ଦଫା ୫୦ ଅନୁଯାୟୀ ଜବତ ହୋଇଥିବା ମାଂସ କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ନିକାସ :-
ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଦଫା ୫୦ ର ବ୍ୟବସ୍ଥାନୁଯାୟୀ ଜବତ ହୋଇଥିବା କୌଣସି ମାଂସ କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ସର୍ବସାଧାରଣ ନିଲାମରେ ବିକ୍ରୟ ପାଇଁ ବ୍ୟବସ୍ଥା କରିବେ ଏବଂ ବିକ୍ରି ଆୟ ଏକ ସରକାରୀ ଟ୍ରେଜେରୀରେ “୧୧୩ – ଜଙ୍ଗଲ ,(ଖ) ଅନ୍ୟାନ୍ୟ ରସିଦ -୪- ଅନ୍ୟାନ୍ୟ ବିବିଧ ରସିଦ “ ଶୀର୍ଷରେ ଜମାକୃତ ହେବ ।
ଫି ବା ଦେୟ , ଜମା ଏବଂ ରୟାଲିଟିର ଆକଳନ :-
ଏହି ନିୟମାବଳୀର କୌଣସି ବ୍ୟବସ୍ଥାନୁଯାୟୀ ଦେୟଯୋଗ୍ୟ ସମତ ଫିସ ବା ଦେୟ ଏବଂ ଜମା ବା ରୟାଲିଟି ରୂପେ ଉପଲ୍ଲବ୍ଧ କୌଣସି ଅର୍ଥରାଶି ଏକ ସରକାରୀ ଟ୍ରେଜେରୀରେ :୧୧୩ ଜଙ୍ଗଲ,(ଖ) ଅନ୍ୟାନ୍ୟ ରସିଦ -୪- ଅନ୍ୟାନ୍ୟ ବିବିଧ ରସିଦ “ ଶୀର୍ଷରେ ଜମାକୃତ ହେବ ।
ଅପରାଧ ରଫା କରିବା କ୍ଷମତା :-
ଦଫା ୫୪ ଉଦ୍ଦେଶ୍ୟରେ ନିମ୍ନଲିଖିତ ଅଫିସରମାନେ , ଆଇନ ବିପକ୍ଷରେ କୌଣସି ଅପରାଧର ରଫା ଦ୍ଵାରା ଅର୍ଥରାଶି ପ୍ରଦାନ ଗ୍ରହଣ କରିବାକୁ ଏବଂ ତାଙ୍କ କ୍ଷେତ୍ରାଧିକାରର ଅଞ୍ଚଳ ମଧ୍ୟରେ ଜବତ ହୋଇଥିବା କୌଣସି ସମ୍ପତ୍ତି ମୂଲ୍ୟର ଅର୍ଥପ୍ରଦାନ ଖଲାସ କରିବାକୁ କ୍ଷମତାୟିତ ହେବେ, ଯଥା -
ଅପରାଧଗୁଡିକର ସଂଜ୍ଞାନ ( ନିୟମ ୪୯) :
ନିମ୍ନଲିଖିତ ଅଫିସରମାନେ ଦଫା ୫୫ ଅନୁଯାୟୀ ଫରିଆଦ କରିବାକୁ ପ୍ରାଧିକୃତ ହେବେ ଯଥା :-
(ନିୟମ ୪୯ (କ))ଏହି ନିୟମାବଳୀର ବ୍ୟାଖ୍ୟା ସମ୍ବନ୍ଧରେ ଯଦି କୌଣସି ପ୍ରଶ୍ନ ଉଦ୍ରେକ ହୁଏ ତେବେ ତାହା ନିଷ୍ପତ୍ତି ପାଇଁ ସରକାରଙ୍କୁ ସୂଚିତ ହେବ ।
ଏହି ନିୟମାବଳୀ ପ୍ରାରମ୍ଭ ଠାରୁ ଓଡିଶା ଜଙ୍ଗଲ ଶିକାର ନିୟମାବଳୀ ,୧୯୭୩ ନିରସିତ ହେବ :-
ପୁନଶ୍ଚ ଉଲ୍ଲେଖଥାଉ ଯେ ସେପରି ନିରସିତ ନିୟମାନୁଯାୟୀ ଗୃହିତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ପୂର୍ବଗାମୀ ପରନ୍ତୁକ ବା ପ୍ରୋଭିଜୋ ସାପେକ୍ଷରେ ଏହି ନିୟମାବଳୀର ବ୍ୟବସ୍ଥା ସହ ଯେତେଦୂର ଏହା ଅସଙ୍ଗତ ହୋଇ ନଥାଏ , କୃତ କିମ୍ବା ଗୃହିତ ବୋଲି ଏହି ନିୟମାବଳୀର ଅନୁରୂପ ବ୍ୟବସ୍ଥାନୁଯାୟୀ ବିବେଚିତ ହେବ ଏବଂ ତଦନୁଯାୟୀ ବଳବତ୍ତର ରହିବ ଯେ ପର୍ଯ୍ୟନ୍ତ ଏହି ନିୟମାବଳୀ ଅନୁଯାୟୀ ଗୃହିତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ଦ୍ଵାରା ଏହା ଅଧିକ୍ରାନ୍ତ ହୋଇଥାଏ ।
ଆଧାର – ଲଅ ହାଉସ
Last Modified : 9/1/2023