅସମର୍ଥ କିମ୍ବା ଅସୁସ୍ଥ କିମ୍ବା ସ୍ୱାସ୍ଥ୍ୟଲାଭ ବାହାରେ ହୋଇଥାଏ   ।

ସ୍ଵତନ୍ତ୍ର ଉଦ୍ଦେଶ୍ୟ ପାଇଁ ଅନୁମତି ପତ୍ର ମଞ୍ଜୁର

ଏହି ଆଇନର ଅନ୍ୟତ୍ର ଅନ୍ତର୍ଭୁକ୍ତ ଯେ କୌଣସି ବିଷୟ ସର୍ଭେ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ପାଇଁ , ଲିଖିତ ଆକାରରେ ଏକ ଆଦେଶ ଦ୍ଵାରା ସେଥିପାଇଁ କାରଣ ଦର୍ଶାଇ କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ପ୍ରକାରେ ସେପରି ଫି “ ବା ଶୁଳ୍କ ପ୍ରଦାନ କରିବା ଉପରେ ଏକ ଅନୁମତି ପତ୍ର ମଞ୍ଜୁର କରିବା ବିଧିସମ୍ମତ ହେବ,  ଯାହା ନିମ୍ନଲିଖିତ ଉଦ୍ଦେଶ୍ୟରେ ସେପରି ଅନୁମତିପତ୍ରରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ୟପଶୁ , ସେଥିରେ ବିନିର୍ଦ୍ଧିଷ୍ଟ ପ୍ରକାରେ ସର୍ତ୍ତାବଳୀ ସାପେକ୍ଷରେ ଶିକାର କରିବାକୁ ସେହି ଅନୁମତିପତ୍ର ଧାରକଙ୍କୁ ହକଦାର କରିବ  -

  • ଶିକ୍ଷା
  • ବୈଜ୍ଞାନିକ ଗବେଷଣା
  • ବୈଜ୍ଞାନିକ ମ୍ୟାନେଜମେଣ୍ଟ

ସ୍ପଷ୍ଟୀକରଣ  : ପ୍ରକରଣ (ଖଖ) ଉଦ୍ଦେଶ୍ୟରେ ଅଭିବ୍ୟକ୍ତି “ବୈଜ୍ଞାନିକ ମ୍ୟାନେଜମେଣ୍ଟ “ ଅର୍ଥ  - ଏକ ବୈକଳ୍ପିକ ଉପଯୁକ୍ତ ପ୍ରାକୃତିକ ବାସ ପାଇଁ କୌଣସି ବନ୍ୟ ପଶୁଙ୍କ ଟ୍ରାନ ସଲୋକେସନ କିମ୍ବା କୌଣସି ବନ୍ୟ ପଶୁକୁ ବଧ କରିବା, ବିଷ ଦେବା କିମ୍ବା ନଷ୍ଟ କରିବା ବିନା ବନ୍ୟଜୀବନର ଜନସଂଖ୍ୟା ପରିଚାଳନା  ।

ନିଦର୍ଶନଗୁଡିକ ର ସଂଗ୍ରହ  - ଦଫା ୩୮ -୧ – ଅନୁଯାୟୀ ଅନୁମତି ସାପେକ୍ଷରେ ଚିଡିଆଖଣାଗୁଡିକ ଚିହ୍ନିତ କରିବା ପାଇଁ କିମ୍ବା ସଂଗ୍ରହାଳୟ ଏବଂ ସେହିପରି ଅନୁଷ୍ଠାନ ପାଇଁ ।

ଜୀବନ – ରକ୍ଷା ଔଷଧ ତିଆରି ପାଇଁ ସାପ ଗରଳର ବ୍ୟୁତ୍ପତ୍ତି , ସଂଗ୍ରହ କିମ୍ବା ପ୍ରସ୍ତୁତି  ଉଲ୍ଲେଖ ଥାଉ ଯେ ସେପରି କୌଣସି ଅନୁମତିପତ୍ର ମଞ୍ଜୁର ହେବନାହିଁ   -

  1. କେନ୍ଦ୍ର ସରକାରଙ୍କ ପୂର୍ବାନୁମତି ବ୍ୟତୀତ ଅନୁସୂଚି 1ରେ ବିନିର୍ଦ୍ଧିଷ୍ଟ କୌଣସି ବନ୍ୟ ପଶୁ ସମ୍ବନ୍ଧରେ ଏବଂ
  2. ରାଜ୍ୟ ସରକାରଙ୍କ ପୂର୍ବାନୁମତି ବ୍ୟତୀତ ଅନ୍ୟ କୌଣସି ବନ୍ୟପଶୁ ସମ୍ବନ୍ଧରେ
  • ଲାଇନେନସ ନିଲମ୍ବନ କିମ୍ବା ରଦ୍ଦକାରଣ   : - ବନ୍ୟ ଜୀବନ (ସୁରକ୍ଷା ) ସଂଶୋଧନ ଆଇନ ୧୯୯୧ (୪୪/୧୯୯୧) ଦଫା ୧୨ ଦ୍ଵାରା ବିଲୋପିତ   ।
  • ଅପିଲ  :- ବନ୍ୟ ଜୀବନ (ସୁରକ୍ଷା ) ସଂଶୋଧନ ଆଇନ ୧୯୯୧(୪୪/୧୯୯୧) , ଦଫା ୧୨ ଦ୍ଵାରା ବିଲୋପିତ
  • ମହିଳା ବନ୍ୟ ପଶୁ ଓ ତାର ଛୁଆମାନଙ୍କ ଶିକାର କରିବା  :- ବନ୍ୟ ଜୀବନ (ସୁରକ୍ଷା  ) ସଂଶୋଧନ ଆଇନ  , ୧୯୯୧ (୪୪/୧୯୯୧) ଦଫା ୧୨ ଦ୍ଵାରା ବିଲୋପିତ   ।
  • ବନ୍ଦ ସମୟରେ ଘୋଷଣା  :- ବନ୍ୟ ଜୀବନ (ସୁରକ୍ଷା) ସଂଶୋଧନ ଆଇନ , ୧୯୯୧(୪୪/୧୯୯୧) ଦଫା ୧୨ ଦ୍ଵାରା ବିଲୋପିତ   ।
  • ଶିକାର କରିବା ଉପରେ କଟକଣା  :- ବନ୍ୟଜୀବନ (ସୁରକ୍ଷା) ସଂଶୋଧନ ଆଇନ  ୧୯୯୧(୪୪/୧୯୯୧) ।

ଆଧାର – ଲଅ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate