অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଧ୍ୟାୟ-୪(ଯୋଜନାର ବଳବତ୍ତର କରଣ )

ଜମି ମାଲିକଙ୍କ ଦ୍ଵାରା ଦାଖଲରେ ପ୍ରବେଶ କରିବା

ଦଫା ୨୨ର ଉପ-ଦଫା  (୨) ଅନୁଯାୟୀ ନକ୍ସା ଏବଂ ଖତିୟାନ ନଥିର ପ୍ରକାଶନ ତାରିଖରେ କିମ୍ବା ପରେ , କୌଣସି ଜମି ମାଲିକ , ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ପ୍ରବେଶ କରିବା ନିମନ୍ତେ ହକଦାର ହେବେ     ।

ଗୃହ ନିର୍ମାଣ , ବୃକ୍ଷ,  କୂପ ଇତ୍ୟାଦି ନିମନ୍ତେ କ୍ଷତିପୂରଣ

୨୪(୧) ଚୁଡାନ୍ତ ଏକତ୍ରୀକରଣ ଯୋଜନାରେ , ତାଙ୍କୁ ଆବଣ୍ଟିତ ଜମି ଉପରେ ସ୍ଥିତ ଅନ୍ୟାନ୍ୟ ଉନ୍ନୟନ, ଗୃହ , ନିର୍ମାଣ , ବୃକ୍ଷ , କୂପର ମୂଲ୍ୟାୟନ ଅନୁଯାୟୀ ପ୍ରତ୍ୟେକ ଜମି ମାଲିକ, ଦଖଲରେ ପ୍ରବେଶ କରିବା ତାରିଖରୁ , କ୍ଷତିପୂରଣ ପ୍ରଦାନ କରିବେ କିମ୍ବା ଗ୍ରହଣ କରିବେ , ତାହା ଏପରି ସଂପତ୍ତିର ମୂଲ୍ୟାୟନ ଠାରୁ ବିକ୍ରି ବେଶୀ କିମ୍ବା କମ ହୋଇଥାଉ, ଯାହାକି ମୂଳରୁ ତାଙ୍କ ଦ୍ଵାରା ଧାରିତ ଜମି ଉପରେ ସ୍ଥିତ ଥାଏ   ।

  • ଦଖଲରେ ପ୍ରବେଶ କରିବା ତାରିଖରୁ , ପ୍ରତ୍ୟେକ ଜମି ମାଲିକ, ଗୃହ ନିର୍ମାଣ , ବୃକ୍ଷ , କୂପ ଏବଂ ଜମି ଉପରେ ସ୍ଥିତ ଅନ୍ୟାନ୍ୟ ଉନ୍ନୟନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବେ କିମ୍ବା ଗ୍ରହଣ କରିବେ,ଯାହାକି ତାକୁ ଚୁଡାନ୍ତ ଏକତ୍ରୀକରଣ ଯୋଜନାରେ ଆବଣ୍ଟନ କରାଯାଇଛି , ଯାହାକି ଏପରି ସଂପତ୍ତିର ମୂଲ୍ୟାୟନ ଠାରୁ ଅଧିକ କିମ୍ବା କମ ହୋଇଥାଏ,  ଏବଂ ଜମି ଉପରେ ସ୍ଥିତ ଥାଏ ଏବଂ ତାଙ୍କ ଦ୍ଵାରା ମୂଳରୁ ଧାରିତ ହୋଇଥାଏ   ।

ସ୍ପଷ୍ଟୀକରଣ

ଉପ-ଦଫା (୧) ଉଦ୍ଦେଶ୍ୟ “ କ୍ଷତିପୂରଣ” ତାଙ୍କୁ ଚୁଡାନ୍ତ ଏକତ୍ରୀକରଣ ଯୋଜନା ଅଧୀନରେ ଆବଣ୍ଟିତ ଜମି ଉପରେ ସ୍ଥିତ ଗୃହ, ନିର୍ମାଣ, ବୃକ୍ଷ , କୂପ ଏବଂ  ଅନ୍ୟାନ୍ୟ ଉନ୍ନୟନ କରଣର ମୂଲ୍ୟାୟନ ଏବଂ ତାଙ୍କ ଦ୍ଵାରା ମୂଳରୁ ଧାରିତ ସଂପତ୍ତିର ମୂଲ୍ୟାୟନ ମଧ୍ୟରେ ପାର୍ଥକ୍ୟ ଅଟେ   ।

ସ୍ଥିର  କରାଯାଇଥିବା କ୍ଷତିପୂରଣ ରାଶିକୁ , ଧାର୍ଯ୍ୟ ପଦ୍ଧତିରେ ,  ସମ୍ପୃକ୍ତ ଜମିମାଲିକଙ୍କୁ ସୂଚିତ କରାଯିବ   ।

ଦଖଲ ପ୍ରଦାନ

  • ଜମି ମାଲିକଙ୍କ ଦ୍ଵାରା ଚୁଡାନ୍ତ ଏକତ୍ରୀକରଣ ଯୋଜନାର ବଳବତ୍ତରକରଣ ହେବା ତାରିଖରୁ ଷାଠିଏ ଦିନ ମଧ୍ୟରେ ଏକ ଆବେଦନ ପତ୍ର ଉପରେ , ଯେକି  ଉକ୍ତ ଯୋଜନା ଅନୁଯାୟୀ  ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ପ୍ବେସ କରିବାରେ ଅକ୍ଷମ ଅଟନ୍ତି ; ସେପରିସ୍ଥଳେ  ସହକାରୀ ଏକତ୍ରୀକରଣ ଅଧିକାରୀ , ଆବେଦନ ପତ୍ର ତାରିଖରୁ ଛଅମାସ ମଧ୍ୟରେ , ଏପରି ଆବଣ୍ଟିତ ଜମିର ପ୍ରକୃତ ଦୈହିକ ଦଖଲରେ ଉକ୍ତ ଜମିମାଲିକଙ୍କୁ ସ୍ଥିତ କରାଇବେ ଏବଂ ଏପରି କରିବାରେ, ସ୍ଵାର୍ଥର ସଂପତ୍ତିର ଦଖଲ ପ୍ରଦାନ କରିବେ   ।

ଉଲ୍ଲେଖଥାଉ ଯେ , ଉପରୋକ୍ତ ଅନୁଯାୟୀ ଦଖଲର ପ୍ରଦାନ, ସେହି ବ୍ୟକ୍ତିର ଅଧିକାରକୁ ପ୍ରଭାବିତ କରିବ ନାହିଁ, ଯାହାଙ୍କ ଠାରୁ ଦଖଲ ସ୍ଥାନାନ୍ତର କରାଗଲା ,  ଯେକି ଏପରି ଜମିରୁ କିମ୍ବା ଜମିରେ ଦଣ୍ଡାୟମାନ ଶସ୍ୟ ସେହି ତାରିଖରେ ଅର୍ଥାତ ପ୍ରଦାନ ତାରିଖରେ ଅମଳ କରିପାରିବେ ଯଦି ସହକାରୀ ଏକତ୍ରୀକରଣ ଅଧିକାରୀ, ଲିପିବଦ୍ଧ କାରଣ ସ୍ଥିର କରନ୍ତି ଜେ , ଶସ୍ୟର ଦଖଲକୁ ମଧ୍ୟ ପ୍ରଦାନ କରାଯିବ   ।

  • ଦଫା  23 ସହ ସମନ୍ଵୟ ରକ୍ଷାକରି , ତାଙ୍କୁ ଆବଣ୍ଟନ କରାଯାଇଥିବା ଜମିର ଦଖଲରେ ପ୍ରବେଶ ନିମନ୍ତେ ହକଡାର ହେବା ନିମନ୍ତେ ଉକ୍ତ ତାରିଖରୁ ଛଅମାସ ସମାପ୍ତ ହେବା ପରେ , କିମ୍ବା ଉପ-ଦଫା (1) ଅନୁଯାୟୀ ପ୍ରଦାନ କଜାଇଥିବା ଆବେଦନପତ୍ର ତାରିଖରୁ ଛଅମାସ ସମାପ୍ତ ହେବା ପରେ , ସମ୍ପୃକ୍ତ ଜମିମାଲିକ ,  ଯଦି ସେ ଦଖଲରେ ପୂର୍ବରୁ ପ୍ରବେଶ କରିନଥାଆନ୍ତି , ତା ହେଲେ ସେ ପ୍ରକୃତରେ ଦୈହିକ ଦଖଲରେ ଉକ୍ତ ଜମିରେ ପ୍ରବେଶ କରିଛନ୍ତି ବୋଲି ଧରାଯିବ   ।
  • ଉପ ଦଫା  (2) ରେ ଧାରିତ ବ୍ୟବସ୍ଥାବଳୀ ସତ୍ତ୍ୱେ , ଯେଉଁ ସ୍ଥଳରେ ଉପ-ଦଫା  (1) ଅନୁଯାୟୀ , ଜମିମାଲିକଙ୍କ ଦ୍ଵାରା କୌଣସି ଆବେଦନପତ୍ର ପ୍ରଦାନ କରାଯାଇନଥାଏ  , ଏବଂ ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କର ଏହା ବିଶ୍ଵାସ କରିବାର କାରଣ ଥାଏ ଯେ, ତାଙ୍କୁ ଆବଣ୍ଟିତ ଜମିର ଦଖଲରେ ଜମିମାଲିକ ପ୍ରବେଶ କରୁନାହାନ୍ତି ; ତା ହେଲେ ସେ ନିଜ ମନକୁ ମନ ଏବଂ ଦଫା 41 ର ଉପ-ଦଫା (1) ଅନୁଯାୟୀ ଏକ ବିଜ୍ଞପ୍ତି ନିର୍ଗମ ପୂର୍ବରୁ , ଯେକୌଣସି ସମୟରେ ଉକ୍ତ ଜି ମାଲିକଙ୍କୁ ସେହି ଜମିର ପ୍ରକୃତ ଦୈହିକ ଦଖଲରେ ରଖିବେ  , ଯାହାକି ଉପ-ଦଫା (1) ରେ ଧାର୍ଯ୍ୟ ସର୍ତ୍ତାବଳୀର ନିୟନ୍ତ୍ରଣାଧିନ ହେବ   ।
  • ଉପ-ଦଫା  (3) ଅନୁଯାୟୀ , ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ଉପରେ ନ୍ୟସ୍ତ କ୍ଷମତା , ସେହିପରିଭାବେ ଏବଂ ସେପରି ପରିସ୍ଥିତିରେ ,କର୍ତ୍ତୃତ୍ଵ ଥିବା ତହସିଲଦାରଙ୍କ ଦ୍ଵାରା, ଦଫା  41 ର ଉପଦଫା (1) ଅନୁଯାୟୀ , ବିଜ୍ଞପ୍ତି ନିର୍ଗମ  ପରେ,ପରିଚାଳନା କରାଯିବ   ।

ଦଫା 25- ଅଧିକାର, ସତ୍ଵ ଏବଂ ସ୍ଵାର୍ଥ ସଂବନ୍ଧରେ ବିଚାର କରିବା ଏବଂ ଜମି ଏକତ୍ରୀକରଣ କରିବା ଏବଂ ଜମିର ଦଖଲ ପ୍ରଦାନକୁ କରିବା ସଂବନ୍ଧରେ , ଏକତ୍ରୀକରଣ ଅଧିକାରୀଙ୍କର କୌଣସି ଅଧିକାର ନାହିଁ – (ମଙ୍ଗଳା ଠାକୁରାଣୀ ବନାମ ସୀତା ଦେବୀ- 89 (2000) ସି ଏଲ ଟି – 340 ; 2000(1) ସି ସି ସି- 173 ।

ଦଣ୍ଡାୟମାନ ଶସ୍ୟ ନିମନ୍ତେ କ୍ଷତିପୂରଣ

  • ଯେଉଁ ସ୍ଥଳରେ , ଦଫା  ୨୫ ଅନୁଯାୟୀ , ଜମି ସହିତ ଦଣ୍ଡାୟମାନ ଶସ୍ୟ , ଦଖଲ ପ୍ରଦାନ କରାଯାଏ , ସେପରିସ୍ଥଳେ ସହକାରୀ ଏକତ୍ରୀକାରଣ ଅଧିକାରୀ, ଏକତ୍ରୀକାରଣ ସମିତି ସହ ପରାମର୍ଶକରି , ଏପରି ଶସ୍ୟ ସମ୍ବନ୍ଧରେ , ଦଖଲରେ ସ୍ଥାପିତ ଜମି ମାଲିକଙ୍କୁ କେତେ କ୍ଷତିପୂରଣ ଦିଆଯିବ  , ତାହା ସ୍ଥିର କରିବେ   ।

ସ୍ପଷ୍ଟୀକରଣ

ଏହି ଉଦ୍ଦେଶ୍ୟ ନିମନ୍ତେ , କ୍ଷତିପୂରଣ ଅର୍ଥ, ଦଣ୍ଡାୟମାନ ଶସ୍ୟର ଆନୁମାନିକ ମୂଲ୍ୟ,  ଯେତେବେଳେ ଏହାକୁ ବିକ୍ରୟ କରାଯାଏ,  ଯେଉଁଥିରେ  ଶସ୍ୟ ଅମଳ ହେବା ଏବଂ ତାହା ବିକ୍ରୟ କରିବା ନିମନ୍ତେ ଖର୍ଚ୍ଚକୁ ବାଦ ଦିଆଯିବ   ।

  • ଉପ-ଦଫା(୧) ଅନୁଯାୟୀ , କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି, ଏପରି ଆଦେଶ ତାରିଖରୁ ତିରିଶଦିନ ମଧ୍ୟରେ , ଏକତ୍ରୀକରଣ ଅଧିକାରୀଙ୍କ ନିକଟରେ ଏକ ଅପିଲ ଦଖଲ କରିବେ, ଯାହାଙ୍କ ର ତା ଉପରେ ସିଦ୍ଧାନ୍ତ ଚୁଡାନ୍ତ ହେବ   ।

କ୍ଷତିପୂରଣର ଆଦାୟ କିମ୍ବା ଉଦ୍ଧାର  :-

  • ଯେଉଁ ସ୍ଥଳରେ କୌଣସି ଜମିମାଲିକ, ଯାହାଙ୍କ ଠାରୁ ଏହି ଆଇନ ଅନୁଯାୟୀ କ୍ଷତିପୂରଣ ଆଦାୟନୀୟ ଅଟେ,  ସେ ଦଫା  ୨୪ର ଉପ-ଦଫା (୨) ଅନୁଯାୟୀ ସୂଚନା ତାଋଖରୁ ଛଅମାସ ମଧ୍ୟଏ ତାହା ପ୍ରଦାନ ଅକରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ସେପରିସ୍ଥଳେ ତାହା ପାଇବା ନିମନ୍ତେ , ହକଦାର ବ୍ୟକ୍ତି,  ତାଙ୍କ ଦ୍ଵାରା ଉନ୍ମୋକ୍ତ ଅନ୍ୟ  କୌଣସି ଆଦାୟ  ପଦ୍ଧତି ଅଧିକନ୍ତୁ , ତାଙ୍କ ତରଫରୁ ଉକ୍ତ ଅର୍ଥରାଶି ଆଦାୟ କରିବା ନିମନ୍ତେ , ଉପରୋକ୍ତ ସମୟର ସମ୍ପତି ଠାରୁ ଛଅମାସ  ମଧ୍ୟରେ , କଲେକ୍ଟରଙ୍କୁ ଆବେଦନ କରିବେ  , ଯେପରିକି ଏହା ଏକ ସର୍ବସାଧାରଣ ଦାବି ଆତେ , ଯାହାକି ରାଜ୍ୟ ସରକାରଙ୍କ ଦେୟ ଅଟେ   ।
  • ଉପ-ଦଫା (1) ରେ ଉଲ୍ଲେଖିତ ପୂର୍ବ ସମୟର ସମାପ୍ତି ପରେ  , ଅପ୍ରଦାନୀୟ ରହିଥିବା କ୍ଷତିପୂରଣ ରାସୀ ଉପରେ ବାର୍ଷିକ ଶତକଡା 6 ଭାଗ ସୁଧ ଦାବି କରାଯିବ   ।

ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଜମିର ଅନୁଦାନ ଯୋଗୁଁ, ଖଜଣା ଏବଂ ସେସର ହ୍ରାସକାରଣ  :-

ଯେଉଁ ସ୍ଥଳରେ ଦଫା  8 ର ବ୍ୟବସ୍ଥାବାଲି ଅନୁଯାୟୀ , ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଆନୁଦାନର ଫଳସ୍ୱରୂପ, ମୂଳ ଜମିର ମୂଲ୍ୟାୟନ ହ୍ରାସ ହୁଏ;ସେପରିସ୍ଥଳେ “ ହୋଲିଡିଙ୍ଗ” ନିମନ୍ତେ ଦେୟ ଖଜଣା ଏବଂ ସେସ , ସେତେବଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ ଧାରୀତ ବିଷୟ ସତ୍ତ୍ୱେ , ସେହି ଅନୁପାତରେ , ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା  ହ୍ରାସ କରାଯିବ , ଯେପରିଭାବେ ଏପରି ଅନୁଦାନ କରାଯାଇଥିବା ଅଞ୍ଚଳର ମୂଲ୍ୟାୟନ “ ହୋଲଡିଙ୍ଗ” ର ମୂଳ ମୋଟ ମୂଲ୍ୟାୟନ ସହିତ ବହନ କରେ   ।

ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମି ନିମନ୍ତେ ପ୍ରଦାନ କରାଯିବାକୁ ଥିବା ଅର୍ଥରାସୀ  :-

  • ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମିର ବଜାର ମୂଲ୍ୟର ପାଞ୍ଚପ୍ରତିଶତ ସହ ସମାନ କୌଣସି ଅର୍ଥରାସୀ , ଯେପରିଭାବେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ସ୍ଥିର କରାଯାଇଥାଏ , ତାହା ସମ୍ପୃକ୍ତ ଜମିମାଲିକ କିମ୍ବା ମାଲିକମାନଙ୍କୁ ପ୍ରଦାନ କରାଯିବ   ।
  • ଗୃହ , ନିର୍ମାଣ , ବୃକ୍ଷ, କୂପ,  ଏବଂ ଅନ୍ୟାନ୍ୟ ଉନ୍ନତିକରଣ ଯାହାକି ଜମି ଉପରେ ବିଦ୍ୟମାନ ଥାଏ , ତା ର ବଜାର  ମୂଲ୍ୟ ସହିତ ସମାନ ଅର୍ଥରାସୀ,  ଏହି ଆଇନ ଅନୁଯାୟୀ ଯେପରି ସ୍ଥିର କରାଯାଇଥାଏ  , ଏବଂ ତାହା ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥାଏ  , ତା ମଧ୍ୟ ସମ୍ପୃକ୍ତ ଜମିମାଲିକଙ୍କୁ ପ୍ରଦାନ କରାଯିବ   ।

ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ କରାଯାଇଥିବା ଜମିର ନ୍ୟସ୍ତିକରଣ ତଥା ରାଜ୍ୟ ସରକାରଙ୍କୁ ଆବଣ୍ଟନ :-

  • ଚୁଡାନ୍ତ ଏକତ୍ରୀକରଣ ଯୋଜନା ଅନୁଯାୟୀ, ସର୍ବଧାରଣ ଉଦ୍ଦେଶ୍ୟ ନିମନ୍ତେ ପୃଥକ ରଖାଯାଇଥିବା ଯାଇ ଚୁଡାନ୍ତ ଯୋଜନା ବଳବତ୍ତର ହେବା ତାରିଖଠାରୁ , ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ ହେବ   ।
  • ଚୁଡାନ୍ତ ଯୋଜନାରେ , ରାଜ୍ୟ ସରକାରଙ୍କୁ ଆବଣ୍ଟିତ ଜମି , ଉକ୍ତି ତାରିଖଠାରୁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ ଏବଂ ସର୍ବଦା ନ୍ୟସ୍ତ ବୋଲି ଧରାଯିବ  ।
  • ଯେଉଁ ସ୍ଥଳରେ ଦଫା  17 ର ଉପ- ଦଫା (2) ପ୍ରତି ପ୍ରତିବନ୍ଧ ଅନୁଯାୟୀ କୌଣସି ଘୋଷଣା ଅନୁଯାୟୀ, ରାଜ୍ୟ ସରକାରଙ୍କ ହୋଇଥିବା କୌଣସି ଜମି କିମ୍ବା ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ , ତାହା କୌଣସି ଜମିମାଲିକଙ୍କୁ ଆବଣ୍ଟିତ ହୁଏ,  ସେପରିସ୍ଥଳେ ଗ୍ରାମ ସମ୍ପ୍ରଦାୟର ତଥା ସମସ୍ତ ବ୍ୟକ୍ତି ଏବଂ ରାଜ୍ୟ ସରକାରଙ୍କର  ଏପରି ଜମିରେ ଅଧିକାର , ଏପରି ଜମି ପ୍ରତି ସଂଯୁକ୍ତ ହେବାରୁ ରହିତ ହେବ,  ଏବଂ ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ , ସେ ଉଦ୍ଦେଶ୍ୟ ଧାର୍ଯ୍ୟ ଜମି ପ୍ରତି ସଂଯୁକ୍ତ  ହେବ   ।

ଦାଖଲରେ ଜମିମାଲିକ ପ୍ରବେଶ କରିବା ଉପରେ , ଉଦ୍ରେକ ପରିଣତି

ଏହି ଆଇନର ବ୍ୟବସ୍ଥାବଳି ସହିତ ସମନ୍ଵୟ ରକ୍ଷାକରି  ତାଙ୍କୁ ଆବଣ୍ଟିତ ଚକର ଦାଖଲରେ  ପ୍ରବେଶ କରିଛନ୍ତି ବୋଲି ସେହି ତାରିଖରୁ ଧାରାଜୀବ ଯେବେ ଜମି ମାଲିକ ଉକ୍ତ  ଚକରେ ପ୍ରବେଶ କରନ୍ତି ଏବଂ ନିମ୍ନଲିଖିତ ପରିଣତି ଉଦ୍ରେକ ହେବ   :-

  • ତାଙ୍କର ମୂଳ” ହୋଲଡିଙ୍ଗ”  ସଂବନ୍ଧରେ,  ପ୍ରତ୍ୟେକ ଜମି ମାଲିକଙ୍କର ଅଧିକାର ସତ୍ଵ , ସ୍ଵାର୍ଥ ଏବଂ ଦାୟିତ୍ଵ ରହିତ ହେବ  ।

ଉଲ୍ଲେଖଥାଉ ଯେ , ଯେଉଁ ସ୍ଥଳରେ ଜମିମାଲିକ ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ , ମୂଳ “ ହୋଲଡିଙ୍ଗ” କୁ ସଂପୂର୍ଣ୍ଣଭାବେ କିମ୍ବା ଆଂଶିକଭାବେ ଆବଣ୍ଟିତ ହୋଇଥାଆନ୍ତି , ସେପରିସ୍ଥଳେ , ଏପରି “ ହୋଲଡିଙ୍ଗ” ରେ ତାଙ୍କର ଅଧିକାର, ସତ୍ଵ,  ସ୍ଵାର୍ଥ ଏବଂ ଦାୟିତ୍ଵ , ପ୍ରଭାବିତ ହେବ ନାହିଁ   ।

  • ତାଙ୍କୁ ଆବଣ୍ଟିତ କରାଯାଇଥିବା ଚକରେ ପ୍ରତ୍ୟେକ ଜମିମାଲିକଙ୍କର ସେହି ଏକା ଅଧିକାର , ସତ୍ଵ , ଏସଡ଼ବଲଇଉଆରଟିଏଚ ଏବଂ ଦାୟିତ୍ଵ ରହିବ  , ଯେପରି ମୂଳ  “ ହୋଲଡିଙ୍ଗ” ରେ ତାଙ୍କର ଦାୟିତ୍ଵ ଥିଲା ଏବଂ ଏପରି ମୂଳ “ ହୋଲିଡିଙ୍ଗ” ସଂବନ୍ଧରେ ଅନ୍ୟ ସମସ୍ତ ବ୍ୟକ୍ତିଙ୍କର ଅଧିକାର ଏବଂ ସ୍ଵାର୍ଥ,  ଉକ୍ତ, ଚକ “ କୁ ହସ୍ତାନ୍ତରିତ ହୁଏ,  କିମ୍ବା ତାର ଏପରି ଅଂଶ , ଯେପରି ଚୁଡାନ୍ତ ଏକତ୍ରୀକାରଣ ଯୋଜନାରେ ଧାର୍ଯ୍ୟ କରାଯାଇଥାଏ  ।

ସ୍ପଷ୍ଟିକରଣ

ପ୍ରତ୍ୟେକ ଜମିମାଲିକ , ତାଙ୍କୁ ଆବଣ୍ଟିତ ଜମିରେ ବିଦ୍ୟମାନ ଜଳସେଚନର ସୁବିଧା ଉପଭୋଗ କରିବେ   ।

ଟିପ୍ପଣୀ

ଜମିମାଲିକଙ୍କ ଅଧିକାର ସ୍ପଷ୍ଟ କରାଯାଇଛି – (47(1979) ସି ଏଲ ଟି – 494- ପି।ବେୱା ବନାମ ଏ ସାହୁ- ଦଫା  ଏବଂ 31 ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ କରାଯାଇଛି   । ରହିତ ହୋଇଥିବା ମୋକଦ୍ଦମା  ଅଞ୍ଚଳକୁ ବିଚାର ନିମନ୍ତେ ପୁନଃ ଉଦ୍ରେକ କରାଯାଇପାରିବ ନାହିଁ  -  -(50 (1980) ସିଏଲଟି -337 – ଏସ.ଜେନା  ବନାମ ଜେ.ଜେନା)  - ଏହି ଦଫାର ବ୍ୟବସ୍ଥାବଳି ବ୍ୟବସ୍ଥାୟୀତ କରେ ଜେ , ମୂଳ “ ହୋଲଡିଙ୍ଗ” ସଂବନ୍ଧରେ ଅନ୍ୟ ସମସ୍ତ ବ୍ୟକ୍ତିମାନଙ୍କର ସ୍ଵାର୍ଥ , ଯାହାକି , ତାଙ୍କ ଆବଣ୍ଟିତ ଚକର ଦାଖଲରେ ସେ ପ୍ରବେଶ କରିବା ପୂର୍ବରୁ , ଜମିମାଲିକଙ୍କର ଥିଲା  , ତାହା ଉକ୍ତ “ ଚକ” କିମ୍ବା ତାର କୌଣସି ଅଂଶକୁ ସ୍ଥାନାନ୍ତରରିତ  ହେବ   ।  ଏହି ବ୍ୟବସ୍ଥାବଳୀ, ପ୍ରତିବଦଳ ନୀତିର ପରିବର୍ତ୍ତନ ଅଟେ – (1987) ସି ଏଲ ଟି  (ସପ୍ଲିମେଣ୍ଟାରି)1 ଏସ ଦେଇ ବନାମ ଫାଇମିନ ଖାତୁନ ) “ ଦାୟିତ୍ଵ “ ଆଇନଗତ ଦାୟିତ୍ଵକୁ ଅର୍ଥାୟିତ କରିବ – (ଆଇ.ଏଲ.ଆର) (1972) 2 ଆଲ୍ଲାହାବାଦ – 162) ।

ଏକତ୍ରୀକରଣ କାର୍ଯ୍ୟର ଖର୍ଚ୍ଚ :-

  • ଏହି ଆଇନ  ଅନୁଯାୟୀ ପରିଚାଳିତ କାର୍ଯ୍ୟର ଖର୍ଚ୍ଚ ବାବଦରେ ଉକ୍ତ ସ୍ଥାନର ଜମି ମାଲିକଙ୍କ ଠାରୁ , ରାଜ୍ୟ ସରକାର ଖର୍ଚ୍ଚ ଆଦାୟ କରିପାରିବେ,ଯେପରି ସେମାନେ ଧାର୍ଯ୍ୟ କରିବେ   ।

ଉଲ୍ଲେଖ  ଥାଉ ଯେ , ଉପରୋକ୍ତ ଅର୍ଥରାସୀ ଏପରି କୌଣସି ହାରରେ ଧାର୍ଯ୍ୟ କରାଯିବ ନାହିଁ , ଯାହାକି  ଏକ ଏକର ନିମନ୍ତେ ଦଶ ଟଙ୍କାଠାରୁ ଉର୍ଦ୍ଧ୍ଵ ହେବ ନାହିଁ ଏବଂ ଏହାକୁ ପାଞ୍ଚୋଟି କିସ୍ତିରେ ଆଦାୟ କରାଯିବ ।

  • ଏହି ଦଫା ଅନୁଯାୟୀ , ଖର୍ଚ୍ଚଭାବେ ଦେୟ ଅର୍ଥରାଶି ,ଏକ ସର୍ବସାଧାରଣ ଦାବୀ ଭାବେ ଆଦାୟ କରାଯିବ

ଆଧାର- ଦି ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate