ପିତା – ମାତା ଏବଂ ବରିଷ୍ଠ ନାଗରିକମାନଙ୍କର ଭରଣପୋଷଣ କଣ ?
- କୌଣସି ବରିଷ୍ଠ ନାଗରିକଙ୍କ ସହିତ ପିତାମାତା , ଯେକି ତାଙ୍କ ନିଜ ଉପାର୍ଜନ କିମ୍ବା ତାଙ୍କ ଦ୍ଵାରା ଲାଭ କରାଯାଇଥିବା ସମ୍ପତ୍ତିରୁ ନିଜକୁ ଭରଣପୋଷଣ କରିବା ନିମନ୍ତେ ଅକ୍ଷମ ଅଟନ୍ତି ; ସେ ନିମ୍ନ କ୍ଷେତ୍ରରେ , ଦଫା ୫ ଅନୁଯାୟୀ ଏକ ଆବେଦନପତ୍ର ପ୍ରଦାନ କରିବା ନିମନ୍ତେ ହକ୍ ଦାର୍ ହେବେ : -
- ନାବାଳିକା ହୋଇନଥିବା ତାଙ୍କର ଜଣେ କିମ୍ବା ଅଧିକ ସନ୍ତାନଙ୍କ ବିରୁଦ୍ଧରେ , ପିତାମାତା କିମ୍ବା ଅଜା ;
- ଦଫା ୨ର ଧାରା (ଛ)ରେ ଉଲ୍ଲେଖିତ ତାଙ୍କର ଏପରି ସଂପର୍କୀୟଙ୍କ ବିରୁଦ୍ଧରେ ଜଣେ ନିସନ୍ତାନ ବରିଷ୍ଠ ନାଗରିକ ।
- କୌଣସି ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ କରିବା ନିମନ୍ତେ , ସନ୍ତାନ କିମ୍ବା ସଂପର୍କୀୟଙ୍କର ଦାୟିତ୍ଵ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଏପରି ନାଗରିକଙ୍କର ଆବଶ୍ୟକତା ପ୍ରତି ପରିବର୍ଦ୍ଧିତ ଅଟେ , ଯାହା ଫଳରେ ଏପରି ବରିଷ୍ଠ ନାଗରିକ ଏକ ସାଧାରଣ ଜୀବନ ଅତିବାହିତ କରିପାରିବ ।
- ତାଙ୍କର କିମ୍ବା ଉକ୍ତ (ମହିଳା)ଙ୍କର ପିତାମାତାଙ୍କୁ ଭରଣପୋଷଣ କରିବାରେ , ସନ୍ତାନମାନଙ୍କର ଦାୟୀତ୍ଵ , ଏପରି ପିତା – ମାତାଙ୍କର ଆବଶ୍ୟକତା ପ୍ରତି ପରିବର୍ଦ୍ଧିତ ଅଟେ, ସେ ପିତା କିମ୍ବା ମାତା ହୋଇଥାଆନ୍ତୁ , କିମ୍ବା ଉଭୟ ହୋଇଥାଆନ୍ତୁ , ଯେଉଁ କ୍ଷେତ୍ରରେ ଯେପରି ପ୍ରୟୋଗନୀୟ , ଯାହା ଫଳରେ ଏପରି ପିତାମାତା ଏକ ସାଧାରଣ ଜୀବନଯାପନ କରିପାରିବେ।
- କୌଣସି ବରିଷ୍ଠ ନାଗରିକଙ୍କର ଜଣେ ଜଣେ ସଂପର୍କୀୟ ହୋଇଥିବା କୌଣସି ବ୍ୟକ୍ତି ଏବଂ ଯାହାଙ୍କର ଯଥେଷ୍ଠ ସଂବଳ ଅଛି , ସେ , ଏପରି ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ କରିବେ , ଯଦି ସେ ଏପରି ବରିଷ୍ଠ ନାଗରିକଙ୍କ ସମ୍ପତ୍ତିର ଦଖଲରେ ଥାଆନ୍ତି କିମ୍ବା ସେ ଏପରି ବରିଷ୍ଠ ନାଗରିକଙ୍କର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିବେ ;
ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ଏପରି କୌଣସି ବରିଷ୍ଠ ନାଗରିକଙ୍କର ସମ୍ପତ୍ତିକୁ, ଜଣକର ଅଧିକ ସଂପର୍କୀୟମାନେ ଉତ୍ତରାଧିକାରୀତ୍ଵରେ ଗ୍ରହଣ କରିବା ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତି, ସେପରିସ୍ଥଳେ ଏପରି ଭରଣପୋଷଣ, ଏପରି ସଂପର୍କୀୟଙ୍କ ଦ୍ଵାରା ଏପରି ଅନୁପାତରେ ଦେୟ ହେବ, ଯେପରିଭାବେ ସେମାନେ ତାଙ୍କର ସମ୍ପତ୍ତିକୁ ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିବେ ।
ଭରଣପୋଷଣ ନିମନ୍ତେ ଆବେଦନପତ୍ର
- ଦଫା ୪ ଅନୁଯାୟୀ, ଭରଣପୋଷଣ ନିମନ୍ତେ କୌଣସି ଆବେଦନ କରାଯାଇପାରେ
- କୌଣସି ବରିଷ୍ଠ ନାଗରିକ କିମ୍ବା କୌଣସି ପିତା – ମାତାଙ୍କ ଦ୍ଵାରା, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ; କିମ୍ବା
- ଯଦି ସେ ଅକ୍ଷମ ହୋଇଥାଏ, ତାହେଲେ ତାଙ୍କ ଦ୍ଵାରା କ୍ଷମତାୟୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଦ୍ଵାରା; କିମ୍ବା
- ଟ୍ରିବ୍ୟୁ ନାଲ୍, ମନକୁ ମନ ବିଚାର ନିମନ୍ତେ ଗ୍ରହଣ କରିପାରନ୍ତି ।
ସ୍ପଷ୍ଟୀକରଣ
ଏହି ଦଫା ଉଦ୍ଦେଶ୍ୟରେ , ‘ ସଂସ୍ଥା ’ ଅର୍ଥ , କୌଣସି ସ୍ଵେଚ୍ଛାକୃତ ସମ୍ମିଳନୀ , ଯାହାକି ସମିତି ନିବନ୍ଧନ ଆଇନ୍ , ୧୮୬୦ (୨୧/୧୮୬୦) ଅନୁଯାୟୀ ନିବନ୍ଧିତ , କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ଅନୁଯାୟୀ ସେପରି ନିବନ୍ଧିତ ।
- ଟ୍ରିବ୍ୟୁନାଲ୍ ଏହି ଦଫା ଅନୁଯାୟୀ , ଭରଣପୋଷଣ ନିମନ୍ତେ ମାସିକିଆ ଭତ୍ତା ସଂବନ୍ଧରେ, କାର୍ଯ୍ୟାନୁଷ୍ଠାନର ସ୍ଥଗିତାବସ୍ଥାରେ, ଏପରି ବରିଷ୍ଠ ନାଗରିକଙ୍କ ସହିତ ପିତାମାତାଙ୍କର ମଧ୍ୟବର୍ତ୍ତୀକାଳୀନ, ଭରଣପୋଷଣ ନିମନ୍ତେ ଏକ ମାସିକିଆ ଭତ୍ତା ପ୍ରଦାନ କରିବା ନିମନ୍ତେ , ଏପରି ସନ୍ତାନ କିମ୍ବା ସଂପର୍କୀୟଙ୍କୁ ଆଦେଶ ଦେଇପାରନ୍ତି ଏବଂ ତାହା ଏପରି ବରିଷ୍ଠନାଗରିକଙ୍କ ସହିତ ପିତାମାତାଙ୍କୁ ପ୍ରଦାନ କରିବା ନିମନ୍ତେ, ଯେପରି ଟ୍ରିବ୍ୟୁନାଲ୍, ସମୟାନୁକ୍ରମେ, ନିର୍ଦ୍ଦେଶ ଦେଇ ପାରନ୍ତି ।
- ଉପ – ଦଫା (୧) ଅନୁଯାୟୀ , ଭରଣପୋଷଣ ନିମନ୍ତେ ଏକ ଆବେଦନପତ୍ରର ଗ୍ରହଣ ଉପରେ ; ସନ୍ତାନ କିମ୍ବା ସଂପର୍କୀୟଙ୍କୁ ଆବେଦନପତ୍ରର ସୂଚନା ଦେବାପରେ ଏବଂ ପକ୍ଷମାନଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରିବା ପରେ; ଭରଣପୋଷଣର ଅର୍ଥରାଶି ସ୍ଥିର କରିବା ନିମନ୍ତେ , ଏକ ତଦନ୍ତ ଅନୁଷ୍ଠିତ କରିବେ ।
- କାର୍ଯ୍ୟାନୁଷ୍ଠାନ ନିମନ୍ତେ , ଭରଣପୋଷଣ ଏବଂ ଖର୍ଚ୍ଚ ନିମନ୍ତେ ମାସିକ ଭତ୍ତା ନିମନ୍ତେ , ଉପ – ଦଫା (୨) ଅନୁଯାୟୀ ଦାଖଲ କରାଯାଇଥିବା କୌଣସି ଆବେଦନପତ୍ରକୁ , ଏପରି ବ୍ୟକ୍ତି ପ୍ରତି ଆବେଦନପତ୍ରର ସୂଚନାଜାରୀ ତାରିଖରୁ ନବେ ଦିନ ମଧ୍ୟରେ ଫଇସଲା କରାଯିବ ;
ଉଲ୍ଲେଖଥାଉଯେ , ଟ୍ରିବ୍ୟୁନାଲ୍ ଉକ୍ତ ସମୟକୁ ପରିବର୍ଦ୍ଧନ କରିପାରନ୍ତି , ଥରେ କୌଣସି ବ୍ୟତିକ୍ରମିତ ପରିସ୍ଥିତିରେ , ସର୍ବୋଚ୍ଚ ତିରିଶଦିନ ନିମନ୍ତେ , ଯାହାର କାରଣକୁ ସେ ଲିଖିତଭାବେ ଲିପିବଦ୍ଧ କରିବେ ।
- ଉପ – ଦଫା (୧) ଅନୁଯାୟୀ, ଭରଣପୋଷଣ ନିମନ୍ତେ କୌଣସି ଆବେଦନପତ୍ର , ଜଣେ କିମ୍ବା ଅଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦାଖଲ କରାଯାଇପାରେ;
ଉଲ୍ଲେଖଥାଉ ଯେ , ଏପରି ସନ୍ତାନ କିମ୍ବା ସଂପର୍କୀୟ, ଭରଣପୋଷଣ ନିମନ୍ତେ, ଆବେଦନପତ୍ରରେ, ପିତାମାତାଙ୍କୁ ରକ୍ଷଣାବେକ୍ଷଣ କରିବା ନିମନ୍ତେ ଦାୟୀ ଅନ୍ୟ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରିପାରନ୍ତି ।
- ଯେଉଁ ସ୍ଥଳରେ ଜଣକରୁ ଅଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ରକ୍ଷଣାବେକ୍ଷଣ ଆଦେଶ ପ୍ରଦାନ କରାଯାଏ , ସେପରିସ୍ଥଳେ ସେମାନଙ୍କ ମଧ୍ୟରୁ ଜଣକୁ ଏପରି ଭରଣପୋଷଣ ଅର୍ଥରାଶି ପ୍ରଦାନ କରିବା ଅନ୍ୟମାନଙ୍କର ଦାୟୀତ୍ଵକୁ ପ୍ରଭାବିତ କରେ ନାହିଁ ।
- ଭରଣ – ପୋଷଣ ଏବଂ କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ନିମନ୍ତେ ଏପରି କୌଣସି ଭତ୍ତା , ଆଦେଶ ତାରିଖରୁ ଦେୟ ହେବ କିମ୍ବା ଯଦି ସେପରି ଆଦେଶିତ ହୋଇଥାଏ , ତାହେଲେ ଭରଣପୋଷଣ କିମ୍ବା କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ନିମନ୍ତେ ଆବେଦନପତ୍ର ତାରିଖରୁ ; ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ।
- ଯଦି ଏପରି ଆଦେଶିତ ହୋଇଥିବା ସନ୍ତାନ କିମ୍ବା ସଂପର୍କୀୟ, ଏପରି ଆଦେଶକୁ ପରିପାଳନ କରିବାରେ, ଯଥେଷ୍ଠ କାରଣ ବିନା , ଅକୃତକାର୍ଯ୍ୟ ହୁଅନ୍ତି ; ସେପରିସ୍ଥଳେ ଏପରି କୌଣସି ଟ୍ରିବ୍ୟୁନାଲ୍, ଆଦେଶର ପ୍ରତ୍ୟକ୍ ଉଲ୍ଲଘଂନ ନିମନ୍ତେ ; ଜୋରିମାନା ଧାର୍ଯ୍ୟ କରିବା ନିମନ୍ତେ ବ୍ୟବସ୍ଥାୟୀତ ପଦ୍ଧତିରେ ପ୍ରାପ୍ୟ ଅର୍ଥରାଶି ଧାର୍ଯ୍ୟ କରିବା ନିମନ୍ତେ ଏକ ପରୱାନା (ୱାରଣ୍ଟ) ନିର୍ଗମ କରିପାରନ୍ତି ଏବଂ ଭରଣପୋଷଣ ଏବଂ କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ନିମନ୍ତେ, ପ୍ରତ୍ୟକ୍ ମାସର ଭତ୍ତାର କୌଣସି ଅଂଶଭାବେ କିମ୍ବା ସମୁଦାୟ ନିମନ୍ତେ ଏପରି ବ୍ୟକ୍ତିକୁ ଦଣ୍ଡୀତ କରିପାରନ୍ତି, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯାହାକି ପରୱାନାର ସଂପାଦନ ପରେ ଅଣ ପ୍ରଦାନୀୟ ରହିଥାଏ ଏବଂ ସେହି ସମୟ ପର୍ଯ୍ୟନ୍ତ କାରାଦଣ୍ଡରେ, ଯାହାକି ଏକମାସ ନିମନ୍ତେ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଅର୍ଥ ପ୍ରଦାନ ପର୍ଯ୍ୟନ୍ତ କିମ୍ବା ଯଦି ତାହା ଶୀଘ୍ର ପ୍ରଦାନ କରାଯାଏ, ତନ୍ମମଧ୍ୟରୁ ଯେଉଁଠି ସହଳ କିମ୍ବା ଶୀଘ୍ର ହୋଇଥିବ ।
ଉଲ୍ଲେଖଥାଉଯେ, ଏହି ଦଫା ଅନୁଯାୟୀ ପ୍ରାପ୍ୟ କୌଣସି ଅର୍ଥରାଶିର ଆଦାୟ ନିମନ୍ତେ କୌଣସି ପରୱାନା ନିର୍ଗମ କରାଯିବ ନାହିଁ, ଯଦି ସେହି ତାରିଖରୁ ତିନିମାସ ସମୟ ମଧ୍ୟରେ ଏପରି ଅର୍ଥରାଶି ଧାର୍ଯ୍ୟ କରିବା ନିମନ୍ତେ , ଟ୍ରିବ୍ୟୁନାଲ୍ କୁ ଆବେଦନ ପତ୍ର ପ୍ରଦାନ କରାନଯାଇଛି ।
କର୍ତ୍ତୃତ୍ଵ ଏବଂ ପଦ୍ଧତି
- ଦଫା ୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ, କୌଣସି ଜିଲ୍ଲାରେ ଥିବା କୌଣସି ସନ୍ତାନ କିମ୍ବା ସଂପର୍କୀୟଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇପାରେ : -
- ଯେଉଁଠାରେ ସେ ବାସକରେ କିମ୍ବା ଶେଷଥର ନିମନ୍ତେ ବାସ କରୁଥିଲା ; କିମ୍ବା
- ଯେଉଁଠାରେ ସନ୍ତାନ କିମ୍ବା ସଂପର୍କୀୟ ବାସ କରନ୍ତି ।
- ଦଫା ୫ ଅନୁଯାୟୀ ଆବେଦନପତ୍ରର ଗ୍ରହଣ ପରେ , ଟ୍ରିବ୍ୟୁନାଲ୍ , ସନ୍ତାନ କିମ୍ବା ସଂପର୍କୀୟଙ୍କ ଉପସ୍ଥିତିକୁ ଆହାରଣ କରିବା ନିମନ୍ତେ ଏକ ଆଦେଶିକା ନିର୍ଗମ କରିବେ , ଯାହାଙ୍କ ବିରୁଦ୍ଧରେ ଏପରି ଆବେଦନପତ୍ର ଦାଖଲ କରାଯାଇଥାଏ ।
- ସନ୍ତାନ କିମ୍ବା ସଂପର୍କୀୟଙ୍କର ଉପସ୍ଥିତି ଆହାରଣ କରିବା ନିମନ୍ତେ , ଟ୍ରିବ୍ୟୁନାଲ୍ ଙ୍କର କୌଣସି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କର କ୍ଷମତା ରହିବ , ଯେପରି ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩ (୨/୧୯୭୪) ଅନୁଯାୟୀ ବ୍ୟବସ୍ଥାୟୀତ ।
- ଏପରି କାର୍ଯ୍ୟାନୁଷ୍ଠାନ ପ୍ରତି ସମସ୍ତ ସାକ୍ଷ୍ୟ , ସନ୍ତାନ କିମ୍ବା ସଂପର୍କୀୟଙ୍କର ଉପସ୍ଥିତିରେ ଗ୍ରହଣ କରାଯିବ , ଯାହାଙ୍କ ବିରୁଦ୍ଧରେ ଭରଣପୋଷଣ ପ୍ରଦାନ ନିମନ୍ତେ ଏକ ଆଦେଶ ପ୍ରଦାନ ନିମନ୍ତେ ପ୍ରସ୍ତାବିତ୍ ଏବଂ ତାହା ସେପରିଭାବେ ଲିପିବଦ୍ଧ କରାଯିବ, ଯେପରି ଆହ୍ଵାନ ମୋକଦ୍ଦମା ରେ ଧାର୍ଯ୍ୟ କରାଯାଇଛି ;
ଉଲ୍ଲେଖଥାଉ ଯେ , ଯଦି ଟ୍ରିବ୍ୟୁନାଲ୍ ସନ୍ତୁଷ୍ଟ ହୁଅନ୍ତି ଯେ , ସନ୍ତାନ କିମ୍ବା ସଂପର୍କୀୟ , ଯାହାଙ୍କ ବିରୁଦ୍ଧରେ , ଭରଣପୋଷଣ ପ୍ରଦାନ ନିମନ୍ତେ କୌଣସି ଆଦେଶ ପ୍ରଦାନ କରାଯିବା ନିମନ୍ତେ ପ୍ରସ୍ତାବିତ , ସେ ଜାଣିଶୁଣି ଜାରୀକୁ ପ୍ରତ୍ୟାଖ୍ୟାନ କରୁଛି କିମ୍ବା ଜାଣିଶୁଣି ଟ୍ରିବ୍ୟୁନାଲ୍ ରେ ଉପସ୍ଥିତ ହେବା ନିମନ୍ତେ ଅବହେଳା କରୁଛି , ସେପରିସ୍ଥଳେ ଟ୍ରିବ୍ୟୁନାଲ୍ ମୋକଦ୍ଦମାକୁ ଏକତରଫା କରିବା ନିମନ୍ତେ ଶୁଣାଣୀ କରିବେ ଏବଂ ସ୍ଥିର କରିବେ ।
- ଯେଉଁ ସ୍ଥଳରେ ସନ୍ତାନ କିମ୍ବା ସଂପର୍କୀୟ ଭାରତ ବାହାରେ ବାସ କରୁଥାଆନ୍ତି , ସେପରିସ୍ଥଳେ ଏପରି ଆହ୍ଵାନକୁ , ଏପରି ଅଧିକାରୀଙ୍କ ଜରିଆରେ ଜାରୀ କରାଯିବ , ଯେପରି କେନ୍ଦ୍ରସରକାର , କାର୍ଯ୍ୟାଳୟ ଗେଜେଟ୍ ରେ , ବିଜ୍ଞପ୍ତି ଦ୍ଵାରା , ସେ ସଂବନ୍ଧରେ ଧାର୍ଯ୍ୟ କରିପାରନ୍ତି ।
- ଦଫା ୫ ଅନୁଯାୟୀ , କୌଣସି ଆବେଦନପତ୍ରର ଶୁଣାଣୀ ପୂର୍ବରୁ , ତାହା କୌଣସି ମୀମାଂସାକାରୀ ଅଧିକାରୀଙ୍କୁ ଉଲ୍ଲେଖ କରିପାରନ୍ତି ଏବଂ ଏପରି ମୀମାଂସାକାରୀ ଅଧିକାରୀ , ଏକମାସ ମଧ୍ୟରେ ତାଙ୍କର ବିବରଣୀ ଦାଖଲ କରିବେ ଏବଂ ଯଦି ପାରସ୍ପରିକ ମୀମାଂସାରେ ଉପନୀତ କରାଯାଏ , ସେପରିସ୍ଥଳେ ଟ୍ରିବ୍ୟୁନାଲ୍ , ସେ ସଂବନ୍ଧରେ ଏକ ଆଦେଶ ପ୍ରଦାନ କରିବେ ।
ସ୍ପଷ୍ଟୀକରଣ
ଏହି ଉପ – ଦଫାର ଉଦ୍ଦେଶ୍ୟରେ , ‘ ମୀମାଂସାକାରୀ ଅଧିକାରୀ ’ ଅର୍ଥ , ଦଫା ୫ର ଉପ – ଦଫା (୧) ପ୍ରତି ସ୍ପଷ୍ଟୀକରଣରେ ଉଲ୍ଲେଖିତ କୌଣସି ସଂସ୍ଥାର କୌଣସି ବ୍ୟକ୍ତି କିମ୍ବା ପ୍ରତିନିଧି କିମ୍ବା ଦଫା ୧୮ର ଉପ –ଦଫା (୧) ଅନୁଯାୟୀ , ରାଜ୍ୟ ସରକାରଙ୍କ ଦ୍ଵାରା ପଦବାୟୀତ ଭରଣପୋଷଣ ଅଧିକାରୀ କିମ୍ବା ଏହି ଉଦ୍ଦେଶ୍ୟରେ , ଟ୍ରିବ୍ୟୁନାଲ୍ ଦ୍ଵାରା ମନୋନୀତ ଅନ୍ୟ କୌଣସି ବ୍ୟକ୍ତି ।
ଭରଣପୋଷଣ ଟ୍ରିବ୍ୟୁନାଲ୍ ର ଗଠନ
- ରାଜ୍ୟସରକାର, ଏହି ଆଇନ୍ ର ପ୍ରଚାଳନ ତାରିଖରୁ ଛଅମାସ ସମୟ ମଧ୍ୟରେ , କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା, ପ୍ରତ୍ୟକ୍ ସବ୍ ଡିଭିଜନ୍ ନିମନ୍ତେ ଗୋଟିଏ କିମ୍ବା ଅଧିକ ଟ୍ରିବ୍ୟୁନାଲ୍ ଗଠନ କରିପାରନ୍ତି , ଯେକି ଦଫା ୫ ଅନୁଯାୟୀ, ଭରଣପୋଷଣ ନିମନ୍ତେ ବିଚାର କରିବା ଏବଂ ସିଦ୍ଧାନ୍ତ କରିବା ନିମନ୍ତେ ପଦକ୍ଷେପ କରିବେ ।
- ଏପରି ଟ୍ରିବ୍ୟୁନାଲ୍ , କୌଣସି ଅଧିକାରୀଙ୍କ ଦ୍ଵାରା ସଭାପତିତ୍ଵ କରାଯିବ , ଯେକି କୌଣସି ରାଜ୍ୟର ଉପ – ଖଣ୍ଡ ଅଧିକାରୀଙ୍କ ଠାରୁ କମ୍ ସ୍ତରର ହୋଇନଥିବେ ।
- ଯେଉଁ ସ୍ଥଳରେ କୌଣସି ଅଞ୍ଚଳ ନିମନ୍ତେ ଦୁଇ କିମ୍ବା ଅଧିକ ଟ୍ରିବ୍ୟୁନାଲ୍ ଗଠିତ ହୋଇଥାଏ, ସେପରିସ୍ଥଳେ ରାଜ୍ୟସରକାର , କୌଣସି ସାଧାରଣ କିମ୍ବା ବିଶେଷ ଆଦେଶ ଦ୍ଵାରା, ସେମାନଙ୍କ ମଧ୍ୟରେ କାର୍ଯ୍ୟର ବିତରଣକୁ ନିୟନ୍ତ୍ରିତ କରିବେ ।
ତଦନ୍ତ କ୍ଷେତ୍ରରେ, ତୁରନ୍ତ ପଦ୍ଧତି
- ଦଫା ୫ଅନୁଯାୟୀ କୌଣସି ତଦନ୍ତ ଅନୁଷ୍ଠିତ କରିବାରେ , ଟ୍ରିବ୍ୟୁନାଲ୍ , ସେ ସଂବନ୍ଧରେ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା କୌଣସି ନିୟମାବଳୀର ନିୟନ୍ତ୍ରଣାଧିନରେ , ଏପରି କୌଣସି ତୁରନ୍ତ ପଦ୍ଧତି ଅନୁସରଣ କରିବେ ଯେପରି ସେ ଉପଯୁକ୍ତ ମନେ କରିବେ ।
- ଶପଥପାଠ ଉପରେ ସାକ୍ଷ୍ୟ ଗ୍ରହଣ କରିବା ଏବଂ ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କରିବା , ଏବଂ ଦଲିଲ୍ ଏବଂ ଉପାଦେୟ ବସ୍ତୁର ଆବିଷ୍କାର ଏବଂ ଉପସ୍ଥାପନାକୁ ବାଧ୍ୟ କରିବା ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟ ନିମନ୍ତେ , ଟ୍ରିବ୍ୟୁନାଲ୍ ର କୌଣସି ଦେୱାନୀ ନ୍ୟାୟାଳୟର ସମସ୍ତ କ୍ଷମତା ରହିବ ଏବଂ ଏପରି ଉଦ୍ଦେଶ୍ୟ ନିମନ୍ତେ ଯେପରି ଧାର୍ଯ୍ୟ କରାଯାଇପାରେ ଏବଂ ଟ୍ରିବ୍ୟୁନାଲ୍ କୁ ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩ (୨/୧୯୭୪) ର ଅଧ୍ୟାୟ – ୨୭ ଏବଂ ଦଫା ୧୯୫ ଉଦ୍ଦେଶ୍ୟରେ , ଏକ ଦେୱାନୀ ନ୍ୟାୟାଳୟ ଭାବେ ଧରାଯିବ ।
- ଏ ସଂବନ୍ଧରେ କରାଯିବାକୁ ଥିବା କୌଣସି ନିୟମର ନିୟନ୍ତ୍ରଣାଧିନରେ , ଟ୍ରିବ୍ୟୁନାଲ୍ ଭରଣପୋଷଣ ନିମନ୍ତେ କୌଣସି ଦାବୀକୁ ବିଚାର ଏବଂ ସ୍ଥିର କରିବା ଉଦ୍ଦେଶ୍ୟରେ , ତଦନ୍ତ ପ୍ରତି ଉପାଦେୟ କୌଣସି ବିଷୟରେ ବିଶେଷ ଜ୍ଞାନ ଧାରଣ କରିଥିବା ଜଣେ କିମ୍ବା ଅଧିକ ବ୍ୟକ୍ତିଙ୍କୁ ଚୟନକରିପାରନ୍ତି , ଯେକି ଏପରି ତଦନ୍ତରେ ତାଙ୍କୁ ସାହାଯ୍ୟ କରିବେ ।
ଭରଣପୋଷଣ ନିମନ୍ତେ ଆଦେଶ
- ଯଦି ସନ୍ତାନ କିମ୍ବା ସଂପର୍କୀୟ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, କୌଣସି ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ କରିବାରେ ଅବହେଳା କରନ୍ତି କିମ୍ବା ପ୍ରତ୍ୟାଖ୍ୟାନ କରନ୍ତି, ଯେକି ନିଜକୁ ଭରଣପୋଷଣ କରିବା ନିମନ୍ତେ ଅକ୍ଷମ ଅଟନ୍ତି, ସେପରିସ୍ଥଳେ ଟ୍ରିବ୍ୟୁନାଲ୍, ଏପରି ଅବହେଳା କିମ୍ବା ପ୍ରତ୍ୟାଖ୍ୟାନ ଉପରେ ସନ୍ତୁଷ୍ଟ ହେବା ପରେ, ଏପରି ବରିଷ୍ଠ ନାଗରିକଙ୍କର ଭରଣପୋଷଣ ନିମନ୍ତେ ଏପରି ମାସିକ ହାରରେ ଏକ ମାସିକିଆ ଭଡା ପ୍ରଦାନ କରିବା ନିମନ୍ତେ ଏପରି ସନ୍ତାନ କିମ୍ବା ସଂପର୍କୀୟଙ୍କୁ ଆଦେଶ ଦେବେ, ଯେପରି ଟ୍ରିବ୍ୟୁନାଲ୍ ଉପଯୁକ୍ତ ମନେ କରିବେ ଏବଂ ତାହା ଏପରି ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରିବେ, ଯେପରି ଟ୍ରିବ୍ୟୁନାଲ୍, ସମୟାନୁକ୍ରମେ ନିର୍ଦ୍ଦେଶ ଦେବେ ।
- ଏପରି ଟ୍ରିବ୍ୟୁନାଲ୍ ଦ୍ଵାରା ସର୍ବୋଚ୍ଚ ଭାରନଅସନ ଭତ୍ତା , ଯାହା ଆଦେଶିତ କରାଯାଇପାରେ , ତାହା ଏପରି ହେବ ଯେପରି ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ , ଯାହାକି ମାସିକ ଦଶ ହଜାର ଟଙ୍କାରୁ ଅଧିକ ହେବ ନାହିଁ ।
ଭତ୍ତାରେ ପରିବର୍ତ୍ତନ
- ଭରଣପୋଷଣ ନିମନ୍ତେ ଏକ ମାସିକିଆ ଭତ୍ତା ପ୍ରଦାନ କରିବା ନିମନ୍ତେ ଉକ୍ତ ଦଫା ଅନୁଯାୟୀ ଆଦେଶିତ ଭରଣପୋଷଣ ନିମନ୍ତେ ଦଫା ୯ ଅନୁଯାୟୀ ଏକ ମାସିକ ଭତ୍ତା ଗ୍ରହଣ କରୁଥିବା କୌଣସି ବ୍ୟକ୍ତିର ପରିସ୍ଥିତିରେ କୌଣସି ପରିବର୍ତ୍ତନ କିମ୍ବା କୌଣସି ବିଷୟର ତ୍ରୁଟି କିମ୍ବା ଅଣ – ପ୍ରତିନିଧିତ୍ଵର ପ୍ରମାଣ ଉପରେ , ଟ୍ରିବ୍ୟୁନାଲ୍ , ଭରଣପୋଷଣ ନିମନ୍ତେ ଭତ୍ତାରେ ଏପରି ପରିବର୍ତ୍ତନ କରିପାରନ୍ତି , ଯେପରି ସେ ଉଚିତ୍ ମନେ କରନ୍ତି ।
- ଯେଉଁ ସ୍ଥଳରେ ଟ୍ରିବ୍ୟୁନାଲ୍ ଙ୍କୁ ଏହା ପ୍ରତୀତ ହୁଏ ଯେ , କୌଣସି ଦକ୍ଷ ଦେୱାନୀ ନ୍ୟାୟାଳୟର କୌଣସି ସିଦ୍ଧାନ୍ତର ପରିଣତିରେ , ଦଫା ୯ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶକୁ ନାକଚ କରାଯିବ କିମ୍ବା ପରିବର୍ତ୍ତନ କରାଯିବ, ଏହା ଏପରି ଆଦେଶକୁ ନାକଚ କରିବେ; ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ତାକୁ ସେହି ଅନୁଯାୟୀ ପରିବର୍ତ୍ତନ କରିବେ ।
ଭରଣପୋଷଣ ଆଦେଶର ବଳବତ୍ତରକରଣ
- ଭରଣପୋଷଣ ଆଦେଶ ଏବଂ ତାହା ସହିତ କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ସଂବନ୍ଧରେ ଆଦେଶର ଏକ ନକଲ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, କୌଣସି ଶୁଳ୍କ କିମ୍ବା ‘ ଫିସ୍ ’ ବିନା , ବରିଷ୍ଠ ନାଗରିକ କିମ୍ବା ପିତାମାତାଙ୍କୁ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଦିଆଯିବ, ଯାହାଙ୍କ ସପକ୍ଷରେ ଏହା ପ୍ରଦାନ କରାଯାଇଛି ଏବଂ ଏପରି ଆଦେଶକୁ କୌଣସି ସ୍ଥାନରେ, କୌଣସି ଟ୍ରିବ୍ୟୁନାଲ୍ ଦ୍ଵାରା ବଳବତ୍ତର କରାଯାଇପାରେ, ଯେଉଁଠାରେ ସେହି ବ୍ୟକ୍ତି , ଯାହାଙ୍କ ବିରୁଦ୍ଧରେ ଏହା ପ୍ରଦାନ କରାଯାଇଛି; ଏପରି ଟ୍ରିବ୍ୟୁନାଲ୍ ଏବଂ ପକ୍ଷମାନଙ୍କର ଚିହ୍ନଟ ଏବଂ ଭତ୍ତାର ଅନପ୍ରଦାନ କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ପ୍ରାପ୍ୟ ଖର୍ଚ୍ଚ ସଂବନ୍ଧରେ, ଟ୍ରିବ୍ୟୁନାଲ୍ ସନ୍ତୁଷ୍ଟ ହେବା ଉପରେ ।
- ଏହି ଆଇନ୍ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଭରଣପୋଷଣ ଆଦେଶର ସେହି ପ୍ରକାର ବଳ ଏବଂ ପ୍ରଭାବ ରହିବ , ଯେପରି ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ (୨/୧୯୭୪) ର ଅଧ୍ୟାୟ – ୯ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଆଦେଶର ଥାଏ , ଏବଂ ସେହିପରିଭାବେ ସଂପାଦନ କରାଯିବ , ଯେପରି ଉକ୍ତ ସଂହିତା ଦ୍ଵାରା ଏପରି ଆଦେଶର ସଂପାଦନ ନିମନ୍ତେ ଧାର୍ଯ୍ୟ କରାଯାଇଛି ।
କେତେକ ନିର୍ଦ୍ଧିଷ୍ଟ ମୋକଦ୍ଦମାରେ, ଭରଣପୋଷଣ ସଂବନ୍ଧରେ ମତାମତ
ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩(୨/୧୯୭୪) ର ଅଧ୍ୟାୟ – ୯ରେ ଧାରୀତ କୌଣସି ବିଷୟ ସତ୍ଵେ , ଯେଉଁ ସ୍ଥଳରେ ଉକ୍ତ ଅଧ୍ୟାୟ ଅନୁଯାୟୀ କୌଣସି ବରିଷ୍ଠ ନାଗରିକ କିମ୍ବା କୌଣସି ପିତାମାତା ଭରଣପୋଷଣ ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତି ଏବଂ ଆହୁରି ମଧ୍ୟ ଏହି ଆଇନ୍ ଅନୁଯାୟୀ ଭରଣପୋଷଣ ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତି , ସେପରିସ୍ଥଳେ , ଉକ୍ତ ସଂହିତାର ଅଧ୍ୟାୟ – ୯ର ବ୍ୟବସ୍ଥାବଳୀ ପ୍ରତି କୌଣସି କ୍ଷତି ନଘଟାଇ ଉକ୍ତ ଯେକୌଣସି ଆଇନ୍ ଅନୁଯାୟୀ ଏପରି ଭରଣପୋଷଣ ଦାବୀ କରିପାରିବେ , ମାତ୍ର ଉଭୟ ଅନୁଯାୟୀ ନୁହେଁ ।
ଭରଣପୋଷଣ ଅର୍ଥରାଶିର ଜମା
ଯେତେବେଳେ ଏହି ଅଧ୍ୟାୟ ଅନୁଯାୟୀ କୌଣସି ଆଦେଶ ପ୍ରଦାନ କରାଯାଏ, ସେପରିସ୍ଥଳେ ଏପରି ଆଦେଶ ଅନୁଯାୟୀ କୌଣସି ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ଆବଶ୍ୟକ କରାଯାଉଥିବା ସନ୍ତାନ କିମ୍ବା ସଂପର୍କୀୟ, ଟ୍ରିବ୍ୟୁନାଲ୍ ଙ୍କ ଦ୍ଵାରା ଏପରି ଆଦେଶର ଘୋଷଣା ତାରିଖରୁ ଷାଠିଏ ଦିନ ମଧ୍ୟରେ, ଏପରିଭାବେ ଆଦେଶିତ ସମୁଦାୟ ଅର୍ଥରାଶିକୁ ଜମା କରିବେ, ଯେପରି ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇପାରିବେ ।
ସୁଧର ପ୍ରଦାନ, ଯେଉଁ ସ୍ଥଳରେ କୌଣସି ଦାବୀକୁ ଅନୁମୋଦନ କରାଯାଏ
ଯେଉଁ ସ୍ଥଳରେ, ଏହି ଆଇନ୍ ଅନୁଯାୟୀ କୌଣସି ଟ୍ରିବ୍ୟୁନାଲ୍, ଭରଣପୋଷଣ ନିମନ୍ତେ କୌଣସି ଆଦେଶ ପ୍ରଦାନ କରନ୍ତି, ସେପରିସ୍ଥଳେ ଏପରି ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶଦେଇ ପାରନ୍ତି ଯେ, ଭରଣପୋଷଣର ଅର୍ଥରାଶି ଅଧିକନ୍ତୁ , ଏପରି ତାରିଖରୁ ଏବଂ ଏପରି ହାରରେ ସରଳସୁଧ ମଧ୍ୟ ପ୍ରଦାନ କରାଯିବ ଏବଂ ତାହା ସେହି ତାରିଖ ପୂର୍ବରୁ ନୁହେଁ , ଯେତେବେଳେ ଆବେଦନପତ୍ର ପ୍ରଦାନ କରାଗଲା, ଯେପରି ଟ୍ରିବ୍ୟୁନାଲ୍ ଙ୍କ ଦ୍ଵାରା ସ୍ଥିର କରାଯାଇପାରେ , ଯାହାକି ପାଞ୍ଚ ପ୍ରତିଶତରୁ କମ୍ ହେବ ନାହିଁ ଏବଂ ଅଠର ପ୍ରତିଶତରୁ ଅଧିକ ହେବ ନାହିଁ ;
ଉଲ୍ଲେଖଥାଉ ଯେ, ଯେଉଁ ସ୍ଥଳରେ ଏହି ଆଇନ୍ ର ପ୍ରାରମ୍ଭରେ, ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩ (୨/୧୯୭୪) ର ଅଧ୍ୟାୟ – ୯ ଅନୁଯାୟୀ ଭରଣପୋଷଣର କୌଣସି ଆବେଦନପତ୍ର କୌଣସି ନ୍ୟାୟାଳୟରେ ସ୍ଥଗୀତ ତାହାଏ , ସେପରିସ୍ଥଳେ ନ୍ୟାୟାଳୟ , ପିତାମାତାଙ୍କର ଅନୁରୋଧ ଉପରେ, ଏପରି ଆବେଦନପତ୍ରର ପ୍ରତ୍ୟାହାରକୁ ଅନୁମୋଦନ କରିବେ ଏବଂ ଏପରି ପିତାମାତା , ଟ୍ରିବ୍ୟୁନାଲ୍ ସମ୍ମୁଖରେ ଭରଣପୋଷଣ ନିମନ୍ତେ ଏକ ଆବେଦନ ପତ୍ର ଦାଖଲ କରିବା ନିମନ୍ତେ ହକ୍ ଦାର୍ ହେବେ ।
ଅପିଲୀୟ ଟ୍ରିବ୍ୟୁନାଲ୍ ର ଗଠନ
- ରାଜ୍ୟସରକାର , କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା , ପ୍ରତ୍ୟକ ଜିଲ୍ଲା ନିମନ୍ତେ ଏକ ଅପିଲୀୟ ଗଠନ କରିବେ , ଯାହାକି ଟ୍ରିବ୍ୟୁନାଲ୍ ର ଆଦେଶ ବିରୁଦ୍ଧରେ ଅପିଲ୍ ର ଶୁଣାଣୀ କରିବେ ।
- ଅପିଲୀୟ ଟ୍ରିବ୍ୟୁନାଲ୍ , ଜଣେ ଅଧିକାରୀଙ୍କ ଦ୍ଵାରା ସଭାପତିତ୍ଵ କରାଯିବ , ଯେକି ଜିଲ୍ଲା ମାଜିଷ୍ଟ୍ରେଟଙ୍କର ତଳ ସ୍ତରର ହୋଇନଥିବେ ।
ଅପିଲ୍
- କୌଣସି ବରିଷ୍ଠ ନାଗରିକ କିମ୍ବା କୌଣସି ପିତାମାତା, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯେକି କୌଣସି ଟ୍ରିବ୍ୟୁନାଲ୍ ର ଆଦେଶରେ ବ୍ୟଥିତ ହୋଇଥାଆନ୍ତି, ସେ , ଏପରି ଆଦେଶ ତାରିଖରୁ ଷାଠିଏ ଦିନ ମଧ୍ୟରେ ଅପିଲୀୟ ଟ୍ରିବ୍ୟୁନାଲ୍ ରେ ଏକ ଅପିଲ୍ ଦାଏର କରିପାରିବେ ;
ଉଲ୍ଲେଖଥାଉ ଯେ , ଅପିଲ୍ ଉପରେ , ସନ୍ତାନ କିମ୍ବା ସଂପର୍କୀୟ , ଯେକି ଏପରି ଭରଣ ପୋଷଣ ଆଦେଶର ସର୍ତ୍ତାବଳୀ ଅନୁଯାୟୀ କୌଣସି ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ଆଦେଶିତ ହୋଇଥାଆନ୍ତି , ଏପରି ପିତାମାତାଙ୍କୁ ଏପରି ଆଦେଶିତ ଅର୍ଥରାଶି ଏପରିଭାବ ପ୍ରଦାନ କରୁଥିବେ , ଯେପରି ଅପିଲୀୟ ଟ୍ରିବ୍ୟୁନାଲ୍ ଦ୍ଵାରା ନିର୍ଦ୍ଦେଶିତ ;
ଆହୁରି ଉଲ୍ଲେଖଥାଉ ଯେ , ଅପିଲୀୟ ଟ୍ରିବ୍ୟୁନାଲ୍ , ଉକ୍ତ ଷାଠିଏ ଦିନ ସମୟରେ ଅପିଲ୍ ଦାଏର କରିବାରୁ ଅପିଲ୍ କର୍ତ୍ତା , ଯଥେଷ୍ଟ କାରଣ ଦ୍ଵାରା ପ୍ରତିବନ୍ଧିତ ହୋଇଥିଲେ
- କୌଣସି ଅପିଲ୍ ର ଗ୍ରହଣ ପରେ , ଅପିଲୀୟ ଟ୍ରିବ୍ୟୁନାଲ୍ , ପ୍ରତିବାଦୀଙ୍କ ଉପରେ ଏକ ସୂଚନା ଜାରୀ କରାଇବେ।
- ଅପିଲୀୟ ଟ୍ରିବ୍ୟୁନାଲ୍ , ଟ୍ରିବ୍ୟୁନାଲ୍ ରୁ କାର୍ଯ୍ୟାନୁଷ୍ଠାନର ନଥି ମଗାଇପାରନ୍ତି , ଯାହାଙ୍କ ଆଦେଶ ବିରୁଦ୍ଧରେ ଅପିଲ୍ ଦାଏର କରାଯାଇଛି ;
- ଅପିଲୀୟ ଟ୍ରିବ୍ୟୁନାଲ୍ , ଅପିଲ୍ ଏବଂ ନଥିପତ୍ର ପରୀକ୍ଷା କରିବା ପରେ , ଅପିଲ୍ କୁ ଅନୁମୋଦନ କରିପାରନ୍ତି କିମ୍ବା ପ୍ରତ୍ୟାଖ୍ୟାନ କରିପାରନ୍ତି ।
- ଟ୍ରିବ୍ୟୁନାଲ୍ ର ଆଦେଶ ବିରୁଦ୍ଧରେ ଦାଖଲ କରାଯାଇଥିବା ଅପିଲ୍ କୁ , ଅପିଲୀୟ ଟ୍ରିବ୍ୟୁନାଲ୍ ବିଚାର କରିବେ ଏବଂ ସ୍ଥିର କରିବେ ଏବଂ ଅପିଲୀୟ ଟ୍ରିବ୍ୟୁନାଲ୍ ଙ୍କର ଆଦେଶ , ଚୂଡାନ୍ତ ହେବ ;
ଉଲ୍ଲେଖଥାଉ ଯେ , କୌଣସି ଅପିଲ୍ କୁ ପ୍ରତ୍ୟାଖ୍ୟାନ କରାଯିବ ନାହିଁ ; ଯଦି ବ୍ୟକ୍ତିଗତଭାବେ କିମ୍ବା ସଠିକ୍ ଭାବେ କ୍ଷମତାୟୀତ ପ୍ରତିନିଧିଙ୍କ ଜରିଆରେ ଉଭୟପକ୍ଷଙ୍କୁ ଶୁଣାଣୀର ଏକ ସୁଯୋଗ ଦିଆନଯାଇଛି ।
- ଏକ ଅପିଲ୍ ଗ୍ରହଣର ଏକମାସ ମଧ୍ୟରେ , ଅପିଲୀୟ ଟ୍ରିବ୍ୟୁନାଲ୍ ଏକ ଆଦେଶ ଘୋଷଣା କରିବା ନିମନ୍ତେ ଚେଷ୍ଟା କରିବେ।
- ଉପ – ଦଫା (୫) ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରତ୍ୟକ ଆଦେଶର ଏକ ନକଲକୁ , ମାଗଣାରେ ଉଭୟ ପକ୍ଷଙ୍କ ନିକଟକୁ ପ୍ରେରଣ କରାଯିବ ।
ଆଇନଗତ ପ୍ରତିନିଧିତ୍ଵ ପ୍ରତି ଅଧିକାର
କୌଣସି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ଵେ , ଟ୍ରିବ୍ୟୁନାଲ୍ କିମ୍ବା ଅପିଲୀୟ ଟ୍ରିବ୍ୟୁନାଲ୍ ଙ୍କ ସମ୍ମୁଖରେ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରତି କୌଣସି ପକ୍ଷ ଜଣେ ଆଇନ୍ ଗତ ବ୍ୟବସାୟୀଙ୍କ ଦ୍ଵାରା ପ୍ରତିନିଧିତ୍ଵ ହେବେ ।
ଭରଣପୋଷଣ ଅଧିକାରୀ
- ରାଜ୍ୟ ସରକାର , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କିମ୍ବା କୌଣସି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିମ୍ନ ସ୍ତରର ହୋଇନଥିବା କୌଣସି ଅଧିକାରୀଙ୍କୁ , ସେ ଯେଉଁ ନାମରେ ଡକା ଯାଉଥାଆନ୍ତୁ , ତାଙ୍କୁ ଭରଣପୋଷଣ ଅଧିକାରୀ ଭାବେ ପଦବାୟୀତ କରିବେ ।
- ଉପ – ଦଫା (୧) ରେ ଉଲ୍ଲେଖିତ ଭରଣପୋଷଣ ଅଧିକାରୀ , କୌଣସି ପିତାମାତାଙ୍କୁ ପ୍ରତିନିଧିତ୍ଵ କରିବେ , ଯଦି ସେ ସେପରି ଇଚ୍ଛା କରନ୍ତି , ଏବଂ ତାହା ଟ୍ରିବ୍ୟୁନାଲ୍ କିମ୍ବା ଅପିଲୀୟ ଟ୍ରିବ୍ୟୁନାଲ୍ ର କାର୍ଯ୍ୟାନୁଷ୍ଠାନ ସମୟରେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ।
ଆଧାର – ଲ ହାଉସ