অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ୍ୟ ଜୀବନ (ସୁରକ୍ଷା) ଓଡ଼ିଶା ନିୟମାବଳୀ, ୧୯୭୪(ବନ୍ୟ ପଶୁ ,ପଶୁଦ୍ରବ୍ୟ ଏବଂ ଟ୍ରଫିଗୁଡିକରେ ବ୍ୟାପାର କିମ୍ବା ବାଣିଜ୍ୟ)

ବନ୍ୟ ଜୀବନ (ସୁରକ୍ଷା) ଓଡ଼ିଶା ନିୟମାବଳୀ, ୧୯୭୪(ବନ୍ୟ ପଶୁ ,ପଶୁଦ୍ରବ୍ୟ ଏବଂ ଟ୍ରଫିଗୁଡିକରେ ବ୍ୟାପାର କିମ୍ବା ବାଣିଜ୍ୟ)

ଘୋଷଣା

ଦଫା ୪୦ ଉପ-ଦଫା(୧) ଅନୁଯାୟୀ ସେହି ବ୍ୟକ୍ତିଙ୍କ ଦ୍ଵାରା ହୋଇଥିବା ଘୋଷଣା ସତ୍ତ୍ୱେ, କୌଣସି ବ୍ୟକ୍ତି ଯେ କି କୌଣସି ପଶୁଦ୍ରବ୍ୟ ଟ୍ରଫି ( ଏକ କସ୍ତୁରୀ ମୃଗର କସ୍ତୁରୀ କିମ୍ବା ଗଣ୍ଡାର ଶିଙ୍ଘ ବ୍ୟତୀତ ) ଅନୁସୂଚି ୧ କିମ୍ବା ଅନୁସୂଚି ୧ କିମ୍ବା ଅନୁସୂଚି ୨ ର ଭାଗ ୨ ରେ ବିନିର୍ଦ୍ଧିଷ୍ଟ କୌଣସି ପଶୁଙ୍କ ଠାରୁ ବାହାର କରାଯାଇଥିବା ଚମଡା ଶୁଖାଇ କିମ୍ବା ଲୁଣ ଦେଇ ନିଜ ନିୟନ୍ତ୍ରଣ , ଅଭିରକ୍ଷା ବା ଦାଖଲରେ ରଖିଥାନ୍ତି ସେ ଆଇନର ଦଫା ୪୦ ର ଉପ-ଦଫା (୪) ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଗମତ ଅଧିସୂଚନା ତାରିଖରୁ (ଏକ ମାସ ) ତିରିଶ (ଦିନ) ମଧ୍ୟରେ ବନ୍ୟ ଜୀବନ ରକ୍ଷକ (ଯଥା; ସମ୍ପୃକ୍ତ ପ୍ରାଦେଶିକ ଡିଭିଜନାଳ ଫରେଷ୍ଟ ଅଫିସର)ଙ୍କୁ ନିୟମାବଳୀ ସହ ସଂଲଗ୍ନ ଫର୍ମ ନଂ ୨ ରେ ଏକ ଘୋଷଣା ପ୍ରସ୍ତୁତ କରିବେ   ।

ଦ୍ରବ୍ୟ ତାଲିକାଗୁଡିକର ତଦନ୍ତ ଏବଂ ପ୍ରସ୍ତୁତିକରଣ

  1. ଦଫା ୪୦ ର ଉପ-ଦଫା (୧) ଅନୁଯାୟୀ କିମ୍ବା ନିୟମ ୪ ଅନୁଯାୟୀ ଏକ ଘୋଷଣା ପାଇବା ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମା ପ୍ରାଧିକୃତ ଅଫିସର, ଯେଉଁ ତାରିଖ ଏବଂ ସମୟରେ ସେହି ବ୍ୟକ୍ତିଙ୍କ ପରିସରକୁ ପ୍ରବେଶ କରିବେ ସେହି ସମ୍ବନ୍ଧଏ ଘୋଷଣା ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଏକ ନୋଟିସ ପ୍ରଦାନ କରିବେ ଏବଂ ରେଜେଷ୍ଟ୍ରି ଡାକ ଦ୍ଵାରା ତାଙ୍କୁ ପ୍ରେରିତ ହେବ  ।
  2. ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଯେପରି ଉପଯୁକ୍ତ ବିବେଚନା କରିବେ ସେପରି ତଦନ୍ତ ପରେ ଅନୁସୂଚି ୧ କିମ୍ବା ୨ ର ଭାଗ ୨ ରେ ବିନିର୍ଦ୍ଧିଷ୍ଟ ବନ୍ଦୀ ପଶୁ ଏବଂ ପଶୁଦ୍ରବ୍ୟ , ଅନକ୍ୟୁଓର୍ଡ ଟ୍ରଫି ଏବଂ ପରିସର ନିରୀକ୍ଷଣ କରିବେ   ।
  3. ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ପରିସରରେ ଦୃଷ୍ଟିଗୋଚର ହେଉଥିବା ସେପରି ପଶୁ କିମ୍ବା ଦ୍ରବ୍ୟର ଏକ ନିରୀକ୍ଷକ ବହି  ଫର୍ମ ନଂ ୧୨ରେ ପ୍ରସ୍ତୁତ କରିବେ ।
  4. ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଯେତେଦୂର ସମ୍ଭବ ଅଲିଭା କାଲୀରେ ଚିହ୍ନଟ ମର୍କ ବା ଦାଗ , ଉପ- ନିୟମ (୩) ରେ ସୂଚିତ ବସ୍ତୁ ଉପରେ ଲଗାଇବେ   ।

ମାଲିକ ସ୍ଵତ୍ଵର ପ୍ରମାଣପତ୍ର

ମୁଖ୍ୟ ବନ୍ୟ ଜୀବନ ରକ୍ଷକ ଦଫା ୩୪ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କୁ ଫର୍ମ ନଂ ୧୩ ରେ ମାଲିକ ସ୍ଵତ୍ଵର ଏକ ପ୍ରଣାମପତ୍ର ନିର୍ଗମନ କରିବେ ଯେ କି ତାଙ୍କ ମତରେ କୌଣସି ପଶୁ, ପଶୁଦ୍ରବ୍ୟ, ଟ୍ରଫି କିମ୍ବା ଅଣକ୍ୟୁଓର୍ଡ ଟ୍ରଫି ଆଇନସମ୍ମତ ଦାଖଲରେ ଥାଆନ୍ତି   ।

ପଶୁ ଦ୍ରବ୍ୟ ଇତ୍ୟାଦିରେ ଜଣେ ନିର୍ମାତା ବା ବ୍ୟବସାୟୀ ପାଇଁ ଲାଇସେନସ

ନିୟମ (୩୭)କୌଣସି ପଶୁ ଦ୍ରବ୍ୟ ଇତ୍ୟାଦିରେ ଜଣେ ନିର୍ମାତା ବା ବ୍ୟବସାୟୀ ଆରମ୍ଭ କିମ୍ବା ଚାଲୁ କରିବାକୁ ଲାଇସେନସ  ପାଇଁ ଦରଖାସ୍ତ  :-

  1. ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତି –
    • ବ୍ୟବସାୟ ଆରମ୍ଭ କିମ୍ବା ଚାଲୁ କରିବେ  
      • କୌଣସି ପଶୁ ଦ୍ରବ୍ୟରେ ଜଣେ ନିର୍ମାତା କିମ୍ବା ଜଣେ ବ୍ୟବସାୟୀ , ରୂପେ
      • ଜଣେ ଚର୍ମରକ୍ଷକ ରୂପେ , କିମ୍ବା
      • ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫିରେ ଜଣେ ବ୍ୟବସାୟୀ ରୂପେ କିମ୍ବା
      • ବନ୍ଦୀ ପଶୁର ଜଣେ ବ୍ୟବସାୟୀ ରୂପେ
      • ମାଂସର ଜଣେ ବ୍ୟବସାୟୀ ରୂପେ , କିମ୍ବା
      • କୌଣସି ଖାଇବା ଗୃହରେ ମାଂସ ରାନ୍ଧିବାକୁ କିମ୍ବା ପ୍ରଦାନ କରିବାକୁ ଲାଇସେନସ ମଞ୍ଜୁର ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଫର୍ମ ନଂ ୧୪ ରେ ଏକ ଦରଖାସ୍ତ ଆବେଦନ କରିବେ   ।
  2. କୌଣସି ଖାଇବା ଗୃହରେ ମାଂସ ରନ୍ଧନ ଏବଂ ପ୍ରଦାନ କରିବାକୁ ଏକ ଲାଇସେନସ ପାଇବା ପାଇଁ ଏକ ଦରଖାସ୍ତ ପଶୁଙ୍କ ଜାତି ବିନିର୍ଦ୍ଧିଷ୍ଟ କରେ ଯାହାର ମାଂସ ସେ ରାନ୍ଧିବାକୁ କିମ୍ବା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରନ୍ତି   ।

ନିୟମ ୩୭ (କ)

  1. ଆଇନର ଦଫା ୩୦ କିମ୍ବା ୪୩ ର ଉପ-ଦଫା (୨) ଅନୁଯାୟୀ ସ୍ଥାନାନ୍ତରଣ କିମ୍ବା ପରିବହନ ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ୟକ୍ତି ଫର୍ମ ନଂ ୨୪(୨) ରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଅନୁମତି ପାଇଁ ଆବେଦନ କରିବେ   ।  ଉପ-  ନିୟମ (୧) ଅନୁଯାୟୀ ହୋଇଥିବା ଦରଖାସ୍ତ ପାଇବା ପରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଦରଖାସ୍ତ ପାଇବା ତାରିଖରୁ ସାତ ଦିନ ସମୟ ମଧ୍ୟରେ ଆବଶ୍ୟକ ତଦନ୍ତ କରିବା ପରେ ଅନୁମତି ମଞ୍ଜୁର କରିପାରନ୍ତି କିମ୍ବା ପ୍ରତ୍ୟାଖ୍ୟାନ କରିପାରନ୍ତି   ।
  2. ଉଲ୍ଲେଖଥାଉ ଯେ ଯଦି ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ସନ୍ତୁଷ୍ଟ ହୁଅନ୍ତି ନାହିଁ ଯେ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ପଶୁ କିମ୍ବା ଯଥାସ୍ଥିତି ପଶୁ ଦ୍ରବ୍ୟ ,  ଟ୍ରଫି ବା ଅନକ୍ୟୁଓର୍ଡ ଟ୍ରଫି ବିଧି ସମ୍ମତ ଭାବେ ଅର୍ଜିତ ହୋଇଛି, ତେବେ ସେପରି ଅନୁମତି ମଞ୍ଜୁର ହେବ ନାହିଁ  ।

    ପୁନଶ୍ଚ ଉଲ୍ଲେଖଥାଉ ଯେ ଯଦି ଆବେଦନକରିଙ୍କୁ ସୁନାନିର ଯଥୋଚିତ ସୁଯୋଗ ଏକତ୍ର କରି ଅନୁମତି ପାଇଁ ଆବେଦନ କରୁଥିବା ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଜଣାଇବେ   ।

  3. ଅନୁମତିର ମଞ୍ଜୁର ବା ପ୍ରତ୍ୟାଖ୍ୟାନ, ତା ଉପରେ ଥିବା କାରଣଗୁଡିକ ସହ ଏକତ୍ର କରୁ ଅନୁମତି ପାଇଁ ଆବେଦନ କରିଥିବା  ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଜଣାଇବେ।
  4. ଉପ- ନିୟମ (୨) ଅନୁଯାୟୀ ମଞ୍ଜୁର ହୋଇଥିବା ପ୍ରତ୍ୟେକ ଅନୁମତି ଫର୍ମ ନଂ ୨୫ ରେ ହେବ ।

ଲାଇସେନସ ମଞ୍ଜୁର

  1. ନିୟମ ୩୭ ଅନୁଯାୟୀ କୌଣସି ଦରଖାସ୍ତ ପାଇବା ପରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଯେପରି ଉପଯୁକ୍ତ ବିବେଚନା କରନ୍ତି ସେପରି ତଦନ୍ତ କରିବା ପରେ ଲାଇସେନସ ମଞ୍ଜୁର କରିବେ କିମ୍ବା ଦାରଖାସ୍ତ ଖାରଜ କରିବେ   ।
  2. ଯେଉଁ କ୍ଷେତ୍ରରେ ଦାରଖାସ୍ତ ଖାରଜ ହୋଇଥାଏ ସେହି କ୍ଷେତ୍ରରେ ତା ଉପରେ ଫିସ ବା ଦେୟ ଦାରଖାସ୍ତଙ୍କୁ ତ୍ୱରାନିତ୍ଵଭାବରେ ଫେରସ୍ତ ହେବ   ।
  3. ଉପ- ନିୟମ (୧) ଅନୁଯାୟୀ ଏକ ଲାଇସେନସ ମଞ୍ଜୁର କରିବା ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କର ନିମ୍ନଲିଖିତ ବିଷୟରେ ଯଥୋଚିତ ଧ୍ୟାନ ରହିବ  ।
    • ଯେଉଁ ବ୍ୟବସାୟ ଚଲାଉଥିବେ ସେହି ବ୍ୟବସାୟରେ ଜଣେ ବ୍ୟବସାୟୀ ରୂପେ ଆବେଦନକାରୀଙ୍କ ଅତୀତ ରେକର୍ଡ   ।
    • ଦଫା ୬୬ ଦ୍ଵାରା ପ୍ରତ୍ୟାହୃତ କୌଣସି ଆଇନର ବ୍ୟବସ୍ଥାନୁଯାୟୀ କିମ୍ବା ତଦନୁଯାୟୀ ପ୍ରସ୍ତୁତ ନିୟମାବଳି କିମ୍ବା ଆଇନର ବ୍ୟବସ୍ଥାନୁଯାୟୀ କୌଣସି ଅପରାଧରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥାନ୍ତି କିମ୍ବା ହୋଇ ନ ଥାନ୍ତି   ।
    • ରାଜ୍ୟରେ ବିଦ୍ୟମାନ ଥିବା ବନ୍ୟ ଜୀବନ ର ପ୍ରାଚ୍ୟୁର୍ଯ୍ୟ କିମ୍ବା ଅନ୍ୟାଥାକୁ ଦୃଷ୍ଟିରେ ରାଖୀ ଲାଇସେନସ ମଞ୍ଜୁର କରିବା ପାଇଁ ଆବଶ୍ୟକତା   ।
  4. ଏକ ଲାଇସେନସ
    • ବ୍ୟବସାୟ ପ୍ରାରମ୍ଭ କିମ୍ବା ଚାଲୁ କରିବାକୁ  -
      • ପଶୁଦ୍ରବ୍ୟ କିମ୍ବା ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫିରେ ଜଣେ ନିର୍ମାତା କିମ୍ବା ବ୍ୟବସାୟ ରୂପେ , ଫର୍ମ ନଂ ୧୫ ରେ ମଞ୍ଜୁର ହେବ   ।
      • ଜଣେ ଚର୍ମ ରକ୍ଷକ ରୂପେ, ଫର୍ମ ନଂ ୧୬ ରେ ମଞ୍ଜୁର ହେବ  ।
      • ବନ୍ଦୀ ପଶୁମାନଙ୍କର ଜଣେ ବ୍ୟବସାୟୀ ରୂପେ, ଫର୍ମ ନଂ ୧୭ ରେ ମଞ୍ଜୁର ହେବ   ।
      • ମାଂସର ବ୍ୟବସାୟୀ ରୂପେ,  ଫର୍ମ ନଂ ୧୮ ରେ ମଞ୍ଜୁର ହେବ   ।
      • ଖାଇବା ଗୃହରେ ମାଂସ ରନ୍ଧନ କିମ୍ବା ପ୍ରଦାନ ପାଇଁ ଫର୍ମ ନଂ ୧୯ ରେ ମଞ୍ଜୁର ହେବ  ।

ଲାଇସେନସର ନବୀକରଣ

  1. ଏକ ଲାଇସେନସ ଏହାର ସମାପ୍ତି ତାରିଖ ପୂର୍ବରୁ ତିରିଶଦିନ ମଧ୍ୟରେ ଲାଇସେନସ ନବୀକାରଣ ପାଇଁ ଫର୍ମ ନଂ ୨୦ ରେ ଆବେଦନ ହେବ   ।
  2. ମୁଖ୍ୟ ବନ୍ୟଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଦଫା ୪୪ ର ଉପ- ଦଫା (୭) ର ବ୍ୟବସ୍ଥା ସାପେକ୍ଷରେ ଫର୍ମ ନଂ ୧୫, ଫର୍ମ ୧୬ , ଫର୍ମ ୧୭ , ଫର୍ମ ୧୮ କିମ୍ବା ଫର୍ମ ୧୯ ରେ ଯଥାଯୋଗ୍ୟ ପ୍ରକାରେ ଲାଇସେନସ  ନବୀକାରଣ ହେବ ଏବଂ ଯେଉଁ ସମୟ ପର୍ଯ୍ୟନ୍ତ ଲାଇସେନସ ନବୀକୃତ ହୋଇଛି ତାହା ସେଥିରେ ବିନିର୍ଦ୍ଧିଷ୍ଟ ହେବ   ।

ଫିସ ବା ଦେୟ

ଲାଇସେନସ ମଞ୍ଜୁର କିମ୍ବା ତାହାର ନବୀକାରଣ ପାଇଁ ପ୍ରତ୍ୟେକ ଦାରଖାସ୍ତ ଏକ ଟ୍ରେଜେରୀ ଚାଲାଣ କିମ୍ବା ବ୍ୟାଙ୍କ ରସିଦ ଦ୍ଵାରା ସଂଯୁକ୍ତ ହେବ  ଏବଂ ଦର୍ଶାଇବ ଯେ ନିମ୍ନଲିଖିତ ହାର ଅନୁଯାୟୀ ଦେୟ ବା ଫିସ ପ୍ରଦାନ ହୋଇଥିଲା, ଯଥା –

  • ବ୍ୟବସାୟ ଆରମ୍ଭ କିମ୍ବା ଚାଲୁ କରିବାକୁ   -
    • କୌଣସି ପଶୁଦ୍ରବ୍ୟରେ ଜଣେ ନିର୍ମାତା କିମ୍ବା ବ୍ୟବସାୟୀ ରୂପେ ପଚାଶ ଟଙ୍କା ହେବ  ।
    • ଜଣେ ଚର୍ମ ରକ୍ଷକ ରୂପେ, ଏକଶହ ଟଙ୍କା ହେବ  ।
    • ଅନକ୍ୟୁଓର୍ଡ ଟ୍ରଫିର ଜଣେ ବ୍ୟବସାୟୀ ରୂପେ ପଚାଶଟଙ୍କା ହେବ   ।
    • ବନ୍ଦୀ ପଶୁଙ୍କ ଜଣେ ବ୍ୟବସାୟୀ ରୂପେ ଦୁଇଶହ ଟଙ୍କା ହେବ   ।
    • ମାଂସର ଜଣେ ରୂପେ ପଚାଶ ଟଙ୍କା ହେବ   ।
  • କୌଣସି ଖାଇବା ଗୃହରେ ମାଂସ ରାନ୍ଧିବାକୁ କିମ୍ବା ପ୍ରଦାନ କରିବାକୁ ଯାଞ୍ଚ ଟଙ୍କା ହେବ  ।
  • ଲାଇସେନସ ମଞ୍ଜୁର ନିୟନ୍ତ୍ରଣ ପାଇଁ ସର୍ତ୍ତାବଳୀ

    ଏହି ଅଧ୍ୟାୟ ଅନୁଯାୟୀ ମଞ୍ଜୁର ହୋଇଥିବା ପ୍ରତ୍ୟେକ ଲାଇସେନସ, ଯେଉଁ ନିବନ୍ଧନ ସାପେକ୍ଷରେ ଏବଂ ଆଇନର ବ୍ୟବସ୍ଥାବଳି ଏବଂ ତଦନୁଯାୟୀ ପ୍ରଣିତ ନିୟମାବଳୀ ସାପେକ୍ଷରେ ମଧ୍ୟ ବ୍ୟବସାୟ କିମ୍ବା ବୃତ୍ତି ଚାଲୁ ହେବ  ତାହା ବିନିର୍ଦ୍ଧିଷ୍ଟ କରିବ  ।

    ବିଲ କିମ୍ବା କ୍ୟାସ ମେମୋର ନିର୍ଗମନ

    1. ଜଣେ ଚର୍ମରକ୍ଷକଙ୍କ ବ୍ୟତୀତ ପ୍ରତ୍ୟେକ ଲାଇସେନସ ବ୍ୟକ୍ତି ବିକ୍ରୟ ସମୟରେ ଖରଦଦାରଙ୍କୁ ଏକ କ୍ୟାସ – ମେମୋ କିମ୍ବା ବିଲ ନିର୍ଗମନ କରିବେ ଏବଂ ସେହି କ୍ୟାସ – ମେମୋ କିମ୍ବା ବିଲ ନିମ୍ନଲିଖିତ ସବିଶେଷ ବିବରଣୀ ଅନ୍ତର୍ଗତ କରିଥାଏ   ।
      • ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ନାମ
      • ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟବସାୟର ନାମ ଠିକଣା,  ଏବଂ ସ୍ଥାନ
      • ଲାଇସେନସ ନମ୍ବର
      • ବିକ୍ରି ହୋଇଥିବା ଦ୍ରବ୍ୟର ବର୍ଣ୍ଣନା
      • ସେଥିପାଇଁ ବିକ୍ରି ମୂଲ୍ୟ
      • ବିକ୍ରୟ ତାରିଖ ଏବଂ
      • ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ସ୍ଵାକ୍ଷର
    2. ପ୍ରତ୍ୟେକ ଚର୍ମରକ୍ଷକ ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି ଫେରାଇବା ସମୟରେ ତାହାର ମାଲିକଙ୍କୁ ଏକ ଭାଭଚର ନିର୍ଗମନ କରିବେ ଏବଂ ସେହି ଭାଡରେ ନିମ୍ନଲିଖିତ ସବିଶେଷ ବିବରଣୀ ଅନ୍ତର୍ଗତ କରିଥାଏ   ।
      • ଭାଉଚର ନିର୍ଗମନ ତାରିଖ
      • ଲାଇସେନସ ସପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟବସାୟର ନାମ , ଠିକଣା ,  ଏବଂ ସ୍ଥାନ
      • ଲାଇସେନସ ନମ୍ବର
      • ଜାତି ବା ସ୍ପେଶିସମାନଙ୍କ ନାମ ସମେତ ବର୍ଣ୍ଣନା
      • ଉପଲବ୍ଧ ମୁଖ୍ୟ
      • ଯେଉଁ ବ୍ୟକ୍ତିଙ୍କୁ ଭାଉଛାଡ଼ ନିର୍ଗମିତ ହୋଇଛି ତାଙ୍କ ନାମ ଏବଂ ଠିକଣା ଏବଂ
      • ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କର ସ୍ଵାକ୍ଷର

    ଭାଉଚର ରୂପେ ବିଲ, କ୍ୟାସ ମେମୋ କିପରି ରକ୍ଷଣାବେକ୍ଷଣ

    1. ନିୟମ ୪୨ ରେ ସୂଚିତ ପ୍ରତ୍ୟେକ ବିଲ , କ୍ୟାସ ମେମୋ କିମ୍ବା ଯଥାସ୍ଥିତି ଭାଉଚର ତିନି ପ୍ରତିଲିପିର ହେବ ଏବଂ କ୍ରମାନ୍ଵୟରେ ସଂଖ୍ୟାୟିତ ହେବ   ।
    2. ପ୍ରତ୍ୟେକ ବିଲ କ୍ୟାସ ମେମୋ କିମ୍ବା ଭାଉଚରର ପ୍ରତିରୂପ ଏବଂ ତିନି ପ୍ରତିଲିପି ବିଶିଷ୍ଟ ନକଲ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ରଖାଯିବ ଏବଂ ମୂଳ ନକଲ –
      • ଏକ ବିଲ କିମ୍ବା କ୍ୟାସ ମେମୋ କ୍ଷେତ୍ରରେ , ଖରିଦଦାରଙ୍କୁ ପ୍ରଦାନ ହେବ ଏବଂ
      • ଏକ ଭାଉଚର କ୍ଷେତ୍ରରେ ଟ୍ରଫିର ମାଲିକଙ୍କୁ ପ୍ରଦାନ ହେବ   ।
    3. ଅଲେଖା ଭାଉଚର ଅନ୍ତର୍ଗତ ପ୍ରତ୍ୟେକ ବହିକୁ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କ ନିକଟରରେ ବ୍ୟବହାରରେ ଆଣିବା ପୂର୍ବରୁ ସେହି ବହି ଉପରେ ତାଙ୍କର ସଂକ୍ଷିପ୍ତ ସ୍ଵାକ୍ଷର କିମ୍ବା ମୋହର ସଂଯୁକ୍ତ କରିବା ପାଇଁ ଉପସ୍ଥାପିତ ହେବ  ।
    4. ପ୍ରତ୍ୟେକ ବିଲ କ୍ୟାସ ମେମୋ କିମ୍ବା ଭାଉଚରର ପ୍ରତିରୂପ ନକଲ ନିୟମ ୪୫ ରେ ସୂଚିତ ମାସିକ ଋଟର୍ଣ୍ଣ ସହ ସଂଲଗ୍ନ କରି ପଠାଯିବ   ।

    ରେଜିଷ୍ଟର ରକ୍ଷଣାବେକ୍ଷଣା

    1. ବନ୍ଦୀ ପଶୁ,  ପଶୁଦ୍ରବ୍ୟ,  ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫି କିମ୍ବା ସେଥିରୁ ବାହାର କରାଯାଇଥିବା ମାଂସର ଜଣେ ଲାଇସେନସ ପ୍ରାପ୍ତ ବ୍ୟବସାୟର ଫର୍ମ ନଂ ୨୧ ରେ ରେଜିଷ୍ଟର ରକ୍ଷଣାବେକ୍ଷଣା କରିବେ   ।
    2. ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ଯେ କି ଜଣେ ଚର୍ମରକ୍ଷକ କିମ୍ବା ପଶୁ ଦ୍ରବ୍ୟଗୁଡିକର ଜଣେ ନିର୍ମାତା ସେ ଫର୍ମ ନଂ ୨୩ ରେ ଏକ ରେଜିଷ୍ଟର ରକ୍ଷଣାବେକ୍ଷଣା କରିବେ   ।
    3. କୌଣସି ଖାଇବା ଗୃହରେ ମାଂସ ରନ୍ଧନ କିମ୍ବା ପ୍ରଦାନ ପାଇଁ ପ୍ରାଧିକୃତ ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ଫର୍ମ ୨୩ ରେ ଏକ ରେଜିଷ୍ଟର ରକ୍ଷଣାବେକ୍ଷଣା କରିବେ   ।
    4. ଜଣେ ଲାଇସେନସପ୍ରାପ୍ତ ବ୍ୟକ୍ତି ସୁନିଶ୍ଚିତ ହେବେ ଯେ ଏହି ନିୟମାନୁଯାୟୀ ତାଙ୍କ ଦ୍ଵାରା ରକ୍ଷଣାବେକ୍ଷଣା ହେବାକୁ ଥିବା ଆବଶ୍ୟକୀୟ ରେଜିଷ୍ଟର , ବ୍ୟବସାୟ ସମାପ୍ତି ଦିନ ପୂର୍ବରୁ ଅଦ୍ୟାବିଧି ଅଣାଯାଇଛି   ।

    ରିଟର୍ଣ୍ଣ ଦାଖଲ

    1. ପ୍ରତ୍ୟେକ ଲାଇସେନସପ୍ରାପ୍ତ ବ୍ୟକ୍ତି ଏକ ମାସିକ ରିଟର୍ଣ୍ଣ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କ ନିକଟରେ ଦାଖଲ କରିବେ । ସେଥିରେ ଏକ ମାସକ୍ରମରେ ନିୟମ ୪୪ ରେ ସୂଚିତ ପ୍ରାସଙ୍ଗିକ ରେଜିଷ୍ଟରରେ ତାଙ୍କ ଦ୍ଵାରା ପ୍ରସ୍ତୁତ ଦରଜ ର ଏକ ଠିକ ନକଲ ପ୍ରଦାନ କରିବେ ଯାହା ସେହି ଦରଜ ର ଠିକ ନକଲ ରୂପେ ଲାଇସେନସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ଵାରା ଯଥାର୍ଥଭାବେ ପ୍ରମାଣିତ ଏବଂ ସ୍ଵାକ୍ଷରିତ ହୋଇଥିବ  ।
    2. ଉପପ୍ରକରଣ (୧) ଅନୁଯାୟୀ ନିମ୍ନଲିଖିତ ମାସ ଯାହା ପାଇଁ ରିଟର୍ଣ୍ଣ ସମ୍ବନ୍ଧିତ ସେହି ମାସରେ ଦଶମାଂଶ ଦ୍ଵାରା ରିଟର୍ଣ୍ଣ ଦାଖଲ ହେବ  ।

    ଆଧାର – ଲଅ ହାଉସ

    Last Modified : 10/11/2023



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate