অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(କୌଣସି ବିଷୟର ସତ୍ୟତାକୁ ମନା କରିବା)

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(କୌଣସି ବିଷୟର ସତ୍ୟତାକୁ ମନା କରିବା)

କୌଣସି  ବିଷୟର  ସତ୍ୟତାକୁ   ମନା  କରିବା

ଯେତେବେଳେ  କୌଣସି  ବ୍ୟକ୍ତି , ତାର  ଘୋଷଣା   କାର୍ଯ୍ୟ  କିମ୍ବା  ତ୍ରୁଟି  ଦ୍ଵାରା  କୌଣସି   ବିଷୟରେ   ସତ୍ୟତାକୁ   ବିଶ୍ଵାସ କରିବା  ନିମନ୍ତେ  ଅନ୍ୟ  କୌଣୟସ   ବ୍ୟକ୍ତିର  ବିଶ୍ଵାସ  ଜନ୍ମାନ୍ତି  ଏବଂ  ଏପରି  ବିଶ୍ଵାସ  ଉପର  କାର୍ଯ୍ୟ   କରିବା  ନିମନ୍ତେ  ଅନୁମତି   ପ୍ରଦାନ  କରନ୍ତି,ସେପରି  ସ୍ଥଳେ , ସେ  କିମ୍ବା   ତାଙ୍କର  କୌଣସି  ପ୍ରତିନିଧି , ଏବଂ  ତାଙ୍କର  ଏପରି  ବ୍ୟକ୍ତି  କିମ୍ବା  ପ୍ରତିନିଧିଙ୍କ  ମଧ୍ୟରେ, କୌଣସି  ମୋକଦ୍ଦମା  କିମ୍ବା  କାର୍ଯ୍ୟାନୁଷ୍ଠାନରେ  ଏପରି  ବିଷୟର   ସତ୍ୟତାକୁ   ମନା  କରିପାରିବେ  ନାହିଁ   ।

ଉଦାହରଣ

‘କ’ ଜାଣି  ଶୁଣି  ଏକ  ମିଥ୍ୟାରେ  ‘ଖ’ ଠାରେ   ବିଶ୍ଵାସ   ଜନ୍ମାନ୍ତି  ଯେ, କୌଣସି  ନିର୍ଦ୍ଧିଷ୍ଟ  ଜମି   ତାଙ୍କର  ଅଟେ ଏବଂ  ତାହା  କ୍ରୟ   କରିବା  ନିମନ୍ତେ  ‘ଖ’ କୁ  ପ୍ରବର୍ତ୍ତାନ୍ତି   ।

ପରେ  ଉକ୍ତ  ଜମି  'କ’ର  ସମ୍ପତ୍ତି ହୁଏ  ଏବଂ  ‘ଖ’ ଉକ୍ତ  ବିକ୍ରିକୁ  ଏହି  କାରଣ  ଉପାଏ  ନାକଚ୍ କରିବାକୁ  ଚାହାଁନ୍ତି ଯେ, ବିକ୍ରି   ସମୟରେ  ତାଙ୍କର  ଉକ୍ତ   ଜମି  ଉପରେ  କୌଣସି  ଅଧିକାର  ନଥିଲା  । ସେପରି   ସ୍ଥଳେ  ତାଙ୍କର   ଅଧିକାରର  ଅଭାବକୁ  ପ୍ରମାଣ  କରିବା  ନିମନ୍ତେ  ତାଙ୍କୁ  ଅନୁମୋଦନ  କରାଯିବ   ନାହିଁ    ।

ଟିପ୍ପଣୀ

  1. କେତେବେଳେ  ସତ୍ୟତାକୁ  ମନା  କରିବା  ନୀତି   ଉପଲବ୍ଧ  ନୁହେଁ : ପ୍ରତିଶ୍ରୁତିମୂଳକ  ସତ୍ୟତା  ମନା  ନକରିବା – ପ୍ରୟୋଗନୀୟତା କେତେକ  ନିର୍ଦ୍ଧିଷ୍ଟ  ସମୟ  ନିମନ୍ତେ  ରିହାତି   ମଞ୍ଜୁର   କରାଯାଇଥିଲା – ସର୍ବସାଧାରଣଙ୍କ ସ୍ଵାର୍ଥରେ  ସମୟ  ସମାପ୍ତ  ପୂର୍ବରୁ  ପ୍ରତ୍ୟାହାର – ସତ୍ୟତାକୁ   ମନା  କରିବା  ନୀତି – ଉପଲବ୍ଧ  ନୁହେଁ  - ଲକ୍ଷ୍ମୀ  ଉଦ୍ୟୋଗ  ରକ୍  ସିମେଣ୍ଟ  ପ୍ରାଇଭେଟ  ଲିମିଟେଡ  ଏବଂ  ଅନ୍ୟମାନେ  ବନାମ୍  ଓଡିଶା  ରାଜ୍ୟ  ସରକାର  ଏବଂ  ଅନ୍ୟମାନେ – ଏଆଇଆର୍ ୨୦୦୧ ଓଡିଶା – ୫୧   ।
  2. ସରକାରଙ୍କର  ବିରୁଦ୍ଧରେ  ପ୍ରୟୋଗନୀୟତା : - ପ୍ରଶାସନିକ  ଆଇନ – ପ୍ରତିଶ୍ରୁତିଜନିତ   ସତ୍ୟତା  ମନା  କରିବା – ସରକାରଙ୍କ  ବିରୁଦ୍ଧରେ  ପ୍ରୟୋଗନୀୟତା – ଜି. ଶ୍ରୀନିବାସନ୍ ଏବଂ  ଅନ୍ୟମାନେ  ଇତ୍ୟାଦି  ବନାମ୍  ଅଧ୍ୟକ୍ଷ, ଆଞ୍ଚଳିକ  ଇଞ୍ଜିନିୟରିଂ  କଲେଜ, ରାଉଲକେଲା ଏବଂ  ଅନ୍ୟମାନେ  ଇତ୍ୟାଦି – ଏଆଇଆର୍ ୨୦୦୦ ଓଡିଶା – ୫୬  ।
  3. ନ୍ୟାୟାଳୟଙ୍କ  କର୍ତ୍ତବ୍ୟ : - ବୈଧ  ଆଶା – ଆଇନଗତ  ନିଶ୍ଚିତତା – ନୀତି  ପ୍ରୟୋଗନୀୟତା – ପରୀକ୍ଷା – ତ୍ଵେଡନସ୍ ବରୀଙ୍କ   ଅଯଥାର୍ଥତା – ସରକାରୀ  ନୀତିରେ  କିମ୍ବା  ସରକାରଙ୍କ ନୀତିରେ   ପରିବର୍ତ୍ତନ  - ସର୍ବସାଧାରଣ  ସ୍ଵାର୍ଥ , ବୈଧ  ଆଶାକୁ  ଅତିକ୍ରମଣ   କରେ କି ? ସରକାରଙ୍କ  ଉପର  ସିଦ୍ଧାନ୍ତ  ନ୍ୟସ୍ତ  ରୁହେ – ଏହା  ଦେଖିବା  ନ୍ୟାୟାଳୟଙ୍କ  କର୍ତ୍ତବ୍ୟ  ଯେ, ଏହା  ଅସଗଂତ କିମ୍ବା   ପ୍ରତିକୂଳଜନିତ  ହୋଇ  ନଥିବ ଜି. ଶ୍ରୀନିବାସନ୍ନ ଏବଂ  ଅନ୍ୟମାନେ ଇତ୍ୟାଦି – ଏଆଇଆର୍ ୨୦୦୦  ଓଡିଶା  - ୫୬  ।

ଟିପ୍ପଣୀ

ପ୍ରଶାସନିକ  ଆଇନ – ଶାସନ  ବିଭାଗୀୟ  କାର୍ଯ୍ୟ – ପ୍ରତିଶ୍ରୁତିମୂଳକ  ବନ୍ଦକରଣ  ନୀତି – ପ୍ରତିବାଦି  ପ୍ରତିପକ୍ଷକୁ   ଶିଳ୍ପ   ସ୍ଥାପନ  କରିବା   ନିମନ୍ତେ  ରାଜ୍ୟ  ସରକାର  ପ୍ରବର୍ତ୍ତାଇ  ଥିଲେ  ଏବଂ   ପ୍ରତିବାଦୀ , ରାଜ୍ୟ  ସରକାରଙ୍କ  ଦୃଢ  ପ୍ରତିଶ୍ରୁତି  ଉପରେ  ଅଗ୍ରସର  ହୋଇଥିଲେ ; କଞ୍ଚାମାଲ  ଧାର୍ଯ୍ୟ   ମୂଲ୍ୟରେ  କ୍ରୟ  କରିଥିଲେ – ରାଜ୍ୟ  ସରକାରଙ୍କ  ଦ୍ଵାରା  ଧାର୍ଯ୍ୟ  କଞ୍ଚାମାଲର  ମୂଲ୍ୟକୁ   ବିଚାରକୁ  ନେଇ  ମୂଲ୍ୟ  ଧାର୍ଯ୍ୟ  କରିଥିଲା – ପ୍ରତିବାଦୀକୁ   କଞ୍ଚାମାଲ  ଉପଲବ୍ଧ  କରାଇବା  ନିମନ୍ତେ , ପଛୁଆ  ତାରିଖରୁ  ସଂଶୋଧନ  କରିବା  ନିମନ୍ତେ , ରାଜ୍ୟ  ସରକାରଙ୍କ   ଦ୍ଵାରା   ସିଦ୍ଧାନ୍ତ  ନିଆଯାଇଥିଲା – ଏହା  ପ୍ରତିଶ୍ରୁତିମୂଳକ  ବନ୍ଦକରଣ  ନୀତିର  ଉଲ୍ଲଘଂନ   ଅଟେ  ଯେହେତୁ  ପଛୁଆ  ତାରିଖରୁ  ସେମାନଙ୍କ  ମୂଲ୍ୟକୁ   ସଂଶୋଧନ  କରିବା  ଏବଂ  ଅନେକ  ଖାଉଟୀଙ୍କଠାରୁ  ତାହା  ଆଦାୟ  କରିବା ,  ଯେଉଁମାନଙ୍କୁ  ଏକ  ଧାର୍ଯ୍ୟମୂଲ୍ୟ   ଉତ୍ପାଦିତ  ଦ୍ରବ୍ୟ  ଯୋଗାଇ   ଦିଆଯାଇଥାଏ , ତାହା  ଅସମ୍ଭବ   ଅଟେ – ଏହି  ବିଷୟ ଯେ, ଲିଖିତଭାବେ  ପକ୍ଷମାନଙ୍କ  ମଧ୍ୟରେ  କୌଣସି  ଚୁକ୍ତି   ନଥିଲା , ଅନୁପାଦେୟ  ଅଟେ -  ରାଜ୍ୟସରକାରଙ୍କ  ଯୁକ୍ତି ଯେ, ଭାରତ  ସରକାର , ଘରୋଇ  ପକ୍ଷଙ୍କ  ଦ୍ଵାରା  ପୁନଃସ୍ଥାପନ  କିମ୍ବା  ରୋପଣ  ନିମନ୍ତେ  ସମ୍ମତ  ନୁହନ୍ତି  ଏବଂ  ସେଥିପାଇଁ  ରାଜ୍ୟସରକାରଙ୍କ  ଦ୍ଵାରା  ପୁନଃରୋପଣର  ଗ୍ରହଣ  କରାଯିବ , ଯାହାକି  ଏହାପ୍ରତି  ଅତିରିକ୍ତ  ଖର୍ଚ୍ଚ  ବାହନ କରନ୍ତି – ଗ୍ରହଣଯୋଗ୍ୟ  ନୁହେଁ – ପ୍ରତିନିଧିତ୍ଵ  ଧାରଣ  କରିବା  ସମୟରେ , ରାଜ୍ୟ ସରକାରଙ୍କ  ଦ୍ଵାରା  ଭାରତ   ସରକାରଙ୍କଠାରୁ   ଅନୁମତି  ନ ଦେବା , ଏକ ତ୍ରୁଟି  ଅଟେ – ରାଜ୍ୟ  ସରକାର , ଏହା  ନିଜ  ସୁଯୋଗ  ନେବା   ନିମନ୍ତେ  ଅନୁମୋଦିତ  ନୁହେଁ – ଓଡିଶା  ରାଜ୍ୟ  ସରକାର ଏବଂ  ଅନ୍ୟମାନେ  ବନାମ୍  ମଙ୍ଗଲମ୍  କାଠ  ଦ୍ରବ୍ୟ  ଲିମିଟେଡ  ଏବଂ  ଅନ୍ୟମାନେ – (୨୦୦୩) ସିଏଲ୍ ଆର୍ (ସୁପ୍ରିମକୋର୍ଟ) – ୨୨   ।

ଦଖଲରେ  ଥିବା  ରୟତ  ଏବଂ  ବ୍ୟକ୍ତିର   ଅନୁମତି  ପତ୍ରଧାରୀର   କୌଣସି  ବିଷୟର  ସତ୍ୟତାକୁ   ମନାକରିବା – ସ୍ଥାବର  ସମ୍ପତ୍ତିର  କୌଣସି  ରୟତ  କିମ୍ବା  ଏପରି  ଦାବି କରୁଥିବା  କୌଣସି  ବ୍ୟକ୍ତି  ରୟତର  କ୍ରମାନ୍ଵୟତା  ସମୟରେ  ରୟତର  ଜମିଦାର , ରୟତିର  ପ୍ରାରମ୍ଭରେ   ଏପରି  ସ୍ଥାବର  ସମ୍ପତ୍ତି  ଉପରେ  ଅଧିକାର  ଥିବା  ବିଷୟକୁ   ମନାକରିବା   ନିମନ୍ତେ  ଅନୁମୋଦିତ  ହେବ  ନାହିଁ , ଏବଂ  ଯଦି  କୌଣସି  ବ୍ୟକ୍ତି, ଏପରି  ସ୍ଥାବର  ସମ୍ପତ୍ତିର  ଦଖଲରେ  ଥିବା  କୌଣସି  ବ୍ୟକ୍ତିର  ଅନୁମତି   ପତ୍ରଦ୍ଵାରା  କୌଣସି  ସ୍ଥାବର  ସମ୍ପତ୍ତି  ଉପରକୁ  ଆସନ୍ତି, ସେ, ଉକ୍ତ  ବ୍ୟକ୍ତିର, ଉକ୍ତ   ଦଖଲରେ   ଥିବା  ଅଧିକାରକୁ, ସେହି  ସମୟରେ  ମନା   କରି  ପାରିବେ  ନାହିଁ , ଯେତେବେଳେ  ଏପରି  ଅନୁମତି  ପତ୍ର  ପ୍ରଦାନ   କରାଗଲା   ।

ଦଫା ୧୧୬ – ପ୍ରୟୋଗନୀୟତା –ଅବସ୍ଥାରେ  ପରିବର୍ତ୍ତନ

ସତ୍ୟତାକୁ   ମନାକରିବା  ପ୍ରଶ୍ନ   ପୁନର୍ବାର   କାର୍ଯ୍ୟକାରୀ  ହେବନାହିଁ   ଯେବେଠାରୁ  ବାଦୀ  ଅଭିଲିଖିତ  ପ୍ରଜାଙ୍କ  ଠାରୁ  ମୋକଦ୍ଦମାଭୁକ୍ତ  ଜମିକୁ  କ୍ରୟ କରିଛନ୍ତି  । ଶ୍ରୀମତୀ  ଆଶାବକ୍ରୀ   ଗୁପ୍ତା (ମୃତ) ତାଙ୍କ  ପରେ  ଆଇନଗତ  ପ୍ରତିନିଧି   ମିଥିଲେଶ୍  ଗୁପ୍ତା  ଏବଂ   ଅନ୍ୟମାନେ   ବନାମ୍  ରାମ   ପ୍ରତାପ ଅଗ୍ରୱାଲ  : ୨୦୧୩ (୨) ଓଏଲ୍ଆର୍ ୬୨୧  ।

ପ୍ରତିବଦଳ  ବିଲ୍  ଗ୍ରହଣକାରୀ, ଚୁକ୍ତି  ଅନୁଯାୟୀ  ଦ୍ରବ୍ୟ   ପ୍ରଦାନ  କରାଯାଇଥିବା  ବ୍ୟକ୍ତି  କିମ୍ବା  ଅନୁମତି  ପତ୍ରଧାରୀ  ବ୍ୟକ୍ତିର, କୌଣସି   ବିଷୟର  ସତ୍ୟତାକୁ  ମନା  କରିବା –

କୌଣସି  ପ୍ରତିବଦଳ  ବିଲ୍ ଗ୍ରହଣ  କରିଥିବା  ବ୍ୟକ୍ତି , ମନାକରିବା   ନିମାନେ  ଅନୁମୋଦିତ   ହେବ  ନାହିଁ  ଯେ,  ଆହା  ବାହାର  କରିଥିବା  ବ୍ୟକ୍ତିର , ବାହାର  କରିବା  ନିମନ୍ତେ  କିମ୍ବା  ଏଥିରେ  ପ୍ରତିହସ୍ତାକ୍ଷର  କରିବା  ନିମନ୍ତେ  ଅଧିକାର  ନାହିଁ , କିମ୍ବା  ବିଶ୍ଵାସରେ  ପ୍ରଦାନ  କରାଯାଇଥିବା  ଦ୍ରବ୍ୟ   ଉପରେ  କୌଣସି  ବ୍ୟକ୍ତି  କିମ୍ବା  ଅନୁମତି  ପତ୍ରଧାରୀ  ଏହା  ମନା  କରି  ପାରିବେନାହିଁ  ଯେ, ଏପରି  ଦ୍ରବ୍ୟ  ପ୍ରଦାନ  କରିଥିବା  ବ୍ୟକ୍ତି  କିମ୍ବା   ଅନୁମତି  ପତ୍ର  ପ୍ରଦାନ  କରିଥିବା  ବ୍ୟକ୍ତି , ଯେତେବେଳେ ଏପରି  ଦ୍ରବ୍ୟ  ପ୍ରଦାନ  କରାଗଲା  କିମ୍ବା  ଅନୁମତି  ପତ୍ର  ପ୍ରଦାନ  କରିବା   ନିମନ୍ତେ , କୌଣସି  ଅଧିକାର  ବା  କ୍ଷମତା  ନଥିଲ।

ସ୍ପଷ୍ଟିକରଣ -୧

କୌଣସି   ପ୍ରତିବଦଳ  ବିଲ୍  ଗ୍ରହଣକାରୀ, ମନା   କରିପାରନ୍ତି  ଯେ, ଉକ୍ତ   ବିଲ୍ ପ୍ରକୃତରେ  ସେହି  ବ୍ୟକ୍ତିଙ୍କ ଦ୍ଵାରା  ବାହାର  କରାଯାଇ  ନାହିଁ, ଯାହାଙ୍କ  ଦ୍ଵାରା  ଏହା  ବାହାର  କରାଯିବା  କଥା  ।

ସ୍ପଷ୍ଟିକରଣ – ୨

ଯଦି  ଚୁକ୍ତି  ଅନୁଯାୟୀ  ଦ୍ରବ୍ୟ  ପ୍ରଦାନ  କରାଯାଇଥିବା  ବ୍ୟକ୍ତି , ଏପରି  ପ୍ରଦାନ  କରାଯାଇଥିବା  ଦ୍ରବ୍ୟକୁ , ଦ୍ରବ୍ୟ   ପ୍ରଦାନକାରୀ   ବ୍ୟକ୍ତିଙ୍କ  ବ୍ୟତୀତ  ଅନ୍ୟ  କୌଣସି  ବ୍ୟକ୍ତିଙ୍କୁ   ପ୍ରଦାନ  କରନ୍ତି  ସେପରି  ସ୍ଥଳେ , ସେ  ପ୍ରମାଣ  କରିପାରିବେ  ଯେ, ଏପରି  ବ୍ୟକ୍ତିଙ୍କର   ଉକ୍ତ  ଦ୍ରବ୍ୟ  ଗୁଡିକ  ଉପରେ  କୌଣସି  ଅଧିକାର  ଅଛି  ।

ଆଧାର – ଦ ଲ ହାଉସ

Last Modified : 8/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate