অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଡିଟ, ଇନ୍ସପେକ୍ସନ, ଇନକ୍ଵାରୀ ଏବଂ ସରଚାର୍ଜ (ଭାଗ -୧)

ନିୟମ.୫୭ ଅଡିଟ

ନିବନ୍ଧକ ଯେପର୍ଯ୍ୟନ୍ତ କୌଣସି ସମିତି ଓ ସମିତି ସମୂହଙ୍କ ନିର୍ଦ୍ଦେଶ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଅର୍ଥାତ ସମବାୟ ବର୍ଷ ଶେଷ ହେବା ତାରିଖ ପୂର୍ବରୁ ଅଡିଟ ଶେଷ କରାଯିବ ନାହିଁ ।

ସଂଶୋଧନ - ୧୯୯୯

କଥିତ ନିୟମାବଳୀର ନିୟମ ୫୭ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ ।  ଯଥା-

୫୭ ହିସାବ ତନଖି - ଆଇନର ଧାରା  ୩୧ର ଉପ-ଧାରା (୧) ରେ ଉଲ୍ଲେଖିତ ଯେକୌଣସି ପଦ୍ଧତିରେ ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ସମିତି ସାହାଯ୍ୟପ୍ରାପ୍ତ ହୋଇଛି ମହା ସମୀକ୍ଷକ ସେପରି ସମିତି ହିସାବରେ ସମୀକ୍ଷା ବା ତନଖି ଏଠି ନିମନ୍ତେ ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଜଣେ ଅଥବା ଅଧିକ ବିଭାଗୀୟ ସମୀକ୍ଷକଙ୍କ ଦ୍ଵାରା କରାଇବେ ।

ସ୍ପଷ୍ଟୀକରଣ - “ବିଭାଗୀୟ ସମୀକ୍ଷକ  ବା ବିଭାଗୀୟ ଅଡିଟର  “କହିଲେ ସେହି ବ୍ୟକ୍ତିଙ୍କୁ ବୁଝାଇବ, ଯେଉଁ ବ୍ୟକ୍ତି ସମିତିର ହିସାବ ତନଖି କରିବା ଉଦ୍ଦେଶ୍ୟରେ ଯେକୌଣସି ପଦବୀ ଦ୍ଵାରା ରାଜ୍ୟ ସରକାରଙ୍କ ବେତନ ନାମାବଳୀର ନିଯୁକ୍ତି ପାଇଥିବେ ଏବଂ ମହା- ସମୀକ୍ଷକ ପ୍ରଶାସନିକ ନିୟନ୍ତ୍ରଣାଧିନରେ କାର୍ଯ୍ୟ କରୁଥିବେ । (ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୫୮. ଅଡିଟର

  1. ୬୨ ଦଫାନୁଯାୟୀ କରାଯାଇଥିବା ଅଡିଟ,  ସମସ୍ତ କ୍ଷେତ୍ରରେ ପୂର୍ବୋକ୍ତ ଅଡିଟର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯିବ ଏବଂ ତତକ୍ଷଣାତ ଅଡିଟର କାର୍ଯ୍ୟଧାରା ସମବାୟ ବର୍ଷ ଶେଷ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ଅଥବା କୌଣସି ତାରିଖରେ ଅଡିଟ କରାଯିବ   ।
  2. ନିବନ୍ଧକ ଯେ ପର୍ଯ୍ୟନ୍ତ ନିର୍ଦ୍ଦେଶ ନଦେଇଛନ୍ତି, ସେ ପର୍ଯ୍ୟନ୍ତ ଆଇନର ୬୨ ଦଫାରେ ବ୍ୟବସ୍ଥା କରାଯାଇଥିବା ବ୍ୟବସ୍ଥାନୁଯାଇ ସମିତିର ଅଡିଟ,  ସମିତିର ରେଜିଷ୍ଟାର୍ଡ ଅଫିସ ଦ୍ଵାରା ପରିଚାଳିତ ହେବ ।
  3. ଅଡିଟ ସମାପ୍ତ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାହାଯ୍ୟ ଓ ସହଯୋଗ ନିମନ୍ତେ ସମିତିର ଅଫିସର ଓ କର୍ମଚାରୀବୃନ୍ଦ ସାହାଯ୍ୟ ଓ ସହଯୋଗ କରିବା ସଙ୍ଗେ ସଙ୍ଗେ ଏଥିନିମନ୍ତେ ଅଡିଟର ଆବଶ୍ୟକ କରୁଥିବା ହିସାବ ଓ ଷ୍ଟକର ପରୀକ୍ଷା ତଥା ସଭ୍ୟତା ନିରୂପଣ କରିବା ପାଇଁ ବିବରଣୀ ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ସମିତି ଅଫିସର ଓ କର୍ମଚାରୀମାନଙ୍କର ସାହାଯ୍ୟ ଓ ସହଯୋଗ ମଧ୍ୟ ଅପରିହାର୍ଯ୍ୟ  ।
  4. ୬୨ ଦଫାର ଉପ ଦଫା ୧ ଅନୁଯାୟୀ ନିଯୁକ୍ତ ହୋଇଥିବା ସମିତିର ବାର୍ଷିକ ସାଧାରଣ ଅଧିବେଶନରେ ଉପସ୍ଥିତ ହେବାର ଏବଂ ଅଡିଟ ରିପୋର୍ଟର ବିଷୟଗତ ସମସ୍ତ ପ୍ରଶ୍ନର କୈଫିୟତ ଦେବାର ଅଧିକାର ଅଛି ।
  5. ସମିତିର ଆବେଦନ ତଥା ଅନ୍ୟ କାରଣରୁ ଯଦି ନିବନ୍ଧକ ଉପଲବ୍ଧ କରନ୍ତି ବା ଯଦି ନିବନ୍ଧକଙ୍କୁ ପ୍ରତୀୟମାନ ହୁଏ ଯେ, ଆବଶ୍ୟକତା ଓ ସମୀଚୀନତା ଦ୍ରୁଷ୍ଟିରୁ ସମିତିର କୌଣସି ହିସାବ ପୁନଶ୍ଚ ଅଡିଟ କରାଯାଇବ, ତେବେ ନିବନ୍ଧକ ପୁନଶ୍ଚ ଅଡିଟ ପାଇଁ ଆଦେଶର ବ୍ୟବସ୍ଥା କରିପାରନ୍ତି ଏବଂ ସମିତିର ହିସାବ ଅଡିଟରରେ ପ୍ରଜୁର୍ଯ୍ୟ ବା ଲାଗୁ ହେଉଥିବା ଏହି ଆଇନର ବ୍ୟବସ୍ଥା ଉପରୋକ୍ତମତେ କରାଯାଇଥିବା ପୁନଶ୍ଚ ଅଡିଟରେ ଲାଗୁହେବ ।

ସଂଶୋଧନ - ୧୯୯୭

  1. କଥିତ ନିୟମାବଳୀର ନିୟମ ୫୮ରେ -
    • ଶବ୍ଦ “ନିବନ୍ଧକ“ ଯେଉଁଠାରେ ପ୍ରତୀୟମାନ ହେବ,  ସେଠାରେ ଶବ୍ଦାବଳୀ ମହା - ସମୀକ୍ଷକ (ଅଡିଟର- ଜେନେରାଲ)ପ୍ରତିସ୍ଥାପିତ ହେବ ।
    • ଉପ- ନିୟମ (୫) ନିମନ୍ତେ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା –

    “(୫) ଧାରା ୬୨ ଉପଧାରା (୨) ପ୍ରକରଣ ବା ଖଣ୍ଡ ଅନୁସାରେ ଏକ ସମିତିର ହିସାବର ଯେକୌଣସି ସ୍ଵତନ୍ତ୍ର ବା ବିଶେଷ ସମୀକ୍ଷା, ପୁନଃ ସମୀକ୍ଷା ଅଥବା ସମବର୍ତ୍ତୀ ସମୀକ୍ଷା (ଅଡିଟର ଜେନେରାଲ)ଙ୍କ ଦ୍ଵାରା ସମୟକୁ ସମୟ ବର୍ଦ୍ଧିତ କରାଯାଇପାରେ ଏବଂ ତାହା ଲିଖିତଭାବେ ଲିପିବଦ୍ଧ କରାଯିବ, ସେ ଯାହାହେଉନା କାହିଁକି ମୋଟ ସମୟ କୌଣସି କ୍ଷେତ୍ରରେ ଅଡିଟ ଶେଷ  ହେବା ତାରିଖରୁ  ୩ ମାସରୁ ଅଧିକ ହେବ ନାହିଁ ।

    ଉଲ୍ଲେଖଥାଉ କି, ଦୈନନ୍ଦିନ ଭିତ୍ତିରେ କରାଯାଉଥିବା ଯେକୌଣସି ସମବର୍ତ୍ତୀ ଅଡିଟ କୁ ଏହି ଉପ - ନିୟମର କୌଣସି ବିଷୟବସ୍ତୁ ପ୍ରଜୁଜ୍ୟ ହେବ ନାହିଁ ଯେଉଁ କ୍ଷେତ୍ରରେ ସେଭଳି ରିପୋର୍ଟ ମହା- ସମୀକ୍ଷକ (ଅଡିଟର ଜେନେରାଲ) ଙ୍କ ଦ୍ଵାରା ନିର୍ଦ୍ଦେଶ ମତେ ସେପରି ଭିତ୍ତିରେ ସମାପ୍ତ କରାଯାଉଥିବ ।

    ପୁନଶ୍ଚ ଉଲ୍ଲେଖ ଥାଉକି, ମହା-ସମୀକ୍ଷକ  (ଅଡିଟର ଜେନେରାଲ) ଙ୍କ ତାରଫରୁ ଅଡିଟ ପରିଚାଳନା କରୁଥିବା ପ୍ରତ୍ୟେକ ଅଡିଟର ତତକ୍ଷଣାତ  ତା ସହିତ ପ୍ରାପ୍ତ , ଯେପରି ଅଥବା କେତେବେଳେ ଦାଖଲ ହୋଇଥିଲା ଅଥବା ସମିତିଠାରୁ ପ୍ରାପ୍ତ ସମସ୍ତ ଆପତ୍ତି , ମେମୋ ଏବଂ ପାଳନର ନକଲମାନ ମହା - ସମୀକ୍ଷକ (ଅଡିଟର ଜେନେରାଲ) ଙ୍କୁ ପୃଷ୍ଠାଙ୍କନ କରିବେ ଯେକି ସେଗୁଡିକ ହିସାବକୁ ନେଇ ଉପଯୁକ୍ତ ବିବେଚନା ମତେ ସମିତି ସେପରି କୌଣସି ନିର୍ଦେଶ ଦେବେ ।

  2. ମହା- ସମୀକ୍ଷକ (ଅଡିଟ ଜେନେରାଲ) ଆଇନ, ନିୟମାବଳୀ ଏବଂଉପବିଧିର ବ୍ୟବସ୍ଥାକୁ ଭିତ୍ତିକରି ଉପଯୁକ୍ତ ବିବେଚନା ସହ ସମିତିକୁ ସେପରି କୌଣସି ନିର୍ଦ୍ଦେଶ ସହ ରସିଦ ଏବଂ ଭାର ଜମା ଖର୍ଚ୍ଚ ପତ୍ର ଲାଭ ଏବଂ କ୍ଷତି ହିସାବ ଏବଂ ସମିତିର ଚୁଡାନ୍ତ ଏନଆଇଟି ଲାଭର ଏକ ବିବରଣୀ ଅନ୍ତବିଷ୍ଟ କରି ଅଡିଟ ରିପୋର୍ଟର ନକଲମାନ ସମିତି ଓ ସମିତିର ଯେଉଁତିରେ ସହବଦ୍ଧ, ସେଠାକୁ ଓ ନିବନ୍ଧକ ଅଥବା ଆବଶ୍ୟକସ୍ଥଳେ ସମିତି ସମ୍ପକରେ ନିବନ୍ଧକଙ୍କ କ୍ଷମତାମାନ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ନିକଟକୁ ପଠାଇବେ ।
  3. ସମିତିର କମିଟି ଅଡିଟ ରିପୋର୍ଟ ପାଇବା  ପରେ ତାହାକୁ ବିଚାର କରିବ ଏବଂ ତଦୁପରି ଅନୁପାଳନ ବା ପାଳନ ଦେଇ ତାହା ପାଇବା ତାରିଖରୁ ଏକ ମାସ ଅଥବା ମହା- ସମୀକ୍ଷକ  (ଅଡିଟର- ଜେନେରାଲ) ଙ୍କ ଦ୍ଵାରା ଅନୁମତିପ୍ରାପ୍ତ ସେପରି କୌଣସି ଅଧିକ ସମୟ ମଧ୍ୟରେ ମହା ସମୀକ୍ଷକ  (ଅଡିଟର- ଜେନେରାଲ) ଙ୍କ ନିକଟରେ ଦାଖଲ କରିବେ ଏବଂ ସେପରି ଅନୁପାଳନ କରିବାକୁ କମିଟି ଅସଫଳ ହେଲେ ମହା ସମୀକ୍ଷକ  (ଅଡିଟର- ଜେନେରାଲ) ହୁଏତ ଉପଯୁକ୍ତ ବିବେଚନା କରି ଆଇନ, ନିୟମ ବଳୀ ଏବଂ ଉପ-ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଅଧିଗ୍ରହଣ ନିବନ୍ଧକ ଅଥବା ଆବଶ୍ୟକସ୍ଥଳେ ସମିତି ପାଇଁ ନିବନ୍ଧକଙ୍କ କ୍ଷମତା ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ନିକଟରେ ଉପସ୍ଥାପିତ କରିବେ ।
  4. ଉପ- ନିୟମ(୩) ଅନୁଯାୟୀ କରାଯାଇଥିବା ଅଧିଗ୍ରହଣ ପ୍ରାପ୍ତ ଅଥବା ପରେ ନିବନ୍ଧକଙ୍କ ଦ୍ଵାରା କୌଣସି ପଦ୍ଧତିରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ, ଯେକି ଆଇନ ଏହି ନିୟମାବଳୀ ଅନୁଯାଇ ତଦନ୍ତଗର୍ତ ବା ସେଥିରେ ଆବଶ୍ୟକମତେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।(ଏସ.ଆର.ଓ.ସଂଖ୍ୟା.୧୭/୯୭, ତା ୨୩.୦୪.୧୯୯୭)

ନିୟମ  ୫୯. ଅଡିଟରଙ୍କ ରିପୋର୍ଟ

ଅଡିଟର ଅଡିଟ ରିପୋର୍ଟ ସହିତ ଅଡିଟ କରଯାଇଥିବା ହିସାବରେ ବିବରଣୀ ନିବନ୍ଧକଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ। ଅଡିଟ ରିପୋର୍ଟ ନିମ୍ନଲିଖିତ ବିବରଣୀମାନ ସ୍ଥାନ ପାଇବ, ଯଥା –

  • ଅଡିଟରଙ୍କୁ ଯଦି ପ୍ରତୀୟମାନ ହୁଏ ଯେ, ପ୍ରତ୍ୟେକ କାରବାର ସମିତିର ଆଇନ ନିୟମାବଳୀ ତଥା ଉପବିଧି ସହିତ ବୈଷମ୍ୟ ପ୍ରଦର୍ଶନ କରୁଛି, ତେବେ ତାହାର ବିବରଣୀ
  • ହିସାବକୁ ନିଆ ନ ଯାଇ ରଖାହୋଇଥିବା ସମସ୍ତ ଅର୍ଥର ବିବରଣୀ
  • କୌଣସି ବ୍ୟକ୍ତିର ସଂପତ୍ତି ଅଥବା କୌଣୟ ଅର୍ଥ, ବିଶ୍ଵାସଭଙ୍ଗଳ ଉଦ୍ଦେଶ୍ୟ ପ୍ରଣୋଦିତ ଅବହେଳା ଅଥବା ଆତ୍ମାସତକାରଣ ଅତହବା ପ୍ରତାରଣାପୂର୍ବକ ଅଟକ କାରଣରୁ ଯଦି ପରିମାଣର ଅଭାବ ହୁଏ ଅଥବା କ୍ଷତି ହୁଏ, ତେବେ ତାହାର ବିବରଣୀ
  • ଯଦି ଅଡିଟରଙ୍କୁ ପ୍ରତୀୟମାନ ହୁଏ, ଯେ, କୌଣସି କାରବାରରେ ପୁନଶ୍ଚ ଅନୁସନ୍ଧାନ ଆବଶ୍ୟକ ରହିଛି, ତେବେ ତାର ବିବରଣୀ ;
  • ଖରାପ ସଂପତ୍ତି ରୂପେ ପ୍ରତିୟମାନ ହେଉଥିବା ଯେକୌଣସି ସଂପତ୍ତିର ବିବରଣୀ
  • [ ନିବନ୍ଧକଙ୍କ] ଦ୍ଵାରା ନିର୍ଦ୍ଦେଶିତ ଅନ୍ୟାନ୍ୟ ବିଷୟବସ୍ତୁର ବିବରଣୀ
  • ଅଡିଟର [ କିମ୍ବା ଅଡିଟିଙ୍ଗ ଫାର୍ମ ] ଆବଶ୍ୟକ କରୁଥିବା ସମସ୍ତ ସମ୍ବାଦ ଏବଂ କୈଫିଯତ ବା ସ୍ପଷ୍ଟୀକାରଣ ସେ ନିଜେ ପାଇଛନ୍ତି କି ନାହିଁ, ତାହାର ବିବରଣୀ
  • ଅଡିଟରଙ୍କ ମତରେ ରିପୋର୍ଟ ଉଲ୍ଲଖିତ ଜମା ଖର୍ଚ୍ଚ ପତ୍ର ଏବଂ ଲାଭ ଓ କ୍ଷତିର ହିସାବ ଆଇନ ଅନୁଯାୟୀ ଚିଠା କରଯାଇଛି କି ନାହିଁ,  ତାହର ବିବରଣୀ
  • ଅଡିଟରଙ୍କୁ ଦିଆଯାଇଥିବା ଅସମବାଦ ତଥା ସ୍ପଷ୍ଟୀକାରଣ ଅନୁଯାୟୀ ସେଭଳି ଜମା ଖର୍ଚ୍ଚ ପତ୍ର ରାଜ୍ୟ ସମିତି ବିଷୟରେ ସତ୍ୟ ଓ ନିର୍ଭୁଲ ହିସାବ ପ୍ରକାଶ କରୁଛି କି ନାହିଁ ଏବଂ ସମିତିର ବହିରେ ପ୍ରକାଶ କରାଯାଇଛି କି ନାହିଁ, ତାହାର ବିବରଣୀ
  • ଅଡିଟରଙ୍କ ମତରେ ଆଇନ, ନିୟମାବଳୀ ତଥା ଉପ-ବିଧିର ଆବଶ୍ୟକମତେ ସମିତି ଦ୍ଵାରା ବହି ଓ ହିସାବ ରଖାଯାଇଛି କି ନାହିଁ ତାହର ବିବରଣୀ
  • ସମିତିର ପ୍ରାପ୍ୟ ବା ସମିତିକୁ ଦେୟ,  ପରିବ୍ୟୟ ପରିମାଣ ଅଥବା ଆଦାୟଯୋଗ୍ୟ ଅର୍ଥରେ କୌଣସି ଅତ୍ୟାବଶ୍ୟକ ଅନୁପଯୋଗୀତା ଅଥବା ଅନିଶ୍ଚିତତା ବା ଅନିୟମିତତା ପରିଲିଖିତ ହେବାର ବିବରଣୀ ।
  • ପ୍ରକରଣ ଜ,  ଝ, ଞ୍ଜ ଅଥବା ଟରେ ଉଲ୍ଲେଖ କରାଯାଇଥିବା ଯେକୌଣସି ବିଷୟ ସମ୍ପର୍କରେ ଯେତେବେଳେ ମନ୍ତବ୍ୟ ସହିତ ନ୍ୟସ୍ତିସୂଚକ ଉତ୍ତର ମିଳେ, ସେତେବେଳେ ସେଭଳି ଉତ୍ତର କରଣ ରିପୋର୍ଟରେ ବର୍ଣ୍ଣନା କରାଯିବ ।

ସଂଶୋଧନ- ୧୯୯୭

ନିୟମ ୫୯ର ସଂଶୋଧନ -

କଥିତ ନିୟମାବଳୀର ନିୟମ  ୫୯ରେ -

  • ଶବ୍ଦ “ନିବନ୍ଧକ“ ଯେଉଁଠାରେ ଦୃଶ୍ୟମାନ ହେଉଥିବ, ସେଠାରେ ଶବ୍ଦାବଳୀ, ମହା ସମୀକ୍ଷକ (ଅଡିଟର – ଜେନେରାଲ) ପ୍ରତିସ୍ଥାପିତ ହେବ ।
  • ପ୍ରକରଣ ବା ଖଣ୍ଡ (ଟ) ପରେ ନିମ୍ନଲିଖିତ ପ୍ରକରଣ ବା ଖଣ୍ଡ ସନ୍ନିବିଷ୍ଟ ହେବ  । ଯଥା –
  • “(ଟ-୧) ଆଇନ, ନିୟମାବଳୀ ଏବଂ ଉପ- ବିଧି ବଳବତ୍ତର ଥିବା ସମୟରେ ଯଦି ସମିତିର ଆର୍ଥିକ ଅଥବା ଅନ୍ୟାଥକୁ ପ୍ରଭାବିତ କରି ସମିତିର ଗଠନ, କାର୍ଯ୍ୟ ଏବଂ କାରବାରରେ କୌଣସି ଅନିୟମତତା ଦେଖାଯାଏ ଅଥବା ଦେଖାଯାଏ ନାହିଁ । (ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୦. ଅଡିଟର ପରିବ୍ୟୟ

  1. ରାଜ୍ୟ ସରକାରଙ୍କ ପୂର୍ବୋକ୍ତ ଅନୁମୋଦନ ତଥା ନିବନ୍ଧକଙ୍କ ଦ୍ଵାରା ସ୍ଥିର କରାଯାଇଥିବ ପରିମାଣ ଅନୁଯାୟୀ ସମିତି ପ୍ରତ୍ୟେକ ସମବାୟ ବର୍ଷ ନିମନ୍ତେ ଅଡିଟ କରାଯାଇଥିବା ହିସାବ ପାଇଁ ରାଜ୍ୟ ସରକାରଙ୍କୁ ଫିସ ଦେବେ  ।  ପ୍ରକାଶଥାଉକି ରାଜ୍ୟସରକାର ସାଧାରଣ କିମ୍ବା ବିଶେଷ ଆଦେଶ ଦ୍ଵାରା ଗୋଟିଏ କିମ୍ବା ସମିତି ସମୂହନଙ୍କ ସେଭଳି ଫିସ ଦେବା ଦାୟିତ୍ଵରୁ ପୁନ୍ନ କିମ୍ବା ଆଂଶିକଭାବରେ ଛାଡ କରିପାରନ୍ତି ।
  2. ପୁନଶ୍ଚ ଉଲ୍ଲେଖଥାଉକି, ରେଜିଷ୍ଟ୍ରାର ଲିଖିତାକାରରେ କାରଣ ଲିପିବଦ୍ଧ କରି କୌଣସି ଏକ ନିର୍ଦ୍ଧିଷ୍ଟ ସମବାୟ ସମିତି ଦ୍ଵାରା ଅଥବା ନିର୍ଦ୍ଧିଷ୍ଟ ଶ୍ରେଣୀର ସମବାୟ ସମିତି ସମୂହଙ୍କ ଦ୍ଵାରା କୌଣସି ସମବାୟ ବର୍ଷ ନିମନ୍ତେ ଅଥବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ପାଇଁ ଦିଆଯିବା ଫିସକୁ ସଂପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଛାଡ କରିପାରନ୍ତି ।

  3. ଅଡିଟ ସମାପ୍ତି ପରେ ନିବନ୍ଧକଙ୍କ ନିର୍ଦ୍ଦେଶନୁଯାୟୀ ସ୍ଥିରୀକୃତ ସମୟ ମଧ୍ୟରେ ସମିତି ଦ୍ଵାରା ଫିସ ଦାଖଲ କରାଯିବ ।

ସଂଶୋଧନ – ୧୯୯୭

ନିୟମ ୬୦ର ସଂଶୋଧନ -

  1. କଥିତ ନିୟମାବଳୀର ନିୟମ ୬୦ର
    • ଉପ- ନିୟମ (୧) ପାଇଁ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବା, ଯଥା-
    • “ପ୍ରତ୍ୟେକ ସମିତି,  ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରଯାଉଥିବା ହାର ଅନୁଯାୟୀ ପ୍ରତ୍ୟେକ ସମବାୟ ବର୍ଷ ନିମନ୍ତେ ତାହାର ହିସାବ ତନଖି ବା ସମୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ଫିସ ପ୍ରଦାନ କରିବେ ।“

      ଉଲ୍ଲେଖଥାଉକି, ରାଜ୍ୟ ସରକାର ହୁଏତ, ଏକ ସାଧାରଣ ଅଥବା ବିଶେଷ ବା ସ୍ଵତନ୍ତ୍ର ଆଦେଶ ଦ୍ଵାରା ଗୋଟିଏ ସମିତି ଅଥବା ସ୍ମୟତିମାନଙ୍କୁ ଯେକୌଣସି ସମବାୟ ବର୍ଷ ନିମତନେ ଅଥବା ଯେ କୌଣସି ନିର୍ଦ୍ଧିଷ୍ଟ ସମୟ ପାଇଁ ସଂପୂର୍ଣ୍ଣ ଆଂଶିକ ଭାବରେ ଉକ୍ତ ଫିସ ଦେବାକୁ ଛାଡ କରିପାରନ୍ତି  ।

    • ଉପନିୟମ(୨)ରେ ଥିବା ଶବ୍ଦ “ନିବନ୍ଧକ” ନିମନ୍ତେ ଶବ୍ଦ ‘ସରକାର' ପ୍ରତିସ୍ଥାପିତ ହେବ।(ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୧. ଆର୍ଥିକ କାରବାର ସମୀକ୍ଷା

ସମିତି ଦ୍ଵାରା କରାଯାଇଥିବା ଖର୍ଚ୍ଚ ଅଥବା ଆଦାୟ କରାଯାଇଆଥିବା ଅର୍ଥ ସମ୍ପର୍କରେ କୌଣସି ଅନୁପଯୋଗିତା ଅଥବା ଅନିୟମିତତା ପରିଲିଖିତ ହେଉଛି କି ନାହିଁ ଅଥବା ସମିତି ଦ୍ଵାରା କରାଯାଇଥିବା ସେପରି ଆର୍ଥିକ କାରବାର ଆଇନ, ନିୟମାବଳୀ, ନିର୍ଣ୍ଣୟ କରିବାକୁ ଅଡିଟର“ କିମ୍ବା ଅଡିଟିଙ୍ଗ ଫାର୍ମ“ ସମିତିର ଆର୍ଥିକ କାରବାର ସମୀକ୍ଷା କରିବେ । ଆର୍ଥିକ କାରବାରରେ ଯଥାର୍ଥତା ସମ୍ପର୍କରେ ଯଦି ଅଡିଟର ଓ ସମିତି ମଧ୍ୟରେ ମତ ପାର୍ଥକ୍ୟ ହୁଏ ତେବେ ନିବନ୍ଧକ ସେ ବିଷୟରେ ନିଷ୍ପତ୍ତି କରିବେ  ଏବଂ ନିବନ୍ଧକଙ୍କ ନିଷ୍ପତ୍ତି ଧରି ନିଆଯିବ ।

ସଂଶୋଧନ – ୧୯୯୭

ନିୟମ ୬୧ର ସଂଶୋଧନ

କଥିତ ନିୟମାବଳୀ ନିୟମ  ୬୧ରେ ଯେଉଁଠାରେ ଶବ୍ଦ  “ନିବନ୍ଧକ” ଦୃଶ୍ୟମାନ ହେବ, ସେଠାରେ ଶବ୍ଦ  “ମହା ସମୀକ୍ଷକ  (ଅଡିଟର- ଜେନେରାଲ)” ପ୍ରତିସ୍ଥାତି ହେବ ।(ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୨. ଅଡିଟ ବିବରଣୀର ଫାର୍ମ

ଅଡିଟର, ନିବନ୍ଧକ ଅନୁମୋଦନ କରିଥିବା ନିର୍ଦ୍ଧାରିତ ଫର୍ମରେ ହିସାବ ବିବରଣୀ ପ୍ରସ୍ତୁତ କରିବେ  ।

ସଂଶୋଧନ -୧୯୯୭

ସଂଶୋଧନ – ୬୨ର ସଂଶୋଧନ

କଥିତ ନିୟମାବଳୀ ନିୟମ ୬୨ ରେ ଯେଉଁଥିରେ ଶବ୍ଦ “ନିବନ୍ଧକ” ଦୃଶ୍ୟମାନ ହେବ,  ସେଠାରେ ଶବ୍ଦ  “ମହା- ସମୀକ୍ଷକ  (ଅଡିଟର – ଜେନେରାଲ) ପ୍ରତିସ୍ଥାପିତ ହେବ । (ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୩ ଏବଂ ୬୪

ନିୟମ ୬୩. ନିକାଶୀ ସମିତିର ଅଡିଟ

ଆଇନ ଓ ନିୟମାବଳୀ ଅନୁଯାୟୀ ତଥା ଅନ୍ୟାନ୍ୟ ସମିତିର ଅଡିଟ ପଦ୍ଧତି ଅନୁଯାୟୀ ନିକାଶୀ ସମିତିର ହିସାବ ସମୀକ୍ଷା  (ଅଡିଟ) କରାଯାଇବ ।

ନିୟମ ୬୪. ଅପ୍ରାପ୍ୟ ଏବଂ ସଂଦିଗଧ ଋଣ

ନିର୍ଦ୍ଧିଷ୍ଟ କେତେକ ସଂପତ୍ତିକୁ ଅପ୍ରାପ୍ୟ ଓ ସଂଦିଗଧ ସଂପତ୍ତି ରୂପେ ଘୋଷଣା କରାଯିବା ପାଇଁ [ଅଡିଟର ଜେନେରାଲ ] ନିର୍ଦ୍ଦେଶନାମା ଜାରି କରିବେ ।

ସଂଶୋଧନ - ୧୯୯୭

ନିୟମ ୬୪ର ସଂଶୋଧନ-

କଥିତ ନିୟମାବଳୀ ନିୟମ  ୬୪ରେ ଯେଉଁଠାରେ ଶବ୍ଦ  “ନିବନ୍ଧକ“ ଦୃଶ୍ୟମାନ ହେବ  ସେଠାରେ ଶବ୍ଦ  “ମହା- ସମୀକ୍ଷକ(ଅଡିଟର – ଜେନେରାଲ)“ ପ୍ରତି ସ୍ଥାପିତ ହେବ ।(ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୫. ଅପ୍ରାପ୍ୟ ଋଣ ତ୍ୟାଗ କରିବା

  1. ଅପ୍ରାପ୍ୟ ଋଣ ତ୍ୟାଗ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଏବଂ ସମବାୟ ସମିତି ଆଇନ ର  ୯୦,୯୧, ଏବଂ  ୧୦୩  ଧାରାନୁଯଯାଇ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କମିଟି ଯଥୋଚିତ ପଦକ୍ଷେପ ନେବେ   ।
  2. କୌଣସି ସଂପତ୍ତି ଅପ୍ରାପ୍ୟ ଓ ଆଦାୟ ଅନୁପଯୋଗୀ ବିବେଚିତ ହୋଇଥିଲେ ଏକ ସାଧାରଣ ବୈଠକ ଦ୍ଵାରା ଏହାକୁ ତ୍ୟାଗ କରାଯାଇପାରିବ   । ଉଲ୍ଲେଖଥାଉକି ସାଧାରଣ ବୈଠକ ଦ୍ଵାରା ସେପରି ତ୍ୟାଗ କରାଯିବା ପୂର୍ବରୁ ଅର୍ଥଯୋଗାଣକାରୀ ବ୍ୟାଙ୍କ କିମ୍ବା ନିବନ୍ଧକଙ୍କ ଅନୁମୋଦନ ଲାଭ କରାଯିବାକୁ  ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିପାରନ୍ତି   ।

ସଂଶୋଧନ – ୧୯୯୭

ସଂଶୋଧନ – ୬୫ର ସଂଶୋଧନ

କଥିତ ନିୟମାବଳୀର ନିୟମ ୬୮ ନିମନ୍ତେ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ  । ଯଥା -

“୬୫. ଅପ୍ରାପ୍ୟ ଆସ୍ତିର ବାଦ ବା ଛାଡ ଅପ୍ରାପ୍ୟ ଆସ୍ତିର ବାଦ ବା ଛାଡ ଅପ୍ରାପ୍ୟ ଏବଂ ଅନାଦେୟ ରୂପେ ବିଚାର କରାଯାଉଥିବା ଯେକୌଣସି ଆସ୍ତି ଏ ସମ୍ପର୍କରେ ମହା ସମୀକ୍ଷକ ( ଅଡିଟର- ଜେନେରାଲ)ଙ୍କ ଯେକୌଣସି ନିର୍ଦ୍ଦେଶକୁ ଭିତ୍ତିକରି ସମିତିର ସାଧାରଣ ସଂଘଦ୍ଵାରା ଛାଡ କରଯାଇପାରେ ବା ବାଦ ଦିଆଯାଇପାରେ ।

ଉଲ୍ଲେଖଥାଉକି ଅପ୍ରାପ୍ୟ ବୋଲି ବିଚାର କରାଯାଇଥିବା ଯେକୌଣସି ଆସ୍ତି କୁ ବାଦ ବା ଛାଡ କରିବାକୁ ଗ୍ରହଣ କରାଯାଉଥିବା, ଯେକୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଉକ୍ତ ଆସ୍ତି ର ପୁନଃଆଦାୟ ନିମନ୍ତେ ଆଇନ ଏବଂ ନିୟମାବଳୀର ବ୍ୟବସ୍ଥାନୁଯାୟୀ କମିଟି ଦ୍ଵାରା ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ  ।(ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୬ ଏବଂ ୬୭

ନିୟମ ୬୬. ଅର୍ଥଯୋଗାଣକାରୀ ବ୍ୟାଙ୍କ, ଶୀର୍ଷ ସମିତି ଅଥବା କେନ୍ଦ୍ରୀୟ ସମିତି ଦ୍ଵାରା ନିରୀକ୍ଷଣ

୬୪ଧାରାର ଉପଧାରା  ୩ ଅନୁଯାୟୀ ଅର୍ଥଯୋଗାଣ ବ୍ୟାଙ୍କ କିମ୍ବା ଶୀର୍ଷ ସମିତି ଅଥବା କେନ୍ଦ୍ରୀୟ ସମିତି ଦ୍ଵାରା କରାଯାଉଥିବା ନିରୀକ୍ଷଣ ନିବନ୍ଧକଙ୍କ ଅନୁମୋଦନ କ୍ରମେ ସେଭଳି ବ୍ୟାଙ୍କ ଅଥବା ସମିତିର କୌଣସି ଅଫିସର ବା ଅନ୍ୟ କୌଣସି କର୍ମକର୍ତ୍ତାଙ୍କ ଦ୍ଵାରା ନିରୀକ୍ଷଣ ପରିଚାଳିତ କରାଯାଇପାରେ ।

ନିୟମ ୬୭. ୬୪ ଧାରା ଅନୁଯାୟୀ ଅଧିକାରୀଙ୍କ ସମିତିର ଖାତା ଏବଂ ରେକର୍ଡ ପତ୍ର ନିରୀକ୍ଷଣ ଏବଂ ଅନ୍ୟାନ୍ୟ କ୍ଷମତା

  1. ନିବନ୍ଧକ ଅଥବା  ୬୪ ଧାରାର ଉପଧାରା  ୧ ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ଏବଂ ଅର୍ଥଯୋଗାଣ ବ୍ୟାଙ୍କ ଅଥବା ଶୀର୍ଷ ସମିତି ଅଥବା କେନ୍ଦ୍ର ସମିତିର ଯେକୌଣସି ଅଫିସର ଅଥବା ଯେକୌଣସି ସଦସ୍ୟ (ବୈତନିକ କର୍ମଚାରୀ), ଯେ କି ୬୪ ଧାରାର ଉପଧାରା ୩ର ପ୍ରକରଣ କ, ଖ,  ଗ ଅନୁଯାୟୀ ସମିତିର ନିରୀକ୍ଷଣ କରିବାକୁ କ୍ଷମତାପ୍ରାପ୍ତ, ସେମାନଙ୍କର ନିମ୍ନଲିଖିତ କ୍ଷମତାମାନ ରହିବ,  ଯଥା –
    • ସେ ସମିତିର ଖାତା ହିସାବ, ଦଲିଲ ଦସ୍ତାବିଜ, ବନ୍ଧକ , ଅର୍ଥ (ନଗଦ ଟଙ୍କା)  ଏବଂ ସମିତିର ରକ୍ଷଣାବେକ୍ଷଣା ଦାୟିତ୍ଵରେ ଥିବା ଅନ୍ୟାନ୍ୟ ସଂପତ୍ତିରେ ସମସ୍ତ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ନିରୀକ୍ଷଣ କରିପାରିବେ ଏବଂ ଉପରୋକ୍ତ ଖାତା,  ହିସାବ, ଦଲିଲ ଦସ୍ତାବିଜ, ବନ୍ଧକ , ଅର୍ଥ (ନଗଦ ଟଙ୍କା)  ଅଥବା ଅନ୍ୟାନ୍ୟ ସମ୍ପତ୍ତିର ଦଖଲରେ ତଥା ରକ୍ଷଣାବେକ୍ଷଣା ଦାୟିତ୍ଵରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ,  ଉପରୋକ୍ତ ଖାତା ହିସାବ ଦଲିଲ ଦସ୍ତାବିଜ ଆଦି ସମିତିର ସଦର ଅଫିସରର କିମ୍ବା ତାହାର ଯେକୌଣସି ଶାଖା କାର୍ଯ୍ୟାଳୟରେ ଦାଖଲ କରିବାକୁ ତଲବ କରିପାରନ୍ତି   ।
    • ସେ ଯେ କୌଣସି ଅଫିସର  ସଦସ୍ୟ ଅଥବା କର୍ମଚାରୀଙ୍କୁ ସମିତି ରେଜିଷ୍ଟାର୍ଡ ଅଫିସରରେ ଅଥବା ଯେକୌଣସି ଶାଖା  କାର୍ଯ୍ୟାଳୟରେ ତାଙ୍କ (ନିରୀକ୍ଷଣ ଅଫିସର) ସମ୍ମୁଖରେ ଉପସ୍ଥିତ ହେବାକୁ ତଲବ କରିପାରନ୍ତି ଏବଂ ସେ ଉପରୋକ୍ତ ବ୍ୟକ୍ତି ସମୂହଙ୍କୁ ଜେରା କରିପାରନ୍ତି, ଏବଂ
    • ସମିତିର କମିଟିର ବୈଠକ ନିମନ୍ତେ ଯେକୌଣସି ନିୟମ ଅଥବା  ଉପ-ବିଧିନିର୍ଦ୍ଧିଷ୍ଟ କରିଥିବା ନୋଟିସର ସମୟ ସତ୍ତ୍ୱେ ନିରୀକ୍ଷକାରୀ ଅଫିସର ସମିତିର ସଦର ଅଫିସ ଅଥବା ଶାଖା କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ କମିଟିର ବୈଠକ ଡକାଇବାକୁ ଏବଂ ତାଙ୍କର ନିର୍ଦ୍ଦେଶ ପ୍ରଦତ୍ତ ବିଷୟବସ୍ତୁର ଆଲୋଚନା କରିବାକୁ ସମିତି ଅଫିସରମନଙ୍କୁ ଏବଂ ଯେତେବେଳେ ସମିତିର ଅଫିସର ସମୂହ ଉପରୋକ୍ତ ବୈଠକ ଡାକିବାକୁ ନ୍ୟସ୍ତି କରନ୍ତି ଅଥବା ସେପରି ବୈଠକ ଡକାଇ ନପାରନ୍ତି , ସେତେବେଳେ ନିରୀକ୍ଷଣ ଅଫିସର ସେଭଳି ବୈଠକ ନିଜେ ଡକାଇପାରିବେ ।  ପରନ୍ତୁ ,  ବୈଠକ ତାରିଖର ୫ ଦିନ ପୂର୍ବରୁ ନୋଟିସ ଦିଆଯାଇ ନଥିଲେ, ସେଭଳି କୌଣସି ବୈଠକ ଡକାଯାଇପାରିବ ନାହିଁ  ।
  2. ଉପ- ପ୍ରକରଣ ୧ ଅନୁଯାୟୀ ଡକାଯାଇଆଥିବା ବୈଠକ ସମସ୍ତ ଦ୍ରୁଷ୍ଟିରୁ ସମିତିର ଉପବିଧି ଅନୁଯାୟୀ ଡକାଯାଇଥିବା ବୈଠକ ସଦୃସ  ବିବେଚିତ ହେବ ଏବଂ ଉପରୋକ୍ତ ବୈଠକର କାର୍ଯ୍ୟଧାରା ସମିତିର ଉପବିଧି ଦ୍ଵାରା ନିୟନ୍ତ୍ରିତ ହେବ ।

ନିବନ୍ଧକ ଅଥବା ଉପ- ନିୟମ  (୧) ରେ ଉଲ୍ଲିଖିତ କରାଯାଇଥିବା ନିରୀକ୍ଷଣ ଅଫିସରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ୟକ୍ତି,  ଯେକି ସମିତିର ଅଫିସର ଅଥବା କର୍ମଚାରୀ ଅଛନ୍ତି ଅଥବା ଯେକୌଣସି ସମୟରେ ସମିତିର ଅଫିସରର ଅଥବା କର୍ମଚାରୀରୂପେ କାର୍ଯ୍ୟ କରୁଥିଲେ ଏବଂ ସମିତିର ପ୍ରତ୍ୟେକ ସଦସ୍ୟ ଓ ଭୂତପୂର୍ବ ସଦସ୍ୟ ସମିତିର କାରବାର ଏବ କାର୍ଯ୍ୟ ସଂପର୍କରେ ଆବଶ୍ୟକକୀୟ ସମ୍ବାଦ ଦେବେ ।

ସଂଶୋଧନ – ୧୯୯୭

ନିୟମ ୬୭ର ସଂଶୋଧନ

କଥିତ ନିୟମାବଳୀ ନିୟମ  ୬୭ ର ଉପ- ନିୟମ (୧) ରେ-

  • ଥିବା ବନ୍ଧନୀ ସହିତ ଶବ୍ଦ ଏବଂ ଅକ୍ଷର “ ଅଥବା(ଗ)” ବିଲୁପ୍ତ  ହେବ
  • ପ୍ରକରଣ (ଖ) ର ଶବ୍ଦାବଳୀ “ଯେକୌଣସି ଅଧିକାରୀ“ ପାରେ ଏବଂ ଶବ୍ଦ “ସଭ୍ୟ“ ପୂର୍ବରୁ କମା ଏବଂ ଶବ୍ଦାବଳୀ“ ପଦଧାରୀ“ ସନ୍ନିବିଷ୍ଟ ହେବ   ।
  • ପ୍ରକରଣ (ଗ) (I) ରେ ଥିବା ଶବ୍ଦାବଳୀ “ଅଧିକାରୀମାନେ “ ପାରେ ଏବଂ ଶବ୍ଦାବଳୀ “ ସମିତିର “ପୂର୍ବରୁ ଶବ୍ଦାବଳୀ“ ଅଥବା ପଦଧାରୀମାନେ” ସନ୍ନିବିଷ୍ଟ ହେବ, ଏବଂ
  • ଉପ- ନିୟମ (୨) ରେ ଥିବା ଶବ୍ଦାବଳୀ  “ଜଣେ ଅଧିକାରୀ“ ପାରେ ଏବଂ ଶବ୍ଦାବଳୀ  “ଅଥବା କର୍ମଚାରୀଗଣ“ ପୂର୍ବରୁ ଜମା ଏବଂ ଶବ୍ଦାବଳୀ “ପଦଧିକାରୀମାନେ“ ସନ୍ନିବିଷ୍ଟ ହେବ ।(ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ନିୟମ ୬୮ ଏବଂ ୬୯

ନିୟମ ୬୮ ତଦନ୍ତ

ଧାରା 75ର ଉପଧାରା (୩) ର ପ୍ରକରଣ (ଘ) ଅନୁଯାୟୀ ପାଶ କରାଯାଉଥିବା ସାମୟିକ କର୍ମଚ୍ୟୁତ ଅର୍ଡର ଆସିଷ୍ଟାଣ୍ଟ ରେଜିଷ୍ଟର ପାହ୍ୟାଠାରୁ ନିମ୍ନ ପାହ୍ୟାର ଅଫିସରଙ୍କ ଦ୍ଵାରା କରାଯାଇ ପାରିବ ନାହିଁ ।

ନିୟମ ୬୯ ତଦନ୍ତର ପରିବ୍ୟୟ

୬୬ ଧାରାନୁଯାୟୀ କରାଯାଇଥିବା ଆଦେଶ ବିରୁଦ୍ଧରେ ଯଦି ସମିତି ଭିନ୍ନ କୌଣସି ବ୍ୟକ୍ତି ଅପିଲ ଦାଏର କରେ,  ତେବେ ତାହାର କୌଣସି ଖର୍ଚ୍ଚ ମେଣ୍ଟାଇବ ଉଦ୍ଦେଶ୍ୟରେ କୌଣସି ସମିତିର ଫଣ୍ଡରୁ ଖର୍ଚ୍ଚ କରାଯିବ ନାହିଁ ।

ନିୟମ ୬୦ ଅଧିଭରା  କାର୍ଯ୍ୟଧାରା

  1. ଯେତେବେଳେ ୬୬ ଧାରାର ୧ ଉପଧାରା ଅନୁଯାୟୀ ଅନୁସନ୍ଧାନ କରାଯାଏ,ସେତେବେଳେ ଅଡିଟର ଜେନେରାଲ କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ଆଇନ,  ନିୟମାବଳୀ କିମ୍ବା ଉପବିଧିର ପକ୍ଷାନ୍ତରରେ ଅଥବା ବିଶ୍ଵାସ ଭଙ୍ଗ ଦ୍ଵାରା ସମିତି ବିଭବର ସ୍ୱଳ୍ପତା ଦ୍ରୁଷ୍ଟିରୁ ଅଥବା ଇଚ୍ଛା କ୍ରମେ ଅବହେଳା ଅଥବା ଆତ୍ମସାତକାରଣ ଅଥବା ସମିତିର ସତଟି କିମ୍ବା ଅର୍ଥ ପ୍ରତାରଣା ପୂର୍ବକ ବ୍ୟବହାର ଏବଂ ସେଥିରେ ଥିବା ଦାୟିତ୍ଵ ଦ୍ରୁଷ୍ଟିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଦେବେ ଏବଂ ନୋଟିସ ଜାରି କରାଯିବାର ୧୫ ଦିନ ମଧ୍ୟରେ ନିଜ ସପକ୍ଷରେ ବିବୃତ୍ତି (ବିବରଣୀ) ଉପସ୍ଥାପିତ କରିବାକୁ ସେଭଳି ବ୍ୟକ୍ତିଙ୍କୁ ଡକାଇବେ ।
  2. ଉପନିୟମ ୧ ଅନୁଯାୟୀ ଜାରି କରାଯାଇଥିବା ନୋଟିସ ସହିତ ଅଡିଟ ନିରୀକ୍ଷଣ ଅନୁସନ୍ଧାନ ତଥା ମଧ୍ୟସ୍ଥଙ୍କ ରିପୋର୍ଟର ଏକାକିତା ନକଲ ପଠାଯିବ ।
  3. ସମ୍ପୃକ୍ତ ବ୍ୟକ୍ତି  (ଯେଉଁ ବ୍ୟକ୍ତିଙ୍କ ନିକଟକୁ ନୋଟିସ ପଠାଯାଇଥିବାର) ତାଙ୍କର ବିବୃତ୍ତି (ବିବରଣୀ) ସହିତ ଦଲିଲ ଦସ୍ତାବିଜର ତାଲିକା ପ୍ରେରଣ କରିବେ ଏବଂ ସ୍ଵେଛାକ୍ରମେ ତାଙ୍କର ସାକ୍ଷ୍ୟ ପ୍ରଦାନ କରିବେ ।
  4. [ଅଡିଟର ଜେନେରାଲ ] କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି, କୈଫିୟତର ଆବଶ୍ୟକତା ସମୟରେ ସମିତିର ସମ୍ପୃକ୍ତ ରେକର୍ଡ ସମୂହର ତନଖି କରିବା ପାଇଁ  ଉପରୋକ୍ତ ସମ୍ପୃକ୍ତ ବ୍ୟକ୍ତି  (ଯାହା ପାଖକୁ ନୋଟିସ ପଠାଯାଇଥିବା) ଙ୍କୁ ଅନଚମତି ପ୍ରଦାନ କରିପାରନ୍ତି ।
  5. ସଙ୍ଗତ ଦ୍ରୁଷ୍ଟିରୁ ଓ ଆବଶ୍ୟକତାନୁଯାୟୀ [ଅଡିଟର ଜେନେରାଲ ] କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତି ସେଭଳି ସାକ୍ଷ୍ୟ ଗ୍ରହଣ କରିପାରନ୍ତି ତଥା ସାକ୍ଷ୍ୟକୁ ରେକର୍ଡ ଆକାରରେ ରଖିପାରନ୍ତି ।
  6. [ଅଡିଟର ଜେନେରାଲ]  କିମ୍ବା ତାହା ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି ଅବିଳମ୍ବେ ବିଚାରକୁ ରେକର୍ଡ କରିପାରନ୍ତି।
  7. ଏହି ନିୟମାନୁଯାୟୀ କରାଯାଇଥିବା କାର୍ଯ୍ୟଧାରାର ପରିବ୍ୟୟ ଅଥବା ପରିବ୍ୟୟର ଅଂଶବିଶେଷ [ଅଡିଟର ଜେନେରାଲ]  କିମ୍ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତିଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ କରାଯିବ ।
  8. [ଅଡିଟର ଜେନେରାଲ] ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଯେକୌଣସି ବ୍ୟକ୍ତି,  ଉପନିୟମ ୬ ଅନୁଯାଇ କରାଯାଇଥିବା ବିଚାରର ଏକାକିତା ନକଲ ସମ୍ପୃକ୍ତ ପକ୍ଷଙ୍କ ନିକଟକୁ ବିଚାର କରାଯିବାର ୭ ଦିନ ମଧ୍ୟରେ ପଠାଇବେ ।

ସଂଶୋଧନ -୧୯୯୭

ନିୟମ ୭୦ର ସଂଶୋଧନ

କଥିତ ନିୟମାବଳୀର ନିୟମ  ୭୦ର – (କ) ଉପ- ନିୟମ (୧) ନିମନ୍ତେ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା (୧) “ ଆଇନର ଧାରା  ୬୭ ଅନୁଯାଇ ଯେଉଁ ଠାରେ ଏକ ଅଧିକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ,  ସେଠାର ମହା ସମୀକ୍ଷକ (ଅଡିଟର ଜେନେରାଲ ) ଅଥବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ବ୍ୟକ୍ତି, ଆଇନ, ନିୟମାବଳୀ ଏବଂ ଉପବିଧି ଅନୁଯାଇ ଦେୟଦେବାକୁ ଅଥବା ବିଶ୍ଵାସଭଙ୍ଗ ଜାଣିଶୁଣି ଅବହେଳା ଅଥବା ଅନ୍ୟଥା ପ୍ରକାରେ ସମିତିର ଆସ୍ତି ରେ ଅଭାବ ଘଟାଉଥିବା ଅଥବା ସମିତିର ଅର୍ଥ ଅଥବା ସଂପତ୍ତିକୁ ଆତ୍ମସାତ ବା ଦୁର୍ବିନିଯୋଗ , ପ୍ରବର୍ଛନାପୂର୍ବକ ଅଥବା ପ୍ରାଧିକୃ ଭାବେ ରଖିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ନୋଟିସ ଦେବେ ଏବଂ ସେଥିରେ ସେପରି ବ୍ୟକ୍ତିଙ୍କର କେତେ ପରିମାଣର ଦାୟିତ୍ଵ ଅଛି ତାହା ଜାଣିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ନୋଟିସ ଦେବେ ଓ ନୋଟିସ ଇସୁ ହେବା ତାରିଖରୁ ୧୫ ଦିନ ମଧ୍ୟରେ ତାଙ୍କର ପ୍ରତିରକ୍ଷା ପାଇଁ ଏକ ବିବରଣୀ  ବା ବିବୃତ୍ତି ଦେବାକୁ ତାଙ୍କୁ ଡକାଇବେ ।

  • ଉପ- ନିୟମ  (୪),(୫)(୬)(୭) ଏବଂ  (୮) ରେ ଥିବା ଶବ୍ଦ“ନିବନ୍ଧକ” ଯେଉଁଠାରେ ପ୍ରତିୟମାନ ହେବ, ସେଠାରେ ଶବ୍ଦ  “ମହାସମୀକ୍ଷକ (ଅଡିଟର- ଜେନେରାଲ)” ପ୍ରତିସ୍ଥାପିତ ହେବ। (ଏସ.ଆର.ଓ.ସଂଖ୍ୟା. ୧୭/୯୭, ତା ୨୩.୦୪.୧୯୯୭)

ଆଧାର – ଦ ଲ ହାଉସ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate