অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତିର ସମ୍ପତ୍ତି ଓ ଫଣ୍ଡ

ଧାରା ୫୫ - ଫଣ୍ଡର ବିଭାଜନ ହେବନାହିଁ

  1. ଏହି ସମିତିର ନିଟ ଲାଭ ଭିନ୍ନ ଫଣ୍ଡର କୌଣସି ଅଂଶ ଏହାର ସଭ୍ୟମାନଙ୍କ ମଧ୍ୟରେ ବୋନସ କିମ୍ବା ଲାଭାଂଶ କିମ୍ବା ଅନ୍ୟ କୌଣସି ଆକାରରେ ବଣ୍ଟନ କରାଯିବ ନାହିଁ ।
  2. ପ୍ରକାଶଥାଉ କି, ଜଣେ ସଭ୍ୟଙ୍କର ସମିତି ନିମନ୍ତେ ସେବା ପାଇଁ ଉପ- ବିଧି ଅନୁଯାୟୀ ସ୍ଥିରୀକୃତ ହାରରେ ପାରିଶ୍ରମିକ ଦିଆଯାଇପାରିବ ।

  3. ଜଣେ ସଭ୍ୟଙ୍କର ମଜୁରୀ କିମ୍ବା ଏହି ସମିତିକୁ ସେହି ସଭ୍ୟ ଯୋଗାଇଥିବା କୌଣସି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଏପରି ଫଣ୍ଡରୁ ଦେବାକୁ ଉପ- ଧାରା (୧) ର କୌଣସି ବ୍ୟବସ୍ଥା ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ।

ଧାରା - ୫୬ – ନିଟ ଲାଭର ବିନିଯୋଗ

  1. ଏକ ସମିତି ଯେକୌଣସି ବର୍ଷରେ ଏହାର ନିଟ ଲାଭରୁ -
    • ସମବାୟ କୃଷି ସମିତି କ୍ଷେତ୍ରରେ ରିଜର୍ଭ ଫଣ୍ଡକୁ ଶତକଡା ଦଶରୁ ଅନଧିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ରିଜର୍ଭ ଫଣ୍ଡକୁ ଶତକଡା ପଚିଶକୁ ଅନାଧିକ ପରିମାଣର ଅର୍ଥ ହସ୍ତାନ୍ତର କରିପାରିବ, ଏବଂ
    • ସେଭଳି ନିଟ ଲାଭାଂଶର ଶତକଡା ଚାରିଭାଗ ୫୬-କ ଧାରାନୁଯାୟୀ ସମବାୟ ଶିକ୍ଷା ଫଣ୍ଡରେ ଜମା ଦିଆଯିବ, ଏବଂ
  2. ନିମ୍ନଲିଖିତ  ସମସ୍ତ କିମ୍ବା କୌଣସି ଉଦ୍ଦେଶ୍ୟ ପାଇଁ ଅବଶିଷ୍ଟ ନିଟ ଲାଭ ବ୍ୟବହୃତ ହେବ, ଯଥା –
    • ସଭ୍ୟମାନଙ୍କ ଦ୍ଵାରା କ୍ରୟ କରଯାଇଥିବା ଅଂଶ- ମୂଳଧନ ଉପରେ ଲାଭାଂଶ ଦେବା ଯାହାକି ଏପରି ଅଂଶ ମୂଳଧନର ଶତକଡା ବାରରୁ ଅଧିକ ହେବନାହିଁ ।
    • ସମିତି ସହିତ ସଭ୍ୟଙ୍କର ଅର୍ଥ କାରବାର କିମ୍ବା କାରବାର ପରିମାଣ ଅନୁସାରେ ସଭ୍ୟମାନଙ୍କୁ ବୋନସ ଦେବା, ଯାହାକି ପରିମାଣ ଓ ଦେୟ ପ୍ରଣାଳୀ ଉପ- ବିଧିର ନିର୍ଦ୍ଧିଷ୍ଟ ହୋଇଥିବ ।
    • ଉପ- ବିଧିରେ ନିର୍ଦ୍ଧିଷ୍ଟ ହୋଇଥିବା ଅନୁଯାଯାଇ ସ୍ଵତନ୍ତ୍ର ଫଣ୍ଡର ଗଠନ କିମ୍ବା ଏପରି ଫଣ୍ଡକୁ ଚାନ୍ଦା ହେବା ।
    • ଦାତବ୍ୟ  ଦେବୋତ୍ତର ଆଇନ ୬/୧୯୦୮ ର ୨ ଧାରର ବର୍ଣ୍ଣନାନୁଯାୟୀ କୌଣସି ଦାତବ୍ୟ ଉଦ୍ଦେଶ୍ୟ ପାଇଁ ନିଟ ଲାଭର ଶତକଡା ଦଶରୁ ଅନଧିକ ପରିମାଣ ଅର୍ଥଦାନ
    • ଉପ- ବିଧିର ବ୍ୟବସ୍ଥାନୁଯାୟୀ ସମିତିର କର୍ମଚାରୀମାନଙ୍କୁ ଉପଯୁକ୍ତ ପରିମାଣ ଓ ପ୍ରଣାଳୀରେ ବୋନସ ଦେବା
    • ଯେଉଁ ସରକାରୀ କର୍ମଚାରୀମାନେ ସମିତିକୁ ଡେପୁଟେସାନରେ ଆସିଥିବେ କିମ୍ବା ସମିତିର କାର୍ଯ୍ୟ ପାଇଁ ପୁରା ସମୟ ଦେଇ କାର୍ଯ୍ୟ କରୁଥିବେ, ସେମାନଙ୍କୁ ବୋନସ ଦେବା, ଏବଂ
    • ସମିତି ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକରୁଥିବା କମିଟିର ସଭ୍ୟମାନଙ୍କୁ ଅବୈତନିକ ଭତ୍ତା ଦେବା, କିନ୍ତୁ କୌଣସି ବର୍ଷରେ ଏପରି ସମୁଦାୟ ଅବୈତନିକ ଭତ୍ତା ର ପରିମାଣ ସେହି ବର୍ଷର ନିଟ ଲାଭର ଶତକଡା ଦଶରୁ ଅଧିକ ହେବ ନାହିଁ ।

ଏହି ଧାରାର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଏକ ସମବାୟ ସମିତି ୫୬- କ, ଧାରାନୁଯଯାଇ ଗଠିତ ସମସ୍ତ ଫଣ୍ଡରେ ରାଜ୍ୟ ସରକାରଙ୍କ ଦ୍ଵାରା ସମୟ ସମୟରେ ନୋଟିଫିକେସନରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିମାଣ ଅଥବା ସମିତିର ନିଟ ଲାଭାଂଶ ଶତକଡା ଚାରିଭାଗ, ସେଥିମଧ୍ୟରୁ ଯେଉଁଠି ଅଧିକ, ବାର୍ଷିକ ଚାନ୍ଦା ରୂପେ ଦାନ କରିବେ ।

ଉଲ୍ଲେଖଥାଉ କି, ରାଜ୍ୟ ସରକାରର କାରଣଗୁଡିକ ଲିଖିତଭାବରେ ଲିପିବଦ୍ଧ କରିବା ସଙ୍ଗେ ସଙ୍ଗେ ସାଧାରଣ ଅଥବା ବିଶେଷ ଆଦେଶ ଦ୍ଵାରା ଯେକୌଣସି ସମିତି ସମୂହଙ୍କ ଦ୍ଵାରା ଦିଆଯାଇଥିବା ପରିମାଣକୁ ହ୍ରାସ କରିପାରନ୍ତି ।

ଧାରା ୫୬- କ – ସମବାୟ ଶିକ୍ଷା ଫଣ୍ଡ

  1. ଏକ ସମବାୟ ଶିକ୍ଷା ଫଣ୍ଡ ଗଠିତ ହେବ ।  ଏହା ରାଜ୍ୟ  ସମବାୟ ସଂଘରେ ନିହିତ ହେବ ।  ଏକ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଉକ୍ତ ସଂଘ ଦ୍ଵାରା ପରିଚାଳିତ ହେବ ।
  2. ୫୬ ଧାରାର ଉପ- ଧାରା (୧) ର ପ୍ରକରଣ (ଖ) ଅଥବା ଉପଧାରା (୨) ରେ ନିର୍ଦ୍ଧାରିତ ପରିମାଣର ସମଷ୍ଟି ସହିତ ସରକାର ଅଥବା କୌଣସି ସଂସ୍ଥା ଅଥବା ସମିତି ଦ୍ଵାରା ଗଠିତ ସମସ୍ତ ଦାନ ସମବାୟ ଶିକ୍ଷା ଫଣ୍ଡରେ ନିହିତ ରହିବ ।

ଧାରା -୫୭- ଫଣ୍ଡର ବିନିଯୋଗ

ଏକ ସମିତି ନିର୍ଦ୍ଧିଷ୍ଟ ହୋଇଥିବା ସର୍ତ୍ତାବଳୀ କିମ୍ବା ପରିସୀମା ଅନୁଯାୟୀ, ଏହାର ବ୍ୟବସାୟୀ, କାରବାରରେ ବ୍ୟବହୃତ ହୋଇନଥିବା ନିଜର ଫଣ୍ଡ ନିମ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ   -

  1. ସରକାରୀ ସଞ୍ଚୟ ବ୍ୟାଙ୍କରେ
  2. ଏହାର ଅର୍ଥଯୋଗାଣକାରୀ ବ୍ୟାଙ୍କରେ
  3. ଭାରତୀୟ ଟ୍ରଷ୍ଟ ଆଇନ ୨/୧୮୮୯ ର ୨୦ ଧାରାର ବ୍ୟବସ୍ଥାନୁଯାୟୀ କୌଣସି ବନ୍ଧକ ପାଇଁ
  4. ନିବନ୍ଧକଙ୍କ ସାଧାରଣ କିମ୍ବା ସ୍ଵତନ୍ତ୍ର ଆଦେଶ ସହ ଏବଂ ତାଙ୍କ ଦ୍ଵାରା ସ୍ଥିରୀକୃତ ସର୍ତ୍ତ ଅନୁଯାୟୀ  -
  5. ଅନ୍ୟ ଯେକୌଣସି ସମିତିର ଅଂଶ , ଋଣପତ୍ର କିମ୍ବା ସେପରି ଅନ୍ୟ ସମିତିର ଫର୍ଡରେ ଜମା କରିପାରେ , କିମ୍ବା
  6. ନିବନ୍ଧକଙ୍କ ଦ୍ଵାରା ଅନୁମୋଦିତ ଯେ କୌଣସି ବ୍ୟାଙ୍କରେ ।
  7. ସ୍ଥିରିକୃତ ହୋଇଥିବା ଅନ୍ୟଯେକୌଣସି ପ୍ରକାରେ  ବିନିଯୋଗ କରିପାରିବେ  ।

ଧାରା -୫୮ – ଋଣ ଗ୍ରହଣ ପ୍ରତି କଟକଣା

  1. ଉପ-ବିଧିରେ ନିର୍ଦ୍ଧିଷ୍ଟ ହୋଇଥିବା ସର୍ତ୍ତାବଳୀ ଅନୁସାରେ ଏବଂ ତହିଁରେ ଉଲ୍ଲିଖିତ ପରିମାଣର ଜମା ଓ କରଜ ସମିତି ଗ୍ରହଣ କରିବ ।
  2. ଉପଧାରା (୧) ରେ ଥିବା ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ନ ପକାଇ ଏକ ସମବାୟ କୃଷି ସମିତି ନିଜ ଉଦ୍ଦେଶ୍ୟରେ ଥିବା ଜମିର ବନ୍ଧକରେ କରଜ ଗ୍ରହଣ କରିପାରେ ।

ଧାରା -୫୯- ଋଣଦାନ ଉପରେ କଟକଣା

ନିବନ୍ଧକଙ୍କ ସାଧାରଣ କିମ୍ବା ସ୍ଵତନ୍ତ୍ର ମଞ୍ଜୁରୀ ବିନା ଏକ ସମିତି ତାହାର ସଭ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ  ।

ଉପଧାରା (୧)ରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ,ଏକ ସମିତି ତାଙ୍କର ଜମାକାରୀମାନଙ୍କୁ ତାହାର ଜମା ବନ୍ଧକ ରଖି ଋଣ ଦେଇପାରିବେ   ।

ଧାରା-୫୯ – କ- ସୁଧର ସୀମାବଦ୍ଧକାରଣ ବା ସୁଧ ଉପରେ କଟକଣା  - ପ୍ରଚଳିତ ଯେକୌଣସି ଆଇନ ଅଥବା ପ୍ରଚଳିତ ଏକରାରନାମାର ରେ କୌଣସି ବ୍ୟବସ୍ଥା ସତ୍ତ୍ୱେ  , ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୧୯୮୩ ଲାଗୁ ହେବା ପୂର୍ବରୁ ଅଥବା ପରେ ଏକ ସମିତି କୌଣସି ସ୍ୱଳ୍ପକାଳୀନ ଡେଣା (ଋଣ) କୁ ଭିତ୍ତିକରି ସୁଧ ଦାବି ପରିପାରିବେ ନାହିଁ  ।

ସ୍ପଷ୍ଟୀକରଣ ଏହି ଧାରାର ଉଦ୍ଦେଶ୍ୟ ନିମନ୍ତେ, ସ୍ୱଳ୍ପକାଳୀନ ଡେଣା (ଋଣ) ପଦସଂହତି  ଅର୍ଥାତ ୧୫ ମାସରେ ପରିଶୋଧ କରୁଥିବା ଋଣକୁ ବୁଝାଇବ  ।

ଧାରା -୬୦ ରୁ ଧାରା ୬୧

ଧାରା - ୬୦- ସମିତିର ସଭ୍ୟ ନଥିବା ବ୍ୟକ୍ତିଙ୍କ ସହିତ ଅନ୍ୟାନ୍ୟ କାରବାର ଉପରେ କଟକଣା ୫୮ ଓ ୫୯ ଧାରାରେ ଥିବା ବ୍ୟବସ୍ଥା ବ୍ୟତୀତ ଏକ ସମିତି ଏହାର ସଭ୍ୟ ନଥିବା ବ୍ୟକ୍ତିଙ୍କ ସହିତ କାରବାର, ସ୍ଥିରୀକୃତ ହୋଇଥିବା କଟକଣା ଅନୁଯାୟୀ ହେବ  ।

ଧାରା - ୬୧- ଭବିଷ୍ୟତନିଧି

  1. ଏକ ସମିତି ଏହାର କର୍ମଚାରୀମାନଙ୍କର ମଙ୍ଗଳ ପାଇଁ ଏକ ଅଂଶ ଦାୟୀ ଭବିଷ୍ୟତନିଧି ଗଠନ କରିବ ଏବଂ ସମିତିର ଉପବିଧି ଅନୁଯାଯାଇଏଥିରେ କର୍ମଚାରୀଗଣ ଓ ସମିତି ନିଜ ନିଜର ଅଂଶ ଜମା କରିବେ ।
  2. ଉପ- ଧାରା (୧) ଅନୁଯାୟୀ ଏକ ସମିତି ଦ୍ଵାରା ଗଠିତ ହୋଇଥିବା ଭବିଷ୍ୟତନିଧି
  3. ସମିତିର ବ୍ୟବସାୟରେ ବିନିଯୋଗ ହେବନାହିଁ  ।
  4. ସମିତିର ସମ୍ପତ୍ତିର ଅଂଶ ଗଠନ କରିବ ନାହିଁ , ଏବଂ
  5. କ୍ରୋଜ ପାଇଁ ଦାୟୀ ହେବନାହିଁ କିମ୍ବା କୌଣସି ଅଦାଲତ କିମ୍ବା ଅନ୍ୟ କୌଣସି ପ୍ରଧୀକାରୀଙ୍କର ପରୱାନା ପାଇଁ ଦାୟୀ ହେବ ନାହିଁ ।

ଆଧାର ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate